BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ will enable students to study smartly.

BSE Odisha Class 10 History Notes Chapter 20 ଭିଭିଭୂମିର ବିକାଶ

→ ଓଡ଼ିଶାରେ ଭିତ୍ତିଭୂମିର ବିକାଶ:

  • ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶର ଆର୍ଥନୀତିକ ବିକାଶ ସମ୍ଭବ ହୋଇଥାଏ ।
  • ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପରାଧୀନ ଭାରତର ଏକ ପ୍ରଦେଶ ରୂପେ ରହିଥ‌ିବା ଓଡ଼ିଶାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।
  • ପୁନଶ୍ଚ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଯୋଗୁଁ ଭିତ୍ତିଭୂମିର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରି ନଥିଲା ।
  • ୧୯୪୬ ମସିହା ପରଠାରୁ ଓଡ଼ିଶାରେ ଭିଭିଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  • କେତେକ ନିର୍ଦ୍ଦିଷ୍ଟ ଆଧାର; ଯଥା – ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନାଗମନର ସୁବିଧା, ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ଯୋଗାଯୋଗ, ମାନବ ସମ୍ବଳର ବିକାଶ, ଶକ୍ତିକ୍ଷେତ୍ରରେ ବିକାଶ, ଅର୍ଥ ଯୋଗାଣ ବ୍ୟବସ୍ଥା, ପର୍ଯ୍ୟଟନ ପାଇଁ ଆତିଥ୍ୟ ଯୋଗାଣ ବ୍ୟବସ୍ଥା, ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ, ସରକାରୀ ପ୍ରୋତ୍ସାହନ ଇତ୍ୟାଦିକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇଥାଏ ।
  • ଭିତ୍ତିଭୂମିର ବିକାଶ ହେଲେ କୃଷି, ଶିଳ୍ପ, ପର୍ଯ୍ୟଟନ, ସାମାଜିକ ସଂହତି ତଥା ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହୁଏ ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ:

  • କୃଷିର ଉନ୍ନତି ଓଡ଼ିଶାର ଆର୍ଥନୀତିକ ପ୍ରଗତିର ଚାବିକାଠି ।
  • କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ବିଭାଗଗୁଡ଼ିକ ହେଲା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାର ଓ ବିହନ ଯୋଗାଣ, ରୋଗ ପୋକ ନିୟନ୍ତ୍ରଣ ଓ କୃଷକମାନଙ୍କୁ ଦରକାର ସମୟରେ ସହାୟତା ପ୍ରଦାନ ।
  • ସ୍ଵାଧୀନତା ପରେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ଓ ଆନିକଟ କରାଯାଇ କେନାଲ ଯୋଗେ ଜଳସେଚନ କରାଯାଇଛି ।
  • ଓଡ଼ିଶାରେ ୬୫ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ୱାରା ଜଳସେଚିତ ହେଉଛି । ପୁରୀ କେନାଲ ଏ ଅଞ୍ଚଳର ମୁଖ୍ୟ କେନାଲ ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା; ହୀରାକୁଦ ନଦୀବନ୍ଧ ଯୋଜନାଦ୍ଵାରା ଅବିଭକ୍ତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଏବଂ ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପଦ୍ବାରା ଅନେକ ଅଞ୍ଚଳରେ ଜଳସେଚନର ସୁବିଧା ହୋଇପାରିଛି ।
  • କୃଷି ସମ୍ପର୍କୀୟ ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
  • କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
  • ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି ।
  • ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ କୃଷକମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

→ ଶିଳ୍ପ ପାଇଁ ଭିତ୍ତିଭୂମିର ବିକାଶ:

  • ରାଜ୍ୟକୁ ଶିକ୍ରୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଓ ଜଳ, ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତିର ବିକାଶ ଆବଶ୍ୟକ ।
  • ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ଓ ସୁଦୀର୍ଘ ସମୁଦ୍ରତଟ ରହିଛି । ମାତ୍ର ଶିଳ୍ପ ପାଇଁ ଜମି ଅଧଗ୍ରହଣ ପାଇଁ ବିସ୍ଥାପିତ ସମସ୍ୟା ଦେଖାଯାଉଛି ।
  • ସରକାର ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସହମତିରେ ଜମି ଅଧଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ।

→ ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥା:

  • କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ଐକ୍ୟ ପାଇଁ ଉନ୍ନତ ଗମନାଗମନ ଓ ପରିବହନ ବ୍ୟବସ୍ଥା ନିହାତି ଆବଶ୍ୟକ ।
  • ବର୍ତ୍ତମାନ ଓଡ଼ିଶାରେ ରାଜପଥର ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୫ରେ ପହିଞ୍ଚିଛି ଏବଂ ଏହି ରାଜପଥଗୁଡ଼ିକର ଦୈର୍ଘ୍ୟ ୩,୬୫୫ କି.ମି. ।
  • ପ୍ରାଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବିଧା ହୋଇପାରିଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ରେଳପଥ:

  • ଭାରତରେ ରେଳପଥ ୧୮୫୩ ମସିହାରେ ଆରମ୍ଭ ହୋଇଥିଲା ।
  • ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା । ସେତେବେଳେ ଓଡ଼ିଶାରେ ୩୫୮ କି.ମି. ରେଳପଥ ଥିଲା; ଯାହା ସ୍ଵାଧୀନତା ପ୍ରାପ୍ତିବେଳକୁ ୯୧୪ କି.ମି.ରେ ପହଞ୍ଚିଲା ।
  • ବର୍ତ୍ତମାନ ଭାରତରେ ୧୬ଟି ରେଳବାଇ ଜୋନ୍ ଅଛି । ଏଥୁମଧ୍ୟରୁ ଇଷ୍ଟକୋଷ୍ଟ ରେଳବାଇ ଜୋନ୍ ଗୋଟିଏ ଏହା ଅଧୀନରେ ସମ୍ବଲପୁର, ଖୋଦ୍ଧୀରୋଡ଼ ଓ ୱାଲଟିଅର ଡିଭିଜନ କାର୍ଯ୍ୟ କରୁଛି ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ । ୨୦୦୩ ଏପ୍ରିଲ୍‌ରେ ଭୁବନେଶ୍ଵରରେ ମୁଖ୍ୟ
    କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକାରୀ ହେଲା ।
  • ଓଡ଼ିଶାର ଦୈତାରୀ ବଂଶପାଣି ରେଳରାସ୍ତା ପ୍ରକଳ୍ପର କାର୍ଯ୍ୟ ସରିଛି ଏବଂ ଲାଞ୍ଜିଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଏହାଛଡ଼ା ହରିଦାସପୁର-ପାରାଦୀପ, ଅନୁଗୁଳ-ଡୁବୁରି, ତାଳଚେର-ବିମଳାଗଡ଼ ଆଦି ରେଳପଥ ନିର୍ମାଣାଧୀନ ରହିଛି ।

→ ବିମାନ ବନ୍ଦର ଓ ପୋତାଶ୍ରୟ :

  • ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ‘କଷ୍ଟମ୍ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି । ଏଠାରେ ଭାରତର ସବୁ ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ହେଉଛି ।
  • ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ।
  • ଭୁବନେଶ୍ବର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ଼ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇ ଏଠାରୁ ବିଦେଶକୁ ଲୁହାପଥର ରପ୍ତାନି କରାଯାଉଛି । ୧୯୭୦-୭୨ ମସିହାରେ ଏହି ବନ୍ଦର ୧୯ ଲକ୍ଷ ଟନ୍ ପଣ୍ୟ କାରବାର କରିଥିଲା ।
  • ଏହି ବନ୍ଦରକୁ ଭିଭିକରି ପରାଦ୍ଵୀପ ଫସ୍‌ଫେଟ୍ସ କାରଖାନା ଗଢ଼ିଉଠିଛି ଓ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି।
  • ୧୯୭୫ ମସିହାରେ ପାରାଦ୍ୱୀପକୁ ରେଳପଥ ସହିତ ସଂଯୁକ୍ତ କରାଯାଇଥିଲା। ୧୯୮୭ ମସିହାଠାରୁ ଗୋପାଳପୁରଠାରେ ଏକ ମଧ୍ୟମ ଶ୍ରେଣୀର ବନ୍ଦର କାର୍ଯ୍ୟ କରୁଅଛି ।
  • ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି।

