BSE Odisha 10th Class Odia Grammar ଲୋକବାଣୀ

Odisha State Board BSE Odisha 10th Class Odia Solutions ଲୋକବାଣୀ Textbook Exercise Questions and Answers.

BSE Odisha Class 10 Odia Grammar ଲୋକବାଣୀ

(A ) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
ଲୋକବାଣୀ କାହାକୁ କହନ୍ତି ?
Answer:
ଲୋକମୁଖରେ ଯୁଗଯୁଗ ଧରି ଚଳି ଆସୁଥ‌ିବା ଏବଂ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥ‌ିବା ବିଶେଷ ଭକ୍ତିଗୁଡ଼ିକୁ ‘ଲୋକବାଣୀ’ ବା ‘ଲୋକୋକ୍ତି’ କହନ୍ତି।

Question 2.
ଆମ ଭାଷାରେ ଏହି ଲୋକବାଣୀଗୁଡ଼ିକୁ ଆଉ କ’ଣ କୁହାଯାଏ ?
Answer:
ଆମ ଭାଷାରେ ଏହି ଲୋକବାଣୀଗୁଡ଼ିକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏ ।

(B) ନିମ୍ନଲିଖ୍ ଲୋକବାଣୀଗୁଡ଼ିକର ଭାବ ସମ୍ପ୍ରସାରଣ କର ।

Question 1.
ଅକାଳେ ନିୟମ ନାସ୍ତି ।
ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବ ହୋଇ ନ ପାରେ ।

Question 2.
ଅଣ୍ଟିଛୁରୀ ତଣ୍ଟି କାଟେ ।
Answer:
ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା ।

Question 3.
ଅନ୍ଧ ଦେଶେ ଗଲି ଦର୍ପଣ ବିକି ।
Answer:
ମୂର୍ଖଙ୍କ ଆଗରେ ତତ୍ତ୍ଵ କଥା କହିବା ।

Question 4.
ଅଧର୍ମ ବିତ୍ତ ବଢ଼େଇ ବହୁତ ଗଲାବେଳେ ଯାଏ ମୂଳ ସହିତ ।
Answer:
ପାପ ଅର୍ଜିତ ଧନ ସମୂଳେ ନଷ୍ଟ ହୁଏ

BSE Odisha 10th Class Odia Grammar ଲୋକବାଣୀ

Question 5.
ଅଦା ବେପାରୀର ଜାହାଜ ମୂଲ ।
Answer:
ଅନଧ୍କାର ଚର୍ଚ୍ଚା

Question 6.
ଅନ୍ଧ ଥରେ ବାଡ଼ି ହଜାଏ ।
Answer:
ଅଭିଜ୍ଞତାରୁ ସତର୍କ ହେବା ।

Question 7.
ଆଲୋ ସଖ୍ୟ, ଆପଣା ମହତ ଆପେ ରଖ୍ ।
Answer:
ନିଜ ସମ୍ମାନ ନିଜ ହାତରେ ।

Question 8.
ଆଲ୍ଲା ଦିଅନ୍ତି ତ ଛପରଫାଡ଼ି ଦିଅନ୍ତି ।
Answer:
ଈଶ୍ବର ଦୟାକଲେ ଆଶାତୀତ ଫଳ ମିଳେ ।

Question 9.
ଆପଣା ଶିଙ୍ଗରେ ଭୂଇଁ ତାଡ଼ିବା ।
Answer:
ନିଜେ ସମର୍ଥ ହେବା ।

Question 10.
ଉଡ଼ିଗଲା ଚଢ଼େଇର ପର ଗଣିବା ।
Answer:
ଅତି ବୁଦ୍ଧିଆ ।

Question 11.
ଋଷି ଜଟା ଛିଣ୍ଡାଇବା ।
Answer:
ଧୌର୍ଯ୍ୟବାନ୍ ଚ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା।

BSE Odisha 10th Class Odia Grammar ଲୋକବାଣୀ

Question 12.
ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ।
Answer:
ସମୟ ଅନୁଯାୟୀ ମନ ଅନୁସାରେ ଫଳ ମିଳିବା !

