Odisha State Board BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ Important Questions and Answers.
BSE Odisha Class 10 History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
୧। ସମୟ ସ୍ରୋତରେ ଓଡ଼ିଶା କିପରି ତା’ର ସ୍ଵାଧୀନତା ହରାଇ ସର୍ବଶେଷରେ ଇଂରେଜ ଶାସନାଧୀନ ହେଲା ବର୍ଣ୍ଣନା କର ।
Answer:
- ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ମଧ୍ୟଯୁଗୀୟ ଓଡ଼ିଶା ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିଙ୍କ କୃତିତ୍ଵରେ ଉଜ୍ଜ୍ବଳ ଥିଲା ।
- ସାରା ଭାରତରେ ମୁସଲମାନ ଶାସନର ପ୍ରାଧାନ୍ୟ ଥିଲାବେଳେ ଓଡ଼ିଶାର ହିନ୍ଦୁ ରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।
- କିନ୍ତୁ ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା । ପ୍ରଥମେ ଆଫଗାନ୍ ଓ ପରେ ପରେ ମୋଗଲ ଓ ମରହଟ୍ଟା ଶାସକମାନେ ରାଜତ୍ଵ କଲେ । ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁରାଜା ମୁକୁନ୍ଦଦେବ ଥିଲେ ।
- ୧୮୦୩ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ।
- ଏହିପରି ସର୍ବଶେଷରେ ଓଡ଼ିଶାରେ ଇଂରେଜ ଶାସନ ପ୍ରତିଷ୍ଠା ହେଲା ।
୨। ସମ୍ବଲପୁର ଜିଲ୍ଲାର ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ ପରିବର୍ତ୍ତେ ଓଡ଼ିଆ ଭାଷା କିପରି ପୁନଃ ପ୍ରଚଳିତ ହେଲା ଉଲ୍ଲେଖ କର ।
Answer:
- କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା, କାରଣ ହିନ୍ଦୀଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ରାଜି ହେଉନଥିଲେ ।
- ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଗଲା ।
- ଏହା ଇଂରେଜ ସରକାର ଓ ହିନ୍ଦୀଭାଷୀମାନଙ୍କଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେକରି ସରକାରଙ୍କ ନୀତିକୁ ସେହି ଅଞ୍ଚଳର ଓଡ଼ିଆମାନେ ଘୋର ବିରୋଧ କଲେ ।
- ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଜାଗରଣ ସୃଷ୍ଟି କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜନମତ ଜାଗ୍ରତ କରିଥିଲା ।
- ସେ ଯାହାହେଉନା କାହିଁକି ସମ୍ବଲପୁରବାସୀଙ୍କ ଅବିରତ ଉଦ୍ୟମ ଫଳରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।
୩ । ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କି କି ଜନହିତକର କାର୍ଯ୍ୟ କରିଥିଲେ ?ତା’ଫଳରେ କ’ଣ ହେଲା ?
Answer:
- ଓଡ଼ିଶାରେ ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏହାପରେ ଇଂରେଜମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ।
- କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ । ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।
- ଏତଦ୍ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍କା ପିଚୁ ରାସ୍ତାଦ୍ଵାରା ସଂଯୋଜିତ ହୋଇଥିଲା ।
- ଏହା ଭୌଗୋଳିକ ଅବରୋଧରୁ ମୁକ୍ତକରି ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲା ।
- ଫଳରେ ସେମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ଏହା ସହାୟକ ହୋଇଥିଲା ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।
୧। ଓଡ଼ିଶାରେ ରେଭେନ୍ସା ମହାବିଦ୍ୟାଳୟ କିପରି ପ୍ରତିଷ୍ଠା ହେଲା ?
