BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

Odisha State Board BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ Important Questions and Answers.

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କାର୍ବନର ଏକ ଅପରରୂପର ନାମ ଲେଖ ।
ଉ –
ଗ୍ରାଫାଇଟ୍

2. ଜିଙ୍କ ଆମାଲଗାମରେ ଜିଙ୍କ୍ ସହ କ’ଣ ଥାଏ ?
ଉ –
ପାରଦ

3. Al2O3 + 2NaOH → ………………. + H2O.
ଉ –
2NaAlO3

4. ଜଳରେ କେଉଁ ଯୌଗିକଟି ଦ୍ରବୀଭୂତ ହେଲେ NaOH ଦିଏ ?
ଉ –
Na2O

5. ଉଭୟ ଅମ୍ଳୀୟ ଓ କ୍ଷାରୀୟ ଧର୍ମ ପ୍ରଦର୍ଶନ କରୁଥ‌ିବା ଅକ୍‌ସାଇଡ୍‌କୁ କ’ଣ କୁହାଯାଏ ?
ଉ –
ଏମ୍ପୋଟେରିକ୍‌ ଅକ୍‌ସାଇଡ୍

6. କେଉଁ ପ୍ରକ୍ରିୟାରେ ଏଲୁମିନିୟମ୍ ମୌଳିକ ଉପରେ ପ୍ରଲେପ ଦିଆଯାଏ ?
ଉ –
ଏନୋଡାଇଡିଂ

7. ଏନୋଡାଇଜିଂ ପ୍ରଣାଳୀରେ କେଉଁ ଅମ୍ଳ ବ୍ୟବହୃତ ହୁଏ ?
ଉ –
dil. H2SO4

8. Zn(s) + FeSO4(aq) → ZnSO4(aq) + Fe….(5) ମଧ୍ୟରେ କେଉଁଟି ବର୍ଣ୍ଣହୀନ ?
ଉ –
ZnSO4

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

9. ଗରମ ପାଣିଟାଙ୍କି ପାଇଁ କେଉଁ ଧାତୁର ପାତ୍ର ବ୍ୟବହାର କରାଯାଏ ?
ଉ –
ତମ୍ବା

10. Ca(s) + 2 H2O(l) → ………………. + H2(g)
ଉ –
Ca(OH)2

11. ଧାତୁକୁ କେଉଁ ତରଳ ପଦାର୍ଥରେ ବୁଡ଼ାଇ ରଖାଯାଏ ?
ଉ –
କିରୋସିନି

12. BSE Odisha 10th Class Physical Science Important Questions Chapter 3 img-1 ସମୀକରଣ କେଉଁ ରାସାୟନିକ ପ୍ରତିକ୍ରିୟା ଅଟେ ?
ଉ –
କାସିନେସନ୍

13. BSE Odisha 10th Class Physical Science Important Questions Chapter 3 img-2 ସମୀକରଣଟି କେଉଁ ରାସାୟନିକ ପ୍ରତିକ୍ରିୟା ଅନ୍ତର୍ଗତ ?
ଉ –
ରୋଷ୍ଟିଂ

14. ଲୌହ ବାମ୍ଫ ସହ ପ୍ରତିକ୍ରିୟା କରି କେଉଁ ଅକ୍‌ସାଇଡ୍ ସୃଷ୍ଟି ହୋଇଥାଏ ?
ଉ –
Fe3O4

15. ଜଳ କେଉଁ ଅବସ୍ଥାରେ ଥିବାବେଳେ ଏଲୁମିନିୟମ୍ ପ୍ରତିକ୍ରିୟା କରି ଅକ୍‌ସାଇଡ୍ ସୃଷ୍ଟିକରେ ?
ଉ –
ବାମ୍ଫ

16. ଅମ୍ଳରାଜରେ ଗାଢ଼ ନାଇଟ୍ରିକ୍ ଏସିଡ୍ ଓ ଗାଢ଼ ହାଇଡ୍ରୋକ୍ଲୋରିକ୍ ଏସିଡ୍‌ର ଅନୁପାତ କେତେ ?
ଉ –
1:3

17. MgCI2 ରେ ଯୌଗିକଗଠନପାଇଁ କେତୋଟି ଇଲେକ୍‌ଟ୍ରନ ଭାଗ ନେଇଥାନ୍ତି ?
ଉ –
16

18. ଏକ ଅମ୍ଳରାଜ ପ୍ରସ୍ତୁତିରେ HNO3 6 ml ହେଲେ HCIର ପରିମାଣ କେତେ ?
ଉ –
18 ml

19. ଧାତୁ ଲଘୁ ଅମ୍ଳସହ ପ୍ରତିକ୍ରିୟା କରି କେଉଁ ଗ୍ୟାସ୍ ଉତ୍ପନ୍ନ କରାଏ ?
ଉ –
ହାଇଡ୍ରୋଜେନ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

20. ହିଲିୟମ୍ ବ୍ୟତୀତ ନୋବଲ ଗ୍ୟାସ୍‌ର ବହିଃସ୍ଥ କକ୍ଷରେ କେତୋଟି ଇଲେକ୍‌ଟ୍ରନ୍ ରହିଥାଏ ?
ଉ –
କେବଳ 8ଟି

21. NaCl ର ଗଳନାଙ୍କ କେତେ K ?
ଉ –
1074

22. ଧାତୁ ଉପରେ Znର ଲେପକୁ ………………………. କୁହାଯାଏ |
ଉ –
ଗାଲଭାନାଇଜିଂ

23. ଯେଉଁ ଖଣିଜରୁ ଧାତୁକୁ ନିଷ୍କାସନ କରିବା ଲାଭଜନକ ହୋଇଥାଏ, ତାକୁ କ’ଣ କହନ୍ତି ?
ଉ –
ଧାତୁପିଣ୍ଡ

24. ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ କେଉଁ ପଦାର୍ଥ କହନ୍ତି ?
ଉ –
ଖଣିଜ

25. ଲୁହା ଉପରେ ଜିଙ୍କ୍ ଲେପନକୁ କ’ଣ କୁହାଯାଏ ?
ଉ –
ଗାଲ୍‌ଭାନାଇଜିଙ୍ଗ୍

26. ଭାରତରେ କେତେ କ୍ୟାରେଟ୍ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ ?
ଉ –
22

27. ପିତ୍ତଳରେ ତମ୍ବାର ପରିମାଣ ଶତକଡ଼ା କେତେ ଥାଏ ?
ଉ –
70

28. ସୋଲଡ଼ର,କେଉଁ କେଉଁ ଧାତୁର ଏକ ମିଶ୍ରଧାତୁ ।
ଉ –
ସୀସା ଓ ଟିଣ

29. ବିଦ୍ୟୁତ୍ ତାରର ଝଳେଇରେ କେଉଁ ମିଶ୍ରଧାତୁ ବ୍ୟବହାର କରାଯାଏ ।
ଉ –
ସୋଲଡ଼ର

30. MnO2 କାହାଦ୍ଵାରା ବିଜାରିତ ହୁଏ ?
ଉ –
Al

31. ବୈଦ୍ୟୁତିକ ପ୍ରଲେପନଦ୍ଵାରା ଟିଫିନ୍ ବକ୍ସ ଉପରେ କେଉଁ ଧାତୁର ଲେପ ଦିଆଯାଏ ?
ଉ –
Sn

32. ଲୁହାରେ ଶତକଡା କେତେଭାଗ କାର୍ବନ ମିଶାଇଲେ ତାହା ଶକ୍ତ ହୁଏ ?
ଉ –
0.05

33. କେଉଁ ଧାତୁପିଣ୍ଡକୁ କାସିନେସନ୍ ପଦ୍ଧତିରେ ଉତ୍ତପ୍ତ କରାଯାଏ ?
ଉ –
କାର୍ବୋନେଟ୍

34. ଲୁହାରେ କ’ଣ ମିଶାଇଲେ ତାହା ଶକ୍ତ ଓ କଠିନ ହୋଇଥାଏ ?
ଉ –
କାର୍ବନ

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

35. ବ୍ରୋଞ୍ଜ ଓ ସୋଲ୍ଡରରେ କେଉଁ ସାଧାରଣ ଉପାଦାନ ଥାଏ ?
ଉ –
Sn

36. କଳଙ୍କିହୀନ ଇସ୍ପାତରେ ଲୌହ ସହ କ’ଣ ମିଶାଯାଇଥାଏ ?
ଉ –
Ni + Cr

37. ଉଜ୍ଜ୍ୱଳ ଦେଖାଯାଉଥ‌ିବା ଏକ ଅଧାତୁର ନାମ ଲେଖ ।
ଉ –
ଆୟୋଡ଼ିନ୍

38. କାର୍ବନ୍ କେଉଁ ରୂପରେ ବିଦ୍ୟୁତ୍ ପରିବହନ କରିଥାଏ ?
ଉ –
ଗ୍ରାଫାଇଟ୍

39. ସୋଡ଼ିୟମ୍ ଏଲୁମିନେଟ୍‌ ରାସାୟନିକ ସଙ୍କେତ କେତେ ?
ଉ –
NaAIO2

40. କେଉଁ ଧାତୁର ଗୁଣ୍ଡକୁ ଅଗ୍ନିଶିଖାରେ ଛିଦେଲେ ତାହା ଜଳିଯାଏ; କିନ୍ତୁ ତାହାକୁ ଉତ୍ତପ୍ତ କଲେ ତାହା ଜଳି ନ ଥାଏ ?
ଉ –
ଲୌହ

41. କେଉଁ ଧାତୁ ନିଆଁରେ ଜଳେନାହିଁ; କିନ୍ତୁ ଏହା ଉପରେ ଏକ କଳା ଆବରଣ ସୃଷ୍ଟି ହୁଏ ?
ଉ –
ତମ୍ବା

42. LiClର ସ୍ଫୁଟନାଙ୍କ ଓ ଗଳନାଙ୍କ କେତେ ?
ଉ –
1600K 3 887K

43. କପରକୁ ବାୟୁରେ ରଖିଲେ ଏହା ଉପରେ କେଉଁ ରଙ୍ଗର ଆବରଣ ସୃଷ୍ଟି ହୁଏ ?
ଉ –
ସବୁଜ

44. ବୈଦ୍ୟୁତିକ ଶୋଧନରେ କେଉଁ ଧାତୁକୁ ଏନୋଡ଼ ରୂପେ ନିଆଯାଏ ?
ଉ –
ଅଶୋଧୃ ଧାତୁ

45. କାର୍ବନ୍‌ର ସର୍ବୋଚ୍ଚ କଠିନତା ପ୍ରାକୃତିକ ଅପର ରୂପଟି କ’ଣ ?
ଉ –
ହୀରା

46. ଅଧିକାଂଶ ଧାତୁ କେଉଁ ପଦାର୍ଥରେ ଦ୍ରବୀଭୂତ ହେଲେ କ’ଣ ସୃଷ୍ଟିକରେ ?
ଉ –
କ୍ଷାରୀୟ ଅକ୍‌ସାଇଡ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

47. Cu2S ଧାତୁପିଣ୍ଡର ନିଷ୍କାସନରୁ କେଉଁ ଧାତୁ ମିଳେ ?
ଉ –
ତମ୍ବା

48. କେଉଁ ଧାତୁ ଗରମ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ?
ଉ –
Mg

49. ସିନାବାର୍ କେଉଁ ଧାତୁର ଧାତୁପିଣ୍ଡ ଅଟେ ?
ଉ –
ପାରଦ

50. ସାଧାରଣତଃ ଅଧିକାଂଶ ଧାତୁର ଧାତୁପିଣ୍ଡ ହେଉଛି
ଉ –
ଅକ୍ସାଇଡ୍

51. କେଉଁ ଧାତୁ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି ଜଳରେ ଭାସେ ?
ଉ –
Ca

