Odisha State Board BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ Important Questions and Answers.
BSE Odisha 10th Class Physical Science Important Questions Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ କେଉଁ ବୈଜ୍ଞାନିକ ଆବିଷ୍କାର କରିଥିଲେ ?
ଉ –
ଫାରାଡ଼େ
2. ଗୋଟିଏ ବିଦ୍ୟୁତ୍ ସ୍ରୋତଧାରୀ ଦୀର୍ଘ ଓ ସଳଖ ସଲେନଏଡ଼ର ଭିତର ଅଂଶରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର କ’ଣ ପରିବର୍ତ୍ତନ ଘଟିଥାଏ ?
ଉ –
ସବୁଠାରେ ସମାନ ରହେ
3. ବିଦ୍ୟୁତ୍ ପ୍ରବାହ ଉତ୍ପନ୍ନ କରିବା ପାଇଁ ବ୍ୟବହାର ହେଉଥିବା ସାଧନର ନାମ କ’ଣ ?
ଉ –
ଜେନେରେଟର
4. ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ କେଉଁ ଆକୃତି ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚାଏ ?
ଉ –
ତର୍ଜନ1
5. ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବରେ ଥିବା ଏକ ସଳଖ ପରିବାହୀରେ ବିଦ୍ୟୁସ୍ରୋତ ଜନିତ ବଳର ଦିଗ ନିର୍ଣ୍ଣୟ କରିବା ପାଇଁ ଫ୍ଲେମିଂଙ୍କ କେଉଁ ନିୟମଟି ବ୍ୟବହାର ହୁଏ ?
ଉ –
ଫ୍ଲେମିଙ୍କ ବାମହସ୍ତ୍ର ନିୟମ
6. ଜେନେରେଟର୍ର କେଉଁ ଅଂଶକୁ ବାହ୍ୟ ପରିପଥ ସହ ସଂଯୁକ୍ତ କରାଯାଏ ?
ଉ –
ବ୍ରସ୍
7. ଆମ ଦେଶରେ ନିଉଟ୍ରାଲ୍ ଓ ଫେଜ୍ ମଧ୍ଯରେ ପାର୍ଥକ୍ୟ କେତେ ?
ଉ –
220 V
8. ବାୟୁ ଶୀତଳକ ପାଇଁ କେତେ ଏମ୍ପିୟର୍ ଫ୍ୟୁଜ୍ ଲାଗେ ?
ଉ –
15 A
9. ବିଦ୍ୟୁତ୍ ପଙ୍ଖାର ରେଗୁଲେଟ୍ର ଯେଉଁ କାମ କରିଥାଏ, କେଉଁ ଉପକରଣଟି ବିଜ୍ଞାନାଗାରରେ ସେହି କାମ କରିଥାଏ ?
ଉ –
ରିଓଷ୍ଟାଟ୍
10. ଗୃହବିଦ୍ୟୁତ୍ ପରିପଥରେ ଲାଗିଥିବା ଏକ ହିଟର୍ କଏଲ୍କୁ ସମାନ ଦୁଇଭାଗରେ କାଟି ପ୍ରତ୍ୟେକ ଖଣ୍ଡକୁ ସେହିଠାରେ ପୁନଃ ସଂଯୋଗ କଲେ ପ୍ରତ୍ୟେକରେ ବିଦ୍ୟୁତ୍ ସ୍ରୋତର ପରିମାଣରେ କି ପରିବର୍ତ୍ତନ ହେବ ?
ଉ –
ଦୁଇଗୁଣ ହେବ
11. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥିବା ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ହସ୍ତ ନିୟମଦ୍ୱାରା ଜଣାଯାଏ ।
ଉ –
ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ
12. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ-ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ଆଡ଼କୁ ହେବ ?
ଉ –
ତଳକୁ
13. ଗୋଟିଏ ବୃତ୍ତାକାର ତାରର ବ୍ୟାସକୁ ଦୁଇଗୁଣ କଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା କେତେ ଗୁଣ ହେବ ?
ଉ –
\(\frac { 1 }{ 2 }\) ଗୁଣ
14. ଲମ୍ବ ଭାବରେ ସଳଖ ତାରରେ ବିଦ୍ୟୁତପ୍ରବାହ ହେଲେ ଚୁମ୍ବକୀୟ କ୍ଷେତ୍ରର ରେଖାଗୁଡ଼ିକ କ’ଣ ହୋଇଥାଏ ?
ଉ –
ସମକୈନ୍ଦ୍ରିକ ବୃତ୍ତକାର
15. ସଲେନଏଡ୍ ଭିତର ପଟରେ ଚୁମ୍ବକୀୟ କ୍ଷେତ୍ର ରେଖାଗୁଡ଼ିକର ଧର୍ମ କ’ଣ ?
ଉ –
ସରଳରେଖକ ଓ ପରସ୍ପର ସହ ସମାନ୍ତର
16. ଏକ ଇଲେକ୍ଟ୍ରନ୍ ଲମ୍ବ ଭାବରେ ଚୁମ୍ବକ କ୍ଷେତ୍ର ମଧ୍ୟକୁ ପ୍ରବେଶ କଲେ ଏହା ଉପରେ କାର୍ଯ୍ୟକାରୀ ବଳର ଦିଗରେ କି ପରିବର୍ତ୍ତନ ହେବ ?
ଉ –
ପୃଷ୍ଠ ଭିତରକୁ
17. ବିଦ୍ୟୁତ୍ ସ୍ରୋତର ଦିଗ ଓ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ଯରେ ସଂପର୍କ କ’ଣ ?
ଉ –
ପରସ୍ପର ପ୍ରତି ଲମ୍ବ
18. ବୃତ୍ତାକାର ତାରର ବ୍ୟାସ 3 ଗୁଣ କରିଦେଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର କି ପରିବର୍ତ୍ତନ ହେବ ?
ଉ –
\(\frac { 1 }{ 3 }\) ଗୁଣ
19. ଗୋଟିଏ ଯୁକ୍ତଚାର୍ଜ ବିଶିଷ୍ଟ କଣିକା ପଶ୍ଚିମକୁ ଗତି କରୁଥିବାବେଳେ ଏକ ଚୁମ୍ବକୀୟକ୍ଷେତ୍ରଦ୍ୱାରା ଉତ୍ତରକୁ ବିକ୍ଷେପିତ ହୁଏ, ଚୁମ୍ବକୀୟ କ୍ଷେତ୍ରର ଦିଗ କ’ଣ ହେବ ?
ଉ –
ଉପରକୁ ହେବ
20. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ସୂଚିତ କରେ ?
ଉ –
ପରିବାହୀର ଗତି
21. ମୋଟର୍ରେ କମ୍ୟୁଟେଟର୍ର କାର୍ଯ୍ୟ କ’ଣ ?
ଉ –
ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ
24. ଚୁମ୍ବକଟିଏ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳ ପ୍ରୟୋଗ କରେ ବୋଲି କେଉଁ
ଉ –
ଏମ୍ପିୟର୍
25. କୌଣସି ଜିନିଷକୁ ଛୁଇଁଲେ ଆମ ଶରୀରର ସ୍ନାୟୁକୋଷଦ୍ଵାରା ମାଂସପେଶୀରେ ଉତ୍ପନ୍ନ ହେଉଥିବା ଚୁମ୍ବକୀୟ କ୍ଷେତ୍ରର
ଉ –
10-12 ଗୁଣ
26. ପରିବାହୀ ଓ ଚୁମ୍ବକୀୟ କ୍ଷେତ୍ର ମଧ୍ୟସ୍ଥ କୋଣର ପରିମାଣ କେତେ ହେଲେ ଚୁମ୍ବକୀୟ କ୍ଷେତ୍ରରେ ଥିବା ପରିବାହୀରେ ବଳର ପରିମାଣ ଶୂନ ହେବ ?
ଉ –
180
27. ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ କ’ଣ କହନ୍ତି ?
ଉ –
କମ୍ୟୁଟେଟ୍
28. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କେଉଁ ବୈଜ୍ଞାନିକଙ୍କଦ୍ବାରା ଆବିଷ୍କୃତ ହୋଇଥିଲା ।
ଉ –
ଫାରାଡ଼େ
29. ଲୌହ ଖଣ୍ଡ ସହ ତାର କୁଣ୍ଡଳୀକୁ କ’ଣ କହନ୍ତି ?
ଉ –
ଆର୍ମେଚର୍
30. କେଉଁ ବୈଜ୍ଞାନିକଙ୍କଦ୍ୱାରା ସରଳ ଭୋଲ୍ଟୀୟ ସେଲ୍ ତିଆରି ହୋଇଥିଲା ।
ଉ –
ଭୋଲ୍ଟା
31. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କେଉଁ ବୈଜ୍ଞାନିକଙ୍କ ନାମରେ ନାମିତ ।
ଉ –
ହର୍ମ
32. ବିଦ୍ୟୁତ୍ ପ୍ରବାହ ଉତ୍ପନ୍ନ କରୁଥିବା ସାଧନର ନାମ କ’ଣ ?
ଉ –
ଜେନେରେଟର
33. ସଳଖ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କେତେ ?
ଉ –
0 Hz
34. ଭାରତରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ କେତେ ସେକେଣ୍ଡରେ ଥରେ ଦିଗ ପରିବର୍ତ୍ତନ କରେ ?
ଉ –
0.01
35. ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ଅନୁଯାୟୀ ମଧ୍ୟମା କରେ ?
ଉ –
ପ୍ରେରିତ ବିଦ୍ୟୁତ୍ ପ୍ରବାହ
36. ବିଦ୍ୟୁତ୍ ଜେନେରେଟର୍ରେ କେଉଁ ନିୟମ କାର୍ଯ୍ୟ କାହାର ଦିଗ ନିର୍ଦ୍ଦେଶ କରେ ।
ଉ –
ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ
37. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ପରିବର୍ତ୍ତନର ବ୍ୟବଧାନ କେତେ ?
ଉ –
ପ୍ରତି ଅର୍ବ ଘୂର୍ଣ୍ଣନ
38. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ଜାଣିବାପାଇଁ ଫ୍ଲେମିଙ୍କ କେଉଁ ହସ୍ତ ନିୟମ ସାହାଯ୍ୟ କରେ ?
ଉ –
ଦକ୍ଷିଣ ନିୟମ
39. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କାହାଦ୍ବାରା ଆବିଷ୍କୃତ ହୋଇଥିଲା ?
ଉ –
ମାଇକେଲ୍ ଫାରାଡ଼େ
40. କେଉଁ ବୈଜ୍ଞାନିକଙ୍କଦ୍ୱାରା ବିଦ୍ୟୁତ୍ ସ୍ରୋତର ପ୍ରଥମ ମନୁଷ୍ୟକୃତ ଉତ୍ସ ତିଆରି ହୋଇଥିଲା ?
ଉ –
ଭୋଲ୍ଟା
41. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ପଦ୍ଧତିରେ ଯାନ୍ତ୍ରିକ ଶକ୍ତିରୁ କେଉଁ ଶକ୍ତି ମିଳେ ?
ଉ –
ବିଦ୍ୟୁତ୍ ଶକ୍ତି
42. ପ୍ରେରିତ ବିଦ୍ୟୁତ୍ ପ୍ରବାହର ଧାରଣା କେଉଁ ବୈଜ୍ଞାନିକ ଦେଇଥିଲେ ?
ଉ –
ଫାରାଡ଼େ
43. ନରମ ଲୌହଖଣ୍ଡ ସହ କୁଣ୍ଡଳୀକୁ କ’ଣ କହନ୍ତି ?
ଉ –
ଆର୍ମେଚର୍
44. ଏସି ଜେନେରେଟର୍ରେ ବ୍ୟବହୃତ ବ୍ରଶ ସଂଖ୍ୟା କେତେ ?
ଉ –
2
45. ଏକ ଜେନେରେଟର୍ କ’ଣ ଘୂରାଏ ?
ଉ –
ଆର୍ମେରର କିମ୍ବା ଚୁମ୍ବକ
46. 2.5 KW ହିଟର 220 V ବିଭବାନ୍ତର ପରିବାହୀରେ କାର୍ଯ୍ୟକଲେ କେତେ ରେଟିଂ ହ୍ୟୁଜ୍ ବ୍ୟବହାର କରାଯିବ ?
ଉ –
13 A
47. ଆମ ଦେଶରେ ଫେଜ୍ ଓ ନିଉଟ୍ରାଲ୍ ମଧ୍ୟରେ ବିଭବାନ୍ତର କେତେ ଭୋଲ୍ଟ ?
ଉ –
220 V
48. ଗିଜର ପାଇଁ କେଉଁ ରେଟିଂର ଫ୍ୟୁଜ୍ ବ୍ୟବହାର କରାଯାଏ ?
