BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ Important Questions and Answers.

BSE Odisha Class 10 Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Subjective Type Questions With Answers
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ସଡ଼କ ଦୁର୍ଘଟଣା କ’ଣ ? ଏହାର ନିରାକରଣର ପ୍ରକୃଷ୍ଟ ବ୍ୟବସ୍ଥା କ’ଣ ?
Answer:
(i) ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା । ଏହାର ଅନେକ କାରଣ ରହିଛି ।
(ii) ଦୁର୍ଘଟଣା ପାଇଁ ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ଦାୟୀ ।
(iii) ଏହାର ପ୍ରକୃଷ୍ଟ ନିରାକରଣ ପାଇଁ ସଡ଼କ ସୁରକ୍ଷା ନିହାତି ଜରୁରୀ ।

୨।. ସଡ଼କ ଦୁର୍ଘଟଣାର ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ଉଲ୍ଲେଖ କର ।
Answer:
(i) ସଡ଼କ ଦୁର୍ଘଟଣାର ପ୍ରାକୃତିକ କାରଣଗୁଡ଼ିକ ହେଲା- ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ ଓ ଧୂଆଁ ଇତ୍ୟାଦି ।
(ii) ରାସ୍ତା ଉପରେ ଜବରଦଖଲ, ରାସ୍ତା ପାର୍ଶ୍ଵରେ ସ୍କୁଲ, କଲେଜ ସ୍ଥାପନ,ରାସ୍ତାରେ ପାର୍କିଙ୍ଗ୍ ବ୍ୟବସ୍ଥାର ଅଭାବ ଇତ୍ୟାଦି ମନୁଷ୍ୟକୃତ କାରଣ ଅଟେ ।
(iii) ଉପରୋକ୍ତ କାରଣଗୁଡ଼ିକ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ ଯାହା ସଡ଼କ ଦୁର୍ଘଟଣା ଘଟିବାରେ ସହାୟକ ହୋଇଥାଏ ।

୩। ଓଡ଼ିଶାରେ ରାସ୍ତା ଓ ଯାନବାହନର ଏକ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
(i) ସଂପ୍ରତି ଓଡ଼ିଶା ରାଜ୍ୟର ପ୍ରାୟ ୨ ଲକ୍ଷ ୬୫ ହଜାର କିଲୋମିଟର ରାସ୍ତା ଉପରେ ପ୍ରାୟ ୭୨ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
(ii) ପ୍ରତିବର୍ଷ ଯାନବାହନ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଉଅଛି ।
(iii) କିନ୍ତୁ ରାସ୍ତାର ଦୈର୍ଘ୍ୟ ଓ ପ୍ରସ୍ଥ ୧ ପ୍ରତିଶତରୁ କମ୍ ବୃଦ୍ଧି ପାଉଛି ।

୪। ଦୁଇଚକିଆ ଗାଡ଼ିର ଚାଳକମାନଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଉଛି କାହିଁକି ?
Answer:
(i) ସମସ୍ତ ଯାନବାହନ ସଂଖ୍ୟାର ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
(ii) ଦୁଇଚକିଆ ଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନଥାଏ ।
(iii) ସେଥ‌ିପାଇଁ ଏହି ଗାଡ଼ିଚାଳକମାନଙ୍କୁ ହେଲମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ଓ ଜୀବନବ୍ୟାପି ଅକର୍ମଣ୍ୟ ହେବାର ସମ୍ଭାବନା କମ୍ ହୋଇଥାଏ ।

୫। ସଡ଼କ ସୁରକ୍ଷା ପାଇଁ କ’ଣ ସବୁ ଆଇନ ଓ ନିୟମାବଳୀ ରହିଛି ?
Answer:
(i) ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ କେନ୍ଦ୍ରୀୟ ମୋଟରଯାନ ଆଇନ କାର୍ଯ୍ୟକାରୀ ହେଉଛି ।
(ii) ସର୍ବଭାରତୀୟ ସ୍ତରରେ ଭାରତୀୟ ପେନାଲ କୋଡ଼ (IPC) ଆଦି ବିସ୍ତୃତ ଆଇନ ରହିଛି ।
(iii) ରାଜ୍ୟ ସ୍ତରରେ ରାଜ୍ୟସ୍ତରୀୟ ଟ୍ରାଫିକ୍ ନିୟମ କାର୍ଯ୍ୟକାରୀ ହେଉଅଛି ।