52. ଗରମ ପାଣିଟାଙ୍କି ପାଇଁ କେଉଁ ଧାତୁର ପାତ୍ର ବ୍ୟବହାର କରାଯାଏ ?
ଉ –
ତମ୍ବା

B ଶୂନ୍ୟସ୍ଥାନ ପୂରଣ କର ।

1. ଧାତୁର ନମନୀୟତା ଓ …………………. ଗୁଣ ଯୋଗୁଁ ବିଭିନ୍ନ ଆକାରରେ ବଦଳାଯାଇପାରେ ।
2. ବିଦ୍ୟୁତ୍ ପରିବହନ କରୁଥିବା ଅଧାତୁର ନାମ …………………. |
3. ………………………. ଅଧାତୁର ଔଜଲ୍ୟ ଅଛି ।
4. ଧାତବ ଅକ୍‌ସାଇଡ୍‌ର ଗୁଣ ………………….. |
5. …………………… ଧାତୁ କିରୋସିନ୍‌ରେ ରଖାଯାଏ ।
6. …………………. ଅକ୍‌ସାଇଡ୍‌ର ସ୍ତର ଧାତୁକୁ ଅଧ୍ଵ ଜାରଣରୁ ରକ୍ଷା କରେ ।
7. K2O ଜଳରେ ଦ୍ରବୀଭୂତ ହୋଇ ……………… ସୃଷ୍ଟି କରେ ।
8. କ୍ୟାଲ୍‌ସିୟମ୍‌ର ସଂଯୋଜକ ସେଲ୍‌ରେ …………………… ଟି ଇଲେକ୍‌ଟ୍ରନ୍‌ ଅଛି ।
9. ଧାତବ ଅକ୍‌ସାଇଡ୍ ଜଳ ସହ ପ୍ରତିକ୍ରିୟା କରି ………………… ଦେଇଥାଏ ।
10. ପ୍ରତିକ୍ରିୟାଶୀଳତାର ଅନୁକ୍ରମରେ ନିମ୍ନରେ ଥ‌ିବା ଧାତୁ …………………… |
11. ସକ୍ରିୟତା ଅନୁକ୍ରମରେ ଥ‌ିବା ଅଧାତୁଟି ……………………. |
12. NaCl ର ଆନାୟନରେ ଥ‌ିବା ମୋଟ ଇଲେକ୍‌ଟ୍ରନ୍‌ ସଂଖ୍ୟା …………………….|
13. MgCl2ଏକ ………………………. ଯୌଗିକ |
14. CaO ର ଗଳନାଙ୍କ ……………………… |
15. CaCl2 ର ସ୍ଫୁଟନାଙ୍କ …………………… |
16. ଧାତୁର ମୁଖ୍ୟ ଉତ୍ସ ହେଉଛି ……………… |
17. Au, Ag, Pt, Cu ……………. ଅବସ୍ଥାରେ ମିଳେ ।
18. ଧାତୁ ନିଷ୍କାସନରେ କାର୍ବନ ………………….. ରୂପେ ବ୍ୟବହୃତ ହୁଏ ।
19. ଫେରିକ୍ ଅକ୍‌ସାଇଡ୍ ସହ ……………….. ପ୍ରତିକ୍ରିୟା ରେଳଧାରଣା ଯୋଡ଼ିବାରେ ବ୍ୟବହୃତ ହୁଏ ।
20. ବାୟୁରେ ଥିବା …………………….. ରୁପା ସହ ପ୍ରତିକ୍ରିୟା କରେ ।
21. ଥରମିଟ୍ ପଦ୍ଧତିରେ …………………….. କୁ ବିଜାରକ ରୂପେ ବ୍ୟବହାର କରାଯାଏ ।
22. ପାରଦର ଧାତୁପିଣ୍ଡର ନାମ …………………. |
23. ଫ୍ଲୋରିନ୍‌ର L ସେଲ୍‌ରେ …………………. ଟି ଇଲେକ୍‌ଟ୍ରନ୍ ଅଛି ।
24. ପାରଦ ମିଶ୍ରିତ ମିଶ୍ର ଧାତୁକୁ ……………………. କହନ୍ତି ।
25. ଲୁହାକୁ ଆଦ୍ର ବାୟୁରେ ରଖୁ …………………….. ରଙ୍ଗର ଆବରଣ ସୃଷ୍ଟି ହୁଏ ।
26. Zn ଓ Fe ମଧ୍ୟରେ …………… ଅଧ୍ଵ ପ୍ରତିକ୍ରିୟାଶୀଳ ।
27. H ଓ Cu ମଧ୍ୟରେ …………….. ଅଧ୍ଵ ପ୍ରତିକ୍ରିୟାଶୀଳ ।
28. ସଲ୍‌ଫର୍‌ର ପରମାଣୁ କ୍ରମାଙ୍କ …………………… |
29. ଧାତୁର ତାର ବାହାରିବା ଗୁଣକୁ ………………………….. କହନ୍ତି ।
30. ଗ୍ରାମ୍ ସୁନାରୁ ପ୍ରାୟ …………………………. କି.ମି. ଦୈର୍ଘ୍ୟର ତାର ଟଣାଯାଇପାରିବ ।
31. …………………….. ଏକ ଅଧାତୁ ହେଲେ ମଧ୍ୟ ତା’ର ଧାତବ ଔଜଲ୍ୟ ଅଛି ।
32. 4Al + 302 → ………………
33. ………………. ଅକ୍ସାଇଡର ପ୍ରତ ଧାତୁକୁ ଅଧିକ ଜାରଣରୁ ରଷ୍ଟାକରେ
34. ଧାତୁ + ଲଘୁ ଅମ୍ଳ → ………………… + ହାଇଡ୍ରୋଜେନ୍
35. ତମ୍ବା …………….ଅମ୍ଳ ସହ ପ୍ରତିକ୍ରିୟା କରେ ନାହିଁ ।
36. ……………….. ର ଗ୍ୟାସୀୟ ମୌଳିକଟି ସକ୍ରିୟତା ଅନୁକ୍ରମରେ ଅଛି ।
37. ଫ୍ଲୋରିନ୍‌ର ବହିସ୍ଥ କକ୍ଷରେ …………………… ଟି ଇଲେକ୍‌ଟ୍ରନ ଅଛି ।
38. ଏଲୁମିନିୟମ୍ ବିଜାରକ …………………. ପଦ୍ଧତିରେ ବ୍ୟବହୃତ ହୁଏ ।
39. ରେଳ ଧାରଣା ଯୋଡ଼ିବା ପ୍ରକ୍ରିୟାକୁ ……………………… ପ୍ରକ୍ରିୟା କହନ୍ତି |
40. ଆଲୁମିନିୟମ୍‌ର ଏକ ମୋଟା ଅକ୍‌ସାଇଡ୍‌ର ପ୍ରଲେପ ଦେବା ପଦ୍ଧତିକୁ …………………. କୁୁତାଯାଏ |
41. ଅମ୍ଳରାଜ ପ୍ରସ୍ତୁତି ପାଇଁ ପ୍ରତି 3 ml ହାଇଡ୍ରୋକ୍ଲୋରିକ୍ ଅମ୍ଳ ସହ ………………….. ପରିମାଣର ନାଇଟ୍ରିକ୍ ଅମ୍ଳ ମିଶାଯାଏ |
42. ପୋଟାସିୟମ୍ ଅକ୍‌ସାଇଡ୍ ଜଳର ଦ୍ରବୀଭୂତ ହେଲେ ……………… ସୃଷ୍ଟି କରେ ।

Anwer:
1. ମନ୍ୟତା
2. ଗ୍ରାଫାଇଟ୍
3. ଆୟୋଡ଼ିନ୍
4. କ୍ଷାର1ପ୍
5. ସୋଡ଼ିୟମ୍/ପୋଟାସିୟମ୍
6. ସଂରକ୍ଷୀ
7. KOH
8. 2
9. ଧାତବ ହାଇଡ୍ରକ୍‌ସାଇଡ୍
10. ସୁନା
11. ହାଇଡ୍ରୋଜେନ୍
12. 18
13. ଆୟନିକ୍/ବିଦ୍ୟୁତ୍ ସଂଯୋଜ୍ୟ
14. 2850 K
15. 1900 K
16. ଭୂତ୍ବକ୍
17. ମୁକ୍ତ
18. ବିଜାରକ
19. ଏଲୁମିନିୟମ୍
20. ସଲ୍ଫର୍
21. ଏଲୁମିନିୟମ୍
22. ସିନାବାର
23. 7
24. ଆମାଲଗାମ୍
25. ବାଦାମୀ
26. Zn
27. H
28. 16
29. ତନ୍ୟତା
30.2
31. ଆୟୋଡ଼ିନ୍
32. 2Al2O3
33. °1
34. ଲବଣ
35. ଲଘୁ ହାଇଡ୍ରୋକ୍ଲୋରିକ୍
36. ହାଇଡ୍ରୋଜେନ
37. 7
38. ଥରମିଟ୍
39. ଥରମିଟ୍
40. ଏନୋଡ଼ାଇଜିଙ୍ଗ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।

1. ସୋଡ଼ିୟମ ଧାତୁକୁ ଜଳରେ ରଖାଯାଏ ।
2. କଠିନ ଗାଲିଲିୟମ୍ ଧାତୁକୁ ପାପୁଲିରେ ଧରିଲେ ତାହା ତରଳିଯାଏ ।
3. ହାଇଡ୍ରୋକ୍ଲୋରିକ୍ ଅମ୍ଳର ପରିମାଣର ଅନୁପାତ 3 : 1 |
4. ସିଲ୍‌ଭର, ଗୋଲ୍ଡ ଆଦି ଧାତୁ କମ୍ ପ୍ରତିକ୍ରିୟାଶୀଳ ।
5. କୌଣସି ଧାତୁରେ ଜିଙ୍କ୍ ଧାତୁର ପ୍ରଲେପନ କରିବାକୁ ଏନୋଡ଼ାଇଜିଙ୍ଗ୍ କୁହାଯାଏ ।
6. ବାଇକାର୍ବୋନେଟ୍ ଧାତୁପିଣ୍ଡକୁ କାସିନେସନ୍ ପଦ୍ଧତିରେ ଉତ୍ତପ୍ତ କରାଯାଏ ।
7. ବ୍ରୋଞ୍ଜ ଓ ସୋଲ୍ଡରରେ Sn ସାଧାରଣ ଉପାଦାନ ଥାଏ ।
8. କଳଙ୍କିହୀନ ଇସ୍ପାତ୍‌ରେ ଲୌହ ସହ Ni + Cr ମିଶାଯାଇଥାଏ ।
9. ଆୟୋଡ଼ିନ୍ ଅଧାତୁ ହେଲେ ମଧ୍ୟ ଉଜ୍ଜଳ ।
10. କାର୍ବନ୍ ଗ୍ରାଫାଇଟ୍ ରୂପରେ ବିଦ୍ୟୁତ୍ ପରିବହନ କରେ ।
11. ସୋଡ଼ିୟମ୍ ଏଲୁମିନେଟ୍‌ର ରାସାୟନିକ ସଙ୍କେତ NaAlO3
12. ଲୌହ ଧାତୁର ଗୁଣ୍ଡକୁ ଅଗ୍ନିଶିଖାରେ ଛିଞ୍ଚିଦେଲେ ତାହା ଜଳିଯାଏ; କିନ୍ତୁ ତାହାକୁ ଉତ୍ତପ୍ତ କଲେ ତାହା ଜଳି ନ ଥାଏ ।
13. ତମ୍ବା ଧାତୁ ନିଆଁରେ ଜଳେ ନାହିଁ; କିନ୍ତୁ ଏହା ଉପରେ ଏକ କଳା ଆବରଣ ସୃଷ୍ଟି ହୁଏ ।
14. ସିନାବାର୍ ଏଲୁମିନିୟମ୍ ଧାତୁର ଧାତୁପିଣ୍ଡ ଅଟେ ।
15. Cu2S ଧାତୁପିଣ୍ଡର ନିଷ୍କାସନରୁ ତମ୍ବା ଧାତୁ ମିଳେ ।
16. ବୈଦ୍ୟୁତିକ ଶୋଧନରେ ଧାତୁପିଣ୍ଡକୁ ଏନୋଡ଼ ରୂପେ ନିଆଯାଏ ।
17. ବୈଦ୍ୟୁତିକ ଶୋଧନରେ ବିଶୁଦ୍ଧ ଧାତୁ ଏନୋଡ୍‌ଠାରେ ଜମା ହୁଏ ।
18. କପର୍‌କୁ ବାୟୁରେ ରଖିଲେ ଏହା ଉପରେ ସବୁଜ ରଙ୍ଗର ଆବରଣ ସୃଷ୍ଟି ହୁଏ ।
19. ଲୁହା ଉପରେ ଜିଙ୍କ୍ ଲେପନକୁ ଏନୋଡ଼ାଇଜିଙ୍ଗ୍ କୁହାଯାଏ ।
20. ଭାରତରେ 22 କ୍ୟାରେଟ୍‌ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ ।
21. ପିତ୍ତଳରେ ତମ୍ବା 80 ଶତକଡ଼ା ଥାଏ ।
22. ସୀସାର ଧାତୁପିଣ୍ଡର ନାମ ଗାଲେନା ।
23. ତରଳ ସୋଡ଼ିୟମ୍‌ କ୍ଲୋରାଇଡ୍ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ଏନୋଡ଼ଠାରେ ବିଘଟନ ଘଟେ ।
24. ଜଳରେ NaNO3 ଯୌଗିକଟି ଦ୍ରବୀଭୂତ ହେଲେ NaOH ଦିଏ ।
25. ଧାତୁ ଲଘୁ ଅମ୍ଳସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରାଏ ।
26. HgS ଧାତୁପିଣ୍ଡ ପାଇଁ ରୋଷ୍ଟିଙ୍ଗ୍‌ ପ୍ରଣାଳୀ ଅବଲମ୍ବନ କରାଯାଏ ।
27. MgCI2 ରେ ଯୌଗିକଗଠନପାଇଁ 14ଟି ଇଲେକ୍‌ଟ୍ରନ ଭାଗ ନେଇଥାନ୍ତି ।
28. ଭାରତରେ ସାଧାରଣ ଭାବେ ବ୍ୟବହୃତ ସୁନା ଅଳଙ୍କାରଗୁଡ଼ିକ ଉପଧାତୁରେ ତିଆରି ହୋଇଥାଏ ।
29. ବିଦ୍ୟୁତ୍ ତାରର ଝଳେଇରେ ସୋଲଡ଼ର ମିଶ୍ରଧାତୁ ବ୍ୟବହାର କରାଯାଏ ।
30. ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ ଖଣିଜ କହନ୍ତି ।

Answer:
1. ✓
2. ✓
3. x
4. ✓
5. ✓
6. x
7. x
8. ✓
9. ✓
10. ✓
1. x
2. ✓
3. x
4. ✓
5. x
6. x
7. ✔
8. ✓
9. ✓
10. ✓
11. x
12.✔
13.✔
14. ×
15.✔
16. ×
17 x
18.✔
19. x
20. ✓
21.✔
22.✔
23. x
24. x
25. ✔
26. ✔
27. x
28. x
29.✓
30.✔

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 10th Class Physical Science Important Questions Chapter 3 img-3
BSE Odisha 10th Class Physical Science Important Questions Chapter 3 img-4
BSE Odisha 10th Class Physical Science Important Questions Chapter 3 img-5
BSE Odisha 10th Class Physical Science Important Questions Chapter 3 img-6
BSE Odisha 10th Class Physical Science Important Questions Chapter 3 img-7

E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଧାତୁର ନମନୀୟତା ଗୁଣ କାହାକୁ କହନ୍ତି ?
ଉ-
ଧାତୁକୁ ଆଘାତକଲେ ତାହା ପତଳା ଚଦରରେ ପରିଣତ ହୁଏ । ଏହି ଗୁଣକୁ ନମନୀୟତା କୁହାଯାଏ ।

2. ନମନୀୟତା ଗୁଣ କେଉଁ କେଉଁ ଧାତୁରେ ସର୍ବାଧ‌ିକ ?
ଉ –
ସୁନା ଓ ରୂପାର ନମନୀୟତା ଗୁଣ ସର୍ବାଧ‌ିକ ।

3. ଧାତୁର ତାର ବାହାରକରିବା ଗୁଣକୁ କଣ କୁହାଯାଏ ? କେଉଁ ଧାତୁରେ ତନ୍ୟତା ଗୁଣ ସର୍ବାଧ‌ିକ ?
ଉ –
ଧାତୁରୁ ତାର ବାହାରିବା ଗୁଣକୁ ତନ୍ୟତା କୁହାଯାଏ । ସୁନାର ତନ୍ୟତା ଗୁଣ ସର୍ବାଧ୍ଵ ।

4. ଧାତୁ ଓ ଅଧାତୁ କିପରି ସଂଯୁକ୍ତ ହୁଅନ୍ତି ?
ଉ –
ଧାତୁ ଓ ଅଧାତୁ ଇଲେକ୍‌ଟ୍ରନ୍‌ର ସ୍ଥାନାନ୍ତରଣ ଦ୍ଵାରା ପରସ୍ପର ସହ ସଂଯୁକ୍ତ ହୁଅନ୍ତି । ଧାତୁ ଇଲେକ୍‌ଟ୍ରନ୍‌ ତ୍ୟାଗକଲେ ଅଧାତୁ ଇଲେକ୍‌ଟ୍ରନ ଗ୍ରହଣ କରେ ।

5. ବିଦ୍ୟୁତ୍ ତାର ଉପରେ PVC କିମ୍ବା ରବର ଭଳି ପଦାର୍ଥର ଲେପ ଦିଆଯାଇଥାଏ କାହିଁକି ?

