Odisha State Board BSE Odisha 10th Class History Solutions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ Textbook Exercise Questions and Answers.
BSE Odisha Class 10 History Solutions Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଭୌଗୋଳିକ ସ୍ଥିତି କ’ଣ ଥିଲା ?
Answer:
- ଊନବିଂଶ ଶତାବ୍ଦୀରେ ଓଡ଼ିଶା ଛିନ୍ନଭିନ୍ନ ଅବସ୍ଥାରେ ଥିଲା । ଉପକୂଳବର୍ତ୍ତୀ ଅଞ୍ଚଳରେ ମୁଖ୍ୟତଃ ବାଲେଶ୍ୱର, କଟକ ଓ ପୁରୀ ଇଂରେଜ ଶାସନାଧୀନ ହୋଇ ରହିଥିଲା ।
- ଏହାଛଡ଼ା ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ଇଂରେଜମାନଙ୍କର ପରୋକ୍ଷ ଶାସନାଧୀନ ଥିଲା ।
- ଓଡ଼ିଶାର ଗଞ୍ଜାମ ଅଞ୍ଚଳକୁ ୧୭୫୯ ମସିହାରେ ଇଂରେଜମାନେ ଅତ୍କାର କରି ମାଡ୍ରାସ୍ ପ୍ରେସିଡ଼େନ୍ସିରେ ମିଶାଇ ଦେଇଥିଲେ ।
- ସେହିପରି ୧୮୪୯ ମସିହାରେ ରାଜସ୍ଵତ୍ଵ ଲୋପନୀତି ବଳରେ ସମ୍ବଲପୁର ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇ କେନ୍ଦ୍ରୀୟ ପ୍ରଦେଶ ଅଧୀନକୁ ହସ୍ତାନ୍ତରିତ ହୋଇଥିଲା ।
- ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନିପୁର ବଙ୍ଗ ପ୍ରେସିଡ଼େନ୍ସିରେ ମିଶି ରହିଥିବାବେଳେ ସିଂହଭୂମି ଥିଲା ବିହାରର ଛୋଟନାଗପୁର ଅଧୀନରେ । ଏହିପରି ଭାବରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ରହିଥିଲା ।
(ଖ) ଓଡ଼ିଶାର ଭାଷା ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହୋଇଥିଲା ?
Answer:
- ଓଡ଼ିଆ ଭାଷା ଆନ୍ଦୋଳନକୁ ଓଡ଼ିଆ ଜାତୀୟତାର ଜନନୀ ବୋଲି କୁହାଯାଏ, କାରଣ ଓଡ଼ିଶାବାସୀ ତାଙ୍କର ଜାତୀୟ ଆନ୍ଦୋଳନ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆରମ୍ଭ କରିଥିଲେ ।
- ଓଡ଼ିଶାରେ ଓଡ଼ିଆ ଭାଷାକୁ ବିଲୋପ କରିଦେବାକୁ ଚକ୍ରାନ୍ତ କରାଯାଇଥିଲା । ୧୮୪୯ ମସିହାରେ କଟକର ତତ୍କାଳୀନ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ।
- ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବଙ୍ଗର ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ଏବଂ ଅନ୍ୟମାନେ ମତ ପ୍ରକାଶ କରିଥିଲେ ।
- ମାତ୍ର ବିଖ୍ୟାତ ଭାଷାବିତ୍ ଜନ୍ ବିମ୍ସ, ଓଡ଼ିଶାର ଗଭର୍ଣ୍ଣର ଗୋଲ୍ଡସବରୀ ଏବଂ ବଙ୍ଗର ଜଣେ ପ୍ରସିଦ୍ଧ ଲେଖକ ବାସୁଦେବ ମୁଖୋପାଧ୍ୟାୟ ଏହି ମତକୁ ଗ୍ରହଣ କରି ନଥିଲେ ।
- ଏହି ବିବାଦ ବିଭିନ୍ନ ସଭାସମିତିରେ ଚର୍ଚ୍ଚିତ ହେବା ସହିତ ବହୁ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହେଲା; ଫଳରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଆରମ୍ଭ ହେଲା । ‘ଉତ୍କଳ ସଭା’ ସଙ୍ଗଠନ ଏବଂ ‘ଉତ୍କଳ ଦୀପିକା’ ଓ ‘ସମ୍ବାଦବାହିକା’ ଆଦି ଖବରକାଗଜରେ ଏ ସମ୍ବନ୍ଧରେ ନିୟମିତ ସମ୍ବାଦ ପ୍ରକାଶ ପାଉଥିଲା ।
