BSE Odisha 10th Class Life Science Solutions Chapter 9 ଆମ ପରିବେଶ

Odisha State Board BSE Odisha 10th Class Life Science Solutions Chapter 9 ଆମ ପରିବେଶ Textbook Exercise Questions and Answers.

BSE Odisha Class 10 Life Science Solutions Chapter 9 ଆମ ପରିବେଶ

Question 1.
ପରିସଂସ୍ଥାର ଗଠନିକ ଉପାଦାନର ଏକ ବିବରଣୀ ଦିଅ ।
ଉ-

  • ପୃଥ‌ିବୀପୃଷ୍ଠରେ ‘ନଦୀ, ସମୁଦ୍ର, ହ୍ରଦ, ତୃଣଭୂମି, ଜଙ୍ଗଲ, ମରୁଭୂମି ଇତ୍ୟାଦି ବିଭିନ୍ନ ପ୍ରକାରର ପରସଂସ୍ଥା ରହିଛି । ପ୍ରତ୍ୟେକ ପରିସଂସ୍ଥା ନିମ୍ନଲିଖ୍ 4ଟି ଉପାଦାନକୁ ନେଇ ଗଠିତ ଯଥା – (a) ଅଜୈବିକ ଉପାଦାନ, (b) ଉତ୍ପାଦକ, (c) ଭକ୍ଷକ ଓ (d) ଅପଘଟକ
  • ଅଜୈବିକ ଉପାଦାନ – ପରିବେଶରେ ଥ‌ିବା ମାଟି, ପାଣି, ପବନ, ଅନ୍ୟ ମୌଳିକ ପଦାର୍ଥ ଓ ଯୌଗିକ ପଦାର୍ଥ ପରି ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରିସଂସ୍ଥାର ଅଜୈବିକ ଉପାଦାନ ଗଠିତ ହୋଇଛି । ଏହି ଉପାଦାନମାନଙ୍କୁ ମଧ୍ୟ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – ତାପମାତ୍ରା, ଆର୍ଦ୍ରତା ଓ ଆଲୋକ ଇତ୍ୟାଦି ଜଳବାୟୁକୁ ନିଯନ୍ତ୍ରଣ କରୁଥିବା ଡାଇକ । ଜୀବ-ଭୂତି-ରସାୟନ ଚକ୍ରରେ ଭାଗ ନେଇଥିବା ଜଳ, ଅଙ୍ଗାରକ, ଯବକ୍ଷାରଜାନ ପରି ଅଜୈବିକ ପଦାର୍ଥ, ଜୀବର ଶଣୀର ଗଠନରେ ସାହାଯ୍ୟ କରୁଥିବା ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାର ଇତ୍ୟାଦି ଜୈବିକ ଓ ଅଜୈବିକ ଉପାଦାନ ମଧ୍ଯରେ ସଂଯୋଗ ସୃଷ୍ଟିକାରୀ ପଦାର୍ଥ ।
  • ଉତ୍ପାଦକ – ପରିବେଶରେ ଥ‌ିବା ସମସ୍ତ ପ୍ରକାର ସବୁଜ ଉଭିଦ, ଘାସ, ଗଛ ଇତ୍ୟାଦି ଉତ୍ପାଦକ ଅଟନ୍ତି । ଶକ୍ତିରେ ରୂପାନ୍ତରିତ କରେ । ନିଜ ଖାଦ୍ୟ ନିଜେ ତିଆରି କରୁଥିବାରୁ ସେମାନଙ୍କୁ ସ୍ଵପୋଷୀ ବା ସ୍ବଭୋଜୀ କୁହାଯାଏ ।
  • ଭକ୍ଷକ – ଭକ୍ଷକମାନଙ୍କଠାରେ ଅଜୈବିକ ଉପାଦାନରୁ ନିଜ ପାଇଁ ଖାଦ୍ୟ ତିଆରି କରିବାର କ୍ଷମତା ନାହିଁ । ପରଭୋଜୀ କୁହାଯାଏ । ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନେ ପ୍ରାଥମିକ ଭକ୍ଷକ, ଦ୍ୱିତୀୟକ ଭକ୍ଷକ, ତୃତୀୟ ଭକ୍ଷକ ଏବଂ ଶୀର୍ଷ ଭକ୍ଷକ ହୋଇଥା’ନ୍ତି । ଉଦାହରଣ ତୃଣଭୋଜୀମାନେ ପ୍ରାଥମିକ ଭକ୍ଷକ ହୋଇଥିବାବେଳେ ତୃଣଭୋଜୀମାନଙ୍କୁ ଖାଉଥ‌ିବା ମାଂସାଶୀ ପ୍ରାଣୀ ଦ୍ବିତୀୟକ ଭକ୍ଷକ, ସେମାନଙ୍କୁ ଖାଉଥ‌ିବା ପ୍ରାଣୀ ତୃତୀୟକ ଓ ଏହି କ୍ରମରେ ଶେଷରେ ରହୁଥ‌ିବା ପ୍ରାଣୀକୁ ଶୀର୍ଷ ଭକ୍ଷକ କୁହାଯାଏ ।
  • ଅପଘଟକ- ଅପପଟକମାନେ ନିଜର ଖାଦ୍ୟପାଇଁ ମୃତହାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ମିଶିଯାଏ । ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଇତ୍ୟାଦି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 2.
ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ଵ ଆଲୋଚନା କର ।
ଉ-

