BSE Odisha 9th Class Political Science Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

Odisha State Board BSE Odisha 9th Class Political Science Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Textbook Exercise Questions and Answers.

BSE Odisha Class 9 Political Science Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଭାରତର ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ବୈଶିଷ୍ଟ୍ୟ ଆଲୋଚନା କର ।
Answer:

  • ଭାରତୀୟ ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ
  • କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ଥ‌ିବା ସରକାରମାନଙ୍କ ପାଇଁ ଏଥରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମୌଳିକ କର୍ତ୍ତବ୍ୟ ।
  • ଉଭୟ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧିକାର ହେଉଛି ସମ୍ବିଧାନର ‘ମୁଖବନ୍ଧ’ ବା ‘ପ୍ରସ୍ତାବନା’ ବା ‘ପ୍ରାକ୍‌କଥନ’ରେ ରହିଥିବା ଲକ୍ଷ୍ୟ ପୂରଣର ଏକ ଉତ୍ତମ ମାଧ୍ୟମ । ମୌଳିକ ଅଧିକାର ଯେପରି ଭାବରେ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇଥାଏ ।
  • ଆମ ଦେଶ ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବାର ଲକ୍ଷ୍ୟ ରଖ୍ ଏହି ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି ।
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ କି ଏଗୁଡ଼ିକର ପାଳନ ପାଇଁ ନ୍ୟାୟାଳୟର ସାହାଯ୍ୟ ନିଆଯାଇପାରେ ନାହିଁ; ମାତ୍ର ଜନମତକୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର

BSE Odisha 9th Class Political Science Book Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

(ଖ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅସ୍ଵୀକାର ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ ।
Answer:

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ମୌଳିକ ଅସ୍ଵୀକାର
  •  ଏଗୁଡ଼ିକ ଅସ୍ତିବାଚକ ।
  • ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ଅଛି ।
  • ବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ କରିଥାଏ।
  • ଏଗୁଡ଼ିକୁ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ ନୁହଁନ୍ତି ।
  • ଏହା ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ ।
  • ଏହାର ସୀମା ବ୍ୟାପକ ।
  • ଏଗୁଡ଼ିକ ନାସ୍ତିବାଚକ ।
  • ଏଗୁଡ଼ିକଦ୍ୱାରା ବ୍ୟକ୍ତିର ମୌଳିକ ଅଧିକାର କ୍ଷେତ୍ରରେ ରାଷ୍ଟ୍ରର
  • କୌଣସି ପ୍ରକାର ହସ୍ତକ୍ଷେପକୁ ବାରଣ କରାଯାଇଛି ।ସୁଦୃଢ଼ କରିଥାଏ ।
  • ଏଗୁଡ଼ିକୁ ସରକାର ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟ ।
  • ଦେଶକୁ ପୋଲିସ୍ ରାଷ୍ଟ୍ରରେ ପରିଣତ ନ ହେବାକୁ ଏହା ଏକ ପ୍ରାଚୀର ଭଳି କାର୍ଯ୍ୟ କରେ ।
  • ଏହା ବ୍ୟକ୍ତିର ଅଧିକାର ମଧ୍ୟରେ ସୀମିତ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଆମ ସମ୍ବିଧାନର କେଉଁ ଭାଗ ଓ କେଉଁ ଧାରାଗୁଡ଼ିକରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନ କରାଯାଇଛି ?
Answer:
ଆମ ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନ କରାଯାଇଛି ।

(ଖ) ଗାନ୍ଧିବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସଂକ୍ଷେପରେ ଆଲୋଚନା କର । ଗାନ୍ଧିଜୀଙ୍କ ଆଦର୍ଶଗୁଡ଼ିକ ରାଷ୍ଟ୍ରନୀତି ନିୟାମକ
Answer:

  • ନିର୍ଦ୍ଦେଶାବଳୀରେ ସମ୍ବିଧାନର ଧାରା ୪୦, ୪୫, ୪୬, ୪୭ ଓ ୪୮ ମାଧ୍ୟମରେ ପ୍ରତିଫଳିତ ହୋଇଛି ।
  • ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ପାଇଁ ଗ୍ରାମପଞ୍ଚାୟତ ପ୍ରତିଷ୍ଠା, କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର, ଅନୁନ୍ନତ ବର୍ଗର ଲୋକମାନଙ୍କର ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା, ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶା ଓ ମାଦକ ଦ୍ରବ୍ୟ ନିଷିଦ୍ଧ କରିବା ଓ ଛଅ ବର୍ଷରୁ ଚଉଦ ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