ବିଦ୍ୟୁତ୍ ତାର ଉପରେ PVC କିମ୍ବା ରବରର (କୁପରିବାହୀ) ଆବରଣ ଦେବା ଆବଶ୍ୟକ । କାରଣ ଏହା ଆମକୁ ବିଦ୍ୟୁତ୍ ଧକ୍‌କା (Shock) ରୁ ରକ୍ଷାକରେ ।

6. ସ୍କୁଲ ଘଣ୍ଟା ନାହିଁକି ଧାତୁରେ ତିଆରି କରାଯାଇଛି ?
ଉ –
ଧାତୁର କଠିନ ବସ୍ତୁକୁ ଆଘାତକଲେ ସୁମଧୁର ଧ୍ଵନି ସୃଷ୍ଟି ହୁଏ ଏବଂ ଦୂରକୁ ଶୁଣାଯାଇଥାଏ ।

7. ଧାତୁ କାହିଁକି ବିଦ୍ୟୁତ୍ ସୁପରିବାହୀ ଅଟେ ।

ଧାତୁର ପରମାଣୁ ସହଜରେ ଇଲେକ୍‌ଟ୍ରନ୍ ତ୍ୟାଗ କରିପାରେ, ତେଣୁ ଧାତୁ ବିଦ୍ୟୁତ୍ ସୁପରିବାହୀ ଅଟେ ।

8. ସିଜିୟମ୍ ଓ ଗ୍ୟାଲିୟମ୍‌କୁ ହାତ ପାପୁଲିରେ ରଖିଲେ ତାହା ତରଳିଯାଏ କାହିଁକି ?
ଉ-
ସିଜିୟମ୍ ଓ ଗାଲିୟମ୍ ଅତି ନିମ୍ନ ଗଳନାଙ୍କ ବିଶିଷ୍ଟ ଧାତୁ । ଗଳନାଙ୍କ ଏତେ କମ୍ ଯେ ଧାତୁକୁ ତରଳରେ ପରିଣତ କରିବା ପାଇଁ ଶରୀରର ତାପମାତ୍ରା ଯଥେଷ୍ଟ ହୁଏ । ତେଣୁ ସିଜିୟମ୍ ଓ ଗାଲିୟମ୍‌କୁ ହାତ ପାପୁଲିରେ ରଖିଲେ ତାହା ତରଳିଯାଏ ।

9. ଏଲୁମିନିୟମ୍ ଓ କପର୍‌ରେ ରୋଷେଇ ଉପକରଣ କାହିଁକି ତିଆରି କରାଯାଇଥାଏ ?
ଉ-
ଏଲୁମିନିୟମ୍ ଓ କପର ଭଳି ଧାତୁ ତାପର ସୁପରିବାହୀ ଏବଂ ଉଚ୍ଚ ଗଳନାଙ୍କ ବିଶିଷ୍ଟ ହୋଇଥିବାରୁ ରୋଷେଇ ଉପକରଣଗୁଡ଼ିକ ଏଲୁମିନିୟମ୍ ଓ କପର୍‌ରେ ତିଆରି ହୋଇଥାଏ ।

10. ଦୁଇଟି ନରମ ଧାତୁ ଯାହାକୁ ଛୁରିରେ କଟାଯାଇ ପାରିବ ତାର ନାମ ଲେଖ ।
ଊ –
ସୋଡ଼ିୟମ୍ ଓ ପୋଟାସିୟମ୍ ଦୁଇଟି ନରମ ଧାତୁ ।

11. କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଜଳରେ ଭାସେ କାହିଁକି ?
ଉ –
କ୍ୟାଲ୍‌ସିୟମ୍ ଓ ମ୍ୟାଗ୍ନେସିୟମ୍ ଜଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ କରେ । ଏହାର ପୃଷ୍ଠ ଭାଗରେ ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକା ଥ‌ିବା ଯୋଗୁଁ ଏହା ଭାସିଥାଏ ।

12. କେଉଁ ଧାତୁ ଜଳସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ ?
ଭ –
ଲେଡ୍, ତମ୍ବା, ରୁପା ଓ ସୁନା ଜଳ ସହ ଆଦୌ ପ୍ରତିକ୍ରିୟା କରେ ନାହିଁ ।

13. ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି କ’ଣ ସୃଷ୍ଟି କରେ ?
ଉ –
ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଉତ୍ପନ୍ନ କରେ ।

14. ଧାତୁ HNO3 ଅମ୍ଳ ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ଗ୍ୟାସ୍ ବାହାରେ ନାହିଁ କାହିଁକି ? (Mg ଓ Mn ବ୍ୟତୀତ)
ଭ –
ନାଇଟ୍ରିକ୍ ଏସିଡ୍ ଏକ ସବଳ ଜାରକ । ହାଇଡ୍ରୋଜେନ୍‌କୁ ଜାରଣ କରି ଜଳ ସୃଷ୍ଟି କରେ ।

15. ଅମ୍ଳ ସହ ପ୍ରତିକ୍ରିୟାଶୀଳତାର ଅଧଃକ୍ରମରେ ସଜାଅ । (Mg, Fe, Zn, Al)
ଭ –
Mg > Al < Zn > Fe

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

16. ଅମ୍ଳରାଜ କ’ଣ ?
ଉ –
ଅମ୍ଳରାଜ ହେଉଛି ସଦ୍ୟ ପ୍ରସ୍ତୁତ ଗାଢ଼ HCl ଏବଂ ଗାଢ଼ HNO3 ର 3 : 1 ଅନୁପାତର ମିଶ୍ରଣ । ଏହା ସୁନାକୁ ଦ୍ରବୀଭୂତ କରିପାରେ ।

17. ଦୁଇଟି ଧାତୁର ନାମ ଲେଖ ଯାହାକି ଅତି ଲଘୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ଦିଏ ?
ଭ –
ମାଙ୍ଗାନିଜ୍ (Mn) ଓ ମ୍ୟାଗ୍ନେସିୟମ୍ (Mg)

18. ଖଣିଜ କାହାକୁ କହନ୍ତି ?
ଉ –
ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ ଖଣିଜ କୁହାଯାଏ ।

19. ଓର୍ ବା ଧାତୁପିଣ୍ଡ କାହାକୁ କହନ୍ତି ?
ଉ –
ଯେଉଁ ଖଣିଜରୁ ଧାତୁକୁ ନିଷ୍କାସନ କରିବା ଲାଭଜନକ ହୋଇଥାଏ, ସେହି ଖଣିଜକୁ ଓର୍ ବା ଧାତୁପିଣ୍ଡ କୁହାଯାଏ ।

20. ଅଧିକାଂଶ ଧାତୁର ଧାତୁପିଣ୍ଡ ଅକ୍‌ସାଇଡ୍ କାହିଁକି ?
ଉ –
ଅକ୍‌ସିଜେନ ଅତି ପ୍ରତିକ୍ରିୟାଶୀଳ ମୌଳିକ ଏବଂ ବହୁଳ ପରିମାଣରେ ପୃଥ‌ିବୀରେ ଉପଲବ୍ଧ ହୋଇଥାଏ । ତେଣୁ ଅଧିକାଂଶ ଧାତୁର ଧାତୁପିଣ୍ଡ ଅକ୍‌ସାଇଡ୍ ଅଟେ ।

21. କେଉଁ ଧାତୁ ହାଇଡ୍ରୋଜେନ୍ ବିସ୍ଥାପନ କରିପାରିବ ?
ଉ –
ସକ୍ରିୟତାର ଅନୁକ୍ରମରେ ହାଇଡ୍ରୋଜେନ୍ ଉପରେ ଥ‌ିବା ଧାତୁଗୁଡ଼ିକ ହାଇଡ୍ରୋଜେନ୍ ବିସ୍ଥାପନ କରିପାରିବେ ।

22. ଗାଈ କାହାକୁ କହନ୍ତି ?
ଉ –
ଖଣିରୁ ବାହାରୁଥୁବା ଧାତୁପିଣ୍ଡରେ ବାଲି, ମାଟି ଇତ୍ୟାଦି ଅପଦ୍ରବକୁ ଗାଙ୍ଗୁ କହନ୍ତି ।

23. ରୋମିଂ କାହାକୁ କହନ୍ତି ?
ଉ –
ଧାତୁପିଣ୍ଡକୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧ‌ିକ ପରିମାଣରେ ଉତ୍ତପ୍ତ କରିବା ପ୍ରଣାଳୀକୁ ରୋଟିଂ କହନ୍ତି ।

24. କାନେସନ୍ କ’ଣ ?
ଉ –
ସିମୀତ ପରିମାଣର ବାୟୁରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍‌ସାଇଡ୍‌ରେ ପରିବର୍ତ୍ତନ କରାଯାଏ । ଏହି ପ୍ରଣାଳୀକୁ କାଲ୍‌ସିନେସନ୍ କହନ୍ତି ।

25. ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁକୁ ବିଜାରକ ରୂପେ ବ୍ୟବହାର କରାଯାଏ କାହିଁକି ?
ଉ –
ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁ; ଯଥା : ସୋଡ଼ିୟମ୍, କ୍ୟାଲସିୟମ୍ ଇତ୍ୟାଦି କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ଏମାନଙ୍କର ଯୌଗିକରୁ ଅପସାରଣ କରିପାରନ୍ତି । ତେଣୁ ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁ ବିଜାରକ ରୂପେ ବ୍ୟବହୃତ ହୁଏ ।

26. ଥରମିଟ୍ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ –
ଫେରିକ୍ ଅକ୍‌ସାଇଡ୍ (Fe2O3) ର ଏଲୁମିନିୟମ୍ ସହ ପ୍ରତିକ୍ରିୟାରୁ ଉତ୍ପନ୍ନ ତାପ ରେଳଧାରଣା ଯୋଡ଼ିବା କିମ୍ବା ଫାଟିଯାଇଥ‌ିବା ଯନ୍ତ୍ରାଂଶକୁ ଯୋଡିବାପାଇଁ ବ୍ୟବହାର କରାଯାଏ । ଏହାକୁ ଥରମିଟ୍ ପ୍ରତିକ୍ରିୟା କହନ୍ତି ।

27. ଏନୋଡ୍ କର୍ଦ୍ଦମ କାହାକୁ କହନ୍ତି ?
ଉ –
ବୈଦ୍ୟୁତିକ ବିଶୋଧନରେ ଅଦ୍ରବଣୀୟ ଅପଦ୍ରବ ଏନୋଡ୍‌ର ତଳେ ବସିଥାଏ, ତାହାକୁ ଏନୋଡ୍ କର୍ଦ୍ଦମ କୁହାଯାଏ ।

28. ରୁପାର ଉପକରଣ କଳାପଡ଼େ କାହିଁକି ?
ଉ –
ରୁପାର ଉପକରଣ ବାୟୁରେ ଥିବା ସଲଫର ସହିତ ପ୍ରତିକ୍ରିୟା କରି ସିଲଭର ସଲଫାଇଡ୍‌ର ଏକ କଳାରଙ୍ଗର ଆବରଣ ସୃଷ୍ଟି କରେ ।

29. କପର ବାୟୁରେ ରଖୁଲେ ଏକ ସବୁଜ ଆସ୍ତରଣ ଲାଭକରେ କାହିଁକି ?
ଉ –
କପର ବାୟୁରେ ଥ‌ିବା ଆଦ୍ର ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କପର କାର୍ବୋନେଟ୍‌ ଏକ ସବୁଜ ଆସ୍ତରଣ ସୃଷ୍ଟି କରେ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

30. ଏନୋଡାଇଜିଂ କ’ଣ ?
ଉ –
ଏଲୁମିନିୟମ୍ ଧାତୁରେ ଏଲୁମିନିୟମ୍ ଅକ୍‌ସାଇଡ୍‌ର ଏକ ଲେପ ଦେବାକୁ ଏନୋଡାଇଭିଂ କହନ୍ତି ।

31. ଗାଲ୍‌ଭାନାଇଜିଂ ପ୍ରଣାଳୀ କ’ଣ ?
ଉ –
ଲୁହା ଭଳି ନିକୃଷ୍ଟ ଧାତୁ ଉପରେ ଜିଙ୍କର ଲେପ ଦେବାକୁ ଗାଲ୍‌ଭାନାଇଜେସନ୍ ବା ଗାମ୍‌ଭାନାଇଜିଂ ପ୍ରଣାଳୀ କୁହାଯାଏ ।

32. ଏମ୍ପୋଟେରିକ୍ ଅକ୍‌ସାଇଡ୍ କାହାକୁ କହନ୍ତି ?
ଉ –
ଯେଉଁ ଅକ୍‌ସାଇଡ୍ ଉଭୟ କ୍ଷାରୀୟ ଓ ଅମ୍ଳୀୟ ଗୁଣ ପ୍ରଦର୍ଶନ କରିଥାଏ, ତାହାକୁ ଏଫୋଟୋରିକ୍ ଅକ୍‌ସାଇଡ୍ କୁହାଯାଏ ।

