BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Important Questions and Answers.

BSE Odisha Class 10 Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ପରୋକ୍ଷ ନିର୍ବାଚନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ନିର୍ବାଚନ ମୁଖ୍ୟତଃ ଦୁଇପ୍ରକାର; ଯଥା – ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ । ପରୋକ୍ଷ ନିର୍ବାଚନରେ ଲୋକମାନେ ପରୋକ୍ଷ ଭାବରେ ନିଜର ପ୍ରତିନିଧିଙ୍କୁ ବାଛିଥାଆନ୍ତି ।
  • ଏଥ‌ିରେ ପ୍ରଥମେ ମତଦାତାମାନେ ଗୋଟିଏ ପ୍ରତିନିଧୂ ସଭା ପାଇଁ ଲୋକପ୍ରତିନିଧୁ ନିର୍ବାଚିତ କରନ୍ତି । ଏହି ଲୋକପ୍ରତିନିଧ୍ ସଭାର ସଦସ୍ୟମାନେ ଅନ୍ୟ ଲୋକପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି ।
  • ଭାରତର ରୀଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥାଆନ୍ତି ।
  • ପ୍ରତ୍ୟେକ ରାଜ୍ୟ ବିଧାନସଭାର ବିଧାୟକମାନେ ନିଜ ରାଜ୍ୟରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ରାଜ୍ୟସଭା ସଦସ୍ୟମାନଙ୍କୁ କରିଥା’ନ୍ତି । ସେହିପରି ରାଜ୍ୟ ବିଧାନ ପରିଷଦର ଏକ-ତୃତୀୟାଂଶ ସଦସ୍ୟ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ଏସବୁ ନିର୍ବାଚନରେ ଦେଶର ମତଦାତାମାନେ ସିଧାସଳଖ ସଂପୃକ୍ତ ହୋଇନଥା’ନ୍ତି ।

୨। ପ୍ରତ୍ୟକ୍ଷ ନିର୍ବାଚନର ସୁଫଳଗୁଡ଼ିକ କ’ଣ ?
Answer:

  • ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତ୍ୟେକ ନାଗରିକ ନିଜର ରାଜନୈତିକ କର୍ଭବ୍ୟ ପ୍ରତି ସଚେତନ ରହେ ଓ ନିଜ ମତଦାନ ଅଧିକାରର ଗୁରୁତ୍ଵ ବୁଝିଥାଏ ।
  • ଏହି ନିର୍ବାଚନ ପ୍ରକ୍ରିୟାରେ ଲୋକପ୍ରତିନିଧୁମାନେ ଜନ ସମର୍ଥନ ହାସଲ କରିବାପାଇଁ ମତଦାତାମାନଙ୍କ ସହିତ ସମ୍ପର୍କ ରକ୍ଷା କରିଥା’ନ୍ତି । ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ପ୍ରତିନିଧ୍ଵ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହୋଇଥାଏ ।
  • ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚନ ପ୍ରକ୍ରିୟା ଲୋକମାନଙ୍କର ରାଜନୀତିକ ଚିନ୍ତାଧାରାକୁ ଉଜ୍ଜୀବିତ କରାଏ ଏବଂ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାପାଇଁ ସେମାନଙ୍କୁ ଉତ୍ସାହିତ କରାଏ ।

୩। ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟର୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ସମ୍ପର୍କରେ ଆଲୋଚନା କର ।
Answer:

  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ
  • ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ ।
  • ନାମାଙ୍କନ ପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ମତଦାନ ତାରିଖ ଓ ମତଗଣନା ତାରିଖ ନିର୍ବାଚନ ଆୟୋଗ ଘୋଷଣା କରନ୍ତି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି । ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ମଧ୍ଯ ନିଯୁକ୍ତ ହୁଅନ୍ତି ।
  • ଜିଲ୍ଲାପାଳଙ୍କୁ ସେହି ଜିଲ୍ଲାରେ ଥିବା ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଓ ଉପ-ଜିଲ୍ଲାପାଳଙ୍କୁ ରାଜ୍ୟ ବିଧାନସଭାର ସଂପୃକ୍ତ ଉପଖଣ୍ଡରେ ଥ‌ିବା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ ନିର୍ବାଚନ ଆୟୋଗଙ୍କଦ୍ବାରା ନିଯୁକ୍ତି ଦିଆଯାଏ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୪ । ନାମାଙ୍କନ ପତ୍ର ଦାଖଲ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ନିର୍ବାଚନ ଆୟୋଗଙ୍କଦ୍ୱାରା ନିର୍ବାଚନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜ ନିଜ ନିର୍ବାଚନମଣ୍ଡଳୀର ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।
  • ନାମାଙ୍କନ ପତ୍ର ନିମନ୍ତେ ନିର୍ବାଚନ ଆୟୋଗଙ୍କଦ୍ବାରା ଏକ ନିର୍ଦ୍ଦିଷ୍ଟ ଫର୍ମ ପ୍ରସ୍ତୁତି କରାଯାଇଥାଏ । ପ୍ରାର୍ଥୀମାନେ ସେହି ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରନ୍ତି ।
  • ପ୍ରତି ନାମାଙ୍କନ ପତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନାମକୁ ଅନ୍ୟୁନ ଜଣେ ମତଦାତା ପ୍ରସ୍ତାବ କରିବେ ଏବଂ ଆଉ ଜଣେ ମତଦାତା ସମର୍ଥନ କରିବେ ଏବଂ ପ୍ରାର୍ଥୀ ନିଜେ ନିଜର ସମ୍ମତି ପ୍ରଦାନପୂର୍ବକ ଏଥରେ ସ୍ବାକ୍ଷର ପ୍ରଦାନ କରିବେ ।
  • ଦଳୀୟ ପ୍ରାର୍ଥୀଙ୍କ ଛଡ଼ା ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ।
  • ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନପତ୍ର ସହିତ ନିଜର ଆୟର ପରିମାଣ ଓ ନିଜ ବିରୋଧରେ ଥ‌ିବା ଫୌଜଦାରୀ ମୋକଦ୍ଦମାର ସୂଚନା ଦାଖଲ କରନ୍ତି ।

୫। ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା ସମ୍ପର୍କରେ ଆଲୋଚନା କର ।
Answer:

  • ନିର୍ବାଚନ ଆୟୋଗଙ୍କଦ୍ବାରା ସିଦ୍ଧମତ ଗଣତି କରିବାର ସ୍ଥାନ, ତାରିଖ, ଦିନ ଓ ସମୟ ଘୋଷଣା କରାଯାଇଥାଏ ।
  • ପୂର୍ବ ସୂଚିତ ମତଦାନ ଗଣନା କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ମତଦାନ ପେଟି କିମ୍ବା ଇ.ଭି.ଏମ୍.ଗୁଡ଼ିକୁ ଖୋଲାଯାଏ ଓ ଗଣନା ଅଧିକାରୀମାନେ ସିଦ୍ଧମତ ଗଣନା କାର୍ଯ୍ୟ ଆରମ୍ଭ କରନ୍ତି । ଏହି ଗଣନା ଗୋଟିଏ ମତଦାତାର ଗୋଟିଏ ଭୋଟ ନୀତିରେ କରାଯାଏ । ନାକଚ ହୋଇଥିବା ମତଦାନ ପତ୍ରକୁ ହିସାବକୁ ନିଆଯାଏ ନାହିଁ ।
  • ସର୍ବାଧ୍ଵ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ । ରିଟଣ୍ଡିଂ ଅଫିସର ନିର୍ବାଚନ ଫଳାଫଳ ଘୋଷଣା କରନ୍ତି ଓ ସେହି ଘୋଷଣାନାମାକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ତମ୍ପର୍କିତ ଏକ ସାର୍ଟିଫିକେଟ୍ ମିଳେ ।
  • ପରାଜିତ ପ୍ରାର୍ଥୀଙ୍କ ଅନୁରୋଧକ୍ରମେ ପୁନଃ ମତଗଣତି କରାଯାଏ । ସେଥିପାଇଁ ରିଟଣ୍ଡିଂ ଅଫିସରଙ୍କ ସମ୍ମତି ମିଳିବା ଆବଶ୍ୟକ ।
  • ହିଂସାଜନିତ ଅବରୋଧ ଓ ଅନ୍ୟାନ୍ୟ କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ସେହି ମତଦାନ କେନ୍ଦ୍ରରେ ପୁନଃ ମତଦାନ ବ୍ୟବସ୍ଥା ହୋଇଥାଏ ।

୬। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କର ।
Answer:

  • ରାଜ୍ୟ ନିର୍ବାଚନ ଆୟୋଗ ଏକ-ସଦସ୍ୟ ବିଶିଷ୍ଟ ଅଟନ୍ତି । ସେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ତାଙ୍କ କାର୍ଯ୍ୟକାଳର ବୟସସୀମା ସର୍ବାଧ‌ିକ ୬୨ ବର୍ଷ ।
  • ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟପାଳ, ସେହି ରାଜ୍ୟର ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନକୁ ନଜରରେ ରଖ୍ ସ୍ଥିର କରିଥା’ନ୍ତି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁରୋଧକ୍ରମେ, ରାଜ୍ୟପାଳ ନିର୍ବାଚନ ଆୟୋଗର ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତ କରନ୍ତି ।
  • ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସେ ପଞ୍ଚାୟତିରାଜ ଅନୁଷ୍ଠାନମାନ; ଯଥା – ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ସଦସ୍ୟମାନଙ୍କ ନିର୍ବାଚନ ପରିଚାଳନା କରନ୍ତି । ସେହିପରି ସମ୍ବିଧାନର ୭୪ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସହରାଞ୍ଚଳର ପୌରପାଳିକା, ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ପରିଚାଳନା କରନ୍ତି । ଉକ୍ତ ନିର୍ବାଚନ ପାଇଁ ମତଦାତାମାନଙ୍କର ପୂର୍ଣ୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତ କରନ୍ତି ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି କାହିଁକି ?
Answer:

  • ଜନମତ ହେଉଛି ଗଣତନ୍ତ୍ରର ଭିଭିଭୂମି । ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଜନସାଧାରଣ ପ୍ରତିନିଧ୍ଵ ଚୟନ କରନ୍ତି ।
  • କେଉଁ ରାଜନୈତିକ ଦଳ ସରକାର ଗଠନ କରିବେ, ସେହି ନିଷ୍ପଭି ମଧ୍ୟ ମତଦାତାମାନେ ଏହି ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରିଥା’ନ୍ତି । ତେଣୁ ଆମ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୨। ପରୋକ୍ଷ ନିର୍ବାଚନର ଦୁଇଟି ସୁଫଳ ଲେଖ ।
Answer:

  • ପରୋକ୍ଷ ନିର୍ବାଚନରେ କମ୍ ଖର୍ଚ୍ଚ ହୋଇଥାଏ ।
  • ଏଥରେ ଦଳୀୟ ରାଜନୀତିର ପ୍ରଭାବ କମ୍ ଥାଏ ।

୩। ଇ.ଭି.ଏମ୍. କ’ଣ ? ଏହାର ସୁଫଳ କ’ଣ ?
Answer:

  • ଇ.ଭି.ଏମ୍. ହେଉଛି ‘ଇଲେକ୍ଟ୍ରୋନିକ୍‌ ମତଦାନ ଯନ୍ତ୍ର’ ।
  • ଏହାଦ୍ଵାରା ମତଦାନ ଏବଂ ମତଗଣନା କାର୍ଯ୍ୟ ସହଜରେ ଓ ଶୀଘ୍ର ହୋଇପାରିଥାଏ ।

୪। ମତଦାତାଙ୍କ ନାମ ତାଲିକା କେଉଁ ସମୟରେ ସଂଶୋଧନ କରାଯାଏ ?
Answer:

  • ପ୍ରତ୍ୟେକ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ମତଦାତାଙ୍କ ନାମ ତାଲିକା ନିୟମିତ ଭାବରେ ନିର୍ବାଚନ ପୂର୍ବରୁ ସଂଶୋଧନ କରାଯାଏ ।
  • ପୁନଶ୍ଚ ପ୍ରତ୍ୟେକ ଜନଗଣନା ଶେଷହେବା ପରେ ପ୍ରାୟତଃ ଏହା ସଂଶୋଧନ କରାଯାଏ । ଏତଦ୍‌ବ୍ୟତୀତ କୌଣସି ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ ଆୟୋଗଙ୍କ ଆଦେଶ ବଳରେ ମଧ୍ୟ ମତଦାତାଙ୍କର ନାମ ତାଲିକାରେ ସଂଶୋଧନ କାର୍ଯ୍ୟ କରାଯାଏ ।

୫। ଆମ ଦେଶରେ ନିର୍ବାଚନ ଅବାଧ, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ କାହିଁକି ?
Answer:

  • ଆମ ଦେଶରେ ଗୋପନୀୟ ମତଦାନ ବ୍ୟବସ୍ଥାର ପ୍ରଚଳନ ରହିଛି ।
  • ଏହା ଫଳରେ ଜଣେ ମତଦାତା ନିର୍ଭୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥା’ନ୍ତି; ଫଳରେ ନିର୍ବାଚନ ଅବାଧ, ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ ।

୬। ସମ୍ବିଧାନରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ ପାଇଁ କେଉଁ ବ୍ୟବସ୍ଥା ରହିଛି ?
Answer:

  • ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି ।
  • ବିଜୟୀ ପ୍ରାର୍ଥୀମାନଙ୍କର ନିର୍ବାଚନର ବୈଧତା ସମ୍ପର୍କିତ ଆସିଥିବା ଅଭିଯୋଗର ବିଚାର ଏହି ନ୍ୟାୟାଳୟରେ କରାଯାଇଥାଏ ।

୭। କେଉଁମାନେ ମତଦାନ କରିବାପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ?
Answer:
ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ସୂଚିତ ମାନସିକ ବିକୃତି, ଅଣନାଗରିକତା, କେତେକ ନିର୍ଦ୍ଦିଷ୍ଟ ଅପରାଧ ବା ନିର୍ବାଚନରେ ଦୁର୍ନୀତିପରାୟଣତା, ବାସସ୍ଥାନରୁ ବିଚ୍ୟୁତ ଓ ବେଆଇନ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥ‌ିବା ଇତ୍ୟାଦି କାରଣରୁ ଅଯୋଗ୍ୟ ବିବେଚିତ ବ୍ୟକ୍ତି ମତଦାନ କରିବାପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୮। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ପରିମାଣ କେତେ ସ୍ଥିର କରାଯାଇଛି ?
Answer:

  • ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧ‌ିକ ନିର୍ବାଚନ ଖର୍ଚ୍ଚ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
  • ପ୍ରତ୍ୟେକ ରାଜ୍ୟ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧ‌ିକ ନିର୍ବାଚନ ଖର୍ଚ୍ଚ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

୯। ଓଡ଼ିଶାରେ କେତୋଟି ବିଧାନସଭା ଲୋକସଭା ଆସନ ରହିଛି ଓ ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ଅନୁପାତ କେତେ ?
Answer:

  • ଓଡ଼ିଶାରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ୨୧ ଗୋଟି ଲୋକସଭା ଆସନ ରହିଛି ।
  • ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀର ଅନୁପାତ ହେଉଛି ୭ : ୧ ।

୧୦ । ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିର୍ବାଚନ ପ୍ରଚାର ପାଇଁ କେତେଦିନ ସମୟ ମିଳେ ଓ ନିର୍ବାଚନର ନିର୍ଦ୍ଧାରିତ ଦିନର କେତେ ସମୟ ପୂର୍ବରୁ ପ୍ରଚାର ଅଭିଯାନ ବନ୍ଦ ହୁଏ ?
Answer:

  • ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କୁ ୧୫ ଦିନ ସମୟ ମିଳିଥାଏ ।
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।

୧୧ । ସାମ୍ବିଧାନର କେଉଁ କେଉଁ ଧାରାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି ?
Answer:

  • ସମ୍ବିଧାନର ୩୩୦ ଧାରାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଲୋକସଭାରେ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।
  • ସେହିପରି ସମ୍ବିଧାନର ଧାରା ୩୩୨ରେ ରାଜ୍ୟ ବିଧାନସଭାରେ ଅନୁରୂପ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ସମ୍ବିଧାନ ପ୍ରଣେତାମାନେ କେଉଁ ପ୍ରକାର ନିର୍ବାଚନ ଉପରେ ଗୁରୁତ୍ବ ପ୍ରଦାନ କରିଥା’ନ୍ତି ?
Answer:
ଭାରତର ସମ୍ବିଧାନ ପ୍ରଣେତାମାନେ ଏକ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦେଇଥା’ନ୍ତି ।

2. ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କେତେବେଳେ କରାଯାଇଥାଏ ?
Answer:
ଯଦି ଲୋକସଭା ଓ ରାଜ୍ୟ ବିଧାନସଭା ତାହାର ସ୍ଵାଭାବିକ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭାଙ୍ଗିଯାଏ, ତେବେ ସେଠାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଥାଏ ।