(ଗ) ସାହିତ୍ୟିକମାନଙ୍କର ଓଡ଼ିଆ ଭାଷା ଆନ୍ଦୋଳନକୁ ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:
- ‘ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ’ – ଏହି ମତକୁ ଓଡ଼ିଆ ଭାଷା ପ୍ରତି ଅନୁରକ୍ତ ଥିବା ବିଦ୍ଵାନ୍ମାନେ ଖଣ୍ଡନ କରିଥିଲେ । ବିଖ୍ୟାତ ଭାଷାବିତ୍ ଜନ ବିମ୍ସ, ଓଡ଼ିଶାର ଗଭର୍ଣ୍ଣର ଗୋଲ୍ସସବରୀ ଓ ବଙ୍ଗୀୟ ଲେଖକ ବାସୁଦେବ ମୁଖୋପାଧ୍ୟାୟ ମଧ୍ୟ ଏହି ମତକୁ ଗ୍ରହଣ କରିନଥୁଲେ ।
- ଏହି ବିବାଦ ବିଭିନ୍ନ ସଭାସମିତିରେ ଚର୍ଚ୍ଚିତ ହେବା ସହ ବହୁ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଥିଲା । ‘ଉତ୍କଳକରିଥିଲେ । ବିଖ୍ୟାତ ଭାଷାବିତ୍ ଜନ ବିମ୍ସ, ଓଡ଼ିଶାର ଗଭର୍ଣ୍ଣର ଗୋଲ୍ଡସବରୀ ଓ ବଙ୍ଗୀୟ ଲେଖକ ବାସୁଦେବ ଏହି ମତ ବିରୋଧରେ ମନ୍ତବ୍ୟ ପ୍ରକାଶ ପାଇଥିଲା ।
- ‘ଉତ୍କଳ ସଭା’ ସଙ୍ଗଠନ ଓ ‘ଉତ୍କଳ ଦୀପିକା’, ‘ସମ୍ବାଦବାହିକା’ ଓ ‘ଉତ୍କଳ ଦର୍ପଣ’ ଆଦି ଖବର କାଗଜ ଓଡ଼ିଆ ଭାଷାର ସ୍ଵତନ୍ତ୍ର ସ୍ଥିତି ବିଷୟରେ ଓଡ଼ିଆମାନଙ୍କୁ ସଚେତନ କରିଥିଲେ ।
- ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ବ୍ୟାସକବି ଫକୀରମୋହନ ସେନାପତି ଓ କବିବର ରାଧାନାଥ ରାୟ ।
- ନୀଳମଣି ବିଦ୍ୟାରମୂଙ୍କ ସମ୍ପାଦନାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ ବିରୋଧରେ ସମାଲୋଚନା କରାଯାଇଥିଲା ଏବଂ ସ୍ବଭାବ କବି ଗଙ୍ଗାଧର ମେହେର ନୀଳମଣିଙ୍କୁ ଏଥିପାଇଁ ସାଧୁବାଦ ଜଣାଇଥିଲେ ।
(ଘ) ସମ୍ବଲପୁରର କୋର୍ଟ କଚେରୀରେ ଓଡ଼ିଆ ଭାଷା ଉଚ୍ଛେଦ ହେଲା ପରେ କ’ଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା ?
Answer:
- ୧୮୯୫ ମସିହା ଜାନୁଆରୀ ୧୫ ତାରିଖରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
- ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ରେ ଇଂରେଜ ସରକାରଙ୍କର ଏହି ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଏଥିପାଇଁ ନୀଳମଣି ବିଦ୍ୟାରତ୍ନଙ୍କୁ ସ୍ୱଭାବକବି ଗଙ୍ଗାଧର ମେହେର ସାଧୁବାଦ ଜଣାଇଥିଲେ ।
- ସମ୍ବଲପୁରରେ କୋର୍ଟ କଚେରୀମାନଙ୍କରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର ଓ ବଳଭଦ୍ର ସୂପକାର ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
- ସମ୍ବଲପୁରର ବହୁ ନେତୃସ୍ଥାନୀୟ ବ୍ୟକ୍ତି ୧୯୦୧ ମସିହା ଅଗଷ୍ଟ ମାସରେ ସିମଳାଠାରେ ବଡ଼ଲାଟ୍ ଲର୍ଡ କର୍ଜନଙ୍କୁ ସାକ୍ଷାତ୍ କରି ଏହି ମର୍ମରେ ସ୍ମାରକପତ୍ର ଦେଇଥିଲେ ।
- ସେମାନଙ୍କର ଦାବିକୁ ବିଚାର କରିବାପାଇଁ ଲର୍ଡ଼ କର୍ଜନ ପ୍ରତିଶ୍ରୁତି ଦେଇଥିଲେ ଏବଂ ପଦକ୍ଷେପ ସ୍ୱରୂପ ଆଣ୍ଡ୍ରାଫେଜରଙ୍କୁ ପତ୍ର ପ୍ରଦାନ କରିଥିଲେ ।
(ଙ) ଲର୍ଡ଼ କର୍ଜନଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନର ଆଭିମୁଖ୍ୟ କ’ଣ ଥିଲା ?