(i) ଗୋଟିଏ ପରିସଂସ୍ଥାରେ ସବୁଜ ଉଭିଦ ହେଉଛନ୍ତି ଉତ୍ପାଦକ । ତୃଣଭୋଜୀମାନେ ସବୁଜ ଉଦ୍ଭିଦ ଖାଇ ବଞ୍ଚନ୍ତି । ତୃଣଭୋଜୀମାନଙ୍କୁ ମାଂସାଶୀ ପ୍ରାଣୀମାନଙ୍କୁ ଖାଇ ବଞ୍ଚନ୍ତି । ଗୋଟିଏ ପରିସଂସ୍ଥାରେ ସବୁଜ ଉଦ୍ଭଦଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରଭାବକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ 1

ଖାଦ୍ୟଶୃଙ୍ଖଳ ସବୁସମୟରେ ଗୋଟିଏ ସରଳ ରେଖାରେ ଗତିକରେ ଓ ଏଥୁରୁ ପରିସଂସ୍ଥାର ବିଭିନ୍ନ ଜୀବଙ୍କ ଭିତରେ ଥ‌ିବା ସମ୍ପର୍କର ସୂଚନା ମିଳେ ।

(ii) ଖାଦ୍ୟଶୃଙ୍ଖଳ ସାଧାରଣତଃ ନିମ୍ନୋକ୍ତ ଖାଦ୍ୟସ୍ତରକୁ ନେଇ ଗଠିତ, ଯଥା- ଉତ୍ପାଦକତାରେ ସବୁଳ ଉଦ୍ଭିଦ ପ୍ରଥମ ଖାଦ୍ୟସ୍ତର ଦଖଲ କରିଛନ୍ତି । ସବୁଜ ଉଦ୍ଭଦରୁ ସିଧାସଳଖ ଖାଦ୍ୟ ଗ୍ରହଣ କରୁଥିବା ତୃଣଭୋଜୀ ପ୍ରାଣୀମାନେ ରହିଛନ୍ତି ଦ୍ବିତୀୟ ଖାଦ୍ୟ ସ୍ତରରେ । ଏହି ପ୍ରାଣୀଙ୍କୁ ଖାଉଥ‌ିବା ମାଂସାଶୀ କ୍ରମ-1 ପ୍ରାଣୀଙ୍କ ସ୍ଥାନ ହେଉଛି ତୃତୀୟ ଖାଦ୍ୟ ସ୍ତର । ଚତୁର୍ଥ ଖାଦ୍ୟ ସ୍ତର ଦଖଲ କରିଛନ୍ତି ମାଂସାଶୀ କ୍ରମ-2 ପ୍ରାଣୀମାନେ ଏବଂ ଏମାନଙ୍କ ଖାଦ୍ୟ ହେଉଛି ମାଂସାଶୀ କ୍ରମ-1 ପ୍ରାଣୀ । ଖାଦ୍ୟ ଶୃଙ୍ଖଳର ଶେଷସ୍ତରରେ ଥ‌ିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ । ମାତ୍ର ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ ।

ଖାଦ୍ୟଶୃଙ୍ଖଳର ମହତ୍ତ୍ବ :
(iii) ଖାଦ୍ୟଶୃଙ୍ଖଳରୁ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକ ସମ୍ପର୍କ ବିଷୟରେ ଜାଣିହୁଏ । ଏହା ଖାଦ୍ୟ ଉତ୍ପାଦନ ଓ ପ୍ରବାହ ଉପରେ ନିର୍ଭର କରି ପରିସଂସ୍ଥାର ବିଭିନ୍ନ ଜୀବ ଭିତରେ ଗଢ଼ିଉଠିଥିବା ସମ୍ପର୍କର ସୂଚନା ପ୍ରଦାନ କରିଥାଏ ।
(iv) ଏହାଦ୍ଵାରା ଗୋଟିଏ ପରିସଂସ୍ଥାରେ ଘଟୁଥ୍ରେ ଘଟୁଥ‌ିବା ଶକ୍ତି ପ୍ରବାହ ସମ୍ବନ୍ଧରେ ଜାଣିହୁଏ ।
(v) ଚଳନ ବିଷୟରେ ମଧ୍ୟ ଆମେ ଜାଣିପାରିବା ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିପାରିବା ।

Question 3.
ଜୀବମଣ୍ଡଳର ଗଠନ ଓ ଉପାଦାନ ବର୍ଣ୍ଣନା କର ।
ଉ-

  • ପୃଥ‌ିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ । ଜଳମଣ୍ଡଳରେ ସବୁ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିର ଜଳସହ ଭୂତଳ ଜଳ ରହିଅଛି ।
  • ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ । ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03 ଭାଗ ଅଙ୍ଗାରକାମ୍ଳ, ଅବଶିଷ୍ଟ ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍‌କୁ ନେଇ ଗଠିତ ।
  • ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ପୃଥ‌ିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ । ଜୀବମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥୁସହିତ ସଂଶ୍ଳିଷ୍ଟ ପରିବେଶକୁ ମଧ୍ୟ ବୁଝାଏ । ପୃଥ‌ିବୀର ସମସ୍ତ ପରିସଂସ୍ଥାକୁ ନେଇ ଏହା ଗଠିତ ହୋଇଥାଏ ।
  • ଏହା ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆତ୍ମନିୟନ୍ତ୍ରଣକ୍ଷମ ଏକ ପ୍ରାକୃତିକ ସଂସ୍ଥା ଅଟେ । ଏହାକୁ ପୃଥ‌ିବୀର ସବୁଠାରୁ ବଡ଼ ପରିସଂସ୍ଥା ଭାବେ ଗ୍ରହଣ କରାଯାଇପାରିବ ।
  • ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ଅଟେ । ଏହାର ମୁଖ୍ୟ ଉପାଦାନ ହେଉଛି – ସମସ୍ତ ଜୀବଙ୍କ ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ ।
  • ଫେରନ୍ତାସଙ୍କେତ ବ୍ୟବସ୍ଥାଦ୍ଵାରା ଏହା ସମସ୍ଥିତି ବଜାୟ ରଖୁଥାଏ ।

