BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Odisha State Board BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା Textbook Exercise Questions and Answers.

BSE Odisha Class 10 Odia Solutions Chapter 7 ଜାଗ ବନ୍ଧନହରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
ନବୟଗର ………………………… ମାନଙ୍କୁ ଜାଗି ଉଠିବାପାଇଁ କୁହାଯାଇଛି ।
(ଶୋଷିତ, କୃଷକ, ବୃଦ୍ଧ, ତରୁଣ)
Answer:
ତରୁଣ

Question ୨।
ଠିକ୍ ଉତ୍ତରଟି ବାଛି ପାଦ ପୂରଣ କର ।
ଲକ୍ଷ ଜାବନେ ଖେଳାଅ ………………….।
(ସମାଜବାଦୀଧାରା, ଆଲୋକଧାରା, ଉତ୍ସାହବାଣୀ, ଅନ୍ଧକାରଧାରା)
Answer: ଥିଲେ।କଧାରା

Question ୩।
‘ସଞ୍ଚିତ’ କେଉଁ ପଦ ?
(ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ)
Answer:
ବିଶେଷଣ

Question ୪।
କେଉଁଟି ‘ତିମିର’ର ପ୍ରତିଶବ୍ଦ ହେବ ଲେଖ ।
(କ) ଅନ୍ଧାର
(ଖ) ରାତ୍ରି
(ଗ) ସନ୍ଧ୍ୟା
(ଘ) କଳା
Answer:
(କ) ଅନ୍ଧାର

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୫।
ତନ୍ଦ୍ରାପରଶ କେଉଁ ସମାସ ?
(କର୍ମଧାରୟ, ଷଷ୍ଠୀ ତତ୍ତ୍ଵପୁରୁଷ, ପଞ୍ଚମୀ ତତ୍‌ପୁରୁଷ, ବହୁବ୍ରୀହି)
Answer:
ଷଷ୍ଠୀ ତତ୍ତ୍ଵପୁରୁଷ,

Question ୬।
‘ଭୁବନ’ – ଏହିପରି ‘ଅନ’ ପର ପ୍ରତ୍ୟୟ ଲାଗିଥିବା ୩ଟି ଶବ୍ଦ ଲେଖ ।
Answer:
କମ୍ପନ, ବନ୍ଧନ, ସ୍କନ୍ଦନ

Question ୭ ।
‘ନିର୍ଝର’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ନିଃ + ଝର,
(ଖ) ନିର + ଝର,
(ଗ) ନି + ଝର
(ଘ) ନା + ଝର
Answer:
(କ) ନିଃ + ଝର,

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ ବୁହାଯାଇଛି?
Answer:
ବନ୍ଧନହରା ନବାନଯୁଗର ତରୁଶମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।

Question ୯।
କେଉଁଠାରେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି ?
Answer:
ଲକ୍ଷ ଲକ୍ଷ ପାନବ ଜୀବନରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି।

Question ୧୦ ।
କବି କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତିଭେଦ ପ୍ରଥା ଲୁପ୍ତ ହେବାକୁ କବି କହିଛନ୍ତି ।

Question ୧୧ ।
କାହାର ଶଙ୍ଖଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ?
Answer:
ମହାମାନବର ଶଙ୍ଖ ଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ।

Question ୧୨ ।
କେଉଁଠାରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମୃତ୍ୟୁଦ୍ଵାରରେ ଦଣ୍ଡାୟମାନ ହୋଇ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?

Question ୧୩ ।
ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି ?
Answer:
ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛିଦେବାପାଇଁ ତିମିରକାରାକୁ ଭାଙ୍ଗିଦେବା ନିମନ୍ତେ କବି କହିଛନ୍ତି ।

Question ୧୪ ।
ମରୁ ପଥରେ କ’ଣ ସୃଷ୍ଟି କରିବାକୁ କବି କହିଛନ୍ତି ?
Answer:
ମରୁ ପଥରେ ଝରଣା ସୃଷ୍ଟି କରିବାକୁ କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୧୫ ।
‘ସମ୍ମୁଖେ ତବ’- ‘ତବ’ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ସମ୍ମୁଖେ ତବ’ ଏଠାରେ ‘ତବ’ ନବଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି

Question ୧୬ ।
ଭୁବନସାରା ହସାଇବାପାଇଁ କ’ଣ ଭିନ୍ନ କରିବାକୁ କୁହାଯାଇଛି ?
Answer:
ଭୁବନସାରା ହସାଇବାପାଇଁ ତନ୍ଦ୍ରାର ସ୍ପର୍ଶକୁ ଭିନ୍ନ କରିବାକୁ କୁହାଯାଇଛି।

Question ୧୭ ।
ଭବିଷ୍ୟତରେ ତରୁଣମାନେ କ’ଣ କଲେ ଜାଗିଉଠିବେ ବୋଲି କବି କହିଛନ୍ତି ?
Answer:
ଅତୀତର ଦୁଃଖ, ଦୈନ୍ୟ ନିପୀଡ଼ିତ ଦୁର୍ବଳ ଜୀବନକୁ ବିଦୀର୍ଣ୍ଣ କଲେ ହିଁ ଭବିଷ୍ୟତର ତରୁଣମାନେ ଜାଗିଉଠିବେ ବୋଲି କବି କହିଛନ୍ତି ।

Question ୧୮ ।
ବିଜୟର ମାଳା ଘେନିବା ପୂର୍ବରୁ କ’ଣ ହେଉ ବୋଲି କବି କହିଛନ୍ତି ?
Answer:
ବିଜୟର ମାଳା ଘେନିବା ପୂର୍ବରୁ ସମସ୍ତ ବାଧାବିଘ୍ନ ରୂପକ ପ୍ରତିବନ୍ଧକର ଅର୍ଗଳ ଭାଙ୍ଗିଯିବା ସହ ପୀଡ଼ାପର୍ବତ ବୂର୍ଣ୍ଣ ହୋଇଯାଉ ବୋଲି କବି କବି କହିଛନ୍ତି।

Question ୧୯ ।
ମରଣ ଦୁଆରେ  ଚରଣ ଅରପି
ଗାଅରେ ଅମର ଗାନ
ପୋଛଦିଅ ଆଚ୍ଚି ମାନବ ଶିରସୁଁ
ସଞ୍ଚ ଅପମାନ ।
Answer:
ମରଶ ତୁଆରେ ……………………… ସଞ୍ଚ ଅପମାନ ।
ପ୍ରଦତ୍ତ ପଦ୍ୟାଶଟି ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ନବୀନଯୁଗର ତରୁଣମାନଙ୍କୁ ସମାଜରେ ଦୁଃସ୍ଥ, ଅସହାୟ, ଶୋଷିତ ଓ ସର୍ବହରାମାନଙ୍କ ବେଦନାକ୍ଳିଷ୍ଟ ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି। ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି । କବିଙ୍କ ମତରେ କେବଳ ତରୁଣମାନେ ହିଁ ସମାଜର କଳଙ୍କିତ ଜାତିପ୍ରଥା, କୁସଂସ୍କାର ତଥା ଅନ୍ଧବିଶ୍ବାସ ପରି କର୍କଟ ରୋଗଗ୍ରସ୍ତ ସାମାଜିକ ବିଧ୍ୱଂବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ । ସମାଜର ବଡ଼ପଣ୍ଡା ସାଜିଥିବା ପୁଞ୍ଜିପତି, ଶିଳ୍ପପତି, ଜମିଦାର, ବୁକୁଁଆ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ ପରି ଦରିଦ୍ର, ଅସହାୟମାନଙ୍କୁ ଶୋଷଣ, ନିଷେଷଣ ମଧ୍ୟରେ ସନ୍ତୁଳିତ ଜୀବନ ଅତିବାହିତ କରିବାକୁ ବାଧ୍ୟ କରିଆସିଛନ୍ତି । ଏପରି ବ୍ୟାଧ୍ବସ୍ତ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ତରୁଣମାନଙ୍କୁ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ତଥାପି ସେହି ନିରନ୍ନ, କାଙ୍ଗାଳ, ସର୍ବହରାଙ୍କ ମୁହଁରେ ହସ ଭରିଦେବାପାଇଁ ସେମାନଙ୍କୁ ମରଣର ବାଜି ଲଗାଇବାକୁ ପଡ଼ିବ । ମୃତ୍ୟୁର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ହିଁ ଶୋଷିତ, ଲାଞ୍ଚ, ପଦଦଳିତ, ଅପମାନିତ ଭାବେ ଜୀବନ ନିର୍ବାହ କରୁଥିବା ଦୁଃଖୀ, ଦରିଦ୍ରଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଇ ପାରିବେ । ସେମାନଙ୍କ ହୃଦୟରେ ଆତ୍ମବିଶ୍ଵାସ ଓ ସନ୍ତୋଷର ବୀଜ ବପନ କରିପାରିବେ । ଆଜୀବନ ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନକୁ ଗଳାଧଃକରଣ କରିଆସିଥିବା ସର୍ବହରାମାନଙ୍କୁ ଚିରଶାନ୍ତର ଅମର ସଙ୍ଗୀତ ଶୁଣାଇ ସେମାନଙ୍କ ମୁହଁରେ ପ୍ରାଣଖୋଲା ହସ ଭ ଦେଇ ପାରିବେ ।