Answer:
- ବଡ଼ଲାଟ୍ ଲର୍ଡ଼ କର୍ଜନଙ୍କୁ ମଧୁସୂଦନ ଦାସ ସିମଳାରେ ସାକ୍ଷାତ୍ କରି ପରିଚୟବିହୀନ ଓଡ଼ିଆ ଜାତିର ସମସ୍ୟାକୁ ଅତ୍ୟନ୍ତ ମାର୍ମିକ ଭାବରେ ଉପସ୍ଥାପିତ କରିଥିଲେ ।
- ମଧୁବାବୁ ଲର୍ଡ଼ କର୍ଜନଙ୍କୁ ଓଡ଼ିଶା ଆସିବାପାଇଁ ଅନୁରୋଧ କରିଥିଲେ । ଲର୍ଡ଼ କର୍ଜନ ଓଡ଼ିଶା ଗସ୍ତ କରି ଓଡ଼ିଶାର କଳା ଓ ସ୍ଥାପତ୍ୟରେ ମୁଗ୍ଧ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣର ଆବଶ୍ୟକତାକୁ ହୃଦ୍ବୋଧ କରିଥିଲେ ।
- ଏହା ଫଳରେ ୧୯୦୩ ମସିହା ଜାନୁଆରୀ ୧ ତାରିଖରୁ ପୁନର୍ବାର ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା ଏବଂ ସେହି ବର୍ଷ ଡିସେମ୍ବର ୩ ତାରିଖରେ ରିସ୍ ସର୍କୁଲାର ପ୍ରକାଶ ପାଇଥିଲା ।
- ଫଳରେ ୧୯୦୫ ମସିହା ଜୁଲାଇ ୧୯ ତାରିଖରେ କେନ୍ଦ୍ରୀୟ ପ୍ରଦେଶରୁ ସମ୍ବଲପୁର ସହିତ ପାଟଣା, କଳାହାଣ୍ଡି, ସୋନପୁର, ବାମଣ୍ଡା ଓ ରେଢ଼ାଖୋଲ ଏବଂ ଛୋଟନାଗପୁରରୁ ଗାଙ୍ଗପୁର ଓ ବଣାଇ ଆସି ଓଡ଼ିଶା ଡିଭିଜନରେ ମିଶିଲା । ଏହା ଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପ୍ରଥମ ସଫଳ ପ୍ରୟାସ ।
- ଲର୍ଡ କର୍ଜନ ୧୯୦୪ ଜାନୁୟାରୀ ୫ ତାରିଖରେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଓଡ଼ିଶା ସହିତ ଦକ୍ଷିଣରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇବାପାଇଁ ଏକ ପତ୍ର ଲେଖିଥିଲେ ।ଏଥିରୁ ଜଣାପଡ଼େ ଲର୍ଡ଼ କର୍ଜନଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନର ଆଭିମୁଖ୍ୟ ଥିଲା ସ୍ପଷ୍ଟ ।
(ଚ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ମଧୁସୂଦନ ଦାସ ଏବଂ ଦଶମ ଅଧିବେଶନରେ ଜୟପୁରର ରାଜା ବିକ୍ରମଦେବ ବର୍ମା କ’ଣ କହିଥିଲେ ?
Answer:
- ୧୯୧୨ ମସିହା ଏପ୍ରିଲ ୬ ଓ ୭ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଷ୍ଟମ ଅଧ୍ଵବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।
- ସେ କହିଥିଲେ ‘ବ୍ରିଟିଶ୍ ଶାସନ ଅଧୀନରେ ଏପରି କୌଣସି ଜାତି ନାହିଁ ଯେଉଁମାନଙ୍କ ପ୍ରତି ଓଡ଼ିଶାର ଲୋକମାନଙ୍କଠାରୁ ଅଧିକ ଅନ୍ୟାୟ ଓ ନିର୍ଦ୍ଦୟ ବ୍ୟବହାର ପ୍ରଦର୍ଶନ କରାଯାଇଛି; ଯଦିଓ ସେମାନେ ନିଘୋଷ ।’’
- ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡିଠାରେମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ବାରା ଆୟୋଜିତ ହୋଇଥିଲା ।
- ଏହି ଅଧୂବେଶନରେ ଜୟପୁର ରାଜା ବିକ୍ରମଦେବ ବର୍ମା କହିଥିଲେ, ‘ଯଦି ମୋର ଛିନ୍ନ ମସ୍ତକ ରାଞ୍ଚରେ ରଖାଯାଏ, ଦିଆଯାଏ; ମୋର ଦୁଇଗୋଡ଼କୁ ମାନ୍ଦ୍ରାଜର ଚିକିତ୍ସାଳୟରେ ରଖାଯାଏ ଓ ମୋ ଶରୀରର ଗଣ୍ଡିକୁ ବଙ୍ଗୋପସାଗରରେ ଫିଙ୍ଗି ତେବେ କ’ଣ ମୁଁ ବଞ୍ଚିଛି ବୋଲି କୁହାଯାଇପାରିବ ? ଆମ ଉତ୍କଳ ଜନନୀ ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଛି । ତେଣୁ ଉତ୍କଳ ଜନନୀର ବିକ୍ଷିପ୍ତାଶଗୁଡ଼ିକର ଏକତ୍ରୀକରଣ ଦରକାର ।’’
- ଏହା ଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟୋକ୍ତା ଦୁଇ ମହାରଥୀଙ୍କ ବକ୍ତବ୍ୟ ।
(ଛ) ସିହ୍ନା ପ୍ରସ୍ତାବ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
- ୧୯୧୯ ମସିହାରେ ‘ଉତ୍କଳ ସମ୍ମିଳନୀ’ର ପୁରୀ ଅଧିବେଶନରେ ବିହାର ପ୍ରତିନିଧ ସଚ୍ଚିଦାନନ୍ଦ ସିହ୍ନା ଏବଂ କନିକା ରାଜା ରାଜେନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ରରେ ସମ୍ରାଟଙ୍କ ବିଧାୟକ ପରିଷଦରେ ଓଡ଼ିଶା ପ୍ରଦେଶ ଗଠନ ଦାବି ଉତ୍ଥାପନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା ।
- ୧୯୨୦ ମସିହା ଫେବୃୟାରୀ ୨୦ ତାରିଖରେ ପରିଷଦରେ ସିହ୍ନା ପ୍ରସ୍ତାବ ଦେଇଥିଲେ ଯେ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନରେ ମିଶାଇ ଦିଆଯାଉ ।
- ଏଥପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ନିମିତ୍ତ ସରକାରୀ ଓ ବେସରକାରୀ ସଦସ୍ୟମାନଙ୍କର ଏକ ମିଳିତ କମିଟି ନିଯୁକ୍ତ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ ।
- ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହି ପ୍ରସ୍ତାବକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ । ସିହ୍ନାଙ୍କ ପ୍ରସ୍ତାବ ଉପରେ ଭାରତ ସରକାର ସମ୍ପୃକ୍ତ ପ୍ରାଦେଶିକ ସରକାରଙ୍କର ମତ ଚାହିଁଥିଲେ । କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ପ୍ରସ୍ତାବରେ ରାଜିହୋଇ ନଥିଲେ ।
- ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପ-ପ୍ରଦେଶ ପାହ୍ୟା ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ଏହି ବିଫଳତା ଓଡ଼ିଆ ଆନ୍ଦୋଳନକୁ ତୀବ୍ରତର କରିଥିଲା ।
(ଜ) ଫିଲିପ୍ ଡପ୍ କମିଟି କେବେ, କାହିଁକି ଓ କିପରି ଗଠିତ ହୋଇଥିଲା ?
