Odisha State Board BSE Odisha 10th Class Life Science Notes Chapter 1 ପୋଷଣ will enable students to study smartly.
BSE Odisha Class 10 Life Science Notes Chapter 1 ପୋଷଣ
प्रश्न और अभ्यास (ପ୍ରଶ୍ନ ଔର୍ ଅଭ୍ୟାସ)
→ ଉପକ୍ରମ (Introduction) :
- ‘‘ଜୀବନ ପ୍ରକ୍ରିୟା’ର ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ହେଉଛି ପୋଷଣ । ଶରୀରର ଅଭିବୃଦ୍ଧି ଓ ବିଭିନ୍ନ କ୍ଷୟକ୍ଷତିର ପୂରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ।
→ ପୋଷଣ (Nutrition) :
- ଖାଦ୍ୟରୁ ଶକ୍ତି ନିର୍ଗତ ହୋଇଥାଏ । ଆବଶ୍ୟକ ଶକ୍ତି ଜୀବର ବାହ୍ୟ ପରିବେଶରୁ ଖାଦ୍ୟ ପରିବହନ ପ୍ରକ୍ରିୟା ସମ୍ପାଦିତ ହୁଏ, ତାହାକୁ ପୋଷଣ କୁହାଯାଏ ।
- ଖାଦ୍ୟରୁ ଶକ୍ତି ନିର୍ଗତ ହୋଇଥାଏ । ଆବଶ୍ୟକ ଶକ୍ତି ଜୀବର ବାହ୍ୟ ପରିବେଶରୁ ମିଳିଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ଜୀବର ବାହ୍ୟ ପରିବେଶରୁ ଅନ୍ତର୍ଦ୍ଦେଶକୁ ସରଳୀକୃତ ଖାଦ୍ୟ ପରିବହନ ପ୍ରକ୍ରିୟା ସମ୍ପାଦିତ ହୁଏ, ତାହାକୁ ପୋଷଣ କୁହାଯାଏ।
- ଶରୀରରେ ହେଉଥିବା ସମସ୍ତ ଜୈବରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ ।
- ଜୀବ ଶରୀରରେ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ, ପୋଷଣ ମାଧ୍ୟମରେ ହୋଇଥାଏ ।
- ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ ଓ ପରିବେଶରୁ ଆବଶ୍ୟକ ପୋଷକ ମଧ୍ୟ ଗ୍ରହଣ କରିଥାଏ ।
- ପ୍ରାଣୀ ଓ ଅନ୍ୟସବୁ ଜୀବ ଖାଦ୍ୟ ପାଇଁ, ଉଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ ଅଟନ୍ତି । ଉପାଦାନରେ ପରିଣତ ହୋଇ ସବୁ ଅଙ୍ଗ-ପ୍ରତ୍ୟଙ୍ଗରେ ଉପଲବ୍ଧ ହୋଇଥାଏ ।
- ସରଳ ଖାଦ୍ୟର ଦହନ ଓ ଜାରଣ ଘଟି ଶକ୍ତି ମୋଚିତ ହୋଇଥାଏ ।
- ଶକ୍ତିମୋଚନ ଏକ ତଥାକଥ୍ ଧ୍ୱଂସାତ୍ମକ ପ୍ରକ୍ରିୟା । ଏହା ‘ଅପଚୟ’ର ଉଦାହରଣ ।
- ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟିହେବା ଏକ ଗଠନମୂଳକ ପ୍ରକ୍ରିୟା ଅଟେ । ଏହାକୁ ‘ଚୟ’ କୁହାଯାଏ । ଚୟ ଓ ଅପଚୟର ସମାହାର ହେଉଛି ‘ଚୟାପଚୟ’ (ଚୟାପଚୟ = ଚୟ + ଅପଚୟ) । ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ ।
→ ଖାଦ୍ୟର ପ୍ରକାରଭେଦ (Types of food) :
- ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ ତଥା ଶରୀର ଗଠନକାରୀ କ୍ଷମତା ଉପରେ ନିର୍ଭରକରି ଖାଦ୍ୟକୁ ମୁଖ୍ୟତଃ 6 ଭାଗର ବିଭକ୍ତ କରାଯାଇଛି । ଯଥା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଏବଂ ଜଳ ।
→ ଶ୍ଵେତସାର (Carbohydrates) :
- ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ଵେତସାର ହେଉଛି ଶର୍କରା ଓ ମଣ୍ଡଦ ।
- ଶ୍ଵେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ ।
- ଗୁ କୋଜି (C6 H8 O6)ରେ ରହିଛି କାର୍ବନ, ଉଦଜାନ ଏବଂ ଅମ୍ଳଜାନ ।
- କୋଷୀୟ ଶ୍ୱସନ ବେଳେ ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହେବା ସହିତ ଶକ୍ତି ନିର୍ଗତ ହୋଇଥାଏ ।
CH2O + 6O2 → 6CO2 + 6HO + ଶକ୍ତି - ଏକ ଗ୍ରାମ୍ ଶ୍ଵେତସାରରୁ ପ୍ରାୟ 16 କିଲୋ ଜୁଲ (KJ) ଶକ୍ତି ନିର୍ଗତ ହୋଇଥାଏ ।
I. ଆଳୁ, ଭାତ ଓ ରୁଟିରେ ଥିବା ଶ୍ଵେତସାର ମଣ୍ଡଦ ଅଟେ ।
II. ଚିନି ଓ ଗୁଡ଼ରେ ଥିବା ଶ୍ଵେତସାର ସୁକ୍ରୋଜ ଅଟେ ।
III. ଫଳରସ ଓ ପନିପରିବାରେ ଥିବା ଶ୍ଵେତସାର ଗ୍ଲୁକୋଜ ଅଟେ ।
→ ପୁଷ୍ଟିସାର (Protein) :
- ମାଛ, ମାଂସ, ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ପରି ପ୍ରାଣିଜ ଦ୍ରବ୍ୟ ଓ ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ ଆମେ ଉଭିଦଜାତ ପୁଷ୍ଟିସାର ପାଇଥାଉ ।
- ବିଭିନ୍ନ କୋଷ ନିକଟରେ ପହଞ୍ଚାଏ । ଶରୀରର ବୃଦ୍ଧି, ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଏକାନ୍ତ ଆବଶ୍ୟକ ।
→ (Fats / Lipids) :
- ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର ହଳଦିଆ ଅଂଶ ଓ ତେଲ, ଘିଅରେ ସ୍ନେହସାର ଜାତୀୟ ଖାଦ୍ୟ ରହିଥାଏ । ଶରୀରରେ ସ୍ନେହସାର ଚର୍ବି ଭାବରେ