Question ୨୦ ।
ଭିନ୍ନ କରି ସେ
ହସାଅ ଭୁବନ ସାରା ।
Answer:
ଛନ୍ନ କରି ସେ …………………….. ହସାଅ ଭୁବନ ସାରା ।
ପ୍ରୋକ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି କବାନଯୁଗର ବନ୍ଧନହରା ତରୁଣମାନଙ୍କୁ ମାନବବାଦା ଚେତନାର ସନ୍ଧାନ କରବାରେ ବାଧକ ମାୟା ମୋହ, ଆବେଗର ବନ୍ଧନ ଛିନ୍ନ କରି ନିଷ୍ଫଳ ବିଶ୍ବର ଦଳିତ, ଲାଞ୍ଚ ଓ ଶୋଷିତବର୍ଗଙ୍କ ମୁଖରେ ହସ ଫୁଟାଇବାକୁ ଆହ୍ଵାନ କରିଛନ୍ତି କବିଙ୍କ ମତରେ ସମାଜରେ ପ୍ରାଚାନ କାଳରୁ ଚଳିଆସୁଥିବା ରକ୍ଷଣଶାଳ ପରମ୍ପରାର ଗତାନୁଗତିକ ଧାରାକୁ ପ୍ରୋତ୍ସାହନ ଦେଇ ଆସୁଥିବା ପୁଞ୍ଜିପତି, ଜମିଦାର ଓ ଧନୀକ ସମ୍ପ୍ରଦାୟର ଚକ୍ରାନ୍ତକୁ ପ୍ରତିହତ ନ କଲେ ସାଧାରଣ ଖଟିଖ୍, ମେହେନତି ମଣିଷ ମୁଖରେ ହସ ଫୁଟାଇବା ସମ୍ଭବ ହୋଇପାରିବ ନାହିଁ । କିନ୍ତୁ ସେହି ସାମନ୍ତବାଦୀ ପ୍ରଥାର ବିଲୋପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେବା ପଥରେ ପ୍ରତିବନ୍ଧକ ଭାବେ ଉଭା ହେବ ମାୟା, ମୋହର ବନ୍ଧନ ।

ନବଯୁଗର ତରୁଣମାନେ ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସାମ୍ୟବାଦର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେହି ମୋହ-ମାୟାର ରଜ୍ଜୁକୁ ଅବଶ୍ୟ ଛିନ୍ନ କରିବେ । ନବଯୁଗ ପ୍ରତିଷ୍ଠା ପାଇଁ ମାୟା-ମମତାର ତନ୍ଦ୍ରାଳସ ପରିତ୍ୟାଗ ପୂର୍ବକ କୋଟି କୋଟି ଶୋଷିତ ଜନତାର ହୃଦୟରୁ ଦୁଃଖ, ଯନ୍ତ୍ରଣା, କଷଣର ଭାର ଲାଘବ କରି ସେମାନଙ୍କ ମୁଖରେ ହସ ଭରିଦେଇ ପାରିବେ । ସର୍ବହରାମାନଙ୍କ ହୃଦୟରେ ସୁଖ ଓ ସନ୍ତୋଷ ଭରିଦେବା ପାଇଁ ଶାନ୍ତିର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବାପାଇଁ ମୋହ-ମାୟୀର ନିଗୂଢ଼ ବନ୍ଧନରୁ ତରୁଣମାନଙ୍କୁ ମୁକ୍ତ ହେବାକୁ ପଡ଼ିବ ବୋଲି କବି ଆବେଗଭରା କଣ୍ଠରେ ଆହ୍ଵାନ କରିଛନ୍ତି ।

Question ୨୧ ।
ଭାଜି ପଡ଼ୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା ।
Answer:
ଭାଜି ପଡ଼ୁ ଆଜି…………………ଘେନ ବିଜୟର ମାଳା ।
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ତରୁଣମାନଙ୍କ ଯୁଗାନ୍ତକାରୀ ପ୍ରଗତିବାଦୀ ପଦକ୍ଷେପର ସଫଳତା କାମନା କରିଛନ୍ତି ଓ ଶେଷରେ ସେମାନେ ବିଜୟୀ ବୀର ଭାବେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ ମତରେ ତରୁଣମାନେ ହିଁ ଶକ୍ତି ଓ ସାମର୍ଥ୍ୟର ମୂର୍ତ୍ତିମନ୍ତ ବିଗ୍ରହ । ସେମାନେ ହିଁ ସବୁ ବାଧା ବନ୍ଧନ ଛିନ୍ନ କରିବାପାଇଁ ସମର୍ଥ । ସେହିମାନଙ୍କଦ୍ୱାରା ହିଁ ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ସମ୍ଭବ ।

ସମାଜର ବଡ଼ପଣ୍ଡା ସାଜିଥିବା ଧନୀକ, ପୁଞ୍ଜିପତି, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଖଟିଖୁ, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଅତ୍ୟାଚାରର ପରିସମାପ୍ତି ହେବ । ଦୀନ ଦରିଦ୍ରମାନଙ୍କ ମନରୁ ଭୟ, ସନ୍ଦେହ, ଅପମାନ ବିଦୂରିତ ହେବ । ସେମାନଙ୍କ ତିମିରିତ ଜାବନକାରା ଚୂର୍ଣ୍ଣ।ଭୂତ ହେବ । ତରୁଣମାନଙ୍କଦ୍ଵାରା ଚଳମାନ ପ୍ରଗତିର ରଥଚକ୍ର ତଳେ ସେମାନଙ୍କ ଜ୍ଵାଳା, ଯନ୍ତ୍ରଣାଜର୍ଜରିତ ଜୀର୍ଣ୍ଣ ଜୀବନରୁ ପେଷଣ, କଷଣ ବିଦୀର୍ଣ୍ଣ ହେବ । ଦୀର୍ଘଦିନର ସ୍ତୁପୀକୃତ ଉପୀଡ଼ନର ଉପାଦାନମାନ ଚୂର୍ଣ୍ଣବିଚୂର୍ଣ ହେବ । ସମସ୍ତ ବାଧା ବନ୍ଧନ, ପ୍ରତିବନ୍ଧକର ଅର୍ଗଳକୁ ଧ୍ୱଂସ କରି ସେମାନେ ଦିନେ ବିଜୟ ବୈଜୟନ୍ତୀ ଉଡ଼ାଇବେ ଏବଂ ସେମାନଙ୍କ ଗଳାରେ ପ୍ରଲମ୍ବିତ ହେବ ସଫଳତାର ଜୟମାଲ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୨ ।
ଏକ ସାର୍ଥକ ଉଦ୍‌ବୋଧନ ଗୀତିକା ଭାବରେ ‘ଜାଗ ବନ୍ଧନହରା’ କବିତାର ମର୍ମ ଆଲୋଚନା କର । କିମ୍ବା, କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଯେପରି ସମ୍ବୋଧନାତ୍ମକ ରୀତିରେ କବିତାଟିକୁ ବୈପ୍ଳବିକ ଭାବୋଦ୍ଦୀପକ କରିପାରିଛନ୍ତି – ପଠିତ କବିତା ଆଧାରରେ ବର୍ଣ୍ଣନା କର ।
Answer:
ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବି ଭାବେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ତାଙ୍କ କବିତାଗୁଡ଼ିକର ମୁଖ୍ୟସ୍ୱର । ନୂତନ ଛନ୍ଦ ତଥା ପ୍ରଚଳିତ-ଅପ୍ରଚଳିତ ଶାବ୍ଦିକ ସମନ୍ବୟରେ ତାଙ୍କ କବିତାଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ମନୋଜ୍ଞ । କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ଆଦି କବିତାରାଜି ତାଙ୍କ ଅମ୍ଳାନ କବିପ୍ରତିଭାର ପରିଚୟ ପ୍ରଦାନ କରେ।

‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଗଠିତ ସାମ୍ୟବାଦୀ ଚିନ୍ତାଧାରାସମ୍ପନ୍ନ କବି ଓ ସାହିତ୍ୟିକମାନଙ୍କର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମେ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗାତ ରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ କବିତାଟି ଏକ ଉଚ୍ଚକୋଟୀର ଉଦ୍‌ବୋଧନ ଗୀତିକା । କବିତାଟିରେ ଛାତ୍ର, ଯୁବକ ଓ ତରୁଣମାନଙ୍କ ପ୍ରତି କବି କଣ୍ଠରେ ଭରିରହିଛି ବିପ୍ଳବର ଆହ୍ୱାନ । କାରଣ ସେହିମାନେ ହିଁ ବାସ୍ତବରେ ବନ୍ଧନହରା । ସେମାନଙ୍କର ଧମନୀରେ ଉଷ୍ମ ରକ୍ତର ଧାରା ପ୍ରବାହିତ । ମନ ମଧ୍ଯରେ ଶତସିଂହର ଉଦ୍ଦାମତା । ସେମାନଙ୍କ ହୃଦୟରେ ପ୍ରମତ୍ତ ଉନ୍ମାଦନା । ସମସ୍ତ ବାଧା ବନ୍ଧନକୁ ଅଚିରେ ଅତିକ୍ରମ କରିବାପାଇଁ କାୟ-ମନ-ବାକ୍ୟରେ ଶକ୍ତି ଓ ସାମର୍ଥ୍ୟରେ ଭରା ପ୍ରାଚୁର୍ଯ୍ୟ । ସେଥ‌ିପାଇଁ କବି ସେହି ବନ୍ଧନହରା ତରୁଣମାନଙ୍କ ଉଦ୍ଦେଶ୍ୟରେ ବାଢ଼ିଛନ୍ତି ଆଗ୍ନେୟ ଆହ୍ଵାନ ।

“ନବାନ ଯୁଗର ତରୁଣ କାମରେ
ଜାଗ ବନ୍ଧନହରା
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା ।’’

ପ୍ରଚଳିତ ତ୍ରୁଟିପୂର୍ଣ୍ଣ, କ୍ଷୟଶୀଳ, ପରମ୍ପରାପୀଡ଼ିତ ସାମାଜିକ ବ୍ୟବସ୍ଥାରେ ପୁଞ୍ଜିପତି, ଜମିଦାର ଓ ଧନୀକ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖ୍ ସର୍ବହରାମାନଙ୍କୁ ଶୋଷଣ କରି ଯେପରି ଭାବେ ସେମାନଙ୍କୁ ନିଃସ୍ଵ କରିଛନ୍ତି, ତାହା ଲକ୍ଷ୍ୟ କରି ଦରଦୀ କବି ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେହି ଅସହାୟ ନିଃସ୍ବ ଜନ ହୃଦୟରେ ସାର୍ଚ୍ଚନା ଓ ଆଶ୍ଵାସନା ଭରିଦେବା ପାଇଁ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କବି ତରୁଣମାନଙ୍କୁ ଆହ୍ଵାନ କରିଛନ୍ତି । ସମାଜର ରକ୍ଷଣଶୀଳ, ଅନ୍ଧ।ନୁସରିତ, ଗତାନୁଗତିକତାରେ ପରିବର୍ତ୍ତନ ଆଣିବାପାଇଁ ଆବଶ୍ୟକ ପଡ଼ିଲେ ବକ୍ଷର ଶୋଶିତକୁ ବାଜ ଲଗାଇବାକୁ ପଡ଼ିପାରେ ଏବଂ ସେଥ‌ିପାଇଁ ଦୃଢ଼ ମନୋବଳ ଧାରଣ ପୂର୍ବକ ଗଭୀର ଉତ୍ସାହ ଓ ପ୍ରେରଣା ନେଇ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ବ୍ରତୀ ହେବାକୁ କବି ଦୃଢ଼ ସ୍ୱରରେ ଆହ୍ଵାନ କରିଛନ୍ତି ।

