BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Odisha State Board BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ Important Questions and Answers.

BSE Odisha Class 10 History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ସମୟ ସ୍ରୋତରେ ଓଡ଼ିଶା କିପରି ତା’ର ସ୍ଵାଧୀନତା ହରାଇ ସର୍ବଶେଷରେ ଇଂରେଜ ଶାସନାଧୀନ ହେଲା ବର୍ଣ୍ଣନା କର ।
Answer:

  • ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ମଧ୍ୟଯୁଗୀୟ ଓଡ଼ିଶା ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିଙ୍କ କୃତିତ୍ଵରେ ଉଜ୍ଜ୍ବଳ ଥିଲା ।
  • ସାରା ଭାରତରେ ମୁସଲମାନ ଶାସନର ପ୍ରାଧାନ୍ୟ ଥିଲାବେଳେ ଓଡ଼ିଶାର ହିନ୍ଦୁ ରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।
  • କିନ୍ତୁ ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା । ପ୍ରଥମେ ଆଫଗାନ୍ ଓ ପରେ ପରେ ମୋଗଲ ଓ ମରହଟ୍ଟା ଶାସକମାନେ ରାଜତ୍ଵ କଲେ । ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁରାଜା ମୁକୁନ୍ଦଦେବ ଥିଲେ ।
  • ୧୮୦୩ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ।
  • ଏହିପରି ସର୍ବଶେଷରେ ଓଡ଼ିଶାରେ ଇଂରେଜ ଶାସନ ପ୍ରତିଷ୍ଠା ହେଲା ।

୨। ସମ୍ବଲପୁର ଜିଲ୍ଲାର ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ ପରିବର୍ତ୍ତେ ଓଡ଼ିଆ ଭାଷା କିପରି ପୁନଃ ପ୍ରଚଳିତ ହେଲା ଉଲ୍ଲେଖ କର ।
Answer:

  • କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା, କାରଣ ହିନ୍ଦୀଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ରାଜି ହେଉନଥିଲେ ।
  • ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଗଲା ।
  • ଏହା ଇଂରେଜ ସରକାର ଓ ହିନ୍ଦୀଭାଷୀମାନଙ୍କଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେକରି ସରକାରଙ୍କ ନୀତିକୁ ସେହି ଅଞ୍ଚଳର ଓଡ଼ିଆମାନେ ଘୋର ବିରୋଧ କଲେ ।
  • ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଜାଗରଣ ସୃଷ୍ଟି କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜନମତ ଜାଗ୍ରତ କରିଥିଲା ।
  • ସେ ଯାହାହେଉନା କାହିଁକି ସମ୍ବଲପୁରବାସୀଙ୍କ ଅବିରତ ଉଦ୍ୟମ ଫଳରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୩ । ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କି କି ଜନହିତକର କାର୍ଯ୍ୟ କରିଥିଲେ ?ତା’ଫଳରେ କ’ଣ ହେଲା ?
Answer:

  1. ଓଡ଼ିଶାରେ ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏହାପରେ ଇଂରେଜମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ।
  2. କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ । ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।
  3. ଏତଦ୍‌ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍‌କା ପିଚୁ ରାସ୍ତାଦ୍ଵାରା ସଂଯୋଜିତ ହୋଇଥିଲା ।
  4. ଏହା ଭୌଗୋଳିକ ଅବରୋଧରୁ ମୁକ୍ତକରି ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲା ।
  5. ଫଳରେ ସେମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ଏହା ସହାୟକ ହୋଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଓଡ଼ିଶାରେ ରେଭେନ୍ସା ମହାବିଦ୍ୟାଳୟ କିପରି ପ୍ରତିଷ୍ଠା ହେଲା ?
ଉ –