- ସଂଚିତ ହୋଇ ରହେ ଓ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ଵାସନଦ୍ୱାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
- ଚର୍ମତଳେ ଚର୍ବିର ଏକ ଆସ୍ତରଣ ରହିଥାଏ ଓ ଏହା ତାପ ଅପରିବାହୀ ହୋଇଥିବାରୁ ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ । କୋଷଝିଲ୍ଲୀ ଗଠନ ପାଇଁ ଓ ଶକ୍ତି ପାଇଁ ଏହାର ମୁଖ୍ୟ ଭୂମିକା ରହିଛି ।
→ ଧାତୁସାର (Minerals) :
- ଶରୀର ଗଠନପାଇଁ ବିଭିନ୍ନ ଧରଣର ଧାତୁସାର ଯଥା-ଲୌହ (Fe), କ୍ୟାଲସିୟମ୍ (Ca), ଆୟୋଡ଼ିନ୍ (I), ଫସ୍ଫରସ୍ (P), ସୋଡ଼ିୟମ୍(Na), ପୋଟାସିୟମ୍ (K) ଆଦି ଆବଶ୍ୟକ ।
- ଶରୀରର ଆୟନ ସନ୍ତୁଳନ (Ionic balance) ରକ୍ଷା କରିବାରେ ଧାତୁସାରର ପ୍ରମୁଖ ଭୂମିକା ରହିଥାଏ ।
ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ୍ (Ca) ଓ ଲୋହିତ ରକ୍ତ କଣିକା (RBC)ରେ ଥିବା ହିମୋଗ୍ଲୋବିନ୍ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ ।
→ ଭିଟାମିନ୍ (Vitamins) :
- କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ ।
- ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।
- ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ।
→ ଜଳ (Water):
- କୋଷରେ ଥିବା କୋଷରସ ବା କୋଷ ଜୀବକର ପ୍ରାୟ 70-୨୦ ଭାଗ ଜଳ ଅଟେ ।
- କୋଷର ସ୍ଥିତି ଓ ଏଥରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ ଆବଶ୍ୟକ ।
- ଝାଳ, ପରିସ୍ରା ଓ ନିଃଶ୍ବାସରେ ଶରୀରରୁ ଜଳ କ୍ଷୟ ହୋଇଥାଏ, ତାହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3 – 4 ଲିଟର ପାଣି ପିଇବା ଉଚିତ ।
- ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ଦେଖାଦିଏ ।
→ ପୋଷଣର ପ୍ରକାରଭେଦ (Types of Nutrition) :
→ (Autotrophic nutrition):
- ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି, ସେମାନଙ୍କୁ ସ୍ଵଭୋଜୀ କୁହାଯାଏ ।
- ପତ୍ରହରିତ୍ ଥିବା ସମସ୍ତ ଉଭିଦ ଓ ନୀଳ ହରିତ ଶୈବାଳ ସୁଭୋଜୀର ଉଦାହରଣ ଅଟନ୍ତି ।
- ସେମାନେ ପରିବେଶରୁ କଞ୍ଚାମାଲ ଓ ଶକ୍ତି ବ୍ୟବହାର କରି ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ଖାଦ୍ୟ ସେମାନଙ୍କ ଟିସୁ ମଧ୍ୟରେ ପ୍ରସ୍ତୁତ କରନ୍ତି ।
- ଏମାନଙ୍କ ପୋଷଣକୁ ସ୍ବଭୋଜୀ ପୋଷଣ କୁହାଯାଏ । ଏହା ଦୁଇଟି ଉପାୟରେ ହୋଇଥାଏ । ଯଥା – ଆଲୋକଶ୍ଳେଷଣ ଓ ରସାୟଶ୍ଳେଷଣ ।
→ (Photosynthesis) :
- ସବୁଜ ଉଭିଦ ଓ ନୀଳ ହରିତ୍ ଶୈବାଳ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି ସବୁଜକଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ କୁହାଯାଏ ।
→ (Chemosynthesis):
ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ ଓ ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ରସାୟଶ୍ଳେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ସଂଗ୍ରହ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ରସାୟଶ୍ଳେଷଣ କୁହାଯାଏ ।
→ (Heterotrophic Nutrition) :
- ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପରଭୋଜୀ କୁହାଯାଏ।
- ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଭିଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ
- ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀକୁ ପରଭୋଜୀ ପୋଷଣ କୁହାଯାଏ ।
→ ପରଭୋଜୀ ପୋଷଣର ପ୍ରକାରଭେଦ :
ପରଭୋଜୀ ପୋଷଣ ମୁଖ୍ୟତଃ ଚାରିପ୍ରକାର ।
(i) (Holozoic nutrition) :
- ପରଜୀବୀୟ ପ୍ରାଣୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭଦ ବା ପ୍ରାଣୀଙ୍କୁ ସଂପୂର୍ଣ୍ଣ ଅଥବା ଆଂଶିକ ଭାବରେ ଖାଦ୍ୟରୂପେ ଗ୍ରହଣ କରିଥା’ନ୍ତି ।
- ପରିପାକ ପରେ ସରଳୀକୃତ ଖାଦ୍ୟର ଆତ୍ମୀକରଣ ବା ଅନ୍ତର୍ଗହଣ ହୋଇଥାଏ ।
- ଏହା ଶରୀର ଗଠନରେ ଓ ଶରୀରକୁ କାର୍ଯ୍ୟକ୍ଷମ ରଖିବାରେ ସହାୟକ ହୋଇଥାଏ ।
(ii) ମୃତୋପଜୀବୀୟ ପୋଷଣ (Saprophytic nutrition) :
- ଯେଉଁ ପରଭୋଜୀ, ମୃତ, ଗଳିତ, ପଚାସଢ଼ା ଉଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।
- ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ।
- ସାଧାରଣତଃ ଖାଦ୍ୟ ଗ୍ରହଣବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି, ଶରୀର ବାହାରେ ହିଁ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ
- ଛତୁ ଜାତୀୟ କବକ, ଇଷ୍ଟ୍, ବ୍ୟାକ୍ଟେରିଆ ଆଦି ଜୀବମାନଙ୍କଠାରେ ଏହିପରି ପୋଷଣ ଦେଖିବାକୁ ମିଳିଥାଏ ।
(iii) (Parasitic Nutrition) :
- ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ ।
- ପରଜୀବୀମାନେ ଭୋଜଦାତା ଉଭିଦ ବା ପ୍ରାଣୀଙ୍କଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟିସାଧନ କରିଥା’ନ୍ତି ।
- ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥା’ନ୍ତି ।
- ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ଉଭିଦ, ପ୍ଲାସ୍ଡ଼ିୟମ୍, ଉକୁଣୀ, ଜୋକ, କେତେକ କୃମି ପରି ପ୍ରାଣୀ ପରଜୀବୀ
କେତେକ ଭୋଜଦାତାର ଶରୀର ଭିତରେ ଅନ୍ତଃପରଜୀବୀ ଭାବେ ( ଉଦାହରଣ- ପ୍ଲାସ୍ମୋଡ଼ିୟମ୍) ଓ କେତେକ ଶରୀର ବାହାରେ ବାହ୍ୟପରଜୀବୀ ଭାବେ ( ଉଦାହରଣ – ଉକୁଣୀ) ରହିଥା’ନ୍ତି ।
(iv) (Symbiotic Nutrition) :
- ବେଳେବେଳେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ । ଏହାକୁ ସହଜୀବୀତା କୁହାଯାଏ ।
- ଏଥୁରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଭିତରେ ପୋଷଣର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ଏହାକୁ ସହଜୀବୀୟ ପୋଷଣ କୁହାଯାଏ।
- ଆମ ଅନ୍ତନଳୀରେ ସହଜୀବୀଭାବେ ରହୁଥିବା ଇସ୍ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ (B12) (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ଅନ୍ତନଳୀର ସରଳୀକୃତ ଖାଦ୍ୟଗ୍ରହଣ କରି ନିଜର ପ୍ରତିପାଳନ କରିଥାଏ ।
→ ଖାଦ୍ୟାଭାସକୁ ଆଧାର କରି ମୁଖ୍ୟତଃ ତିନି ଜାତିର ପ୍ରାଣୀ ଅଛନ୍ତି ।
(a) ଶାକାହାରୀ – ଉଭିଦ ବା ଉଭିଦଜାତ ପଦାର୍ଥ ଭକ୍ଷଣ କରୁଥିବା ପ୍ରାଣୀ ।
(b) ମାଂସାହାରୀ – ଅନ୍ୟ ପ୍ରାଣୀ ବା ପ୍ରାଣିଜ ପଦାର୍ଥକୁ ଭକ୍ଷଣ କରୁଥିବା ପ୍ରାଣୀ ।
(c) ସର୍ବାହାରୀ – ଖାଦ୍ୟରେ ବାଛବିଚାର ନ କରି ଯାହା ଖାଦ୍ୟୋପଯୋଗୀ ତାହା ଭକ୍ଷଣ କରୁଥିବା ପ୍ରାଣୀ । ଆଲୋକଶ୍ଳେଷଣ
→ (Photosynthesis) :
- ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି । ଏହି ଶ୍ଵେତସାର ଜାତୀୟ ଖାଦ୍ୟ ଜୀବଜଗତର ସବୁ ଜୀବଙ୍କ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଖାଦ୍ୟ ଅଟେ ।
- ଯେଉଁ ପ୍ରକ୍ରିୟାଦ୍ଵାରା ସବୁଜ ଉଭିଦ ସବୁଜକଣା ବା କ୍ଲୋରୋଫିଲ୍ ମାଧ୍ୟମରେ ଦୃଶ୍ୟମାନ ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ସହିତ ପରିବେଶରୁ ଗ୍ରହଣ କରିଥିବା ଅଙ୍ଗାରକାମ୍ଳ ଓ ଜଳକୁ ଉପଯୋଗ କରି ସରଳ ଶର୍କରା ତିଆରି କରିଥାଏ, ତାହା ଆଲୋକଶ୍ଳେଷଣ ପ୍ରକ୍ରିୟା ଅଟେ ।
→ ଆଧାର ଓ ସଂସ୍ଥା:
- ପ୍ରତ୍ୟେକ ପ୍ରକ୍ରିୟା ପାଇଁ ଏକ ଆଧାର ଓ ସଂସ୍ଥା ଆବଶ୍ୟକ ହୋଇଥାଏ ।
- ସବୁଜ ଉଦ୍ଭଦରେ ଆଲୋକଶ୍ଳେଷଣ ପାଇଁ ବ୍ୟବହୃତ ଆଧାର ସବୁଜ ପତ୍ର ଅଟେ । ସବୁଜ ପତ୍ରର ପୃଷ୍ଠରେ ଥିବା ଛୋଟ ଛୋଟ ରନ୍ଧ୍ରଗୁଡ଼ିକୁ ସ୍ତୋମ୍ ବା ଷ୍ଟୋମାଟା କୁହାଯାଏ । ଏହି ସ୍ତୋମ୍ ଦେଇ ପରିବେଶ ଓ ପତ୍ର ମଧ୍ୟରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବିନିମୟ ଘଟେ । ସବୁଜପତ୍ରର ଅନ୍ତଃଗଠନ ସବୁଜ ରଙ୍ଗଯୁକ୍ତ ପାଲିସେଡ଼୍ ଓ ସ୍ପଞ୍ଜି ପାରେନ୍କାଇମା ଟିସୁଦ୍ୱାରା ହୋଇଥାଏ । ପତ୍ର ଭିତରେ ଥିବା ଏହି ଦୁଇ ପ୍ରକାର ପାରେନ୍କାଇମା ଟିସୁର କୋଷ ଭିତରେ କ୍ଲୋରୋପ୍ଲାଷ୍ଟ ନାମକ ଅଙ୍ଗିକା ରହିଥାଏ । କ୍ଲୋରୋପ୍ଲାଷ୍ଟରେ ଥିବା ରସକୁ ବ୍ୟୋମା କୁହାଯାଏ ।
- ଥାଇଲାକଏଡ଼ ଦୀର୍ଘ ସରୁ ଚେପଟା ଥଳି ସଦୃଶ । ଥଳିର ଭିତର ସ୍ଥାନକୁ ମ୍ୟୁମେନ କୁହାଯାଏ । କେତେକ ସ୍ଥାନରେ ଛୋଟ ଥାଇଲାକଏଡ଼ ଥାକ ଥାକ ହୋଇ ସଜ୍ଜିତ ହୋଇ ରହିଥା’ନ୍ତି । ଏଭଳି ଥାକକୁ ଗ୍ରାନା କୁହାଯାଏ ।
→ ଆଧାର :
1. ସବୁଜ ପତ୍ରରେ ଥିବା ସ୍ତୋମ
2. ସବୁଜ ରଙ୍ଗଯୁକ୍ତ ପାଲିସେଡ଼ ଓ ସ୍ପଞ୍ଜି ପାରେନ୍କାଇମା ।
3. କ୍ଲୋରୋପ୍ଲାଷ୍ଟ
→ କ୍ଲୋରୋପ୍ଲାଷ୍ଟ :
- ବ୍ୟୋମା (ରସ)ରେ ଏନ୍ଜାଇମ୍ ଥାଏ ।
- ଦ୍ୱସ୍ତରୀୟ ଥାଇଲାକଏଡ୍.