ସମାଜପତିମାନଙ୍କ ଅନ୍ୟାୟ, ଅନୀତି, ଭଣ୍ଡ ଧର୍ମଯାଜକମାନଙ୍କ ଧର୍ମ ନାମରେ ବ୍ୟଭିଚାର, ଭ୍ରଷ୍ଟାଚାର ତଥା ହୀନ ଜାତିପ୍ରଥାର କୁସଂସ୍କାର ବୃହ ତଳେ ଦେଶ ଓ ଦଶକୁ ଭାଗ ଭାଗ କରୁଥ‌ିବା ଆଦି ହୀନ ଚକ୍ରାନ୍ତକୁ ପଣ୍ଡ କରିବାପାଇଁ ତରୁଣମାନଙ୍କୁ ନେବାକୁ ହେବ ଆଗ୍ନେୟ ଶତ୍ପଥ । କବିଙ୍କ ମତରେ କୃଷକ, ଶ୍ରମିକ, ମେହେନତି, ମଜଦୁର ସମାଜ ଅବହେଳିତ ଓ ଅର୍ନ୍ତଭୁକ୍ତରେ ରହି ଦୁଃଖ, ଦୈନ୍ୟ ମଧ୍ଯରେ ଯେପରି ଭାବେ କାଳାତିପାତ କରୁଛନ୍ତି, ସେମାନଙ୍କ ଜୀବନ ମରୁରେ ମାନବିକତାର ନିର୍ଝର ସୃଷ୍ଟି କରିବାକୁ ହେବ । ସେମାନଙ୍କ ଅନ୍ତରରେ ସ୍ପନ୍ଦନ ଭରିଦେବାପାଇଁ କବି ନୂତନ ଯୁଗର ତରୁଣ ଶିଳ୍ପୀମାନଙ୍କୁ ଆହ୍ଵାନ କରିଛନ୍ତି । କବିଙ୍କ ଭାଷାରେ-

‘‘ମରୁ ପଥେ ପଥେ ନିଝର୍ର ସୃଜି
ଯାତ୍ରା କର ହେ କର
ସନ୍ଦନ ବହି ଅନ୍ତରେ କୋଟି
ପ୍ରଦାତ ଉଚ୍ଚେ ଧର
ଶଙ୍କିତ ହେଉ କମ୍ପିତ ପ୍ରାଣେ ଚନ୍ଦ୍ର ତପନ ତାରା ।’’

ସନ୍ଧାନୀର ସନ୍ଧାନ ପଥ ସଦା କଣ୍ଟକିତ । ସନ୍ଧାନପଥ ଯାତ୍ରା କାଳରେ ସେମାନଙ୍କ ଲକ୍ଷ୍ୟପଥର ପ୍ରତିବନ୍ଧକ ମାୟା ମୋହ, ମମତା-ବନ୍ଧନ ଅବଶ୍ୟ କୁହେଳିକା ସୃଷ୍ଟି କରିବ । ମାୟା-ମମତାର ସେହି ବନ୍ଧନ ଋଜ୍ଜୁ ଛିନ୍ନ କରି ବିଶ୍ବମାନବର ସକଳ ଦୁଃଖ ଦୂର କରିବାପାଇଁ ସେମାନଙ୍କୁ ପ୍ରୟାସୀ ହେବାକୁ ହେବ ଓ ଦୁଃଖୀଜନତାର ପ୍ରାଣରେ ହସ ଫୁଟାଇବାକୁ ହେବ । ମାୟା-ମୋହକୁ ତନ୍ଦ୍ରାର ସ୍ପର୍ଶ ଭାବେ ତୁଳନା କରି ତାହାକୁ ମନରୁ ପୋଛି ଦେବାପାଇଁ ସେ ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମାନବ ଜାତିର ଭବିଷ୍ୟତ, ତରୁଣମାନଙ୍କୁ ଜାଗ୍ରତ ହୋଇ ଶୋଷଣ, ପୀଡ଼ନ ଓ ଲାଞ୍ଛନାରେ ଦୁର୍ବଳ ହୋଇପଡ଼ିଥିବା ସାମାଜିକ ବିଧ୍ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ। ଜୟଯାତ୍ରାର ବିଜୟା ରଥଚକ୍ର ତଳେ ପର୍ବତ ସଦୃଶ ପରିବ୍ୟାପ୍ତ ଉତ୍ପାଡ଼ନର ଉପାଦାନକୁ ଚୂର୍ତ୍ତୀଭୂତ କରିବାକୁ ହେବ; ଅର୍ଗଳରାଜିକୁ ଧ୍ୱଂସ କରି ପିନ୍ଧିବାକୁ ହେବ ଜୟମାଲ୍ୟ । କବି ଉଦାତ୍ତ କଣ୍ଠରେ ଘୋଷଣା କରି କହିଛନ୍ତି-

‘‘ଭାଜିପଡୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା,
ଜାଗ ବନ୍ଧନହରା ।’’

ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ଏହି କବିତାଟି ଯଥାର୍ଥରେ ଏକ ଉଦ୍‌ବୋଧନୀ କବିତା, ଏହା ନିଃସନ୍ଦେହରେ କୁହାଯାଇପାରୋ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୩ ।
ନବଯୁଗର ତରୁଣମାନଙ୍କୁ ଯୁଗର ଆହ୍ଵାନ ସମ୍ପର୍କରେ କବି କ’ଣ କହିଛନ୍ତି ବିଚାର କର । କିମ୍ବା, ଯୁଗର ଆହ୍ଵାନ ସମ୍ପର୍କରେ ଚେତେଇ ଦେବାପାଇଁ କବି ନବଯୁଗର ତରୁଣମାନଙ୍କୁ କି କି ଉଦ୍‌ବୋଧନ ଦେଇଛନ୍ତି ଆଲୋଚନା କର ।
Answer:
ମାର୍କସୀୟ ଚିନ୍ତା, ଚେତନାକୁ ଆଧାର କରି ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ ନୂତନ ଧାରା ପ୍ରବର୍ତ୍ତନ କରିଥିବା କବିମାନଙ୍କ ମଧ୍ୟରେ ଅନନ୍ତ ପଟ୍ଟନାୟକ ଅନ୍ୟତମ । ସାମ୍ୟବାଦ ପରି ଏକ ନୂତନ ବିଶ୍ଵଦର୍ଶନରେ ଉଦ୍‌ବୁଦ୍ଧ କବି ତାଙ୍କ ରଚନାମାନଙ୍କରେ ଶବ୍ଦ ଓ ଛନ୍ଦର ଏକ ନବୀନ ଶକ୍ତି-ସୌନ୍ଦର୍ଯ୍ୟ ଭରିଦେଇ ନବଯୁଗର ତରୁଣ, ଛାତ୍ର, ଯୁବକମାନଙ୍କୁ ନୂତନ ଯୁଗ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ତେଣୁ ତାଙ୍କ କବିତାଗୁଡ଼ିକରେ ଭରିରହିଛି ବିପ୍ଳବର ବାର୍ତ୍ତା, ବିଦ୍ରୋହର ବହ୍ନି । ତାଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଅବାନ୍ତର’, ‘କିଞ୍ଚିତ୍’ ଆଦି କବିତା ସଂକଳନ କବିଙ୍କ କାବ୍ୟକୃତିର ସ୍ବାକ୍ଷର ବହନ କରେ ।

ସମାଜର ଗତାନୁଗତିକ ଧାରାରେ ପ୍ରଚଳିତ ପରମ୍ପରାସର୍ବସ୍ଵ ବିଧ‌ିବ୍ୟବସ୍ଥା ପରିବର୍ତ୍ତନ କରି ନୂତନ ଯୁଗ ନିର୍ମାଣ ପାଇଁ କବିଙ୍କ ପ୍ରତ୍ୟେକ କବିତାରେ ରହିଛି ପ୍ରାଣସ୍ପର୍ଶୀ ଆହ୍ବାନ । କବିଙ୍କ ରଚନାରେ ଧନୀ-ନିର୍ଜନ, ଶୋଷକ-ଶୋଷିତର ପାର୍ଥକ୍ୟର ଚିତ୍ର ସ୍ପଷ୍ଟ ଓ ଉଗ୍ର । ସମାଜ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ କବିଙ୍କ କାବ୍ୟମାନସର ପ୍ରତିକ୍ରିୟା ପ୍ରଚଣ୍ଡ ଭାବେ ପରିଲକ୍ଷିତ । କବିତାରେ ସାମାଜିକ ବିପ୍ଳବର ସ୍ଵର କବିଙ୍କ ପ୍ରଗତିଗାଦା ଚିନ୍ତ୍।ଧାରାର ପରିଚାୟକା କେବଳ ତରୁଣମାନଙ୍କଦ୍ୱାରା ହିଁ କଳଙ୍କିତ ସମାଜର ପରିଷ୍କରଣ ସମ୍ଭବ ବୋଲି ଅନୁଭବ କରିଛନ୍ତି କବି । ତାରୁଣ୍ୟର ଉଦ୍ଦାମତାରେ ସବୁ ବନ୍ଧନ ଛିନ୍ନ କରି ନୂତନ ଯୁଗ ସୃଷ୍ଟିରେ ବିନ୍ଧାଣୀ ସାଜିଦାକୁ କବି ଆହ୍ୱାନ କରିଛନ୍ତି-