ଉ –
- କଟକରେ ଅବସ୍ଥିତ ଏବଂ ଗୌରବ ବହନ କରୁଥିବା ରେଭେନ୍ସା ମହାବିଦ୍ୟାଳୟର ଆରମ୍ଭ ୧୮୫୮ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ହୋଇଥିଲା ।
- ପ୍ରଥମେ ୧୮୬୭ ଖ୍ରୀ.ଅ.ରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ ଉନ୍ନୀତ କରାଗଲା ।
- ଏହି ଅନୁଷ୍ଠାନରେ ୧୮୭୬ ଖ୍ରୀ.ଅ.ରେ ସ୍ନାତକ ଶ୍ରେଣୀ ଖୋଲାଯାଇ ମହାବିଦ୍ୟାଳୟଟିକୁ ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା । ଏହିପରି ଭାବରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା ।
୨। ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ କେଉଁ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଏଗୁଡ଼ିକ କେବେ, କେଉଁଠାରୁ ଓ କାହା ସମ୍ପାଦନାରେ ପ୍ରକାଶିତ ହୋଇଥିଲା ?
ଉ –
- ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ ‘ଉତ୍କଳଦୀପିକା’, ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ଓ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
- ୧୮୬୬ ମସିହାରେ କଟକରୁ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପ୍ରକାଶଲାଭ କରିଥିଲା ।
- ‘ଉତ୍କଳ ଦୀପିକା’ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶଲାଭ କରିଥିଲାବେଳେ ‘ସମ୍ବାଦ ବାହିକା’,‘ବୋଧଦାୟିନୀ’ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିଲା । ସେହିପରି ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦକ ଥିଲେ ।
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
୧। ମଧ୍ୟଯୁଗୀୟ ଓଡ଼ିଶାରେ କେଉଁ ମହାନ୍ ବଂଶର ନରପତିମାନେ ଶାସନ କରୁଥିଲେ ଏବଂ କିଏ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ?
ଉ –
- ମଧ୍ୟଯୁଗୀୟ ଓଡ଼ିଶାରେ ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିମାନେ ଶାସନ କରୁଥିଲେ ।
- ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ମୁକୁନ୍ଦଦେବ । ସେ ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜୁତି କରିଥିଲେ ।
୨। ‘ଉତ୍କଳ ସଭା’ କେଉଁମାନଙ୍କ ଉଦ୍ୟମରେ ଓ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ?
ଉ –
- ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣଙ୍କ ଉଦ୍ୟମରେ କଟକରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
- ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା ।
୩ । ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା କାହିଁକି ଅବହେଳିତ ହେଲା ? ଏହାପରେ ଓଡ଼ିଆମାନେ କ’ଣ କରିଥିଲେ ?
ଉ –
- ଇଂରେଜ ଶାସନ ସମୟରେ ମାଡ୍ରାସ୍ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା; ଫଳରେ ଗଞ୍ଜାମର ଓଡ଼ିଆମାନେ ଓଡ଼ିଶା ଡିଭିଜନରେ ମିଶିବାପାଇଁ ଆନ୍ଦୋଳନ କଲେ ।
- ୧୮୭୦ ମସିହା ସେପ୍ଟେମ୍ବର ମାସରେ ସେମାନେ ରସୁଲକୋଣ୍ଡା (ବର୍ତ୍ତମାନର୍ ଭଞ୍ଜନଗର)ଠାରେ ସଭା କରି ସମସ୍ତ ଓଡ଼ିଆଙ୍କୁ ଏକତ୍ର ହେବାପାଇଁ ଆହ୍ୱାନ ଦେଇଥିଲେ ।
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ପୂର୍ବକାଳରେ ଓଡ଼ିଶା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
Answer:
ପୂର୍ବକାଳରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।
2. ମଧ୍ୟଯୁଗରେ ଓଡ଼ିଶାରେ କେଉଁ ଦୁଇଟି ରାଜବଂଶ ଶାସନ କରୁଥିଲେ ?
Answer:
ମଧ୍ୟଯୁଗରେ ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ।
3. ଓଡ଼ିଶାରେ କେବେଠାରୁ ପରିବର୍ତ୍ତନର ଧାରା ଆରମ୍ଭ ହୋଇଥିଲା ?