ଉ –
15 A
49. ଯୋଗାଣ ତାରରେ ଲାଲ୍ରଙ୍ଗର ବିଦ୍ୟୁତ୍ରୋଧୀଦ୍ଵାରା ଆଚ୍ଛାଦିତ ତାରକୁ କ’ଣ କହନ୍ତି ?
ଉ –
ଲାଇଭ୍
50. ଭୂତାର କେଉଁ ରଙ୍ଗର ବିଦ୍ୟୁତ୍ରୋଧୀ ଦ୍ଵାରା ଆଚ୍ଛାଦିତ ଅଟେ ?
ଉ –
ସବୁଜ
51. ବିଦ୍ୟୁତ୍ ବଲ୍ବ ଓ ପଙ୍ଖା ଆଦି ଉପକରଣ ପାଇଁ କେତେ ରେଟିଂର ପରିପଥ ବ୍ୟବହାର କରାଯାଏ ?
ଉ –
5 A
52. ଘରେ ଲାଗିଥିବା ମିଟରଟି କେଉଁ ମିଟର ଅନ୍ତର୍ଭୂକ୍ତ ?
ଉ –
ୱାଟ୍ ମିଟର
53. 48 ୱାଟ୍ର ଏକ କାରର ହେଡ୍ଲାଇଟ୍ 12V ବ୍ୟାଟେରି ସହ ସଂଯୁକ୍ତ ହୋଇଛି । ଏଥିରେ କେତେ ରେଟିଂର ଫ୍ୟୁଜ୍ ଆବଶ୍ୟକ ?
ଉ –
5 A
54. ପରିପଥ ବିଚ୍ଛିନ୍ନ ପାଇଁ ଫ୍ୟୁଜ୍ ବଦଳରେ କ’ଣ ବ୍ୟବହୃତ ହେଉଛି ?
ଉ –
MCB
55. ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରରେଖା କିପରି ?
ଉ –
ସମକେନ୍ଦ୍ରିକ ବୃତ୍ତପରି
56. ନରମ ଲୁହାକୁ ସଲେନଏଡ଼ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ କେଉଁ ଚୁମ୍ବକରେ ପରିଣତ କରାଯାଏ ?
ଉ –
ବିଦ୍ୟୁତ୍ ଚୁମ୍ବକ
B ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରଥମ ସରଳ ଭୋଲଟୀୟ ସେଲ୍ ବୈଜ୍ଞାନିକ ………………. ତିଆରି କରିଥିଲେ ।
2. ବିଦ୍ୟୁତ୍ ପ୍ରବାହ ଓ ଚୁମ୍ବକତ୍ଵ ମଧ୍ଯରେ ବୈଜ୍ଞାନିକ ……………… ସମ୍ପର୍କ ସ୍ଥାପନ କରିଥିଲେ |
3. ଚୁମ୍ବକୀୟ କ୍ଷେତ୍ରର ତୀବ୍ରତାର ସେଗ୍ରାସେ ଏକକକୁ ……………. ବୋଲି କୁହାଯାଏ ।
4. ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥିବା ଅଞ୍ଚଳକୁ ………………. କ୍ଷେତ୍ର କହନ୍ତି ।
5. ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ ………………….. ଉପରେ ନିର୍ଭର କରେ ।
6. ଯେଉଁଠାରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ବେଶୀ ଲଗାଲଗି ହୋଇଥାଏ, ସେଠାରେ ଚୁମ୍ବକୀୟ କ୍ଷେତ୍ରର ……………… ଅଧିକ ହୋଇଥାଏ ।
7. ଚୁମ୍ବକୀୟ କ୍ଷେତ୍ର ଯେଉଁ ରାଶିଦ୍ୱାରା ପ୍ରକାଶ କରାଯାଏ, ତାହାର ଉଭୟ ପରିମାଣ ଓ …………………. ଥାଏ ।
8. ବିଦ୍ୟୁସ୍ରୋତର ଦିଗ ବିପରୀତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ………………… ହେବ ।
9. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ର ……………….. ଆକାରର ହୋଇଥାଏ ।
10. ଫ୍ୟୁଜ୍ …………… ଓ ……………….. ର ଏକ ମିଶ୍ରଧାତୁ ।
11. ସଳଖ ପରିବାହୀରେ ବିଦ୍ୟୁତ ପ୍ରବାହ ଯୋଗୁଁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରର ଦିଗ ………………….. ସାହାଯ୍ୟରେ ନିର୍ଣ୍ଣୟ କରାଯାଏ |
12. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମକୁ ………………… ନିୟମ ବୋଲି କହନ୍ତି ।
13. ବିଦ୍ୟୁତ୍ ପ୍ରବାହିତ ାରଠାରୁ ଦୂରତା ବଢ଼ିଲେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ………………….. |
14. ବିଦ୍ୟୁତ୍ ସ୍ରୋତର ଦିଗ ଓ ଚୁମ୍ବକୀୟ କ୍ଷେତ୍ରର ଦିଗ ପରସ୍ପର ………………… |
15. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ମଧ୍ୟମା ……………….. ର ଦିଗ ସୂଚାଏ ।
16. ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ …………………… ପରିବାଦ୍ଵାର ଗତିର ବିଖ ସୂଚାଏ |
17. ଫ୍ଲେମିଂଙ୍କ ବାମହସ୍ତ ନିୟମରେ …………………… ଅଙ୍ଗୁଳି ଚୁମ୍ବକ କ୍ଷେତ୍ରର ଦିଗ ଦର୍ଶାଏ ।
18. ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ ……………. କହନ୍ତି ।
19. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ……………….. ଆବିଷ୍କାର କରିଥିଲେ ।
20. କ୍ଷୀଣ ବିଦ୍ୟୁତ୍ ପ୍ରବାହର ସୂଚକ ଯନ୍ତ୍ରଟିର ନାମ ……………………….. |
21. ………………. ସାହାଯ୍ୟରେ ଚୁମ୍ବକୀୟ କ୍ଷେତ୍ରରେଖା ଜାଣିହୋଇଥାଏ ।
22. ଫ୍ଲେମିଂଙ୍କ ……………. ନିୟମ ସାହାଯ୍ୟରେ ବିଦ୍ୟୁତ୍ ଜେନେରେଟର କାର୍ଯ୍ୟ ପ୍ରଣାଳୀ ବୁଝିହୁଏ ।
23. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ତର୍ଜନୀ ……………… ର ଦିଗ ନିର୍ଦ୍ଦେଶ କରିବ ।
24. ………………… ପଦ୍ଧତି ବ୍ୟବହାର କରି ବିଦ୍ୟୁତ୍ ଜେନେରେଟର କାର୍ଯ୍ୟକରେ ।
25. ପ୍ରତି ଅର୍ଥଘୁର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ପରିବର୍ତ୍ତନ ଘଟି ଉତ୍ପନ୍ନ ହେଉଥିବା ବିଦ୍ୟୁତ୍ ସ୍ରୋତକୁ ………………….. କ ହନ୍ତି ।
26. ଜେନେରେଟର୍ରେ ସଳଖ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ପାଇଁ ………………… ଉପକରଣ ଲଗାଯାଏ ।
27. ଦୂର ସ୍ଥାନକୁ …………………. ବିଦ୍ୟୁତ୍ ସ୍ରୋତ କାର୍ଯ୍ୟ କରିଥାଏ ।
28. ଭାରତରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି ……………… |
29. ଆମ ଦେଶରେ ଲାଇଭ ଓ ନିଉଟ୍ରାଲ ମଧ୍ୟରେ ବିଭବାନ୍ତର ……………….. |
30. ଘରେ ଉପକରଣଗୁଡ଼ିକର ସଂଯୋଗ ………………. ଭାବେ ହୋଇଥାଏ ।
31. ଲାଇଭ ତାର ଓ ନିଉଟ୍ରାଲ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କଲେ …………………. ହୋଇଥାଏ ।
32. ଘରେ ଏକାଧ୍ଵକ ଉପକରଣକୁ ସଂଯୋଗ କଲେ ବିଦ୍ଯୁସ୍ରୋତର ପରିମାଣ ବଢ଼ିଗଲେ ଏହାକୁ ………………. କ ହନ୍ତି ।
33. ବିଦ୍ୟୁତ୍ ବଲ୍ବ, ପଙ୍ଖା ଆଦିରେ ………………. ରେଟିଂର ପରିପଥ ବ୍ୟବହାର କରାଯାଏ ।
34. ଭୂ-ତାର ……………………. ରଙ୍ଗର ବିଦ୍ୟୁତ୍ରୋଧୀ ଦ୍ଵାରା ଆଚ୍ଛାଦିତ ।
35. ଗିଜରପାଇଁ ………………… ରେଟିଂର ପରିପଥ ବ୍ୟବହାର କରାଯାଏ ।
36. ବିଦ୍ୟୁତ୍ ଜେନେରେଟର୍ରେ ……………… ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳେ ।
37. ବ୍ୟାଟେରୀ ……………….. ବିଦ୍ୟୁତ୍ ସ୍ରୋତର ଉତ୍ସ ।
38. ଦଣ୍ଡ ଚୁମ୍ବକର …………………. ଠାରେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ଅଧିକ ।
39. ସଲେନଏଡ୍ରେ ତାର କୁଣ୍ଡଳୀର ଘେର ସଂଖ୍ୟା ବୃଦ୍ଧିହେଲେ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା …………………. ହେବ ।
40. ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗର ପ୍ରତିବିମ୍ବ ପାଇବାପାଇଁ ଯେଉଁ ପଦ୍ଧତି ଅନୁସରଣ କରାଯାଏ ତାକୁ …………………. କ ହନ୍ତି ।
41. ବୈଜ୍ଞାନିକ ………………… ସରଳ ଭୋଲ୍ଟୀୟ ସେଲ୍ ତିଆରି କରିଥିଲେ ।
42. ‘ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ଚୁମ୍ବକ ଭଳି କାର୍ଯ୍ୟକରେ’ ଏହାକୁ …………………. ଆବିଷ୍କାର କରିଥିଲେ ।
43. କୌଣସି ଜିନିଷକୁ ଛୁଇଁଲେ ଆମ ଶରୀରର ସ୍ନାୟୁକୋଷଦ୍ଵାରା ମାଂସପେଶୀରେ ଉତ୍ପନ୍ନ ହେଉଥିବା ଚୁମ୍ବକୀୟ କ୍ଷେତ୍ରର …………….. ଗୁଣ ।
44. ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥିବା ଅଞ୍ଚଳକୁ ………………. କ ହନ୍ତି ।
45. ବିଦ୍ୟୁତ୍ ପ୍ରବାହ ଯୁକ୍ତ ତାରଠାରୁ ଦୂରତା ବଢ଼ିଲେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ……………. |
46. ………………. ଉପକରଣ ଦ୍ବାରା ବିଦ୍ୟୁତ୍ ସ୍ରୋତର ପରିମାଣ ବଦଳାଏ ।
47. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ତର୍ଜନୀ ………………. ର ଦିଗ ସୂଚାଏ ।
48. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି …………………… ର ଦିଗ ସୂଚାଏ ।
49. କ୍ଷୀଣ ବିଦ୍ୟୁତ୍ ମାପକ ଯନ୍ତ୍ରର ନାମ ……………….. ।
50. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା ……………….. ର ଦିଗ ସୂଚାଏ ।
Answer:
1. ଆଲେସାଣ୍ଟ୍ରୋ ଭୋଲ୍ଟା
2. ଓର୍ଷ୍ଟେଡ୍
3. ଓର୍ଷ୍ଟେଡ୍
4. ଚୁମ୍ବକୀୟ କ୍ଷେତ୍ର
5. କ୍ଷେତ୍ରରେଖାଗୁଡ଼ିକର ଘନତ୍ଵ
6. ସାମର୍ଥ୍ୟ
7. ଦିଗ
8. ବିପରୀତ
9. ସମକୌଦ୍ରିକ ବୃତ୍ତ
10. ସୀସା ଓ ଟିଣ
11. ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ
12. ମାକ୍ସୱେଲଙ୍କ କର୍କ
13. କମେ
14. ଲମ୍ବ
15. ବିଦ୍ୟୁତ୍ ସ୍ରୋତ
16. ବୃଦ୍ଧାଙ୍ଗୁଳି
17. ତର୍ଜନୀ
18. କମ୍ୟୁଟେଟ୍ର
19. ମାଇକେଲ୍ ଫାରାଡ଼େ
20. ଗାଲଭାନୋମିଟର
21. କମ୍ପାସ ସୂଚୀ
22. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ
23. ଚୁମ୍ବକୀୟ କ୍ଷେତ୍ର
24. ବିଦ୍ୟୁତ୍ ଚୁମ୍ବକୀୟ ପଦ୍ଧତି
25. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ
26. କମ୍ୟୁଟେଟ୍ର
27. ଏ.ସି.