“ନବାନ ଯୁଗର ତରୁଣ କାମରେ
ଚ୍ଚାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ଏକ ଶୋଷଣମୁକ୍ତ, ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପ୍ରଚଳିତ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ଵାସର ଦୂରୀକରଣ, ଯୁଦ୍ଧ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ ତଥା ଧର୍ମ ଓ ବିଶ୍ୱାସ ସମ୍ପର୍କରେ ନୂତନ ଦୃଷ୍ଟିଭଙ୍ଗୀର ପ୍ରଚାର କବିଙ୍କ ପରିକଳ୍ପିତ ନୂତନ ଯୁଗର ଆଦର୍ଶ । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ତରୁଣବର୍ଗ ଯୁଗ ନିର୍ମାଣରେ ବ୍ରତୀ ହେବାକୁ କବିଙ୍କ ଦୃଢ଼ ଆହ୍ଵାନ କବିତାଟିକୁ ଯଥାର୍ଥ ଉଦ୍‌ବୋଧନୀର ପରିଚୟ ପ୍ରଦାନ କରିଛି । ଜମିଦାର, ଧନୀ, ପ୍ରତିପତ୍ତିଶାଳୀ, ସୁବିଧାବାଦୀ ଗୋଷ୍ଠୀଙ୍କ ଶୋଷଣ ଓ ଅତ୍ୟାଚାରରେ ପ୍ରପୀଡ଼ିତ ଚାଷୀ, ମୂଲିଆ, ଦିନ ମଜୁରିଆମାନଙ୍କ ଅସହାୟ, ସର୍ବହରାମାନଙ୍କ ବନ୍ଦୀଜୀବନ କବିଙ୍କୁ ବ୍ୟର୍ଥାତ କରିଛି ।

ସାମନ୍ତବାଦୀମାନଙ୍କ ସେବାକାରୀ ଭାବେ ଜୀବନାତିବାହିତ କରି ସେମାନଙ୍କ ଅନ୍ତର ଚିର ତିମିରିତ ରହିଆସିଛି । ଶୋଷଣ, ପୀଡ଼ନର ଘୂଣ୍ଡି ଭିତରେ ସେମାନେ ଚିରଶୃଙ୍ଖଳିତ ହୋଇ ବାକ୍‌ଶକ୍ତି ବିହୀନ ହୋଇଯାଇଛନ୍ତି । ଲାଞ୍ଛିତ ତଥା ଅପମାନିତ ଜୀବନ ଧରି ସେମାନେ କେବଳ ବଞ୍ଚିବାପାଇଁ ସଂଗ୍ରାମ କରି ଚାଲିଛନ୍ତି । ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରି ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେବାପାଇଁ ନବୀନଯୁଗର ତରୁଣମାନଙ୍କ ଜାଗି ଉଠିବାକୁ କବି ଉଦାତ୍ତ କଣ୍ଠରେ ଆହ୍ବାନ ଦେଇ କହିଛନ୍ତି

‘‘ମରଣ ଦୁଆରେ ଚରଣ ଆରପି
ଗାଅରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରର୍ସ
ସଞ୍ଚ ଅପମାନ,
ଲଂଘି ବନାନୀ, ଶୈଳ ସାଗର ଦୂରରେ ତିମିର ତାରା ।’’

ସମାଜର ତରୁଣମାନେ ହିଁ ରକ୍ଷଣଶୀଳ, ପରମ୍ପରାସର୍ବସ୍ୱ ସାମାଜିକ ଧାରାରେ ପରିବର୍ତ୍ତନ ଆଣିପାରିବେ କାରଣ ସେମାନଙ୍କ ଶରୀରର ଶିରା ପ୍ରଶିରାରେ ଉଦ୍ଦାମତାର ଶୋଣିତ, ମାଂସପେଶୀରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ଭରି ରହିଛି । ସମାଜର ବଡ଼ପଣ୍ଡା ସାଜି ଯେଉଁ ଶାସକଗୋଷ୍ଠୀ ପରାଙ୍ଗପୁଷ୍ଟ ସାଜି ସାଧାରଣ କୃଷକ, ଶ୍ରମିକ, ମେହେନତି, ମଜଦୁରମାନଙ୍କୁ ପଦଦଳିତ କରି ରଖୁଛନ୍ତି, ସେମାନେ ଅବଶ୍ୟ ନବଯୁଗ ପ୍ରବର୍ତ୍ତନକୁ ବିରୋଧ କରିବେ । ତେଣୁ ପ୍ରଗତିକାମୀ ତରୁଣମାନଙ୍କୁ ଅନାଗତ ଭବିଷ୍ୟତରେ ହେବ । ମରଣକୁ ବାଜି ଲଗାଇ ସେମାନଙ୍କୁ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ପଡ଼ିବ ।

ସେମାନେ ତୁଙ୍ଗ ଶୈଳଶିଖର, ଅତଳ ଅନନ୍ତ ସାଗର ଲଙ୍ଘନ କରିବାପାଇଁ ଉପଯୁକ୍ତ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ଅଟନ୍ତି । ସମାଜରେ କ୍ଷମତାଧ୍ୟାକାରୀ ପୁଞ୍ଜିପତି, ଶାସକଗୋଷ୍ଠୀ, ଗ୍ୟଭିଚାରା ଜମିଦାର ଓ ଧନାକ ଗୋଷ୍ଠାଙ୍କ କବଳରୁ ସର୍ବହରାମାନଙ୍କୁ ମୁକ୍ତ ଦେବାପାଇଁ ସେମାନେ ଅବଶ୍ୟ ଉତ୍ସାହ, ଉଦ୍ଦୀପନା ତଥା ଦୃଢ଼ ମନୋବଳ ଓ ସାହସର ସହ ଆଗେଇ ଆସିବାକୁ କବି କଣ୍ଠରେ ରହିଛି ଆଗ୍ନେୟ ଆହ୍ଵାନ-

‘ଛିନ୍ନ କରରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ ।’’

ନୂତନ ଯୁଗ ନିର୍ମାଣ ପାଇଁ ଅତାତର ଚିରାଚରିତ, ପ୍ରଥାସର୍ବସ୍ୱ, ପରମ୍ପରା ପ୍ରପାତିତ ଜାର୍ଣ୍ଣ ଶାର୍ଣ୍ଣ ଜାବନଧାରାର ଗତିପଥ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଏଥପାଇଁ ଆର୍ଥନୈତିକ ବୈଷମ୍ୟ ସୃଷ୍ଟିକାରୀ ଶକ୍ତିମାନଙ୍କୁ ପରାହତ କରିବାପାଇଁ ତରୁଣମାନଙ୍କୁ ସଂଗ୍ରାମ କରିବାକୁ ହେବ । ପ୍ରଗତି ପଥରେ ସେମାନଙ୍କର ଗତିଶୀଳ ପରିବର୍ତ୍ତନକାମୀ ରଥଚକ ତଳେ ନିଷ୍ଫଳ ଜନର ସମସ୍ତ ବ୍ୟଥା -ବେଦନା, ଦୁଃଖ -ଯନ୍ତ୍ରଣା, ଅପମାନ-ଅସନ୍ତୋଷ ଅବଶ୍ୟ ଚୂର୍ଣ୍ଣୀଭୂତ ହେବ । ପରିଶେଷରେ ସେମାନେ ଲକ୍ଷ୍ୟସ୍ଥଳରେ ଅବତୀର୍ଣ୍ଣ ହୋଇ ଉଡ଼ାଇବେ ବିଜୟର ଧ୍ଵଜା, ସେମାନଙ୍କ ବକ୍ଷସ୍ଥଳରେ ଶୋଭାପାଇବ ସଫଳତାର ଜୟମାଲ୍ୟ । ଏହି ଦୃଢୋକ୍ତିଭରା ଆହ୍ବାନ ଦେଇ ଆଶାବାଦୀ କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୪ ।
‘ଜାଗ ବନ୍ଧନହରା’ କବିତାରେ ବନ୍ଧନରାଜିକୁ ଛିନ୍ନ କରିବାପାଇଁ କବି ଦେଇଥ‌ିବା ଆହ୍ୱାନକୁ ବିଶ୍ଳେଷଣ କର । କିମ୍ବା, ନବୀନ ଯୁଗର ତରୁଣଙ୍କୁ ବନ୍ଧନରାଜି ଛିନ୍ନ ପାଇଁ କବି ଯେଉଁ ତୃପ୍ତ ଆହ୍ୱାନର ଆବାହନୀ କରିଛନ୍ତି – ତାହାକୁ ପ୍ରକାଶ କର ।
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ ଶୀର୍ଷକ କବିତାର ରଚୟିତା ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ଜଣେ ସ୍ମରଣୀୟ ପ୍ରତିଭା । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ୱାରା ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ସାଧାରଣତଃ ସମାଜରେ ତରୁଣ ଯୁବଶକ୍ତିର ସାମର୍ଥ୍ୟ ଅନସ୍ବୀକାର୍ଯ୍ୟ । ସେଥ‌ିପାଇଁ କବି ପ୍ରାଚୀନ, ରକ୍ଷଣଶୀଳ ପରମ୍ପରାସର୍ବସ୍ୱ, ସାମନ୍ତବାଦୀ ସର୍ବସ୍ଵ ସମାଜର ଗତାନୁଗତିକ ଧାରା ପରିବର୍ତ୍ତନ ପାଇଁ ଛାତ୍ର, ଯୁବକ ଓ ତରୁଣମାନଙ୍କୁ ଆଗଭର