33. ‘22 କ୍ୟାରେଟ୍ ସୁନା’ର ଅର୍ଥ କ’ଣ ?
ଉ –
22 ଭାଗ ବିଶୁଦ୍ଧ ସୁନା ଓ 2 ଭାଗ ତମ୍ବା କିମ୍ବା ରୁପା ମିଶାଇ ମିଶ୍ର ଧାତୁ ପ୍ରସ୍ତୁତ କରାଯାଏ । ତାହାକୁ 22 କ୍ୟାରେଟ୍ ସୁନା

34. P ଗୋଟିଏ ଅଧାତୁ ଠୁ ଓ R ରୂପରେ ମିଳେ । Q କଠିନତମ ପଦାର୍ଥ ଏବଂ R ବିଦ୍ୟୁତ୍ ପରିବହନ କରେ । P, Q ଓ R ର ନାମ ଲେଖ ।
ଉ –
P- କାର୍ବନ, Q- ହୀରା, R- ଗ୍ରାଫାଇଟ୍ ।

35. ଦୁଇଟି ଅମ୍ଳୀୟ ଅକସାଇଡ଼ର ଉଦାହରଣ ଦିଅ ।
ଊ –
CO2, SO2

36. ଦୁଇଟି ନିରପେକ୍ଷ ଅକସାଇଡ଼ର ଉଦାହରଣ ଦିଅ ।

କାର୍ବନ ମନୋକସାଇଡ଼୍ (CO) ନାଇଟ୍ରୋଜେନ ଅକସାଇଡ଼ (N2O)
ହାଇଡ୍ରୋଜେନ ଅକସାଇଡ୍ (H2O)

37. ଧାତବ ଉଜ୍ଜ୍ବଳତା କାହାକୁ କହନ୍ତି ?
ଉ –
ବିଶୁଦ୍ଧ ଅବସ୍ଥାରେ ଧାତୁର ପୃଷ୍ଠ ଚକ୍ ଚକ୍ କରେ ଏବଂ ଧାତୁର ଏହି ଧର୍ମକୁ ଧାତବ ଦିସ୍ତୀ ବା ଧାତବ ଉଜ୍ଜ୍ବଳତା କୁହାଯାଏ ।

38. ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ ଉଦ୍‌ଜାନ ଗ୍ୟାସ ଉତ୍ପନ୍ନ ହୁଏ ନାହିଁ କାହିଁକି ?
ଉ –
ନାଇଟ୍ରିକ ଏସିଡ଼୍ ଏକ ଉତ୍ତମ ଜାରକ, ଏହା ହାଇଡ୍ରୋଜେନକୁ ଜାରଣ କରି ଜଳ ଉତ୍ପନ୍ନ କରେ ଏବଂ ନିଜେ ବିଜାରିତ ହୋଇ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ସୃଷ୍ଟି କରେ ।

39. ଧାତୁ ନିଷ୍କାସନ କାହାକୁ କହନ୍ତି ?
ଉ –
ଧାତୁପିଣ୍ଡରୁ ଧାତୁକୁ ନିଷ୍କାସନ ଏବଂ ପରେ ଶୋଧନ କରି ବ୍ୟବହାର ଉପଯୋଗୀ କରିବାକୁ ଧାତୁ ନିଷ୍କାସନ କୁହାଯାଏ ।

40. ଧାତୁକୁ ବିଦ୍ୟୁତ୍ ଯୁକ୍ତାତ୍ମକ କାହିଁକି କୁହାଯାଏ ?

ଧାତୁ ସହଜରେ ଇଲେକ୍‌ଟ୍ରନ ତ୍ୟାଗକରି ଯୁକ୍ତାତ୍ମକ ଆୟନରେ ପରିଣତ ହୁଏ ।
Na → Na+ + e

41. ଆମାଲ୍‌ଗମ୍ କାହାକୁ କହନ୍ତି ?
ଉ –
ପାରଦର ମିଶ୍ରଧାତୁକୁ ଆମାଲ୍‌ଗମ୍ କହନ୍ତି ।

42. ମିଶ୍ରଧାତୁ କାହାକୁ କହନ୍ତି ?
ଉ –
ଦୁଇ କିମ୍ବା ତହିଁରୁ ଅଧ୍ଵ ଧାତୁ କିମ୍ବା ଏକ ଧାତୁ ଓ ଏକ ଉପଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ରଧାତୁ କୁହାଯାଏ ।

43. କ୍ୟାଲସିୟମ୍ ଧାତୁକୁ ଜଳରେ ପକାଇଲେ ଯେଉଁ ପ୍ରତିକ୍ରିୟା ହୁଏ ତା’ର ରାସାୟନିକ ସମୀକରଣଟି ଲେଖ ।
ଉ –
Ca + 2H2O → Ca (OH)2 + H2

44.
ଧାତୁ X ବାୟୁରେ ଉତ୍ତପ୍ତ କଲେ ଜଳେ ନାହିଁ କିନ୍ତୁ Y ର ଏକ କଳା ଆବରଣ ସୃଷ୍ଟି ହୁଏ । X ଧାତୁର ନାମ ଲେଖ ।
ଉ –
X କପର ଅଟେ ଏବଂ Y କପର (II) ଅକ୍‌ସାଇଡ୍ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ପାରଦ : ତରଳ :: କ୍ରୋମିନ୍ : …………………… |
2. ସୁନା : ନମନୀୟ :: ଗ୍ରାଫାଇଟ୍ : …………………… |
3. ଲୌହ : ଉଚ୍ଚ ଗଳନାଙ୍କ ବିଶିଷ୍ଟ :: ଗାଲିଲିୟମ୍ : …………………. |
4. MgO : କ୍ଷାରୀୟ :: SO2 : …………… |
5. Na : ଅଧ୍ଵ ପ୍ରତିକ୍ରିୟାଶୀଳ :: Ag : …………….. |
6. K : 1 :: Mg : …………… |
7. Ne : 8 :: Ar : …………. |
8. କ୍ଲୋରିନ୍ : କ୍ଲୋରାଇଡ୍ :: ଫ୍ଲୋରିନ୍‌ : ………………….. |
9. Na : ଯୁକ୍ତାତ୍ମକ :: Cl : …………….. |
10. NaCl: 1686 :: CaO: ……………. |
11. Cu+Zn: ପିତ୍ତଳ :: Cu+Sn : ……………… |
12. Fe + C: ଷ୍ଠିଲ୍‌ :: Pb + Sn: ……………… |
13. Al: ବୈତ୍ୟୁତିକ ବିଜାରଣ :: Mn : …………. |
14. Na : କ୍ୟାଥେଠାରେ :: Cl2: ……………. |
15. ଅଶୋଧିତ ଧାତୁ : ଏନୋଡ୍ :: ଶୁଦ୍ଧଧାତୁ : ………………………… |
16. ରୁପା : କଳା :: କପର : ………………….. |
17. ରୁପା : ସିଲ୍‌ଭର ସଲଫାଇଡ୍ :: କପର : ……………………… |
18. ସଲଫାଇଡ୍ ଧାତୁପିଣ୍ଡ : ରୋଚିଂ :: କାର୍ବୋନେଟ୍ ଧାତୁପିଣ୍ଡ : ……………………………|
19. ZnO: C:: MnO2 : ……………….. |
20. Al + H2O : Al2O3 : : Fe + H2O : ……………….. |
21. K : ଥଣ୍ଡାଜଳ :: Zn : ………………. |
22. ଏଲୁମିନିୟମ୍ ଅକ୍‌ସାଇଡ୍‌ର ଲେପ : ଏଲାଡାଇଜିଂ :: ଜିଲ୍‌ର ଲେପ : …………………… |
23. ଓର୍ : ଯୌଗିକ :: ଏଲୟ : …………………… |
24. Al2O3 : ଏଫୋଟୋରିକ୍ :: ZnO : ……………. |
25. CuO ::: CuCO3: ……………… |
26. Ca: ବୈତ୍ୟୁତିକ ବିଶ୍ଳେଷଣ: Fe: ……………… |
27. ସୋଲଡର : ସର୍ବନିମ୍ନ ଗଳନାଙ୍କ :: ଷ୍ଟିଲ୍‌ : ……………… |
28. ଧାତୁ : ପାରଦ :: ଅଧାତୁ : …………………….. |
29. Cu + O2 → CuO :: Al + O2 → …………………
30. ଏଲୁମିନିୟମ : ହାଇଡ୍ରୋଜେନକୁ ବିସ୍ଥାପିତ କରେ :: କପର : …………………………….
31. CaCl2 : 1045 :: MgCl2 : ……………….
32. ପାରଦ : ସିନାବାର :: ଏଲୁମିନିୟମ୍ : ……………………. |
33. କାର୍ବୋନେଟ୍ ଧାତୁ : କାଲ୍‌ସିନେସନ : : ସଲଫାଇଡ୍ ଧାତୁପିଣ୍ଡ : ……………………….|
34. ଶୁଦ୍ଧଧାତୁ : କ୍ୟାଥୋଡ଼ :: ଅଶୋଧ ଧାତୁ : ………………………….. |
35. ଉଜ୍ଜ୍ଵଳ ଧାତୁ : ସୁନା :: ଉଜ୍ଜ୍ଵଳ ଅଧାତୁ : ………………………………….. |
36. ଫ୍ଲୋରିନ୍‌ : ଗ୍ୟାସୀୟ ଅଧାତୁ :: ବ୍ରୋମିନ୍ : ………………………………… |
37. କାସିନେସନ୍ : କାର୍ବୋନେଟ୍ ଧାତୁପିଣ୍ଡ :: ରୋଚିଂ : ……………………………… |

Answer:

1. ତରଳ
2. ଭଙ୍ଗୁର
3. ନିମ୍ନ ଗଳନାଙ୍କ ବିଶିଷ୍ଟ
4. ଅମ୍ଳୀୟ
5. କମ୍ ପ୍ରତିକ୍ରିୟାଶୀଳ
6.2
7.8
8. ଫ୍ଲୋରାଇଡ୍
9. ବିଯୁକ୍ତାତ୍ମକ
10. 3120
11. ବ୍ରୋଞ୍ଜ
12. ସୋଲ୍ଡର
13. ଧାତବ ବିଜାରଣ
14. ଏନୋଡଠାରେ
15. କ୍ୟାଥୋଡ୍
16. ସବୁଜ
17. କପର କାର୍ବୋନେଟ୍
18. କାସିନେସନ୍
19. Al
20. Fe3O4
21. ବାମ୍ଫ
22. ଗାଲ୍‌ଭାନାଇଜିଙ୍ଗ୍
23. ମିଶ୍ରଣ
24. ଏମ୍ପୋଟେରିକ୍
25. ସବୁଜ
26. କାର୍ବନ ବିଜାରଣ
27. ଉଚ୍ଚ ଗଳନାଙ୍କ
28. ବ୍ରୋମିନ୍
29. Al2O3
30. ହାଇଡ୍ରୋଜେନ୍‌ଦ୍ୱାରା ବିସ୍ଥାପତି ହୁଏ
31.981
32. ବକ୍‌ସାଇଟ୍
33. ରୋଷ୍ଟିଙ୍ଗ୍
34. ଏନୋଡ୍
35. ଆୟୋଡ଼ିନ୍
36. ତରଳ ଧାତୁ
37. ସଲଫାଇଡ୍ ଧାତୁପିଣ୍ଡ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

SUBJECTIVE TYPE QUESTIONS WITH ANSWERS

1. ଧାତୁ ଜଳ ସହ କିପରି ପ୍ରତିକ୍ରିୟା କରେ ସମୀକରଣ ସହ ଲେଖ । ପ୍ରତିକ୍ରିୟାଶୀଳତା ସମ୍ବନ୍ଧରେ ଆଲୋଚନା କର ।
ଉ-
(i) ଧାତୁ ଜଳ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ । ଯେଉଁ ଧାତବ ଅକ୍‌ସାଇଡ୍ ଜଳରେ ଦ୍ରବଣୀୟ ତାହା ପୁଣି ଜଳରେ ମିଶି ଧାତବ ହାଇଡ୍ରୋକ୍‌ସାଇଡ୍ ସୃଷ୍ଟି କରେ । ସବୁ ଧାତୁ ଜଳ ସହ ପ୍ରତିକ୍ରିୟା କରନ୍ତି ନାହିଁ ।
ଧାତୁ + ଜଳ → ଧାତବ ଅକ୍‌ସାଇଡ୍ + ହାଇଡ୍ରୋଜେନ୍‌
ଧାତବ ଅକ୍‌ସାଇଡ୍ + ଜଳ → ଧାତବ ହାଇଡ୍ରୋଜେନ୍‌

ଥଣ୍ଡା ଜଳ ସହ ପ୍ରତିକ୍ରିୟା :
(ii) ସୋଡ଼ିୟମ୍ ଏବଂ ପୋଟାସିୟମ୍ ଭଳି ଧାତୁ ଥଣ୍ଡା ଜଳ ସହ ତୀବ୍ର ପ୍ରତିକ୍ରିୟା କରେ । ଏଠାରେ ପ୍ରତିକ୍ରିୟା ଦ୍ଵୟ ଖୁବ୍ ତୀବ୍ର ଏବଂ ତାପ ଉତ୍ପାଦୀ ହୋଇଥିବାରୁ ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍‌ରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଏ।
2K(s) + 2H2O(l) → 2KOH(aq) + H2(g) + ତାପଣକ୍ରି
2Na(s) + 2H2O(l) → 2NaOH(aq) + H2(g) + ତାପଣକ୍ରି