Question 4.
‘ପରିସଂସ୍ଥାରେ ଶକ୍ତିର ପ୍ରବାହ ଏକତରଫା’ – ଆଲୋଚନା କର ।
ଉ-

  • ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ଆରମ୍ଭ ହୋଇ ଉତ୍ପାଦକ, ତୃଣଭୋଜୀ, ମାଂସାଶୀ କ୍ରମ-1 ଓ 2 ତଥା ଶୀର୍ଷଭକ୍ଷକ ଠାରେ ଖାଦ୍ୟ ଜରିଆରେ ପହଞ୍ଚିଥାଏ ।
  • ଯେକୌଣସି ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ସ୍ଵପୋଷୀ ଏବଂ ତା’ପରେ ସମସ୍ତ ଭକ୍ଷକ ଓ ଅପଘଟକମାନଙ୍କ ଭିତରେ ସିଧାସଳଖ ଏକ ଦିଗରେ ହୋଇଥାଏ । ତେଣୁ ଶକ୍ତିର ପ୍ରବାହ ଅଣଚକ୍ରାକାର ବା
  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ । ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରୀ ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରୀ ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର- 1 ଠାରେ 1 କ୍ୟାଲୋରୀ ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2ଠାରେ ମାତ୍ର 0.1 କ୍ୟାଲୋରୀ ଶକ୍ତି ମିଳିବ ।
  • ସୁତରାଂ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧ‌ିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

Question 5.
ଅମ୍ଳଜାନଚକ୍ର ବିଷୟରେ ଆଲୋଚନା କର ।
ଉ-
ଅମ୍ଳଜାନ ଚକ୍ର : ଅମ୍ଳଜାନ ବାୟୁମଣ୍ଡଳରେ ୨୧ ଭାଗ ଥାଏ । ଜଳରେ ଦ୍ରବୀଭୂତ ହୋଇଥାଏ । ବିଭିନ୍ନ ପଦାର୍ଥ ଯଥା- ସଲଫର ଡାଇଅକ୍ ସାଇଡ଼୍ ନାଇଟ୍ରୋଜେନ୍ ଅକ୍‌ସାଇଡ଼, ଅଙ୍ଗାରକାମ୍ଳ ଓ କାର୍ବନ ମନୋଅକ୍‌ସାଇଡ୍ ଇତ୍ୟାଦି ବାୟୁ ମଣ୍ଡଳରେ ଥାଏ । ନାଇଟ୍ରେଟ୍, ଯବକ୍ଷାର ସହ ମିଶି ଜଳ ଓ ମୃତ୍ତିକାରେ ରହି ଥାଏ । ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, DNA, RNA ବିଭିନ୍ନ ପରିମାଣରେ ଥାଏ ।

  • ଶ୍ଵାସନ ଓ ଅପଘଟନ ପ୍ରକ୍ରିୟାରେ ଜୀବ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ଛାଡ଼େ ।
  • ଅଣୁଜୀବମାନେ ମୃତ ଶରୀରର ଅପଘଟନ କଳାନ୍ତି ।
  • ଉଭିଦ ଅଙ୍ଗାରକାମ୍ଳ ନେଇ ଆଲୋକଶ୍ଳେଷଣରେ ଶର୍କରା ପ୍ରସ୍ତୁତି କରେ ଓ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ । ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବର୍ଣ୍ଣନ କର ।

ଅବସ୍ଥାରେ ଦେଖିବାକୁ ମିଳେ । ଏହି ଗ୍ୟାସ୍ ମାଟିରେ ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ ଅଙ୍ଗାରକଚକ୍ର କୁହାଯାଏ ।

6. ଅଙ୍ଗାରକର ମାଟି, ଜଳ, ବାୟୁମଣ୍ଡଳ ଓ ଜୀବଶରୀର ମାଧ୍ୟମରେ ଚକ୍ରାକାର ପ୍ରବାହ ପ୍ରକ୍ରିୟା ବଣ୍ଡନ କର ।
ଉ-
ଅପଘଟିତ ଜୈବ ଅଙ୍ଗାରକ ଭାବରେ ଥାଏ । ଖଣିଜ ତୈଳ, କୋଇଲା, ଗ୍ରାଫାଇଟ୍ ଓ ହୀରାରେ କାର୍ବୋନେଟ୍ ପଥରରେ ଜମିଥାଏ । ବାୟୁମଣ୍ଡଳରୁ ଜୀବମଣ୍ଡଳ ଓ ଜୀବ ମଣ୍ଡଳରୁ ଜଳ, ମାଟି ଓ ପୁଣି ବାୟୁମଣ୍ଡଳକୁ ଯାତାୟତ କରିଥାଏ । ଏହି ପ୍ରକ୍ରିୟାକୁ

BSE Odisha 10th Class Life Science Solutions Chapter 9 ଆମ ପରିବେଶ 3

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ପରିସଂସ୍ଥାରେ ଅପଘଟକଙ୍କର ଭୂମିକା କ’ଣ ?
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥ‌ିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି । ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାହା ଅପଘଟକମାନଙ୍କ ଦ୍ବାରା ବିଭିନ୍ନ ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ, କେତେକ ଆଦିପ୍ରାଣୀ ଇତ୍ୟାଦି ।