ହେବାକୁ ଆହ୍ଵାନ କରିଛନ୍ତି । ଆଭିଜାତ୍ୟପୂର୍ଣ୍ଣ ସାମନ୍ତବାଦୀ ମନୋଭାବକୁ ପରିହାର କରି ସାଧାରଣ ଜନତାର ଗାଥା-ଚିତ୍ର ଉପସ୍ଥାପନ କରିବା, ଶ୍ରେଣୀହୀନ ସମାଜର ପରିକଳ୍ପନା କରିବା, ଧର୍ମ ଓ ଈଶ୍ବରବିଶ୍ୱାସକୁ ଅନ୍ଧବିଶ୍ବାସ ବିମୁକ୍ତ କରାଇବା, ସାମାଜିକ ବୈଷମ୍ୟ ଓ ଅତ୍ୟାଚାରର ମୂଳୋତ୍ପାଟନ କରିବା, ସାଧାରଣ ଜନତାଙ୍କୁ ଅଶିକ୍ଷା ଓ ଅନ୍ଧବିଶ୍ଵାସରୁ ମୁକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜର ଅବହେଳିତ, ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ, ସର୍ବହରା ଜନତାକୁ ଧନାଢ଼ୀ, ସୁବିଧାବାଦୀ ସମାଜପତିଙ୍କ କବଳରୁ ରକ୍ଷା କରି ଏକ ନୂତନ ସୁଖ, ସମୃଦ୍ଧିସମ୍ପନ୍ନ ସମାଜ ଗଠନ କରିବାପାଇଁ କବିଙ୍କ ପ୍ରଗାଢ଼ ଆନ୍ତରିକତା କବିତାରେ ରୂପାୟିତ ହୋଇଛି । କବିତାର ପ୍ରାରମ୍ଭରେ ହିଁ କବି ତରୁଣମାନଙ୍କୁ ନିଜ ରକ୍ତକୁ ବାଜି ଲଗାଇ ନିଖ୍ ଜନଙ୍କ ତିମିରିତ ହୃଦୟରେ ଆଲୋକର ଔଜଲ୍ୟ ଭରିଦେବାକୁ ଆହ୍ଵାନ ଦେଇ କହିଛନ୍ତି-

‘ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ସମାଜରୁ ଧନୀ-ଦରିଦ୍ର ତାରତମ୍ୟ ଦୂରକରି ତଥା ଜାତିପ୍ରଥାକୁ ବିରୋଧ କରି ଏକ ଶ୍ରେଣୀହୀନ ସମାଜର ସ୍ବପ୍ନ ଦେଖୁଛନ୍ତି କବି । ସାମାଜିକ ଅସମାନତା କବିଙ୍କୁ ବ୍ୟସ୍ତ କରିଛି । ଏସବୁର ଅବସାନ ପାଇଁ ତରୁଣମାନଙ୍କୁ ଆଗଭର ହେବାକୁ ପଡ଼ିବ । ନୁହେଁ, କବି ଏହା ଅନୁଭବ କରିଛନ୍ତି । ସ୍ଵାର୍ଥସର୍ବସ୍ଵ ଧନୀ, ଜମିଦାର, ଶିଳ୍ପପତି ଓ ପୁଞ୍ଜିପତିମାନେ ସାମାଜିକ ପରିବର୍ତ୍ତନକୁ ଅବଶ୍ୟ ବିରୋଧ କରିବେ । ସେମାନଙ୍କ ଛଳନା, ଶଠତା, ମିଥ୍ୟାଚାରକୁ ପ୍ରତିହତ କରିବାପାଇଁ ତରୁଣମାନଙ୍କୁ ହୁଏତ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିବ । ସେହି ସଂଘର୍ଷରେ ମୃତ୍ୟୁପଥର ଯାତ୍ରୀ ହେବା ମଧ୍ଯ ଅବିଶ୍ଵାସ ନୁହେଁ ।

ତଥାପି ଆବଶ୍ୟକସ୍ଥଳେ ମରଣକୁ ବାଜି ଲଗାଇ ସମାଜର ଶୋଷିତ, ଲାଞ୍ଛିତଙ୍କ ହୃଦୟରେ ଆତ୍ମବିଶ୍ଵାସ ସୃଷ୍ଟି କରବା ପାଇଁ ତରୁଣମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଦୁଃଖୀ, ଦରିଦ୍ର, ଅସହାୟ ଓ ସର୍ବହରା ଶ୍ରେଣୀର ଅବହେଳିତ ମଣିଷ ମନରୁ ମାନସିକ ଦୁଃଖ, ଯନ୍ତ୍ରଣା, ଅପମାନ, ଅବସାଦ ବିଦୂରିତ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ବୋଲି କବି କଣ୍ଠରେ ରହିଛି ଉଦାତ୍ତ ଆହ୍ଵାନ-

“ମରଣ ନୂଆରେ ଚରଣ ଅରପି
ପାଖରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରସୁଁ
ସଞ୍ଚ ଅପମାନ
ଲଙ୍ଘି ବନାନୀ ଶୈଳ ସାଗର ଦୂରରେ ତିମିର କାରା ।’

ଧନୀକ ଗୋଷ୍ଠୀର ଚିର ତିମିରିତ ବନ୍ଦୀଶାଳାରେ ଯନ୍ତ୍ରଣା ଜର୍ଜରିତ, ଦୁର୍ବିସହ ଜୀବନରେ ଅତିଷ୍ଠ ସର୍ବହରା ମଣିଷକୁ ଉଦ୍ଧାର କରିବାପାଇଁ ତରୁଣମାନଙ୍କୁ ନେବାକୁ ପଡ଼ିବ ବଜ୍ର ଶପଥ । ଏଥିପାଇଁ ସେମାନଙ୍କୁ ସାମ୍ୟବାଦର ଧ୍ଵଜା ଉଡ଼ାଇ ମାନବବାଦୀ ଚେତନାର ସନ୍ଧାନ କରିବାକୁ ହେବ । ସେହି ସନ୍ଧାନ ପଥରେ ଅନ୍ତରାୟ ସାଜିଥିବା ମାୟା, ମୋହର ବନ୍ଧନ ଋଜୁକୁ ଛିନ୍ନ କରିବାକୁ ପଡ଼ିବ । କାରଣ ମାୟା-ମମତାରୂପୀ ବନ୍ଧନରୁ ମୁକ୍ତ ନହେଲେ ସେମାନେ ମହାନ୍ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ନାହିଁ । ତେଣୁ ମୋହ, ମାୟାର ତନ୍ଦ୍ରା-ସ୍ପର୍ଶରୁ ନିଜକୁ ଦୂରେଇ ରଖ୍ ନିଷ୍ଫଳ ଜନମାନସରେ ସୁଖ, ଶାନ୍ତି ଭରିଦେବାପାଇଁ ସେମାନଙ୍କୁ ସବୁ ବନ୍ଧନକୁ ଛିନ୍ନ କରିବାର ସଂକଳ୍ପ ନେବାକୁ ହେବ ।

ପରିବର୍ତ୍ତନର ରଥକୁ ପ୍ରଗତିପଥରେ ଗତିଶୀଳ କରାଇବାକୁ ପଡ଼ିବ । ପ୍ରଗତିର ସେହି ରଥଚକ୍ରତଳେ ଶୋଷିତ ଓ ଅତ୍ୟାଚାରିତ ମଣିଷର ଦୁଃଖ-ବେଦନା, ଜ୍ଵାଳା, ଯନ୍ତ୍ରଣା ଚୂଣ୍ଡୀଭୂତ ହେବ । ଶେଷରେ ବିଜୟୀ ତରୁଣମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ଗଳାରେ ଜୟମାଲ୍ୟ ପିନ୍ଧିବାକୁ ସକ୍ଷମ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରି କବି କହିଛନ୍ତି –

“ଚିରି ଅତୀତର କାର୍ଣ୍ଣ ଜୀବନ
ଜାଗ ଆଆହେ ଭବିଷ୍ୟତ,
ଚୂର୍ଣ୍ଣ କରୁ ହେ ସ୍ୟନ୍ଦନ ତବ
ପାଳନର ପରବତ
ଘେନ ବିଜୟର ମାଳା
କାଗ ବନ୍ଧନହରା।”

Question ୨୫ ।
ଅନନ୍ତ ପଟ୍ଟନାୟକଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।

Question ୨୬ ।
ତୁମର ପ୍ରିୟ ସାଙ୍ଗ ନିକଟକୁ ନବଯୁଗର ଆହ୍ବାନ ସମ୍ପର୍କରେ ଚିଠି ଲେଖ ।
[ ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର

Question 1.
କେଉଁଠାରେ ଅମରଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମରଣ ଦୁଆରେ

Question 2.
ବକ୍ଷର ଶୋଣିତ ଦେଇ ଲକ୍ଷ ଜୀବନରେ କ’ଣ ଖେଳାଇ ଦେବାକୁ କବି କହିଛନ୍ତି ?
Answer:
ଆଲୋକ ଧାରା

Question 3.
ଅମର ଗାନ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି?
Answer:
ମରଣ ଦୁଆରେ

Question 4.
‘ଜାଗ ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ? 5. କେଉଁ କଥା
Answer:
ନବଯୁଗର ତରୁଣ

Question 5.
ଲୁପ୍ତ ହେବାପାଇଁ ‘ଜାଗ ବନ୍ଧନହରା’ କବିତାରେ କୁହାଯାଇଛି ?
Answer:
ଜାତିଭେଦ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରଣ ଦୁଆରେ କେଉଁ ଗୀତ ଗାଇବାପାଇଁ କବି କହିଛନ୍ତି ?
Answer:
ଅମର ଗାନ

Question 7.
ମାନବ ଶିରରୁ କ’ଣ ପୋଛି ଦେବାକୁ କବି କହିଛନ୍ତି ?
Answer:
ଅମର ଗାନ

Question 8.
ବନ୍ଧନହରା କ’ଣ କଲେ କ୍ରନ୍ଦନ ଶେଷ ହେବ ?
Answer:
ବନ୍ଧନ ଛିନ୍ନ କଲେ

Question ୨.
କେଉଁଠାରେ ଅମରଗାନ କରିବାପାଇଁ କବି କହିଛନ୍ତି ?
Answer:
ଅପମାନ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିଲା ?
Answer:
ଜାଗ ବନ୍ଧନହରା କରିତାଟି ‘ନବଯୁଗ ସାହିତ୍ୟ ସଂସଦ’ ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗତ ରୂପେ ଗାନ କରାଯାଇଥିଲା

Question 2.
କବି ଅନନ୍ତ ପଟ୍ଟନାୟକଙ୍କ କେଉଁ ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ?
Answer:
କବି ଅନନ୍ତ ପଟ୍ଟନାୟକଙ୍କ ‘ଅବାନ୍ତର’ କବିତା ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ।

Question 3.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ହିଁ ‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 4.
କବି କେଉଁଠାରେ ଚରଣ ଅର୍ପିବାପାଇଁ କହିଛନ୍ତି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି । କବି କ’ଣ ଛିନ୍ନ କରିବାକୁ କହିଛନ୍ତି ?

