Odisha State Board BSE Odisha 10th Class Physical Science Solutions Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ Textbook Exercise Questions and Answers.
BSE Odisha Class 10 Physical Science Solutions Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ
Question 1.
ପର୍ଯ୍ୟାୟ ସାରଣୀର ପର୍ଯ୍ୟାୟଗୁଡ଼ିକରେ ବାମରୁ ଡାହାଣକୁ ଗଲେ କ’ଣ ହୁଏ ନାହିଁ ?
(a) ମୌଳିକଗୁଡ଼ିକର ଧାତବ ପ୍ରକୃତି କମିଯାଏ ।
(b) ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା ବୃଦ୍ଧି ପାଏ ।
(c) ପରମାଣୁଗୁଡ଼ିକ ସହଜରେ ଇଲେକ୍ଟ୍ରନ୍ ତ୍ୟାଗ କରିପାରନ୍ତି ।
(d) ଅକ୍ସାଇଡ୍ଗୁଡ଼ିକ ଅଧ୍ଵ ଅମ୍ଳୀୟ ହୋଇଥାଏ ।
Answer:
(c) ପରମାଣୁଗୁଡ଼ିକ ସହଜରେ ଇଲେକ୍ଟ୍ରନ୍ ତ୍ୟାଗ କରିପାରନ୍ତି ।
Question 2.
X ମୌଳିକ, XCl2 ସଙ୍କେତ ସହ ଏକ କ୍ଲୋରାଇଡ୍ ସୃଷ୍ଟିକରେ । ତାହା କଠିନ ଏବଂ ଉଚ୍ଚ ଗଳନାଙ୍କର ଏକ ଯୌଗିକ । ପର୍ଯ୍ୟାୟ ସାରଣୀର କେଉଁ ମୌଳିକ ଗ୍ରୁପରେ X ରହିଥିବାରୁ ସବୁଠାରୁ ଅଧିକ ସମ୍ଭାବନା ଅଛି ?
(a) Na
(b) Mg
(c) Al
(d) Si
Answer:
(b) Mg
Question 3.
ଜେଇଁ ମୌଳିକର
(a) ଦୁଇଟି କକ୍ଷ ରହିଛି ଯେଉଁଗୁଡ଼ିକରେ ସମ୍ପୂର୍ଣ୍ଣ ମାତ୍ରାରେ ଇଲେକ୍ଟ୍ରନ ଭର୍ତ୍ତି ହୋଇଛି ?
ଉ :
ନିଅନ୍ (Ne)
(b) ଇଲେକ୍ଟ୍ରନ୍ ର୍ସରରନା 2,8,2 ?
ଉ :
ମ୍ୟାଗ୍ନେସିୟମ୍ (Mg)
(c) ସଂଯୋଜକ କକ୍ଷରେ ଚାରୋଟି ଇଲେକ୍ଟ୍ରନ୍ ସହିତ ସମୁଦାୟ ତିନୋଟି କକ୍ଷ ରହିଛି ?
ଉ :
ସିଲିକନ୍ (Si)
(d) ସଂଯୋଜକ କକ୍ଷରେ ତିନୋଟି ଇଲେକ୍ଟ୍ରନ୍ ସହିତ ସମୁଦାୟ ଦୁଇଟି କକ୍ଷ ଅଛି ?
ଉ :
ବୋରନ୍ (B)
(e) ଦ୍ଵିତୀୟ କକ୍ଷରେ ପ୍ରଥମ କକ୍ଷରେ ଥିବା ଇଲେକ୍ଟ୍ରନ୍ ସଂଖ୍ୟାର ଦୁଇଗୁଣ ରହିଛି ?
ଉ :
କାର୍ବନ (C)
Question 4.
(a) ବୋରନ୍ର କେଉଁ ଧର୍ମଟି ପର୍ଯ୍ୟାୟ ସାରଣୀର ବୋରନ୍ ଥି ସ୍ତମ୍ଭର ଅନ୍ୟ ମୌଳିକଗୁଡ଼ିକର ଧର୍ମ ସହିତ ସମାନ ?
ଉ :
ପର୍ଯ୍ୟାୟ ସାରଣୀର ଗ୍ରୁପ୍ 13ରେ ବୋରନ୍ ଅବସ୍ଥିତ । ସ୍ତମ୍ଭ 13ରେ ଥିବା ସମସ୍ତ ମୌଳିକଗୁଡ଼ିକର ଦୁଇଟି ସାଧାରଣ ଧର୍ମ ତ୍ରେଲା
(i) ସାଧାରଣ ତାପମାତ୍ରା (25°C)ରେ ସମସ୍ତ ମୌଳିକ କଠିନ ।
(ii) ସମସ୍ତ ମୌଳିକ ଯୋଜ୍ୟତା ଓ ଦର୍ଶାନ୍ତି ।
(b) ଫ୍ଲୋରିନ ଗ୍ରୁପ୍ର ସମସ୍ତ ମୌଳିକର କେଉଁ ପ୍ରକୃତିଟି ସମାନ ?
ଉ :
ପର୍ଯ୍ୟାୟ ସାରଣୀର ଗ୍ରୁପ୍ 17ରେ ଫ୍ଲୋରିନ୍ ଅବସ୍ଥିତ । ଏହି ଗ୍ରୁପ୍ରେ ଥିବା ସମସ୍ତ ମୌଳିକଗୁଡ଼ିକର ସାଧାରଣ ଧର୍ମ ହେଲା
(i) ସମସ୍ତ ମୌଳିକର ସଂଯୋଜକ ଇଲେକ୍ଟ୍ରମ୍ ସଂଖ୍ୟା 7 ।
(ii) ସମସ୍ତ ମୌଳିକର ଯୋଗ୍ୟତା ଏବଂ ଏଗୁଡ଼ିକ ବିଦ୍ୟୁତ୍ ବିଯୁକ୍ତାତ୍ମକ ।
Question 5.
ଗୋଟିଏ ପରମାଣୁର ଇଲେକ୍ଟ୍ରନ୍ ସଂରଚନା ହେଉଛି 2,8,7 ।
(a) ଏହି ମୌଳିକର ପରମାଣୁ କ୍ରମାଙ୍କ କେତେ ?
ପରମାଣୁ କ୍ରମାଙ୍କ = 2 + 8 + 7 = 17
(b) ଏହା ନିମ୍ନରେ ଦିଆଯାଇଥବା କେଉଁ ମୌଳିକର ରାସାୟନିକ ପ୍ରକୃତି ସହ ସାମଞ୍ଜସ୍ୟ ରହିବ ? (ବନ୍ଧନୀ ମଧ୍ୟରେ ମୌଳିକର ପରମାଣୁ କ୍ରମାଙ୍କ ଦିଆଯାଇଛି)
N(7)
F(9)
P(15)
Ar (18)
ଉ :
F(9)
Question 6.
ଲିଥ୍ୟମ, ସୋଡ଼ିୟମ, ପୋଟାସିୟମ, ଏହି ସବୁ ଧାତୁ ଜଳ ସହିତ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି କରିଥା’ନ୍ତି । ଏହି ମୌଳିକଗୁଡ଼ିକର ପରମାଣୁରେ କୌଣସି ସାମଞ୍ଜସ୍ୟ ରହିଛି କି ?
ଉ :
ଲିଥ୍ୟମ୍ର ପରମାଣୁ କ୍ରମାଙ୍କ 3 ଓ ଇଲେକ୍ଟ୍ରନ୍ ସଂରଚନା 2, 1
ସୋଡ଼ିୟମ୍ର ପରମାଣୁ କ୍ରମାଙ୍କ 11 ଓ ଇଲେକ୍ଟ୍ରନ ସଂରଚନା 2, 8, 1
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଓ ଇଲେକ୍ଟ୍ରନ ସଂରଚନା 2, 8, 8, 1
ଏହି ମୌଳିକଗୁଡ଼ିକର ପରମାଣୁର ବାହ୍ୟତମ କକ୍ଷରେ ଗୋଟିଏ ଲେଖାଏଁ ଇଲେକ୍ଟ୍ରନ ଅଛି ।
Question 7.
ନିମ୍ନରେ ତିନୋଟି ମୌଳିକ A, B ଏବଂ C ର ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ଦର୍ଶାଯାଇଛି ।
(a) A ଏକ ଧାତୁ କିମ୍ବା ଅଧାତୁ ଲେଖ ।
ଉ :
A ଅଧାତୁ ଅଟେ ।
(b) C, A ଠାରୁ ଅଧିକ ପ୍ରତିକ୍ରିୟାଶୀଳ କିମ୍ବା କମ୍ ପ୍ରତିକ୍ରିୟାଶୀଳ ?