(iii) କ୍ୟାଲସିୟମ୍‌ର ଜଳ ସହ ପ୍ରତିକ୍ରିୟା କମ୍ ତୀବ୍ରତାରେ ହୋଇଥାଏ ଏବଂ ଏଥୁରୁ ସୃଷ୍ଟି ହୋଇଥିବା ତାପ ହାଇଡ୍ରୋଜେନ୍‌କୁ
Ca(s) + 2H2O(l) → Ca(OH)2(aq) + H2(g)
କ୍ୟାଲସିୟମ୍ ଜଳରେ ଭାସିବାକୁ ଆରମ୍ଭ କରେ କାରଣ ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକାଗୁଡ଼ିକ ଧାତୁର ଉପରିଭାଗରେ ଲାଖ୍ ରହିଯାଏ ।

ଗରମ ଜଳ ସହ ପ୍ରତିକ୍ରିୟା :
(iv) Mg ଥଣ୍ଡା ଜଳ ସହ ପ୍ରତିକ୍ରିୟା କରେ ନାହିଁ କିନ୍ତୁ ଗରମ ଜଳ ସହ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ହାଇଡ୍ରୋକ୍‌ସାଇଡ୍ ଏବଂ ହାଇଡ୍ରୋଜେନ ଉତ୍ପନ୍ନ କରେ । ଏହାର ପୃଷ୍ଠରେ ଭାସୁଥ‌ିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକା ଯୋଗୁ ଭାସେ ।
Mg(s) + 2H2O(l) → Mg(OH)2 + H2O

ଚାମ୍ପ ସହ ପ୍ରତିକ୍ରିୟା :
(v) ଏଲୁମିନିୟମ୍, ଲୌହ ଏବଂ ଜିଙ୍କ ପରି ଧାତୁ ଥଣ୍ଡା ବା ଗରମ ପାଣିରେ ପ୍ରତିକ୍ରିୟା ଆଦୌ କରନ୍ତି ନାହିଁ । ଏହି ଧାତୁ ବାମ୍ଫ ସହ ପ୍ରତିକ୍ରିୟା କରି ଧାତବ ଅକସାଇଡ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି ।
2Al(s) + 3H2O(g) → Al2O3(s) + 3H2(g)
3Fe(s) + 4H2O(g) → Fe3O4(s) + 4H2(g)

(vi) ଲେଡ୍, ରୁପା, ତମ୍ବା ଏବଂ ସୁନା ଆଦି ଧାତୁ ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ ।

(vii) ଏଥିରୁ ଜଣାଯାଏ ଯେ ପୋଟାସିୟମ୍, ସୋଡ଼ିୟମ୍ ଧାତୁ କାଲସିୟମ୍‌ଠାରୁ ଅଧ୍ଵ ପ୍ରତିକ୍ରିୟାଶୀଳ ଓ ମ୍ୟାଗ୍ନେସିୟମ କ୍ୟାଲସିୟମ୍‌ଠାରୁ କମ୍ ପ୍ରତିକ୍ରିୟାଶୀଳ ।ଏଲୁମିନିୟମ୍, ଆଇରନ୍, ଜିଙ୍କ ଧାତୁ ମ୍ୟାଗ୍ନେସିୟମ୍‌ଠାରୁ କମ୍ ପ୍ରତିକ୍ରିୟାଶୀଳ ।

2. ଏଲୟ କ’ଣ ? ଏହା କିପରି ପ୍ରସ୍ତୁତ କରାଯାଏ ? ଏଲୟ କିପରି ମୂଳ ଧାତୁଠାରୁ ଭିନ୍ନ । ଏଲୟର 2ଟି
ଉ –
ଏଲୟ ଧାତୁ ସହ ଧାତୁ, ଅଧାତୁ କିମ୍ବା ଉପଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ରଧାତୁ ବା ଏଲୟ କହନ୍ତି ।

  • ପ୍ରଥମେ ପ୍ରାରମ୍ଭିକ ଧାତୁକୁ ତରଳାଯାଏ ଏବଂ ତା’ପରେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଅନ୍ୟ ମୌଳିକକୁ ଏଥ‌ିରେ ଦ୍ରବୀଭୂତ କରାଇ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ । ଏହାପରେ ଏହାକୁସାଧାରଣ ତାପମାତ୍ରାରେ ଶୀତଳ କରାଯାଏ ।
  • ଧାତୁର ଧର୍ମରେ ଉନ୍ନତି ଆଣିବାପାଇଁ ମିଶ୍ରଧାତୁର ପ୍ରସ୍ତୁତୀକରଣ ଏକ ଉତ୍ତମ ପ୍ରଣାଳୀ ଅଟେ ।
  • ଲୁହା ଏବଂ ବହୁଳ ବ୍ୟବହୃତ ଧାତୁ, କିନ୍ତୁ ଏହାକୁ କଦାପି ବିଶୁଦ୍ଧ ଅବସ୍ଥାରେ ବ୍ୟବହାର କରାଯାଏ ନାହିଁ । କାରଣ ବିଶୁଦ୍ଧ ଲୁହା ଅତ୍ୟନ୍ତ ନରମ ଏବଂ ଉତ୍ତପ୍ତ କଲେ ସହଜରେ ପ୍ରସାରିତ ହୁଏ । ମାତ୍ର ଏହାକୁ ଅଳ୍ପ ପରିମାଣର କାର୍ବନ ପ୍ରାୟ (0.05%) ସହ ମିଶାଇଲେ ତାହା ଶକ୍ତ ଏବଂ କଠିନ ହୋଇଯାଏ ।
    ଲୁହା, ନିକେଲ ଓ କ୍ରୋମିୟମ୍ ସହ ମିଶିଲେ ଷ୍ଟେନ୍‌ସ୍‌ ମିଳେ । ଏହା ଶକ୍ତ ଓ ଏଥ‌ିରେ କଳଙ୍କି ଲାଗେ ନାହିଁ । ଲୁହା ଯଦି ଅନ୍ୟ କୌଣସି ପଦାର୍ଥ ସହ ମିଶେ ତେବେ ତା’ର ଧର୍ମ ବଦଳିଯାଏ ।
  • ଗୋଟିଏ ମିଶ୍ରଧାତୁର ବିଦ୍ୟୁତ୍ ପରିବାହିତା ଏବଂ ଗଳନାଙ୍କ ବିଶୁଦ୍ଧ ଧାତୁଠାରୁ କମ୍ । ସୀସା ଓ ଟିଣ (pb ଓ Sn)ର ଏକ ମିଶ୍ରଧାତୁ ହେଉଛି ସୋଲଡ଼ର ଯାହାର ଗଳନାଙ୍କ ମୂଳଧାତୁଠାରୁ କମ୍ ଅଟେ ।

ମିଶ୍ରଧାତୁର ଉପଯୋଗିତା :

  • Sn ଓ Pb ର ମିଶ୍ରଧାତୁ ସୋଲଡ଼ରକୁ ଫ୍ୟୁଜ୍ ରୂପେ ବ୍ୟବହାର କରାଯାଏ ।
  • ସୁନାରେ 2 ଭାଗ ଖାଦ ମିଶାଇ 22 କ୍ୟାରେଟ୍ ସୁନା ପ୍ରସ୍ତୁତ କରାଯାଏ ଯାହାକି ଶକ୍ତ ଓ ଅଳଙ୍କାର ପ୍ରସ୍ତୁତିରେ ବ୍ୟବହାର କରାଯାଏ ।
  • ବ୍ରୋଞ୍ଜକୁ ବିଦ୍ୟୁତ୍ କୁପରିବାହୀ ରୂପେ ବ୍ୟବହୃତ କରାଯାଏ । .
  • ସୋଲଡ଼ର ବିଦ୍ୟୁତ୍ ତାରର ଝଳେଇ ବା ସଂଯୋଗରେ ବ୍ୟବହୃତ ହୁଏ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

3. ୟନିକ ଯୌଗିକ କାହାକୁ କହନ୍ତି ? ସୋଡ଼ିୟମ୍ କ୍ଲୋରାଇଡ୍ (NaCl) ଯୌଗିକର ଗଠନ ଚିତ୍ର ସହ ବର୍ଣ୍ଣନା କର ।

ଆୟନିକ୍ ଯୌଗିକ : ଧାତୁ ଗୁଡ଼ିକର ପରମାଣୁରୁ କୌଣସି ଅଧାତବ ପରମାଣୁକୁ ଇଲେକ୍‌ଟ୍ରନର ସ୍ଥାନାନ୍ତରଣ ଯୋଗୁଁ ସୃଷ୍ଟି ହେଉଥ‌ିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ କୁହାଯାଏ ।
ସୋଡ଼ିୟମ୍ କ୍ଲୋରାଇଡ୍ (NaCI) ର ଗଠନ :
(i) ସୋଡ଼ିୟମ୍‌ର ପରମାଣୁ କ୍ରମାଙ୍କ 11 । ଏହାର ଇଲେକ୍‌ଟ୍ରନ୍‌ ସଂରଚନା K(2), L(8), M(1)। ଏହା ଯଦି M କକ୍ଷରୁ ଗୋଟିଏ ଇଲେକ୍‌ଟ୍ରନ୍ ହରାଇ ଦିଏ ତେବେ L କକ୍ଷଟି ବାହ୍ୟତମ କକ୍ଷ ହୋଇଯିବ । L କକ୍ଷରେ 8 ଟି ଇଲେକ୍‌ଟ୍ରନ୍‌ ଥ‌ିବାରୁ ଏହା ସ୍ଥାୟୀ ଅଷ୍ଟକ ଅଟେ । Na ର ପରମାଣୁର ନ୍ୟୁକ୍ଲିୟସରେ 11 ଟି ପ୍ରୋଟନ ଅଛି ଓ କିନ୍ତୁ ଇଲେକ୍‌ଟ୍ରନ ସଂଖ୍ୟା 10 ହୋଇଯାଇଛି । ବଳକା ଗୋଟିଏ ପ୍ରୋଟନ (ଯୁକ୍ତ ଚାର୍ଜ) ସୋଡ଼ିୟମ କାଟାୟନ (Na+) ସୃଷ୍ଟି କରୁଛି ।
BSE Odisha 10th Class Physical Science Important Questions Chapter 3 img-8

(ii) କ୍ଲୋରିନ୍‌ର ପରମାଣୁ କ୍ରମାଙ୍କ 17 ଇଲେକ୍‌ଟ୍ରନ ସଂରଚନା K(2), L(8), M(7), ଅଷ୍ଟକ ପୂର୍ଣ୍ଣହେବା ପାଇଁ ମାତ୍ର ଗୋଟିଏ ଇଲେକ୍‌ଟ୍ରନ ଆବଶ୍ୟକ । ସୋଡ଼ିୟମ ସହ କ୍ଲୋରିନ୍‌ର ପ୍ରତିକ୍ରିୟା ହେଲେ ସୋଡ଼ିୟମ୍ ହରାଇଥିବା ଗୋଟିଏ ଇଲେକ୍‌ଟ୍ରନ କ୍ଲୋରିନ୍ ଗ୍ରହଣ କରିପାରିବ । ଗୋଟିଏ ଇଲେକ୍‌ଟ୍ରମ୍ ପାଇବା ଫଳରେ କ୍ଲୋରିନ୍ (CI) ଏନାୟନରେ ପରିଣତ ହେବ ।
BSE Odisha 10th Class Physical Science Important Questions Chapter 3 img-9

(iii) Na+ ଓ CI ବିପରୀତ ଚାର୍ଜ ବିଶିଷ୍ଟ ହୋଇଥିବାରୁ ପରସ୍ପରକୁ ଆକର୍ଷଣ କରେ ଏବଂ ଶକ୍ତିଶାଳୀ ସ୍ଥିର ବିଦ୍ୟୁତ୍ ଆକର୍ଷଣ ବଳଦ୍ଵାରା ଧରି ରଖ୍ NaCI ଗଠିତ ହୁଏ ।
BSE Odisha 10th Class Physical Science Important Questions Chapter 3 img-10

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ଧାତୁ ଓ ଅଧାତୁକୁ ଭୌତିକ ଧର୍ମାନୁଯାୟୀ ବର୍ଗୀକରଣ କରାଯାଇପାରିବ ନାହିଁ – ଉଦାହରଣ ଦେଇ ବୁଝାଅ ।
ଭ –

  • ସାଧାରଣ ତାପମାତ୍ରାରେ ପାରଦ ବ୍ୟତୀତ ପ୍ରତ୍ୟେକ ଧାତୁ କଠିନ ଅବସ୍ଥାରେ ଥାଏ । ସାଧାରଣତଃ ଧାତୁଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ, କିନ୍ତୁ ଗାଲିଲିୟମ ଏବଂ ସୀସିୟମ ଅତି ନିମ୍ନ ଗଳନାଙ୍କ ବିଶିଷ୍ଟ ଧାତୁ । ଏହି ଧାତୁ ଦ୍ଵୟକୁ ପାପୁଲିରେ ରଖୁଲେ ତାହା ତରଳିଯାଏ ଯାହାକି ଧାତୁର ଭୌତିକ ଧର୍ମ ନୁହେଁ ।
  • ଧାତୁର ଔଜ୍ୱଲ୍ୟ ଅଛି; କିନ୍ତୁ ଆୟୋଡ଼ିନ୍ ଅଧାତୁ ହେଲେ ମଧ୍ୟ ତାହାର ଔକ୍ସଲ୍ୟ ଅଛି ।
  • କାର୍ବନ ବିଭିନ୍ନ ରୂପରେ ରହିଥ‌ିବା ଅଧାତୁ ଅଟେ । ପ୍ରତ୍ୟେକ ରୂପକୁ ଅପରରୂପ କୁହାଯାଏ । ହୀରା ଅଧାତୁ ହେଲେ ମଧ୍ୟ କଠିନତମ । ଯାହା ଧାତୁର ଧର୍ମ । ଧାତୁଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ ଅଧିକ । ହୀରା ଅଧାତୁ ହେଲେ ମଧ୍ୟ ଏହାର ଗଳନାଙ୍କ ଓ ସ୍ଫୁଟନାଙ୍କ ଅଧିକ ।
  • କ୍ଷାର ଧାତୁ ନିମ୍ନ ସାନ୍ଦ୍ରତା ଓ ଗଳନାଙ୍କ ବିଶିଷ୍ଟ ଧାତୁ ଅଟେ, ଯାହାକି ଅଧାତୁମାନଙ୍କଠାରେ ଦେଖାଯାଏ । ତେଣୁ ଉପରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଭୌତିକ ଧର୍ମ ଅନୁସାରେ ଧାତୁ ଓ ଅଧାତୁକୁ ବର୍ଗୀକରଣ କରାଯାଇ ପାରିବ ନାହିଁ ।