୬। ଗାଡ଼ିଚାଳକମାନଙ୍କୁ କିଏ କିପରି ଶିକ୍ଷା ପ୍ରଦାନ କରାଇଥାଏ ?
Answer:
(i) ବିଶେଷକରି ଗାଡ଼ିଚାଳକମାନଙ୍କ ନିମନ୍ତେ ଗାଡ଼ିଚାଳନାର ପ୍ରକୃଷ୍ଟ ପ୍ରଣାଳୀ, ସ୍ଵାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ନିୟମିତ ଭାବେ କରିବା ଉଚିତ ।
(ii) ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ମାନେ ସଡକ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିଥା’ନ୍ତି ।
(iii) ସମସ୍ତ ବର୍ଗର ଦୁର୍ଘଟଣାପ୍ରବଣ ଗାଡ଼ିଚାଳନା ଏବଂ ଯୁବଗୋଷ୍ଠୀ ଚାଳକମାନଙ୍କ ନିମନ୍ତେ ଶିକ୍ଷା କାର୍ଯ୍ୟକ୍ରମ ଅତି ଗୁରୁତ୍ବପୂର୍ଣ୍ଣ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମଣିଷକୁ ଗତିଶୀଳ କେଉଁମାନେ କରାଇଥାନ୍ତି ?
Answer:
(i) ସମୟ ସ୍ରୋତରେ ମାନବ ସଭ୍ୟତା ନିରନ୍ତର ଭାବରେ ପରିବର୍ତ୍ତନଶୀଳ ହୋଇ ଚାଲିଥାଏ ।
(ii) ଜନସଂଖ୍ୟା ବୃଦ୍ଧି, ବିକାଶ ପ୍ରକ୍ରିୟା, ସହରୀକରଣ, ଶିଳ୍ପାୟନ, ସଭ୍ୟତାର ଆଧୁନିକତା ଓ ଜୀବନ ଜୀବିକାର ବିବିଧତା ମଣିଷକୁ ଗତିଶୀଳ କରିଥାଏ ।

୨।. ସଡ଼କ ଦୁର୍ଘଟଣାକୁ ଏକ ସମ୍ବେଦନଶୀଳ ପରିସ୍ଥିତି କୁହାଯାଏ କାହିଁକି ?
Answer:
(i) ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା । ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ।
(ii) ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ଏହାକୁ ଅତି ସମ୍ବେଦନଶୀଳ କରିଥାଏ ।

୩। ସଡ଼କ ଦୁର୍ଘଟଣାର ଚାପ କାହିଁକି ବୃଦ୍ଧି ପାଇଥାଏ ?
Answer:
(i) ଯାନବାହନ ସଂଖ୍ୟାର ଅହେତୁକ ବୃଦ୍ଧି ଓ ବ୍ୟାବସାୟିକ ଗାଡ଼ି ଚାଳନାରେ ପ୍ରତିଯୋଗୀତାମୂଳକ ମନୋଭାବ ଇତ୍ୟାଦି ଦୁର୍ଘଟଣାର ଚାପ ବଢ଼ାଇଥାଏ ।
(ii) ସଡ଼କ ଉପରେ ଚାଳକମାନଙ୍କର ବିଶୃଙ୍ଖଳିତ ବ୍ୟବହାର ଇତ୍ୟାଦି ଘଟଣାମାନ ସଡକ ଦୁର୍ଘଟଣାର ଚାପକୁ ବୃଦ୍ଧି କରିଥାଏ ।