Question 5.
ସ୍ୟନ୍ଦନ କ’ଣ ଚୂର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
କବି କେଉଁଠାରେ ଚାରଣ ଅର୍ଥବାପାଇଁ କହିଛନ୍ତି?
Answer:
କବି ମରଣ ଦୁଆରେ ଚରଣ ଅର୍ପିବାପାଇଁ କହିଛନ୍ତି ।

Question 7.
ସ୍ୟନ୍ଦନ କ’ଶ ବର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି?
Answer:
ସ୍ୟନ୍ଦନ ପୀଡ଼ା ପର୍ବତକୁ ଚୂର୍ଣ କରିବ ବୋଲି କବିତାରେ କୁହାଯାଇଛି ।

Question 8.
କବି କାହାକୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ?
Answer:
କବି ତରୁଣମାନଙ୍କୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ।

Question 9.
ଯାତ୍ରାପଥରେ ସମ୍ମୁଖରେ କିଏ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ?
Answer:
ଯାତ୍ରାପଥରେ ସମ୍ମୁଖରେ ସ୍ନେହ ମମତାର ଅଶୁ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ।

Question 10.
ମହାମାନବର ଶଙ୍ଖଧ୍ବନିରେ କ’ଣ ପ୍ରଶମିତ ହେବ ବୋଲି କବି କହିଛନ୍ତି ?
Answer:
ମହାମାନବର ଶଙ୍ଖଧ୍ୱନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ବୋଲି କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 11.
କବିଙ୍କ ମତରେ କଣ୍ଟକ କେଉଁ ପଥରେ ଶିର ଟେକେ ?
Answer:
କବିଙ୍କ ମତରେ ସନ୍ଧାନ ପଥରେ କଣ୍ଟକ ଅର୍ଥାତ୍ ପ୍ରତିବନ୍ଧକ ଶିର ଟେକେ ।

Question 12.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସମାଜ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ଜାଗ ‘ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 13.
ପୀଡ଼ନର ପର୍ବତ କିପରି ଚୂର୍ଣ ହେବ ?
Answer:
ବନ୍ଧନହରାଙ୍କ ସ୍ୟନ୍ଦନ ତଳେ ପୀଡ଼ନର ପର୍ବତ ଚୂର୍ଣ୍ଣ ହେବ ।

Question 14.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଥିଲା ?
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ‘ଜାଗ ବନ୍ଧନହରା’ କବିତାଟି ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ

Question 15.
‘ବନ୍ଧନହରା’ କେଉଁ ଅର୍ଥକୁ ବୁଝାଏ ?
Answer:
‘ବନ୍ଧନହରା’ ଶୋଷଣଯୁକ୍ତ ଓ ଶ୍ରେଣୀଯୁକ୍ତ ବନ୍ଧନରୁ ମୁକ୍ତ ଅର୍ଥକୁ ବୁଝାଏ ।

Question 16.
‘ଜାଗ ବନ୍ଧନହରା’ କବିତାରେ କବି କି ସ୍ବପ୍ନ ଦେଖୁଛନ୍ତି ?
Answer:
‘ଜାଗ ବନ୍ଧନହରା’ କବିତାରେ କବି ଏକ ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ଦେଖୁଛନ୍ତି ।

Question 17.
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ କି ଆହ୍ବାନ ଦେଇଛନ୍ତି ?
Answer:
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ ଅତୀତର ଜୀର୍ଣ୍ଣ ଜୀବନକୁ ଭୁଲିଯିବାପାଇଁ ଆହ୍ୱାନ ଦେଇଛନ୍ତି ।

Question 18.
କେଉଁ କାରଣ ଯୋଗୁଁ ଦେଶରେ ବିଭାଜିନ ସୃଷ୍ଠି ହେଉଛି ବୋଲି କବି କହିଛନ୍ତି?
Answer:
ଜାତିଗତ ତଥା ସାମ୍ପ୍ରଦାୟିକ ଭେଦଭାବ କାରଣ ଯୋଗୁଁ ଦେଶରେ ବିଭାଜନ ସୃଷ୍ଟି ହେଉଛି ବୋଲି କବି କହିଛନ୍ତି ।

(B) ।ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ସନ୍ଧାନୀର କେଉଁପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ?
Answer:
ସନ୍ଧାନ

Question 2.
ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ କେଉଁଗୁଡ଼ିକ କୁହେଳି ରଚନା କରେ ?
Answer:
ମୋହ ମମତାର ନୀର

Question 3.
ସ୍ୟନ୍ଦନ କାହାକୁ ଚୂର୍ଣ୍ଣ କରୁ ବୋଲି କବି କହିଛନ୍ତି ?
Answer:
ପୀଡ଼ନର ପର୍ବତକୁ

Question 4.
କେଉଁ ମାଳା ପରିଧାନ କରିବାକୁ କବି ତରୁଣମାନଙ୍କୁ କହିଛନ୍ତି ?
Answer:
ବିଜୟମାଳା

Question 5.
କାହାକୁ ଚିରି ଜାଗି ଉଠିବାକୁ କବି ଭବିଷ୍ୟତମାନଙ୍କୁ ଆହ୍ଵାନ ଦେଇଛନ୍ତି ?
Answer:
ଅତୀତର ଜାର୍ଣ୍ଣ ଜୀବନକୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରୁପଥରେ କ’ଣ ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି ?
Answer:
ନିର୍ଝର

Question 7.
କବି ଅନନ୍ତ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?.
Answer:
ଚଣାହାଟ

Question 8.
ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ?
Answer:
ମାନବବାଦର ଜୟଗାନ

Question 9.
କେଉଁ ଯୁଗର ତରୁଣମାନଙ୍କୁ ଜାଗି ଉଠିବାକୁ କବି ଆହ୍ଵାନ ଦେଇଛନ୍ତି ?
Answer:
ନୂତନ ଯୁଗର

Question 10.
କବି ବନ୍ଧନରାଜି ଛିନ୍ନ କରିବାକୁ କେଉଁମାନଙ୍କୁ ପରାମର୍ଶ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

Question 11.
ବନ୍ଧନରାଜି ଛିନ୍ନ ହେଲେ କ’ଣ ଶେଷ ହୋଇଯିବ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 12.
ମାନବ ମସ୍ତକରେ କ’ଣ ସଞ୍ଚିତ ହୋଇ ରହିଛି ବୋଲି କବି କହିଛନ୍ତି ?
Answer:
ଅପମାନ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 13.
ତିମିର କାରା ଚୂରିବାପ କାହାକୁ ଲଢିଯିବାପାଇଁ କବି କହିଛନ୍ତି ?
Answer:
ବନାନୀ ଶୈଳ ସାଗର

Question 14.
କେଉଁମାନେ କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ?
Answer:
ଚନ୍ଦ୍ର, ତପନ, ତାରା

Question 15.
ଅନ୍ତରରେ ସ୍ପନ୍ଦନ ବହି କ’ଣ ଉଚ୍ଚରେ ଧରିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ପ୍ରଦୀପ

Question 16.
‘ଅର୍ଗଳ’ ଶବ୍ଦଟିର ପ୍ରକୃତ ଅର୍ଥ କ’ଣ ?
Answer:
ବନ୍ଧନ (ରୂପ)

Question 17.
‘ଜାଗ ବନ୍ଧନହରା’ ଏହି ଶୀର୍ଷକରୁ କେଉଁ ଭାବ ପ୍ରତିଭାତ ହେଉଛି ?
Answer:
ଏହା ଏକ ଉଦ୍‌ବୋଧନୀ କବିତା

Question 18.
କବିତାରେ କବି ଯୁବକମାନଙ୍କୁ କେଉଁଥୁରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛନ୍ତି ?
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନରୁ

Question 19.
‘ଜାଗ ବନ୍ଧନହରା’ କବିତାରେ କବି କେଉଁମାନଙ୍କୁ ଜାଗି ଉଠିବାକୁ ଉଦ୍‌ବୋଧନ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 20.
ସମାଜରୁ କ’ଣ ଶେଷ ହେଉ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 21.
ମହାମାନବର ଶଙ୍ଖନାଦରେ କ’ଣ ପ୍ରଶମିତ ହେଉ ବୋଲି କବି କହିଛନ୍ତି ?
Answer:
ଦୁଃଖର ଜ୍ଵାଳା

Question 22.
କାହାକୁ ଚୂର୍ଣ୍ଣ କରିବାକୁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତିମିର କାରାକୁ

Question 23.
କାହାକୁ ଭିନ୍ନ କରି ସାରା ଭୁବନକୁ ହସାଇବାପାଇଁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତନ୍ଦ୍ରାସ୍ପର୍ଶକୁ

Question 24.
‘ଜାଗ ଆହେ ଭବିଷ୍ୟତ’ – କବି ଏ ସମ୍ବୋଧନ କେଉଁମାନଙ୍କୁ କରିଛନ୍ତି ?
Answer:
ତରୁଣମାନଙ୍କୁ

Question 25.
‘ରକ୍ତଛିଟା’ କେଉଁ କବିଙ୍କର ଏକ ଅମ୍ଳାନ କୃତି ?
Answer:
କବି ଅନନ୍ତ ପଟ୍ଟନାୟକ

Question 26.
କବି ଅନନ୍ତ ପଟ୍ଟନାୟକ କେଉଁ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ଅବାନ୍ତର

Question 27.
କବିତାରେ ‘ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
ନବ ଯୁଗର ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 28.
‘ଜାଗ ବନ୍ଧନହରା’ କବିତାର କବି କିଏ ?
Answer:
ଅନନ୍ତ ପଟ୍ଟନାୟକ