- ଭିତର ଙ୍ଗାନ ଲୁମେନ୍
- ଥାକକୁ ଗ୍ରାନା କହନ୍ତି ।
ଥାଇଲାକଏଡ଼ର ପ୍ରତ୍ୟେକ ଝିଲ୍ଲୀ ସ୍ତରରେ କ୍ଲୋରୋଫିଲ୍, ପ୍ରୋଟିନ୍ ଓ ଲିପିଡ଼ର ବିଭିନ୍ନ ବୃହତ୍ ଅଣୁ ସଜେଇ ହୋଇ ରହିଥା’ନ୍ତି । ଏହିଭଳି ଗଠନଯୁକ୍ତ ଥାଇଲାକଏଡ଼ ଓ କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମା ରସ ‘ଆଲୋକଶ୍ଳେଷଣ ସଂସ୍ଥା’ ସୃଷ୍ଟି କରିଥା’ନ୍ତି ।
→ ପ୍ରକ୍ରିୟା :
- ଆଲୋକଶ୍ଳେଷଣ ପ୍ରକ୍ରିୟାକୁ ଜାଣିବାପାଇଁ ବିଭିନ୍ନ ପରୀକ୍ଷା କରାଯାଇଛି ।
- ପ୍ରଥମ ସିଦ୍ଧାନ୍ତ 1905 ମସିହାରେ ଫ୍ରେଡ଼ରିକ୍ ବ୍ଲାକ୍ମ୍ୟାନ୍ (Frederick Blackman) ଜଣାଇଥିଲେ ।
- ଗୋଟିଏ ସହ ପ୍ରକ୍ରିୟା ଦୃଶ୍ୟମାନ ଆଲୋକ ଉପରେ ନିର୍ଭର କରେ । ଏହାକୁ ଆଲୋକ ପ୍ରକ୍ରିୟା କୁହାଯାଏ । ଅନ୍ୟଟି ଆଲୋକ ଉପରେ ନିର୍ଭର କରିନଥାଏ । ଏହାକୁ ଅନ୍ଧକାର ପ୍ରକ୍ରିୟା କୁହାଯାଏ ।
- ଆସୁଥିବା ହାଇଡ୍ରୋଜେନ୍ଦ୍ୱାରା ଅଙ୍ଗାରକାମ୍ଳ ବିଜାରିତ ହୁଏ ଓ ସରଳ ଶର୍କରା ସଂଶ୍ଳେଷିତ ହେବା ସହିତ ଅମ୍ଳଜାନ ନିର୍ଗତ ହେବା ଦର୍ଶାଯାଇଥିଲା । ଏହା 1931 ମସିହରେ ଫନ୍ ନିଲ୍ଙ୍କଦ୍ବାରା ପରିକଳ୍ପନା କରାଯାଇଥିଲା । ରବର୍ଟ ହିଲ୍ 1937 ମସିହାରେ ଉନ୍ନତମାନର ପରୀକ୍ଷଣ ମାଧ୍ୟମରେ ପରିକଳ୍ପନାଟିକୁ ପ୍ରମାଣିତ କରିଥିଲେ । କ୍ଲୋରୋପ୍ଲାଷ୍ଟ କ୍ଲୋରୋଫିଲ୍ ମାଧ୍ୟମରେ ଆଲୋକ ଶକ୍ତିକୁ ବ୍ୟବହାର କରି ଗ୍ଲୁକୋଜ ସଂଶ୍ଳେଷଣ କରିଥାଏ । ଏହା ପାଇଁ 6 ଟି ଅଙ୍ଗାରକାମ୍ଳ (CO2) ଓ 12 ଟି ଜଳ (H2O) ଅଣୁ ବ୍ୟବହୃତ ହୁଏ ।
→ ଆଲୋକ ପ୍ରକ୍ରିୟା
- ଆଲୋକ ପ୍ରକ୍ରିୟା ଦୃଶ୍ୟମାନ ଆଲୋକ ଉପସ୍ଥିତିରେ ଥାଇଲାକଏଡ୍ ଝିଲ୍ଲୀରେ ସଂଗଠିତ ହୁଏ ।
- ପ୍ରଥମ ପର୍ଯ୍ୟାୟରେ ଝିଲ୍ଲୀରେ ସଜ୍ଜିତ କ୍ଲୋରୋଫିଲ୍ ଅଣୁଗୁଡ଼ିକର ସମଷ୍ଟି ଆଲୋକ ଶକ୍ତି ଗ୍ରହଣ କରନ୍ତି ।
- ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କ୍ଲୋରୋଫିଲକୁ ଶକ୍ତି ସ୍ଥାନାନ୍ତରିତ କରିଥା’ନ୍ତି ।
- କ୍ଲୋରୋଫିଲ୍କୁ ଆଲୋକ ପ୍ରତିକ୍ରିୟା କେନ୍ଦ୍ର ବା Photosystem I କୁ P700 କୁହାଯାଏ ।
- କ୍ଲୋରୋଫିଲ୍ରୁ ଅଧିକ ଶକ୍ତି ସମ୍ପନ୍ନ ଅସ୍ଥିର ଇଲେକଟ୍ରନ୍ ବାହାରି ଆସେ ।
- ଇଲେକ୍ସନ୍ ବିଭିନ୍ନ ବାହକ ଅଣୁ ମାଧ୍ୟମରେ ଗତିକରି ଏକ ଗ୍ରାହକ ଅଣୁ ପାଖରେ ପହଞ୍ଚେ ।
- ଶେଷ ଗ୍ରାହକ ଅଣୁକୁ ସହକାରକ କୁହାଯାଏ ।
- ନିକୋଟିନାମାଇଡ୍ ଏଡ଼େନାଇନନ୍ ଡାଇନ୍ୟୁକ୍ଲିଟାଇଡ଼ ଫସ୍ଫେଟ୍ ବା NADP+ ଇଲେକଟ୍ରନ୍ ଗ୍ରହଣ କରି ବିଜାରିତ NADPH ରେ ପରିଣତ ହୁଏ ।
ଦ୍ୱିତୀୟ ପର୍ଯ୍ୟାୟରେ ଇଲେକ୍ସନ୍ ଶୂନ୍ୟତାକୁ ପୂରଣ କରିବାପାଇଁ ଆଲୋକ ପ୍ରତିକ୍ରିୟା କେନ୍ଦ୍ର P680 ବା Photosystem II କେନ୍ଦ୍ରରୁ ଇଲେକଟ୍ରନ୍ ଆସିଥାଏ । - ଏହାଦ୍ଵାରା ଥାଇଲାକଏଡ ପରିବେଶରେ ଜଳ ଅଣୁର ଆଲୋକ ବିଶ୍ଳେଷଣ ହୁଏ । ଫଳରେ e–, H+, Q, ନିର୍ଗତ ହୁଏ ।
- ଥାଇଲାକଏଡ ମଧ୍ଯସ୍ଥିତ ଲ୍ୟୁମେନରେ ପ୍ରୋଟନ ଜମା ହୁଏ ।
- ଏହାଦ୍ୱାରା ସୃଷ୍ଟ ଅବକ୍ରମ ବଳକୁ ଉପଯୋଗ କରି ADP ଅଧିକ ଶକ୍ତି ସମ୍ପନ୍ନ ATP ରେ ପରିଣତ ହୁଏ ।