28. 50 ତୂତ୍ସଁ
29. 220 V
30. ସମାନ୍ତରାଳ
31. ଲଘୁପଥନ
32. ଓଭରଲୋଡିଂ
33. 5 A
34. ସବୁଜ
35. 15 A
36. ଯାନ୍ତ୍ରିକ
37. ସଳଖ
38. ମେରୁ
39. ବୃଦ୍ଧି
40. ଚୁମ୍ବକୀୟ ଅନୁଦାନ ପ୍ରତିବିମ୍ବନ (MRI)
41. ଆଲେସାଣ୍ଡୋ ଭୋଲ୍ଟା
42. ଓରଷ୍ଟେଡ୍
43. 10-12
44. ଚୁମ୍ବକୀୟ କ୍ଷେତ୍ର
45. କମେ
46. ରିଓଷ୍ଟାଟ୍
47. ଚୁମ୍ବକୀୟ କ୍ଷେତ୍ରର ଦିଗ
48. ପରିବାହୀ ଉପରେ କାର୍ଯ୍ୟକାରୀ ବଳର ଦିଗ
49. ଗାଲଭାନୋମିଟର
50. ପ୍ରେରିତ ବିଦ୍ୟୁତ ପ୍ରବାହର ଦିଗ
C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।
1. ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ଅବିଚ୍ଛିନ୍ନ ଓ ମୁଦିତ ରେଖା ।
2. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମର ଅନ୍ୟନାମ ମାକ୍ସୱେଲ୍ଙ୍କ କର୍କ ନିୟମ ।
3. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପଶ୍ଚିମକୁ ଗତି କରୁଥିବାବେଳେ ଏକ ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ଦକ୍ଷିଣକୁ ହେବ ।
4. ବିଦ୍ୟୁତ୍ ଜେନେରେଟରରେ ବିଦ୍ୟୁତ୍ ଶକ୍ତି ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ ହୁଏ ।
5. ଗୃହ ବିଦ୍ୟୁତ୍ ପରିପଥରେ ଅଧିକ ବିଦ୍ୟୁତ୍ ପ୍ରବାହ ଦୂର କରିବାପାଇଁ ଆମିଂ ବ୍ୟବସ୍ଥା କରାଯିବା ଆବଶ୍ୟକ ।
6. ଗୋଟିଏ ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରୁଥିବା ଉପକରଣକୁ କମ୍ୟୁଟେଟର କହନ୍ତି ।
7. ବୈଜ୍ଞାନିକ ଫାରାଡ଼େ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଆବିଷ୍କାର କରିଥିଲେ ।
8. ଭାରତରେ ମିଳୁଥିବା ଏ.ସି. ବିଦ୍ୟୁତ୍ ପ୍ରବାହର ଆବୃତ୍ତି 100 ହର୍ସ ।
9. ଭାରତ ବର୍ଷରେ ଘରୋଇ ଯୋଗାଣରେ ବ୍ୟବହୃତ ବିଦ୍ୟୁତ୍ ବିଭବାନ୍ତର 220 V ।
10. ବ୍ୟାଟେରୀ ସାଧାରଣତଃ ସଳଖ ବିଦ୍ୟୁତ୍ ସ୍ରୋତର ଉତ୍ସ ଅଟେ ।
11. ଘରେ ଏକାଧିକ ଉପକରଣକୁ ସଂଯୋଗ କଲେ, ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଯିବାକୁ ଓଭର ଲୋଡ଼ି କହନ୍ତି ।
12. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃଦ୍ଧିକୁ ବୈଜ୍ଞାନିକ ଫାରାଡ଼େଙ୍କ ନାମ ଅନୁସାରେ ପ୍ରକାଶ କରାଯାଏ ।
13. ମୋଟରରେ ଲାଗିଥିବା ବ୍ରଶ୍ନଗୁଡ଼ିକ ତମ୍ବାରେ ନିର୍ମିତ ।
14. ଗାଲଭାନୋମିଟର ଜରିଆରେ ଲାଇଭ୍ ଓ ନିଉଟ୍ରାଲ୍ ତାର ଦୁଇଟି ମିଟର ବୋର୍ଡ଼କୁ ଆସେ ।
15. 1.25 KW ହିଟର୍ 220V ବିଭବାନ୍ତର ପରିବାହୀରେ କାର୍ଯ୍ୟ କଲେ 10A ରେଟିଂରେ ଫ୍ୟୁଜ୍ ବ୍ୟବହାର କରାଯିବ ।
16. ବିଦ୍ୟୁତ୍ ଖୁଣ୍ଟିରୁ ଘରକୁ ଆସିଥିବା ତାରକୁ ଯୋଗାଣ ତାର କୁହାଯାଏ ।
17. ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚୀ ଚୁମ୍ବକର ଉତ୍ତର ମେରୁର ଦିଗରୁ ଜଣାଯାଏ ।
18. ଦଣ୍ଡ ଚୁମ୍ବକର ଦକ୍ଷିଣ ମେରୁଠାରେ ଅଧ୍ବକ ଲୁହାଗୁଣ୍ଡ ଜମାହୁଏ ।
19. ଚୁମ୍ବକୀୟ କ୍ଷେତ୍ରରେ ତୀବ୍ରତାର C.G.S. ଏକକକୁ ଓମ୍ କୁହାଯାଏ ।
20. ବିଦ୍ୟୁତ୍ ସ୍ରୋତର ଦିଗ ଉତ୍ତରରୁ ଦକ୍ଷିଣ ଆଡ଼କୁ ପ୍ରବାହିତ ହେଲେ କମ୍ପାସ ସୂଚୀ ପୂର୍ବ ଦିଗକୁ ବିକ୍ଷେପିତ ହେବ ।
Answer:
1. ✓
2. ✓
3. x
4. x
5. ✓
6. ✓
7. ✔
8. x
9. ✓
10. ✓
11. ✔
12. x
13. x
14. x
15. ✔
16.✔
17.✔
18. x
19. x
20. ✓
D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଚୁମ୍ବକୀୟ କ୍ଷେତ୍ର କାହାକୁ କହନ୍ତି ?
ଉ-
ଚୁମ୍ବକର ପ୍ରଭାବ ଅନୁଭୂତ ହେଉଥିବା ଅଞ୍ଚଳକୁ ଚୁମ୍ବକୀୟ କ୍ଷେତ୍ର କହନ୍ତି ।
2. ଚୁମ୍ବକୀୟ କ୍ଷେତ୍ରର ଦିଗ କିପରି ଜାଣିବ ?
ଉ-
କମ୍ପାସ ସୂଚୀକୁ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରଖିଲେ ଉତ୍ତର ମେରୁ ଯେଉଁ ଦିଗକୁ ରହିବ ତାହା ଚୁମ୍ବକୀୟ କ୍ଷେତ୍ରର ଦିଗ ଜଣାଯାଏ ।
3. ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ କେଉଁଠାରେ ଅଧିକ ?
ଉ –
ଯେଉଁଠାରେ କ୍ଷେତ୍ରରେଖାଗୁଡ଼ିକ ବେଶୀ ଲଗାଲଗି ହୋଇଥାଏ ସେଠାରେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ ହୋଇଥାଏ ।
4. ଓରଷ୍ଟେଡ୍ଙ୍କ ସିଦ୍ଧାନ୍ତ ଲେଖ ।
ଉ –
ପ୍ରତ୍ୟେକ ବିଦ୍ୟୁତ୍ ପ୍ରବାହୀର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ।
5. ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମ କ’ଣ ?
ଉ –
ମନେକର ଯେଉଁ ତାରରେ ବିଦ୍ୟୁତ୍ ପ୍ରବାହ ହେଉଛି ତାକୁ ତୁମେ ଡାହାଣ ହାତରେ ଏମିତି ମୁଠାଇ ଧରିଛି ଯେ ବୁଢ଼ା ଆଙ୍ଗୁଳିଟି ବିଦ୍ୟୁତ୍ ପ୍ରବାହ ଦିଗରେ ତାର ସହ ସମାନ୍ତର ହୋଇ ଲମ୍ବିରହିଛି ଓ ଅନ୍ୟ ଆଙ୍ଗୁଳିଗୁଡ଼ିକ ତାର ଚାରିପଟେ ବଙ୍କାଇ ହୋଇ ଘେରି ରହିଛି । ଏହି ଆଙ୍ଗୁଳି ଗୁଡ଼ିକର ଟିପ ଯେଉଁ ବୃତ୍ତାକାର ଦିଗର ସୂଚନା ଦେଉଛି ତାହା ହେଉଛି ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ପରିବାହୀ ଜନିତ ଚୁମ୍ବକୀୟ କ୍ଷେତ୍ରର ଦିଗ ।
6. ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା କାହିଁକି ପରସ୍ପରକୁ ଛେଦ କରନ୍ତି ନାହିଁ ?
ଉ –
ଦୁଇଟି ଚୁମ୍ବକୀୟ କ୍ଷେତ୍ରରେଖା ପରସ୍ପରକୁ ଛେଦ କରନ୍ତି ନାହିଁ କାରଣ ଚୁମ୍ବକୀୟ କ୍ଷେତ୍ରର ଗୋଟିଏ ବିନ୍ଦୁରେ ଦୁଇଟି ଦିଗ ନାହିଁ । ଯଦି ଦୁଇଟି ବିନ୍ଦୁରେ ଛେଦ କରୁଥାନ୍ତା ତେବେ କମ୍ପାସ ସୂଚୀ ଏକ ସମୟରେ ଦୁଇଟି ଦିଗ ଦର୍ଶାନ୍ତା |
7. ସଲେନଏଡ୍ କାହାକୁ କହନ୍ତି ?
ଉ-
ବିଦ୍ୟୁତ୍ରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କୁହାଯ ଏ ।
8. ବିଦ୍ୟୁତ୍ ଚୁମ୍ବକ କାହାକୁ କହନ୍ତି ?
ଉ-
ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏପ୍ରକାର ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।
9. ଫ୍ଲେମିଂଙ୍କ ବାମହସ୍ତ ନିୟମ ଲେଖ ।
ଉ –
ବାମହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲିରଖ ଯେପରି ସେଗୁଡ଼ିକ ପରସ୍ପର ପ୍ରତିଲମ୍ବ ହୋଇ ରହିବେ । ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ୍ ସ୍ରୋତର ଦିଗ ସୂଚାଏ ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବୃଦ୍ଧାଙ୍ଗୁଳିଦ୍ୱାରା ନିର୍ଦ୍ଦେଶିତ ହେବ ।
10. ଆର୍ମେଚର କାହାକୁ କହନ୍ତି ?
ଉ-
ନରମ ଲୌହଖଣ୍ଡ ସହ ତାର କୁଣ୍ଡଳୀକୁ ଆର୍ମେଚର କହନ୍ତି ।
11. ମୋଟର୍ରେ ବିଖଣ୍ଡିତ ବଳୟର ଆବଶ୍ୟକତା କ’ଣ ?
ଉ –
ମୋଟର୍ରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍ର ପରିପଥରେ (ଆର୍ମେଚର୍ରେ) ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରେ । ଫଳରେ ଆର୍ମେଚରଟି ନିରବଚ୍ଛିନ୍ନ ଭାବରେ ଏକ ଦିଗରେ ଘୂରୁଥାଏ ।
12. ପ୍ରେରିତ ବିଭବାନ୍ତର କାହାକୁ କହନ୍ତି ?
ଉ –
ତାର କୁଣ୍ଡଳୀ ଓ ଚୁମ୍ବକ ମଧ୍ଯରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ଏକ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୋଇ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ । ଏହି ବିଭବାନ୍ତରକୁ ପ୍ରେରିତ ବିଭବାନ୍ତର କହନ୍ତି ।
13. ପ୍ରେରିତ ବିଦ୍ୟୁତ୍ ସ୍ରୋତ କାହାକୁ କହନ୍ତି ?
ଉ–
କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ଏକ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ । ଏହି ବିଭବନ୍ତର ଯୋଗୁଁ କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହିତ ହୁଏ । ଏହି ବିଦ୍ୟୁତ୍ ସ୍ରୋତକୁ ପ୍ରେରିତ ବିଦ୍ୟୁତ୍ ସ୍ରୋତ କହନ୍ତି ।
14. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କାହାକୁ କୁହାଯାଏ ?
ଉ –
ଗୋଟିଏ ପରିବାହୀ ସହ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ହେଲେ ଅନ୍ୟ ଏକ ପରିବାହୀରେ ପ୍ରେରିତ ବିଦ୍ୟୁତ୍ ସ୍ରୋତ ସୃଷ୍ଟି ହୁଏ । ଏହାକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କହନ୍ତି ।
15. ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କ’ଣ ?