ଉ :
C, A ଠାରୁ କମ୍ ପ୍ରତିକ୍ରିୟାଶୀଳ କାରଣ ଅଧାତୁ ଗ୍ରୁପ୍ର ଉପରୁ ତଳକୁ ପ୍ରତିକ୍ରିୟାଶୀଳତା ହ୍ରାସପାଏ ।
(c) C ର ଆକାର B ଠାରୁ ବଡ଼ କିମ୍ବା ଛୋଟ ?
ଉ :
C ର ଆକାର B ଠାରୁ ଛୋଟ, କାରଣ B ଓ C ଗୋଟିଏ ପର୍ଯ୍ୟାୟରେ ଅଛନ୍ତି । ଏକା ପର୍ଯ୍ୟାୟରେ ବାମରୁ ଡାହାଣକୁ ପରମାଣୁର ଆକାର କମେ ।
(d) A ମୌଳିକ ଦ୍ଵାରା କେଉଁ ପ୍ରକାର ଆୟନ ସୃଷ୍ଟି ହେବ, କ୍ୟାଟାୟନ କିମ୍ବା ଏନାୟନ ?
ଉ :
A ଏନାୟନ ଦିଏ, କାରଣ ଅଧାତୁ ବିଯୁକ୍ତାତ୍ମକ ଆୟନ ଦିଏ ।
Question 8.
ଅକ୍ସିଜେନ (ପରମାଣୁ କ୍ରମାଙ୍କ ୫) ଏବଂ ସଲ୍ଫର ( ପରମାଣୁ କ୍ରମାଙ୍କ 16) ପର୍ଯ୍ୟାୟ ସାରଣୀର ଗ୍ରୁପ 16ରେ ଅନ୍ତର୍ଭୁକ୍ତ । ଏହି ଦୁଇଟି ମୌଳିକର ଇଲେକ୍ଟ୍ରନ୍ ସଂରଚନା ଲେଖ । ଏ ଦୁଇଟି ମଧ୍ୟରୁ କେଉଁଟି ଅଧ୍ବକ ବିଦ୍ୟୁତ୍ ବିଯୁକ୍ତାତ୍ମକ ? କାହିଁକି ?
ଉ :
ଅକ୍ସିଜେନ୍ର ପରମାଣୁ କ୍ରମାଙ୍କ ଏବଂ ଇଲେକ୍ଟ୍ରନ ସଂରଚନା 2, 6 |
ସଲଫରର ପରମାଣୁ କ୍ରମାଙ୍କ 16 ଏବଂ ଇଲେକ୍ଟ୍ରନ ସଂରଚନା 2, 8, 6 ।
ଅକ୍ସିଜେନ୍, ସଲଫରଠାରୁ ଅଧିକ ବିଦ୍ୟୁତ୍ ବିଯୁକ୍ତାତ୍ମକ କାରଣ ଗ୍ରୁପର ଉପରୁ ତଳକୁ ବିଦ୍ୟୁତ୍ ବିଯୁକ୍ତାତ୍ମକ କ୍ରମଶଃ କମେ ।
ପର୍ଯ୍ୟାୟ ସାରଣୀରେ ଫ୍ଲୋରିନ୍ ସବୁଠାରୁ ଅଧିକ ବିଦ୍ୟୁତ୍ ବିଯୁକ୍ତାତ୍ମକ ମୌଳିକ ଏବଂ ସିଜିୟମ୍ (Cesium) ସବୁଠାରୁ କମ୍ ବିଦ୍ୟୁତ୍ ବିଯୁକ୍ତାତ୍ମକ ମୌଳିକ ଅଟେ ।
Question 9.
ଏକ ପରମାଣୁର ଇଲେକ୍ଟ୍ରନ୍ ସଂରଚନା, ଏହି ପରମାଣୁର ଆଧୁନିକ ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ସହିତ କ’ଣ ସମ୍ପର୍କ ରହିଛି ?
ଉ :
(i) ମୌଳିକର ଇଲେକ୍ଟ୍ରନର ସଂରଚନା ଓ ଅବସ୍ଥାନ ସହିତ ଘନିଷ୍ଠ ସମ୍ପର୍କ ରହିଛି ।
(ii) ଏକ ମୌଳିକର ବହିଃସ୍ଥ କକ୍ଷରେ ଥିବା ଇଲେକ୍ଟ୍ରନ ସଂଖ୍ୟା ଯେତେ ମୌଳିକଟି ସେହି ଗ୍ରୁପରେ ରହିଥାଏ ।
(iii) ମୌଳିକର ନ୍ୟୁକ୍ଲିୟସ୍ ଚାରିପାଖରେ ଥିବା କକ୍ଷ ସଂଖ୍ୟା ଯେତେ ମୌଳିକଟି ସେତିକି ନମ୍ବର ପର୍ଯ୍ୟାୟରେ ରହିଥାଏ ।
ତତାହରଣ:
(i) Li, Na, K, Rb ଓ Cs ଆଦି ମୌଳିକଗୁଡ଼ିକ ବାହ୍ୟ କକ୍ଷରେ ଗୋଟିଏ ଲେଖାଏଁ ଇଲେକ୍ଟ୍ରନ୍ ଥିବାରୁ ସେଗୁଡ଼ିକ ପର୍ଯ୍ୟାୟ ସାରଣୀରେ ଗ୍ରୁପ୍ 1 ରେ ଅବସ୍ଥିତ ।
(ii) Na, Mg ଓ CI ଆଦି ମୌଳିକଗୁଡ଼ିକରେ ତିନୋଟି ଲେଖାଏଁ ପରିପୂର୍ଣ୍ଣ କକ୍ଷ ଥିବାରୁ ସେଗୁଡ଼ିକୁ ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଅବସ୍ଥିତ ।
Question 10.
ଆଧୁନିକ ପର୍ଯ୍ୟାୟ ସାରଣୀରେ କ୍ୟାଲ୍ ସିୟମ୍ (ପରମାଣୁ କ୍ରମାଙ୍କ 20 ) ର ଚତୁଃପାର୍ଶ୍ଵରେ ଥିବା ମୌଳିକଗୁଡ଼ିକର ପରମାଣୁ କ୍ରମାଙ୍କ ହେଉଛି (12, 19, 21 ଏବଂ 38 ) । ଏଗୁଡ଼ିକ ମଧ୍ୟରୁ କେଉଁ ମୌଳିକଗୁଡ଼ିକର ଭୌତିକ ଓ ରାସାୟନିକ ପ୍ରକୃତିରେ କ୍ୟାଲ୍ସିୟମ ସହିତ ସାମଞ୍ଜସ୍ୟ ରହିଛି ?
ଉ :
କ୍ୟାଲସିୟମର ପରମାଣୁ କ୍ରମାଙ୍କ = 20 ଏବଂ ଇଲେକ୍ଟ୍ରନ ସଂରଚନା = 2, 8, 8, 2 ।
କ୍ୟାଲ୍ସିୟମ୍ର ଚତୁଃପାର୍ଶ୍ବରେ ଥିବା ମୌଳିକଗୁଡ଼ିକ
(i) ପରମାଣୁ କ୍ରମାଙ୍କ – 12
(ii) ପରମାଣୁ କ୍ରମାଙ୍କ = 19
(iii) ପରମାଣୁ କ୍ରମାଙ୍କ = 21
(iv) ପରମାଣୁ କ୍ରମାଙ୍କ = 38
ଇଲେକ୍ଟ୍ରନ ସଂରଚନା = 2, 8, 2
ଇଲେକ୍ଟ୍ରନ ସଂରଚନା = 2, 8, 8,1
ଇଲେକ୍ଟ୍ରନ ସଂରଚନା = 2, 8, 8, 3
ଇଲେକ୍ଟ୍ରନ ସଂରଚନା = 2, 8, 18, 8, 2
12 ଓ 38 ପରମାଣୁ କ୍ରମାଙ୍କ ଥିବା ଭୌତିକ ଓ ରାସାୟନିକ ପ୍ରକୃତି କ୍ୟାଲସିୟମ୍ ସହିତ ସାମଞ୍ଜସ୍ୟ ରହିଛି । ମୌଳିକର ବହିଃସ୍ଥ କକ୍ଷରେ 2ଟି ଇଲେକ୍ଟ୍ରନ୍ ଥିବାରୁ ଏହି ଦୁଇଟିର
Question 11.