(ଖ) ଜୈବ ପରିବର୍ତ୍ତନ କ’ଣ ? ଏଥୋଗୁଁ ଆମର କି ଅସୁବିଧା ହେଉଛି ?
ଉ-

  • କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀର ମଧ୍ୟରେ ସହଜରେ କ୍ଷୟ ହୁଏନାହିଁ । ତେଣୁ ଏହିସବୁ ବିଷାକ୍ତ ପଦାର୍ଥ ରେଚନ କ୍ରିୟାଦ୍ଵାରା ପ୍ରାଣୀ ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ । ଶରୀରର କୋଷମାନଙ୍କ ମଧ୍ୟରେ ଏହା ଜମା ହୋଇ ରହେ ଓ ପ୍ରାଣୀର ସହନ ଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ସୁତରାଂ ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବ ପରିବର୍ତ୍ତନ କୁହାଯାଏ ।
  • ଜୈବ ପରିବର୍ଦ୍ଧନଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ହେଉଛି ଓ ବିଭିନ୍ନ ରୋଗରେ ଆମେ ଆକ୍ରାନ୍ତ ହେଉଛୁ ।

(ଗ) ଖାଦ୍ୟଜାଲି କହିଲେ କ’ଣ ବୁଝ ?
ଉ-

  • ପରିବେଶରେ ଗୋଟିଏ ପ୍ରକାର ଖାଦ୍ୟକୁ ଅନେକ ପ୍ରକାର ପ୍ରାଣୀ ଖାଆନ୍ତି, ଉଦାହରଣ – ଘାସକୁ ଝିଣ୍ଟିକା, ଠେକୁଆ, ହରିଣ ଖାଇ ବଞ୍ଚନ୍ତି । ଅନ୍ୟ ପକ୍ଷରେ ଗୋଟିଏ ଖାଦକ (ପ୍ରାଣୀ) କେବଳ ଗୋଟିଏ ପ୍ରକାର ଖାଦ୍ୟ ଉପରେ ନିର୍ଭର ନ କରି ଅନେକ ପ୍ରକାର ଖାଦ୍ୟ ଖାଇ ବଞ୍ଚେ । ଉଦାହରଣ ମଣିଷ ତୃଣଭୋଜୀ ହୋଇପାରେ, ମାଂସାଶୀ (C1) ହୋଇପାରେ ବା ସର୍ବଭୋଜୀ ମଧ୍ୟ ହୋଇପାରେ ।
  • ପରିବେଶରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବଞ୍ଚେ ଏବଂ ସେହି ପ୍ରାଣୀକୁ ଅନ୍ୟ ପ୍ରାଣୀମାନେ ଖାଦ୍ୟସାରେ ବ୍ୟବହାର କରିଛି । ତେଣୁ ପରିବେଶରେ ପ୍ରାଣୀମାନଙ୍କ ମଧ୍ୟରେ ଖାବ୍ୟସମ୍ପର୍କ ଗୋଟିଏ ସରଳରେଖା ପରି ନହୋଇ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଥାଏ ।

(ଘ) ଇକୋଲୋଜିକାଲ ପିରାମିଡ୍ କ’ଣ ? ଏହା କି କି ପ୍ରକାରର ?
ଉ-

  • ଚାରଲସ୍ ଏଲ୍‌ଟନ୍‌ 1927 ମସିହାରେ ଦର୍ଶାଇଥିଲେ ଯେ, ପରିସଂସ୍ଥାରେ ଉତ୍ପାଦକମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ତୃତୀୟକ ଭକ୍ଷକ ତଥା ଶୀର୍ଷ ଭକ୍ଷକଙ୍କ ସଂଖ୍ୟା ସବୁଠାରୁ କମ୍ ।
  • ଉତ୍ପାଦକ ସ୍ତରଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବମାନଙ୍କସଂଖ୍ୟା କ୍ରମାଗତଭାବେ କମିକମି ଯାଏ । ସଂଖ୍ୟା ଅନୁସାରେ ଏମାନଙ୍କୁ ସଜାଇ ରଖିଲେ ଏହା ଏକ ପିରାମିଡ଼ ପରି ଦେଖାଯିବ । ଏହାକୁ ସଂଖ୍ୟା ପିରାମିଡ୍ କୁହାଯାଏ ।
  • ଜୀବମାନଙ୍କ ଜୈବିକ ବସ୍ତୁତ୍ୱ ଉତ୍ପାଦକ ସ୍ତରଠାରୁ କ୍ରମାଗତ ଭାବେ କମିଯାଏ ।
  • ଶକ୍ତିର ପ୍ରବାହରେ ମଧ୍ଯ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ଏହି ଦୁଇ ଅବସ୍ଥାକୁ ବିଚାରକୁ ନେଇ ଗଠନ କରାଯାଇଥିବା ପିରାମିଡ଼କୁ ଯଥାକ୍ରମେ ଜୈବିକ ବସ୍ତୁତ୍ବ ପିରାମିଡ୍ ଓ ଶକ୍ତି ପିରାମିଡ୍ ଗଠିତ ହୋଇଥାଏ ।