ଉ –
ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପରିବାହୀର ଚାରିପଟେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ଅର୍ଥାତ୍ ତାହା ଚୁମ୍ବକ ଭଳି କାର୍ଯ୍ୟକରେ । ଏହି ପ୍ରଭାବକୁ ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ କହନ୍ତି ।
16. ବିଦ୍ୟୁସ୍ରୋତ ପ୍ରବାହିତ ପରିବାହୀରେ ଚୁମ୍ବକୀୟ କ୍ଷେତ୍ର ଅଛି ବୋଲି କିପରି ଜାଣିବ ?
ଉ–
ପରିବାହୀ ନିକଟରେ ଏକ କମ୍ପାସଟିଏ ରଖିଲେ କମ୍ପାସ ସୂଚୀ ବିକ୍ଷେପିତ ହେବ । ଏଥରୁ ଜାଣିବା ଯେ ପରିବାହୀ ଚାରିପାଖରେ
17. ସଲେନଏଡ୍ର ଭିତର ପାର୍ଶ୍ଵ ସମ ଚୁମ୍ବକୀୟ କ୍ଷେତ୍ର କାହିଁକି ?
ଉ –
ସଲେନଏଡ୍ର ଭିତର ପାର୍ଶ୍ଵରେ କ୍ଷେତ୍ରରେଖାଗୁଡ଼ିକ ସରଳ ରେଖ୍ ଓ ପରସ୍ପରସହ ସମାନ୍ତର । ତେଣୁ ସଲେନଏଡ୍ର ଭିତର ପାର୍ଶ୍ଵରେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।
18. ଏକ ବିଦ୍ୟୁତ୍ ଚୁମ୍ବକର ଚିତ୍ର ଅଙ୍କନ କର ।
ଉ –
19. ଆନ୍ଦ୍ର-ମ୍ୟାରୀ ଏମ୍ପିୟରଙ୍କ ତତ୍ତ୍ବ କ’ଣ ?
ଉ –
ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟର ଦର୍ଶାଇଥିଲେ ଯେ ବିଦ୍ୟୁତ୍ ପରିବାହୀଦ୍ୱାରା ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରରେ ଚୁମ୍ବକଟି ରହିଲେ ଚୁମ୍ବକଟି ମଧ୍ୟ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳ ପ୍ରୟୋଗ କରିବ ।
20. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କିପରି ସୃଷ୍ଟି ହୁଏ ?
ଉ –
ପରିବାହୀ ନିକଟରେ ଚୁମ୍ବକର ଗତିଯୋଗୁଁ କିମ୍ବା ଚୁମ୍ବକ ନିକଟରେ ପରିବାହୀର ଗତିଯୋଗୁଁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ସୃଷ୍ଟି ହୋଇଥାଏ ।
21. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଓ ତର୍ଜନୀ କାହାର ଦିଗ ସୂଚାଏ ?
ଉ –
ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ସୂଚାଏ । ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା ତାର ଗତିର ଦିଗ ବୃଦ୍ଧାଙ୍ଗୁଳି ଦ୍ଵାରା ନିର୍ଦ୍ଦେଶିତ ହେବ ।
22. ସଳଖ ବିଦ୍ୟୁତ୍ ସ୍ରୋତ କ’ଣ ?
ଉ—
ଦିଗ ବଦଳାଉନଥିବା ବିଦ୍ୟୁତ୍ ପ୍ରବାହକୁ ସଳଖ ବିଦ୍ୟୁତ୍ ସ୍ରୋତ କହନ୍ତି ।
23. ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ କାହାକୁ କହନ୍ତି ?
ଉ–
ସମାନ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରୁଥିବା ବିଦ୍ଯୁସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ କହନ୍ତି ।
24. ଫ୍ଲେମିଂଙ୍କୁ ଦକ୍ଷିଣ ହସ୍ତ ନିୟମ ଲେଖ ।
ଉ-
ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ଯମାକୁ ଏପରି ଖୋଲିରଖ ଯେପରିକି ସେଗୁଡ଼ିକ ପରସ୍ପର ପ୍ରତି ସମକୋଣରେ ରହିବେ । ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ବୃଦ୍ଦାଙ୍ଗୁଳି ପରିବାହୀର ଗତିର ଦିଗ ନିର୍ଦ୍ଦେଶକଲେ ମଧ୍ୟମା ପ୍ରେରିତ ବିଦ୍ୟୁତ୍ ପ୍ରବାହର ସୃଷ୍ଟିର ଦିଗ ନିର୍ଦ୍ଦେଶ କରିବ ।
25. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ତର୍ଜନୀ କାହାର ଓ ମଧ୍ୟମା କାହାର ଦିଗ ସୂଚାଏ ?
ଉ-
ତର୍ଜନୀ- ଚୁମ୍ବକୀୟ କ୍ଷେତ୍ର, ମଧ୍ୟମା – ପ୍ରେରିତ ବିଦ୍ୟୁତ୍ ପ୍ରବାହ
26. ବିଦ୍ୟୁତ୍ ଜେନେରେଟର୍ର କାହାକୁ କହନ୍ତି ?
ଉ –
ଯେଉଁ ଉପକରଣ ସାହାଯ୍ୟରେ ଯାନ୍ତ୍ରିକ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହୁଏ, ତାକୁ ବିଦ୍ୟୁତ୍ ଜେନେରେଟର କହନ୍ତି ।
27. ବିଦ୍ୟୁତ୍ ଜେନେରେଟର୍ର ମୂଳତତ୍ତ୍ଵ କ’ଣ ?
ଉ –
ମଧ୍ୟରେ ଘୁରାଇଲେ କ୍ଷେତ୍ରରେଖାର ମାନ ପରିବର୍ତ୍ତନ ହୋଇ କୁଣ୍ଡଳୀ ମଧ୍ୟରେ ପ୍ରେରିତ ବିଦ୍ୟୁତ୍ ପ୍ର ିନ୍ଦ ସୃଷ୍ଟି ହୁଏ ।
28. ଦୁଇ ପ୍ରକାରର ବିଦ୍ୟୁତ୍ ଜେନେରେଟର୍ର ନାମ ଲେଖ ।
ଉ-
ଏ.ସି. ଜେନେରେଟର, ଡି.ସି. ଜେନେରେଟର୍ ।
29. ଏସି ଜେନେରେଟର୍ କାହାକୁ କହନ୍ତି ?
ଉ –
ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ କରୁଥିବା ଜେନେରେଟର୍କୁ ଏସି ଜେନେରେଟର୍ କହନ୍ତି ।
30. ଡି. ସି. ଜେନେରେଟର୍ କାହାକୁ କହନ୍ତି ?
ଉ –
ଯେଉଁ ଜେନେରେଟର୍ ସଳଖ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ କରେ ସେହି ଜେନେରେଟର୍କୁ ଡି.ସି. ଜେନେରେଟର୍ କହନ୍ତି ।
31. ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କାହାକୁ କହନ୍ତି ?
ଉ –
ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ତାର ବା ମାଟିତଳେ କେବଦ୍ୱାରା ଯେଉଁ ଦୁଇଟି ତାର ଘରକୁ ଆସିଥାଏ । ତାହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କୁହାଯାଏ ।
32. ଭୂ-ତାର କାହାକୁ କହନ୍ତି ?
ଉ–
ଘରେ ଫେଜ୍ତାର ଓ ନିଉଟ୍ରାଲ ତାର ସାଙ୍ଗକୁ ବ୍ୟବହୃତ ହେଉଥିବା ତୃତୀୟ ତାରକୁ ଭୂ-ତାର କୁହାଯାଏ ।
33. ଫ୍ୟୁଜ୍ର କାର୍ଯ୍ୟ ପଦ୍ଧତି ଲେଖ
ଉ-
ଫ୍ୟୁଜ୍ ବିଭିନ୍ନ ଉପକରଣ ଓ ପରିପଥକୁ ଅତ୍ୟଧ୍ଵ ବିଦ୍ୟୁତ୍ ପ୍ରବାହ ଜନିତ କ୍ଷତିରୁ ରକ୍ଷାକରେ ।
34. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ଦର୍ଶାଏ ।
ଊ–
(i) ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମରେ ବୃଦ୍ଧାଙ୍ଗୁଳି ବିଦ୍ୟୁତ୍ ସ୍ରୋତର ଦିଗ ନିର୍ଦ୍ଦେଶ କରେ ।
35. ବିଦ୍ୟୁତ୍ ପ୍ରବାହିତ ହେଉଥିବା ପରିପଥ ନିକଟରେ ଏକ କମ୍ପାସ ସୂଚୀ ରଖୁଲେ ତାହାର ବିକ୍ଷେପଣ କାହା ଉପରେ ନିର୍ଭର କରେ ?
ଉ—
ବିଦ୍ୟୁତ୍ ପ୍ରବାହିତ ହେଉଥିବା ପରିପଥ ନିକଟରେ ଏକ କମ୍ପାସ ସୂଚୀ ରଖୁଲେ ତାହାର ବିକ୍ଷେପଣ ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ଓ ବିଦ୍ୟୁତ୍ ସ୍ରୋତ ଉପରେ ନିର୍ଭର କରେ ।
36. ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥିବା ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ନିୟମଦ୍ୱାରା ଜଣାଯାଏ ?
ଉ–
ଏକ ସଳଖ ପରିବାହୀରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ସୃଷ୍ଟି ହେଉଥିବା ଚୁମ୍ବକୀୟ କ୍ଷେତ୍ରର ଦିଗ ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ନିୟମଦ୍ୱାରା ଜଣାଯାଏ ।
37. ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ୱାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ କେଉଁ ଆଡ଼କୁ ହେବ ?
ଉ –
ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ପୂର୍ବକୁ ଗତିକରି ଚୁମ୍ବକୀୟ କ୍ଷେତ୍ରଦ୍ଵାରା ଉତ୍ତରକୁ ବିକ୍ଷେପିତ ହେଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ତଳଆଡ଼କୁ ହେବ ।
38. ଫ୍ଲେମିଂଙ୍କ ବାମହସ୍ତ ନିୟମ ନିମ୍ନୋକ୍ତ କେଉଁ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ?
ଊ–
ଫ୍ଲେମିଂଙ୍କ ବାମହସ୍ତ ନିୟମ ବୈଦ୍ୟୁତିକ ମୋଟର କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ।
39. ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି କାହାର ଦିଗ ସୂଚିତ କରେ ?
ଉ–
ଫ୍ଲେମିଂଙ୍କ ବାମହସ୍ତ ନିୟମରେ ବୃଦ୍ଧାଙ୍ଗୁଳି ପରିବାହୀର ଗତିର ଦିଗ ସୂଚିତ କରେ ।
40. ମୋଟର୍ ଘୂର୍ଣ୍ଣନ ବେଗ କାହା ଉପରେ ନିର୍ଭର କରେ ନାହିଁ ?