2. ଏନୋଡ଼ାଇଜିଙ୍ଗ୍ କ’ଣ ? ଏହା କିପରି କରାଯାଏ ?
ଉ –

  • ଏନୋଡାଇଜିଙ୍ଗ୍ ହେଉଛି ଏଲୁମିନିୟମ ଉପରେ ମୋଟା ଅକ୍‌ସାଇଡ୍ ପ୍ରଲେପ ଦେବା ପ୍ରଣାଳୀ । ଏଲୁମିନିୟମ୍ ବାୟୁରେ ରହିଲେ ଏକ ପତଳା ଅକ୍‌ସାଇଡ୍‌ର ଆବରଣ ସୃଷ୍ଟି ହୁଏ । ଏହି ଏଲୁମିନିୟମ୍ ଅକ୍‌ସାଇଡ୍‌ର ପ୍ରଲେପ ଅଧ‌ିକ ସଂକ୍ଷାରଣ ହେବାକୁ ପ୍ରତିରୋଧ କରେ ।
  • ଏହି ପ୍ରଣାଳୀରେ ପରିଷ୍କାର ଏଲୁମିନିୟମ୍‌କୁ ଏନୋଡ଼ରେ ସଂଯୁକ୍ତ କରି ଲଘୁ ସଫ୍ୟୁରିକ୍ ଏସିଡ୍ ବୈଦ୍ୟୁତିକ ବିଶ୍ଳେଷଣ କରାଯାଏ ।
  • ଏନୋଡ଼ରେ ସୃଷ୍ଟି ହୋଇ ଅକ୍‌ସିଜେନ୍ ଏଲୁମିନିୟମ୍ ସହ ପ୍ରତିକ୍ରିୟା କରି ଏହା ଉପରେ ମୋଟା ପ୍ରତିରୋଧକାରୀ ଅକ୍‌ସାଇଡ୍ ଆବରଣ ସୃଷ୍ଟି କରେ । ଏହା ଏଲୁମିନିୟମ୍‌କୁ ସଂକ୍ଷାରଣରୁ ରକ୍ଷାକରେ । ଏଲୁମିନିୟମ୍ ପଦାର୍ଥକୁ ଅକ୍‌ସାଇଡ୍ ସ୍ତରଦ୍ଵାରା ରଙ୍ଗେଇ ସହଜରେ ଆକର୍ଷଣୀୟ ରୂପ ଦିଆଯାଏ ।

3. କୌଣସି ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ କାହିଁକି ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ ? କିନ୍ତୁ Mn Mg ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ କରେ ।
ଉ –

  • କୌଣସି ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ ନାଇଟ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ କାରଣ ନାଇଟ୍ରିକ୍ ଏସିଡ୍ ଏକ ସବଳ ଜାରକ ।
  • ଏହା ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍‌କୁ ଜାରଣ କରି ଜଳ ସୃଷ୍ଟି କରେ ଏବଂ ନିଜେ ବିଜାରିତ ହୋଇ ଯେକୌଣସି ନାଇଟ୍ରୋଜେନ୍ ଅକ୍‌ସାଇଡ୍ (N2O, NO, NO2) ରେ ପରିଣତ କରେ ।
  • କିନ୍ତୁ ମ୍ୟାଗ୍ନେସିୟମ ଓ ମାଙ୍ଗାନିଜ ଅତି ଲଘୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କରି H, ଗ୍ୟାସ୍ ନିର୍ଗତ କରେ ।
    Mg(s) + HNO3(aq) → Mg(NO3)2(aq) + H2(g)

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

4. ଧାତୁଗୁଡ଼ିକ ଅକ୍‌ସିଜେନ୍, ଜଳ ଓ ଲଘୁଅମ୍ଳ ସହ କିପରି ପ୍ରତିକ୍ରିୟା କରନ୍ତି, ରାସାୟନିକ ସମୀକରଣ ସହ ବୁଝାଇ ଲେଖ ।
ଭ –
(i) ଧାତୁ ଅକ୍‌ସିଜେନ୍ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଗଠନ କରେ ।
ଉଦାହରଣ :
ମ୍ୟାଗ୍ନେସିୟମ ପାତକୁ ବାୟୁରେ ଜାଳିଲେ ମ୍ୟାଗ୍ନେସିୟମ ଅକ୍‌ସାଇଡ୍ ମିଳେ ।
2Mg + O2 → 2MgO

(ii) କେତେକ ଧାତୁ ଥଣ୍ଡା ଜଳ ଓ କେତେକ ଧାତୁ ଗରମ ଜଳ ଓ କେତେକ ଧାତୁ ବାମ୍ଫ ସହ ପ୍ରତିକ୍ରିୟାକରି କ୍ଷାରକ ଉତ୍ପନ୍ନ କରନ୍ତି ।
ଉଦାହରଣ :
ପୋଟାସିୟମ୍ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି ପୋଟାସିୟମ ହାଇଡ୍ରକ୍‌ସାଇଡ୍ ଉତ୍ପନ୍ନ କରେ ।
2K(s) + 2H2O(l) → 2KOH(aq) + H2(g)
ଏଲୁମିନିୟମ୍ ବାମ୍ଫ ସହ ପ୍ରତିକ୍ରିୟା କରି ଏଲୁମିନିୟମ୍ ଅକସାଇଡ୍ ଉତ୍ପନ୍ନ କରେ ।
2Al(s) + 2H2O(g) → Al2O3(s) + 3H2(g)

(iii) କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ଧାତୁ ଲଘୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ ।
Ca(s) + 2HCl(aq) → CaCl2(aq) + H2(g)
କିନ୍ତୁ ତମ୍ବା ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହ ପ୍ରତିକ୍ରିୟା କରେ ନାହିଁ ।

5. ଧାତୁର କ୍ରିୟାଶୀଳତାର ଅନୁକ୍ରମ ଦର୍ଶାଅ ଏବଂ ହାଇଡ୍ରୋଜେନ୍ ଅଧାତୁ ହେଲେ ମଧ୍ୟ ସକ୍ରିୟତାର ଅନୁକ୍ରମରେ ଅଛି କାରଣ ଦର୍ଶାଅ ।
ଉ –
(i) ଧାତୁର ପ୍ରତିକ୍ରିୟାଶୀଳତାର କ୍ରମଟି ହେଲା –
BSE Odisha 10th Class Physical Science Important Questions Chapter 3 img-11

(ii) ସକ୍ରିୟତା ଅନୁକ୍ରମର ଊର୍ଦ୍ଧ୍ବରେ ଥ‌ିବା ଧାତୁଗୁଡ଼ିକ ଏତେ ପ୍ରତିକ୍ରିୟାଶୀଳ ଯେ ତାହା ପ୍ରକୃତିରେ ମୁକ୍ତ ଅବସ୍ଥାରେ ମିଳେ ନାହିଁ ।

(iii) ସକ୍ରିୟତା ଅନୁକ୍ରମରେ ମଝିରେ ଥ‌ିବା Zn, Fe, Pb ଇତ୍ୟାଦି ମଧ୍ୟମ ପ୍ରତିକ୍ରିୟାଶୀଳ ଓ ଏଗୁଡ଼ିକ ଭୂତ୍ଵକ୍‌ରେ ଅକ୍‌ସାଇଡ୍, ସଲ୍‌ଫାଇଡ୍ କିମ୍ବା କାର୍ବୋନେଟ୍ ରୂପରେ ମିଳିଥାଏ ।

(iv) ସକ୍ରିୟତା ଅନୁସାରେ ନିମ୍ନରେ ଥିବା ଧାତୁଗୁଡ଼ିକ କମ୍ ପ୍ରତିକ୍ରିୟାଶୀଳତା ହେତୁ ପ୍ରକୃତିରୁ ମୁକ୍ତ ଭାବରେ ମିଳିଥାଏ । ହାଇଡ୍ରୋଜେନ ଏକ ଧାତୁ ହୋଇନଥିଲେ ମଧ୍ୟ ଏହା ଇଲେକ୍‌ଟ୍ରନ୍‌ ତ୍ୟାଗକରି ଯୁକ୍ତାତ୍ମକ ଆୟନ (H+) ସୃଷ୍ଟି କରେ ।

6. ସକ୍ରିୟତା କ୍ରମର ଊର୍ଦ୍ଧ୍ବରେ ଥ‌ିବା ଧାତୁଗୁଡ଼ିକର ନିଷ୍କାସନ କିପରି ସମ୍ଭବ ହୁଏ କାରଣ ସହ ଲେଖ ।
ଊ–

  • ସକ୍ରିୟତା କ୍ରମର ଊର୍ଦ୍ଧ୍ବରେ ଥିବା ପୋଟାସିୟମ୍, ସୋଡ଼ିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଏଲୁମିନିୟମ୍ ଆଦି ଧାତୁ ତୀବ୍ର ପ୍ରତିକ୍ରିୟାଶୀଳ ।
  • ଏହି ଧାତୁଗୁଡ଼ିକର ଅକ୍‌ସାଇଡ୍‌କୁ କାର୍ବନ ବିଜାରଣ ପଦ୍ଧତିରେ ବିଜାରତ କରାଯାଇପାରିବ ନାହିଁ, କାରଣ ଏଗୁଡ଼ିକର କାର୍ବନ ଅପେକ୍ଷା ଅକ୍‌ସିଜେନ୍ ପ୍ରତି ଆକର୍ଷଣ ଅତ୍ମକ । ଏଗୁଡ଼ିକରୁ ବୈଦ୍ୟୁତିକ ବିଜାରଣଦ୍ବାରା ଧାତୁ ମିଳିପାରିବ ।
  • ତରଳ କ୍ଲୋରାଇଡ୍‌ରୁ ବୈଦ୍ୟୁତିକ ବିଶ୍ଳେଷଣଦ୍ଵାରା ଜଳରେ ସୋଡ଼ିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଇତ୍ୟାଦି ମିଳିଥାଏ । ଧାତୁ କ୍ୟାଥୋଡ଼ଠାରେ ଜମା ହେଉଥିଲାବେଳେ କ୍ଲୋରିନ୍ ଏନୋଡ଼ଠାରେ ନିର୍ଗତ ହୁଏ ।
    BSE Odisha 10th Class Physical Science Important Questions Chapter 3 img-12

7. ସକ୍ରିୟତା କ୍ରମର ନିମ୍ନରେ ଥିବା ଧାତୁଗୁଡ଼ିକ କିପରି ନିଷ୍କାସନ କରାଯାଏ ଉଦାହରଣ ଦେଇ ଲେଖ ।
ଉ–
(i) ସକ୍ରିୟତାର ଅନୁକ୍ରମର ନିମ୍ନରେ ଥିବା ଧାତୁଗୁଡ଼ିକ; ଯଥା- Cu, Hg, Au, Ag ଅତ୍ୟନ୍ତ କମ୍ ପ୍ରତିକ୍ରିୟାଶୀଳ । ବାୟୁରେ ଉତ୍ତପ୍ତ କରି ସେଗୁଡ଼ିକର ଅକ୍‌ସାଇଡ୍‌ରୁ ଧାତୁକୁ ପୃଥକ୍ କରାଯାଏ ।
ଡତାହରଣ –

(ii) ପାରଦର ଧାତୁପିଣ୍ଡର ନାମ ସିନାବାର (HgS) । ଏହାକୁ ବାୟୁରେ ଉତ୍ତପ୍ତ କରି ପ୍ରଥମେ ମର୍‌କ୍ୟୁରିକ୍ ଅକ୍‌ସାଇଡ୍ (HgO)ରେ ପରିଣତ କରାଯାଏ । ଏହାକୁ ଆହୁରି ଉତ୍ତପ୍ତ କଲେ ମରକ୍ୟୁରିକ୍ ଅକ୍‌ସାଇଡ୍ ବିଜାରିତ ହୋଇ
BSE Odisha 10th Class Physical Science Important Questions Chapter 3 img-13

(iii) ପ୍ରକୃତିରୁ ମିଳୁଥିବା (Cu2S) ଧାତୁପିଣ୍ଡରୁ ତମ୍ବା ପାଇବା ପାଇଁ ଏହାକୁ ବାୟୁର ଉତ୍ତପ୍ତ କରିବା ଆବଶ୍ୟକ ।
BSE Odisha 10th Class Physical Science Important Questions Chapter 3 img-14

8. ଜାରଣ-ବିଜାରଣ ପ୍ରକ୍ରିୟା ଧାତୁ ନିଷ୍କାସନରେ କିପରି ସାହାଯ୍ୟ କରେ ଉଦାହରଣ ଦେଇ ବୁଝାଅ । ଥରମିଟ୍ ପ୍ରତିକ୍ରିୟା କ’ଣ ବୁଝାଅ ।
ଉ–
(i) ସୋଡ଼ିୟମ୍‌, କ୍ୟାଲସିୟମ୍ ଓ ଏଲୁମିନିୟମ୍ ଆଦି ଧାତୁ ମଧ୍ୟ ବିଜାରକ ରୂପେ କାର୍ଯ୍ୟ କରେ । ସେମାନେ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ସେମାନଙ୍କର ଯୌଗିକରୁ ଅପସାରଣ କରନ୍ତି ।
ଉଦାହରଣ –
ମାଙ୍ଗାନିଜ୍ ଡାଇଅକ୍‌ସାଇଡ୍‌କୁ ଏଲୁମିନିୟମ୍ ଗୁଣ୍ଡ ସହ ଉତ୍ତପ୍ତ କଲେ ମାଙ୍ଗାନିଜ୍ ଧାତୁ ମିଳେ ।
3MnO2(s) + 4Al(s) → 3Mn(l) + 2Al2O3(s) + ଚାପ
ଏଠାରେ MnO2, Mn କୁ ବିଜାରିତ ହୋଇଥିଲାବେଳେ Al, AlO3କୁ ଜାରିତ ହୋଇଛି ।