Answer:
- ଫିଲିପ୍ ଡଫ୍ କମିଟି ୧୯୨୪ ମସିହାରେ ଗଠିତ ହୋଇଥିଲା ।
- ଦୀର୍ଘଦିନ ଧରି ଗଞ୍ଜାମର ଓଡ଼ିଆ ଲୋକ ଓଡ଼ିଶା ସହିତ ମିଶିବାକୁ ଦାବି କରି ଆସୁଥିଲେ ସୁଦ୍ଧା ମାନ୍ଦ୍ରାଜ ସରକାରଙ୍କ ମନୋବୃତ୍ତିରେ କୌଣସି ପରିବର୍ତ୍ତନ ହୋଇ ନଥିଲା ।
- ଓଡ଼ିଶାବାସୀଙ୍କ ବାରମ୍ବାର ଦାବି ଫଳରେ ଇଂରେଜ ସରକାର ୧୯୨୪ ମସିହା ଶେଷଭାଗରେ ଏହି ଦୁଇଜଣିଆ କମିଟି ନିଯୁକ୍ତ କରିଥିଲେ ।
- ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିର ଯଥାର୍ଥତା ଅନୁଧ୍ୟାନ କରିବାପାଇଁ ଗଠିତ ଏହି କମିଟିରେ ଗଡ଼ଜାତ ରାଜ୍ୟସମୂହର ପଲଟିକାଲ ଏଜେଣ୍ଟ ସି.ଏଲ୍. ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି. ଡଫ୍ ସଦସ୍ୟ ଥିଲେ । ଏହା ‘ଫିଲିପ୍ ଡଫ୍ କମିଟି’ ନାମରେ ପରିଚିତ ।
- ଏହି କମିଟି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବଳିଷ୍ଠ ଯୁକ୍ତିଦ୍ଵାରା ପ୍ରଭାବିତ ହୋଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସୁପାରିସ କରିଥିଲେ ।
(ଝ) ପ୍ରଥମ ଗୋଲଟେବୁଲ ବୈଠକରେ ଭାଗ ନେବାକୁ ଯାଇଥିବା ସମୟରେ ଇଂଲଣ୍ଡରେ କୃଷ୍ଣଚନ୍ଦ୍ର ଗଜପତିଙ୍କ କାର୍ଯ୍ୟାବଳୀ କ’ଣ ଥିଲା ?
Answer:
- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବିହାର-ଓଡ଼ିଶା ସରକାରଙ୍କଦ୍ବାରା ମନୋନୀତ ହୋଇ ଓଡ଼ିଆମାନଙ୍କର ପ୍ରତିନିଧରୂପେ ଲଣ୍ଡନଠାରେ ଅନୁଷ୍ଠିତ ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।
- ଇଂଲଣ୍ଡରେ ଗୋଲଟେବୁଲ ବୈଠକରେ ଓ ଏହା ବାହାରେ ସେ ଦୃଢ଼ ଭାବରେ ଓଡ଼ିଆମାନଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି ଉପସ୍ଥାପିତ କରିଥିଲେ ।
- ଏ ସଂକ୍ରାନ୍ତରେ ସେ ‘ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି’ ନାମକ ଏକ ପୁସ୍ତିକା ବୈଠକର ପ୍ରତିନିଧିମାନଙ୍କୁ ବିତରଣ କରିଥିଲେ । ସେ ମଧ୍ୟ ଇଂଲଣ୍ଡର ଭାରତ ସଚିବ ସାମୁଏଲ୍ ହୋର୍ଙ୍କୁ ସାକ୍ଷାତ କରି ଓଡ଼ିଆମାନଙ୍କର ଦାବି ସମ୍ପର୍କରେ ଅବଗତ କରାଇଥିଲେ ।
- ୧୯୩୧ ମସିହା ଜାନୁୟାରୀ ୧୬ ତାରିଖରେ ସେ ଏକ ଐତିହାସିକ ଭାଷଣ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯୌକ୍ତିକତା ଉପସ୍ଥାପିତ କରିଥିଲେ ।
- ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅକାଟ୍ୟ ଯୁକ୍ତି ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଇଂରେଜ ସରକାର ଓଡ଼ିଆମାନଙ୍କର ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିକୁ ସ୍ବୀକାର କରିଥିଲେ । ଏହାଦ୍ୱାରା ମଧୁସୂଦନ ଦାସଙ୍କ ଦୀର୍ଘଦିନର କଠିନ ପରିଶ୍ରମ ଫଳପ୍ରସୂ ହୋଇପାରିଥିଲା ।
(ଞ) ଓ’ଡ଼ନେଲ୍ କମିଟି କାହିଁକି ଓ କିପରି ଗଠିତ ହୋଇଥିଲା ଏବଂ ଓଡ଼ିଆମାନେ କାହିଁକି ଏହାର ନିଷ୍ପଭିରେ ସନ୍ତୁଷ୍ଟ ହୋଇନଥିଲେ ?