ଉ –
ମୋଟର୍ ଘୂର୍ଣ୍ଣନ ବେଗ ବିଦ୍ୟୁତ୍ ପ୍ରବାହର ଦିଗ ଉପରେ ନିର୍ଭର କରେ ନାହିଁ ।
F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ଦକ୍ଷିଣହସ୍ତର ବୃଦ୍ଧାଙ୍ଗୁଳି ନିୟମ : ଚୁମ୍ବକୀୟ କ୍ଷେତ୍ରର ଦିଗ :: ଫ୍ଲେମିଂଙ୍କ ବାମହସ୍ତ ନିୟମର ତର୍ଜନୀ : …………………… |
2. ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟକ୍ଷେତ୍ର : ଓର୍ଷ୍ଟେଡ୍ :: ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ : …………………… |
3. ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତି : ମୋଟର୍ :: ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି : …………………….. |
4. ବିଦ୍ୟୁତ୍ ପ୍ରବାହର ଦିଗ : ମଧ୍ୟମା :: ବଳର ଦିଗ ………………………….. |
5. ଡି.ସି. ଜନିତ୍ର : ସଳଖ ବିଦ୍ୟୁତ୍ :: ଏ.ସି. ଜନିତ୍ର : ……………….. |
6. ଡି.ସି. ଜେନେରେଟର୍ : ବିଖଣ୍ଡିତ ବଳୟ :: ଏ.ସି. ଜନିତ୍ର : …………………… |
7. ଫ୍ଲେମିଂଙ୍କ ବାମହସ୍ତ ନିୟମ : ମୋଟର୍ :: ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ: …………………. |
8. ସିଧା ତାର : ସମକୈନ୍ଦ୍ରିକ ବୃତ୍ତାକାର ବଳରେଖା :: ତାର କୁଣ୍ଡଳୀ ……………….. |
9. ସଳଖ ବିଦ୍ୟୁତ୍ ସ୍ରୋତ : ଏକଦିଗ :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ : ……………………… |
10. ଫେଜ୍ର : ଲାଲ୍ :: ନିଉଟ୍ରାଲ ତାର : ……………….. |
11. ଘରର ବିଦ୍ୟୁତ୍ ଉପକରଣ : ସମାନ୍ତରାଳ ସଂଯୋଗ :: ବିବାହ ଉତ୍ସବରେ ରଙ୍ଗିନ୍ ବଲ୍ବ : ………………… |
12. ଗିଜର : 15A :: ବିଦ୍ୟୁତ୍ ବଲ୍ସବ : …………………….. |
13. ଲାଇଭ ଲାଇନ୍ : ପଜିଟିଭ :: ନିଉଟ୍ରାଲ ଲାଇନ୍ : …………………… |
14. AC ପରିବହନ : କମ୍ ଖର୍ଚ୍ଚ : DC ପରିବହନ : …………………… |
15. ସଳଖ ବିଦ୍ୟୁତ୍ : DC ଜେନେରେଟର :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ …………………… |
16. ଅଙ୍ଗାରକ ବ୍ରଶ : B1B2 :: ସ୍କ୍ରିପ୍ ବଳୟ : ……………………… |
17. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା : ପ୍ରେରିତ ବିଦ୍ୟୁତ୍ ପ୍ରବାହ :: ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମରେ ମଧ୍ୟମା : ……………………. |
18. ଆଲସାନ୍ଦ୍ରୋ ଭୋଲ୍ଟା : ପ୍ରଥମ ମନୁଷ୍ୟକୃତ ବିଦ୍ୟୁତ୍ ଉତ୍ସ :: ମାଇକେଲ୍ ଫାରାଡେ : ………………….. |
19. ମାଇକେଲ୍ ଫାରାଡ଼େ : 1831 :: ଆସାନ୍ଦ୍ରା ଭୋଲ୍ଟା : ………………….. |
20. ଚୁମ୍ବ ବାହାରେ : ଉତ୍ତରରୁ ଦକ୍ଷିଣ :: ଚୁମ୍ବକ ଭିତରେ : ………………. |
21. କ୍ଷେତ୍ରରେଖାଗୁଡ଼ିକ ଲାଗିଲାଗି : ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ :: କ୍ଷେତ୍ରରେଖାଗୁଡ଼ିକ ମଧ୍ୟରେ ଦୂରତା ଅଧ୍ଵ : …………………… |
22. ସମମେରୁ : ବିକର୍ଷଣ :: ବିଷମ ମେରୁ : …………………….. |
23. ଡି.ସି. ଜେନେରେଟର୍ : ବିଖଣ୍ଡିତ ବଳୟ :: ଏ.ସି. ଜେନେରେଟର୍ : …………………….. |
24. ବିଦ୍ୟୁତ୍ ପ୍ରବାହର ଦିଗ : ମଧମ :: ବଳର ଦିଗ : ………………….. |
25. ଡି.ସି. ଜନିତ୍ର : ସଳଖ ବିଦ୍ୟୁତ୍ ସ୍ରୋତ :: ଏ.ସି. ଜନିତ୍ର : ……………. |
26. କମ୍ୟୁଟେଟ୍ର : ବିଖଣ୍ଡିତ ବଳୟ :: ଆର୍ମେଚର୍ : ………………………… |
27. ସଳଖ ବିଦ୍ୟୁତ୍ ସ୍ରୋତ : ଏକ ଦିଗ :: ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ପ୍ରବାହ : …………………… |
Answer:
1. ଚୁମ୍ବକୀୟ କ୍ଷେତ୍ରର ଦିଗ
2. ଫାରାଡ଼େ
3. ଜେନେରେଟର
4. ବୃଦ୍ଧାଙ୍ଗୁଳି
5. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍
6. ସ୍କ୍ରିପ୍ରବଳୟ
7. ଜେନେରେଟର
8. ଦଣ୍ଡ ଚୁମ୍ବକର ବଳରେଖା ସଦୃଶ
9. ପ୍ରତ୍ୟେକ ଅର୍ଶଘୂର୍ଣ୍ଣନରେ ଦିଗ ପରିବର୍ତ୍ତନ
10. କଳା
11. ପଙ୍କ୍ତି ସଂଯୋଗ
12. 5 A
13. ନେଗେଟିଭ
14. ଅଧ୍ବକ ଖର୍ଚ୍ଚ
15. A.C. ଜେନେରେଟର୍
16. R1R2
17. ବିଦ୍ୟୁତ୍ ପ୍ରବାହର ଦିଗ
18. ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ
19. 1800
20. ଦକ୍ଷିଣରୁ ଉତ୍ତର
21. ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ କମ୍
24. ବୃଦ୍ଧାଙ୍ଗୁଳି
22. ଆକର୍ଷଣ
23. ସ୍କ୍ରିପ୍ ବଳୟ
25. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ
26. ତାରକୁଣ୍ଡଳୀ
27. ପ୍ରତ୍ୟେକ ଅର୍ଥ ଘୂର୍ଣ୍ଣନ ଦିଗର ପରିବର୍ତ୍ତନ
SUBJECTIVE TYPE QUESTIONS WITH ANSWERS
1. A.C. ଓ D.C. କହିଲେ କ’ଣ ବୁଝ ? D.C. ଅପେକ୍ଷା A.C. କାହିଁକି ଅଧ୍ବକ ଉପଯୋଗୀ ? A.C. ଜେନେରେଟର ଓ D.C. ଜେନେରେଟର ମଧ୍ଯରେ ପାର୍ଥକ୍ୟ ଦର୍ଶାଅ । 2kWର ଏକ ହିଟର ପାଇଁ 10A ଫ୍ୟୁଜ୍ ବ୍ୟବହୃତ ହୁଏ ଏବଂ 220V ବିଦ୍ୟୁତ୍ ବିଭବାନ୍ତର ପରିପଥ ସହ ସଂଯୁକ୍ତ ହେଲେ ଫ୍ୟୁଜ୍ ତରଳିବ କି ନାହିଁ ବୁଝାଅ ।
ଉ –
- A.C.– ଯେଉଁ ବିଦ୍ୟୁତ୍ ଏକ ନିର୍ଦ୍ଦିଷ୍ଟ ଅନ୍ତରରେ ଦିଗ ବଦଳାଏ ତାହାକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ ବା A.C. କ ହନ୍ତି ।
D.C. – ଯେଉଁ ବିଦ୍ୟୁତ ସ୍ରୋତ ଆଦୌ ଦିଗ ବଦଳାଏ ତାକୁ D.C. କହନ୍ତି । - ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ବା A.C. ଘରୋଇ ବ୍ୟବହାର ପାଇଁ ଅଧିକ ଉପଯୋଗୀ । ଦୂରସ୍ଥାନକୁ ଏ.ସି. ପରିବହନରେ ଡି.ସି. ପରିବହନ ତୁଳନାରେ କମ୍ ଶକ୍ତି ନଷ୍ଟ ହୁଏ ।
A.C. ଜେନେରେଟର ଓ D.C. ଜେନେରେଟର ମଧ୍ୟରେ ପାର୍ଥକ୍ୟ :
- A.C. ଜେନେରେଟରରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ଉତ୍ପନ୍ନ ହେଉଥିବାବେଳେ D.C. ଜେନେରେଟରରେ ସଳଖ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
- A.C. ଜେନେରେଟରରେ ରିଙ୍ଗ ବଳୟ ବ୍ୟବହୃତ ହେଲାବେଳେ D.C ଜେନେରେଟରରେ ବିଖଣ୍ଡିତ ବଳୟ ବା କମ୍ୟୁଟେଟରରେ ବ୍ୟବହୃତ ହୁଏ ।
- A.C. ଜେନେରେଟରରୁ ଉତ୍ପନ୍ନ ବିଦ୍ୟୁତ୍ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରୁଥିବାବେଳେ D.C. ଜେନେରେଟରରୁ ଉତ୍ପନ୍ନ ବିଦ୍ୟୁତ୍ ସ୍ରୋତର ଦିଗ ନିର୍ଦ୍ଦିଷ୍ଟ ଥାଏ ।
- ଦୂରସ୍ଥାନକୁ A.C. ପରିବହନରେ D.C. ଅପେକ୍ଷା କମ୍ ଶକ୍ତି ନଷ୍ଟ ହୁଏ ।
P = 2kW = 2000 W, V = 220 V
P = VI, I = \(\frac { P }{ V }\) = \(\frac { 2000 }{ 220 }\) = 9.09 A
∴ ଫ୍ୟୁଟି ତରଳିବ ନାହିଁ ।
2. ଭୂ-ତାର କ’ଣ ? ପରିପଥ ସଂଯୋଗ ପ୍ରଣାଳୀ କ’ଣ ଲେଖ । ଫ୍ୟୁଜ୍ ଲଘୁପଥନ ଓଭରଲୋଡ କ’ଣ ବୁଝାଅ । ଏକ ଗୃହ ବିଦ୍ୟୁତ୍ ପରିପଥର ଚିତ୍ର ଅଙ୍କନ କର ।
ଉ –
- ଏହା ସବୁଜ ବର୍ଣ୍ଣର ବିଦ୍ୟୁତ୍ରୋଧୀ ଦ୍ଵାରା ଆଚ୍ଛାଦିତା |
- ଏହାର ଗୋଟିଏ ପ୍ରାନ୍ତ ଏକ ଧାତବ ଫଳକ ସହ ସଂଯୁକ୍ତ ହୋଇଥାଏ, ଯାହା ଘର ବାହାରେ ମାଟିରେ ଗହୀରେଇ ପୋତି ଦିଆଯାଏ । ଅନ୍ୟପ୍ରାନ୍ତଟି ବିଦ୍ୟୁତ୍ ଉପକରଣ ଧାତବ ଖୋଳ ସହ ଯୋଡ଼ି ଦିଆଯାଏ ।
- ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲି ଆସେ ତାହା ଭୂ-ତାର ଯୋଗେ ମାଟିକୁ ଚାଲିଯାଏ ଏବଂ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ । ଏହି କାରଣରୁ ବୈଦ୍ୟୁତିକ ଇସ୍ତ୍ରୀ, ଟୋଷ୍ଟର, ରେଫ୍ରିଜେରେଟର ଆଦି ଉପକରଣ ଧାତବ ଖୋଳକୁ ଭୂ-ତାର ସଂଲଗ୍ନ କରାଯାଇଥାଏ ।
ପରିପଥ ସଂଯୋଗ ପ୍ରଣାଳୀ
- ପ୍ରତି ପରିପଥରେ ପୃଥକ୍ ଭାବେ ବିଭିନ୍ନ ବିଦ୍ୟୁତ୍ ଉପକରଣ ଲାଇଭ ଓ ନିଉଟ୍ରାଲ ତାର ମଧ୍ଯରେ ସଂଯୋଗ କରାଯାଏ ।
- ପ୍ରତି ଉପକରଣ ପାଇଁ ଏକ ସ୍ବତନ୍ତ୍ର (ON/OFF) ସୁଇଚ୍ ରହିଥାଏ । ଏହା ସାହାଯ୍ୟରେ ଉପକରଣକୁ ବିଦ୍ୟୁତ୍ ଯୋଗାଣ କରାଯାଏ ବା ବନ୍ଦ କରାଯାଏ ।
- ସବୁ ଉପକରଣ ପାଇଁ ସମାନ ବିଦ୍ୟୁତ୍ ବିଭବାନ୍ତର ରଖୁବା ସକାଶେ ସେଗୁଡ଼ିକର ସମାନ୍ତରାଳ ସଂଯୋଗ କରାଯାଏ ।
3. ସଲେନଏଡ୍ କ’ଣ ? ଚିତ୍ର ସହ ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ରର ପ୍ରକୃତି ଲେଖ । ଚୁମ୍ବକୀୟ କ୍ଷେତ୍ରର ପରିମାଣ କାହା ଉପରେ ନିର୍ଭର କରେ ? ବିଦ୍ୟୁତ୍ ଚୁମ୍ବକ କାହାକୁ କହନ୍ତି ?
