BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

Odisha State Board BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ will enable students to study smartly.

BSE Odisha Class 10 Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

→ ଉପକ୍ରମ (Introduction) :

  • ଦୈନନ୍ଦିନ ଜୀବନରେ କେତେଗୁଡ଼ିଏ ଘଟଣା ଘଟିଥାଏ, ଯେଉଁଥରେ ମୂଳପଦାର୍ଥର ପ୍ରକୃତି ଓ ନିଜସ୍ଵ ସଭାରେ କିଛି ହେଲେ ପରିବର୍ତ୍ତନ ଘଟିଥାଏ । ଆମ ଚତୁଃପାର୍ଶ୍ଵରେ ଘଟୁଥ‌ିବା ଏହି ପରିବର୍ତ୍ତନଗୁଡ଼ିକର କେତେକ ଉଦାହରଣ ନିମ୍ନରେ ପ୍ରଦାନ କରାଗଲା ।
  • ଖରାଦିନେ କ୍ଷୀରକୁ ସାଧାରଣ ତାପମାତ୍ରାରେ ରଦେଲେ, ତାହା ଛିଣ୍ଡିଯାଇ ଛେନାରେ ପରିଣତ ହୋଇଥାଏ ।
  • ଲୁହା ନିର୍ମିତ ପଦାର୍ଥ ଆର୍ଦ୍ର ବାୟୁରେ ପଡ଼ି ରହିଲେ କଳଙ୍କି ଲାଗିଯାଏ; ଫଳରେ ପଦାର୍ଥର କ୍ଷୟ ଘଟିଥାଏ । ଅଙ୍ଗୁର ଅତ୍ମକ ଦିନ ଘରେ ରହିଲେ ପଚିଯାଏ ।
  • ଆମେ ଖାଉଥ‌ିବା ଖାଦ୍ୟ ପାକସ୍ଥଳୀରେ ହଜମ ହୋଇ ସରଳ ଖାଦ୍ୟସାରରେ ପରିଣତ ହୋଇଥାଏ ।
  • ଶ୍ଵାସକ୍ରିୟା ବେଳେ ଆମେ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରୁ ଓ ନିଃଶ୍ଵାସରେ ଅଙ୍ଗାରକାମ୍ଳ ଗ୍ୟାସ୍ ତ୍ୟାଗ କରୁ । ଏ କ୍ଷେତ୍ରରେ ମୂଳ ପଦାର୍ଥର ପ୍ରକୃତି ଓ ନିଜସ୍ଵ ସତ୍ତାର ପରିବର୍ତ୍ତନ ଘଟିଥାଏ ।
  • ଏଥୁରୁ ସ୍ପଷ୍ଟ ଅନୁମେୟ ଯେ, ପଦାର୍ଥର ପ୍ରକୃତି ନିଜସ୍ଵ ସଭାର କୌଣସି ନା କୌଣସି ସମୟରେ କିଛି କିଛି ପରିବର୍ତ୍ତନ ଘଟିଥାଏ ।
  • ପରିବର୍ତ୍ତନଗୁଡ଼ିକୁ ମଧ୍ୟରୁ କେତେକଙ୍କର ସ୍ଥାୟୀ ପରିବର୍ତ୍ତନ ଓ ଅନ୍ୟ କେତେକଙ୍କର ଅସ୍ଥାୟୀ ପରିବର୍ତ୍ତନ ହୋଇଥାଏ ।
  • ପୂର୍ବ ଶ୍ରେଣୀରେ ବସ୍ତୁର ସ୍ଥାୟୀ ପରିବର୍ତ୍ତନ ଓ ଅସ୍ଥାୟୀ ପରିବର୍ତ୍ତନ ଅର୍ଥାତ୍‌ ରାସାୟନିକ ଏବଂ ଭୌତିକ ପରିବର୍ତ୍ତନ ବିଷୟରେ ଅବଗତ । ଏହି ଅଧ୍ୟାୟରେ ରାସାୟନିକ ପ୍ରତିକ୍ରିୟା ଏବଂ ଏହାର ଲିଖନ ପ୍ରକ୍ରିୟା ସହିତ କେତେକ ରାସାୟନିକ ପ୍ରତିକ୍ରିୟା ବିଷୟରେ ଅବଗତ ହେବା ।
  • ଏହି ସ୍ଥାୟୀ ଓ ଅସ୍ଥାୟୀ ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ କହନ୍ତି । ରାସାୟନିକ ପରିବର୍ତ୍ତନ ଘଟିଲେ ଏକ ରାସାୟନିକ ପ୍ରତିକ୍ରିୟା ଘଟିଥାଏ ।

→ ରାସାୟନିକ ପ୍ରତିକ୍ରିୟା (Chemical Reaction) :

  • ରାସାୟନିକ ପରିବର୍ତ୍ତନ ଘଟିଲେ ତା’କୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
    ଯେଉଁ ପ୍ରତିକ୍ରିୟାରେ ଭିନ୍ନ ଧର୍ମ ବିଶିଷ୍ଟ ନୂତନ ପଦାର୍ଥ ସୃଷ୍ଟି ହୁଏ । ତାହାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ
  • ରାସାୟନିକ ପ୍ରତିକ୍ରିୟାରେ ଭାଗ ନେଉଥ‌ିବା ପଦାର୍ଥକୁ ପ୍ରତିକାରକ କୁହାଯାଏ ଓ ଏହା ଯୋଗୁଁ ସୃଷ୍ଟି ହେଉଥ‌ିବା ପଦାର୍ଥକୁ ଉତ୍ପାଦ କୁହାଯାଏ ।
  • ଉଦାହରଣ : ଜିଙ୍କ ଧାତୁ ଲଘୁ ଗନ୍ଧକାମ୍ଳ ଅମ୍ଳ ସହ ପ୍ରତିକ୍ରିୟା ଘଟି ଜିଙ୍କ୍ ସଲଫେଟ୍ ଓ ଉଦ୍‌ଜାନ ଗ୍ୟାସ ସୃଷ୍ଟି ହୁଏ । ଏଠାରେ ଜିଙ୍କ୍ ଓ ଗନ୍ଧକାମ୍ଳ ପ୍ରତିକାରକ ହୋଇଥିବାବେଳେ ଜିଙ୍କ୍ ସଲଫେଟ୍ ଓ ଉଦ୍‌ଜାନ ଗ୍ୟାସ ଉତ୍ପାଦ ଅଟନ୍ତି । ନିମ୍ନଲିଖତ ପରୀକ୍ଷଣରୁ ରାସାୟନିକ ପ୍ରତିକ୍ରିୟା କିପରି ଘଟେ ଆସ ଜାଣିବା :