୪। କେଉଁସବୁ ଆନୁଷଙ୍ଗିକ କାରଣ ଦୁର୍ଘଟଣାକୁ ବଢ଼ାଇ ଦେଇଥାଏ ?
Answer:
(i) ଯାନବାହାନର ବିବିଧ ପ୍ରକାରଭେଦ ଓ ଚାଳକମାନଙ୍କର ଅଭିଜ୍ଞତା ଓ ଜ୍ଞାନର ଅଭାବ ହେତୁ ଦୁଘଟଣା ଘଟିଥାଏ ।
(ii) ଦୁର୍ଘଟଣାକୁ ବହୁମାତ୍ରାରେ ବଢ଼ାଇ ଦେଇଥାଏ ।

୫। ଆମ ରାଜ୍ୟରେ ସଡ଼କ ଦୁର୍ଘଟଣାର କେତେ ପ୍ରତିଶତ ଓ କେଉଁମାନଙ୍କ ତ୍ରୁଟି ପାଇଁ ହୋଇଥାଏ ?
Answer:
(i) ହେଲମେଟ୍ ନ ପିନ୍ଧିବା କାରଣରୁ ଅନେକ ଯୁବ ଗାଡ଼ି ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ ।
(ii) ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ପାଇଁ ହୋଇଥାଏ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୬। ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ ସରକାରଙ୍କ ତରଫରୁ କ’ଣ ବ୍ୟବସ୍ଥା ରହିଛି ?
Answer:
ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ କେନ୍ଦ୍ରୀୟ ମୋଟରଯାନ ଆକୁ ଏବଂ ନିୟମ, ରାଜ୍ୟସ୍ତରୀୟ ଟ୍ରାଫିକ୍ ନିୟମ ଓ ଭାରତୀୟ ପେନାଲ କୋଡ଼ ଆଦି ବିସ୍ତୃତ ଆଇନ ପାଳନ କରାଯାଉଛି ।
(ii) ସଡ଼କ ନିରାପତ୍ତା ବ୍ୟବସ୍ଥାରେ ପ୍ରତ୍ୟେକ ରାସ୍ତା ଓ ଯାନ ବ୍ୟବହାରକାରୀଙ୍କୁ ଟ୍ରାଫିକ୍ ନିୟମ, ଶୃଙ୍ଖଳା ସମ୍ବନ୍ଧରେ ଶିକ୍ଷିତ କରାଯାଇଥାଏ ।

୭| ମୋଟରଯାନ ଆଇନ ଉଲ୍ଲଙ୍ଘନକାରୀମାନଙ୍କ ପାଇଁ କି ପ୍ରକାର ଦଣ୍ଡର ବ୍ୟବସ୍ଥା କରାଯାଇଛି ?
Answer:
(i) ମୋଟରଯାନ ଆଇନରେ ପର୍ଯ୍ୟାପ୍ତ ମୋଟରଯାନ ସମ୍ପର୍କୀୟ ନିୟମାବଳୀ ରହିଛି ।
(ii) ଏହି ନିୟମର ବ୍ୟତିକ୍ରମ ଓ ଉଲ୍ଲଙ୍ଘନ ହେଲେ ସମ୍ପୃକ୍ତ ଗାଡ଼ିମାଲିକ କିମ୍ବା ଗାଡ଼ିଚାଳକଙ୍କ ବିରୋଧରେ କଠୋର ଆର୍ଥିକ କିମ୍ବା ଜେଲ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି ।

୮|. ଗାଡ଼ି ଚାଳକ ପାଖରେ କେଉଁସବୁ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ରହିବା ଆବଶ୍ୟକ ?
Answer:
(i) ଗାଡ଼ିଚାଳକ ପାଖରେ ଗାଡ଼ି ସମ୍ବନ୍ଧୀୟ କେତେକ କାଗଜପତ୍ର ରହିବା ନିହାତି ଆବଶ୍ୟକ ।
(ii) ସେଗୁଡ଼ିକ ହେଲା— ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଇନ୍‌ସୁରାନ୍ସ, ଫିଟନେସ୍, ପ୍ରଦୂଷଣ ନିୟନ୍ତ୍ରଣ ଓ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେନ୍ଦ୍ରୀୟ ମୋଟର ଯାନ ଆକ୍ସେକେବେ ସଂଶୋଧ ହୋଇଥିଲା ?
Answer:
୨୦୧୯ ମସିହାରେ କେନ୍ଦ୍ରୀୟ ମୋଟର ଯାନ ଆକୁ ସଂଶୋଧ ହୋଇଥିଲା ।