Answer:
- ୧୯୩୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ଭାରତ ସରକାର ତିନି ସଦସ୍ୟ ବିଶିଷ୍ଟ ଏକ ସୀମା ନିର୍ଦ୍ଧାରଣ କମିଟି ନିଯୁକ୍ତ କରିଥିଲେ ।
- ଏହି କମିଟିର ଅଧ୍ୟକ୍ଷ ଥିଲେ ସାମୁଏଲ ଓ’ଡ଼ନେଲ୍ ଓ ଅନ୍ୟ ଦୁଇଜଣ ସଭ୍ୟ ଥିଲେ ବମ୍ବେର ଏଚ୍. ଏମ୍. ମେହେଟ୍ଟା ଓ ଆସାମର ଟି. ଆର୍. ଫୁକନ୍ ।
- ଏହି କମିଟିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ସଚ୍ଚିଦାନନ୍ଦ ସିହ୍ନା ଓ ସି.ଭି.ଏସ୍. ନରସିଂହ ରାଜୁ ସହଯୋଗୀ ସଦସ୍ୟ ରୂପେ ରହିଥିଲେ ।
- ଏହି ସମୟରେ ତେଲୁଗୁମାନେ ମାନ୍ଦ୍ରାଜରୁ ଓଡ଼ିଶାକୁ କୌଣସି ଅଞ୍ଚଳ ହସ୍ତାନ୍ତର କରାଯିବ ନାହିଁ ବୋଲି ଦୃଢ଼ ଦାବି କରୁଥିଲାବେଳେ ପାରଳାଖେମୁଣ୍ଡିର ଓଡ଼ିଆମାନେ ଓ ‘ଉତ୍କଳ ହିତୈଷିଣୀ ସମାଜ’ର ସଭ୍ୟମାନେ ଓଡ଼ିଶାରେ ପାରଳାଖେମୁଣ୍ଡିକୁ ମିଶାଇ ଦେବାପାଇଁ ଓ’ଡ଼ନେଲ୍ କମିଟି ଆଗରେ ଦୃଢ଼ ଦାବି ଜଣାଇଥିଲେ ।
- ମାତ୍ର ଓଡ଼ିଆମାନେ ଓ’ଡ଼ନେଲ କମିଟିର ନିଷ୍ପଭିରେ ସନ୍ତୁଷ୍ଟ ହୋଇ ନଥିଲେ, କାରଣ ଏଥିରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶରୁ ପାରଳାଖେମୁଣ୍ଡି, ମଞ୍ଜୁଷା, ମେଦିନୀପୁର ଏବଂ ସିଂହଭୂମିକୁ ବାଦ୍ ଦିଆଯାଇଥିଲା ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଗଞ୍ଜାମ ଓ ସମ୍ବଲପୁର ଯଥାକ୍ରମେ କେଉଁ ମସିହାରେ ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ?
Answer:
- ୧୭୫୯ ମସିହାରେ ଗଞ୍ଜାମ ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ।
- ୧୮୪୯ ମସିହାରେ ସମ୍ବଲପୁର ଇଂରେଜମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ।
(ଖ) ଓଡ଼ିଆ ଆନ୍ଦୋଳନରେ ଗଞ୍ଜାମବାସୀ କିପରି ଅଂଶଗ୍ରହଣ କରିଥିଲେ ?
Answer:
- ଗଞ୍ଜାମବାସୀ ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ସ୍ଥାପନ କରି ଓଡ଼ିଆ ଭାଷା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
- ସେମାନେ ଗଞ୍ଜାମକୁ ମାନ୍ଦ୍ରାଜ ପ୍ରେସିଡେନ୍ସି ଅଧୀନରୁ ଆଣି ଓଡ଼ିଶା ସହିତ ମିଶ୍ରଣ ପାଇଁ ଦାବି କରିଥିଲେ ।
(ଗ) କିଏ ଏବଂ କେବେ ସମ୍ବଲପୁରର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ?
Answer:
- କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର ଆଣ୍ଡ୍ରାଫ୍ରେଜର ସମ୍ବଲପୁରର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
- ସେ ୧୮୯୫ ମସିହା ଜାନୁୟାରୀ ୧୫ ତାରିଖରେ ଏହା କରିଥିଲେ ।
(ଘ) ନୀଳମଣି ବିଦ୍ୟାରତ୍ନ କେଉଁ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷାନୀତିର ସମାଲୋଚନା କରିଥିଲେ ଏବଂ ଏଥିପାଇଁ କିଏ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ?
Answer:
- ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ଇଂରେଜ ସରକାରଙ୍କ ଭାଷାନୀତିର ସମାଲୋଚନା କରିଥଲେ ।
- ଏଥିପାଇଁ ତାଙ୍କୁ ସ୍ବଭାବକବି ଗଙ୍ଗାଧର ମେହେର ଅଭିନନ୍ଦନ ଜଣାଇଥିଲେ ।
(ଙ) ଲର୍ଡ଼ କର୍ଜନ ଓଡ଼ିଶା ଗସ୍ତରେ ଆସିବାଦ୍ୱାରା କି ଲାଭ ହୋଇଥିଲା ?