→ ରାସାୟନିକ ପରିବର୍ତ୍ତନ (Chemical change) :
ଆମ ଚତୁଃପାର୍ଶ୍ଵରେ ଘଟୁଥିବା ବିଭିନ୍ନ ପ୍ରକାର ରାସାୟନିକ ପରିବର୍ତ୍ତନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଏ ମସ୍ତ କ୍ଷେତ୍ରରେ ରାସାୟନିକ ପ୍ରତିକ୍ରିୟା ଘଟି ନୂତନ ପଦାର୍ଥମାନ ସୃଷ୍ଟି ହୋଇଥାଏ । ନିମ୍ନଲିଖ ପର୍ଯ୍ୟବେକ୍ଷଣ ସାହାଯ୍ୟରେ ରାସାୟନିକ ପ୍ରତିକ୍ରିୟାରେ ନିମ୍ନ ପରିବର୍ତ୍ତନଗୁଡ଼ିକ ସାଧାରଣତଃ ଘଟିଥାଏ । ସେଗୁଡ଼ିକ ହେଲା! –
(a) ଅବସ୍ଥାରେ ପରିବର୍ତ୍ତନ (Change of State)
(b) ରଇଂର ପରିବର୍ତ୍ତନ (Change of Colour)
(c) ଖ୍ୟାସ୍‌ର ନିର୍ଗମନ (Evolution of gas)
(d) ତାପମାତ୍ରାର ପରିବର୍ତ୍ତନ (Change of temperature)
(e) ଅବକ୍ଷେପ ସୃଷ୍ଟି (Formation of Precipitate)

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

ଉଦାହରଣ :
କାଠ ଜଳି ଧୂଆଁ ଓ ପାଉଁଶ ହେବା, ଲୁହାରେ କଳଙ୍କି ଲାଗିବା, କ୍ଷୀର ଦହିରେ ପରିଣତ ହେବା । ଏଗୁଡ଼ିକ ରାସାୟନିକ ପରିବର୍ତ୍ତନ ।

→ ରାସାୟନିକ ସମୀକରଣ (Chemical Equations) :

  • ରାସାୟନିକ ପ୍ରତିକ୍ରିୟାକୁ ଡ୍‌ପସ୍ଥାପନ କରିବା ପାଇଁ ବ୍ୟବହୃତ ଭକ୍ତିକ୍ତ ରାସାୟନିକ ସମ1ଜଗଣ କହନ୍ତି
    ରାସାୟନିକ ସମୀକରଣଦ୍ବାରା ରାସାୟନିକ ପ୍ରତିକ୍ରିୟାଟି ଅର୍ଥହୀନ ହୋଇଥାଏ ।
  • ରାସାୟନିକ ପ୍ରତିକ୍ରିୟାକୁ ବାକ୍ୟରେ ଲେଖୁଲେ ଏହା ଦୀର୍ଘ ହୋଇଥାଏ । ତେଣୁ ରାସାୟନିକ ପ୍ରତିକ୍ରିୟାକୁ କ୍ଷୁଦ୍ର ଓ ସଂକ୍ଷିପ୍ତ ରୂପରେ ଲେଖୁ ପାଇଁ ଶବ୍ଦ-ସମୀକରଣ ବ୍ୟବହାର କରାଯାଏ ।
  • ମ୍ୟାଗ୍ନେସିୟମ୍ ପାତକୁ ଅକ୍ସିଜେନ୍ ଉପସ୍ଥିତିରେ ଜାଳିଲେ ତାହା ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍‌ରେ ପରିଣତ ହୁଏ
  • ମ୍ୟାଗ୍ନେସିୟମ୍ ଓ ଅକ୍ସିଜେନ୍‌ର ଦହନ ପ୍ରତିକ୍ରିୟାର ଶବ୍ଦ-ସମୀକରଣଟି ହେବ :
    BSE Odisha 10th Class Physical Science Notes Chapter 1 img-1
  • ଏ କ୍ଷେତ୍ରରେ ମ୍ୟାଗ୍ନେସିୟମ୍ ଓ ଅକ୍ସିଜେନ୍ ମଧ୍ଯରେ ରାସାୟନିକ ପରିବର୍ତ୍ତନ ଘଟୁଥ‌ିବାରୁ ଏହାକୁ ପ୍ରତିକାରକ (Reactants) କୁହାଯାଏ । ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ ନୂତନ ପଦାର୍ଥରୂପେ ଉତ୍ପନ୍ନ ହେଉଥିବାରୁ ତାହାକୁ ଉତ୍ପାଦ (Product) କୁହାଯାଏ ।

→ ଶବ୍ଦ-ସମୀକରଣ ଲେଖାର| ନିୟମ (Rules of Writing Word Equation) :

  • ଶବ୍ଦ-ସମୀକରଣରେ ପ୍ରତିକାରକଗୁଡ଼ିକୁ ବାମପାର୍ଶ୍ବରେ (L.H.S.) ଓ ଉତ୍ପାଦଗୁଡ଼ିକୁ ଦକ୍ଷିଣପାର୍ଶ୍ବରେ (R.H.S.) ଲେଖାଯାଏ ।
  • ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର (→) ଚିହ୍ନ ଦିଆଯାଏ । ତୀରଟି ବାମରୁ ଦକ୍ଷିଣକୁ ହୋଇଥା ଏବଂ ଏହା ରାସାୟନିକ ପ୍ରତିକ୍ରିୟାର ଦିଗ ନିର୍ଦ୍ଦେଶ କରିଥାଏ।
  • ରାସାୟନିକ ପ୍ରତିକ୍ରିୟାରେ ଏକାଧ‌ିକ ପ୍ରତିକାରକ ଓ ଏକାଧିକ ଉତ୍ପାଦ ଥିଲେ ସେଗୁଡ଼ିକ ମଧ୍ୟରେ ଯୁକ୍ତ (+) ଚିହ୍ନ ଦିଆଯାଇଥାଏ ।

→ ରାସାୟନିକ ସମୀକରଣ ଲେଖୁବା ପ୍ରଣାଳୀ (Writing a Chemical Equation) :

  • ‘ଶବ୍ଦ ବଦଳରେ ପ୍ରତିକାରକ ଓ ଉତ୍ପାଦଗୁଡ଼ିକର ରାସାୟନିକ ସଂକେତ ବ୍ୟବହାର କରି ରାସାୟନିକ ସମୀକରଣକୁ ଲେଖୁ ସମୀକରଣଟି ଅଧ୍ଵ ସଂକ୍ଷିପ୍ତ, ତଥ୍ୟପୂର୍ଣ୍ଣ ଓ ବ୍ୟବହାର ଯୋଗ୍ୟ ହୋଇପାରିବ ।
  • ଏକ ରାସାୟନିକ ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ଦ୍ଵାରା ପ୍ରକାଶ କରାଯାଏ ।
  • ବାମ ପାର୍ଶ୍ବ (ପ୍ରତିକାରକ ପାର୍ଶ୍ଵ) ଓ ଦକ୍ଷିଣ ପାର୍ଶ୍ଵ (ଉତ୍ପାଦ ପାର୍ଶ୍ୱ) ର ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ନ ରହିଲେ ଏହାକୁ ଅସମତୁଲ ସମୀକରଣ (Unbalanced equation) କୁହାଯାଏ । ଏହାର ଉଭୟ ପାର୍ଶ୍ଵର ବସ୍ତୁତ୍ଵ ସମାନ ନ ଥାଏ ।
  • ଅସମତୁଲ ସମୀକରଣ କେବଳ ପ୍ରତିକାରକ ଓ ଉତ୍ପାଦର ସୂଚନା ଦେଉଥ‌ିବାରୁ ଏହାକୁ ସୂଚକୀୟ ରାସାୟନିକ ସମୀକରଣ (Skeletal Chemical equation) କରାଯାଏ |