Question 29.
କବି ‘ଜାଗ ବନ୍ଧନହରା’ କବିତାରେ କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତି ଉପଜାତି

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ।
Answer:
ଚନ୍ଦ୍ର, ତପନ, ତାରା ;

Question 2.
ସନ୍ଧାନୀମାନଙ୍କ ସମ୍ମୁଖରେ ମୋହ ମମତାର ନୀର
Answer:
କୁହେଳି,

Question 3.
ମରୁପଥରେ ଅବିରତ ଯାତ୍ରା କରିବାକୁ କବି ………………………ସୃଷ୍ଟି କରେ ।
Answer:
ତରୁଣ,

Question 4.
କବିତାରେ କବି ଯୁବକମାନଙ୍କୁ ………………….. ରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛିନ୍ତି ।
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନ,

Question 5.
ମରୁପଥରେ …………………. ସୃଷ୍ଟି କରିବାକୁ କବି କହିଛନ୍ତି।
Answer:
ନିର୍ଝର,

Question 6.
ମରଣ ଦୁଆରେ …………………. ଚାଇବାପାଇଁ କବି କହିଛନ୍ତି ।
Answer:
ଅମର ଗାନ,

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 7.
କବି …………….. ଛିନ୍ନ କରିବାକୁ କହିଛନ୍ତି।
Answer:
ସକଳ ବନ୍ଧନରାଜି,

Question 8.
ମାନବ ମସ୍ତକରେ …………………….. ସଞ୍ଚତ ହୋଇ ରହିଛି ବୋଲି କବି କହିଛିନ୍ତି ।
Answer:
ଅପମାନ,

Question 9.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ମୋହ ମମତାର ନୀର,

Question 10.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ଆଲୋକଧାରା,

Question 11.
ମହାମାନବର ଶଙ୍ଖଧ୍ଧନିରେ ……………………. ପ୍ରଣମିତ ହେବା
Answer:
ଦୁଃଖଜ୍ଵାଳା,

Question 12.
…………………. ରେ ନିଝର ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି।
Answer:
ମରୁ ପଥ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି ।
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ ।
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ ।
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ।
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି ।
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ।
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ ।
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି ।
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି ।
Answer:
1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି । (F)
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ । (F)
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । (T)
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ । (T)
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି । (T)
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।(T)
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି । (T)
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି । (T)
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ । (T)
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ (T)
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି । (F)
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଉପଜାତି
ଶଙ୍ଖ ଅରପି
ଜାତି ଶବଦେ
ଛିନ୍ନ କରରେ ଶିରସୁଁ
ଚରଣ ଅପମାନ
ମାନବ ଆଲେ।କାଧାରା
ବନ୍ଧନରାଜି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଆଲେ।କାଧାରା
ଶଙ୍ଖ ଶବଦେ
ଜାତି ଉପଜାତି
ଛିନ୍ନ କରରେ ବନ୍ଧନରାଜି
ଚରଣ ଅରପି
ମାନବ ଶିରସୁଁ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ନିଝର
ନିଝର ଶଙ୍କିତ
ଶଙ୍କିତ ତପନ
ତପନ କୁହେଳି
କୁହେଳି ମୋହ
ମୋହ ହସାଅ
ହସାଅ ନିଝର
ଶଙ୍କିତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନିଝର ସୃଜି
ଶଙ୍କିତ କର୍ମିତ
ତପନ ତାରା
କୁହେଳି ରଚଇ
ମୋହ ମମତାର
ହସାଅ ଭୁବନ ସାରା

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ପ୍ରାଣେ
କାର୍ଣ୍ଣ ପାଳା
କମ୍ପିତ ରାଜି
ପାଡ଼ନାର ନାର
ଅର୍ଗଳ ଜାବନ
ବିଜୟ ଭବିଷ୍ୟତ
ପରବତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ନାର
କାର୍ଣ୍ଣ ଜାବନ
କମ୍ପିତ ପ୍ରାଣେ
ପାଡ଼ନାର ପରବତ
ଅର୍ଗଳ ରାଜି
ବିଜୟ ମାଳା

କରି ପରିଚୟ

ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ କବି ଅନନ୍ତ ପଟ୍ଟନାୟକ ଜଣେ ନୂତନ ଦିଗ-ସ୍ରଷ୍ଟା କବି ଭାବରେ ପ୍ରତିଷ୍ଠିତ । ସେ ଆଧୁନିକ ଓଡ଼ିଆ ସାହିତ୍ୟରେ ମାର୍କସ୍ଵାଦୀ ଚିନ୍ତାଧାରାର ଅନ୍ୟତମ ପ୍ରବର୍ତ୍ତକ । ତେଣୁ ମାର୍କସ୍‌ଦୀ ଭାବଧାରାର ବିଧବଦ୍ଧ ଓ ସୁନ୍ଦର ପ୍ରକାଶ କେବଳ ଅନନ୍ତ ପଟ୍ଟନାୟକଙ୍କ କବିତାରେ ହିଁ ପରିଲକ୍ଷିତ ହୁଏ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ଵପ୍ନ ଥିଲା ତାଙ୍କ କବିତାର ମୁଖ୍ୟ ସ୍ୱରୂପ । ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ । ୧୯୩୫ ସାଲରେ ସେ ବି.ଏ. ପାସ୍ କରିଥିଲେ । ଛାତ୍ର ଜୀବନରୁ ସେ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ୧୯୩୬ ସାଲରେ ‘ନବଯୁଗ ସଂସଦ’ର ସେ ସମ୍ପାଦକ ଥିଲେ । ଏହି ଅନୁଷ୍ଠାନ ଆନୁକୂଲ୍ୟରେ ପ୍ରଗତିବାଦୀ ଆନ୍ଦୋଳନ ସଫଳତା ଅର୍ଜନ କରିଥିଲା । ୧୯୩୬ ସାଲରେ ତାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ ପାଇଥିଲା । ନୂତନ ଛନ୍ଦ ପ୍ରୟୋଗ କରି ତଥା ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ସୁସମନ୍ଵୟ ରକ୍ଷାକରି ସେ ରଚିଥିଲେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ପ୍ରଭୃତି ବିବିଧ କବିତାରାଜି, ଯାହା ତାଙ୍କ ଅନିର୍ବଚନୀୟ କବିପ୍ରତିଭାର ଅପୂର୍ବ ପ୍ରତିଫଳନ ।

ସୃଜନାଭିମୁଖ୍ୟ

ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ କବି ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବିଭାବରେ ସୁପରିଚିତ । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ସେହି ମହାନ୍ ସ୍ରଷ୍ଟାଙ୍କର ସ୍ଵପ୍ନ ଥିଲା ଶ୍ରେଣୀହୀନ, ଶୋଷଣମୁକ୍ତ ସମାଜ ଗଠନ କରିବା । ତାହାହିଁ ପ୍ରତିଫଳିତ ହୋଇଛି ତାଙ୍କ କବିତାର ପ୍ରତିଟି ପଙ୍‌କ୍ତିରେ । ନୂତନ ଛନ୍ଦ ପ୍ରୟୋଗ ସହିତ ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ଶିଳ୍ପସଙ୍ଗତ ସମନ୍ୱୟ ତାଙ୍କ କବିତାର ଅନ୍ୟତମ ଉଖଯେ।ଗ୍ୟ ବୈଶିଷ୍ଟ୍ୟା

କବିତାର ପ୍ଠଷ୍ଠଭୂମି

କବିଙ୍କର ଏହି ‘ଜାଗ ବନ୍ଧନହରା’ କବିତାଟି ‘ନବଯୁଗ ସାହିତ୍ୟ ସଙ୍ଗୀତରୂପେ ଗାନ କରାଯାଇଥିଲା । ଉକ୍ତ କବିତାରେ ପ୍ରଗତିବାଦୀ ତଥା ପ୍ରଥମ ଅଧ‌ିବେଶନରେ ପ୍ରାରମ୍ଭିକ ମାର୍କସୀୟ ଦର୍ଶନ ପ୍ରତିଫଳିତ । ମାନବବାଦର ଜୟଗାନ ସହିତ ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ଏଥ‌ିରେ ରହିଛି ମାଦକଭରା ପ୍ରେରଣା ।

କରିବାର ମଧିବାଶା

ତରୁଣାବସ୍ଥା ମାନବର ଏକ ପ୍ରକୃଷ୍ଟ ଅବସ୍ଥା, ଯେଉଁ ଅବସ୍ଥାରେ ସେ ହୁଏ ଶକ୍ତି, ସାମର୍ଥ୍ୟ ଓ ସୌନ୍ଦର୍ଯ୍ୟର ପରିପୂର୍ଣ ଅଧିକାରୀ । ତା’ର ଅଧ୍ୟୟନ ତଥା ପ୍ରକୃତିଲବ୍ଧ ଜ୍ଞାନ ସେହି ଅବସ୍ଥାକୁ ପରିପୁଷ୍ଟ କରିବା ସହ ସେ ସମାଜର ମେରୁଦଣ୍ଡଭାବେ ହୁଏ ବିବେଚିତ । ସେହି ସମୟରେ ହିଁ ସେ ସମାଜକୁ ଦେଖିବାକୁ ଓ ଜାଣିବାକୁ ସମର୍ଥ ହୁଏ । ସମାଜରେ ପ୍ରଚଳିତ କଳୁଷିତ ପ୍ରଥା ତଥା ଦୂଷିତ ପରିବେଶକୁ ଦେଖ୍ ତା’ର ହୃଦୟ ବିଦ୍ରୋହ କରିଉଠେ । ସେତେବେଳେ ତା’ର ଯୁବସୁଲଭ ଉଦ୍ଦାମତା ସମାଜର ବା ଶାସନର କୌଣସି ପ୍ରଚଳିତ ନିୟମକୁ ସ୍ଵୀକାର କରିବାକୁ ପ୍ରସ୍ତୁତ ହୁଏନାହିଁ । ସେ ସକଳପ୍ରକାର ବନ୍ଧନରୁ ହୋଇଯାଏ ମୁକ୍ତ ।