(ii) ବିସ୍ଥାପନ ପ୍ରତିକ୍ରିୟା ଅତିମାତ୍ରାରେ ତାପ ଉତ୍ପାଦୀ – ଫେରିକ୍‌ ଅକ୍‌ସାଇଡ୍‌ର ଏଲୁମିନିୟମ୍ ସହ ପ୍ରତିକ୍ରିୟା ରେଳଧାରଣାଗୁଡ଼ିକୁ ଯୋଡ଼ିବାରେ କିମ୍ବା ଫାଟିଯାଇଥିବା ଯନ୍ତ୍ରାଂଶକୁ ଯୋଡ଼ିବାପାଇଁ ବ୍ୟବହୃତ ହୋଇଥାଏ । ଏପରି ଯୋଡ଼ିବା ପ୍ରକ୍ରିୟାକୁ ଥରମିଟ୍ ପ୍ରତିକ୍ରିୟା କୁହାଯାଏ ।
Fe2O3(s) + 2Al(s) → 2Fe(l) + Al2O3(s) + ତାପ

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

9. ଏଲୟ କ’ଣ ? ସୁନାର ଏଲୟ ଆବଶ୍ୟକ କାହିଁକି ?
ଭ –

  • ଦୁଇ ବା ତତୋଽଧ୍ଵ ସମଜାତୀୟ ଧାତୁର ମିଶ୍ରଣ କିମ୍ବା ଗୋଟିଏ ଧାତୁ ଏବଂ ଗୋଟିଏ ଅଧାତୁର ମିଶ୍ରଣକୁ ମିଶ୍ରଧାତୁ ବା ଏଲୟ କହନ୍ତି ।
  • ବିଶୁଦ୍ଧ ସୁନା 24 କ୍ୟାରେଟ୍ ନାମରେ ଜଣାଶୁଣା । ତାହା ଅତ୍ୟନ୍ତ ନରମ ହୋଇଥିବାରୁ ସେଥ‌ିରେ ଅଳଙ୍କାର
  • ଏହାକୁ ଶକ୍ତ କରିବାପାଇଁ ଏଥିରେ ରୁପ କିମ୍ବା ତମ୍ବା ମିଶାଯାଏ ।
  • ଭାରତରେ 22 କ୍ୟାରେଟ୍ ସୁନା ଅଳଙ୍କାର ପାଇଁ ଏହା ବ୍ୟବହୃତ ହୁଏ । ଅର୍ଥାତ୍ 22 ଭାଗ ବିଶୁଦ୍ଧ ସୁନା ସହ 2 ଭାଗ ତମ୍ବାର କିମ୍ବା ରୁପା ମିଶାଯାଇ ସୁନା ଅଳଙ୍କାର ତିଆରି ହୁଏ ।

10. କେଉଁ ପ୍ରଣାଳୀରେ (a) ସକ୍ରିୟତା କ୍ରମରେ ନିମ୍ନରେ ଥ‌ିବା ଧାତୁ (b) ମଧ୍ୟମକ୍ରମରେ ଥ‌ିବା ଧାତୁ (c) ଅଧିକ ସକ୍ରିୟତା କ୍ରମରେ ଥ‌ିବା ଧାତୁ ବିଜାରିତ ହୋଇଥାଏ ?
ଉ –
(a) ସକ୍ରିୟତା କ୍ରମରେ ନିମ୍ନରେ ଥ‌ିବା ଧାତୁଗୁଡ଼ିକ ସ୍ବତଃ କିମ୍ବା ତାପ ପ୍ରୟୋଗ କଲେ ବିଜାରିତ ହୁଏ ।
ଉଦାହରଣ –
Cu2S ଧାତୁପିଣ୍ଡରୁ ତମ୍ବା ପାଇବାପାଇଁ ଏହାକୁ ବାୟୁରେ ଉତ୍ତପ୍ତ କରାଯାଏ ।
BSE Odisha 10th Class Physical Science Important Questions Chapter 3 img-15

(b) ମଧ୍ୟମ କ୍ରମର ସକ୍ରିୟ ଧାତୁ କୋଦ୍ବାରା ବିଜାରିତ ହୋଇଥାଏ ।
ଉଦାହରଣ –
ଜିଙ୍କ୍ ଅକ୍‌ସାଇଡ୍‌କୁ କାର୍ବନ ସହିତ ଉତ୍ତପ୍ତ କଲେ ତାହା ଧାତବ ଜିକୁ ବିଜାରିତ ହୋଇଥାଏ ।
ZnO(s) + C(s) → Zn(s) + CO(g)

(c) ଅଧିକ ସକ୍ରିୟତା କ୍ରମରେ ଥିବା ଧାତବ ଅକ୍‌ସାଇଡ୍‌ର ବୈଦ୍ୟୁତିକ ବିଜାରଣ କରାଯାଇଥାଏ ।
ଉଦାହରଣ –
ଏଲୁମିନିୟମ୍ ଅକ୍‌ସାଇଡ୍ରୁ ବୈଦ୍ୟୁତିକ ବିଚ୍ଚାରଣ ସାହାଯ୍ୟରେ ଏଲୁମିନିୟମ୍ ମିଳେ । କ୍ୟାଥୋଡ୍ଠାରେ ଏଲୁମିନିୟମ୍ ଓ ଏନୋଡ୍‌ଠାରେ ଅକ୍‌ସିଜେନ୍ ମିଳେ ।
Al2O3 → 2A3+ + 3O22-
କ୍ୟାଥୋଡ଼ଠାରେ : Al3+ + 3e → Al
ଏନୋଡ୍‌ଠାରେ : 2O2- → O2 + 4e

11. ଲିଥ୍ୟମ୍ ଫ୍ଲୋରାଇଡ୍ ଅଣୁର ଗଠନ ବର୍ଣ୍ଣନା କର ।
ଉ –

  • ଲିଥେମ୍ ପରମାଣୁ ସହଜରେ ଗୋଟିଏ ଇଲେକ୍‌ଟ୍ରନ ତ୍ୟାଗକରି Li+ ଆୟନରେ ପରିଣତ ହୁଏ ଏବଂ ନିକଟତମ
  • ଲିଥ୍ୟମ୍ ଆୟନ ତ୍ୟାଗ କରିଥିବା ଇଲେକ୍‌ଟ୍ରନ୍‌କୁ ଫ୍ଲୋରିନ୍‌ ଗ୍ରହଣ କରି Fଆୟନରେ ପରିଣତ ହୁଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ନିୟନ୍ ସଂରଚନା ଧାରଣ କରେ ।
  • ଉଭୟ ଯୁକ୍ତାତ୍ମକ ଆୟନ ଓ ବିଯୁକ୍ତାତ୍ମକ ଆୟନ Li+ ଓ F ପରସ୍ପରକୁ ଆକର୍ଷଣ କରନ୍ତି ଫଳରେ LiF ଯୌଗିକ ଗଠିତ ହୁଏ ।
    BSE Odisha 10th Class Physical Science Important Questions Chapter 3 img-16

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ଧାତୁର ତନ୍ୟତା ଗୁଣ କ’ଣ ? କେଉଁ ଧାତୁର ଏହି ତନ୍ୟତା ଗୁଣ ସର୍ବାଧ୍ଵ ଓ କିପରି ଧାତୁର କେଉଁ ଗୁଣପାଇଁ ଆମେ ଏହାର ଆକାର ବଦଳାଇପାରୁ ?
ଉ –

  • ଧାତୁର ତାର ବାହାର କରିବା ଗୁଣକୁ ତନ୍ୟତା କହନ୍ତି ।
  • ସୁନାର ଏହି ତନ୍ୟତା ଗୁଣ ସର୍ବାଧ‌ିକ ।
    1 ଗ୍ରାମ୍ ସୁନାରୁ ପ୍ରାୟ 2 କି.ମି. ଦୈର୍ଘ୍ୟର ତାର ଟଣାଯାଇ ପାରିବ ।
  • ଧାତୁର ନମନୀୟତା ଓ ତନ୍ୟତା ଗୁଣ ଯୋଗୁଁ ଆମେ ଆମ ଆବଶ୍ୟକତା ଅନୁସାରେ ସେଗୁଡ଼ିକର ଆକାର ବଦଳାଇ ପାରୁ ।

2. କ୍ଷାର ଧାତୁ ଦୁଇଟିର ନାମ ଓ ଦୁଇଟି ଧର୍ମ ଲେଖ ।
ଊ–

  • କ୍ଷାର ଧାତୁ ଦୁଇଟି – ସୋଡ଼ିୟମ୍ ଓ ପୋଟାସିୟମ୍ ।
  • ଏହା ଅତି ନରମ
    • ଏହାର ସାନ୍ଦ୍ରତା ଓ ଗଳନାଙ୍କ ନିମ୍ନ ହୋଇଥାଏ ।

3. ଧାତୁକୁ ବାୟୁରେ ଦହନ କଲେ କ’ଣ ହୁଏ ଉଦାହରଣ ଓ ରାସାୟନିକ ସମୀକରଣ ସହ ଲେଖ ।
ଊ–
(i) ଧାତୁଗୁଡ଼ିକ ବାୟୁ କିମ୍ବା ଅମ୍ଳଜାନ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଉତ୍ପନ୍ନ କରେ ।
ଧାତୁ + ଅକ୍‌ସିଜେନ୍ → ଧାତବ ଅକ୍‌ସାଇଡ୍

(ii) ଉଦାହରଣ – ଏଲୁମିନିୟମକୁ ବାୟୁରେ ଦହନ କଲେ ଏଲୁମିନିୟମ ଅକସାଇଡ୍ ଉତ୍ପନ୍ନ କରେ ।
4Al + 3O2 → 2Al2O3

4. ପୋଟାସିୟମ୍ ଓ ସୋଡ଼ିୟମ୍‌କୁ କିରୋସିନ୍‌ରେ ବୁଡ଼ାଇ ରଖାଯାଏ କାହିଁକି ?
ଊ–

  • ସୋଡ଼ିୟମ୍ ଓ ପୋଟାସିୟମ୍ ଧାତୁ ତୀବ୍ର ପ୍ରତିକ୍ରିୟାଶୀଳ ଧାତୁ । ସକ୍ରିୟତାର ଅନୁକ୍ରମରେ ଏହା ଶୀର୍ଷରେ ଅଛି । ବାୟୁ ଓ ଜଳ ସହ ଏହା ତୀବ୍ର ପ୍ରତିକ୍ରିୟା କରେ।
  • କିରୋସିନ୍‌ରେ ବୁଡ଼ାଇ ରଖିଲେ ଏଗୁଡ଼ିକ ବାୟୁ କିମ୍ବା ଜଳ ସହ ପ୍ରତିକ୍ରିୟା କରନ୍ତି ନାହିଁ କାରଣ ଏମାନେ ବାୟୁ ଓ ଜଳ ସଂସ୍ପର୍ଶରେ ଆସି ନଥା’ନ୍ତି ଏବଂ ପ୍ରଜ୍ବଳନତାର ମାତ୍ରା ପାଇନଥାନ୍ତି ।

5. ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲେ କ’ଣ ହୁଏ ରାସାୟନିକ ସମୀକରଣ ସହ ଲେଖ ।
ଊ–

  • ସୋଡ଼ିୟମ୍‌ ଭଳି ବହୁ ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ କରେ ।
  • 2Na + 2Cl → 2NaCl + H2(g)

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

6. ଅମ୍ଳରାଜ କ’ଣ ? ଏହା କେଉଁ ଧାତୁକୁ ଦ୍ରବୀଭୂତ କରିପାରିବ ଲେଖ ।
ଊ–

  • ଅମ୍ଳରାଜ ହେଉଛି ସଦ୍ୟ ପ୍ରସ୍ତୁତ ଗାଢ଼ ହାଇଡ୍ରୋକ୍ଲୋରିକ ଏସିଡ୍, ନାଇଟ୍ରିକ୍ ଏସିଡ୍‌ର 3 : 1 ଅନୁପାତରେ ମିଶ୍ରଣ । ଏହି ମିଶ୍ରଣ ସବୁକୁ ଦ୍ରବୀଭୂତ କରିପାରେ ।
  • ଅମ୍ଳରାଜ ଏକ ଭଲ ସଂକ୍ଷାରଣ ଧୂମଶୀଳ ତରଳ ।
  • ଏହାର ସୁନା ଓ ପ୍ଲାଟିନମ୍କୁ ଦ୍ରବୀଭୂତ କରିବାର କ୍ଷମତା ରହିଛି ।

7. ତମ୍ବା ଓ ଲୁହା ମଧ୍ଯରେ କେଉଁଟି ଅଧ‌ିକ ପ୍ରତିକ୍ରିୟାଶୀଳ ଓ କାହିଁକି ? ସମୀକରଣ ସହ ଲେଖ ।
ଊ–

  • ବିସ୍ଥାପନ ପ୍ରତିକ୍ରିୟାରୁ ଧାତୁର ପ୍ରତିକ୍ରିୟାଶୀଳତା ବିଷୟରେ ଅଧ୍ବକ ତଥ୍ୟ ମିଳେ ।
  • ଯଦି A ଧାତୁ, ଧାତୁ Bକୁ ଏହାର ଦ୍ରବଣରୁ ବିସ୍ଥାପନ କରେ, ତେବେ B ଠାରୁ A ଅଧ‌ିକ ପ୍ରତିକ୍ରିୟାଶୀଳ ହେବ ।
  • ଧାତୁ A + B ର ଲବଣ ଦ୍ରବଣ → Aର ଲବଣ ଦ୍ରବଣ + ଧାତୁ B
  • କପର ସଲ୍‌ଫେଟ୍ ଦ୍ରବଣ ନେଇ ସେଥୁରେ ଲୁହାକଣ୍ଟା ଭର୍ଭିକଲେ 20 ମିନିଟ୍ ପରେ କପର ସଲ୍‌ଫେଟ୍‌ର ନୀଳବର୍ଣ ହ୍ରାସ ଘଟିବ ଓ ଏହା ବର୍ଣ୍ଣହୀନ ଆଇରନ୍ ସଲ୍‌ଫେଟ୍‌ରେ ପରିଣତ ହେବ ।
  • Fe(s) + CuSO4(aq) → FeSO4(aq) + Cu(s)
    ଏଥୁରୁ Fe, Cu ଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ବୋଲି ଜଣାପଡ଼ିଲା ।