ଉଦାହରଣ :
ବାୟୁ ଉପସ୍ଥିତିରେ ମ୍ୟାଗ୍ନେସିୟମ୍ ପାତର ଦହନ ପ୍ରତିକ୍ରିୟାର ସୂଚକୀୟବ ଅସମତୁଲ ରାସାୟନିକ ସମୀକରଣଟି ହେବ :
Mg + 02 → MgO
BSE Odisha 10th Class Physical Science Notes Chapter 1 img-2

→ ସମତୁଲ ରାସାୟନିକ ସମ1ଜଟଣ (Balanced Chemical Equations) :

  • ବସ୍ତୁତ୍ଵ ସଂରକ୍ଷଣ ନିୟମ (Law of conservation of mass) ଅନୁସାରେ, କୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି କିମ୍ବା ବିନାଶ ଘଟେ ନାହିଁ । ଅର୍ଥାତ୍ କୌଣସି ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦରେ ଥୁବା ମୌଳିକଗୁଡ଼ିକର ମୋଟ ବସ୍ତୁତ୍ଵ ପ୍ରତିକାରକରେ ଥ‌ିବା ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ଵ ସହିତ ନିଶ୍ଚୟ ସମାନ ରହିବ ।
  • ଅନ୍ୟ ପ୍ରକାରରେ କହିଲେ, ପ୍ରତ୍ୟେକ ମୌଳିକର ପରମାଣୁଗୁଡ଼ିକର ସଂଖ୍ୟା, ରାସାୟନିକ ପ୍ରତିକ୍ରିୟା ପୂର୍ବରୁ ଓ ରାସାୟନିକ ପ୍ରତିକ୍ରିୟା ପରେ ସମାନ ରହିବ।
  • ତେଣୁ ଆମକୁ ସୂଚକୀୟ ରାସାୟନିକ ସମୀକରଣ (Skeletal Chemical equation)କୁ ସମତୁଲ ରାସାୟନିକ ସମୀକରଣରେ ପରିଣତ କରିବାକୁ ପଡ଼ିବ ।
  • ଯେଉଁ ରାସାୟନିକ ସମୀକରଣର ଉଭୟ ପାର୍ଶ୍ଵରେ ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ସମାନ ରହିଥାଏ, ତାକୁ ସମତୁଲ ରାସାୟନିକ ସମୀକରଣ କୁହାଯାଏ ।

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

→ ରାସାୟନିକ ସମୀକରଣକୁ ସମତୁଲ କରିବା ପ୍ରଣାଳୀ :

  • ଜିଙ୍ଗ୍ ସହିତ ସଲଫ୍ୟୁରିକ ଏସିଡ୍‌ର ରାସାୟନିକ ପ୍ରତିକ୍ରିୟାରୁ ଜିଙ୍କ୍ ସଲଫେଟ୍ ଏବଂ ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାର ଶବ୍ଦ-ସମୀକରଣଟି ହେବ :
  • ଜିଙ୍କ୍ + ସଲଫ୍ୟୁରିକ୍ ଏସିଡ୍ → ଜିଙ୍କ୍ ସଲଫେଟ୍ + ହାଇଡ୍ରୋଜେନ୍ ଗ୍ୟାସ୍
    Zn + H2SO4 → ZnSO4 + H2
  • ବର୍ତ୍ତମାନ ତୀର ଚିହ୍ନର ଉଭୟ ପାର୍ଶ୍ଵରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା କଳନା କରି ନିମ୍ନରେ ଏକ ସାରଣୀ ପ୍ରସ୍ତୁତ କରାଗଲା ।
    BSE Odisha 10th Class Physical Science Notes Chapter 1 img-3
  • ଏହି ସାରଣୀକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ତୀର ଚିହ୍ନର ଉଭୟ ପାର୍ଶ୍ଵରେ ପ୍ରତ୍ୟେକ ମୌଳିକର ପରମାଣୁ ଗୁଡ଼ିକର ସଂଖ୍ୟା ସମାନ ଅଛି । ତେଣୁ ଏହା ଏକ ସମତୁଲ ରାସାୟନିକ ସମୀକରଣ ଅଟେ ।

→ ଅସମତୁଲ ରାସାୟନିକ ସମୀକରଣକୁ ସମତୁଲ କରିବା ପ୍ରଣାଳୀ :
ପରଗ ନିରେଖ ପଦ୍ଧତି :
ଉତ୍ତପ୍ତ ଲୁହା ଉପରେ ଜଳୀୟବାଷ୍ପ ପ୍ରବାହିତ କଲେ ଲୌହ ଅକ୍‌ସାଇଡ୍ ଓ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି ହୁଏ ଏହି ପ୍ରତିକ୍ରିୟାରେ ଶବ୍ଦ ସମୀକରଣଟି ହେବ :
ଲୁହା ଜଳ1ପ୍ରଚାଷ୍ଟ → ଲୌହ ଅକ୍‌ସାଇଡ୍ + ହାଇଡ୍ରୋଜେନ ଗ୍ୟାସ୍
ଏହି ଶବ୍ଦ-ସମୀକରଣକୁ ପ୍ରତୀକ ଓ ସଂକେତ ବ୍ୟବହାର କରି ଲେଖୁଲେ ହେବ :
Fe + H2O → Fe3O4 + H2

ସୋପାନ – 1 :
ଏହି ରାସାୟନିକ ସମୀକରଣକୁ ସମତୁଲ କରିବାପାଇଁ ପ୍ରଥମେ ପ୍ରତ୍ୟେକ ସଂକେତର ଚତୁଃପାର୍ଶ୍ଵରେ ବାକ୍ସ ଅଙ୍କନ କରାଯାଉ । ସମତୁଲ କରିବା ସମୟରେ ବାକ୍ସ ମଧ୍ୟସ୍ଥ ଉପାଦାନଗୁଡ଼ିକର କୌଣସି ପରିବର୍ତ୍ତନ କରିବା ନାହିଁ ।
BSE Odisha 10th Class Physical Science Notes Chapter 1 img-4

ସୋପାନ – 2 :
ପ୍ରତିକାରକ ଓ ଉତ୍ପାଦଗୁଡ଼ିକରେ ଥିବା ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟାର ଏକ ତାଲିକା ପ୍ରସ୍ତୁତ କରାଯାଉ ।
BSE Odisha 10th Class Physical Science Notes Chapter 1 img-5

ସୋପାନ – 3 :

  • ସାଧାରଣତଃ ପ୍ରତିକାରକ କିମ୍ବା ଉତ୍ପାଦରେ ଯେଉଁ ଯୌଗିକରେ ସର୍ବାଧ‌ିକ ସଂଖ୍ୟକ ପରମାଣୁ ଥାଏ, ସେହି ଯୌଗିକର ପରମାଣୁଗୁଡ଼ିକୁ ପ୍ରଥମେ ସମତୁଲ କରିବା ସୁବିଧାଜନକ ହୋଇଥାଏ ।
  • ଏହି ପଦ୍ଧତି ଅବଲମ୍ବନ କରି ଯୌଗିକ Fe3O4 ରେ ମୌଳିକ ଅକ୍ସିଜେନ (O)କୁ ବାଛିବା ।
  • ଦକ୍ଷିଣ ପାର୍ଶ୍ଵରେ ଚାରୋଟି ଅକ୍‌ସିଜେନ ପରମାଣୁ ଓ ବାମପାର୍ଶ୍ଵରେ କେବଳ ଗୋଟିଏ ଅକ୍ସିଜେନ ପରମାଣୁ ଅଛି । ତେଣୁ ବାମପାର୍ଶ୍ଵରେ H2Oକୁ 4 ଦ୍ବାରା ଗୁଣାଯାଏ । ଅକ୍ସିଜେନ ପରମାଣୁଗୁଡ଼ିକୁ ସମତୁଲ କରିବାକୁ :
    BSE Odisha 10th Class Physical Science Notes Chapter 1 img-6
  • ବର୍ତ୍ତମାନ ଆଂଶିକ ଭାବରେ ସମତୁଲ ହୋଇଥିବା ସମୀକରଣଟି ହେବ
    BSE Odisha 10th Class Physical Science Notes Chapter 1 img-7