3. ଲୋକସଭାରେ ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ସଂଖ୍ୟା କେତେ ?
Answer:
ଲୋକସଭାରେ ନିର୍ବାଚିତ ସାଂସଦ ହେଉଛନ୍ତି ୫୪୩ ଜଣ ଏବଂ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ସଦସ୍ୟଙ୍କ ସଂଖ୍ୟା ମାତ୍ର ୨ ଜଣ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

4. ସମ୍ବିଧାନର ୩୩୦ ଧାରା ଓ ୩୩୨ ଧାରାରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
ସମ୍ବିଧାନର ୩୩୦ ଧାରାରେ ଲୋକସଭା ପାଇଁ ଓ ୩୩୨ ଧାରାରେ ବିଧାନସଭା ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା ଉଲ୍ଲେଖ କରାଯାଇଛି ।

5. ବର୍ତ୍ତମାନ ଆମ ଲୋକସଭାରେ କେଉଁମାନଙ୍କ ପାଇଁ କେତୋଟି ଆସନ ସଂରକ୍ଷିତ ରଖାଯାଇଛି ?
Answer:
ବର୍ତ୍ତମାନ ଲୋକସଭାରେ ୭୯ ଆସନ ଓ ୪୧ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି (ହରିଜନ) ଓ ଅନୁସୂଚିତ ଜନଜାତି (ଆଦିବାସୀ)ମାନଙ୍କ ପାଇଁ ସଂରକ୍ଷିତ ରହିଛି ।

6. ଆମ ଦେଶରେ ଜଣେ ପ୍ରାର୍ଥୀ କେତେ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ ?
Answer:
ପ୍ରତ୍ୟେକ ରାଜ୍ୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଏହି ପରିମାଣ ୧୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି ।

7. ନିର୍ବାଚନ ପ୍ରଚାର ପାଇଁ କେତେ ଦିନ ସମୟ ମିଳିଥାଏ ?
Answer:
ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ଏବଂ ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ ।

8. ନିର୍ବାଚନ ପାଇଁ ମତଦାନ ଦିନ, ତାରିଖ ଓ ସମୟସୀମା କିଏ ସ୍ଥିର କରିଥା’ନ୍ତି ?
Answer:
ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ମତଦାନ ତାରିଖ, ଦିନ ଓ ସମୟସୀମା ସ୍ଥିର କରିଥା’ନ୍ତି ।

9. ନିର୍ବାଚନ ଆୟୋଗ ଗଠନ ସମ୍ପର୍କରେ ସମ୍ବିଧାନରେ କ’ଣ ସୂଚନା ପ୍ରଦାନ କରାଯାଇଛି ?
Answer:
ଆମ ସମ୍ବିଧାନର ୩୨୪ ଧାରାରେ ଏକ ତିନି-ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି

10 ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ?
Answer:
ଭାରତୀୟ ସମ୍ବିଧାନର ଧାରା ୩୨୪ରୁ ଧାରା ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

11. ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତି ଦିଅନ୍ତି ଓ ତାଙ୍କର ଅବସର ବୟସସୀମା କେତେ ?
Answer:
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ରାଜ୍ୟପାଳ ନିଯୁକ୍ତ କରନ୍ତି ଓ ତାଙ୍କର ଅବସର ବୟସସୀମା ୬୨ ବର୍ଷ ଅଟେ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଅମାନତ ଅର୍ଥରାଶି ଫେରି ପାଇବା ପାଇଁ ପ୍ରାର୍ଥୀଙ୍କୁ ମିଳିତବା ସମସ୍ତ ସିଦ୍ଧମତର ଅନ୍ୟୁନ କେତେ ଅଂଶ ମିଳିଥିବା ଆବଶ୍ୟକ ?
Answer:
ଏକ-ଷଟାଂଶ

2. ବର୍ତ୍ତମାନ କେତେକ ରାଜନୀତିକ ଦଳରେ କାହାର ଛିଟା ଦେଖିବାକୁ ମିଳୁଛି ?
Answer:
ପାରିବାରିକ ରାଜନୀତି

3. ନିର୍ବାଚନ ପ୍ରଚାର କାଳରେ ପ୍ରତ୍ୟେକ ରାଜନୀତିକ ଦଳ କ’ଣ ପ୍ରକାଶ କରିଥା’ନ୍ତି ?
Answer:
ନିର୍ବାଚନ ଇସ୍ତାହାର