(ଙ) ପରିସଂସ୍ଥାରେ ସମସ୍ଥିତି କିପରି ସମ୍ଭବ ହୁଏ ?
ଉ-

  • ପରିବର୍ତ୍ତନଶୀଳ ବାହ୍ୟ ପରିବେଶରେ ସଫଳଭାବେ ବଞ୍ଚିରହିବାପାଇଁ ଜୀବମାନେ ନିଜ ଶରୀରର ଅନ୍ତଃପରିବେଶକୁ ସ୍ଥିର ରଖୁବାକୁ ଚେଷ୍ଟା କରନ୍ତି । ଅଧିକ ଗରମ ହେଲେ ଆମ ଦେହରୁ ଝାଳ ବାହାରି ଆମ ଶରୀରକୁ ଥଣ୍ଡାକରେ। ଅତ୍ୟର୍ଥକ ଶୀତ ପ୍ରକୋପରୁ ରକ୍ଷାପାଇବାପାଇଁ ଲୋମଟାଙ୍କୁରି ଉଠେ ବା ଶରୀର ଥରିବାକୁ ଆରମ୍ଭ କରେ । ଜୀବ ନିଜ ଶରୀର ମଧ୍ୟରେ ଥ‌ିବା ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ପ୍ରକ୍ରିୟା ଦ୍ବାରା ଦେହ ଭିତର ପରିବେଶରେ ସମସ୍ଥିତି ରକ୍ଷା କରିପାରେ ।
  • ଗୋଟିଏ ପରିସଂସ୍ଥାରେ ସମସ୍ଥିତି ରକ୍ଷାପାଇଁ ତହିଁରେ ଥ‌ିବା ଉପାଦାନମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟକରନ୍ତି । ଯଦି କୌଣସି କାରଣରୁ ସମସ୍ଥିତି ଦୁର୍ବଳ ହୁଏ ବା ଏଥ‌ିରେ ବ୍ୟାଘାତ ସୃଷ୍ଟିହୁଏ, ତେବେ ପରିସଂସ୍ଥାର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ପରିସଂସ୍ଥାର ସଫଳ କାର୍ଯ୍ୟକାରିତାପାଇଁ ସମସ୍ଥିତି ଏକାନ୍ତ ଆବଶ୍ୟକ ।

(ଚ) ଦଶ ପ୍ରତିଶତ ନିୟମ ବୁଝାଅ ।
ଉ-

  • ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ ପ୍ରଣୟନ କରିଥିଲେ ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରି ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରି ହେବ ।
  • ସେହିପରି ମାଂସାଶୀକ୍ରମ ସ୍ତର – 1 ଠାରେ l କ୍ୟାଲୋରି ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2 ଠାରେ ମାତ୍ର 0.1 କ୍ୟାଲୋରି ଶକ୍ତି ମିଳିବ । ଏଥୁରୁ ଆମେ ଜାଣିଲୁ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।

(ଛ) ‘ପରିସଂସ୍ଥା’ କହିଲେ କ’ଣ ବୁଝ ?
ଉ-

  • ଗୋଟିଏ ଅଞ୍ଚଳରେ ବାସକରୁଥିବା ସମସ୍ତ ସଜୀବ (ଉଦ୍ଭଦ, ପ୍ରାଣୀ, ଅଣୁଜୀବ) ଓ ନିର୍ଜୀବ ବସ୍ତୁ (ମାଟି, ପାଣି, ପବନ)କୁ ନେଇ ପରିସଂସ୍ଥା ଗଠିତ ହୋଇଥାଏ । ଏହା ପ୍ରକୃତିର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ ।
  • ଜୀବମଣ୍ଡଳରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା- ଜଙ୍ଗଲ ପରିସଂସ୍ଥା, ତୃଣଭୂମି ପରିସଂସ୍ଥା, ମରୁଭୂମି ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା, ନଦୀ ପରିସଂସ୍ଥା ଓ ସମୁଦ୍ର ପରିସଂସ୍ଥା । ‘ଇକୋସିଷ୍ଟମ’ ଶବ୍ଦର ବ୍ୟବହାର ପ୍ରଥମେ 1935 ମସିହାରେ ଏ.ଜି.ଟାନ୍‌ସ୍‌ଲେ କରିଥିଲେ ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
(କ) ଜୈବ-ଅବନମିତଅକ୍ଷମ ବର୍ଜ୍ୟ
ଉ-

  • ବଡ଼ବଡ଼ ସହରମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, ପାରଦ ଓ ଅନ୍ୟ ରାସାୟନିକ ପଦାର୍ଥ, ଧାତୁନିର୍ମିତ ପଦାର୍ଥ ଆଦି ଜୈବ-ଅବନମିତକ୍ଷମ ପଦାର୍ଥ ଅଟନ୍ତି ।
  • ପରିବେଶରେ ଅଣୁଜୀବଙ୍କଦ୍ବାରା ଏହାର ଅପଘଟନ ହୁଏ ନାହିଁ । ଏଗୁଡ଼ିକ ପରିବେଶରେ ଜମାହୋଇ ରହନ୍ତି ।
  • ଏ ଭିତରୁ କିଛି ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଜୀବମାନଙ୍କ ଶରୀରରେ ପ୍ରବେଶ କରି ଜୈବପରିବର୍ତ୍ତନ କରାନ୍ତି । ଏହାର ପ୍ରଭାବରେ ମଣିଷ ଓ ଗୃହପାଳିତ ପଶୁ ବହୁରୋଗରେ ଆକ୍ରାନ୍ତ ହେଲେଣି ।