ସୋପାନ -4 :

  • ବର୍ତ୍ତମାନ ସୁଦ୍ଧା Fe ଓ H ର ପରମାଣୁ ସମତୁଲ ହୋଇପାରି ନାହିଁ । ଏହି ଦୁଇଟି ମୌଳିକ ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛି ସମତୁଲ ପ୍ରକ୍ରିୟାକୁ ଆଗେଇ ନେବାକୁ ହେବ ।
  • H ପରମାଣୁକୁ ତୀର ଚିହ୍ନର ଉଭୟ ପାର୍ଶ୍ଵରେ ସମାନ କରିବା ପାଇଁ, ଦକ୍ଷିଣ ପାର୍ଶ୍ଵରେ ଥ‌ିବା H, ଅଣୁକୁ4 ଦ୍ଵାରା ଗୁଣନ କରାଯାଉ ।
    BSE Odisha 10th Class Physical Science Notes Chapter 1 img-8
  • ବର୍ତ୍ତମାନ ସମୀକରଣଟି ହେବ :
    BSE Odisha 10th Class Physical Science Notes Chapter 1 img-9

ସୋପାନ- 5 :

  • ତୃତୀୟ ମୌଳିକ Fe ଏ ପର୍ଯ୍ୟନ୍ତ ସମତୁଲ ହୋଇନାହିଁ ।
  • Fe କୁ ସମାନ କରିବା ପାଇଁ ଆମେ ତିନୋଟି Fe ପରମାଣୁ ବାମପାର୍ଶ୍ବରେ ନେବା । ତେଣୁ ବାମପାର୍ଶ୍ଵର Feକୁ 3 ଦ୍ଵାରା ଗୁଣାଯାଉ ।
    BSE Odisha 10th Class Physical Science Notes Chapter 1 img-10
  • ବର୍ତ୍ତମାନ ସମତୁଲ ସମୀକରଣଟି ହେବ :
    BSE Odisha 10th Class Physical Science Notes Chapter 1 img-11

ସୋପାନ- 6 :
(i) ସମୀକରଣର ଉଭୟ ପାର୍ଶ୍ଵରେ ମୌଳିକଗୁଡ଼ିକର ପରମାଣୁ ସଂଖ୍ୟା ସମାନ ହୋଇଯାଇଛି । ତେଣୁ ସମୀକରଣଟି ସମତୁଲ ହୋଇଯାଇଛି । ବାକ୍ସଗୁଡ଼ିକୁ ଉଠାଇଦେଲେ ନିମ୍ନଲିଖ୍ ସମତୁଲ ରାସାୟନିକ ସମୀକରଣ ମିଳିବ :
3Fe + 4H2O → Fe3O4 + 4H2

(ii) ସମୀକରଣକୁ ସମତୁଲ କରିବା ପାଇଁ ପ୍ରତ୍ୟେକ ସୋପାନରେ ଏକ ନିର୍ଦ୍ଦିଷ୍ଟ ମୌଳିକର ପରମାଣୁ ସଂଖ୍ୟାକୁ ଉଭୟ ପାର୍ଶ୍ଵରେ ସମାନ କରାଯାଉ । ସମତୁଲ କରିବାର ଏହି ପଦ୍ଧତିକୁ ପରଖ-ନିରେଖ (Hit and Trial) ପଦ୍ଧତି କୁହାଯାଏ ।

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

ସୋପାନ – 7 :
→ ଭୌତିକ ଅବସ୍ଥା ପାଇଁ ପ୍ରତୀକର ସୂଚନା (Writing Symbols of Physical States) :

  • ରାସାୟନିକ ସମୀକରଣକୁ ଅଧ‌ିକ ତଥ୍ୟମୂଳକ କରିବା ପାଇଁ ପ୍ରତିକାରକ ଓ ଉତ୍ପାଦଗୁଡ଼ିକରେ ରାସାୟନିକ ସଂକେତ ଲେଖାଯିବା ସହିତ ସେମାନଙ୍କର ଭୌତିକ ଅବସ୍ଥାଗୁଡ଼ିକ ଉଲ୍ଲେଖ କରାଯାଏ ।
  • ପ୍ରତିକାରକ ଓ ଉତ୍ପାଦଗୁଡ଼ିକର ଗ୍ୟାସୀୟ ଅବସ୍ଥା ପାଇଁ (g), ତରଳ ଅବସ୍ଥା ପାଇଁ (I), କଠିନ ଅବସ୍ଥା ପାଇଁ (s) ଓ ଜଳୀୟ ଦ୍ରବଣ ପାଇଁ (aq) ସଂକେତ ଦ୍ୱାରା ସୂଚାଇ ଦିଆଯାଏ ।
  • ଯଦି ପ୍ରତିକାରକ କିମ୍ବା ଉତ୍ପାଦ ଜଳରେ ଦ୍ରବୀଭୂତ ହୋଇଥାଏ, ତେବେ ସେହି ଦ୍ରବଣ ପାଇଁ ଆକ୍‌ସ୍ (aqueous, aq) ଶବ୍ଦ ବ୍ୟବହାର କରାଯାଏ ।
    ପ୍ରତିକାରକ ଓ ଉତ୍ପାଦଗୁଡ଼ିକର ଭୌତିକ ଅବସ୍ଥା ଦର୍ଶାଯାଇ ସମତୁଲ ସମୀକରଣଟି ହେବ ।
    3Fe(s) + 4H2O(g) → Fe3O4(s) + 4H2(g)
  • ବେଳେବେଳେ ରାସାୟନିକ ପ୍ରତିକ୍ରିୟା ସମ୍ପାଦନ ପାଇଁ ତାପ, ଚାପ, ଉତ୍ପ୍ରେରକ ଇତ୍ୟାଦି ଭଳି ପ୍ରତିକ୍ରିୟାର ସର୍ଭଗୁଡ଼ିକୁ ସମୀକରଣ ମଧ୍ୟସ୍ଥ ତୀର ଚିହ୍ନ ଉପରେ କିମ୍ବା ତଳେ ଦର୍ଶାଯାଇଥାଏ ।