ମେଣ୍ଡେଲିଫଙ୍କ ପର୍ଯ୍ୟାୟ ସାରଣୀ ଏବଂ ଆଧୁନିକ ପର୍ଯ୍ୟାୟ ସାରଣୀ ମଧ୍ୟରେ ଥିବା ସାମଞ୍ଜସ୍ୟ ଏବଂ ପ୍ରଭେଦର ଏକ ତୁଳନାତ୍ମକ ବିବରଣୀ ଦିଅ ।
Answer:
ସାମଞସ୍ୟ:
ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀ
- ଏହା ପର୍ଯ୍ୟାୟ ଓ ଗ୍ରୁପ୍କୁ ନେଇ ଗଠିତ ।
- କେତେଗୁଡ଼ିଏ ମୌଳିକକୁ ନିର୍ଦ୍ଦିଷ୍ଟ ନିୟମରେ
- 7ଟି ପର୍ଯ୍ୟାୟ ଅଛି ।
ଆଧୁନିକ ପର୍ଯ୍ୟାୟ ସାରଣୀ
- ଏହା ପର୍ଯ୍ୟାୟ ଗ୍ରୁପ୍କୁ ନେଇ ଗଠିତ ।
- କେତେଗୁଡ଼ିଏ ମୌଳିକକୁ ନିର୍ଦ୍ଦିଷ୍ଟ ନିୟମରେ
- 7 ଟି ପର୍ଯ୍ୟାୟ ଅଛି ।
ପାର୍ଥକ୍ୟ:
ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀ
- ମୌଳିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ଵର |
- ଏଥରେ 63ଟି ମୌଳିକ 7ଟି ପର୍ଯ୍ୟାୟ ଓ ୨ଟି ଶ୍ରେଣୀର ସ୍ଥାନିତ ହୋଇଛି ।
- କେତେକ ସ୍ଥାନ ଖାଲିଥିଲା ।
- ପରମାଣୁ ଗଠନ ସମ୍ପର୍କରେ ସାରଣୀ ଅଧିକ ସହାୟକ ହୋଇପାରିଲାନ|ହ |
- ଏଥରେ ନିଷ୍କ୍ରିୟ ଗ୍ୟାସ୍ ସମ୍ପର୍କରେ କୌଣସି ଧାରଣା ଦିଆଯାଇନଥିଲା
- ସମସ୍ଥାନିକଗୁଡ଼ିକ ଯୋଗୁ ବହୁତ ତ୍ରୁଟି ଦେଖାଦେଲା ।
ଆଧୁନିକ ପର୍ଯ୍ୟାୟ ସାରଣୀ
- ମୌଳିକର ଗୁଣ ସେଗୁଡ଼ିକର ପରମାଣୁ କ୍ରମାଙ୍କର ପର୍ଯ୍ୟାୟ ଫଳନ ।
- ଏଥରେ 118 ଟି ମୌଳିକ 7 ଟି ପର୍ଯ୍ୟାୟ ଓ 18 ଟି ଶ୍ରେଣୀରେ ସ୍ଥାନିତ ହୋଇଛି ।
- ନୂତନ ଭାବେ ଆବିଷ୍କୃତ ମୌଳିକ ମାନଙ୍କ ପାଇଁ ସ୍ଥାନ ଅଛି ।
- ପର ମାଣୁ ଗଠନ ସମ୍ପର୍କରେ ଅଧିକ ସହାୟକ ହୋଇପାରିଲା ।
- ଏଥରେ ନିଷ୍କ୍ରିୟ ଗ୍ୟାସ୍ଗୁଡ଼ିକ ସ୍ବତନ୍ତ୍ର ଶ୍ରେଣୀରେ ସ୍ଥାନିତ ହୋଇଇନ୍ତି
- ଆଧୁନିକ ପର୍ଯ୍ୟାୟ ସାରଣୀରେ ସମସ୍ଥାନିକ ଦ୍ଵାରା ସୃଷ୍ଟି ହୋଇଥବା ତ୍ରୁଟି ମାର୍ଜିତ ହୋଇଛି ।
ପ୍ରଶ୍ନବଳୀ ଓ ଉତ୍ତର:
Question 1.
ନିଉଲାଣ୍ଡଙ୍କ ଅଷ୍ଟକରେ ଥିବା ସ୍ତମ୍ଭଗୁଡ଼ିକରେ ଡୁବେରିନରଙ୍କ ଟ୍ରାଇଏଡ୍ ସମୂହ ରହିଥିବା ତୁମେ ଲକ୍ଷ୍ୟ କରୁଛ କି ? ତୁଳନା କରି ଦେଖ ।
Answer:
ହଁ, ନିଉଲାଣ୍ଡଙ୍କ ଅଷ୍ଟକରେ ଥିବା Li, Na, K ଡୁବେରିନରଙ୍କ ଟ୍ରାଇଏଡ୍ ସମୂହରେ ଅଛି ।
Question 2.
ଡୁବେରିନରଙ୍କ ମୌଳିକର ଶ୍ରେଣୀବିଭାଗରେ କ’ଣ ସବୁ ଅସୁବିଧା ରହିଛି ?
Answer:
- ସେ ସମୟରେ ଜଣାଥିବା ସମସ୍ତ ମୌଳିକକୁ ଡୁବେରିନର ଶ୍ରେଣୀ ବିଭାଗ କରିନଥିଲେ ।
- ସେତେବେଳେ ଜଣାଥୁବା ମୌଳିକମାନଙ୍କ ମଧ୍ୟରୁ ଡୁବେରିନର କେବଳ ତିନୋଟି ଟ୍ରାଇଏଡ୍ ଚିହ୍ନଟ କରିପାରିଥିଲେ ।
ଟ୍ରାଇଏଡ୍ ମାଧ୍ୟମରେ ଶ୍ରେଣୀ ବିଭାଗ ଗ୍ରହଣୀୟ ହୋଇନଥୁଲା
Question 3.
ନିଉଲାଣ୍ଡଙ୍କ ଅଷ୍ଟକ ନିୟମର କ’ଣ ସବୁ ଅସୁବିଧା ଥିଲା ?
Answer:
- ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ କ୍ୟାଲସିୟମ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଥିଲା ।
- ନିଉଲାଣ୍ଡଙ୍କ ଅଷ୍ଟକ ସମୂହରେ ଅଳ୍ପ କେତେକ ମୌଳିକ ଗୁଣରେ ସାମଞ୍ଜସ୍ୟ ଥିଲା ।
- ନିଉଲାଣ୍ଡଙ୍କ ଅଷ୍ଟକ ନିୟମରେ ଭିନ୍ନ ଭିନ୍ନ ଧର୍ମର ମୌଳିକଗୁଡ଼ିକୁ ଏକ ସ୍ବରତଳେ ସ୍ଥାନିତ କରାଯାଇଥିଲା ।
- 56ଟି ମୌଳିକ ପରେ ଯେଉଁ ମୌଳିକ ଆବିଷ୍କୃତ ହେଲେ ସେମାନଙ୍କର ଧର୍ମଗୁଡ଼ିକ ଅଷ୍ଟକ ନିୟମରେ ଖାପଖାଇଲା ନାହିଁ ।
Question 4.
ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀକୁ ଉପଯୋଗ କରି ନିମ୍ନଲିଖୂ ମୌଳିକଗୁଡ଼ିକର ଅକ୍ସାଇଡ୍ ପାଇଁ ସଙ୍କେତଗୁଡ଼ିକ ଲେଖ । (Li, Mg, B, Si, Ca)
- Li ମେଣ୍ଟେଲିଫ୍ଙ୍କ ପର୍ଯ୍ୟାୟ ସାରଣୀର ଗ୍ରୁପ୍ Iରେ ଥିବାରୁ ମୌଳିକଗୁଡ଼ିକର ଅକ୍ସାଇଡ଼ର ସଂକେତ R2O। ତେଣୁ Liର ସଙ୍କେତ Li2O ।
- Mg ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀର ଗ୍ରୁପ୍ IIରେ ଥିବାରୁ ଏଥିରେ ଥିବା ମୌଳିକଗୁଡ଼ିକର ଅକ୍ସାଇଡ୍ର RO | ତେଣୁ Mgର ସଙ୍କେତ MgO |
- B ସାରଣୀରେ ଗ୍ରୁପ୍ IIIରେ ଅବସ୍ଥିତ ହୋଇଥିବାରୁ ଏଥିରେ ଥିବା ମୌଳିକଗୁଡ଼ିକରେ ଅକ୍ସାଇଡ଼ର ସଙ୍କେତ R2O3 । ତେଣୁ ‘B’ର ସଙ୍କେତ B2O3 |
- Si ଗ୍ରୁପ୍ IVରେ ଥିବାରୁ ଏଥିରେ ଥିବା ମୌଳିକମାନଙ୍କର ଅକ୍ସାଇଡ଼ର ସଙ୍କେତ RO2 । ତେଣୁ Siର ସଙ୍କେତ SiO2 ।
- ‘Ca’ ଗ୍ରୁପ୍ Vରେ ଥିବାରୁ ଏଥିରେ ଥିବା ମୌଳିକମାନଙ୍କର ଅକ୍ସାଇଡ଼ର ସଙ୍କେତ RO । ତେଣୁ Caର ସଙ୍କେତ Ca0 |
Question 5.
ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀ ପ୍ରଣୀତ ହେବାପରେ ଆବିଷ୍କୃତ ହୋଇଥିବା ଯେ କୌଣସି ଦୁଇଟି ମୌଳିକର ନାମ ଲେଖ ।
Answer:
- ସ୍କାଣ୍ଡିୟମ,
- ଗାଲିୟମ୍
Question 6.
ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିବା ପାଇଁ ମେଣ୍ଡେଲିଫ୍ କେଉଁ ସବୁ ମାନଦଣ୍ଡ (Criteria) ଉପଯୋଗ କରିଥିଲେ ?
Answer:
- ରାସାୟନିକ ଧର୍ମର ସାମଞ୍ଜସ୍ୟକୁ ବିଚାରକୁ ନେଇ ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିଥିଲେ ।
- ମୌଳିକଗୁଡ଼ିକର ହାଇଡ୍ରାଇଡ୍ ଓ ଅକସାଇଡ଼କୁ ଉପଯୋଗକରି ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିବା ଅନ୍ୟ ଏକ ପ୍ରାଥମିକ ଧର୍ମ ।
Question 7.
ନିଷ୍କ୍ରିୟ ଗ୍ୟାସ୍ଗୁଡ଼ିକୁ କାହିଁକି ଏକ ଅଲଗା ଗ୍ରୁପରେ ସ୍ଥାନିତ କରାଗଲା ?
Answer:
ନିଷ୍କ୍ରିୟ ଗ୍ୟାସ୍ଗୁଡ଼ିକ ଅନ୍ୟ ମୌଳିକ ସହ ରାସାୟନିକ ପ୍ରତିକ୍ରିୟା କରୁନଥିବାରୁ ଏକ ଅଲଗା ଗ୍ରୁପ୍ରେ ସ୍ଥାନିତ
Question 8.
ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀରେ ଥିବା ଅସଙ୍ଗତିଗୁଡ଼ିକୁ ଆଧୁନିକ ପର୍ଯ୍ୟାୟସାରଣୀ କିପରି ଦୂର କରିପାରିଲା ?
Answer:
- ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀରେ ଥିବା ତ୍ରୁଟିଗୁଡ଼ିକ ସୁଧାରିବା ପାଇଁ ମୌଳିକମାନଙ୍କୁ ସେମାନଙ୍କର ପାରମାଣବିକ କ୍ରମାଙ୍କର ବଦ୍ଧିତକ୍ରମ ଅନୁସାରେ ସଜାଯାଇ ଆଧୁନିକ ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରାଗଲା । ଫଳରେ ଆଇସୋଟୋପ୍ର ସ୍ଥାନ ସଠିକ୍ ହୋଇପାରିଲା ।
- ମେଣ୍ଡେଲିସ୍ଙ୍କ ପର୍ଯ୍ୟାୟ ସାରଣୀରେ କେତେକ ଖାଲିସ୍ଥାନ ଥିଲା । କିନ୍ତୁ ଆଧୁନିକ ପର୍ଯ୍ୟାୟ ସାରଣୀରେ ତାହା ଦୂର କରାଯାଇପାରିଲା ।
- ଲୌହ, କୋବାଲ୍ଟ୍ ଓ ନିକେଲ୍ର ସ୍ଥାନ ସଠିକ୍ ହୋଇପାରିଲା ।
- ଓଜନିଆ ଓ ହାଲୁକା ମୌଳିକଗୁଡ଼ିକୁ ମଧ୍ୟ ସଠିକ୍ ଭାବରେ ସ୍ଥାନିତ କରାଗଲା ।
- ନିଷ୍କ୍ରିୟ ଗ୍ୟାସ୍ଗୁଡ଼ିକୁ ଆଧୁନିକ ପର୍ଯ୍ୟାୟ ସାରଣୀର ଡାହାଣରେ ରଖାଯାଇଛି ।
- ହାଇଡ୍ରୋଜେନ୍କୁ ପର୍ଯ୍ୟାୟ ସାରଣୀରେ ପ୍ରଥମ ଗ୍ରୁପ୍ରେ ରଖାଯାଇଛି କାରଣ ଏହା ଇଲେକ୍ଟ୍ରୋପଜେଟିଭ (Electropositive) ଅଟେ |
- ଉପଧାତୁ ଗୁଡ଼ିକୁ ଧାତୁ ଓ ଅଧାତୁ ମଝିରେ ରଖାଯାଇଛି ।
- ଛାନାଇଡ୍ ଓ ଆକ୍ଟିନାଇଡ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଛି ।
କାର୍ଯ୍ୟାବଳୀ (Activity):
କାର୍ଯ୍ୟାବଳୀ -1 (Activity-1)
କ୍ଷାରୀୟ ଧାତୁ ସହିତ ଏବଂ ହାଲୋଜେନ୍ ଗ୍ରୁପ୍ ସହିତ ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖ୍ ମେଣ୍ଟେଲିଫ୍ଙ୍କ ପର୍ଯ୍ୟାୟ ସାରଣୀରେ ହାଇଡ୍ରୋଜେନ୍ର ଅବସ୍ଥିତି ସ୍ଥିର କର ।
Answer:
କ୍ଷାରୀୟ ଧାତୁ ସହିତ ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖ୍ ହାଇଡ୍ରୋଜେନର ଅବସ୍ଥିତି:
- ହାଇଡ୍ରୋଜେନର ଇଲେକ୍ଟ୍ରନ୍ ସଂରଚନା କ୍ଷାରୀୟ ଧାତୁ (Li, Na, K ଇତ୍ୟାଦି) ଗୁଡ଼ିକରେ ଇଲେକ୍ଟ୍ରନ ସଂରଚନା ସହିତ ସାମଞ୍ଜସ୍ୟ ରହିଛି ।
- ଗ୍ରୁପ୍ (I) ରେ ଥିବା ମୌଳିକଗୁଡ଼ିକର ଯୋଗ୍ୟତା-1 ।
- ଗ୍ରୁପ୍ (I) ରେ ଥିବା କ୍ଷାରୀୟ ଧାତୁ ସହିତ ହାଇଡ୍ରୋଜେନ ବିଦ୍ୟୁତ୍ ଯୁକ୍ତାତ୍ମକ ଅଟେ ।
- କ୍ଷାରୀୟ ଧାତୁ ଭଳି ଉଦ୍ଜାନ କାଟାୟନ ଦିଏ ।
- କ୍ଷାରୀୟ ଧାତୁ ଭଳି ଉଦ୍ଜାନ ଅଧାତୁ ସହ ପ୍ରତିକ୍ରିୟା କରେ ।
ହାଲୋଜେନ୍ ଗ୍ରୁପ ସହିତ ସାମଞ୍ଜସ୍ୟକୁ ଦୃଷ୍ଟିରେ ରଖ୍ ହାଇଡ୍ରୋଜେନର ଅବସ୍ଥିତି:
- ହାଲୋଜେନ୍ ଭଳି ଉଦ୍ଜାନର ଅଧାତବ ଗୁଣ ଅଛି ।
- ହାଲୋଜେନ ଓ ଉଦ୍ଜାନ ତାପ ଓ ବିଦ୍ୟୁତ୍ କୁପରିବାହୀ ।
- ହାଲୋଜେନ୍ ଓ ଉଦ୍ଜାନ ଦୁଇ ପରମାଣୁ ବିଶିଷ୍ଟ ଅଣୁ ।
- ହାଲୋଜେନ୍ ଓ ଉଦ୍ଜାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଇଲେକ୍ଟ୍ରନ ଗ୍ରହଣ କରି ନିକଟତମ ନିଷ୍କ୍ରିୟ ଗ୍ୟାସ୍ର ସଂରଚନା ଧାରଣ କରନ୍ତି |
- ହାଇଡ୍ରୋଜେନ୍ ଧାତୁ ଓ ଅଧାତୁ ସହିତ ପ୍ରତିକ୍ରିୟା କରି ସହସଂଯୋଜ୍ୟ ଯୌଗିକ ସୃଷ୍ଟି କରେ । ତେଣୁ ଉପରୋକ୍ତ ଆଲୋଚନାରୁ ଉଦଜାନକୁ କ୍ଷାରୀୟ ଧାତୁ କିମ୍ବା ହାଲୋଜେନ ସହିତ ନ ରଖ୍ ସ୍ୱତନ୍ତ୍ର ଗ୍ରୁପରେ ରଖାଯିବା ଉଚିତ ।
କାର୍ଯ୍ୟାବଳୀ -2 (Activity-2)
କ୍ଲୋରିନ୍ର ଦୁଇଟି ଆଇସୋଟୋପ୍ Cl – 35 ଏବଂ Cl -37 ବିଷୟରେ ବିଚାର କର ।
- ସେମାନଙ୍କର ପାରମାଣବିକ ବସ୍ତୁତ୍ଵ ଭିନ୍ନ । ତେଣୁ ଏ ଦୁଇଟିକୁ ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀରେ ତୁମେ ଅଲଗା ଅଲଗା ସ୍ଥାନରେ ରଖୁ କି ?
