BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ

Odisha State Board BSE Odisha Class 9 Political Science Notes Chapter 2 ମୌଳିକ କର୍ତ୍ତବ୍ୟ will enable students to study smartly.

BSE Odisha Class 9 Political Science Notes Chapter 2 ମୌଳିକ କର୍ତ୍ତବ୍ୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଅଧିକାର ଓ କର୍ତ୍ତବ୍ୟ ପରସ୍ପରର ପରିପୂରକ ଓ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ।
  • ରାଷ୍ଟ୍ର ନିଜର ସୁପରିଚାଳନା ପାଇଁ ବ୍ୟକ୍ତିଠାରୁ କିଛି ମୌଳିକ କର୍ତ୍ତବ୍ୟ ଆଶା କରିଥାଏ ।
  • ୧୯୭୬ ମସିହାରେ ୪୨ତମ ସମ୍ବିଧାନ ସଂଶୋଧନ କରାଯାଇ ଧାରା ୫୧(କ)ରେ ୧୦ଗୋଟି ମୌଳିକ କର୍ତ୍ତବ୍ୟ ଯୋଗ କରାଯାଇଥିଲା ଏବଂ ୨୦୦୨ ମସିହାରେ ୮୬ତମ ସମ୍ବିଧାନ ସଂଶୋଧନ କରାଯାଇ ଆଉ ଗୋଟିଏ କର୍ତ୍ତବ୍ୟ ଯୋଗ କରାଯାଇଛି ।

BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ

ବିଷୟବସ୍ତୁର ରୂପରେଖ :

  • ମୌଳିକ କର୍ତ୍ତବ୍ୟର ଲକ୍ଷଣ
  • ମୌଳିକ କର୍ତ୍ତବ୍ୟସମୂହ
  • ମୌଳିକ କର୍ତ୍ତବ୍ୟର ପ୍ରକାରଭେଦ
  • ମୌଳିକ କର୍ତ୍ତବ୍ୟର ଗୁରୁତ୍ଵ

* ୧୯୭୬ ମସିହାରେ ଗଠିତ ସ୍ମରଣ ସିଂହ କମିଟିର ସୁପାରିସ ବଳରେ ଭାରତ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ଯୋଗ କରାଗଲା ।

→ ମୌଳିକ କର୍ତ୍ତବ୍ୟର ଲକ୍ଷଣ :

  • ଏହା ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶିତ ।
  • ମୌଳିକ କର୍ତ୍ତବ୍ୟ ପାଳନ କରୁନଥିବା ବ୍ୟକ୍ତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।

BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ

ମୌଳିକ କର୍ଭବ୍ୟସମୂହ :