  • କଟକରେ ଅବସ୍ଥିତ ଏବଂ ଗୌରବ ବହନ କରୁଥିବା ରେଭେନ୍ସା ମହାବିଦ୍ୟାଳୟର ଆରମ୍ଭ ୧୮୫୮ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ହୋଇଥିଲା ।
  • ପ୍ରଥମେ ୧୮୬୭ ଖ୍ରୀ.ଅ.ରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ ଉନ୍ନୀତ କରାଗଲା ।
  • ଏହି ଅନୁଷ୍ଠାନରେ ୧୮୭୬ ଖ୍ରୀ.ଅ.ରେ ସ୍ନାତକ ଶ୍ରେଣୀ ଖୋଲାଯାଇ ମହାବିଦ୍ୟାଳୟଟିକୁ ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା । ଏହିପରି ଭାବରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୨। ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ କେଉଁ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଏଗୁଡ଼ିକ କେବେ, କେଉଁଠାରୁ ଓ କାହା ସମ୍ପାଦନାରେ ପ୍ରକାଶିତ ହୋଇଥିଲା ?
ଉ –

  • ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ ‘ଉତ୍କଳଦୀପିକା’, ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ଓ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
  • ୧୮୬୬ ମସିହାରେ କଟକରୁ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପ୍ରକାଶଲାଭ କରିଥିଲା ।
  • ‘ଉତ୍କଳ ଦୀପିକା’ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶଲାଭ କରିଥିଲାବେଳେ ‘ସମ୍ବାଦ ବାହିକା’,‘ବୋଧଦାୟିନୀ’ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିଲା । ସେହିପରି ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦକ ଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମଧ୍ୟଯୁଗୀୟ ଓଡ଼ିଶାରେ କେଉଁ ମହାନ୍ ବଂଶର ନରପତିମାନେ ଶାସନ କରୁଥିଲେ ଏବଂ କିଏ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ?
ଉ –

  1. ମଧ୍ୟଯୁଗୀୟ ଓଡ଼ିଶାରେ ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିମାନେ ଶାସନ କରୁଥିଲେ ।
  2. ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ମୁକୁନ୍ଦଦେବ । ସେ ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜୁତି କରିଥିଲେ ।

୨। ‘ଉତ୍କଳ ସଭା’ କେଉଁମାନଙ୍କ ଉଦ୍ୟମରେ ଓ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ?
ଉ –

  • ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣଙ୍କ ଉଦ୍ୟମରେ କଟକରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
  • ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା ।

୩ । ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା କାହିଁକି ଅବହେଳିତ ହେଲା ? ଏହାପରେ ଓଡ଼ିଆମାନେ କ’ଣ କରିଥିଲେ ?
ଉ –

  • ଇଂରେଜ ଶାସନ ସମୟରେ ମାଡ୍ରାସ୍ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା; ଫଳରେ ଗଞ୍ଜାମର ଓଡ଼ିଆମାନେ ଓଡ଼ିଶା ଡିଭିଜନରେ ମିଶିବାପାଇଁ ଆନ୍ଦୋଳନ କଲେ ।
  • ୧୮୭୦ ମସିହା ସେପ୍ଟେମ୍ବର ମାସରେ ସେମାନେ ରସୁଲକୋଣ୍ଡା (ବର୍ତ୍ତମାନର୍ ଭଞ୍ଜନଗର)ଠାରେ ସଭା କରି ସମସ୍ତ ଓଡ଼ିଆଙ୍କୁ ଏକତ୍ର ହେବାପାଇଁ ଆହ୍ୱାନ ଦେଇଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ପୂର୍ବକାଳରେ ଓଡ଼ିଶା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
Answer:
ପୂର୍ବକାଳରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।

2. ମଧ୍ୟଯୁଗରେ ଓଡ଼ିଶାରେ କେଉଁ ଦୁଇଟି ରାଜବଂଶ ଶାସନ କରୁଥିଲେ ?
Answer:
ମଧ୍ୟଯୁଗରେ ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ।

3. ଓଡ଼ିଶାରେ କେବେଠାରୁ ପରିବର୍ତ୍ତନର ଧାରା ଆରମ୍ଭ ହୋଇଥିଲା ?
Answer:
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ।