- ସେମାନଙ୍କର ରାସାୟନିକ ପ୍ରକୃତି ସମାନ । ଏ ଦୁଇଟିକୁ ଏକାସ୍ଥାନରେ ରଖୁବ କି ?
Answer:
- Cl-35 ଏବଂ Cl-37କୁ ମେଣ୍ଡେଲିଫ୍ଙ୍କ ପର୍ଯ୍ୟାୟ ସାରଣୀରେ ଅଲଗା ଅଲଗା ସ୍ଥାନରେ ରଖୁହେବ ନାହିଁ । ନହେଁ । କାରଣ ପାରମାଣବିକ କ୍ରମାଙ୍କ ମୌଳିକର ଶ୍ରେଣୀ ବିଭାଗରେ ଅଧିକ ଉପଯୋଗୀ କିନ୍ତୁ ପାରମାଣବିକ ବସ୍ତୁତ୍ୱ ନୁହେଁ ।
- ହଁ, ଉଭୟ ଆଇସୋଟୋପ୍କୁ ଗୋଟିଏ ସ୍ଥାନରେ ରଖାଯିବ କାରଣ ସେଗୁଡ଼ିକର ରାସାୟନିକ ଧର୍ମ ଓ ପାରମାଣବିକ କ୍ରମାଙ୍କ ସମାନ ।
କାର୍ଯ୍ୟାବଳୀ -3 (Activity-3)
(i) ଆଧୁନିକ ପର୍ଯ୍ୟାୟ ସାରଣୀରେ କୋବାଲ୍ଟ ଓ ନିକେଲର ସ୍ଥାନ କିପରି ସ୍ଥିର କରାଗଲା ?
ଉ :
ପରମାଣୁ କ୍ରମାଙ୍କ ଅନୁସାରେ ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକୁ ସଜା ଯାଇଛି । କୋବାଲ୍ଟ (27), ନିକେଲ୍ (28) ପୂର୍ବରୁ ଆଧୁନିକ ପର୍ଯ୍ୟାୟ ସାରଣୀରେ ସଜାଯାଇଛି ।
(ii) ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକର ଆଇସୋଟୋପ୍ଗୁଡ଼ିକ ସମ୍ବନ୍ଧରେ କିଛି ସୂଚନା ମିଳେ କି ?
ଉ :
ହଁ, ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକର ଆଇସୋଟୋପ୍ଗୁଡ଼ିକ ସମ୍ବନ୍ଧରେ ସୂଚନା ମିଳେ । ଆଇସୋଟୋପ୍ଗୁଡ଼ିକର ସମାନ ପରମାଣୁ କ୍ରମାଙ୍କ ଥିବାରୁ ନିର୍ଦ୍ଦିଷ୍ଟ ଗ୍ରୁପ୍ ବା ପର୍ଯ୍ୟାୟରେ ରଖାଯାଇଛି ।
(iii) ଆଧୁନିକ ପର୍ଯ୍ୟାୟ ସାରଣୀରେ ହାଇଡ୍ରୋଜେନ ଓ ହିଲିୟମ ମଧ୍ୟରେ ପରମାଣୁ କ୍ରମାଙ୍କ 1.5 ଥିବା କୌଣସି ମୌଳିକ ରହିବା ସମ୍ଭବ କି ?
ଉ :
ଆଧୁନିକ ପର୍ଯ୍ୟାୟ ସାରଣୀରେ ହାଇଡ୍ରୋଜେନ୍ ଓ ହିଲିୟମ୍ ମଧ୍ୟରେ ପରମାଣୁ କ୍ରମାଙ୍କ 1.5 ଥିବା କୌଣସି ମୌଳିକ ରହିବା ସମ୍ଭବ ନୁହେଁ । କାରଣ ପରମାଣୁ କ୍ରମାଙ୍କ ଏକ ଗଣନ ସଂଖ୍ୟା ।
(iv) ଆଧୁନିକ ପର୍ଯ୍ୟାୟ ସାରଣୀରେ ହାଇଡ୍ରୋଜେନ୍ କେଉଁ ସ୍ଥାନରେ ରହିପାରିବ ବୋଲି ତୁମେ ଭାବୁଛ ?
ଉ :
1 A
ଆଧୁନିକ ପର୍ଯ୍ୟାୟ ସାରଣୀ ବିଷୟରେ କିଛି ତଥ୍ୟ :
(i) ପର୍ଯ୍ୟାୟ ସାରଣୀରେ 18ଟି ସ୍ତମ୍ଭ ଅଛି । ପ୍ରତି ସ୍ତମ୍ଭକୁ ଗ୍ରୁପ କହନ୍ତି । ଏହି ଗ୍ରୁପ୍ ଗୁଡ଼ିକ ବାମରୁ ଡାହାଣକୁ 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17 ଓ 18 ଚୂପେ ବିସୃତ |
(ii) ସାରଣୀର ପ୍ରତ୍ୟେକ ଧାଡ଼ିକୁ ପିରିଅଡ୍ ବା ପର୍ଯ୍ୟାୟ କୁହାଯାଏ । ଏଥିରେ ମୋଟ 7ଟି ପର୍ଯ୍ୟାୟ ଅଛି ।
ସେଗୁଡ଼ିକର ନାମକରଣ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ କରାଯାଇଛି ।
(iii) ପ୍ରତି ପର୍ଯ୍ୟାୟର ବାମରୁ ଡାହାଣକୁ ଗଲେ ମୌଳିକଗୁଡ଼ିକର ଗୁଣରେ କ୍ରମାଗତ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପ୍ରତି ଗ୍ରୁପରେ ଥିବା ମୌଳିକଗୁଡ଼ିକର ଅନୁରୂପ ଧର୍ମ ଅଛି ।
(iv) ପ୍ରତି ଗ୍ରୁପରେ ଥିବା ମୌଳିକଗୁଡ଼ିକର ଅନୁରୂପ ଧର୍ମ ଅଛି ।
(v) ଗ୍ରୁପ୍ 1,2,13, 14, 15, 16, 17 ରେ ସ୍ଥାନିତ ମୌଳିକଗୁଡ଼ିକର ବାହ୍ୟତମ ସେଲ୍ 8 ରୁ କମ୍ ଇଲେକ୍ଟ୍ରନ ବହନ କରି ଅସମ୍ପୂର୍ଣ୍ଣ ଅଟେ । ତେଣୁ ସେଗୁଡ଼ିକୁ ନର୍ମାଲ ମୌଳିକ କହନ୍ତି ।
(vi) ଗ୍ରୁପ 18 ରେ ଥିବା ମୌଳିକଗୁଡ଼ିକୁ ନିଷ୍କ୍ରିୟ ଗ୍ୟାସ୍ କହନ୍ତି । ହିଲିୟମକୁ ଛାଡ଼ି ଅନ୍ୟ ସମସ୍ତ ମୌଳିକର ବାହ୍ୟତମ କକ୍ଷରେ 8ଟି ଇଲେକ୍ଟ୍ରନ ଥାଏ, ମାତ୍ର ହିଲିୟମ୍ର ବାହ୍ୟତମ କକ୍ଷରେ ସର୍ବୋଚ୍ଚ 2ଟି ଇଲେକ୍ଟ୍ରନ ଥାଏ । ଏଗୁଡ଼ିକ ବିରଳ ଗ୍ୟାସ୍ (Rare gas) କହନ୍ତି ।
(vi) ଗ୍ରୁପ୍ 3, 4, 5, 6, 7, 8, 9, 10, 11, 12ରେ ଥିବା ମୌଳିକକୁ ଟ୍ରାନଜିସନ୍ ମୌଳିକ କହନ୍ତି ।
(viii) ଲାନ୍ଥାନାଇଡ୍ ଓ ଆକ୍ଟିନାଇଡ୍ ଶ୍ରେଣୀୟ ମୌଳିକକୁ ଅଲଗା ସ୍ଥାନ ଦିଆଯାଇଛି ।
ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକର ସ୍ଥାନ (Position of Elements in the Modern Periodic Table):
କାର୍ଯ୍ୟାବଳୀ -4 (Activity-4)
ଆଧୁନିକ ପର୍ଯ୍ୟାୟ ସାରଣୀର ଗ୍ରୁପ୍-2ର ପ୍ରଥମ ତିନୋଟି ମୌଳିକର ନାମ ଲେଖ ଏବଂ ସେହି ମୌଳିକଗୁଡ଼ିକର ଇଲେକ୍ଟ୍ରନ ସଂରଚନା ଲେଖ ।
Answer:
ଇଲେକ୍ଟ୍ରନ ସଂରଚନାରେ କିଛି ସାମଞ୍ଜସ୍ୟ ଦେଖିଲ କି ? ପ୍ରତି ମୌଳିକର ପରମାଣୁରେ କେତୋଟି ସଂଯୋଜକ ଇଲେକ୍ଟ୍ରନ ଅଛି ?