→ ବିଦ୍ୟୁତ୍ ଶକ୍ତି :

  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାର ଚୌଦ୍ଵାର ଓ ବ୍ରହ୍ମପୁରଠାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା । ବର୍ତ୍ତମାନ ଇବ୍ ଓ ତାଳଚେରଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟ କରୁଛି ।
  • ୧୯୪୮ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଓଡ଼ିଶାରେ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି; ଯଥା – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲି ଜଳବିଦ୍ୟୁତ୍ ପ୍ରକଳ୍ପ, ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ।
  • ବର୍ତ୍ତମାନ ତାପଜ ବିଦ୍ୟୁତ୍ ଓ ଜଳ ବିଦ୍ୟୁତକୁ ମିଶାଇ ଓଡ଼ିଶାର ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ୨୮୫୬ ମେଗାଓ୍ବାଟ୍ ।
  • ବିଦ୍ୟୁତ୍ ଶକ୍ତିର ସୁଷମ ବଣ୍ଟନ ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଯାଇଛି; ଯଥା – (୧) ଓଡ଼ିଶା ଗ୍ରୀଡ୍ ନିଗମ ଓ (୨) ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ ।
  • ଗ୍ରୀକୁ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ୱ, ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମକୁ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ଵ ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମକୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଦାୟିତ୍ଵ ଦିଆଯାଇଛି ।
  • ବିଦ୍ୟୁତ୍ ବିତରଣ ପାଇଁ ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ (ସେସୁ) ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
  • ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦେବାରେ ୨୦୦୬ ମସିହାରୁ ‘ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ଓ ‘କୁଟୀର ଜ୍ୟୋତି ଯୋଜନା’’ ଓ ୨୦୦୭ ମସିହାରୁ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ମାନବ ସମ୍ବଳର ବିକାଶ:

  • କୌଣସି ଦେଶର ସାମୂହିକ ଉନ୍ନତି ପାଇଁ ଏକ ସୁସ୍ଥ ମାନବ ସମ୍ବଳର ଏକାନ୍ତ ଆବଶ୍ୟକତା ରହିଛି । ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
  • ଓଡ଼ିଶାରେ ବୈଷୟିକ ଶିକ୍ଷା ପାଇଁ ଶିଳ୍ପ ତାଲିମକେନ୍ଦ୍ର, ଯାନ୍ତ୍ରିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ; ସୂଚନା ପ୍ରଯୁକ୍ତି ବିଦ୍ୟା, କମ୍ପ୍ୟୁଟର ବିଜ୍ଞାନ, ଜୀବ ବୈଷୟିକ ବିଦ୍ୟା ଶିକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ; କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ସମ୍ପର୍କିତ ଅନେକ କଲେଜ; ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ ମହାବିଦ୍ୟାଳୟ; ପର୍ଯ୍ୟଟନ ଓ ହୋଟେଲ ପରିଚାଳନା ଶିକ୍ଷା ନିମିତ୍ତ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।

→ ଭିତ୍ତିଭୂମିର ବିକାଶ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା :

  • ଚଳଚ୍ଚିତ୍ର ପାଇଁ ଓଡ଼ିଶାରେ କଳିଙ୍ଗ ଷ୍ଟୁଡ଼ିଓ ଭଳି ଅନୁଷ୍ଠାନ କାର୍ଯ୍ୟ କରୁଅଛି ।
  • ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ହୋଟେଲ ଓ ଅତିଥ୍ ଗୃହ, ପାନ୍ଥନିବାସ ଓ ପାନ୍ଥନିକାମାନ ଖୋଲାଯାଇଛି ।
  • ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ଵର, ପୁରୀ, କୋଣାର୍କକୁ ନେଇ ଏକ ‘ସୁବର୍ଣ୍ଣ ତ୍ରିଭୁଜ’ର ପରିକଳ୍ପନା କରାଯାଇଛି ।
  • ଚିଲିକା, ଭିତରକନିକାରେ ଜଳଯାତ୍ରା ପାଇଁ ସରକାରୀ ବୋଟ୍ ଯୋଗାଇ ଦିଆଯାଇଛି ।
  • ଓଡ଼ିଶାରେ ଭିତ୍ତିଭୂମିର ବିକାଶ ସହିତ ଓଡ଼ିଆମାନଙ୍କ ସାମାଜିକ ପ୍ରତିବଦ୍ଧତା ଓ ସଂହତି ଦୃଢ଼ ହେଉଛି । ଏହାର ବିକାଶ ପାଇଁ ଅନେକ ସଂସ୍ଥା କାର୍ଯ୍ୟରତ; ଯଥା – ଓଡ଼ିଶା ଶିଳ୍ପ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ବୈଦ୍ୟୁତିକ ସାମଗ୍ରୀ ଉନ୍ନୟନ ନିଗମ, ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ, ଓଡ଼ିଶା କୃଷି ଓ ଅର୍ଥ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଇନ୍ଫୋସିଟି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ
୧୮୫୩ ଖ୍ରୀ.ଅ. – ଭାରତରେ ରେଳପଥ ଆରମ୍ଭ ।
୧୮୯୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚଳାଚଳ ।
୧୯୩୬ ଖ୍ରୀ.ଅ. – ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ପ୍ରଦେଶର ଆତ୍ମପ୍ରକାଶ ।
୧୯୪୨ ଖ୍ରୀ.ଅ. – ‘ଭାରତ ଛାଡ଼’ ଆନ୍ଦୋଳନ ସଂଘଟିତ ।
୧୯୪୬ ଖ୍ରୀ.ଅ. – ଓଡ଼ିଶାରେ ଭିତ୍ତିଭୂମିର ବିକାଶ ନିମନ୍ତେ କାର୍ଯ୍ୟାରମ୍ଭ ।
୧୯୪୮ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ।
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳପଥ ସହିତ ସଂଯୁକ୍ତକରଣ ।
୧୯୮୭ ଖ୍ରୀ.ଅ. – ଏକ ମଧ୍ୟମ ଶ୍ରେଣୀ ବନ୍ଦର ଭାବେ ଗୋପାଳପୁର ବନ୍ଦରର କାର୍ଯ୍ୟାରମ୍ଭ ।
୧୯୯୫ ଖ୍ରୀ.ଅ. – (ଅଗଷ୍ଟ) ଭୁବନେଶ୍ଵର ବିମାନ ବନ୍ଦରରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସର କାର୍ଯ୍ୟାରମ୍ଭ ।
୧୯୯୬ ଖ୍ରୀ.ଅ. – (ଏପ୍ରିଲ୍ ୧) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ।
୧୯୯୬ ଖ୍ରୀ.ଅ. – (ଅଗଷ୍ଟ ୮) ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କଦ୍ଵାରା ପୂର୍ବତଟ ରେଳପଥର ଶୁଭ ଉଦ୍‌ଘାଟନ ।
୨୦୦୩ ଖ୍ରୀ.ଅ. – (ଏପ୍ରିଲ୍) ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ।
୨୦୦୬ ଖ୍ରୀ.ଅ. – ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କାର୍ଯ୍ୟକାରୀ ।
୨୦୦୭ ଖ୍ରୀ.ଅ. – ବିଜୁ ଗ୍ରାମଜ୍ୟୋତି ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ।

Leave a Comment