Answer:
- ଲର୍ଡ଼ କର୍ଜନ ଓଡ଼ିଶା ଗସ୍ତରେ ଆସିବାଦ୍ଵାରା ଓଡ଼ିଶାର କଳା ଓ ସ୍ଥାପତ୍ୟରେ ମୁଗ୍ଧ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କ ଏକତ୍ରୀକରଣର ଆବଶ୍ୟକତାକୁ ହୃଦ୍ବୋଧ କରିଥିଲେ ।
- ଯାହାଫଳରେ ୧୯୦୩ ମସିହା ଜାନୁଆରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପୁନଃପ୍ରଚଳିତ ହୋଇଥୁଲା ।
(ଚ) ‘ରିସ୍ ସର୍କୁଲାର’ କେବେ ଓ କାହାଦ୍ଵାରା ପ୍ରକାଶିତ ହୋଇଥିଲା ?
Answer:
- ୧୯୦୩ ମସିହା ଡିସେମ୍ବର ୩ ତାରିଖରେ ‘ରିସ୍ ସର୍କୁଲାର’ ପ୍ରକାଶିତ ହୋଇଥିଲା ।
- ଭାରତ ସରକାରଙ୍କ ଘରୋଇ ସଚିବ ହେନ୍ରୀ ରିସ୍ଙ୍କଦ୍ୱାରା ଏହା ପ୍ରକାଶିତ ହୋଇଥିଲା ।
(ଛ) ସାଇମନ୍ କମିଶନ ଭାରତ ଗସ୍ତବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ କେଉଁଠାରେ ଓ କାହିଁକି ତାଙ୍କୁ ଭେଟିଥିଲେ ?
Answer:
- ସାଇମନ୍ କମିଶନଙ୍କ ଭାରତ ଗସ୍ତବେଳେ ଉତ୍କଳ ସମ୍ମିଳନୀର ସଭ୍ୟମାନେ ପାଟନାଠାରେ ତାଙ୍କୁ ଭେଟିଥିଲେ ।
- ଏହି ସଭ୍ୟମାନେ କମିଶନଙ୍କ ନିକଟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ ।
(ଜ) ଅଟ୍ ସବ୍ କମିଟିରେ ଓଡ଼ିଆ ସଦସ୍ୟ କେଉଁମାନେ ଥିଲେ ?
Answer:
ଅଟଲି ସବ୍କମିଟିରେ ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି ଥିଲେ ।
(ଝ) ଅଟ୍ ସବ୍କମିଟି କେଉଁ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିସ କରିଥିଲା ?
Answer:
ଅଟଲି ସବ୍କମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ର କରି ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୁପାରିସ କରିଥିଲା ।
(ଞ) କେବେ ଓ କେଉଁଠାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କୁ ଅବଗତ କରାଯାଇଥିଲା ?
Answer:
୧୯୩୧ ମସିହା ମାର୍ଚ୍ଚ ୨୯ ତାରିଖରେ କରାଚୀଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଅଧିବେଶନରେ ଓଡ଼ିଶାର ପ୍ରତିନିଧିମାନେ ସ୍ବତନ୍ତ୍ର ଓଡ଼ିଶା ଗଠନ ଦାବି ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କୁ ଅବଗତ କରାଇଥିଲେ ।
(ଟ) ଓ’ଡ଼ନେଲ୍ କମିଟି ପ୍ରସ୍ତାବର ପ୍ରତିବାଦ କରିବାପାଇଁ କେବେ ଏବଂ କେଉଁଠାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧୂବେଶନ ବସିଥିଲା ?
Answer:
ଓ’ଡ଼ନେଲ୍ କମିଟି ପ୍ରସ୍ତାବର ପ୍ରତିବାଦ କରିବାପାଇଁ ୧୯୩୨ ମସିହା ଅଗଷ୍ଟ ୨୧ ତାରିଖରେ ବ୍ରହ୍ମପୁରଠାରେ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ଜରୁରୀ ଅଧ୍ଶନ ବସିଥିଲା ।
(୦) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ଵେତପତ୍ର କେବେ ପ୍ରକାଶ ପାଇଥିଲା ଏବଂ ଏଥିରେ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ କେତେ ଥିଲା ?
Answer:
- ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଶ୍ଵେତପତ୍ର ୧୯୩୩ ମସିହା ମାର୍ଚ୍ଚ ୧୭ ତାରିଖରେ ପ୍ରକାଶ ପାଇଥିଲା ।
- ଏଥରେ ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ ୨୧,୫୪୫ ବର୍ଗ ମାଇଲ୍ ଥିଲା ।
(ଡ) ଶ୍ଵେତପତ୍ରରେ ପ୍ରସ୍ତାବିତ ଓଡ଼ିଶାରୁ କେଉଁ ଅଞ୍ଚଳଗୁଡ଼ିକ ବାଦ୍ ଦିଆଯାଇଥିଲା ?