(i) ହଁ, ଏହିସବୁ ମୌଳିକର ପରମାଣୁର ବହିଃସ୍ଥ କକ୍ଷରେ ସମାନ ସଂଖ୍ୟକ ଇଲେକ୍ଟ୍ରନ୍ ଅଛି ବା ସମାନ ସଂଖ୍ୟକ ସଂଯୋଜକ ଇଲେକ୍ଟ୍ରନ ଅଛି । ପ୍ରତି ମୌଳିକର ପରମାଣୁରେ ଦୁଇଟି ସଂଯୋଜକ ଇଲେକ୍ଟ୍ରନ୍ ଅଛି ।
(ii) ଯେକୌଣସି ଗୋଟିଏ ଗ୍ରୁପ୍ରେ ଥିବା ମୌଳିକଗୁଡ଼ିକର ସମାନ ସଂଖ୍ୟକ ଇଲେକ୍ଟ୍ରନ୍ ରହିଅଛି । ଉଦାହରଣସ୍ୱରୂପ, ଅକ୍ସିଜେନ (O) ଏବଂ ସଲଫର (S) ଗ୍ରୁପ୍ 16ରେ ରହିଛି । ଅକ୍ସିଜେନ୍ର ବାହ୍ୟତମ କକ୍ଷରେ 6ଟି ଇଲେକ୍ଟ୍ରନ୍ ଓ ସଲଫରର ବାହ୍ୟତମ କକ୍ଷରେ ଗୈ ଇଲେକ୍ଟ୍ରନ ଅଛି ।
(iii) ପର୍ଯ୍ୟାୟ ସାରଣୀର ଗ୍ରୁପଗୁଡ଼ିକ ଏକ ସମରୂପ ବାହ୍ୟକକ୍ଷ ଇଲେକଟ୍ରନ ସଂରଚନା (Identical Outer- shell electronic configuration) କୁ ପ୍ରକାଶ କରିଥା ନ୍ତି |
(iv) ହାଇଡ୍ରୋଜେନର ସ୍ଥାନ ଅସଙ୍ଗତି (anomaly) ପରିଲକ୍ଷିତ ହୁଏ । କାରଣ ଏହାକୁ ପର୍ଯ୍ୟାୟରେ ଗ୍ରୁପ୍-1 କିମ୍ବା ଗ୍ରୁପ୍ 17 ରେ ରଖାଯାଇପାରିବ ।
କାର୍ଯ୍ୟାବଳୀ -5 (Activity-5)
ଆଧୁନିକ ପର୍ଯ୍ୟାୟସାରଣୀର ତୃତୀୟ ପର୍ଯ୍ୟାୟରେ Na, Mg, Al, Si, P, S, CI ଏବଂ Ar ରହିଛି । ପ୍ରତ୍ୟେକର ଇଲେକ୍ଟ୍ରନ୍ ସଂରଚନା ଲେଖ ।
ଉ :
Na ପରମାଣୁରେ 1 ଟି, Mg ପରମାଣୁରେ 2ଟି, Al ପରମାଣୁରେ 3ଟି, Si ପରମାଣୁରେ 4ଟି, P ପରମାଣୁରେ 5ଟି, S ପରମାଣୁରେ ଟି, CI ପରମାଣୁରେ 7ଟି ଓ Ar ପରମାଣୁରେ ୫ଟି ସଂଯୋଜକ ଇଲେକ୍ଟ୍ରନ୍ ରହିଛି । K ସେଲ୍ରେ 2ଟି ଏବଂ ଅନ୍ୟ ବହିଃସ୍ଥ କକ୍ଷଗୁଡ଼ିକରେ 8ଟି ଇଲେକ୍ଟ୍ରନ ରହିଲେ ସେଗୁଡ଼ିକୁ ନିଷ୍କ୍ରିୟ ପରମାଣୁ କୁହାଯାଏ ।
ପ୍ରତି ପରମାଣୁର କକ୍ଷ ସଂଖ୍ୟା କେତେ ?
ପ୍ରତି ପରମାଣୁର କକ୍ଷ ସଂଖ୍ୟା 3 ।
ଉ :
(a) ଗୋଟିଏ ପର୍ଯ୍ୟାୟରେ ଥିବା ମୌଳକଗୁଡ଼ିକରେ ପରମାଣୁରେ ସମାନସଂଖ୍ୟକ ସଂଯୋଜକ ଇଲେକ୍ଟ୍ରନ ନାହିଁ ।
(b) ପରମାଣୁଗୁଡ଼ିକରେ ସମାନ ସଂଖ୍ୟକ କକ୍ଷ ରହିଛି।
(c) ଗୋଟିଏ ପର୍ଯ୍ୟାୟରେ ବାମରୁ ଡାହାଣକୁ ମୌଳିକର ପରମାଣୁ କ୍ରମାଙ୍କ ଗୋଟିଏ ଲେଖାଏଁ ଏକକ ବଢ଼ିବା ସଙ୍ଗେ ସଙ୍ଗେ ଇଲେକ୍ଟ୍ରନ ସଂଖ୍ୟା ଗୋଟିଏ କରି ବଢ଼େ ।
କାର୍ଯ୍ୟାବଳୀ -6 (Activity-6)
କୌଣସି ମୌଳିକର ଯୋଗ୍ୟତା ଏହାର ଇଲେକ୍ଟ୍ରନ୍ ସଂରଚନାରୁ କିପରି ନିର୍ଣ୍ଣୟ କରିବ ?
(i) ଯେଉଁ ମୌଳିକଗୁଡ଼ିକର ପରମାଣୁର ବହିଃସ୍ଥ କକ୍ଷରେ ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା 1, 2, 3, 4 ଥବ । ତାହାହିଁ ସେହି ମୌଳିକ ଯୋଗ୍ୟତା ଅଟେ । କିନ୍ତୁ ହିଲିୟମ୍ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ ।
(ii) ଯେଉଁ ସବୁ ମୌଳିକର ପରମାଣୁର ବହିଃସ୍ଥ କକ୍ଷରେ 4ରୁ ଅଧିକ ସଂଖ୍ୟକ ସଂଯୋଜକ ଇଲେକ୍ଟ୍ରନ୍ ଥାଏ, ସେମାନଙ୍କ କ୍ଷେତ୍ରରେ ୫ରୁ ସେହି ଇଲେକ୍ଟ୍ରନ୍ ସଂଖ୍ୟାକୁ ବିୟୋଗ କରି ଯୋଗ୍ୟତା ନିର୍ଣ୍ଣୟ କରାଯାଏ ।
କ୍ୟାଲସିୟମର ପରମାଣୁ କ୍ରମାଙ୍କ 20 ଏବଂ ଅକ୍ସିଜେନର ପରମାଣୁ କ୍ରମାଙ୍କ 8 ହେଲେ ଏହି ମୌଳିକଗୁଡ଼ିକର ପୋକ୍ୟରା କେତେ ?