Answer:
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ।
4. ନୀଳମଣି ବିଦ୍ୟାରତ୍ନ କେଉଁଠାରୁ ଏକ ସମ୍ବାପତ୍ର ପ୍ରକାଶ କରିଥିଲେ ?
Answer:
ନୀଳମଣି ବିଦ୍ୟାରତ୍ନ ବାମଣ୍ଡାରୁ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ ।
5. ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ?
Answer:
ହିନ୍ଦୀ ଭାଷାରେ ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଇଥିଲା ।
6. ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଗଠନ କରାଯାଇଥିଲା ?
Answer:
ବାଲେଶ୍ଵରଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।
B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କେବେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ ?
Answer:
୧୮୨୩ ମସିହା
2. ମିଶନାରୀମାନଙ୍କଦ୍ୱାରା ପ୍ରତିଷ୍ଠିତ ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ସରକାର କେବେ ହାତକୁ ନେଇଥିଲେ ?
Answer:
୧୮୪୧ ମସିହା
3. ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ ?
Answer:
ମୁକୁନ୍ଦଦେବ
4. କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୫୭ ମସିହା
5. ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସମ୍ପାଦକ କିଏ ଥିଲେ ?
Answer:
ଗୌରୀଶଙ୍କର ରାୟ
6. କିଏ ‘ସମ୍ବାଦବାହିକା’ର ସମ୍ପାଦକ ଥିଲେ ?
Answer:
ଫକୀରମୋହନ ସେନାପତି
7. ଓଡ଼ିଶା ତା’ର ସ୍ଵାଧୀନତା କେବେ ହରାଇଲା ?
Answer:
୧୫୬୮ ମସିହାରେ
8. ଆଳି ଓ ବାଙ୍କୀଠାରେ କିଏ ନୂତନ ବନ୍ଧ ନିର୍ମାଣ ଓ ପୁରୁଣା ବନ୍ଧର ମରାମତି କରାଇଥିଲେ ?
Answer:
କମିଶନର ଟି.ଇ. ରେଭେନ୍ସା
9. ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
କଟକ
10. ଓଡ଼ିଶାର ପ୍ରଥମ ମୁଦ୍ରଣ ପ୍ରେସ୍ର ନାମ କ’ଣ ଥିଲା ?
Answer:
ମିଶନ ପ୍ରେସ୍
11. କେଉଁଠାରେ ଗଞ୍ଜାମର ଓଡ଼ିଆମାନେ ସଭାକରି ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରିଥିଲେ ?
Answer:
ରସୁଲକୋଣ୍ଡା
12. ସମ୍ବଲପୁର ପ୍ରଥମେ କେଉଁ ପ୍ରଦେଶର ଅନ୍ତର୍ଗତ ଥିଲା ?
Answer:
କେନ୍ଦ୍ରୀୟ ପ୍ରଦେଶ
13. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଓଡ଼ିଶାରେ କେଉଁ ଧର୍ମର ଆବିର୍ଭାବ ଘଟିଥିଲା ?
Answer:
ମହିମା ଧର୍ମ
14. କେଉଁ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ?
Answer:
୧୮୦୩ ମସିହା
15. ଓଡ଼ିଶାରେ କେବେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ?