Answer:
ଶ୍ଵେତପତ୍ରରେ ପ୍ରସ୍ତାବିତ ଓଡ଼ିଶାରୁ ଜୟପୁର ଏବଂ ପାରଳାଖେମୁଣ୍ଡିକୁ ବାଦ୍ ଦିଆଯାଇଥିଲା ।
(ଢ) ଭାରତ ଶାସନ ଆଇନ ୧୯୩୫ର କେଉଁ ଧାରାରେ ଓଡ଼ିଶାକୁ ଏକ ପୃଥକ୍ ପ୍ରଦେଶ ଭାବେ ସ୍ୱୀକୃତି ଦିଆଗଲା ଏବଂ କେବେ ‘ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬’’ ଘୋଷିତ ହେଲା ?
Answer:
ଭାରତ ଶାସନ ଆଇନ ୧୯୩୫ର ୨୮୯ ଧାରାରେ ଓଡ଼ିଶାକୁ ଏକ ପୃଥକ୍ ପ୍ରଦେଶ ଭାବେ ସ୍ବୀକୃତି ଦିଆଗଲା ଏବଂ ୧୯୩୬ ମସିହା ମାର୍ଚ୍ଚ ୩ ତାରିଖରେ ‘ଭାରତ ଶାସନ (ଓଡ଼ିଶା ଗଠନ) ନିର୍ଦ୍ଦେଶ ୧୯୩୬’’ ଘୋଷିତ ହେଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ବଙ୍ଗ ପ୍ରେସିଡେନ୍ସି ସହିତ କେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶି ରହିଥିଲା ?
Answer:
ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମେଦିନିପୁର ବଙ୍ଗ ପ୍ରେସିଡ଼େନ୍ସି ସହିତ ମିଶି ରହିଥିଲା ।
(ଖ) ଓଡ଼ିଶାର କେଉଁ ଗଭର୍ଣ୍ଣର ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ?
Answer:
ଓଡ଼ିଶାର ଗଭଣ୍ଡିର ଗୋଲ୍ଡବରୀ ଓଡ଼ିଆ ଭାଷାର ସ୍ଵାତନ୍ତ୍ର୍ୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରିଥିଲେ ।
(ଗ) ୧୮୮୮ ରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଗଭର୍ଣ୍ଣର କିଏ ଥିଲେ ?
Answer:
୧୮୮୮ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ ସାର୍ ଏସ୍.ସି. ବେଲି ।
(ଘ) ସାର୍ ଆଣ୍ଡ୍ରାଫ୍ରେଜର କିଏ ଥିଲେ ?
Answer:
ସାର୍ ଆଣ୍ଡ୍ରାଫ୍ରେଜର କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଥିଲେ ।
(ଙ) ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା କେବେଠାରୁ ପୁନଃପ୍ରଚଳିତ ହୋଇଥିଲା ?
Answer:
୧୯୦୩ ମସିହା ଜାନୁଆରୀ ୧ ତାରିଖରୁ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଇଥିଲା ।
(ଚ) ଲର୍ଡ଼ ଆମ୍ପ୍ଲ୍ କିଏ ଥିଲେ ?
Answer:
ଲର୍ଡ଼ ଆମ୍ଥ୍ଲ୍ ମାନ୍ଦ୍ରାଜର ଗଭର୍ଣ୍ଣର ଥିଲେ ।
(ଛ) ବିହାର-ଓଡ଼ିଶା ପ୍ରଦେଶ କେବେ ଗଠନ କରାଯାଇଥିଲା ?
Answer:
୧୯୧୨ ମସିହା ଅଗଷ୍ଟ ୧ ତାରିଖରେ ବିହାର-ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ।
(ଜ) ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ବିହାର-ଓଡ଼ିଶା ସରକାର ଓଡ଼ିଶା ପାଇଁ କ’ଣ ପ୍ରସ୍ତାବ ଦେଇଥିଲେ ?
Answer:
ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ସିହ୍ନାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିବା ପରେ ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ ଉପ-ପ୍ରଦେଶ ପାହ୍ୟା ଦେବାପାଇଁ ପ୍ରସ୍ତାବ ଦେଇଥିଲେ ।
(ଝ) କେନ୍ଦ୍ରୀୟ ବିଧାୟକ ପରିଷଦର କେଉଁ ସଦସ୍ୟ ଅଟ୍ଲି ସବ୍କମିଟିର ସଦସ୍ୟ ଥିଲେ ?
Answer:
କେନ୍ଦ୍ରୀୟ ବିଧାୟକ ପରିଷଦର ସଦସ୍ୟ ଡକ୍ଟର ସୁରୱାର୍ଦ୍ଦି ଅଟ୍ଲି ସବ୍-କମିଟିର ସଦସ୍ୟ ଥିଲେ ।
(ଞ) ଓ’ଡ଼ନେଲ କମିଟି କେବେ ନିଯୁକ୍ତ ହୋଇଥିଲା ?
Answer:
ଓ’ଡ଼ନେଲ କମିଟି ୧୯୩୧ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ନିଯୁକ୍ତ ହୋଇଥିଲା ।
(ଟ) ପାରଳାଖେମୁଣ୍ଡିର କେଉଁ ଅନୁଷ୍ଠାନ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇ ଓ ଡ଼ନେଲ କମଟ ନିକଟରେ ଦାବି କରିଥିଲେ ?
Answer:
ପାରଳାଖେମୁଣ୍ଡିର ‘ଉତ୍କଳ ହିତୈଷିଣୀ ସମାଜ’ ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଇବାପାଇ ଓ ଡ଼ନେଲ କମଟ ନିକଟରେ ଦାବି କରିଥିଲେ ।
(୦) ତୃତୀୟ ଗୋଲ୍ବୁଲ୍ ବୈଠକ ପରେ କିଏ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ?