ଉ :
କ୍ୟାଲସିୟମର ପରମାଣୁ କ୍ରମାଙ୍କ = 20
କ୍ୟାଲସିୟମର ଇଲେକ୍ଟ୍ରନ ସଂରଚନା = 2, 8, 8, 2
ବହିଃସ୍ଥ କକ୍ଷରେ 2ଟି ସଂଯୋଜକ ଇଲେକ୍ଟ୍ରନ ଥିବାରୁ କ୍ୟାଲସିୟମ୍ର ଯୋଗ୍ୟତା = 2
ଅକ୍ସିଜେନର ପରମାଣୁ କ୍ରମାଙ୍କ = 8
ଇଲେକ୍ଟ୍ରନ ସଂରଚନା = 2, 6
ବହିଃସ୍ଥ କକ୍ଷର ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା = 6
= 8 – 6 = 2
ପ୍ରଥମ ତିନୋଟି ପର୍ଯ୍ୟାୟରେ ଥିବା ମୌଳିକଗୁଡ଼ିକର ଯୋଗ୍ୟତା ଲେଖ ।
ଗୋଟିଏ ପର୍ଯ୍ୟାୟରେ ବାମରୁ ଡାହାଣକୁ ମୌଳିକଗୁଡ଼ିକର ଯୋଗ୍ୟତା କିପରି ପରିବର୍ତ୍ତିତ ହେଉଛି ?
ଉ :
ପ୍ରଥମେ ଯୋଗ୍ୟତା 4 ପର୍ଯ୍ୟନ୍ତ ବଢ଼େ, ପରେ 4 ରୁ () ପର୍ଯ୍ୟନ୍ତ କମିଥାଏ । ରୁ
ଗୋଟିଏ ଗ୍ରୁପରେ ଉପରୁ ତଳକୁ ମୌଳିକ ଗୁଡ଼ିକର ଯୋଗ୍ୟତାରେ କି ପରିବର୍ତ୍ତନ ଲକ୍ଷ୍ୟ କରୁଛ ?
ଉ :
ଗୋଟିଏ ଗ୍ରୁପରେ ଉପରୁ ତଳକୁ ଯୋଗ୍ୟତାର କୌଣସି ପରିବର୍ତ୍ତନ ହୁଏ ନାହିଁ ।
ପରମାଣୁର ଆକାର:
ବ୍ୟାସାର୍ଥକୁ ସୂଚାଏ । ଏକ ପରମାଣୁର ନ୍ୟୁକ୍ଲିୟସର କେନ୍ଦ୍ରବିନ୍ଦୁ ଓ ସେହି ପରମାଣୁର ଆକାର ବାହ୍ୟତମ କକ୍ଷ ମଧ୍ୟରେ ଥିବା ଦୂରତାକୁ ପରମାଣୁର ବ୍ୟାସାର୍ଷ କହନ୍ତି । ଏହାକୁ ପିକୋମିଟର ଏକକରେ ମପାଯାଏ ।
(1 ପିକୋମିଟର = 10-12 ମିଟର ।)
କାର୍ଯ୍ୟାବଳୀ -7 (Activity-7)
ପର୍ଯ୍ୟାୟ ସାରଣୀର ଦ୍ବିତୀୟ ପର୍ଯ୍ୟାୟରେ ବାମରୁ ଡାହାଣକୁ ରହିଥିବା କେତେକ ମୌଳିକ :
ବାମରୁ ଡାହାଣକୁ ଆକାର କିପରି ବଦଳୁଛି ?
ଉ :
ପର୍ଯ୍ୟାୟର ବାମରୁ ଡାହାଣକୁ ଗଲେ ମୌଳିକଗୁଡ଼ିକର ପରମାଣୁର ବ୍ୟାସାର୍ଦ୍ଧ କମେ । ତେଣୁ ପରମାଣୁର ଆକାର କମିଯାଏ ।
ଏହି ପର୍ଯ୍ୟାୟରେ କେଉଁ ମୌଳିକର ପରମାଣୁ ଆକାର ସବୁଠାରୁ ବଡ଼ ଏବଂ କେଉଁ ମୌଳିକର ପରମାଣୁର ଆକାର ସବୁଠାରୁ ସାନ ?
ଉ :
(i) ଏହି ପର୍ଯ୍ୟାୟରେ Liର ପରମାଣୁ ଆକାର ସବୁଠାରୁ ବଡ଼ ଏବଂ ଠାର ପରମାଣୁ ଆକାର ସବୁଠାରୁ ଛୋଟ
(ii) ଡାହାଣକୁ ପରମାଣୁ କ୍ରମାଙ୍କ ବଢ଼ିଲେ ବାହ୍ୟତମ କକ୍ଷରେ ଇଲେକ୍ଟ୍ରନ ସଂଖ୍ୟା ବଢ଼େ ଏବଂ ନ୍ୟୁକ୍ଲିୟସ୍ର ଯୁକ୍ତଚାର୍ଜ ମଧ୍ୟ ବଢ଼େ । ନ୍ୟୁକ୍ଲିୟସ୍ତର ଏହି ବର୍ଷିତ ଯୁକ୍ତଚାର୍ଜ ଇଲେକ୍ଟ୍ରନକୁ ନିଜ ଆଡ଼କୁ ଟାଣେ ଫଳରେ ଇଲେକ୍ଟ୍ରନ୍ ନ୍ୟୁକ୍ଲିୟସର ନିକଟତର ହୁଏ । ତେଣୁ ପରମାଣୁର ଆକାର କମେ ।
କାର୍ଯ୍ୟାବଳୀ -8 (Activity-8)
ପର୍ଯ୍ୟାୟ ସାରଣୀର ପ୍ରଥମ ଗ୍ରୁପ୍ର ଉପରୁ ତଳକୁ ମୌଳିକଗୁଡ଼ିକର ପରମାଣୁ ବ୍ୟାସାର୍ଦ୍ଧ ତଳେ ଦିଆଯାଇଛି ।
ଉପର ତଳ ଗ୍ରୁପକ୍ରମରେ ମୌଳିକଗୁଡ଼ିକର ପରମାଣୁ ବ୍ୟାସାର୍କ କିପରି ଭାବରେ ବଦଳୁଛି ?
ଉ :
ଗ୍ରୁପ୍ରେ ଉପରୁ ତଳକୁ ପରମାଣୁର ଆକାର ବୃଦ୍ଧି ଘଟେ । କାରଣ, ଗ୍ରୁପରେ ଉପରୁ ତଳକୁ ଗଲେ ମୌଳିକଗୁଡ଼ିକର ପରମାଣୁର ଗୋଟିଏ ନୂଆ କକ୍ଷ ଯୋଗ ହୋଇଚାଲେ । ବାହ୍ୟତ କକ୍ଷ ଓ ନ୍ୟୁକ୍ଲିୟସ ମଧ୍ୟରେ ଦୂରତା ବୃଦ୍ଧି ଘଟେ, ଫଳରେ ପରମାଣୁ ଆକାର ବଢ଼େ ।
ଏହି ଗ୍ରୁପରେ କେଉଁ ମୌଳିକର ପରମାଣୁ ଆକାର ସବୁଠାରୁ ବଡ଼ ଏବଂ କେଉଁ ମୌଳିକର ପରମାଣୁ ଆକାର ସବୁଠାରୁ ଛୋଟ ?
ଉ :
ଏହି ଗ୍ରୁପ୍ରେ ପରମାଣୁର ଆକାର ସବୁଠାରୁ ଛୋଟ ଲିଥ୍ୟମ୍ (Li)ର ଏବଂ ସବୁଠାରୁ ବଡ଼ ସିଜିୟମ୍ (Cs) ର
କାର୍ଯ୍ୟାବଳୀ -୨ (Activity-9)
ଆଧୁନିକ ପର୍ଯ୍ୟାୟ ସାରଣୀର ତୃତୀୟ ପର୍ଯ୍ୟାୟରେ ଥିବା ଧାତୁ ଓ ଅଧାତୁର ଅଲଗା ତାଲିକା କର ।
ଉ :
ପର୍ଯ୍ୟାୟ ସାରଣୀର କେଉଁ ପାର୍ଶ୍ଵରେ ଧାତୁଗୁଡ଼ିକ ରହିଛି ?