(ଖ) ଜୈବ ଅବନମିତକ୍ଷମ ବର୍ଜ୍ୟ
ଉ-

  • ସମସ୍ୟା ସୃଷ୍ଟି କଲାଣି । କାରଣ ସବୁପ୍ରକାର ବର୍ଜ୍ୟବସ୍ତୁକୁ କ୍ଷୟ କରିବାର କ୍ଷମତା ପରିବେଶର ନାହିଁ । ପନିପରିବା, ଫଳମୂଳ, ପତ୍ର, କାଗଜ, କାଠ ଇତ୍ୟାଦି ଜୈବ ପଦାର୍ଥ ଜୈବ ଅବନମିତକ୍ଷମ ।
  • ଏହିସବୁ ଜୈବ ପଦାର୍ଥ ପରିବେଶରେ ଅପଘଟିତ ହୋଇ ମାଟିରେ ମିଶେ । କିନ୍ତୁ ବର୍ଜ୍ୟର ସୁପରିଚାଳନା ନହେବା ଦ୍ଵାରା ଏହା ବହୁଳ ପରିମାଣରେ ପରିବେଶରେ ଜମା ହୋଇ ରହୁଛି । ବର୍ଷାଦିନେ ଏହା ପଚି ବାୟୁ ଓ ଭୂପୃଷ୍ଠଜଳ ପ୍ରଦୂଷଣ ସହିତ ଭୂତଳ ଜଳ ପ୍ରଦୂଷଣର ମଧ୍ଯ କାରଣ ହୋଇପଡୁଛି ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଗ) କଳ୍ପବୃକ୍ଷ
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ସଂସ୍ଥା ତରଫରୁ ସ୍କୁଲ ଛାତ୍ରମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ଶିକ୍ଷା ଅଞ୍ଚଳରେ ଖଣି ଉତ୍ତୋଳନ ଯୋଗୁଁ ସୃଷ୍ଟି ହେଉଥ‌ିବା ପରିବେଶ ସମସ୍ୟା ଉପରେ ଏହି ସଂସ୍ଥା କାର୍ଯ୍ୟ କରୁଛି ।

(ଘ) ଅମ୍ଳବର୍ଷା
ଉ-

  • ଦିଲ୍ଲୀ ଏବଂଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ଗବେଷଣା କରିବା ସହିତ ସବୁଜ ବଳୟ ସୃଷ୍ଟିପାଇଁ 1979 ମସିହାଠାରୁ ‘କଳ୍ପବୃକ୍ଷ’ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି ।
  • ଏହାର ପ୍ରଭାବରେ ଜଙ୍ଗଲ, ଘାସପଡ଼ିଆ ଏବଂ ଶସ୍ୟକ୍ଷେତ୍ରର ଉତ୍ପାଦନ କ୍ଷମତା ହ୍ରାସ ପାଇଲାଣି ।

(ଙ) ସବୁଜ କୋଠରି ପ୍ରଭାବ
ଉ-

  • କୋଠରି ପ୍ରଭାବ ପରିଲକ୍ଷିତ ହେଉଛି । ଏଥୁଗୁଁ ଧୀରେ ଧୀରେ ବାୟୁମଣ୍ଡଳର ତାପମାତ୍ରା ବଢ଼ି ଏହା ବିଶ୍ଵତାପନ ବା ଗ୍ଲୋବାଲ ୱାରମିଂର କାରଣ ହେଲାଣି ।
  • ବିଶ୍ଵତାପନ ଯୋଗୁଁ ସମୁଦ୍ର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ବିଶ୍ୱ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।

(ଚ) ଓଜୋନ୍ ଛିଦ୍ର
ଉ-

  • ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋକାର୍ବନ (CFC) ଗ୍ୟାସ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କଲାଣି । ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ଏହି ଛିଦ୍ର ଦେଇ ଏବେ ପୃଥ‌ିବୀପୃଷ୍ଠରେ ସିଧାସଳଖ ପହଞ୍ଚିଲାଣି ।
  • ଏହାର ପ୍ରଭାବରେ ମନୁଷ୍ୟଙ୍କ ଦେହରେ ଚର୍ମ କର୍କଟ ରୋଗ ଓ ଆଟ୍‌ରେ ପରଳ ରୋଗ ଦେଖାଦେଉଛି ।

(ଛ) ସ୍ଥୂଳ ପୋଷକ
ଉ-

  • ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ମୌଳିକ ଉପାଦାନ ଆବଶ୍ୟକ ।
  • ଜୀବ ଶରୀରପାଇଁ ଅଧୂକ ପରିମାଣରେ ଆବଶ୍ୟକ ହେଉଥ‌ିବା କାର୍ବନ, ନାଇଟ୍ରୋଜେନ୍, ଅକସିଜେନ, ହାଇଡ୍ରୋଜେନ୍, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର ଫସଫରସ୍ ପରି ମୌଳିକ ଉପାଦାନକୁ ସ୍ଥୂଳ ପୋଷକ କୁହାଯାଏ ।

(ଜି) ସୂକ୍ଷ୍ମ ପୋଷକ
ଉ-

  • ଜୀବ ଶରୀର ପାଇଁ ଖୁବ୍ କମ୍ ପରିମାଣରେ ଆବଶ୍ୟକ ହେଉଥିବା ମୌଳିକଗୁଡ଼ିକୁ ସୂକ୍ଷ୍ମ ପୋଷକ କୁହାଯାଏ ।
  • କପର, ମାଙ୍ଗାନିଜ, ଜିଙ୍କ, ବୋରନ୍, କୋବାଲ୍ଟ, ସୋଡ଼ିୟମ ଓ ଲୌହ ଇତ୍ୟାଦି ସୂକ୍ଷ୍ମ ପୋଷକ ଅଟନ୍ତି ।

(ଝ) ଅପଘଟକ
ଉ-

  • ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଇଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
  • ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
  • ପରିବେଶର ମୁଖ୍ୟ ଅପଘଟକମାନେ ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଅଟନ୍ତି ।