ଉଦାହରଣ ସ୍ଵରୂପ :
BSE Odisha 10th Class Physical Science Notes Chapter 1 img-12

→ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା (Types of Chemical Reactions):
ରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକଗୁଡ଼ିକର ପରମାଣୁଗୁଡ଼ିକ ମଧ୍ୟରେ ଥିବା ବନ୍ଧଗୁଡ଼ିକ ଭାଙ୍ଗିଯାଏ ଏବଂ ଉତ୍ପାଦର ପରମାଣୁଗୁଡ଼ିକ ମଧ୍ୟରେ ନୂତନ ବନ୍ଧ ସୃଷ୍ଟି ହୋଇଥାଏ । ରାସାୟନିକ ବନ୍ଧକୁ ଭାଙ୍ଗିବାରେ ଶକ୍ତି ଆବଶ୍ୟକ ହୋଇଥାଏ । ଏଥିରେ ଶକ୍ତିରେ ପରିବର୍ତ୍ତନ ଘଟିଥାଏ ।
ରାସାୟନିକ ପ୍ରତିକ୍ରିୟା ସମୟରେ ଶକ୍ତି ନିର୍ଗତ କିମ୍ବା ଶୋଷିତ ହୋଇଥାଏ । ରାସାୟନିକ ପ୍ରତିକ୍ରିୟା ଘଟାଇବା ପାଇଁ ଆବଶ୍ୟକୀୟ ଶକ୍ତି, ଚାପ, ତାପ, ଆଲୋକ, ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯାଇଥାଏ ।
ବିଭିନ୍ନ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ହେଲା :
(A) ସଂଶ୍ଳେଷଣ ପ୍ରତିକ୍ରିୟା (Combination Reaction)
(B) ରିଘଗନ ପ୍ରତିକ୍ରପ୍ରା (Decomposition Reaction)
(C) ବିସ୍ଥାପନ ପ୍ରତିକ୍ରସ୍ରା (Displacement Reaction)
(D) ଦ୍ୱେତ ବିସ୍ଥାପନ ପ୍ରତିକୃପ୍ରା (Double Displacement Reaction)

→ (A) ସଂଶ୍ଳେଷଣ ପ୍ରତିକ୍ରିୟା (Combination of Reaction):
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଦୁଇ ବା ଅଧ୍ବକ ମୌଳିକ କିମ୍ବା ଯୌଗିକ ପ୍ରତିକାରକ ପାର୍ଶ୍ବରେ ସଂଯୁକ୍ତ ହୋଇ ଗୋଟିଏ ମାତ୍ର ଯୌଗିକ ଉତ୍ପାଦ ପାର୍ଶ୍ବରେ ଉତ୍ପନ୍ନ ହୁଏ, ସେହି ପ୍ରତିକ୍ରିୟାକୁ ସଂଶ୍ଳେଷଣ ପ୍ରତିକ୍ରିୟା କୁହାଯାଏ ।

→ ତାପ ଉତ୍ପାଦୀ ବା ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା (Exothermic Chemical Reaction) :
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଉତ୍ପାଦ ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ତାପ ନିର୍ଗତ ହୋଇଥାଏ, ତାହାକୁ ତାପ ଉତ୍ପାଦୀ ବା ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।

ଡ୍‌ତାହରଣ :
(i) କ୍ୟାଲସିୟମ୍ ଅକ୍‌ସାଇଡ୍‌ ଜଳ ସହିତ ତୀବ୍ର ପ୍ରତିକ୍ରିୟା ଘଟି ପ୍ରଚୁର ପରିମାଣର ତାପ ନିର୍ଗତ ହେବା ସଙ୍ଗେ ସଙ୍ଗେ ଶର୍ମିତ ଚୂନ ବା କ୍ୟାଲସିୟମ୍ ହାଇଡ୍ରୋକସାଇଡ୍ ଉତ୍ପନ୍ନ ହୋଇଥାଏ ।
BSE Odisha 10th Class Physical Science Notes Chapter 1 img-23

(ii) ପ୍ରାକୃତିକ ଗ୍ୟାସ୍‌ ଦହନ ଫଳରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ସୃଷ୍ଟି ହେବା ସହିତ ପ୍ରଚୁର ତାପଶକ୍ତି ନିର୍ଗତ ହୋଇଥାଏ ।
CH4(g) + 202(g) → CO2(g) + 2H2O (g) + ଚାପ

(ii) ଶ୍ଵାସକ୍ରିୟା ବା ଶ୍ୱସନ ପ୍ରକ୍ରିୟା ମଧ୍ୟ ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ । ପରିପାକ ପ୍ରକ୍ରିୟା (Digestion)ରେ ଖାଦ୍ୟ ସରଳତର ପଦାର୍ଥରେ ପରିଣତ ହୁଏ । ଭାତ, ରୁଟି, ଆଳୁ ଇତ୍ୟାଦି ଶ୍ଵେତସାର (Carbohydrate) ଜାତୀୟ ଖାଦ୍ୟରୁ ଗ୍ଲୁକୋଜ୍ (C6H12O6) ସୃଷ୍ଟି ହୁଏ । ଗ୍ଲୁକୋଜ୍ ଆମ ଶରୀରର ଜୀବକୋଷ ମଧ୍ୟରେ ଥ‌ିବା ଅକ୍‌ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଶରୀରକୁ ଶକ୍ତି ଯୋଗାଇଥାଏ । ଏହି ପ୍ରତିକ୍ରିୟାର ଏକ ସ୍ବତନ୍ତ୍ର ନାମ ହେଉଛି ଶ୍ବସନ ପ୍ରକ୍ରିୟା (Respiration) ।
C6H12O6(aq) + 6O2(aq) — 6CO2(aq) + 6H2O(l) + ଚାପ
(iv) ଉଭିଦଜାତ ଦ୍ରବ୍ୟର ବିଘଟନ ହୋଇ ଖତରେ ପରିଣତ ହେବା ।

→ (B) ବିଘଟନ ପ୍ରତିକ୍ରିୟା (Decomposition Reaction):
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମାତ୍ର ଯୌଗିକ ବିଘଟିତ ହୋଇ ଦୁଇ ବା ଅଧିକ ସରଳତର ଉତ୍ପାଦ ସୃଷ୍ଟି କରେ, ତାହାକୁ ବିଘଟନ ପ୍ରତିକ୍ରିୟା କୁହାଯାଏ ।
BSE Odisha 10th Class Physical Science Notes Chapter 1 img-14
ବିଘଟନ ପ୍ରତିକ୍ରିୟା ହେଉଛି ସଂଶ୍ଳେଷଣ ପ୍ରତିକ୍ରିୟାର ବିପରୀତ ।
ବିଘଟନ ପ୍ରତିକ୍ରିୟା ତିନି ପ୍ରକାର; ଯଥା – ତାପୀୟ ବିଘଟନ, ବୈଦ୍ୟୁତିକ ବିଘଟନ ଓ ଆଲୋକ ରାସାୟନିକ ବିଘଟନ ।

ତାପୀୟ ବିଘଟନ :
ଯେଉଁ ପ୍ରତିକ୍ରିୟାରେ ଏକ ଯୌଗିକ ତାପ ପ୍ରୟୋଗଦ୍ଵାରା ବିଘଟିତ ହୋଇ ଦୁଇ ବା ତହିଁରୁ ଅଧିକ ସରଳତର ଉତ୍ପାଦରେ ପରିଣତ ହୁଏ, ତାହାକୁ ‘ତାପୀୟ ବିଘଟନ’ (Thermal Decomposition) କୁହାଯାଏ । ଉଦାହରଣ: ତାପ ପ୍ରୟୋଗ ହେତୁ କ୍ୟାଲସିୟମ୍ କାର୍ବୋନେଟ୍‌ର ବିଘଟନ ଘଟି କ୍ୟାଲସିୟମ୍ ଅକ୍‌ସାଇଡ୍ ଓ କାର୍ବନ ଡାଇଅକ୍‌ସାଇଡ୍ ସୃଷ୍ଟି ହୁଏ ।
BSE Odisha 10th Class Physical Science Notes Chapter 1 img-15