୨। ମୋଟରଯାନ ଦୁର୍ଘଟଣା ମାମଲାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ କେତେ ଟଙ୍କା ମିଳିଥାଏ ?
Answer:
ମୋଟର ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥ‌ିବା ବ୍ୟକ୍ତିଙ୍କୁ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିଥାଏ ।

୩। ନିଶାସକ୍ତ ବେପରୁଆ ଗାଡ଼ିଚାଳକଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ?
Answer:
ନିଶାସକ୍ତ ବେପରୁଆ ଗାଡ଼ିଚାଳକଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୪। ଛୋଟ ପିଲାମାନେ ଗାଡ଼ିରେ ଯିବାବେଳେ ସେମାନଙ୍କ ପାଇଁ କ’ଣ ସାବଧାନତା ଅବଲମ୍ବନ କରିବେ ?
Answer:
ଛୋଟ ପିଲାମାନେ ଗାଡ଼ିରେ ଯିବାବେଳେ ହେଲମେଟ୍ ପରିଧାନ କରିବା ବାଧ୍ୟତାମୂଳକ କରିବା ସହ ପିଲାମାନଙ୍କୁ ସୁରକ୍ଷା ବେଲ୍ସ ପିନ୍ଧାଇବା ବାଧ୍ୟତାମୂଳକ କରାଯାଇଛି ।

୫। ଆମ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ପାଇଁ କେଉଁ ନୀତି ପ୍ରଣୟନ କରାଯାଇଛି ?
Answer:
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ପାଇଁ ଆମ ରାଜ୍ୟରେ ‘ଓଡ଼ିଶା ଗୁଡ୍ ସମରିଟାନ୍‌ ନୀତି’’ ପ୍ରଣୟନ କରାଯାଇଛି ।

୬। “‘ଓଡ଼ିଶା ଗୁଡ଼ ସମରିଟାନ୍‌ ନୀତି’’ ପ୍ରଣୟନ କରିବାପାଇଁ ସୁପ୍ରିମକୋର୍ଟ କେବେ ନିର୍ଦେଶ ପ୍ରଦାନ କରିଥିଲେ ?
Answer:
‘ଓଡ଼ିଶା ଗୁଡ଼ ସମରିଟାନ୍‌ ନୀତି’ ପ୍ରଣୟନ କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୪ ମସିହାରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

୭। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ କେତେ ଟଙ୍କା ପ୍ରୋତ୍ସାହନ ମିଳିଥାଏ ?
Answer:
ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ୨୦୦୦ ଟଙ୍କା ପ୍ରୋତ୍ସାହନ ମିଳିଥାଏ ।

୮। ଗୋଲ୍ଡେନ୍ ଆୱାର କ’ଣ ?
Answer:
ଆହତଙ୍କର ୧ ଘଣ୍ଟା ମଧ୍ୟରେ ଉପଯୁକ୍ତ ଚିକିତ୍ସା କରାଇବା ବ୍ୟବସ୍ଥାକୁ ଗୋଲଡ଼େନ୍ ଆୱାର କୁହାଯାଇଥାଏ

୯। ସଡ଼କ ପରିବହନ ବ୍ୟବସ୍ଥାରେ ମୁଖ୍ୟ ଇନ୍ଧନ ଭାବେ କାହାକୁ ବ୍ୟବହାର କରାଯାଇଥାଏ ?
Answer:
ଉ ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଓ ଡିଜେଲକୁ ମୁଖ୍ୟ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ ।

୧୦ । ସାଇକେଲକୁ କେଉଁ ଯାନର ଆଖ୍ୟା ପ୍ରଦାନ କରାଯାଇଛି ?
Answer:
ସାଇକେଲକୁ ‘ସବୁଜ ଯାନ’ର ଆଖ୍ୟା ପ୍ରଦାନ କରାଯାଇଛି