- NADPH ଓ ATP ଉଭୟ ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।
→ ଅନ୍ଧକାର ପ୍ରକ୍ରିୟା
- ଆଲୋକ ଉପରେ ଅନ୍ଧକାର ପ୍ରକ୍ରିୟା ନିର୍ଭର କରିନଥାଏ ।
- ଅଙ୍ଗାରକାମ୍ଳ ସ୍ତୋମ୍ ଦେଇ ଷ୍ଟୋମାରସରେ ଦ୍ରବୀଭୂତ ହୁଏ ।
- ବ୍ୟୋମା ରସରେ 5-କାର୍ବନ ଯୁକ୍ତ ଏକ ଗ୍ରାହକ ଅଣୁ ଆଲୋକଶ୍ଳେଷଣ ଶକ୍ତି ବ୍ୟବହାର କରି ଏନ୍ଜାଇମ୍ ମାଧ୍ୟମରେ ବିବନ୍ଧିତ କରାଏ । ଜୈବିକ କ୍ରିୟା ଦ୍ବାରା 3-କାର୍ବନ ଯୁକ୍ତ ଶର୍କରା ତିଆରି ହୁଏ ।
- ଗ୍ରାହନ ଅଣୁକୁ ରାଇବୋଲୋଜ୍ ବିସ୍ଫସ୍ଫେଟ୍ ବା RUBP ଓ ଏନ୍ଜାଇମ୍କୁ ରାଇବୋଲୋଜ୍ ବିସ୍ଫସଫେଟ୍ ରୁବିସ୍କୋ କୁହାଯାଏ ।
- ରୁବିସ୍କୋର ଭୂମିକା ଗୁରୁତ୍ବପୂର୍ଣ୍ଣ ।
- ଏହି ଅନ୍ଧକାର ପ୍ରକ୍ରିୟାକୁ ମେଲଭିନ୍ କେଲଭିନ୍ଙ୍କ ନାମାନୁସାରେ କେଲଭିନ୍ ଚକ୍ର କୁହାଯାଏ ।
- ପ୍ରଥମ ପର୍ଯ୍ୟାୟରେ ଗ୍ରାହକ ଅଣୁ ସହ ଅଙ୍ଗାରକାମ୍ଳର ବିବନ୍ଧନ ହୁଏ ।
- ଦ୍ଵିତୀୟ ପର୍ଯ୍ୟାୟରେ ଗ୍ଲୁକୋଜର ସଂଶ୍ଳେଷଣ ହୁଏ ।
- ତୃତୀୟ ପର୍ଯ୍ୟାୟରେ ଗ୍ରାହକ ଅଣୁର ପୁନରୁତ୍ପାଦନ ହୁଏ ।
→ (Digestive System of Man)
- ଆମେ ଖାଉଥିବା ଖାଦ୍ୟ ସମୂହ ସିଧାସଳଖ ଖାଦ୍ୟରେ ପରିଣତ ହୁଏ ଓ ଶେଷରେ ରକ୍ତରେ ମିଶି ଥାଏ । ଏହାକୁ ହଜମ (ପରିପାକ) ବା ଜୀର୍ଣ୍ଣ ହେବା କହିଥାଉ । ଅଦରକାରୀ ଅଂଶ ମଳ ରୂପେ ଶରୀରରୁ ନିଷ୍କାସିତ ହୋଇଥାଏ । ଆମର ପାକତନ୍ତ୍ର ପାକନଳୀ ଓ ପାକଗ୍ରନ୍ଥିକୁ ନେଇ ଗଠିତ ।
→ (Alimentary Canal)
- ପାକନଳୀ ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଥାଏ ।
- ପାକନଳୀର ଗଠନ ଓ କାର୍ଯ୍ୟ ଉପରେ ନିର୍ଭର କରି ଏହାକୁ ବିଭିନ୍ନ ଅଂଶରେ ଭାଗ ଗ୍ରସନୀ, ନିଗଳ ବା ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ଵାର ।
ପାକନଳୀ ଦେଖିବାକୁ ଗୋଟିଏ ଲମ୍ବ ଟ୍ୟୁବ୍ ପରି । ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀଦ୍ଵାରା ଗଠିତ ହୋଇଥାଏ । ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ଶିଳନ ଫଳରେ କୁହାଯାଏ ।
(i) ପାଟି (Mouth) :
- ଏହା ଚଳନଶୀଳ ଓଠଦ୍ୱାରା ପରିବେଷ୍ଟିତ ।
- ଏହା ଖାଦ୍ୟର ଅନ୍ତର୍ଗହଣ ପାଇଁ ଉଦ୍ଦିଷ୍ଟ ।
- ଏହା ମୁଖଗହ୍ଵରକୁ ଖୋଲି ରହିଛି ।
(ii) ମୁଖଗହ୍ଵର (Buccal Cavity) :
- ପାଟି ଭିତରକୁ ରହିଥାଏ ମୁଖଗହ୍ଵର ।
- ମୁଖଗହ୍ଵରର ଦୁଇ ପଟେ ଗାଲ; ଉପରେ ତାଳୁ ଓ
- ତଳେ ଜିଭ ରହିଥାଏ ।
(a) ଦାନ୍ତ (Tooth):
- ଉଠେ ଓ ଛଅ ବର୍ଷ ବେଳକୁ ଉକ୍ତ ଦାନ୍ତ ଝଡ଼ିବାକୁ ଆରମ୍ଭ କରେ । ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠେ । ବୟସ୍କ ଲୋକର ତଳ ଓ ଉପର ମାଢ଼ିରେ 32ଟି (16ଟି ଲେଖାଏଁ) ଦାନ୍ତ ଥାଏ । ପ୍ରତି ମାଢ଼ିରେ 4ଟି କର୍ଜନ ଦାନ୍ତ, 2 ଟି ଛେଦକ ବା ଶ୍ଵାନଦାନ୍ତ Canine), 4 ଟି ଚର୍ବଣ ଦାନ୍ତ ଓ ଟି ପେଷଣ ଦାନ୍ତ ରହିଅଛି।
- ଖାଦ୍ୟାଭ୍ୟାସ ଉପରେ ନିର୍ଭର କରି ଆମର ଦାନ୍ତ 4 ପ୍ରକାରର ହୋଇଥାଏ ।
(b) && (Tongue) :