→ ବୈଦ୍ୟୁତିକ ବିଘଟନ (Electrolytic Decomposition) :
‘‘ଯେଉଁ ପ୍ରତିକ୍ରିୟାରେ ଏକ ଯୌଗିକର ଜଳୀୟ ଦ୍ରବଣରେ କିମ୍ବା ତରଳାବସ୍ଥାର ବିଦ୍ୟୁତ୍ ସ୍ରୋତଦ୍ୱାରା ବିଘଟିତ ହୋଇଥାଏ, ତାହାକୁ ବୈଦ୍ୟୁତିକ ବିଘଟନ ବା ବୈଦ୍ୟୁତିକ ବିଶ୍ଳେଷଣ କୁହାଯାଏ ।’’

ଆଲୋକ ରାସାୟନିକ ବିଘଟନ (Photo – Chemical Decomposition) :
‘‘ଯେଉଁ ରାସାୟନିକ ପ୍ରତିକ୍ରିୟା ଗୋଟିଏ ଯୌଗିକ ଆଲୋକ ଶକ୍ତିଦ୍ୱାରା ବିଘଟିତ ହୁଏ, ତାହାକୁ ଆଲୋକ ରାସାୟନିକ ବିଘଟନ କୁହାଯାଏ ।

→ ତାପଶୋଷୀ ବା ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା (Endothermic Chemical reaction ):
ବିଘଟନ ପ୍ରତିକ୍ରିୟାରେ ପ୍ରତିକାରକଗୁଡ଼ିକର ବିଘଟନ ପାଇଁ ତାପ, ଆଲୋକ କିମ୍ବା ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହୋଇଥାଏ । ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ଶୋଷିତ ହୋଇଥାଏ, ତାହାକୁ ‘‘ତାପଶୋଷୀ ବା ତାର୍ପଗ୍ରାହୀ ରାସାୟନିକ ପ୍ରତିକ୍ରିୟା’’ କୁହାଯାଏ ।

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

ଡ୍‌ତାହରଣ :
ଏକ ପରୀକ୍ଷାନଳୀରେ 2 ଗ୍ରାମ୍ ବେରିୟମ୍ ହାଇଡ୍ରୋକ୍‌ସାଇଡ୍ ଏବଂ l ଗ୍ରାମ୍ ଏମୋନିୟମ୍ କ୍ଲୋରାଇଡ୍ ମିଶାଇ ଗୋଟିଏ ଗ୍ଲାସ୍ ରଡ୍‌ରେ ଘାଣ୍ଟିଲେ ପରୀକ୍ଷାନଳୀର ନିମ୍ନଭାଗ ଥଣ୍ଡାଲାଗିବ । ଏହା ଏକ ତାପଶୋଷୀ ପ୍ରତିକ୍ରିୟା ।
ବେରିୟମ ହାଇଡ୍ରୋକ୍‌ସାଇଡ୍ ସହିତ ଏମୋନିୟମ୍‌ କ୍ଲୋରାଇଡ୍ ମିଶିଲେ, ତାପଶକ୍ତି ଶୋଷିତ ହୋଇଥାଏ ଏବଂ ଅନ୍ୟାନ୍ୟ ଯୌଗିକମାନ ସୃଷ୍ଟି ହୁଏ ।
Ba (OH)2 + 2 NH4Cl → 2NH4OH + BaCl2 ତାପ

→ (c) ବିସ୍ଥାପନ ପ୍ରତିକ୍ରିୟା (Displacement Reaction):
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକର ମୌଳିକକୁ ଅପସାରଣ ବା ବିସ୍ଥାପନ କରେ, ସେହି ରାସାୟନିକ ପ୍ରତିକ୍ରିୟାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।
BSE Odisha 10th Class Physical Science Notes Chapter 1 img-16
‘A’ ମୌଳିକଟି BC ଯୌଗିକରୁ ‘B’କୁ ଅପସାରଣ କରିଥାଏ ।

ଡ୍‌ତାହରଣ :
ଆଇରନ୍ କିପର ସଲଫେଟ୍ ଜଳୀୟ ଦ୍ରବଣ ସହ ପ୍ରତିକ୍ରିୟା କରି ଆଇରନ୍‌ ସଲ୍‌ଫେଟ୍ ଓ କପର ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟାରେ ଆଇରନ୍ କପର ସଲ୍‌ଫେଟ୍ରର ଜଳୀୟ ଦ୍ରବଣରୁ Cutକୁ ବିସ୍ଥାପିତ କରେ ।
BSE Odisha 10th Class Physical Science Notes Chapter 1 img-17

ପ୍ରେହିପରି
BSE Odisha 10th Class Physical Science Notes Chapter 1 img-18
ଜିଙ୍କ୍ ଓ ଲେଡ୍ କପର ଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ମୌଳିକ ହୋଇଥିବାରୁ ସେମାନେ କପର ଯୌଗିକରୁ କପର ଅପସାରଣ କରନ୍ତି ।

→ (D) goal (Double Displacement Reaction):
‘‘ଯେଉଁ ରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକ ଦ୍ବୟ ମଧ୍ୟରେ ଆୟନ ବିନିମୟ ଘଟିଥାଏ, ସେହି ରାସାୟନିକ ପ୍ରତିକ୍ରିୟାକୁ ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।’’
ଦ୍ୱୈତ ବିସ୍ଥାପନ ପ୍ରତିକ୍ରିୟାକୁ ନିମ୍ନମତେ ଅନୁଧ୍ୟାନ କରାଯାଇ ଉକ୍ତ ରାସାୟନିକ ପ୍ରତିକ୍ରିୟାକୁ ଅନୁଶୀଳନ କରାଯାଏ ।
BSE Odisha 10th Class Physical Science Notes Chapter 1 img-19
ଉଦାହରଣ :
(i) ସିଲ୍‌ଭର୍ ନାଇଟ୍ରେଟ୍‌ର ଜଳୀୟ ଦ୍ରବଣକୁ ସୋଡ଼ିୟମ୍ କ୍ଲୋରାଇଡ଼ର ଜଳୀୟ ଦ୍ରବଣ ସହ ପ୍ରତିକ୍ରିୟା ଘଟାଇଲେ ସିଲଭର୍ କ୍ଲୋରାଇଡ୍ସର ଧଳା ଅଧଃକ୍ଷେପ ସୃଷ୍ଟି ହୁଏ ।
AgNO3(aq) + NaCl(aq) → AgCl(s) + NaNO3(aq)
(ii) ବେରିୟମ୍ କ୍ଲୋରାଇଡ୍ସର ଜଳୀୟ ଦ୍ରବଣକୁ ଲଘୁ ଗନ୍ଧକାମ୍ଳ ସହ ପ୍ରତିକ୍ରିୟା ଘଟାଇଲେ ବେରିୟମ୍ ସଲ୍‌ଫେଟ୍‌ର ଧଳା ଅଧଃକ୍ଷେପ ସୃଷ୍ଟି ହୁଏ ।
BaCl2(aq) + H2SO4(aq) → BaSO4(s) + 2HCl (aq)