(ଞ) ପରିବେଶ ସନ୍ତୁଳନ
ଉ-
ଜୀବ ଜୀବ ଭିତରେ ତଥା ଜୀବ ଓ ପରିବେଶ ଭିତରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ, ସମନ୍ବିତ ସନ୍ତୁଳନ ସମ୍ଭବ ହୋଇଛି । ଏହି ସମନ୍ବିତ ଅବସ୍ଥାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ କୁହାଯାଏ ।

Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଜଳମଣ୍ଡଳ କାହାକୁ କୁହାଯାଏ ?
ଭ-
ପୃଥ‌ିବୀପୃଷ୍ଠରେ ଥ‌ିବା ସମସ୍ତ ପ୍ରକାର ଜଳର ଉତ୍ସ; ଯଥା – ସମୁଦ୍ର, ନଦୀ, ହ୍ରଦ, ଝରଣା, ଭୂତଳ ଜଳ ଇତ୍ୟାଦିକୁ ଜଳମଣ୍ଡଳ କୁହାଯାଏ । ଏହା ପୃଥିବୀପୃଷ୍ଠର ସମସ୍ତ ଜଳରାଶି ଓ ଭୂତଳ ଜଳ ସମୂହକୁ ନେଇ ଗଠିତ ।

(ଖ) ଆଲୋକଶ୍ଳେଷଣରେ ସୌରଶକ୍ତି କେଉଁ ଶକ୍ତିରେ ରୂପାନ୍ତରିତ ହୋଇଥାଏ ?
ଉ-
ଆଲୋକଶ୍ଳେଷଣରେ ସୌରଶକ୍ତି ସବୁଜକଣା ଉପସ୍ଥିତିରେ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।

(ଗ) ସ୍ଵପୋଷୀ କାହାକୁ କୁହାଯାଏ ଓ କାହିଁକି ?
ଉ-
ପରିବେଶରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରୁଥିବାରୁ ସବୁପ୍ରକାର ସବୁଜ ଉଭିଦମାନଙ୍କୁ ସ୍ଵପୋଷୀ ବା ସ୍ଵଭୋଜୀ କୁହାଯାଏ ।

BSE Odisha 10th Class Life Science Solutions Chapter 9 ଆମ ପରିବେଶ

(ଘ) ତାପଗତି ବିଜ୍ଞାନର ପ୍ରଥମ ନିୟମ ଉଲ୍ଲେଖ କର ।
ଉ-
ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ କିନ୍ତୁ ଏହାର ବିଲୟ ଘଟେନାହିଁ କି ଏହା ସୃଷ୍ଟି ହୋଇପାରେ ନାହିଁ । ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ଜରିଆରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ଏହାର ଏକ ଉଦାହରଣ ଅଟେ ।

(ଙ) ପରିସଂସ୍ଥାର ଗାଠନିକ ଉପାଦାନର ନାମ ଉଲ୍ଲେଖ କର ।
ଉ- ପ୍ରତ୍ୟେକ ପରିସଂସ୍ଥା 4ଗୋଟି ଗାଠନିକ ଉପାଦାନକୁ ନେଇ ଗଠିତ ଯଥା-

  • ଅଜୈବିକ ଉପାଦାନ,
  • ଉତ୍ପାଦକ,
  • ଭକ୍ଷକ,
  • ଅପଘଟକ

(ଚ) ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳଜାନର ଶତକଡ଼ା ପରିମାଣ କେତେ ?
ଉ-
ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ 68.62% ଓ ଅମ୍ଳଜାନର ପରିମାଣ 20.84% ।

(ଛ) ଖାଦ୍ୟଶୃଙ୍ଖଳ କ’ଣ ?
ଉ-
ଗୋଟିଏ ପରିସଂସ୍ଥା ରେ ସବୁଜ ଗଣିତଠାରୁ ବିଭିନ୍ନ କ୍ରମରେ ତୃଣଭୋଳୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରବାହକୁ ଖାଦ୍ୟଶୃଙ୍ଖଳ କୁହାଯାଏ । ଏହାସବୁ ସମୟରେ ଗୋଟିଏ ସରଳରେଖାରେ ଗତି କରେ ।

(ଜି) ଅପଘଟକର କାର୍ଯ୍ୟ କ’ଣ ?
ଉ-
ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁପରେ ଜୈବିକ ପଦାର୍ଥ ଅପଘଟକଙ୍କଦ୍ବାରା ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଥାଏ ।

Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ପରିବେଶରେ ଶ୍ଵେତସାର ତିଆରି କରିପାରୁଥ‌ିବା ସମସ୍ତ ପ୍ରକାର ସବୁଜ ଉଦ୍ଭଦକୁ ସାମୁହିକ ଭାବରେ କ’ଣ କୁହାଯାଏ ?
ଉ-
ଉତ୍ସାଦକ

(ଖ) ଉତ୍ପାଦକ ଓ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାଙ୍କ ଶରୀରକୁ ବିଭିନ୍ନ ମୌଳିକ ଉପାଦାନରେ ପରିଣତ କରି ମାଟିରେ ମିଶାଉଥବା ଜୀବଗୁଡ଼ିକୁ ସାମୂହିକ ଭାବରେ କ’ଣ କୁହାଯାଏ ?
ଉ-
ଅପଘଟକ