- ମୁଖଗହ୍ଵରର ଉପରେ ତାଳୁ ଓ ତଳେ ମୋଟା, ମାଂସଳ ଜିଭ ରହିଥାଏ । ଏଥିରେ ତିନି ପ୍ରକାର ସ୍ବାଦମୁକୂଳ ରହିଥାଏ ।
କାର୍ଯ୍ୟ :
- ଚର୍ବଣବେଳେ ଏହା ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇଥାଏ ।
- ଏହା ଖାଦ୍ୟକୁ ଲାଳ ସହିତ ମିଶାଇଥାଏ ।
- ଖାଦ୍ୟକୁ ଗିଳିବାରେ ସହାୟତା କରିଥାଏ ।
- ଏହା ମିଠା, ଖଟା, ପିତା ଓ ଲୁଣିଆ ଆଦି ସ୍ଵାଦ ବାରିଥାଏ ।
- ଏହା କଥା କହିବାରେ ସହାୟତା କରିଥାଏ ।
(iii) (Pharynx and Oesophagus) :
- ନାସାପଥ ଓ ମୁଖଗହ୍ଵର ମିଶି ଗ୍ରସନୀ ତିଆରି ହୋଇଛି । ଏହା ଉଭୟ ଖାଦ୍ୟ ଓ ଶ୍ୱାସ ବାୟୁ ଯିବାପାଇଁ ଏକ ସାଧାରଣ ପଥ ।
- ଏହାର ଶେଷମୁଣ୍ଡରେ ଦୁଇଟି ଦ୍ଵାର ରହିଛି । ଗୋଟିଏ ଦ୍ଵାର ଖୋଲିଛି ଶ୍ଵାସନଳୀ ଭିତରକୁ, ଅନ୍ୟଟି ଖୋଲିଛି ଖାଦ୍ୟନଳୀ ମଧ୍ୟକୁ ।
- ଖାଦ୍ୟନଳୀର ଦ୍ଵାରକୁ ଗଲେଟ୍ ଓ ଶ୍ଵାସନଳୀର ଦ୍ଵାରକୁ ଗ୍ଲଟିସ୍ କୁହାଯାଏ । ଶ୍ଵାସନଳୀର ଦ୍ଵାରରେ ଏକ ତରୁଣାସ୍ଥିର ପ୍ଲେଟ ରହିଛି । ଏହି ପ୍ଲେଟ୍କୁ ଅଧ୍ୱଜିହ୍ଵା ବା ଏପିକ୍ଲଟିସ୍ କୁହାଯାଏ ।
- ପ୍ରବେଶ କରିଥାଏ ।
- ଗ୍ରାସନଳୀ ବେକ ମଧ୍ୟ ଦେଇ ତଳ ଆଡ଼କୁ ଗତି କରିଛି ଏବଂ ମଧ୍ୟଚ୍ଛଦାକୁ ଭେଦ କରି ପାକସ୍ଥଳୀକୁ ଖୋଲିଛି ।
- କାର୍ଯ୍ୟ : ଏହା ମଧ୍ୟଦେଇ ପେରିଷ୍ଟାଲ୍ସିସ୍ରା ଖାଦ୍ୟ ଆପେ ଆପେ ପାକସ୍ଥଳୀ ମଧ୍ୟକୁ ପ୍ରବେଶ କରେ । ଏଠାରେ ଖାଦ୍ୟର କୌଣସି ପରିବର୍ତ୍ତନ ହୁଏ ନାହିଁ ।
(iv) (Stomach) :
- ଏହା ମୋଟା, ମାଂସଳ ଓ ‘J’ ଆକୃତିର ଏକ ଥଳୀ ଅଟେ ଏବଂ ଏହା ଉଦର ଗହ୍ଵରର ଉପର ଅଂଶର ବାମପଟେ ରହିଥାଏ ।
- ଏହାର ଉପର ଅଂଶ ଚଉଡ଼ା ଓ ତଳ ଅଂଶ କମ୍ ଓସାରିଆ ।
- ଏହାର ଉପର ଅଂଶ ହୃତ୍ପିଣ୍ଡ ନିକଟରେ ଥିବାରୁ ସେହି ଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ ଓ ତଳ ଅଂଶକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ ।
- ଏହାର ମାଂସଳ କାନ୍ଥ ଖାଦ୍ୟକୁ ପାଚକରସ ସହିତ ମିଶିବାରେ ସାହାଯ୍ୟ କରେ ।
- ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତ ମଧ୍ୟକୁ ପ୍ରବେଶ କରେ ।
(v) (Small Intestine) :
- ଏହା ପ୍ରାୟ 6 ମିଟର ଦୀର୍ଘ, ସରୁ ଓ କୁଣ୍ଡଳାକାର ନଳୀ ଅଟେ ।
- ଏହାର ପ୍ରଥମ ଅଂଶକୁ ଗ୍ରହଣୀ, ମଧ୍ୟବର୍ତୀ ଅଂଶକୁ ଯେଯୁନମ୍ ଓ ଶେଷ ଅଂଶକୁ ଇଲିୟମ୍ କୁହାଯାଏ ।
- କାର୍ଯ୍ୟ : ଏଠାରେ ପରିପାକ କ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ ଏବଂ ପରିପାକ ହୋଇଥିବା ଖାଦ୍ୟର ଅବଶୋଷଣ ବା ଆତ୍ମୀକରଣ ଘଟିଥାଏ ।
(vi) (Large Intestine) :
- ଏହା କ୍ଷୁଦ୍ରାନ୍ତଠାରୁ ଛୋଟ ଓ ପ୍ରଶସ୍ତ ଅଟେ ।
- ଏହା ସିକମ୍, କୋଲନ୍ ଓ ମଳାଶୟ ରେ ବିଭକ୍ତ ହୋଇଥାଏ ।
- କାର୍ଯ୍ୟ : ଏଠାରେ ଅଜୀର୍ଣ୍ଣ ଖାଦ୍ୟ ମଳରେ ପରିଣତ ହୋଇଥାଏ ।
(vii)
- ଏହା ବୃହଦନ୍ତ୍ରର ଶେଷ ଆଡ଼କୁ ଅବସ୍ଥିତ ଏବଂ ଏହାର ଶେଷ ଭାଗରେ ଥିବା ଛିଦ୍ରକୁ ମଳଦ୍ଵାର କୁହାଯାଏ ।
- କାର୍ଯ୍ୟ : ମଳାଶୟରେ ମଳ କିଛି ସମୟ ପାଇଁ ଗଚ୍ଛିତ ରହେ ଏବଂ ମଳଦ୍ଵାର ଦେଇ ନିଷ୍କାସିତ ହୁଏ ।