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

→ ଜାରଣ (Oxidation) :
ଯେଉଁ ପ୍ରକ୍ରିୟାରେ ଅକ୍‌ସିଜେନ୍‌ର ଯୋଗ ଓ ହାଇଡ୍ରୋଜେନ୍‌ର ବିଯୋଗ ଘଟିଥାଏ, ତାହାକୁ ଜାରଣ କୁହାଯାଏ ।

ଉଦାହରଣ :
ଅମ୍ଳଜାନର ଯୋଗ (Addition of Oxygen):
(i) ଅମ୍ଳଜାନର ଉପସ୍ଥିତିରେ କାର୍ବନର ଦହନ ଘଟିଲେ ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ ।.
C(s) + O2 (g) → CO2(g)

(ii) ମ୍ୟାଗ୍ନେସିୟମ୍‌ର ଅମ୍ଳଜାନ ଉପସ୍ଥିତିରେ ଦହନ ଘଟିଲେ କଠିନ ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ ସୃଷ୍ଟି ହୁଏ ।
2Mg(s) + O2(g) → 2MgO(s)

(iii) ଆର୍ଦ୍ର ବାୟୁରେ ଅମ୍ଳଜାନ ସହ ଲୁହାର ପ୍ରତିକ୍ରିୟା ଘଟିଲେ ସେଥ‌ିରେ କଳଙ୍କି ସୃଷ୍ଟି ହୁଏ ।
4Fe(s) + 3O2(g) + H2O(g) → 2Fe2O3 . H2O

→ (b) ହାଇଡ୍ରୋଜେନ୍‌ର ବିୟୋଗ (Removal of Hydrogen) :
(i) ବ୍ରୋମିନ୍ ହାଇଡ୍ରୋଜେନ୍ ସଲ୍‌ଫାଇଡ୍ ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ବ୍ରୋମାଇଡ୍ ଓ ସଲ୍‌ଫର୍‌ ସୃଷ୍ଟି ହୁଏ । ଏହି ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ସଲ୍‌ଫାଇଡ଼ରୁ ହାଇଡ୍ରୋଜେନ୍‌ର ବିୟୋଗ ଘଟିଥାଏ ।
H2S(aq) + Br2(aq) → 2HBr(aq) + S

(iii) ଉକ୍ତ ପରିବେଶରେ ମାଙ୍ଗାନିଜ୍ ଡାଇଅକ୍‌ସାଇଡ୍‌ର ଲଘୁ ଲବଣାମ୍ଳ ସହ ପ୍ରତିକ୍ରିୟା ଘଟିଲେ ମାଙ୍ଗାନିଜ୍ କ୍ଲୋରାଇଡ୍, ଜଳ ଓ କ୍ଲୋରିନ୍ ଗ୍ୟାସ୍ ସୃଷ୍ଟି ହୁଏ ।
4HC/ (aq) + MnO2(s) → MnCl2(aq) + 2H2O(l) + 2Cl2(g)

ବିଜାରଣ (Reduction) :
ଯେଉଁ ପ୍ରତିକ୍ରିୟାରେ ହାଇଡ୍ରୋଜେନ୍‌ର ଯୋଗ ଓ ଅକ୍‌ସିଜେନ୍‌ର ବିଯୋଗ ଘଟିଥାଏ, ତାହାକୁ ବିଜାରଣ କୁହାଯାଏ ।

ଉଦାହରଣ :
ହାଇଡ୍ରୋଜେନ୍‌ର ଯୋଗ (Addition of Hydrogen) :
(i) ହାଇଡ୍ରୋଜେନ୍ ଗ୍ୟାସର ସଲ୍‌ଫର୍‌ ସହ ପ୍ରତିକ୍ରିୟା ଘଟିଲେ ହାଇଡ୍ରୋଜେନ୍ ସଲ୍‌ଫାଇଡ୍ ସୃଷ୍ଟି ହୁଏ ।
H2(g) + S(g) → H2S(g)

(ii) ଜଳୀୟ ହାଇଡ୍ରୋଜେନ୍ ସଲ୍‌ଫାଇଡ୍‌ର କ୍ଲୋରିନ୍‌ ଗ୍ୟାସ୍ ସହ ପ୍ରତିକ୍ରିୟା ଘଟିଲେ ଲବଣାମ୍ଳ ଓ ସଲ୍‌ଫର୍‌ ସୃଷ୍ଟି ହୁଏ ।
H2S (aq) + Cl2(g) → 2HCI (ag) + S(s)

(b) ଅକ୍ସିଜେନର ରିପୋଟ (Removal of Oxygen) :
(i) ହାଇଡ୍ରୋଜେନ୍ ଗ୍ୟାସ୍‌କୁ ଉତ୍ତପ୍ତ କପର୍ ଅକ୍‌ସାଇଡ଼ ଉପରେ ପ୍ରବାହିତ କଲେ, ଏହା ଧାତବ କପରକୁ ବିଜାରିତ ହୁଏ ।
BSE Odisha 10th Class Physical Science Notes Chapter 1 img-20

(ii) କାର୍ବନ ମନୋକ୍‌ସାଇଡ଼କୁ ଉତ୍ତପ୍ତ ଫେରିକ୍ ଅକ୍‌ସାଇଡ୍ ଉପରେ ପ୍ରବାହିତ କଲେ, ଏହା ଧାତବ ଲୁହାକୁ ବିଜାରିତ ହୁଏ ।
BSE Odisha 10th Class Physical Science Notes Chapter 1 img-21

BSE Odisha 10th Class Physical Science Notes Chapter 1 ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

→ ଜାରକ (Oxidising Agent) :
ଯେଉଁ ପଦାର୍ଥ ଅକ୍‌ସିଜେନ୍ ଦେଇ କିମ୍ବା ହାଇଡ୍ରୋଜେନ୍ ନେଇ ଅନ୍ୟ ପଦାର୍ଥର ଜାରଣ ଘଟାଇଥାଏ, ତାହାକୁ ଜାରକ କୁହାଯାଏ ।

ଉଦାହରଣ :
(i) C(s) + O2(g) → CO2(g)
ଉପରୋକ୍ତ ପ୍ରତିକ୍ରିୟାରେ କାର୍ବନ୍ କାର୍ବନ ଡାଇଅକ୍‌ସାଇଡ୍‌କୁ ଜାରିତ ହେଉଥ‌ିବାରୁ ଅକ୍‌ସିଜେନ୍ ଏକ ଜାରକ ଅଟେ ।

(ii) H2S(aq) + Cl2(g) → 2HCl (aq) + S(s)
ଉପରୋକ୍ତ ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ସଲ୍‌ଫାଇଡ୍ କ୍ଲୋରିନ୍‌ଦ୍ୱାରା ଜାରିତ ହେଉଥ‌ିବାରୁ କ୍ଲୋରିନ୍ ଏକ ଜାରକ ଅଟେ ।