8. NaCl ର ଗଠନ ଚିତ୍ରଦ୍ୱାରା ଦର୍ଶାଅ ।
ଊ–
(i) ସୋଡ଼ିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଥିବା ଗୋଟିଏ ଇଲେକ୍‌ଟ୍ରନ୍ କ୍ଲୋରିକୁ ଦହନକରି Na+ ଆୟନରେ ପରିଣତ ହୁଏ ଏବଂ କ୍ଲୋରିନ୍‌ ଇଲେକ୍‌ଟ୍ରନ୍‌ ଗ୍ରହଣ କରି Cl ଆୟନରେ ପରିଣତ ହୁଏ ।

(ii) Na+ ଓ Cl ଆୟନ ମଧ୍ୟରେ ଆକର୍ଷଣ ଘଟି NaCI ଅଣୁ ଗଠନ କରେ ।
BSE Odisha 10th Class Physical Science Important Questions Chapter 3 img-17

9. ସୋଡ଼ିୟମ ଓ ଅକ୍‌ସିଜେନ୍‌ର ଇଲେକ୍‌ଟ୍ରନ୍ ଡଟ୍ ସଂରଚନା ଲେଖୁ ଇଲେକ୍‌ଟ୍ରନ ସ୍ଥାନାନ୍ତରଣଦ୍ଵାରା Na2O ର ଗଠନ ଦର୍ଶାଅ ।
ଊ–
BSE Odisha 10th Class Physical Science Important Questions Chapter 3 img-18

10. ଆୟନିକ୍ ଯୌଗିକର ଗଳନାଙ୍କ ଓ ସ୍ଫୁଟନାଙ୍କ ଉଚ୍ଚ କାହିଁକି ? ଦ୍ରବଣରେ ବିଦ୍ୟୁତ୍ ପରିବାହିତ ହୁଏ କାହିଁକି ?
ଊ–

  • ଆୟନିକ୍ ଯୌଗିକଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଉଚ୍ଚ ସ୍ଫୁଟନାଙ୍କ ବିଶିଷ୍ଟ କାରଣ ଶକ୍ତ ଅନ୍ତଃ ଆୟନୀୟ ଆକର୍ଷଣ ଭାଙ୍ଗିବାପାଇଁ ଯଥେଷ୍ଟ ପରିମାଣର ଶକ୍ତି ଆବଶ୍ୟକ
  • ଜଳରେ ଆୟନିକ୍ ଯୌଗିକର ଏକ ଦ୍ରବଣରେ ଆୟନ ରହିଥାଏ । ଉକ୍ତ ଦ୍ରବଣରେ ବିଦ୍ୟୁତ୍ ପ୍ରବାହିତ କଲେ ଏହି ଆୟନଗୁଡ଼ିକ ସର୍ବଦା ବିପରୀତ ଚାର୍ଜବିଶିଷ୍ଟ ଇଲେକ୍‌ଟ୍ରୋଡ଼ ଆଡ଼କୁ ଗତି କରିଥାଏ ଫଳରେ ବିଦ୍ୟୁତ୍ ପରିବହନ କରିଥାଏ ।

11. ଷ୍ଟେନ୍‌ଲେସ୍ ଷ୍ଟିଲ୍ କିପରି ମିଳେ ?
ଊ–

  • ଲୁହା, ନିକେଲ ଓ କ୍ରୋମିୟମ ସହ ମିଶିଲେ ଷ୍ଟେନ୍‌ଲେସ୍ ଷ୍ଟିଲ୍ ମିଳେ ।
  • ଏହା ଶକ୍ତ ଏବଂ ଏଥରେ କଳଙ୍କି ଲାଗେ ନାହିଁ ।

12. କଳଙ୍କି କ’ଣ ଓ କିପରି ସୃଷ୍ଟି ହୁଏ ?
ଭ –

  • ଲୁହାକୁ ଆର୍ଦ୍ର ବାୟୁରେ ବହୁତ ସମୟ ରଖେଲେ ଏକ ବାଦାମୀ ରଙ୍ଗର ପତଳା ଆଚ୍ଛାଦନ ସୃଷ୍ଟି ହୁଏ, ଏହାକୁ କଳଙ୍କି
  • ଲୁହା, ଜଳ ଓ ବାୟୁ ସଂସ୍ପର୍ଶରେ ଆସିଲେ ହିଁ ସେଥ‌ିରେ କଳଙ୍କି ଲାଗେ । କେବଳ ଜଳ କିମ୍ବା କେବଳ ବାୟୁ ସଂସ୍ପର୍ଶରେ ଆସିଲେ ଲୁହାରେ କଳଙ୍କି ଲାଗେ ନାହିଁ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

13. ବିଦ୍ୟୁତ୍ କୁପରିବାହୀ ଏଲୟ ଏବଂ ବିଦ୍ୟୁତ୍ ତାରର ଝଳେଇ ପାଇଁ ବ୍ୟବହୃତ ଏଲୟ କେଉଁ ଧାତୁରୁ ତିଆରି ଏବଂ ଏହାର ବ୍ୟବହାର ଲେଖ ।
ଊ–

  • ବିଦ୍ୟୁତ୍ କୁପରିବାହୀ ଏଲୟର ନାମ ବ୍ରୋଞ୍ଜ । ଏହା ତମ୍ବା ଓ ଟିଣକୁ ନେଇ ଗଠିତ ।
  • ବିଦ୍ୟୁତ୍ ତାରର ଝଳେଇ ପାଇଁ ସୋଲଡ଼ର ବ୍ୟବହାର କରାଯାଏ । ଏହା ସୀସା ଓ ଟିଣର ଏକ ମିଶ୍ରଧାତୁ ।

14. କାଲସିନେସନ୍ ଓ ରୋଲିଂ କ’ଣ ବୁଝାଅ ?
ଊ–
(i) କାଲସିନେସନ୍ : ସୀମିତ ପରିମାଣ ବାୟୁରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍‌ସାଇଡ୍ ପରିବର୍ତ୍ତନ କରାଯାଏ । ଏହି ପ୍ରଣାଳୀକୁ କାଲସିନେସନ୍ କୁହାଯାଏ ।
BSE Odisha 10th Class Physical Science Important Questions Chapter 3 img-19

(ii) ରୋଲିଂ – ସଲ୍‌ଫାଇଡ୍ ଧାତୁପିଣ୍ଡକୁ ଅକ୍‌ସାଇଡ୍‌ରେ ପରିଣତ କରିବାକୁ ହେଲେ ଏହାକୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧ‌ିକ ପରିମାଣରେ ଉତ୍ତପ୍ତ କରାଯାଏ ।
ଉଦାହରଣ :
2ZnS(s) + 3O2(g) → 2ZnO(s) + 2SO4(g)

15. କ୍ୟାଲସିୟମ୍ ଧାତୁ ଜଳ ସହ ପ୍ରତିକ୍ରିୟା କଲେ ଉତ୍ପନ୍ନ ହେଉଥ‌ିବା ଉଦ୍‌ଜାନ ଗ୍ୟାସ୍‌ରେ ନିଆଁ ଲାଗୁଥ‌ିବାବେଳେ ସୋଡ଼ିୟମ୍ ଜଳରେ ପ୍ରତିକ୍ରିୟା କଲେ ଉତ୍ପନ୍ନ ହାଇଡ୍ରୋଜେନ୍ ଜଳି ଉଠେ କାହିଁକି ?
ଊ–

  • କ୍ୟାଲସିୟମ୍ ଜଳ ସହ ପ୍ରତିକ୍ରିୟା କଲେ ଉତ୍ପନ୍ନ ହେଉଥ‌ିବା ତାପ ହାଇଡ୍ରୋଜେନ୍‌କୁ ଜଳାଇବାକୁ ଯଥେଷ୍ଟ ହୋଇନଥାଏ, ତେଣୁ ନିଆଁ ଲାଗେନାହିଁ ।
  • ସୋଡ଼ିୟମ୍‌ ଜଳ ସହ ତୀବ୍ର ପ୍ରତିକ୍ରିୟା କରୁଥିବାରୁ ଉତ୍ପନ୍ନ ହେଉଥିବା ତାପ ହାଇଡ୍ରୋଜେନ୍‌କୁ ଜଳାଇବାକୁ ଯଥେଷ୍ଟ ହୁଏ, ଫଳରେ ନିଆଁ ଧରେ ।
  • ଉପରୋକ୍ତ ଦୁଇଟି ପ୍ରକ୍ରିୟା ତାପ ଉତ୍ପାଦୀ ଅଟେ ।

16. ଧାତବ ବିଜାରଣ ଓ କାର୍ବନ ବିଜାରଣ ଦ୍ଵୟ ସମୀକରଣ ସହ ଲେଖ ।
ଊ–
(i) ଧାତବ ବିଜାରଣ – ସୋଡ଼ିୟମ୍, କ୍ୟାଲସିୟମ୍ ଓ ଏଲୁମିନିୟମ୍ ଭଳି ଧାତୁ ବିଜାରକ ରୂପେ ବ୍ୟବହୃତ ହୁଏ, କାରଣ ଏମାନେ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ସେମାନଙ୍କର ଯୌଗିକରୁ ଅପସାରଣ କରେ ।
ମାଙ୍ଗାନିଜ୍ ଡାଇଅକ୍‌ସାଇଡ୍ ଏଲୁମିନିୟମ୍ ଗୁଣ୍ଡ ସହ ପ୍ରତିକ୍ରିୟା କଲେ ମାଙ୍ଗାନିଜ୍ ଧାତୁ ମିଳିଥାଏ ।
3MnO2(s) + 4Al(s) → 3Mn(l) + 2Ạl2O3(s) + ତାପ

(ii) କାର୍ବନ ବିଜାରଣ – ଜିଙ୍କ୍ ଅକ୍‌ସାଇଡ୍ ଭଳି ଧାତବ ଅକସାଇଡ୍ କାର୍ବନ ଗୁଣ୍ଡ ସହ ପ୍ରତିକ୍ରିୟା କରି ଧାତବ ଜିକୁ ବିଜାରିତ ହୁଏ ।
ZnO(s) + C(s) → Zn(s) + Ca(g)

17. ଧାତବ ସଲ୍‌ଫାଇଡ୍‌କୁ ବାୟୁରେ ଉତ୍ତପ୍ତ କଲେ ତରଳ ଧାତୁ ମିଳେ । ଧାତୁଟିର ନାମ,ଏହାର ଧାତୁପିଣ୍ଡ ଏବଂ କେଉଁ ପଦ୍ଧତିରେ ନିଷ୍କାସନ କରାଯାଏ ଲେଖ ।
ଉ-
ତରଳ ଧାତୁଟିର ନାମ ପାରଦ ।
HgSକୁ ରୋମିଂ ପ୍ରଣାଳୀରେ ଉତ୍ତପ୍ତ କଲେ ପାରଦ ମିଳେ ।
BSE Odisha 10th Class Physical Science Important Questions Chapter 3 img-20
ଏହି ରାସାୟନିକ ପ୍ରଣାଳୀର ନାମ ରୋମିଂ ।

18. କାହିଁକି Na ଓ Mgକୁ କାର୍ବନ ବିଜାରଣ କରିପାରେ ନାହିଁ ? Na ଓ Mg ମୁକ୍ତ ଅବସ୍ଥାରେ ମିଳିପାରନ୍ତି ନାହିଁ କାହିଁକି ?
ଉ –

  • Na ଓ Mg କାର୍ବନଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ । ତେଣୁ କାର୍ବନ Na ଓ Mgକୁ ବିଜାରଣ କରିପାରିବ ନାହିଁ ।
  • Na,Mg ପ୍ରତିକ୍ରିୟାଶୀଳତା ଅନୁକ୍ରମର ଶୀର୍ଷରେ ଅଛନ୍ତି, ତେଣୁ ଏମାନେ ଅଧ‌ିକ ପ୍ରତିକ୍ରିୟାଶୀଳ ।

19. ଏଫୋଟେରିକ୍ ଅକ୍‌ସାଇଡ୍ କ’ଣ ? ଏହି ଅକ୍‌ସାଇଡ୍‌ର ଦୁଇଟି ଉଦାହରଣ ଦିଅ ।
ଉ –

  • ଯେଉଁ ଧାତବ ଅକ୍‌ସାଇଡ୍ ଉଭୟ ଅମ୍ଳୀୟ ପ୍ରକୃତି ଓ କ୍ଷାରୀୟ ପ୍ରକୃତି ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଉଭୟଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ କୁହାଯାଏ ।
  • ଉଦାହରଣ– ଏଲୁମିନିୟମ୍‌ ଅକ୍‌ସାଇଡ୍ (Al2O2) ଏବଂ ଜିଙ୍କ୍ ଅକ୍‌ସାଇଡ୍ (ZnO) ଉଭୟଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ ଅଟନ୍ତି ।

20. ପ୍ଲାଟିନମ୍, ସୁନା ଓ ରୁପା ଗହଣା ତିଆରିରେ ବ୍ୟବହୃତ ହୁଏ କାହିଁକି ?

  • ପ୍ଲାଟିନମ୍, ସୁନା ଓ ରୁପା ସବୁଠାରୁ କମ୍ ପ୍ରତିକ୍ରିୟାଶୀଳ ଧାତୁ ଏବଂ ସହଜରେ ବାୟୁଦ୍ଵାରା କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ ।
  • ଏଗୁଡ଼ିକ ଅତି ନମନୀୟ, ତନ୍ୟ ଓ ଉଜ୍ଜ୍ଵଳ । ତେଣୁ ପ୍ଲାଟିନମ୍, ସୁନା ଓ ରୂପା ଗହଣା ତିଆରିରେ ବ୍ୟବହୃତ ହୁଏ ।

Leave a Comment