→ ପାକଗ୍ରନ୍ଥି (Digestive Glands) :
- ଖାଦ୍ୟକୁ ସରଳୀକୃତ କରିବା ପାଇଁ ପାକନଳୀ ମଧ୍ଯରେ ଅନେକଗୁଡ଼ିଏ ପାକଗ୍ରନ୍ଥି ଅଛି । ଯଥା –
(i) (Salivary Glands) :
- ମନୁଷ୍ୟର 3 ଯୋଡ଼ା ଲାଳଗ୍ରନ୍ଥି ରହିଛି ଏବଂ ଏହାର ବାହିକା (ducts)ଗୁଡ଼ିକ ମୁଖଗହ୍ଵର ମଧ୍ୟକୁ ଖୋଲି ରହିଥାଏ ।
- ଏହି ଗ୍ରନ୍ଥିରୁ କ୍ଷରିତ ଲାଳ ଖାଦ୍ୟକୁ ପିଚ୍ଛିଳ ଓ ମଣ୍ଡପରି କରିଦିଏ ।
- ଲାଳରେ ଥିବା ପାଚକ ଏନ୍ଜାଇମ୍କୁ ଟାୟାଲିନ୍ (Ptyalin) ବା ସାଲାଇଭାରି ଆମାଇଲେଜ୍ କୁହାଯାଏ ।
(ii) ଜଠର ଗ୍ରନ୍ଥି (Gastric Glands) :
- ଏହି ଗ୍ରନ୍ଥିରୁ କ୍ଷରିତ ହେଉଥିବା ରସକୁ ପାଚକ ରସ କୁହାଯାଏ । ଏଥିରେ ଲବଣାମ୍ଳ (HCl) ସହିତ ପେପସିନ୍ ଓ ଲାଇପେଜ୍ ଏନ୍ଜାଇମ୍ ରହିଛି ।
- ଏଗୁଡ଼ିକ ପାଚକ ରସ (Gastric juice) ଓ ଲବଣାମ୍ଳ (HCI) କ୍ଷରଣ କରିଥା’ନ୍ତି ।
(iii) (Liver) :
- ଏହା ଶରୀରର ବୃହତ୍ତମ ଗ୍ରନ୍ଥି ଏବଂ ଏହା ଉଦର ଗହ୍ଵରର ଉପରିଭାଗର ଡାହାଣପାର୍ଶ୍ଵରେ ଅବସ୍ଥିତ । ଏହାର ବର୍ଣ୍ଣ ଲୋହିତ ବାଦାମୀ ।
- ଏହା ପିତ୍ତ ରସ କ୍ଷରଣ କରେ ।
(iv) ଅଗ୍ନ୍ୟାଶୟ (Pancreas) :
- ଏହା ଏକ ମିଶ୍ରିତ ଗ୍ରନ୍ଥି ।
- ଏହା ମଧ୍ଯ ଖାଦ୍ୟନଳୀ ବାହାରେ ରହିଛି । ଏଥୁରୁ ଉଭୟ ଏନ୍ଜାଇମ୍ ଓ ହରମୋନ୍ କ୍ଷରିତ ହୁଏ । ଅଗ୍ନ୍ୟାଶୟ ରସରେ ଆମାଇଲେଜ, ଲାଇପେଜ୍ ଏବଂ ପ୍ରୋଟିଏଜ୍ ପରି ଖାଦ୍ୟ ହଜମକାରୀ ଏନ୍ଜାଇମ୍ ରହିଛନ୍ତି ।
→ ଆନ୍ତ୍ରିକ ଗ୍ରନ୍ଥି (Intestinal gland) :
- କ୍ଷୁଦ୍ରାନ୍ତ୍ରରେ ଥିବା ଆନ୍ତ୍ରିକ ଗ୍ରନ୍ଥିଗୁଡ଼ିକରୁ ଆର୍ଥିକ ରସ କ୍ଷରିତ ହୁଏ । ଏହି ରସରେ ଥିବା ବିଭିନ୍ନ ପ୍ରକାରର ଏନ୍ଜାଇମ୍ ହଜମକ୍ରିୟା ଶେଷ କରନ୍ତି ।
→ ପାଚନ କ୍ରିୟା (Digestion) :
- ଆମେ ଖାଉଥିବା ଖାଦ୍ୟରେ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ୍, ଧାତବ ଲବଣ ଓ ଜଳ ରହିଥାଏ । ଖାଦ୍ୟ ହଜମର ବିଭିନ୍ନ ପ୍ରକ୍ରିୟାଗୁନିକ
- ହେଲା : ଖାଦ୍ୟ ଗ୍ରହଣ, ପାକକ୍ରିୟା, ଅବଶୋଷଣ, ଆତ୍ମୀକରଣ ଓ ମଳତ୍ୟାଗ ।
(A) ମୁଖଗହ୍ଵର (Buccal Cavity) :
- ଏଠାରେ ଖାଦ୍ୟ ଚର୍ବିତ ଓ ପେଷିତ ହେବା ସଙ୍ଗେ ସଙ୍ଗେ ଟାୟାଲିନ୍ର କାର୍ଯ୍ୟକାରିତା ହାର ବୃଦ୍ଧି କରେ ।
- ଖାଦ୍ୟରେ ଲାଳ ମିଶିବାଦ୍ୱାରା ଟାୟାଲିନ୍ ପ୍ରାୟ 30-40 ଭାଗ ମଣ୍ଡଦ (Starch)କୁ ମାଲ୍ଟୋଜ୍ (Maltose)ରେ ପରିଣତ କରେ ।
(B) (Stomach) :
ଭାଙ୍ଗି ଅତି ସୂକ୍ଷ୍ମଖଣ୍ଡରେ ପରିଣତ ହୁଏ । ପାକସ୍ଥଳୀରୁ ନିସୃତ ପାଚକ ରସ ଖାଦ୍ୟ ସହିତ ମିଶି ଏହାକୁ ଏକ ପ୍ରକାର ତରଳ ମଣ୍ଡ ବା ଚାଇମରେ ପରିଣତ କରେ । ଲବଣାମ୍ଳ (HCl) ପାକମଣ୍ଡକୁ ଅମ୍ଳାତ୍ମକ କରିବା ସହିତ ଜୀବାଣୁ ନାଶ କରେ । ପାଚକରସରେ ଦୁଇ ପ୍ରକାର ଏନ୍ଜାଇମ୍ ଥାଏ – ପେପ୍ସିନ୍ ଓ ଲାଇପେଜ୍ । ପେପ୍ସିନ୍ ଲବଣାମ୍ଳ ମାଧ୍ୟମରେ ସକ୍ରିୟ ହୁଏ ଓ ପ୍ରୋଟିନ୍ ଖାଦ୍ୟକୁ ପ୍ରୋଟିଓଜେସ୍ ଓ ପେପ୍ନ୍ରେ ପରିଣତ କରେ ।
(C) ଗ୍ରହଣୀ :