Question 13.
କଷ୍ଟ କଲେ କୃଷ୍ଣ ମିଳେ ।
Answer:
ସବୁ ସିଦ୍ଧିର ମୂଳ ହିଁ କଠିନ ପରିଶ୍ରମ ।

Question 14.
କଙ୍କଡ଼ାକୁ ଗୋଳିପାଣି ସୁହାଏ ।
Answer:
ଅସାଧୁ ଲୋକ ପାଇଁ ଗୋଳମାଳିଆ ପରିସ୍ଥିତି ସହାୟକ ହୁଏ ।

Question 15.
କୂପ ମଣ୍ଡୁକ ।
Answer:
ସଙ୍କୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି ।

Question 16.
କୋପେ ବର ନ ହେଲେ ତପେ ବର ।
Answer:
ଯେ କୌଣସି ଉପାୟରେ କାର୍ଯ୍ୟ ହାସଲ କରିବା ।

Question 17.
ଖଜୁରି ଗଛର କି ଗୁଣ ଗାଇବି ।
Answer:
କୌଣସି ଲୋକର ପ୍ରତିଟି କର୍ମ ମୂଳରୁ ଖରାପ ।

Question 18.
ଖୋଳ ପର୍ବତ ମାର ମୂଷା ।
Answer:
ଅନସ୍କାର ଚର୍ଚ୍ଚା ।

Question 19.
ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ଗଣିଆ ।
Answer:
ଗୁଣୀ ଗୁଣର ଆଦର କରେ ।

BSE Odisha 10th Class Odia Grammar ଲୋକବାଣୀ

Question 20.
ଘୁଷୁରିକି ପାଚିଲା କଦଳୀ ।
Answer:
ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା ।

Question 21.
ଚାଷ ତରତର ବଣିଜ ମଠ ।
Answer:
ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପ୍।ଦନା କରିବା ।

Question 22.
ଜାନ୍ ଯାଉ ମାନ୍ ଥାଉ ।
Answer:
ସମ୍ମାନ ବା ଇଜ୍ଜତ୍ ଜୀବନଠାରୁ ଅଧିକ ।

Question 23.
ଜୋର ଯା’ର ମୁଲକ୍ ତା’ର ।
Answer:
ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ ।

Question 24.
ତୁଣ୍ଡ ବାଇଦ ସହସ୍ର କୋଶ ।
Answer:
ଲୋକମୁଖରେ କଥା ବହୁଦୂର ପ୍ରସରିଯାଏ ।

Question 25.
ତେଲିଆ ମୁଣ୍ଡରେ ତେଲ ।
Answer:
ଦରିଦ୍ରକୁ ସାହାଯ୍ୟ ନକରି ସ୍ୱଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା ।

(C) ନିମ୍ନଲିଖୂତ ଭାବ ପ୍ରକାଶ କରୁଥିବା ଲୋକବାଣୀଗୁଡ଼ିକ ଲେଖ ।

Question 1.
ଭିନ୍ନ ସ୍ଥାନରେ ଭିନ୍ନ ଚଳଣି ।
Answer:
ବେଶକେ ଫାଙ୍କ ନଈକେ ବାଙ୍କ୍।

Question 2.
ଗୁଣବତା ମାଆଠାରୁ କୁପୁତ୍ର ଜନ୍ମା
Answer:
ଧାନ ପେଟରୁ ବାଳୁଙ୍ଗା ଜାତ ।

BSE Odisha 10th Class Odia Grammar ଲୋକବାଣୀ

Question 3.
ବୃଥା ପରିଶ୍ରମ ।
Answer:
ନଈ ସୁଅକୁ ବାଲିବନ୍ଧ ।

Question 4.
ଅସମ୍ଭବ କଥା କହିବା ।
Answer:
ନ ଦେଖିଲା ଓଉ ଛ’ଫଡ଼ା ।

Question 5.
କିଛି ନ ଥୁବା ଅପେକ୍ଷା ସାମାନ୍ୟ ଥ‌ିବା ଭଲ ।
Answer:
ନାହିଁ ମାମୁଠାରୁ କଣାମାମୁ ଭଲ ।