ତେଣୁ କବି ସେହି ତରୁଣମାନଙ୍କୁ ବନ୍ଧନହରା ବୋଲି ସମ୍ବୋଧନ କରିଛନ୍ତି ଏବଂ ଏକ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ ନିମନ୍ତେ ଜାଗି ଉଠିବାପାଇଁ ଆହ୍ୱାନ ଦେଇଛନ୍ତି । କାରଣ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟଗତ ଭେଦଭାବ ସମାଜକୁ କରିଛି ଖଣ୍ଡବିଖଣ୍ଡିତ । ଶୋଷଣ, ପୀଡ଼ନ, ଲାଞ୍ଛନା, ଅପମାନ ଜର୍ଜରିତ ହୋଇ ମାନବ ଦୁଃଖ ନୈରାଶ୍ୟର ଅନ୍ଧକାର ମଧ୍ୟରେ କରୁଛି କାଳାତିପାତ । ତେଣୁ ସମାଜର ମଙ୍ଗଳ ନିମନ୍ତେ ନିଜ ଜୀବନାର୍ପଣ କରି ବକ୍ଷର ଲହୁ ଢାଳି ଲକ୍ଷ ଲକ୍ଷ ମାନବ ଜୀବନରେ ସୁଖର ଆଲୋକଧାରା ଖେଳାଇଦେବା ନିମନ୍ତେ କବି ବୋନଯୁଗର ତରୁଣମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଜାତି, ଧର୍ମ, ସମ୍ପ୍ରଦାୟର ପ୍ରାଚୀର ଆଜି ଦେଶକୁ କରିଛି ଖଣ୍ଡବିଖଣ୍ଡିତ । ବିବିଧ କଳୁଷିତ ସାମାଜିକ ପ୍ରଥାର ବନ୍ଧନରେ ବାନ୍ଧିହୋଇ ଶୋଷଣ, ପୀଡ଼ନ ତଥା ନୈରାଶ୍ୟରେ ଦଗ୍‌ଧ ହୋଇ ମାନବ ହୃଦୟରୁ ଆଜି ସୃଷ୍ଟି ହେଉଛି ବୁକୁଫଟା କ୍ରନ୍ଦନ ଧ୍ବନି । ତେଣୁ କବି ନବୀନ ଯୁଗର ତରୁଣମାନଙ୍କୁ ମହାମାନବର ଶୁଭଶଙ୍ଖ ନାଦ କରିବାକୁ ଆହ୍ଵାନ ଦେଇଛନ୍ତି । ଯେଉଁ ଶଙ୍ଖନାଦରେ ଜାତିଭେଦର ପ୍ରାଚୀର ଧ୍ୱଂସ ହେବା ସହ ସକଳ ବନ୍ଧନ ଛିନ୍ନ ହୋଇ ମାନବର ଦୁଃଖଜ୍ଵାଳା ପ୍ରଶମିତ ହେବ।

ଏ ସଂସାର ମୃତ୍ୟୁର ଲୀଳାକ୍ଷେତ୍ର ହେଲେ ମଧ୍ୟ ତରୁଣ ହିଁ ତା’ଦୁଆରେ ଦଣ୍ଡାୟମାନ ହୋଇ ଅମରମନ୍ତ୍ର ଗାନ କରିବାକୁ ସମର୍ଥ । ତେଣୁ କବି ମାନବ ମସ୍ତକରୁ ପୁଞ୍ଜୀଭୂତ ସକଳ ଅପମାନକୁ ପୋଛିଦେଇ ସମସ୍ତ ପ୍ରତିବନ୍ଧକକୁ ଲଘଂ ମାନବର ଦୁଃଖପୂର୍ଣ ଅନ୍ଧକାରାଚ୍ଛନ୍ନ କାରାକକ୍ଷକୁ ଚୂଣ୍ଡୀଭୂତ କରିବାକୁ ଆହ୍ଵାନ ଦେଇଛନ୍ତି ।

ଯାତ୍ରାକାଳରେ ମରୁପଥରେ ନିର୍ଝରିଶା ମରୂଭୂମିକୁ ଜଳପ୍ଳାବିତ କରିବାକୁ କବି ତରୁ ଶମାନଙ୍କ ପରାମର୍ଶ ଦେଇଛନ୍ତି । ନବଜାଗରଣର ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଜଡ଼ନାଟିକାରେ ଅପୂର୍ବସ୍ପନ୍ଦନ ତୋଳି ଅନ୍ତର୍ଗତ ଚେତନାର ଆଲୋକରେ କୋଟି କୋଟି ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରିବାକୁ କବି ନିବେଦନ କରିଛନ୍ତି । ସେହି ପ୍ରଜ୍ବଳିତ ଉନ୍ମୋତ୍‌ତ ଚେତନାଲୋକର ଶିଖାକୁ ଦେଖ୍ ଚନ୍ଦ୍ର, ସୂର୍ଯ୍ୟ ଓ ତାରା ମଧ୍ୟ ଶଙ୍କିତ ହୋଇଉଠିବେ ବୋଲି କବି ହୋଇଛନ୍ତି ଆଶାବାଦୀ ।

ଅନୁସନ୍ଧାନ ହିଁ ତରୁଣ ଜୀବନର ସର୍ବଶ୍ରେଷ୍ଠ ବିଶେଷତ୍ଵ । ସନ୍ଧାନ କରିବା ତା’ର ଧର୍ମ । କିନ୍ତୁ ସେହି ସନ୍ଧାନର ପଥ ସର୍ବଦା କଣ୍ଟକିତ । ସେହି ସନ୍ଧାନପଥରେ ଯାତ୍ରା କଲାବେଳେ ମାୟା-ମୋହ-ସ୍ନେହ-ମମତାର ଅଶ୍ରୁ ତା’ ସମ୍ମୁଖରେ ସୃଷ୍ଟି କରନ୍ତି କୁହେଳିକା । ସେହି ତନ୍ଦ୍ରାସ୍ପର୍ଶକୁ ଛିନ୍ନ କରି ମାନବଜାତିର ହୃଦୟରେ ହସ ଫୁଟାଇବାକୁ ଆଗେଇ ଆସିବାକୁ କବି ନବୀନଯୁଗର ତରୁଣମାନଙ୍କୁ ଶୁଣାଇଛନ୍ତି ମାଦକଭରା ପ୍ରେରଣାର ବାଣୀ ।

ତରୁଣମାନେ ହିଁ ଭବିଷ୍ୟତର ସ୍ରଷ୍ଟା ଓ ପାଳନକର୍ତ୍ତା । ତେଣୁ ସେମାନଙ୍କୁ ଜାଗି ଉଠି ବିଜୟଯାତ୍ରା ପଥରେ ଅଗ୍ରସର ହେବାପାଇଁ କବି ଆହ୍ୱାନ ଦେଇଛନ୍ତି । ଯାତ୍ରାକାଳରେ ସେମାନଙ୍କ ରଥଚକ୍ରତଳେ ପୀଡ଼ାପର୍ବତ ଚୂର୍ଣ୍ଣୀଭୂତ ହୋଇଯାଉ । ବାଧାବିଘ୍ନ ପ୍ରତିବନ୍ଧକର ସମସ୍ତ ଅର୍ଗଳକୁ ଭାଙ୍ଗି ଦୁଃଖ, ଦୈନ୍ୟ, ନିରାଶାର ଅନ୍ଧକାର ଭିତରେ ବୁଡ଼ିରହି ଦୁର୍ବଳ ହୋଇପଡ଼ିଥିବା ଜୀବନକୁ ବିଦଳିତ କରି ସୁଖ ସମ୍ଭୋଗମୟ, ଶ୍ରେଣୀହୀନ ମାନବବାଦର ପ୍ରତିଷ୍ଠା କରି ବିଜୟର ମାଳା ପରିଧାନ କରିବାକୁ କବି ନବୀନଯୁଗର ବନ୍ଧନମୁକ୍ତ ତରୁଣମାନଙ୍କୁ ପ୍ରେରଣାର ରାଶା ଶୁଶାଇଛନ୍ତି।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବନ୍ଧନହରା – ସକଳପ୍ରକାର ବନ୍ଧନରୁ ଯେ ମୁକ୍ତ
  • ଶୋଷିତ – ରକ୍ତ
  • ଛିନ୍ନ – ଛିଣ୍ଡେଇବା
  • ଲୁପ୍ତ – ଲୋକପ ପାଇଥିବା
  • ଶାମୁ – ପ୍ରଣମିତ ହେଉ/ଦବିଯାଉ
  • ଅସର ଗାନ – ଚିରନ୍ତନ ଗାତି
  • ଶିରସୁଁ – ମୁଣ୍ଡରୁ
  • ସ୍ପନ୍ଦନ – କମ୍ପନ/ଶିହରଣ
  • ଶଙ୍କିତ – ଭୟଭାତ
  • ତନ୍ଦ୍ରା – ନିଦ୍ରା
  • ଜାର୍ଣ୍ଣ – ଦୁର୍ବଳ
  • ସ୍ୟନ୍ଦନ – ରଥ
  • ଅର୍ଗଳ – ବନ୍ଧନ (ଯୂପ)
  • କଣ୍ଠକ – କଣ୍ଠା
  • ତପନ – ସୂର୍ଯ୍ୟ
  • ନିର୍ଝର – ଝରଣା
  • ସ୍ଠଜି – ସୃଷ୍ଟି କରି
  • ଶୈଳ – ପର୍ବତ
  • ପାଗର – ସମୁଦ୍ର
  • ବନାନା – ବିରାଟ ଅବଶ୍ୟ
  • ତିମିର – ଅନ୍ଧକାର
  • ଲଙ୍ଗି – ଲଙ୍ଗନ କରି
  • ଆରପି – ଅର୍ପଣ କରି
  • ଚରଣ ଅରପି – ପଦାର୍ପଣ କରି/ଦଣ୍ଡାୟମାନ ହୋଇ
  • ଜାଗ – ଜାଗି ଉଠ/କାଗ୍ରତ ହୁଅ

Leave a Comment