Answer:
୧୮୬୬ ମସିହା
C. ଶୂନ୍ୟସ୍ଥାନ ପୂରଣ କର ।
1. ଭୀମଭୋଇ ଥିଲେ ମହିମା ଧର୍ମର ମୁଖ୍ୟ _______ ।
Answer:
ପ୍ରଚାରକ
2. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମର ବିରୋଧରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ________ ।
Answer:
ମହିମା ଧର୍ମ
3. ମହିମା ଗୋସ୍ବାମୀ ଜଣେ ________ ଥିଲେ ।
Answer:
ପ୍ରବର୍ତ୍ତକ
4. _________ ଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ପ୍ରତିଷ୍ଠା କରାଯାଇଥିଲା ।
Answer:
ବାଲେଶ୍ୱର
5. ସମୃଲପୁରବାସାଙ୍କ ଅବିରତ ଡଦ୍ୟମ ଫଳରେ ସମୃଲପୁରରେ __________ ଭାଷା ପୁନଃ ପ୍ରତିଷ୍ଠିତ ହୋଇଥିଲା ।
Answer:
ଓଡ଼ିଆ
6. ________ ମସିହାରେ ଓଡ଼ିଶା ତା’ର ସ୍ବାଧୀନତା ହରାଇଥିଲା ।
Answer:
୧୫୬୮
7. ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୬୬
8. ୧୮୫୮ ମସିହାରେ ଓଡ଼ିଶାରେ ମୋଟ ________ ଟି ହାଇସ୍କୁଲ ଥିଲା ।
Answer:
୩୩
9. ଚାର୍ଲସ୍ ଉଙ୍କ ସୁପାରିସ ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୫୪
10. ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକମାନେ ________ ଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
କଟକ
11. ସାରା ଭାରତରେ ମୁସଲମାନ୍ ଶାସନର ପ୍ରାଧାନ୍ୟ ଥିବାବେଳେ _________ ରେ ହିନ୍ଦୁ ରାଜାମାନେ ଶାସନ କରୁଥିଲେ ।
Answer:
ଓଡ଼ିଶା
12. ______ ଙ୍କୁ ଓଡ଼ିଶାର ଶେଷ ହିନ୍ଦୁ ରାଜା ବୋଲି କୁହାଯାଇଥାଏ ।
Answer:
ମୁକୁନ୍ଦଦେବ
13. ଓଡ଼ିଶା ଗଙ୍ଗାଠାରୁ _______ ଯାଏ ପରିବ୍ୟାପ୍ତ ଥିଲା ।
Answer:
ଗୋଦାବରୀ
14. ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ _________ ।
Answer:
ମଧୁସୂଦନ ଦାସ
15. ୧୮୭୦ ମସିହାରେ ମଧୁବାବୁ _________ ବିଶ୍ବବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।
Answer:
କଲିକତା
D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।
1. ଓଡ଼ିଶାରେ ଚନ୍ଦ୍ରବଂଶୀ ନରପତିମାନେ ଶାସନ କରୁଥିଲେ ।
2. ଇଂରେଜ ଶାସନ କାଳରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରାର ପ୍ରବାହ ଆରମ୍ଭ ହୋଇଥିଲା ।
3. ଶିକ୍ଷିତ ଯୁବଗୋଷ୍ଠୀ ଏକ ନୂତନ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିଲେ ।
4. ୧୮୫୭ ମସିହାରେ ଚାର୍ଲସ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ କରାଯାଇଥିଲା ।
5. ଓଡ଼ିଶାର ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ୧୮୨୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
6. ଫକୀରମୋହନଙ୍କ ସମ୍ବାଦପତ୍ର ସମ୍ବାଦ ବାହିକା କଟକରୁ ପ୍ରକାଶ ପାଉଥିଲା ।
7. ଗଞ୍ଜାମରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବାଦପତ୍ର ପ୍ରକାଶ ପାଉଥିଲା ।
8. ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାର ମୁଖ୍ୟତଃ କଟକ, ପୁରୀ ଓ ବାଲେଶ୍ୱରକୁ ଶାସନ କରୁଥିଲେ ।
9. କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
10. ଗଙ୍ଗାଧର ମେହେର ପୁରାତନ ସାହିତ୍ୟର ପୁରୋଧା ଥିଲେ ।
11. ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରଭୃତି ବଙ୍ଗଳା ଭାଷାର ଲେଖକ ଥିଲେ ।
12. ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
Answer:
1. x
2. ✓
3. ✓
4. x
5. x
6. x
7. x
8. ✓
9. ✓
10. x
11. x
12. ✓
E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।