  • ଭାରତୀୟ ନାଗରିକମାନଙ୍କ ପାଇଁ ୧୧ ଗୋଟି ମୌଳିକ କର୍ତ୍ତବ୍ୟ ଉଦ୍ଦିଷ୍ଟ ହୋଇଛି । ସେଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
    (୧) ସମ୍ବିଧାନକୁ ମାନି ଚଳିବା ଏବଂ ଏହାର ଆଦର୍ଶ ଓ ଅନୁଷ୍ଠାନମାନଙ୍କୁ ଏବଂ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବା ;
    (୨) ଯେଉଁସବୁ ମହନୀୟ ଆଦର୍ଶ ଆମ ଜାତୀୟ ସ୍ବାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲା, ତାହାକୁ ସ୍ମରଣ ଓ ଅନୁସରଣ କରିବା;
    (୩) ଭାରତର ସାର୍ବଭୌମ, ଏକତା ଓ ସଂହତି ବଜାୟ ଏବଂ ସୁରକ୍ଷିତ ରଖୁବା;
    (୪) ଦେଶର ପ୍ରତିରକ୍ଷା କରିବା ଓ ଆବଶ୍ୟକସ୍ଥଳେ ଜାତୀୟ ସେବା ପ୍ରଦାନ କରିବା;
    (୫) ଧର୍ମଗତ, ଭାଷାଗତ ଏବଂ ଆଞ୍ଚଳିକ କିମ୍ବା ଗୋଷ୍ଠୀଗତ ବିଭିନ୍ନତାକୁ ଅତିକ୍ରମ କରି ଭାରତର ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ଓ ଭ୍ରାତୃଭାବ ପ୍ରତିଷ୍ଠା କରିବା ଏବଂ ନାରୀଜାତିର ମର୍ଯ୍ୟାଦାହାନିସୂଚକ ବ୍ୟବହାର ପରିତ୍ୟାଗ କରିବା
    (୬) ଆମର ସଂସ୍କୃତିର ମୂଲ୍ୟବାନ୍ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ ଓ ସଂରକ୍ଷଣ କରିବା;
    (୭) ଅରଣ୍ୟ, ହ୍ରଦ, ନଦୀ, ବନ୍ୟପ୍ରାଣୀ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ଓ ଉନ୍ନତି କରିବା ଏବଂ ଜୀବଜଗତ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା;
    (୮) ବୈଜ୍ଞାନିକ ମନୋଭାବ, ମାନବବାଦ ଓ ଅନୁସନ୍ଧିପ୍ସା ଓ ସଂସ୍କାର ମନୋଭାବ ପୋଷଣ କରିବା;
    (୯) ସର୍ବସାଧାରଣ ସମ୍ପଭିର ସୁରକ୍ଷା କରିବା ଓ ହିଂସାଭାବ ପରିତ୍ୟାଗ କରିବା;
    (୧୦) ବ୍ୟକ୍ତିଗତ ଓ ସମଷ୍ଟିଗତ କାର୍ଯ୍ୟାବଳୀର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ସାଧନ କରିବା, ଯାହାଦ୍ୱାରା ଆମ ଦେଶ ପ୍ରଚେଷ୍ଟା ଓ କୃତିତ୍ଵର ଉଚ୍ଚତର ସୋପାନକୁ ଅବିରତ ଉନ୍ନତି କରିପାରିବ;
    (୧୧) ମାତା ବା ପିତା ବା ଅଭିଭାବକ, ତାଙ୍କର ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥ‌ିବା ସନ୍ତାନ ବା ପାଳିତଙ୍କୁ ଶିକ୍ଷାଲାଭର ସୁଯୋଗ ଯୋଗାଇଦେବେ ।

BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ

ମୌଳିକ କର୍ତ୍ତବ୍ୟର ପ୍ରକାରଭେଦ:
BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ Q. 1

* ସାମାଜିକ କର୍ତ୍ତବ୍ୟ – ନାଗରିକମାନଙ୍କ ମଧ୍ୟରେ ସଦ୍‌ଭାବ ଓ ଭ୍ରାତୃଭାବ ପ୍ରତିଷ୍ଠା ଓ ମହିଳାମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ।
* ରାଜନୈତିକ କର୍ତ୍ତବ୍ୟ – ସାର୍ବଭୌମତ୍ୱ ରକ୍ଷା ଓ ଜାତୀୟ ସଂହତି ବଜାୟ ରଖୁ ।

BSE Odisha 9th Class Political Science Notes Chapter 2 ମୌଳିକ କର୍ତ୍ତବ୍ୟ

ମୌଳିକ କର୍ତ୍ତବ୍ୟର ଗୁରୁତ୍ଵ :

  • ନାଗରିକମାନେ ମୌଳିକ ଅଧିକାର ଉପଭୋଗ କରୁଥିବାରୁ ମୌଳିକ କର୍ଭବ୍ୟ ପାଳନ କରିବା ଉଚିତ ।
  • ଏହା ନାଗରିକକୁ ଦେଶ ଓ ଜାତି ପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ପ୍ରଦାନ କରେ ଓ ସେ ଦେଶ କଲ୍ୟାଣ କରିବା ପାଇଁ ସଚେତନ ହୁଏ ।
  • ଏହାକୁ ପାଳନ କଲେ ସମାଜରେ ଶୃଙ୍ଖଳାରକ୍ଷା ସମ୍ଭବ ହେବ ।

Leave a Comment