ଉ –
ସଲେନଏଡ୍ : ବିଦ୍ୟୁତ୍ ରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ କୁଣ୍ଡଳୀକୁ ସଲେନଏଡ୍ କୁହାଯାଏ ।
ପ୍ରକୃତି :
- ସଲେନଏଡ଼ରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଏକ ଦଣ୍ଡ ଚୁମ୍ବକ ପରି କାର୍ଯ୍ୟ କ
- ବିଦ୍ୟୁତ୍ ରୋଧୀ ସଲେନଏଡ୍ ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟପ୍ରାନ୍ତଟି ଦକ୍ଷିଣ ମେରୁ ଭଳି କାର୍ଯ୍ୟକରେ ।
- ସଲେନଏଡ୍ ଭିତରପଟର ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।
ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା :
- ପରିବାହୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଲେ ସମ୍ପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିମାଣ ବଢ଼େ ।
- ଗୋଟିଏ କୁଣ୍ଡଳୀରେ n ସଂଖ୍ୟକ ଘର ରହିଲେ ନିର୍ଦ୍ଦିଷ୍ଟ ବିଦ୍ୟୁତ ସ୍ରୋତ ପାଇଁ ଚୁମ୍ବକୀୟ ପରିମାଣ ଘେର ତୁଳନାରେ n ଗୁଣ ହେବ ।
ବିଦ୍ୟୁତ୍ ଚୁମ୍ବକ :
ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକତ୍ଵକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।
4. ଗୋଟିଏ ବୈଦ୍ୟୁତିକ ମୋଟର୍ର ନାମାଙ୍କିତ ଚିତ୍ର ଅଙ୍କନ କରି ଏହାର ନିୟମ ଓ କାର୍ଯ୍ୟପ୍ରଣାଳୀ ବୁଝାଅ । କିମ୍ବା, ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁସାରେ ମୋଟର୍ କିପରି କାର୍ଯ୍ୟ କରେ ନାମାଙ୍କିତ ଚିତ୍ର ସହ ବର୍ଣ୍ଣନା କର ।
ଉ –
ବୈଦ୍ୟୁତିକ ମୋଟର୍ ଏକ ଘୂର୍ଣାୟମାନ ଯନ୍ତ୍ର । ଏହା ବିଦ୍ୟୁତ୍ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ କରେ ।
ନିୟମ – ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଉପରେ ମୋଟର୍ ପର୍ଯ୍ୟବସିତ ପର୍ଯ୍ୟବସିତ । ଗୋଟିଏ ଆୟତଘନାକାର ବିଦ୍ୟୁତ୍ ପ୍ରବାହୀ ପରିବାହୀକୁ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରଖିଲେ ଉଭୟ ଚୁମ୍ବକୀୟ କ୍ଷେତ୍ର ଓ ବିଦ୍ୟୁତପ୍ରବାହୀ ପରିବାହୀ ପରସ୍ପରକୁ ପ୍ରଭାବିତ କରନ୍ତି । ଫଳରେ ପରିବାହୀ ଉପରେ ଏକ ବଳ କାର୍ଯ୍ୟକାରୀ ହୋଇଥାଏ । ଏହି ବଳ ପ୍ରଭାବରେ ପରିବାହୀଟି ଗତିଶୀଳ ହୋଇଥାଏ ।
କାର୍ଯ୍ୟପ୍ରଣାଳୀ :
- ବ୍ୟାଟେରୀରୁ ବିଦ୍ୟୁତ୍ ସ୍ରୋତ ବ୍ରଶ X ମାଧ୍ୟମରେ କୁଣ୍ଡଳୀ ABCD ମଧ୍ୟରେ ପ୍ରବେଶ କରେ ଓ Y ମାଧ୍ଯମରେ କୁଣ୍ଡଳୀ ମଧ୍ୟରୁ ପ୍ରସ୍ଥାନ କରିଥାଏ ।
- ବିଦ୍ୟୁତ୍ ସ୍ରୋତ ବାହୁ AB ରେ A ରୁ B ଆଡ଼କୁ ଓ ବାହୁ CD ରେ C ରୁ D ଆଡ଼କୁ ପ୍ରବାହିତ ହୋଇଥାଏ ।
- ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁସାରେ AB ଉପରେ କାର୍ଯ୍ୟକାରୀ ହେଉଥିବା ବଳ ଏହାକୁ ତଳଆଡ଼କୁ ଠେଲୁଥିବାବେଳେ CD ଉପରେ କାର୍ଯ୍ୟକାରୀ ହେଉଥିବା ବଳ ଏହାକୁ ଉପରକୁ ଠେଲିଥାଏ ।
- କୁଣ୍ଡଳୀ ଓ ଅଖ ଗୋଟିଏ ଅକ୍ଷ ଚାରିପଟେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୂରିଥାଏ ।
- ଅର୍ଶଘୂର୍ଣ୍ଣନ ହେବା ପରେ ( ବ୍ରଶ X ସହ ଓ P ବ୍ରଶ Y ସହ ଲାଗିବ ।
- କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ଦିଗ ବିପରୀତ ହୋଇ DCBA ଦିଗରେ ପ୍ରବାହିତ ହୋଇଥାଏ ।
- (vii) ବିଦ୍ୟୁତ୍ ସ୍ରୋତର ଦିଗର ପରିବର୍ତ୍ତନ AB ଓ CD ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ପରିବର୍ତ୍ତନ କରେ । ପୂର୍ବରୁ ତଳକୁ ଯାଉଥବା AB ବର୍ତ୍ତମାନ ଉପରକୁ ଉଠିବ ଏବଂ ପୂର୍ବରୁ ଉପରକୁ ଉଠୁଥିବା CD ବର୍ତ୍ତମାନ ତଳକୁ ଖସିବ ।
- (viii) କୁଣ୍ଡଳୀ ଓ ଅଖ ଏକାଦିଗରେ ଆଉ ଏକ ଅର୍ଶଘୂର୍ଣ୍ଣନ କରିବ ।
- (ix) ପ୍ରତି ଅର୍ଶଘୂର୍ଣ୍ଣନ ପରେ ବିଦ୍ୟୁତ୍ ସ୍ରୋତ ଦିଗ ବଦଳି ଚାଲିବ ଏବଂ କୁଣ୍ଡଳୀ ଓ ଅଖ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଅନବରତ ଘୂରିଚାଲିବ ।
- (x) ଯେଉଁ ଯନ୍ତ୍ରକୁ ଘୂରାଇବା ଆବଶ୍ୟକ ତାକୁ ଅଖ ସହିତ ସଂଯୁକ୍ତ କରି ଦିଆଯିବ ।
ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର
1. ଏକ ପରୀକ୍ଷା ମାଧ୍ୟମରେ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ସଂକ୍ଷେପରେ ବୁଝାଅ ।
ଉ –
ପରୀକ୍ଷା :
- ଖଣ୍ଡିଏ ସଳଖ ମୋଟା ତମ୍ବାତାର ନେଇ ଗୋଟିଏ ବିଦ୍ୟୁତ୍ ପରିପଥର ଦୁଇ ବିନ୍ଦୁ X ଓ Y ମଧ୍ୟରେ ରଖ । ଏହା କାଗଜର ପୃଷ୍ଠତଳ ସହ ଲମ୍ବ ଭାବରେ ରହୁ।
- କାଗଜ ଉପରେ ଗୋଟିଏ ଛୋଟ କମ୍ପାସ ତାର ପାଖାପାଖୁ ରଖ । କମ୍ପାସ ସୂଚୀର ଅବସ୍ଥିତି ଲକ୍ଷ୍ୟ କରାଯାଉ ।
- ପରିପଥ ମୁଦିତ କରି ସେଥିରେ ବିଦ୍ୟୁତ୍ ପ୍ରବାହ କରାଯାଉ ।
ପର୍ଯ୍ୟବେକ୍ଷଣ : ପରିପଥରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ କମ୍ପାସ ସୂଚୀର ବିକ୍ଷେପ ହେବ ।
ସିଦ୍ଧାନ୍ତ :
ପରିପଥରେ ବିଦ୍ୟୁତ ପ୍ରବାହ ଯୋଗୁଁ ସୂଚୀ ବିକ୍ଷେପ ହେଉଛି । ତମ୍ବାତାରରେ ବିଦ୍ୟୁତ ପ୍ରବାହ ଯୋଗୁଁ ତାହା ଚୁମ୍ବକ ଭଳି କାର୍ଯ୍ୟ କରୁଛି ।
2. ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର କିପରି ସୃଷ୍ଟି ହୁଏ ବୁଝାଅ ।
ଉ –
- ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଚୁମ୍ବକୀୟ
- ବଳରେଖାଗୁଡ଼ିକ ଏକାଦିଗରେ ଊର୍ଦ୍ଧ୍ୱମୁଖୀ ଅଟନ୍ତି ।
- ବୃତ୍ତାକାର ପରିବାହୀର କେନ୍ଦ୍ର ନିକଟରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ
- କୁଣ୍ଡଳୀ କେନ୍ଦ୍ରରେ ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ସମତଳ କୁଣ୍ଡଳୀର
- କୁଣ୍ଡଳୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବୃଦ୍ଧି ହେଲେ କିମ୍ବା ଘେରସଂଖ୍ୟା ବୃଦ୍ଧି ହେଲେ କୁଣ୍ଡଳୀର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ବଢ଼ିବ ।
- କୁଣ୍ଡଳୀର ବ୍ୟାସାର୍ଦ୍ଧ ବୃଦ୍ଧି ହେଲେ ଚୁମ୍ବକୀୟ କ୍ଷେତ୍ର ହ୍ରାସ ପାଏ ।
3. ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର କିପରି ସୃଷ୍ଟି ହୁଏ ବୁଝାଅ ।
ଉ –
- ସଲେନଏଡ୍ ହେଉଛି ବିଦ୍ୟୁତ୍ଧୀ ଆବରଣଯୁକ୍ତ ତମ୍ବାତାର ନିର୍ମିତ ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ କୁଣ୍ଡଳୀ ।
- ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଏକ ଦଣ୍ଡ ଚୁମ୍ବକ ପରି କାର୍ଯ୍ୟ କରେ । ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତ ଦକ୍ଷିଣ ମେରୁ ଭଳି ଆଚରଣ କରେ ।
- ସଲେନଏଡ୍ର ଭିତରପଟେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ।
- ସଲେନଏଡ୍ରେ ବିଦ୍ୟୁତ୍ର ପରିମାଣ କିମ୍ବା ଘେରସଂଖ୍ୟା ବୃଦ୍ଧି ପାଇଲେ ଏହାର ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ବୃଦ୍ଧି ପାଏ ।
- ନରମ ଲୁହା ଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି ।
4. ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ସୁବିଧାଗୁଡ଼ିକ ଲେଖ ।
ଉ –
- କମ୍ୟୁଟେଟର ସାହାଯ୍ୟରେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତକୁ ସଳଖ ବିଦ୍ୟୁତ୍ ସ୍ରୋତରେ ପରିଣତ କରାଯାଇପାରିବ ।
- A.C. ଉପକରଣ ଅଧୂକ ଦିନ ସ୍ଥାୟୀ ରହିଥାଏ ।
- A.C. ପରିବହନରେ କମ୍ ଖର୍ଚ୍ଚ ହେବ ।
- ଭୋଲ୍ଟେଜ୍ ରୂପାନ୍ତରଣ ସହଜ ହୋଇଥିବାରୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍କୁ ଭିନ୍ନ ଭିନ୍ନ ଭୋଲ୍ଟେଜ୍ରେ ବ୍ୟବହାର କରାଯାଇପାରିବ ।
5. ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟରୁ ଗୃହର ବିଭିନ୍ନ କୋଠରିକୁ ବିଦ୍ୟୁତ୍ ଯୋଗାଣ କିପରି କରାଯାଏ ବର୍ଣ୍ଣନା କର ।
ଉ –
- ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ତାର ବା ମାଟିତଳ କେବୁଲ୍ଦ୍ୱାରା ଦୁଇଟି ତାର ଘରକୁ ଆସିଥାଏ । ଏହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ ତାର କୁହାଯାଏ ।
- ସେଥିମଧ୍ୟରୁ ଗୋଟିଏ ଲାଲ୍ ରଙ୍ଗର ବିଦ୍ୟୁତ୍ରୋଧୀ ଏବଂ ଅନ୍ୟଟି କଳାରଙ୍ଗର ବିଦ୍ୟୁତରୋଧୀ ଆବରଣ ଥିବା ତାର । ତାରଦ୍ଵୟକୁ ଯଥାକ୍ରମେ ଫେଜ ଲାଇନ୍ ଓ ନିଉଟ୍ରାଲ ଲାଇନ୍ କହନ୍ତି ।
- ଗୋଟିଏ ମୁଖ୍ୟ ଫ୍ୟୁଜ୍ ଜରିଆରେ ଲାଇଭ୍ ଓ ନିଉଟ୍ରାଲ ତାର ଦୁଇଟି ଘରକାନ୍ଥରେ ଲାଗିଥିବା ୱାଟ୍ ମିଟର ବୋର୍ଡ଼କୁ ଆସେ ।
- ୱାଟ୍ ମିଟରରୁ ଲାଇଭ ଓ ନିଉଟ୍ରାଲ୍ ତାର ଦୁଇଟି ବଣ୍ଟନ ବାକ୍ସକୁ ଯାଇଥାଏ । ବଣ୍ଟନ ବାକ୍ସରେ ଲାଇଭ୍ ତାରରେ ଫ୍ୟୁଜ୍ ଲାଗିଥାଏ ।
- ୱାଟ୍ ମିଟରରୁ ତାର ଦୁଇଟି ଘର ଭିତରେ ଥିବା ବିଭିନ୍ନ ବିଦ୍ୟୁତ୍ ପରିପଥକୁ ବିଦ୍ୟୁତ୍ ଯୋଗାଏ ।
- ବଣ୍ଟନ ବାକ୍ସରେ ଫ୍ୟୁଜ୍ ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଆର୍ଥି କରାଯାଇଥାଏ ।
6. ପରିବାହୀରେ ବିଦ୍ୟୁତ୍ ପ୍ରବାହ ହେତୁ ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରରେ ଦିଗ ବିଦ୍ୟୁତ୍ ପ୍ରବାହର ଦିଗ ଉପରେ ନିର୍ଭର କରେ । ଏହାକୁ କିପରି ପ୍ରମାଣ କରିବ ?