4. ନୀଳମଣି ବିଦ୍ୟାରତ୍ନ କେଉଁଠାରୁ ଏକ ସମ୍ବାପତ୍ର ପ୍ରକାଶ କରିଥିଲେ ?
Answer:
ନୀଳମଣି ବିଦ୍ୟାରତ୍ନ ବାମଣ୍ଡାରୁ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ?
Answer:
ହିନ୍ଦୀ ଭାଷାରେ ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଇଥିଲା ।

6. ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଗଠନ କରାଯାଇଥିଲା ?
Answer:
ବାଲେଶ୍ଵରଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେବେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ ?
Answer:
୧୮୨୩ ମସିହା

2. ମିଶନାରୀମାନଙ୍କଦ୍ୱାରା ପ୍ରତିଷ୍ଠିତ ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ସରକାର କେବେ ହାତକୁ ନେଇଥିଲେ ?
Answer:
୧୮୪୧ ମସିହା

3. ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ ?
Answer:
ମୁକୁନ୍ଦଦେବ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

4. କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୫୭ ମସିହା

5. ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସମ୍ପାଦକ କିଏ ଥିଲେ ?
Answer:
ଗୌରୀଶଙ୍କର ରାୟ

6. କିଏ ‘ସମ୍ବାଦବାହିକା’ର ସମ୍ପାଦକ ଥିଲେ ?
Answer:
ଫକୀରମୋହନ ସେନାପତି

7. ଓଡ଼ିଶା ତା’ର ସ୍ଵାଧୀନତା କେବେ ହରାଇଲା ?
Answer:
୧୫୬୮ ମସିହାରେ

8. ଆଳି ଓ ବାଙ୍କୀଠାରେ କିଏ ନୂତନ ବନ୍ଧ ନିର୍ମାଣ ଓ ପୁରୁଣା ବନ୍ଧର ମରାମତି କରାଇଥିଲେ ?
Answer:
କମିଶନର ଟି.ଇ. ରେଭେନ୍ସା

9. ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
କଟକ

10. ଓଡ଼ିଶାର ପ୍ରଥମ ମୁଦ୍ରଣ ପ୍ରେସ୍‌ର ନାମ କ’ଣ ଥିଲା ?
Answer:
ମିଶନ ପ୍ରେସ୍

11. କେଉଁଠାରେ ଗଞ୍ଜାମର ଓଡ଼ିଆମାନେ ସଭାକରି ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରିଥିଲେ ?
Answer:
ରସୁଲକୋଣ୍ଡା

12. ସମ୍ବଲପୁର ପ୍ରଥମେ କେଉଁ ପ୍ରଦେଶର ଅନ୍ତର୍ଗତ ଥିଲା ?
Answer:
କେନ୍ଦ୍ରୀୟ ପ୍ରଦେଶ

13. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଓଡ଼ିଶାରେ କେଉଁ ଧର୍ମର ଆବିର୍ଭାବ ଘଟିଥିଲା ?
Answer:
ମହିମା ଧର୍ମ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. କେଉଁ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ?
Answer:
୧୮୦୩ ମସିହା

15. ଓଡ଼ିଶାରେ କେବେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ?
Answer:
୧୮୬୬ ମସିହା

C. ଶୂନ୍ୟସ୍ଥାନ ପୂରଣ କର ।

1. ଭୀମଭୋଇ ଥିଲେ ମହିମା ଧର୍ମର ମୁଖ୍ୟ _______ ।
Answer:
ପ୍ରଚାରକ

2. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମର ବିରୋଧରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ________ ।
Answer:
ମହିମା ଧର୍ମ

3. ମହିମା ଗୋସ୍ବାମୀ ଜଣେ ________ ଥିଲେ ।
Answer:
ପ୍ରବର୍ତ୍ତକ

4. _________ ଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ପ୍ରତିଷ୍ଠା କରାଯାଇଥିଲା ।
Answer:
ବାଲେଶ୍ୱର