Question 6.
ଅନ୍ୟାୟ ଉପାୟରେ ଅର୍ଜିତ ଧନ ଅଯଥାରେ ନଷ୍ଟ ହୁଏ ।
Answer:
ପାପଧନ ପ୍ରାୟଶ୍ଚିତ୍ତରେ ଯାଏ।

Question 8.
ବସିବାଠାରୁ କାଶିବା ଭଲ । ଆଳସ୍ୟ ସର୍ବନାଶ କରେ ।
Answer:
ବସି ଖାଇଲେ ନଈବାଲି ସରେ ।

Question 9.
ଶତ୍ରୁର ସୁବିଧା ବିପଦର କାରଣ ।
Answer:
ବକର ବେକ ବଢ଼ିଲେ ମୀନର ବିପତ୍ତି ।

BSE Odisha 10th Class Odia Grammar ଲୋକବାଣୀ

Question 10.
ସ୍ଵାର୍ଥସାଧନ ପରେ ଆଗ୍ରହ କମିଯିବା ।
ଢ-
ବାହା ସରିଲେ ବେଦୀମୁହଁ ପୋଡ଼ା ।

Question 11.
ଅଧ୍ୟବସାୟ ସଫଳତାର ଚାବିକାଠି ।
Answer:
ଯତ୍ନ କଲେ ରତ୍ନ ମିଳେ ।

Question 12.
ଯେତେ ଘୋଡ଼ାଇଲେ ବି ଦୋଷ ଧରାପଡ଼େ ।
Answer:
ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ।

Question 13.
କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ ।
Answer:
ଶୋଇଲା ପୁଅର ଭାଗ ନାହିଁ

Question 14.
ଗୁପ୍ତକଥା ପ୍ରଘଟ କରିବା ।
Answer:
ସଭାରେ ହାଣ୍ଡି ଭାଙ୍ଗିବା ।

Question 15.
ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା ।
Answer:
ଅଠାକାଠିରେ ପଡ଼ିବା ।

BSE Odisha 10th Class Odia Grammar ଲୋକବାଣୀ

Question 16.
ନିକମା ଲୋକର ବୃଥା ଆସ୍ଫାଳନ ।
Answer:
ଅଳସୁଆର ବାରବାଟା ଚାଷା

Question 17.
ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟକରେ ।
Answer:
ଅମୃତ ହାଣ୍ଡିରେ ବିଷ କଣିକାଏ ।

Question 18.
ଜିନିଷ ହାତକୁ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତ ।
Answer:
ଆଗତ ଚଢ଼େଇକି ବେସର ବଟା ।

Question 19.
ଅସମ୍ଭବ କଥା କଳ୍ପନା କରିବା ।
Answer:
ଆକାଶ କଇଁଆ ଚିଲିକା ମାଛ ।

Question 20.
କୌଣସି କାର୍ଯ୍ୟ ଉତ୍ତମରୂପେ ନିର୍ଣ୍ଣୟ କରି ନ ପାରିବା ।
Answer:
ଆଖୁ କିଆରିରେ ପଶିବା ।

BSE Odisha 10th Class Odia Grammar ଲୋକବାଣୀ

Question 21.
ବାହାର ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା ।
Answer:
ଉପର ଚିକ୍‌କଣ ଭିତର ଫମ୍ପା ।

Question 22.
ଦୁର୍ଯୋଗ କେବଳ ଥରେ ଆସେ ନାହିଁ ।
Answer:
ଏକା ମାଘକେ ଶୀତ ଯାଏ ନାହିଁ ।

Question 23.
ଅଧ୍ଵ ଆଶା କରୁଥିବା ବ୍ୟକ୍ତିକୁ ଅଳ୍ପ ମିଳିବା ।
Answer:
ଓଟ ମୁହଁରେ ଜିରା ।

Question 24.
ଦୃଢ଼ ବଚନ ।
Answer:
କବି ତୁଣ୍ଡ ମେଣ୍ଢାମୁଣ୍ଡ ।

Question 25.
ଜଣକର ଲାଭବେଳେ ଅନ୍ୟ ଜଣଙ୍କର କ୍ଷତି ।
Answer:
କାହାର ପୁଷ ମାସ, କାହାର ସର୍ବନାଶ ।

Leave a Comment