Answer:
ତୃତୀୟ ଗୋଲଟେବୁଲ ବୈଠକ ପରେ ଭାରତ ସଚିବ ସାମୁଏଲ୍ ହୋର୍ ଭାରତ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନର ଘୋଷଣା କରିଥିଲେ ।
(ଡ) ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ କେତେ ବର୍ଗମାଇଲକୁ ବୃଦ୍ଧି କରାଯାଇଥିଲା ?
Answer:
ମିଳିତ ସଂସଦୀୟ କମିଟି ପ୍ରସ୍ତାବରେ ଓଡ଼ିଶାର କ୍ଷେତ୍ରଫଳ ୩୨,୬୯୫ ବର୍ଗ ମାଇଲ୍କୁ ବୃଦ୍ଧି କରାଯାଇଥିଲା ।
(ଢ) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ସୃଷ୍ଟି ହେଲା ?
Answer:
୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ସମ୍ବଲପୁରର କେତେକ ନେତୃସ୍ଥାନୀୟ ବ୍ୟକ୍ତି କେଉଁଠାରେ କର୍ଜନଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ?
(i) କଲିକତା
(ii) ଦିଲ୍ଲୀ
(iii) ସିମଳା
(iv) କଟକ
Answer:
(iii) ସିମଳା
(ଖ) କେଉଁ ଅଞ୍ଚଳଟି କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୁକ୍ତ ନ ଥିଲା ?
(i) ବାମଣ୍ଡା
(ii) ସୋନପୁର
(iii) ବଣାଇ
(iv) ରେଢ଼ାଖୋଲ
Answer:
(iii) ବଣାଇ
(ଗ) ଲର୍ଡ଼ କର୍ଜନ କେବେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଓଡ଼ିଶାରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମିଶ୍ରଣର ଯୌକ୍ତିକତା ବିଷୟରେ ଲେଖୁଥିଲେ ?
(i) ୧୯୦୩ ଡିସେମ୍ବର ୩
(ii) ୧୯୦୪ ଜାନୁୟାରୀ ୫
(iii) ୧୯୦୪ ଜୁନ୍ ୨୦
(iv) ୧୯୦୫ ଜୁଲାଇ ୧୯
Answer:
(ii) ୧୯୦୪ ଜାନୁୟାରୀ ୫
(ଘ) କାହା ନେତୃତ୍ୱରେ ଉତ୍କଳ ସମ୍ମିଳନୀର ସାତଜଣିଆ କମିଟିଦ୍ଵାରା ମଣ୍ଟେଗୁ ଓ ଚେମ୍ସ୍ଫୋର୍ଡ଼ଙ୍କୁ ଦାବିପତ୍ର ଦିଆଯାଇଥିଲା ?
(i) କୃଷ୍ଣଚନ୍ଦ୍ର ଗଜପତି
(ii) ବିକ୍ରମଦେବ ଶର୍ମା
(iii) ମଧୁସୂଦନ ଦାସ
(iv) ରାଜେନ୍ଦ୍ର ନାରାୟଣ ଭଞ୍ଜ
Answer:
(iii) ମଧୁସୂଦନ ଦାସ
(ଙ) କିଏ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ ?
(i) ବିଶ୍ବନାଥ କର
(ii) ଶଶିଭୂଷଣ ରଥ
(iii) ନୀଳକଣ୍ଠ ଦାସ
(iv) ଭୁବନାନନ୍ଦ ଦାସ
Answer:
(ii) ଶଶିଭୂଷଣ ରଥ
(ଚ) ଫିଲିପ୍-ଡଫ୍ କମିଟି କେବେ ନିଯୁକ୍ତ ହୋଇଥିଲା ?
(i) ୧୯୧୯
(ii) ୧୯୨୧
(iii) ୧୯୨୪
(iv) ୧୯୨୮
Answer:
(ii) ୧୯୨୪
(ଛ) କେବେ ମହାରାଜା କୃଷ୍ଣଚନ୍ଦ୍ର ଇଂଲଣ୍ଡରେ ସ୍ୱତନ୍ତ୍ର ଓଡ଼ିଶା ସମ୍ପର୍କରେ ଏକ ଐତିହାସିକ ଭାଷଣ ଦେଇଥିଲେ ?
(i) ୧୯୩୦ ନଭେମ୍ବର ୧୨
(ii) ୧୯୩୧ ଜାନୁୟାରୀ ୧୬
(iii) ୧୯୩୧ ଜାନୁୟାରୀ ୧୯
(iv) ୧୯୩୩ ଜୁଲାଇ ୩
Answer:
(ii) ୧୯୩୧ ଜାନୁୟାରୀ ୧୬
(ଜ) କିଏ ଓ’ଡନେଲ କମିଟିର ସହଯୋଗୀ ସଦସ୍ୟ ନ ଥିଲେ ?
(i) ସଚ୍ଚିଦାନନ୍ଦ ସିହ୍ନା
(ii) ସି.ଭି.ଏସ୍. ନରସିଂହ ରାଜୁ
(iii) କୃଷ୍ଣଚନ୍ଦ୍ର ଗଜପତି
(iv) ମଧୁସୂଦନ ଦାସ
Answer:
(iv) ମଧୁସୂଦନ ଦାସ
୫ । ପାଠରେ ଦିଆଯାଇଥିବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)