BSE Odisha 9th Class Political Science Book Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

(ଗ) ଉଦାହରଣ ସହିତ ଉଦାରବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନ କର ।
Answer:

  • ସମ୍ବିଧାନର ଧାରା ୪୪, ୪୯, ୫୦, ୫୧ରେ ଉଦାରବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣିତ ହୋଇଛି ।
  • ଏଥୁରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ପୃଥକୀକରଣ; ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳନ ; ଦେଶର କଳା, ସ୍ଥାପତ୍ୟ ଓ ଐତିହାସିକ ଗୁରୁତ୍ଵ ବିଶିଷ୍ଟ ସ୍ଥାନଗୁଡ଼ିକର ସଂରକ୍ଷଣ; କୃଷି ଓ ପଶୁପାଳନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତିର ପ୍ରଚଳନ, ଜଙ୍ଗଲ, ବଣ୍ୟଜନ୍ତୁ ଓ ପରିବେଶ ସଂରକ୍ଷଣ; ଆନ୍ତର୍ଜାତିକ ଆଇନକୁ ସମ୍ମାନ ପ୍ରଦର୍ଶନ ଓ ଆନ୍ତର୍ଜାତିକ ବିବାଦର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

(ଘ) ସମାଜବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସଂକ୍ଷେପରେ ଲେଖ ।

  • ସମ୍ବିଧାନର ଧାରା ୩୮ରେ ବର୍ଣ୍ଣିତ ଅଛି ଯେ ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବ, ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଫଳିତ ହେବ ।
  • ଧାରା ୩୯ରେ କୁହାଯାଇଛି ଯେ ସମସ୍ତ ନାରୀ ଓ ପୁରୁଷ ନାଗରିକମାନଙ୍କୁ ସମାନ ଭାବରେ ଜୀବିକା ଅର୍ଜନ ପାଇଁ ଉପଯୁକ୍ତ ପନ୍ଥା, ଜାତୀୟ ସମ୍ପତ୍ତିକୁ ନ୍ୟାୟୋଚିତ ଭାବେ ବଣ୍ଟନ, ଦେଶର ସମ୍ପରି ଅଳ୍ପ ଲୋକଙ୍କ ହାତରେ ଶ୍ରେଣୀର ବ୍ୟକ୍ତିଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ଦିଆଯିବ ।

BSE Odisha 9th Class Political Science Book Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ କେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ପ୍ରଣୟନ କରଯାଇଅଛି ?
Answer:
ଦେଶର ଗରିବ, ପଛୁଆବର୍ଗ, ଶିଶୁ ଓ ମହିଳା ଏବଂ ଅନ୍ୟାନ୍ୟ ଅବହେଳିତ ଲୋକମାନଙ୍କର ବିକାଶ ତଥା ରାଷ୍ଟ୍ରର ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପ୍ରଣୟନ କରଯାଇଅଛି ।

(ଖ) ଯଦି ଗୋଟିଏ ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାରେ ଆନ୍ତରିକତା ନ ଦେଖାନ୍ତି, ସେତେବେଳେ ପରିସ୍ଥିତି କ’ଣ ହୁଏ ?
Answer:
ଯଦି ଗୋଟିଏ ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାରେ ଆନ୍ତରିକତା ନ ଦେଖାନ୍ତି, ତେବେ ସେହି ସରକାର ଲୋକପ୍ରିୟତା ହରାଇ ବସେ ।

BSE Odisha 9th Class Political Science Book Solutions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

(ଗ) କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ?
Answer:
୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅଧ‌ିକ କ୍ଷମତା ପ୍ରଦାନ କରାଯାଇଛି ।

(ଘ) ଆମ ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ପ୍ରକାରଭେଦ ଉଲ୍ଲେଖ କର ।
Answer:
ଆମ ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ତିନି ଭାଗରେ ବିଭକ୍ତ କରାଯାଇଛି; ଯଥା— (କ) ସମାଜବାଦୀ, (ଖ) ଗାନ୍ଧିବାଦୀ ଓ (ଗ) ଉଦାରବାଦୀ ।

Leave a Comment