(ଗ) ଜଳ, ଅଙ୍ଗାରକ, ଯବକ୍ଷାରଜାନ ଇତ୍ୟାଦି ଅଜୈବିକ ପଦାର୍ଥର ପରିସଂସ୍ଥାରେ ଥ‌ିବା ଅଜୈବିକ ଓ ଜୈବିକ ଉପାଦାନ ମଧ୍ଯରେ ଚକ୍ରାକାର ଗତିକୁ କି ପ୍ରକାର ଚକ୍ର ଭାବରେ ନାମିତ କରାଯାଇଛି ?
ଉ-
ଜୈବ ଭୂ-ରାସାୟନିକ ଚକ୍ର

(ଘ) ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁ ପ୍ରକାର ?
ଉ-
ଅଣଚକ୍ରାକାର / ଏକତରଫା

(ଙ) ପ୍ରାଣୀ ଶରୀରରୁ କେତେକ ବିଷାକ୍ତ ପଦାର୍ଥ ନିଷ୍କାସିତ ନହୋଇ ଶରୀର କୋଷରେ ଜମାହୋଇ ରହିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
ଭ-
ଜୈବ ପରିବର୍ତନ (Biomagnification)

Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ପରିସଂସ୍ଥାରେ ପ୍ଲବ ଉଭିଦ ଏକ ………………… ।
(ଖ) ………………… କରିଥିଲେ ।
(ଗ) ନିଜର ଖାଦ୍ୟ ପ୍ରସ୍ତୁତ କରିପାରୁଥିବା ଜୀବମାନଙ୍କୁ ……………………. କୁହାଯାଏ ।
(ଘ) ଖାଦ୍ୟଶକ୍ତି ପାଇଁ ଅନ୍ୟ ଉପରେ ନିର୍ଭର କରୁଥ‌ିବା ଜୀବଙ୍କୁ ……………………. କୁହାଯାଏ ।
(ଙ) ତୃଣଭୋଜୀମାନେ ………………………….. ଶ୍ରେଣୀର ଭକ୍ଷକ ।
(ଚ) ଇକୋଲୋଜିକାଲ ପିରାମଡ଼ର ଧାରଣା ପ୍ରଥମେ ……………………. ଦେଉଥ୍ ଲେ ।

Answers:
(କ) ଉତ୍ପାଦକ
(ଖ) ଏ.ଜି. ଟାନ୍‌ସ୍‌
(ଗ) ସ୍ଵପୋଷୀ/ସ୍ଵଭୋଜୀ
(ଘ) ପରଭୋଜୀ/ଭକ୍ଷକ
(ଙ) ପ୍ରାଥମିକ
(ଚ) ଚାରଲସ୍‌ ଏଲଟନ୍

BSE Odisha 10th Class Life Science Solutions Chapter 9 ଆମ ପରିବେଶ

Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଉତ୍ପାଦକ ।
ଭ-
ତୃଣଭୂମି ପରିସଂସ୍ଥାରେ ଝିଣ୍ଟିକା ଏକ ଭକ୍ଷକ ।

(ଖ) ରେଚନ ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ
ଭ-
ସମସ୍ଥିତି ପ୍ରକ୍ରିୟାଦ୍ଵାରା ସ୍ଥନ୍ୟପାୟୀ ପ୍ରାଣୀମାନଙ୍କ ଶରୀରର ତାପମାତ୍ରା ପ୍ରାୟ ସ୍ଥିର ରହେ ।

(ଗ) ଆଜୋଟୋବାକୁର ଏକ ସହଜୀବୀ ବ୍ୟାକ୍ଟେରିଆ ।
ଉ-
ଇସ୍‌ରସିଆକୋଲି ଏକ ସହଜୀବୀ ବ୍ୟାକ୍ଟେରିଆ ।

(ଘ) ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।
ଉ-
ଗ୍ରାଫାଇଟ୍‌ରେ ବହୁ ପରିମାଣର ଅଙ୍ଗାରକ ଗଚ୍ଛିତ ହୋଇ ରହିଛି ।

(ଙ) ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରଲସ୍ ଡାରୱିନ୍ ଦେଇଥିଲେ ।
ଭ-
ଇକୋଲୋଜିକାଲ ପିରାମିଡ଼ର ଧାରଣା ପ୍ରଥମେ ଚାରିଲସ୍ ଏଲ୍‌ଟନ ଦେଇଥିଲେ ।

Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ପତ୍ର : ଜୈବଅବନମିତକ୍ଷମ :: ପ୍ଲାଷ୍ଟିକ୍‌ନିର୍ମିତ ପଦାର୍ଥ : ………………… ।
(ଖ) ସଲଫର ଡାଇଅକ୍‌ସାଇଡ ଗ୍ୟାସ୍ : ଅମ୍ଳବର୍ଷା :: ସି.ଏଫ୍.ସି. : ………………… ।
(ଗ) କାର୍ବନ : ସ୍ଥୂଳ ପୋଷକ :: ମାଙ୍ଗାନିଜ : ………………… ।
(ଘ) ଦଶ ପ୍ରତିଶତ ନିୟମ : ଲିପ୍ତେମାନ୍ :: ଇକୋଲୋଜିକାଲ ପିରାମିଡ୍ : ………………… ।
(ଙ) ଝିଣ୍ଟିକା : ପ୍ରାଥମିକ ଭକ୍ଷକ :: ବେଙ୍ଗ : ………………… ।

Answers:
(କ) ଅଣ-ଅବନମିତଅକ୍ଷମ
(ଖ) ଓଜୋନ ଛିଦ୍ର
(ଗ) ସୂକ୍ଷ୍ମ ପୋଷକ
(ଘ) ଚାର୍‌ଲସ୍ ଏଲ୍‌ଟନ୍‌
(ଙ) ଦ୍ବିତୀୟକ ଭକ୍ଷକ

Leave a Comment