ଉ –
ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣ :
- ଖଣ୍ଡିଏ ଲମ୍ବା ଓ ସଳଖ ତମ୍ବାତାର, ଦୁଇଟି କିମ୍ବା ତିନୋଟି 1.5 V ସେଲ୍, ଗୋଟିଏ ପ୍ଲଗ୍ କି’କୁ ପଙ୍କ୍ତିରେ ସଂଯୋଗ କରାଯାଉ ।
- ସଳଖ ତାର ସହ ସମାନ୍ତର କରି ଏକ ଛୋଟ କମ୍ପାସ୍ ରଖାଯାଉ । ବର୍ତ୍ତମାନ ପ୍ଲଗ୍ କିକୁ ବନ୍ଦକରି ପରିପଥରେ ବିଦ୍ୟୁତ୍ ପ୍ରବାହ କରାଯାଉ । ବର୍ତ୍ତମାନ କମ୍ପାସ୍ ସୂଚୀର ଉତ୍ତର ମେରୁ ପୂର୍ବଆଡ଼କୁ ବିକ୍ଷେପିତ ହେବ ।
- ବର୍ତମାନ ସେଲ୍ଗୁଡ଼ିକର ଅଗ୍ର ବଦଳାଇ ପରିପଥରେ ବିଦ୍ୟୁତ୍ ପ୍ରବାହ ବିପରୀତ ଦିଗରେ ଅର୍ଥାତ୍ ପରିପଥରେ ବିଦ୍ୟୁତ୍ ପ୍ରବାହ ଦକ୍ଷିଣରୁ ଉତ୍ତରକୁ କରାଯାଉ । ବର୍ତ୍ତମାନ କମ୍ପାସ୍ ସୂଚୀର ଉତ୍ତର ମେରୁ ପଶ୍ଚିମକୁ ବିକ୍ଷେପିତ ହେବ ।
ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ବଦଳିଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ୟ ବଦଳିବ ।
7. ମୋଟରରେ ବିଖଣ୍ଡିତ ବଳୟର କାର୍ଯ୍ୟ କ’ଣ ଲେଖ ।
ଉ –
ବିଖଣ୍ଡିତ ବଳୟର କାର୍ଯ୍ୟ :
- ଯେଉଁ ଉପକରଣଟି ପରିପଥରେ ବିଦ୍ୟୁତ୍ ସ୍ରୋତର ଦିଗ ପରିବର୍ତ୍ତନ କରିଥାଏ, ତାହାକୁ କମ୍ୟୁଟେଟ୍ ବା ବିଖଣ୍ଡିତ ବଳୟ କହନ୍ତି । ମୋଟରରେ ବିଖଣ୍ଡିତ ବଳୟ କମ୍ୟୁଟେଟ୍ର ଭାବରେ କାର୍ଯ୍ୟ କରିଥାଏ ।
- ବିଦ୍ୟୁତ୍ ସ୍ରୋତର ଦିଗରେ ପରିବର୍ତ୍ତନ AB ଓ CD ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ପରିବର୍ତ୍ତନ କରେ । ଫଳରେ ପୂର୍ବରୁ ତକକୁ ଯାଇଥବା AB ଉପରକୁ ଉଠିବ ଏବଂ ପୂର୍ବରୁ ଉପରକୁ ଉଠିଥିବା CD ତଳକୁ ଖସିବ ।
- ତେଣୁ କୁଣ୍ଡଳୀ ଓ ଅଖ ଏକାଦିଗରେ ଆଉ ଏକ ଅର୍ଦ୍ଧ ଘୂର୍ଣ୍ଣନ କରିବ । ପ୍ରତି ଅର୍ଦ୍ଧ ଘୂର୍ଣ୍ଣନ ପରେ ବିଦ୍ୟୁତ୍ ସ୍ରୋତର ଦିଗ ବଦଳି ଚାଲିବ । କୁଣ୍ଡଳୀ ଓ ଅଖ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଅନବରତ ଘୂରି ଚାଲିବ ।
ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର
1. ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମ ଓ କର୍କ ସ୍କୃ ନିୟମରୁ ଚୁମ୍ବକୀୟ କ୍ଷେତ୍ରର ଦିଗ କିପରି ଜାଣିବ ?
ଉ –
(i) ମନେକର ଯେଉଁ ତାରରେ ବିଦ୍ୟୁତ୍ ପ୍ରବାହ ହେଉଥିବ ତାକୁ ଡାହାଣ ହାତରେ ମୁଠାଇ ଧରିଲେ ବୁଢ଼ା ଆଙ୍ଗୁଳିଟି ବିଦ୍ୟୁତ୍ ପ୍ରବାହ ଦିଗରେ ତାର ସହ ସମାନ୍ତର ହୋଇ ଲମ୍ବିଯାଇଛି ଓ ଅନ୍ୟ ଆଙ୍ଗୁଳିଗୁଡ଼ିକ ତାର ଚାରିପଟେ ବଙ୍କାଇ ହୋଇ ଘେରି ରହିଛି । ବୃଦ୍ଧାଙ୍ଗୁଳି ବିଦ୍ୟୁତ୍ ପ୍ରବାହର ଦିଗ ନିର୍ଦ୍ଦେଶ କରୁଥିବାବେଳେ ପରିବାହୀକୁ ମୁଠାଇ ଧରିଥିବା ଆଙ୍ଗୁଳିଗୁଡ଼ିକର ଟିପ ପରିବାହୀ ଚାରିପଟେ ଚୁମ୍ବକୀୟ କ୍ଷେତ୍ରର ରେଖାଗୁଡ଼ିକର ଦିଗ ନିର୍ଦ୍ଦେଶ କରୁଛି ।
(ii) କର୍କ ସ୍କୃ ନିୟମ ଅନୁଯାୟୀ ଯଦି ଆମେ ଗୋଟିଏ କର୍କ ସ୍କୁକୁ ହାତରେ ଧରି ଏମିତି ଘୂରାଇବା ଯେ କର୍କ ସ୍ଫୁଟି ବିଦ୍ୟୁତ୍ ସ୍ରୋତ ଦିଗରେ ଆଗକୁ ବଢ଼ିବ ତା’ହେଲେ ଘୂରାଇବା ଦିଗଟି ଚୁମ୍ବକୀୟ କ୍ଷେତ୍ରର ଦିଗ ଦର୍ଶାଇବ ।
2. ଚୁମ୍ବକୀୟ କ୍ଷେତ୍ର ରେଖାର ଧର୍ମଗୁଡ଼ିକ ଲେଖ ।
ଉ –
- ଚୁମ୍ବକର ଉତ୍ତର ମେରୁରୁ କ୍ଷେତ୍ରରେଖା ବାହାରି ଦକ୍ଷିଣ ମେରୁରେ ମିଶେ । କିନ୍ତୁ ଚୁମ୍ବକ ଭିତରେ ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଯାଇଥାଏ । ତେଣୁ ଚୁମ୍ବକୀୟ କ୍ଷେତ୍ରରେଖା ଏକ ଅବିଚ୍ଛିନ୍ନ ଓ ମୁଦିତ ରେଖା ।
- ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ କ୍ଷେତ୍ରରେଖାଗୁଡ଼ିକର ଘନତ୍ଵ ଉପରେ ନିର୍ଭର କରେ ।
- ଚୁମ୍ବକୀୟ ରେଖା ପରସ୍ପର ସହ ସମାନ୍ତର ।
- ଚୁମ୍ବକୀୟ କ୍ଷେତ୍ରରେଖାଗୁଡ଼ିକ ବେଶି ଲାଗି ଲାଗି ରହିଥିଲେ ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଅଧିକ ହେବ ।
3. ଗୃହ ପରିପଥରେ ଓଭରଲୋଡିଂରୁ ରକ୍ଷା ପାଇବାପାଇଁ ଦୁଇଟି ନିବାରଣ ଲେଖ ।
ଉ –
- ଅଧ୍ବକ ପାଓ୍ବାର ବିଶିଷ୍ଟ ବିଦ୍ୟୁତ୍ ଉପକରଣ; ଯଥା- ହିଟର, ଗିଜର, ଶୀତତାପ ନିୟନ୍ତ୍ରକ, ଇସ୍ତ୍ରୀ ଇତ୍ୟାଦି ଏକା
- ଅନେକଗୁଡ଼ିଏ ବିଦ୍ୟୁତ୍ ଉପକରଣ ଗୋଟିଏ ସକେଟ୍ରେ ସଂଯୁକ୍ତ ହେବା ଅନୁଚିତ ।
4. ବିଦ୍ୟୁତ୍ ପରିପଥ ଓ ଉପକରଣ ସୁରକ୍ଷା ପାଇଁ ବ୍ୟବହୃତ ଦୁଇଟି ସାଧାରଣ ବ୍ୟବସ୍ଥା ଉଲ୍ଲେଖ କର ।
ଊ –
- ଫ୍ୟୁଜ୍ – ଏହା ଓଭର ଲୋଡିଂ ଓ ଲଘୁପତନରୁ ବିଦ୍ୟୁତ୍ ପରିପଥ ତଥା ବିଦ୍ୟୁତ୍ ଉପକରଣଗୁଡ଼ିକୁ ସୁରକ୍ଷା ଦିଏ ।
- ଭୂ-ତାର – ଏହା ବିଦ୍ୟୁତ ଉପକରଣର ଧାତବ ଖୋଳ ସହ ସଂଯୁକ୍ତ ହୋଇଥାଏ । ଯଦି ବିଦ୍ୟୁତ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂତାର ଯୋଗେ ମାଟିତଳକୁ ଚାଲିଯାଏ ଏବଂ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ ।
5. ଭୂ-ତାର କ’ଣ ? ଏହାର ଉପକାରିତା ଲେଖ ।
ଉ –
(i) ଭୂ-ତାର ଗୋଟିଏ ପ୍ରାନ୍ତକୁ ଘରର ବାହାରେ ମାଟିରେ ଗଭୀରତାରେ ପୋତାଯାଏ ଓ ଅନ୍ୟ ପ୍ରାନ୍ତକୁ ବିଦ୍ୟୁତ୍ ଉପକରଣର ଧାତବ ଖୋଳ ସହ ସଂଯୁକ୍ତ କରାଯାଇଥାଏ । କୌଣସି କାରଣରୁ ବିଦ୍ୟୁତ୍ ସ୍ରୋତ ଲିକ୍ ହୋଇ ଧାତବ ଖୋଳକୁ ଚାଲିଆସିଲେ ତାହା ଭୂତାର ମାଧ୍ୟମରେ ମାଟି ତଳକୁ ଚାଲିଯାଏ, ଫଳରେ ଧାତବ ଉପକରଣକୁ ଧାତବ ଖୋଳକୁ ଚାଲିଆସିଲେ ତାହା ଭୂତାର ମାଧ୍ୟମରେ ମାଟି ତଳକୁ ଚାଲିଯାଏ, ଫଳରେ ଧାତବ ଉପକରଣକୁ ଛୁଇଁଲେ ବିଦ୍ୟୁତ୍ ଆଘାତ ଲାଗେ ନାହିଁ ।
(ii) ଅତ୍ୟଧିକ ବିଦ୍ୟୁତ୍ ସ୍ରୋତକୁ ଭୂତାର ମାଟିକୁ ପଠାଇ ଦେଇଥାଏ । ଫଳରେ ଉପକରଣ ଓ ବ୍ୟବହାରକାରୀର କୌଣସି କ୍ଷତି ହୁଏ ନାହିଁ ।
6. A.C. ଜେନେରେଟର ଆର୍ମେଚର ଘୂରାଇବାର ଉପାୟ ଲେଖ ।
ଉ –
- ଜଳବିଦ୍ୟୁତ୍ କେନ୍ଦ୍ରରେ ଉଚ୍ଚ ସ୍ତରରେ ରହୁଥିବା ଜଳର ସ୍ଥିତିଜ ଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ |
- ତାପଜ ବିଦ୍ୟୁତ କେନ୍ଦ୍ରରେ ବାଷ୍ପର ତାପଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ ।
- ଗୃହରେ, ଛୋଟବଡ ଦୋକାନରେ ଛୋଟ ଛୋଟ ଜେନେରେଟର, ପ୍ରାକୃତିକ ଇନ୍ଧନ ଯେପରିକି ଡିଜେଲ, ପେଟ୍ରୋଲ ଓ କିରୋସିନିର ରାସାୟନିକ ଶକ୍ତି ସାହାଯ୍ୟରେ ଆର୍ମେଚର ଘୂରାଯାଏ ।
7. ଚୁମ୍ବକୀୟ କ୍ଷେତ୍ରରେଖା ଅଙ୍କନ କରି ଦୁଇଟି ଚୁମ୍ବକ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ କିପରି ଜାଣିବ ?