→ ବିଜାରକ (Reducing Agent) :
ଯେଉଁ ପଦାର୍ଥ ହାଇଡ୍ରୋଜେନ୍ ଦେଇ କିମ୍ବା ଅକ୍‌ସିଜେନ୍ ନେଇ ଅନ୍ୟ ପଦାର୍ଥର ବିଜାରଣ ଘଟାଇଥାଏ, ତାକୁ ବିଜାରଣ କୁହାଯାଏ ।

ଉଦାହରଣ :
(i) Cl2(g) + H2S (aq) → 2HCl (aq) S(s)
ଉପରୋକ୍ତ ପ୍ରତିକ୍ରିୟାରେ କ୍ଲୋରିନ୍‌ ହାଇଡ୍ରୋକ୍ଲୋରିକ୍ ଅମ୍ଳକୁ ବିଜାରିତ ହୋଇଥାଏ ଏବଂ ଏଠାରେ ହାଇଡ୍ରୋଜେନ୍ ସଲ୍‌ଫାଇଡ଼୍ ବିଜାରକ ଅଟେ ।

(ii) MgO (s) + C(s) → Mg(s) + CO(g)
ଉପରୋକ୍ତ ପ୍ରତିକ୍ରିୟାରେ ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ ଧାତବ ମ୍ୟାଗ୍ନେସିୟମ୍‌କୁ ବିଜାରିତ ହୋଇଥାଏ ଏବଂ ଏଠାରେ କାର୍ବନ ବିଜାରକ ଅଟେ ।

→ ଜାରଣ-ବିଜାରଣ ପ୍ରତିକ୍ରିୟା (Oxidation-reduction Reaction) ବା ବିଜାରଣ-କାରଣ ପ୍ରତିକ୍ରିୟା (Redox Reaction) :
କୌଣସି ରାସାୟନିକ ପ୍ରତିକ୍ରିୟା ଚାଲୁଥିବା ସମୟରେ ଗୋଟିଏ ପ୍ରତିକାରକ ଜାରିତ ହେଉଥିଲେ ଅନ୍ୟ ପ୍ରତିକାରକଟି ବିଜାରିତ ହୁଏ । ଏହି ପ୍ରକାର ରାସାୟନିକ ପ୍ରତିକ୍ରିୟାକୁ ଜାରଣ-ବିଜାରଣ ବା ବିଜାରଣ-ଜାରଣ ପ୍ରତିକ୍ରିୟା କୁହାଯାଏ ।

ଉଦାହରଣ :
BSE Odisha 10th Class Physical Science Notes Chapter 1 img-22
ଉପରୋକ୍ତ ପ୍ରତିକ୍ରିୟାରେ କପର (II) ଅକ୍‌ସାଇଡ୍ ଧାତବ କପର୍‌କୁ ବିଜାରିତ ହୋଇଥାଏ ଏବଂ ହାଇଡ୍ରୋଜେନ୍ ଜଳକୁ ଜାରିତ ହୋଇଥାଏ ।

→ ଦୈନଦିନ ଜ1ବନରେ ଜାରଣ ପ୍ରତିକ୍ରିୟାର ପ୍ରଭାବ (Effects of Oxidation reactions in everyday life):
ସଂକ୍ଷାରଣ (Corrosion):

  • ଏକ ଲୌହ ନିର୍ମିତ ଦ୍ରବ୍ୟ ନୂତନ ଅବସ୍ଥାରେ ଉଜ୍ଜ୍ବଳ ଓ ମସୃଣ ହୋଇଥାଏ । କିନ୍ତୁ ଏହା କିଛି ଦିନ ବାହାରେ ପଡ଼ିରହିଲେ, ଏହା ଉପରେ ଏକ ଲୋହିତ-ବାଦାମୀ ରଙ୍ଗର ପ୍ରଲେପ ମାଡ଼ିଯାଏ । ଏହି ପ୍ରାକୃତିକ ପ୍ରକ୍ରିୟାକୁ ‘ଲୁହାରେ କଳଙ୍କି ଲାଗିବା’’ କୁହାଯାଏ ।
  • ଯେତେବେଳେ ଏକ ଧାତୁ ତାକୁ ଘେରି ରହିଥ‌ିବା ଉପାଦାନଗୁଡ଼ିକ (ଯଥା – ଜଳୀୟବାଷ୍ପ, ଅମ୍ଳ ଇତ୍ୟାଦି) ସହିତ ରାସାୟନିକ ପ୍ରତିକ୍ରିୟା କରେ, ସେତେବେଳେ ଧାତୁଟିର ଧୀରେ ଧୀରେ କ୍ଷୟ ଘଟିଥାଏ । ଧାତୁର ଏହି କ୍ଷୟ ହେବା ପ୍ରକ୍ରିୟାକୁ ସଂକ୍ଷାରଣ ବା କ୍ରମକ୍ଷୟ (Corrosion) କୁହାଯାଏ ।
  • ସିଲଭର ଉପରେ ପଡ଼ୁଥ‌ିବା କଳା ଆସ୍ତରଣ ଓ କପର ଉପରେ ପଡୁଥ‌ିବା ସବୁଜ ଆସ୍ତରଣ ହେଉଛି ସଂକ୍ଷାରଣର ଉଦାହରଣ ।
  • ସଂକ୍ଷାରଣ ହେତୁ ମଟରଗାଡ଼ି, ପୋଲ, ଲୁହାବାଡ଼, ଜାହାଜ ଏବଂ ଧାତୁ ନିର୍ମିତ ସମସ୍ତ ବସ୍ତୁ ବିଶେଷକରି ଲୌହ ନିର୍ମିତ ବସ୍ତୁଗୁଡ଼ିକର କ୍ଷୟ ଘଟିଥାଏ ।

→ ସଢ଼ା ଅବସ୍ଥା (Rancidity):

  • ବହୁତ ଦିନ ଧରି ରହିଯାଇଥିବା ଚର୍ବି ଏବଂ ତେଲ ବାୟୁ ସଂସ୍ପର୍ଶରେ ଆସି ଜାରିତ ହୋଇଥାଏ । ଏହାଫଳରେ ତା’ର ଗନ୍ଧ ଓ ସ୍ବାଦ ବଦଳିଯାଇଥାଏ । ତହିଁରୁ ରହଣିଆ ଗନ୍ଧ ବାହାରୁଥାଏ । ଏହାକୁ ପଦାର୍ଥର ସଢ଼ା ଅବସ୍ଥା କୁହାଯାଏ ।
  • ଯେଉଁ ପଦାର୍ଥ ଜାରଣକୁ ନିରୋଧ କରେ ତାକୁ ପ୍ରତିଜାରକ (Antioxidant) କହନ୍ତି । ଖାଦ୍ୟ ସାମଗ୍ରୀରେ ସାଧାରଣତଃ ପ୍ରତିଜାରକକୁ ମିଶାଇ ସେଗୁଡ଼ିକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇଥାଏ ।
  • ବାୟୁରୋଧୀ ପାତ୍ର (Air-tight container)ରେ ଖାଦ୍ୟପଦାର୍ଥ ରଖି ଜାରଣ ପ୍ରକ୍ରିୟା ମନ୍ଥର ହୁଏ । ଏହା ଫଳରେ ସେଗୁଡ଼ିକର ସଂରକ୍ଷଣ ସହଜ ହୋଇଥାଏ ।

Leave a Comment