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମୃଲପୁରବାସାଙ୍କ ବିରତ ଡଦ୍ୟଳରେ ସମୃଲପୁରରେ __________ ଭାଷା ପୁନଃ ପ୍ରତିଷ୍ଠିତ ହୋଇଥିଲା ।
Answer:
ଓଡ଼ିଆ

6. ________ ମସିହାରେ ଓଡ଼ିଶା ତା’ର ସ୍ବାଧୀନତା ହରାଇଥିଲା ।
Answer:
୧୫୬୮

7. ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୬୬

8. ୧୮୫୮ ମସିହାରେ ଓଡ଼ିଶାରେ ମୋଟ ________ ଟି ହାଇସ୍କୁଲ ଥିଲା ।
Answer:
୩୩

9. ଚାର୍ଲସ୍ ଉଙ୍କ ସୁପାରିସ ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୫୪

10. ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକମାନେ ________ ଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
କଟକ

11. ସାରା ଭାରତରେ ମୁସଲମାନ୍ ଶାସନର ପ୍ରାଧାନ୍ୟ ଥ‌ିବାବେଳେ _________ ରେ ହିନ୍ଦୁ ରାଜାମାନେ ଶାସନ କରୁଥିଲେ ।
Answer:
ଓଡ଼ିଶା

12. ______ ଙ୍କୁ ଓଡ଼ିଶାର ଶେଷ ହିନ୍ଦୁ ରାଜା ବୋଲି କୁହାଯାଇଥାଏ ।
Answer:
ମୁକୁନ୍ଦଦେବ

13. ଓଡ଼ିଶା ଗଙ୍ଗାଠାରୁ _______ ଯାଏ ପରିବ୍ୟାପ୍ତ ଥିଲା ।
Answer:
ଗୋଦାବରୀ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ _________ ।
Answer:
ମଧୁସୂଦନ ଦାସ

15. ୧୮୭୦ ମସିହାରେ ମଧୁବାବୁ _________ ବିଶ୍ବବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।
Answer:
କଲିକତା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଓଡ଼ିଶାରେ ଚନ୍ଦ୍ରବଂଶୀ ନରପତିମାନେ ଶାସନ କରୁଥିଲେ ।
2. ଇଂରେଜ ଶାସନ କାଳରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରାର ପ୍ରବାହ ଆରମ୍ଭ ହୋଇଥିଲା ।
3. ଶିକ୍ଷିତ ଯୁବଗୋଷ୍ଠୀ ଏକ ନୂତନ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିଲେ ।
4. ୧୮୫୭ ମସିହାରେ ଚାର୍ଲସ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ କରାଯାଇଥିଲା ।
5. ଓଡ଼ିଶାର ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ୧୮୨୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
6. ଫକୀରମୋହନଙ୍କ ସମ୍ବାଦପତ୍ର ସମ୍ବାଦ ବାହିକା କଟକରୁ ପ୍ରକାଶ ପାଉଥିଲା ।
7. ଗଞ୍ଜାମରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବାଦପତ୍ର ପ୍ରକାଶ ପାଉଥିଲା ।
8. ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାର ମୁଖ୍ୟତଃ କଟକ, ପୁରୀ ଓ ବାଲେଶ୍ୱରକୁ ଶାସନ କରୁଥିଲେ ।
9. କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
10. ଗଙ୍ଗାଧର ମେହେର ପୁରାତନ ସାହିତ୍ୟର ପୁରୋଧା ଥିଲେ ।
11. ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରଭୃତି ବଙ୍ଗଳା ଭାଷାର ଲେଖକ ଥିଲେ ।
12. ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।

Answer:
1. x
2. ✓
3. ✓
4. x
5. x
6. x
7. x
8. ✓
9. ✓
10. x
11. x
12. ✓

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

Leave a Comment