କ୍ଷୁଦ୍ରାନ୍ତର ଗ୍ରହଣୀଠାରେ ଯକୃତରୁ କ୍ଷରିତ ପିତ୍ତ ଓ ଅଗ୍ନ୍ୟାଶୟରୁ କ୍ଷରିତ ଅଗ୍ନ୍ୟାଶୟ ରସ ଖାଦ୍ୟରେ ଆସି ମିଶେ । ପିତ୍ତରେ ଥିବା ପିତ୍ତ ଲବଣ ଖାଦ୍ୟର ଅମ୍ଳତ୍ଵ ଦୂର କରେ ଓ ସ୍ନେହସାର ଜାତୀୟ ଖାଦ୍ୟର ଅବଦ୍ରବୀକରଣ ବା ଇମଲ୍ଟିଫିକେସନ୍ (Emulsification) କରାଇଥାଏ ।
(D) ଜେଜୁନମ୍ ଓ ଇଲିୟମ୍ :
ଏହି ସ୍ଥାନରେ ସମସ୍ତ ଖାଦ୍ୟର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାଏ । ଜେଜୁନମ୍ ଓ ଇଲିୟମ୍ରୁ କ୍ଷରିତ ଆର୍ଥିକ ରସରେ ରହିଥିବା ବିଭିନ୍ନ ପ୍ରକାର ଏନଜାଇମ୍ ହଜମ ହୋଇନଥୁବା ଅବଶିଷ୍ଟ ଖାଦ୍ୟକୁ ସମ୍ପୂର୍ଣ ହଜମ କରିଥା’ନ୍ତି । ଏଠାରେ ହେଉଥିବା ହଜମ ପ୍ରକ୍ରିୟାଟି :
(E) ବୃହଦନ୍ତ୍ର :
ଖାଦ୍ୟ ବୃହଦନ୍ତ୍ରଠାରେ ପହଞ୍ଚିଲା ବେଳକୁ ଏହା ହଜମ ହୋଇ ସରଳୀକୃତ ଖାଦ୍ୟରେ ପରିଣତ ହୋଇଥାଏ ।
(v) (Absorption) :
ସମସ୍ତ ସରଳୀକୃତ ଖାଦ୍ୟ, ଭିଟାମିନ୍, ଧାତବ ଲବଣ ଓ ଜଳ ଇତ୍ୟାଦି ଆହାରନଳୀର କାନ୍ଥ ବାଟ ଦେଇ ରକ୍ତ ମଧ୍ୟକୁ ପ୍ରବେଶ କରିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ । ଏହି ପ୍ରକ୍ରିୟା ନିଷ୍କ୍ରିୟ ଅବଶୋଷଣ ଓ ସକ୍ରିୟ ଅବଶୋଷଣଦ୍ୱାରା ହୋଇଥାଏ ।
(vi) (Assimilation) :
- ଅବଶୋଷଣ ପରେ ସରଳୀକୃତ ଖାଦ୍ୟ ରକ୍ତଦ୍ୱାରା ବାହିତ ହୋଇ ଯକୃତରେ ପହଞ୍ଚେ । ଯକୃତରୁ ଏହା ଶରୀରର ବିଭିନ୍ନ ଅଂଶରେ ପହଞ୍ଚିଥାଏ ଏବଂ ଶକ୍ତିମୋଚନ ଓ ଅନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଖାଦ୍ୟର ଏହି ବିନିଯୋଗ
- ଅଧିକାଂଶ ଏମିନୋ ଅମ୍ଳ ପୁଷ୍ଟିସାର ସଂଶ୍ଳେଷଣରେ ବ୍ୟବହୃତ ହୁଏ ଯାହାକି ଶରୀର ବୃଦ୍ଧି ଓ ଟିସୁର ପୁନଃନିର୍ମାଣରେ ସହାୟକ ହୁଏ । ବଳକା ଏମିନୋ ଅମ୍ଳ ଯକୃତରେ ୟୁରିଆରେ ପରିଣତ ହୁଏ ।
(vii) (Egestion) :
ଏକକାଳୀନ ନିମ୍ନଲିଖ୍ ଘଟଣାବଳୀଦ୍ଵାରା ମଳ ନିଷ୍କାସନ ହୋଇଥାଏ ।
- ମଳଦ୍ଵାର ଚାରିପଟେ ରହିଥିବା ସଂକୋଚନ ପେଶୀର ଶିଥୁଳନ,
- ମଳାଶୟ ପେଶୀର ସଂକୋଚନ,
- ଉଦରପେଶୀ ଓ ମଧ୍ଯଚ୍ଛଦାର ସଂକୋଚନ ସହିତ ସାମୟିକ ଶ୍ଵାସ ବିରାମ ।
ମାଂସ ହଜମ କରୁଥିବା ଏନଜାଇମ୍ ଆମ ପାକସ୍ଥଳୀକୁ ହଜମ କରିପାରେ ନାହିଁ କାରଣ :
- ପୁଷ୍ଟିସାର ହଜମ କରୁଥିବା ପ୍ରୋଟିଏଜ୍ ଜାତୀୟ ଏନଜାଇମ୍ ନିଷ୍କ୍ରିୟ ଅବସ୍ଥାରେ କ୍ଷରିତ ହୋଇଥାଏ । ପାକସ୍ଥଳୀର ଅମ୍ଳୀୟ ପରିବେଶରେ ଏହା ସକ୍ରିୟ ହୁଏ ଓ ପାକସ୍ଥଳୀରେ ଖାଦ୍ୟ ପହଞ୍ଚିଲେ ସାଧାରଣତଃ ଏନ୍ଜାଇମ୍ କ୍ଷରଣ
- ଆମ ପାକସ୍ଥଳୀରେ ଅନେକ ଶ୍ଳେଷ୍ମକ ବା ମ୍ୟୁକସ୍ ଗ୍ରନ୍ଥି ରହିଛି । ସେଥୁରୁ କ୍ଷରିତ ମ୍ୟୁକସ୍ ଅମ୍ଳୀୟ ପରିବେଶ ତଥା ଏନ୍ଜାଇମ୍ ପ୍ରଭାବରୁ ପାକସ୍ଥଳୀକୁ ରକ୍ଷାକରେ ।
- ପାକସ୍ଥଳୀର କୋଷମାନଙ୍କ ମଧ୍ୟରେ ଥିବା ନିବିଡ଼ ବନ୍ଧନ ଯୋଗୁଁ ସହଜରେ ପେପ୍ସିନ୍ ପାକସ୍ଥଳୀ କାନ୍ଥ ଭିତରକୁ ଟିସୁ କ୍ଷୟ କରିପାରେ ନାହିଁ ।
- ଏଥ୍ ସହିତ ପାକସ୍ଥଳୀର କୋଷ ପ୍ରତି ଦୁଇ ବା ତିନିଦିନ ବ୍ୟବଧାନରେ ନୂଆ କୋଷଦ୍ଵାରା ପୁନଃସ୍ଥାପିତ ହୁଅନ୍ତି । ଏଥ୍ ଯୋଗୁଁ ଆମ ପାକସ୍ଥଳୀ ପେପ୍ସିନ୍ ଏନ୍ଜାଇମ୍ଵାରା ହଜମ ହୁଏନାହିଁ ।