ଉ : ଚାମ ପାର୍ଶରେ
ପର୍ଯ୍ୟାୟ ସାରଣୀର କେଉଁ ପାର୍ଶ୍ଵରେ ଅଧାତୁ ଗୁଡ଼ିକ ରହିଛି ?
ଉ :
ଦକ୍ଷିଣ ପାର୍ଶ୍ଵରେ
(i) ଯେଉଁ ମୌଳିକଗୁଡ଼ିକ ଧାତୁ ଓ ଅଧାତୁର ଗୁଣ ପ୍ରଦର୍ଶନ କରନ୍ତି, ସେହି ମୌଳିକଗୁଡ଼ିକୁ ଉପଧାତୁ ବା ଅର୍ଦ୍ଧଧାତୁ କୁହାଯାଏ ।
ଆଧୁନିକ ପର୍ଯ୍ୟାୟ ସାରଣୀରେ ଏକ ବଙ୍କା-ଟଙ୍କା ରେଖା ଅଧାତୁଠାରୁ ଧାତୁକୁ ପୃଥକ୍ କରିଛି । ଏହି ବଙ୍କା- ଟଙ୍କା ରେଖା ନିକଟବର୍ତ୍ତୀ 7 ଟି ମୌଳିକ; ଯଥା –
(ii) ବୋରନ୍, ସିଲିକନ୍, ଜର୍ମାନିୟମ, ଆର୍ସେନିକ୍, ଆଣ୍ଟିମୋନି, ଟେଲୁରିୟମ୍, ପୋଲନିୟମ ଉପଧାତୁ ରହିଛି ।
(iii) ଧାତୁଗୁଡ଼ିକର ଇଲେକ୍ଟ୍ରନ ତ୍ୟାଗ କରିବାର ପ୍ରବୃତ୍ତି ଥାଏ, ଅର୍ଥାତ୍ ସେଗୁଡ଼ିକର ପ୍ରକୃତି ବିଦ୍ୟୁତ୍ ଯୁକ୍ତାତ୍ମକ (Electropositive) ।
କାର୍ଯ୍ୟାବଳୀ -10 (Activity-10)
ଗୋଟିଏ ଗ୍ରୁପ୍ରେ ଉପରୁ ତଳକୁ ପରମାଣୁର ଇଲେକ୍ଟ୍ରନ୍ ତ୍ୟାଗ କରିବା ପ୍ରବୃତ୍ତି କିପରି ବଦଳେ ଚିନ୍ତା କର ।
ଉ :
ଗ୍ରୁପରେ ଉପରୁ ତଳକୁ ମୌଳିକଗୁଡ଼ିକର ଇଲେକ୍ଟ୍ରନ ତ୍ୟାଗ କରିବା ପ୍ରବୃତ୍ତି ବଢ଼େ ।
ସେହିପରି, ଗୋଟିଏ ପର୍ଯ୍ୟାୟରେ ବାମରୁ ଡାହାଣକୁ ଏହି ପ୍ରବୃତ୍ତି କିପରି ବଦଳେ ?
ଉ :
ମୌଳିକଗୁଡ଼ିକ ପର୍ଯ୍ୟାୟରେ ବାମରୁ ଡାହାଣକୁ ଇଲେକଟ୍ରନ ତ୍ୟାଗ କରିବା ପ୍ରବୃତ୍ତି କମେ ।
(iv) ପର୍ଯ୍ୟାୟ ସାରଣୀରେ ବାମରୁ ଡାହାଣକୁ ପରମାଣୁଗୁଡ଼ିକର ସଂଯୋଜକ ଇଲେକ୍ଟ୍ରନ, ଉପରେ କାର୍ଯ୍ୟକାରୀ ହେଉଥିବା ନ୍ୟୁକ୍ଲିୟ ଚାର୍ଜ ବଢ଼ିଚାଲେ । ତେଣୁ ଇଲେକ୍ଟ୍ରନ୍ ତ୍ୟାଗ କରିବା ପ୍ରବୃତ୍ତି କମିଯାଏ ।
(v) ଗୋଟିଏ ଗ୍ରୁପ୍ରେ ଉପରୁ ତଳକୁ ସଂଯୋଜକ ଇଲେକ୍ଟ୍ରନ ଦ୍ଵାରା ଅନୁଭୂତ ପ୍ରକୃତ ନ୍ୟୁକ୍ଲିୟ ଚାର୍ଜ କମି କମି ଯାଏ, କାରଣ ବାହ୍ୟତମ ଇଲେକ୍ଟ୍ରନ ଗୁଡ଼ିକ ନ୍ୟୁକ୍ଲିୟସଠାରୁ ଅଧ୍ଵତର ଦୂରରେ ରହିଥାଏ । ତେଣୁ ଏହି
(vi) ଏହି କାରଣରୁ ପର୍ଯ୍ୟାୟରେ ଥିବା ମୌଳିକଗୁଡ଼ିକର ଧାତବ ପ୍ରକୃତି ବାମରୁ ଡାହାଣକୁ କମିଯାଏ ଏବଂ ଏକା ଗ୍ରୁପ୍ରେ ଧାତବ ପ୍ରକୃତି ଉପରୁ ତଳକୁ ବୃଦ୍ଧିପାଏ।
(vi) ଅଧାତୁ ଇଲେକ୍ଟ୍ରନ ଗ୍ରହଣକରି ବିଯୁକ୍ତାତ୍ମକ ଆୟନରେ ପରିଣତ ହୁଏ । ଅଧାତୁଗୁଡ଼ିକ ବିଦ୍ୟୁତ୍ ବିଯୁକ୍ତାତ୍ମକ (Electronegative) ଅଟନ୍ତି ।
(vii) ମୌଳିକଗୁଡ଼ିକଦ୍ୱାରା ସୃଷ୍ଟି ଅକ୍ସାଇଡ୍ ଯଥା ଧାତବ ଅକ୍ସାଇଡଗୁଡ଼ିକ କ୍ଷାରୀୟ ଓ ଅଧାତବ ଅକସାଇଗୁଡ଼ିକ ଅମ୍ଳୀୟ ।
କାର୍ଯ୍ୟାବଳୀ -11 (Activity-11)
ପର୍ଯ୍ୟାୟରେ ବାମରୁ ଡାହାଣକୁ ଇଲେକ୍ଟ୍ର ଗ୍ରହଣ କରିବା ପ୍ରବୃତ୍ତି କିପରି ବଦଳେ ?
ଉ :
ଇଲେକ୍ଟ୍ରନ ଗ୍ରହଣ କରିବା ପ୍ରବୃତ୍ତି ପର୍ଯ୍ୟାୟ ସାରଣୀରେ ବାମରୁ ଡାହାଣକୁ 17ତମ ଗ୍ରୁପ୍ ପର୍ଯ୍ୟନ୍ତ ବଢ଼େ, କିନ୍ତୁ 18 ତମ ଗ୍ରୁପ୍ରେ ଆଦୌ ନଥାଏ (ଶୂନ ହୋଇଥାଏ) ।
ଗ୍ରୁପ୍ର ଉପରୁ ତଳକୁ ଇଲେକ୍ଟ୍ରନ୍ ଗ୍ରହଣ କରିବା ପ୍ରବୃତ୍ତି କିପରି ବଦଳୁଛି ?
ଉ :
ଗ୍ରୁପ୍ର ଉପରୁ ତଳକୁ ଇଲେକ୍ଟ୍ରନ ଗ୍ରହଣ କରିବାର ପ୍ରବୃତ୍ତି କମିଯାଏ ।
(ix) ବିଦ୍ୟୁତ୍ ବିଯୁକ୍ତାତ୍ମକତାର କ୍ରମଧାରା ଅନୁସାରେ ପର୍ଯ୍ୟାୟ ସାରଣୀର ଦକ୍ଷିଣ ପାର୍ଶ୍ଵର ଉପର ଆଡ଼କୁ ଅଧାତୁ ଗୁଡ଼ିକ ଦେଖାଯାଏ ।
(x) ପର୍ଯ୍ୟାୟ ସାରଣୀର ବାମରୁ ଡାହାଣକୁ ଗଲେ ମୌଳିକଗୁଡ଼ିକର ଅକ୍ସାଇଡ୍ ସ୍ଥାନରେ କ୍ଷାରୀୟ ଧର୍ମ କ୍ରମାଗତ ପରିବର୍ତ୍ତନ ହୋଇ ଶେଷରେ ଅମ୍ଳୀୟ ଧର୍ମ ପ୍ରାପ୍ତ ହୁଏ ।