4. ରାଜ୍ୟ ନିର୍ବାଚନ ଆୟୋଗର ବିଭିନ୍ନ କର୍ମଚାରୀଙ୍କୁ କିଏ ନିଯୁକ୍ତ ଦିଅନ୍ତି ?
Answer:
ରାଜ୍ୟପାଳ

5. ସ୍ବାଭାବିକ କାର୍ଯ୍ୟକାଳ ସମାପ୍ତି ପୂର୍ବରୁ ଲୋକସଭା ଭାଙ୍ଗିଗଲେ କ’ଣ କରାଯାଏ ?
Answer:
ମଧ୍ୟବତ୍ତାକାଳାନ ନିର୍ବାଚନ

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. କେଉଁ ବ୍ୟବସ୍ଥାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିଛି ?
Answer:
ସ୍ୱାୟତ୍ତ ଶାସନ

7. ପ୍ରତ୍ୟେକ ମତଦାନ କେନ୍ଦ୍ରରେ କେତେ ସଂଖ୍ୟକ ମତଦାତା ମତଦାନ କରିବାର ବ୍ୟବସ୍ଥା ଥାଏ ?
Answer:
୭୦୦ରୁ ୮୦୦

8. ଓଡ଼ିଶା ନିର୍ବାଚନ ଆୟୋଗଙ୍କର କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶର

9. ନିର୍ବାଚନ ପ୍ରଚାର ପାଇଁ ରାଜନୀତିକ ଦଳକୁ କେତେକ ସମୟ ମିଳିଥାଏ ?
Answer:
୧୫ ଦିନ

10. ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସର୍ବାଧ‌ିକ କେତେ ମଧ୍ୟରେ ହେବା ଆବଶ୍ୟକ ?
Answer:
୨୫ ଲକ୍ଷ

11. ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର କେତେ ଘଣ୍ଟା ପୂର୍ବରୁ ବନ୍ଦ ହୋଇଥାଏ ?
Answer:
୪୮ ଘଣ୍ଟା

12. ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କିଏ କରିଥା’ନ୍ତି ?
Answer:
ନିର୍ବାଚନ ଆୟୋଗ

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

C. ଶୂନ୍ୟସ୍ଥାନ ପୂରଣ କର ।

1. ଭାରତରେ ବତ୍ତମାନ ___________________ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ମତଦାନ ଅଧିକାର ଉପଭୋଗ କରୁଛନ୍ତି ।
Answer:
୧୮

2. ____________________ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି ।
Answer:
ଜନମତ

3. କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ _____________________ ଙ୍କୁ ନିର୍ବାଚିତ କରନ୍ତି ।
Answer:
ଉପରାଷ୍ରପତି

4. ସମ୍ବିଧାନର _______________________ ଧାରାରେ ଲୋକସଭାରେ ଆଦିବାସୀ ଓ ହରିଜନଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।
Answer:
୩୩୦

5. ପ୍ରତ୍ୟେକ ନିର୍ବାଚିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବା ସହିତ ତାଙ୍କୁ _________________ ଏକ ସ୍ବୀକୃତି ପତ୍ର ପ୍ରଦାନ କରନ୍ତି ।
Answer:
ରିଟଣ୍ଡିଂ ଅଫିସର

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. ଲୋକସଭାରେ ________________________ ଟି ଆସନ ପାଇଁ ନିର୍ବାଚନ କରାଯାଇଥାଏ ।
Answer:
୫୪୩

7. ନିର୍ବାଚନରେ ଜଣେ ପ୍ରାର୍ଥୀ ହେବାପାଇଁ ହେଲେ ତାଙ୍କୁ ____________________ ବର୍ଷ ହୋଇଥିବା ଆବଶ୍ୟକ ।
Answer:
୨୫

8. ପୌର ସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ___________________ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ କରାଯାଇଛି ।
Answer:
ରାଜ୍ୟ

9. ରାଜ୍ୟସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା __________________ ।
Answer:
୨୫୦

D. ଠିକ୍ ଉକ୍ତି ପାଇଁ (-) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ସମ୍ବିଧାନର ୩୩୦ ଧାରାରେ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।
Answer:
x

2. ବର୍ତ୍ତମାନ ଲୋକସଭାରେ ୧୨୦ଟି ଆସନ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।
Answer:

3. ଓଡ଼ିଶା ବିଧାନସଭାରେ ୫୬ଟି ଆସନ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।
Answer:

4. ପ୍ରତ୍ୟେକ ରାଜନୈତିକ ଦଳକୁ ରାଷ୍ଟ୍ରପତି ଦଳୀୟ ସଙ୍କେତ ପ୍ରଦାନ କରିଥା’ନ୍ତି ।
Answer:
x

5. ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ମତଦାନର ତାରିଖ, ଦିନ ଓ ସମୟ ସୀମା ସ୍ଥିର କରିଥା’ନ୍ତି ।
Answer:

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରନ୍ତି ।
Answer:
x

7. ପୌର ସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ କରାଯାଇଛି ।
Answer:

8. ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳର ବୟସସୀମା ସର୍ବାଧ‌ିକ ୬୫ ବର୍ଷ ।
Answer:
x

9. ରାଜ୍ୟ ନିର୍ବାଚନ ଆୟୁକ୍ତ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୋଇଥାନ୍ତି ।
Answer:
x

10. ଓଡ଼ିଶା ବିଧାନସଭା ପାଇଁ ରାଜ୍ୟରେ ୧୪୭ ଗୋଟି ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ରହିଛି ।
Answer:

11. ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଥା’ନ୍ତି ।
Answer:

12. ଓଡ଼ିଶାରେ ୨୦ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି ।
Answer:
x

13. ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସ୍ବୟଂଶାସିତ ସଂସ୍ଥା ।
Answer:

14. ଜଣେ ଲୋକସଭା ପ୍ରାର୍ଥୀ ନିର୍ବାଚନରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
Answer:

15. ଜଣେ ବିଧାନସଭା ପ୍ରାର୍ଥୀ ନିର୍ବାଚନରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

16. ଭାରତବର୍ଷରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ ।
Answer:

17. ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ଏକାଧ୍ଵ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥାଏ ।
Answer:

18. ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ‘ଆଦର୍ଶ ଆଚରଣ ବିଧ୍ୱଂ’’ ଲାଗୁ କରିଥା’ନ୍ତି ।
Answer:
x

19. ଆମ ଦେଶରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭା ପୁନର୍ଗଠନ ପାଇଁ ପ୍ରତି ଛଅ ବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି ।
Answer:
x

20. କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ ସେହି ଶୂନ୍ୟ ପଡ଼ିଥ‌ିବା ସଦସ୍ୟ ପଦ ପୂରଣ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଏ ।
Answer:
x

21. ଯଦି ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ବାଭାବିକ କାର୍ଯ୍ୟକାଳ ପାଞ୍ଚ ବର୍ଷ ଶେଷ ହେବା ପୂର୍ବରୁ ଭାଙ୍ଗିଯାଏ, ତେବେ ସେଠାରେ ଉପନିର୍ବାଚନ କରାଯାଇଥାଏ ।
Answer:
x

22. କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
Answer:

23. ଗ୍ରାମପଞ୍ଚାୟତର ସରପଞ୍ଚ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
x

24. ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା ବ୍ୟାଲଟ୍‌ ପେପର ମାଧ୍ୟମରେ କରାଯାଇଥାଏ ।
Answer:

25. ସମ୍ବିଧାନର ୩୩୨ ଧାରାରେ ଲୋକସଭାରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

26. ରାଷ୍ଟ୍ରପତି ରାଜ୍ୟସଭାକୁ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରୁ ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରନ୍ତି ।
Answer:
x

27. ଓଡ଼ିଶା ବିଧାନସଭାର ସଦସ୍ୟମାନେ ରାଜ୍ୟସଭାକୁ ୧୦ ଜଣ ସାଂସଦଙ୍କୁ ନିର୍ବାଚିତ କରନ୍ତି ।
Answer:

28. ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୫୫୦ ।
Answer:
x

29. ରାଷ୍ଟ୍ରପତି ଲୋକସଭାକୁ ୩ ସଦସ୍ୟଙ୍କୁ ମନୋନୀତ କରନ୍ତି ।
Answer:
x

30. ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୨୦ ଦିନ ସମୟ ମିଳିଥାଏ ।
Answer:
x

31. ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ
Answer:

32. ଜଣେ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ବୟସସୀମା ଅନ୍ୟୁନ ୩୦ ବର୍ଷ ହୋଇଥିବା ବାଞ୍ଛନୀୟ ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question1

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question2

Leave a Comment