ଉ –
- ଚୁମ୍ବକୀୟ କ୍ଷେତ୍ରର ଆପେକ୍ଷିକ ସାମର୍ଥ୍ୟ ବଢ଼ିଲେ କ୍ଷେତ୍ରରେଖାଗୁଡ଼ିକ ମଧ୍ୟରେ ଦୂରତା ହ୍ରାସ ପାଇବ ।
- ଚୁମ୍ବକୀୟ କ୍ଷେତ୍ରରେଖା ଅଧିକ ପାଖାପାଖୁ ରହିଲେ ସେହି ଚୁମ୍ବକ ଅଧୁକ ଶକ୍ତିଶାଳୀ ହେବ ।
8. A.C. ଏହାର ଦିଗ 0.01 ସେକେଣ୍ଡରେ ପରିବର୍ତ୍ତନ କଲେ ଆବୃତ୍ତି କେତେ ?
ଉ –
(i) 0.01 ସେକେଣ୍ଡରେ ଦିଗ ପରିବର୍ତ୍ତନ କରୁଥିବାରୁ ଗୋଟିଏ ପୂର୍ଣ ଘୂର୍ଣ୍ଣନ ପାଇଁ
2 × 0.01 = 0.02 ସେକେଣ୍ଡ ଲାଗିବ
0.2 ସେକେଣ୍ଡରେ 1 ଥର ପୂର୍ଣ ଘୂର୍ଣ୍ଣନ ହେଲେ ।
1 ସେକେଣ୍ଡରେ \(\frac { 1 }{ 0.02 }\) = \(\frac{1}{\frac{2}{100}}\) = \(\frac { 100 }{ 2 }\) = 50 ପୂର୍ଣ ଘୂର୍ଣ୍ଣନ ହେବ ।
∴ ଏହାର ଆବୃତ୍ତି 50 Hz |
9. ଚୁମ୍ବକୀୟ କ୍ଷେତ୍ରର ଦିଗ α କଣିକା ।
ଉପଯୁକ୍ତ ନିୟମ ପ୍ରୟୋଗ କରି କାର୍ଯ୍ୟକାରୀ ବଳର ଦିଗ ଉଲ୍ଲେଖ କର ।
ଉ –
- ଫ୍ଲେମିଂଙ୍କ ବାମହସ୍ତ ନିୟମ ଅନୁଯାୟୀ ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ମଧ୍ୟମା ବିଦ୍ୟୁତ ସ୍ରୋତର ଦିଗ ସୂଚାଏ, ତେବେ ପରିବାହୀ ଉପରେ କାର୍ଯ୍ୟକାରୀ ହେଉଥିବା ବଳର ଦିଗ ବା ପରିବାହୀର ଗତିର ଦିଗ ବୃଦ୍ଧାଙ୍ଗୁଳିଦ୍ୱାରା ନିର୍ଦ୍ଦେଶିତ ହେବ ।
- ତେଣୁ α କଣିକା ଉପରେ ଊର୍ଦ୍ଧ୍ୱମୁଖୀ ବଳ କାର୍ଯ୍ୟ କରିବ ।
10. ସଲେନଏଡ୍ କ’ଣ ? ଏହା କୁଣ୍ଡଳୀଠାରୁ କିପରି ଭିନ୍ନ ?
ଉ –
- ବିଦ୍ୟୁତରୋଧୀ ଆବରଣଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେରବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କହନ୍ତି । ସଲେନଏଡ୍ର ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈଖ୍ୟ ଓ ପରସ୍ପର ସହ ସମାନ୍ତର ।
- ସଲେନଏଡ୍ର ଭିତର ପଟରେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ । କିନ୍ତୁ ବୃତ୍ତାକାର କୁଣ୍ଡଳୀର ଭିତରେ ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନଶୀଳ ।
11. ନିମ୍ନ ଚିତ୍ରଦ୍ଵୟ କେଉଁ ପ୍ରକାର ପରିବାହୀର ଚୁମ୍ବକୀୟ କ୍ଷେତ୍ର ଦର୍ଶାଏ ଲେଖ ।
ଉ –
- ଚିତ୍ର (a)ରେ ପ୍ରଦର୍ଶିତ ଚୁମ୍ବକୀୟ କ୍ଷେତ୍ରର ବଳରେଖାଗୁଡ଼ିକ ଏକ କୁଣ୍ଡଳୀ ବା ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତଜନିତ ଚୁମ୍ବକୀୟ କ୍ଷେତ୍ର ଦର୍ଶାଉଛି।
- ଚିତ୍ର (b)ରେ ଏକ ବିଦ୍ୟୁତ୍ ସ୍ରୋତ ବହନକାରୀ ସଲେନଏଡ୍ ଭିତରେ ଚୁମ୍ବକୀୟ କ୍ଷେତ୍ରରେଖା ଦର୍ଶାଉଅଛି ।
12. ପ୍ରେରିତ ବିଦ୍ୟୁତ୍ ସ୍ରୋତର ସାମର୍ଥ୍ୟ କେଉଁ କାରକ ଉପରେ ନିର୍ଭର କରେ ?
ଭ –
ପ୍ରେରିତ ବିଦ୍ୟୁତ୍ ସ୍ରୋତର ସାମର୍ଥ୍ୟ ନିମ୍ନଲିଖ୍ କାରକଗୁଡ଼ିକ ଉପରେ ନିର୍ଭର କରେ ।
- କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି
- ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ
- କୁଣ୍ଡଳୀର ଘେର ସଂଖ୍ୟା
13. ଗୃହ ବିଦ୍ୟୁତ୍ ପରିପଥରେ ଅଧିକ ବିଦ୍ୟୁତ୍ ପ୍ରବାହ ବିପଦ ଦୂର କରିବାପାଇଁ କ’ଣ କରାଯିବା ଉଚିତ ?
ଉ –
- ଗୋଟିଏ ପ୍ଲଗ୍ ସକେଟ୍ରେ ଏକାଶ୍ ଉପକରଣ ସଂଯୋଗ କରିବ ନାହିଁ ।
- ପରିବାହୀ ତାରଗୁଡ଼ିକର ଉନ୍ନତ କୁପରିବାହୀ ଆବରଣ ରହିବା ଦରକାର ।
- ଗୃହ ପରିପଥକୁ ବିଭିନ୍ନ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗରେ ଫ୍ୟୁଜ୍ର ବ୍ୟବହାର କରିବା ଆବଶ୍ୟକ ।
- ଅତ୍ୟଧ୍ବକ ପାୱାର ବିନିଯୋଗ କରୁଥିବା ଉପକରଣ; ଯଥା— ରେଫ୍ରିଜିରେଟର, ଜଳ ତାପକ ଇତ୍ୟାଦି ଏକ ସମୟରେ ବ୍ୟବହାର କରିବା ଉଚିତ ନୁହେଁ ।
14. ଗୋଟିଏ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ କେଉଁ ଉପାୟରେ ସୃଷ୍ଟି କରାଯାଇପାରିବ ବଣ୍ଣନା କର ।
ଉ –
- ପରିବାହୀ ନିକଟରେ ଚୁମ୍ବକର ଗତିଯୋଗୁଁ କିମ୍ବା ଚୁମ୍ବକ ନିକଟରେ ପରିବାହୀର ଗତିଯୋଗୁଁ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସଷ୍ଟି ହୁଏ ।
- ପାଖାପାଖୁ ବିଦ୍ୟୁତ୍ ପ୍ରବାହିତ ହେଉଥିବା କୁଣ୍ଡଳୀ ଓ ବିଦ୍ୟୁତ୍ ପ୍ରବାହିତ ହେଉନଥିବା ତାର କୁଣ୍ଡଳୀଦ୍ଵୟ ମଧ୍ୟରୁ ଯେକୌଣସି ଗୋଟିକରେ ଗତି କିମ୍ବା ନିକଟରେ ଥିବା ତାର କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହର ପରିମାଣରେ ପରିବର୍ତ୍ତନ
15. ସଳଖ ବିଦ୍ୟୁତ୍ ସ୍ରୋତ ଓ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
- ସଳଖ ବିଦ୍ୟୁତ୍ ସ୍ରୋତ ସର୍ବଦା ଗୋଟିଏ ଦିଗରେ ପ୍ରବାହିତ ହେଉଥିବାବେଳେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରେ ।
- ଦୂର ସ୍ଥାନକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ପରିବହନରେ କମ୍ ଶକ୍ତି ନଷ୍ଟ ହୁଏ । କିନ୍ତୁ ସଳଖ ବିଦ୍ୟୁତ୍ ସ୍ରୋତରେ ଅଧିକ ଶକ୍ତି ନଷ୍ଟ ହୁଏ ।
16. ପରିପଥରେ 5A ଫ୍ୟୁଜ୍ ଲାଗିଛି । କେତୋଟି 100 W ବଲ୍ ନିରାପଦରେ ବ୍ୟବହୃତ ହୋଇପାରିବ ?
ଉ –
P = 100W ମନେକର x ଟି ବଲ୍ବର ପାୱାର = 100 × x ୱାଟ୍
V = 220 V, I = 5 Amp, P = V × I ⇒ 100 x x = 220 x 5 ⇒ x = \(\frac { 220×5 }{ 100 }\) = 11 ଟି
∴ 100 ୱାଟ୍ର 11ଟି ବଲ୍ବ ନିରାପଦରେ ବ୍ୟବହାର କରାଯାଇପାରିବ ।
17. ଘରୋଇ ଉପକରଣ ବ୍ୟବହାର ପାଇଁ 2ଟି ନିରାପତ୍ତା ସାଧନ ଲେଖ ।
ଉ –
- ଫ୍ୟୁଜ୍ର ବ୍ୟବହାର କରିବା ।
- ବିଦ୍ୟୁତ୍ ଉପକରଣଗୁଡ଼ିକର ଧାତବ ଆବରଣକୁ ଭୂତାର ସହିତ ସଂଯୋଗ କରିବା ଉଚିତ୍ ।
18. ଗୋଟିଏ ସମଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍ ପ୍ରବାହୀ ପରିବାହୀ ସମାନ୍ତର ଓ ଲମ୍ବଭାବରେ ରଖୁଲେ ପରିବାହ1 ଉପରେ ବଳ କିପରି କାର୍ଯ୍ୟକାରୀ ହୁଏ ?
ଉ –
- ବିଦ୍ୟୁତ୍ ସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ଲମ୍ବହେଲେ ପରିବାହୀ ଉପରେ ସର୍ବାଧିକ ବଳ କାର୍ଯ୍ୟକାରୀ ହୁଏ ।
- ବିଦ୍ୟୁସ୍ରୋତର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ପ୍ରତି ସମାନ୍ତର ହେଲେ ପରିବାହୀ ଉପରେ ସର୍ବନିମ୍ନ ବଳ କାର୍ଯ୍ୟକାରୀ ହୁଏ ।
19. ଫ୍ଲେମିଂଙ୍କ ଦକ୍ଷିଣହସ୍ତ ନିୟମ କେଉଁ କ୍ଷେତ୍ରରେ ପ୍ରୟୋଗ କରାଯାଏ ? ଏହି ନିୟମ ପ୍ରୟୋଗ କରାଯାଉଥିବା ଏକ ଉପକରଣର ନାମ ଲେଖ ।
ଉ –
- ଚୁମ୍ବକୀୟ କ୍ଷେତ୍ରରେ ପରିବାହୀର ଗତିଜନିତ ପ୍ରେରିତ ବିଦ୍ୟୁତ୍ ପ୍ରବାହର ଦିଗ ନିର୍ଣ୍ଣୟ କରିବାପାଇଁ ଫ୍ଲେମିଂଙ୍କ ଦକ୍ଷିଣ ହସ୍ତ ନିୟମ ପ୍ରୟୋଗ କରାଯାଏ ।
- ଏହି ନିୟମଦ୍ୱାରା ବିଦ୍ୟୁତ୍ ଜେନେରେଟର୍ରେ ଥିବା ଆର୍ମେଚର ଘୂରିବା ସହ ସ୍ରୋତର ଦିଗ ସୂଚାଇଥାଏ ।