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

B. ଶୂନ୍ୟସ୍ଥାନ ପୂରଣ କର ।

୧। ସଡ଼କ ଦୁର୍ଘଟଣା ଏକ _________________ ଘଟଣା ।
Answer:
ଅପ୍ରାକୃତିକ

୨। ସଡ଼କ ପରିବହନ ବ୍ୟବସ୍ଥାରେ ବିଶେଷତଃ __________________ ଟି ପ୍ରମୁଖ ଉପାଦାନ ରହିଛି ।
Answer:
5

୩। ସମ୍ପ୍ରତି ଓଡ଼ିଶାରେ ରାସ୍ତା ଉପରେ ପ୍ରାୟ __________________ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
Answer:
୭୨

୪। ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ _______________ ଜଣ ମୃତାହତ ହେଉଛନ୍ତି ।
Answer:
୪୫

୫। ଶତକଡ଼ା ପ୍ରାୟ ________________ ପ୍ରତିଶତ ସଡ଼କ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁଁ ସଂଗଠିତ ହୋଇଥାଏ ।
Answer:
୯୫

୬। ସଡ଼କ ଦୁର୍ଘଟଣା ହ୍ରାସ ନିମନ୍ତେ _______________ ଅତି ଉପଯୋଗୀ ମାଧ୍ୟମ ।
Answer:
ବଳବତ୍ତକରଣ

୭। ______________ ହଣ୍ଡି ଗାଡ଼ିରେ ନ ଲଗାଇବାପାଇଁ ବାରଣ କରାଯାଇଛି ।
Answer:
ପ୍ରେସର

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୮। କାର୍ ଚାଳକମାନଙ୍କୁ __________________ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।
Answer:
ସିଟ୍‌ବେଲ୍ସ

୯। __________________ ବର୍ଷରୁ କମ୍ ପିଲାଙ୍କ ନିମନ୍ତେ ଡ୍ରାଇଭିଂ ଲାଇସେନ୍ସ ଉପଲବ୍ଧ ହୋଇପାରିବ ନାହିଁ ।
Answer:
୧୮

୧୦|. _________________ ମସିହାରେ ମୋଟର ଯାନ ଆକୁ ସଂଶୋଧ ହୋଇଥିଲା ।
Answer:
।୨୦୧୯

C. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ । ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

୧।. ଦୁର୍ଘଟଣା ହ୍ରାସ ଓ ଜୀବନ ସୁରକ୍ଷାରେ _______________ ଓ ବଳବତ୍ତକରଣର ସମତୁଲ୍ୟ ଭୂମିକା ରହିଛି । (ଶିକ୍ଷା, ସଚେତନତା, ଟ୍ରାଫିକ୍‌ନିୟମ, ଜରିମାନା )
Answer:
ସଚେତନତା

୨ । ମୋଟର ଯାନ (ସଂଶୋଧ) ଆକ୍ଟ, ୨୦୧୯ରେ କ୍ଷତିପୂରଣ ଓ ______________ କୁ ଅଧ୍ଵ ଗୁରୁତ୍ୱ ଦିଆଯାଇଛି । ( ନିୟମ ପାଳନ, ଗାଡ଼ିଚାଳନା, ଜୋରିମାନା, ସହଭାଗିତା)
Answer:
ଜୋରିମାନା

୩। ଓଡ଼ିଶାରେ ପ୍ରତିବର୍ଷ ________________ ହଜାରରୁ ଅଧ‌ିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି । (୨, ୩, ୪, ୫)
Answer:

୪। ପ୍ରତିବର୍ଷ ଓଡ଼ିଶାରେ ଯାନବାହନ ସଂଖ୍ୟା ପ୍ରାୟ ______________ ପ୍ରତିଶତ ବୃଦ୍ଧି ପାଉଛି । (୮, ୯, ୧୦, ୧୨)
Answer:
୧୦

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୫। କେବଳ ରାଜପଥମାନଙ୍କର _______________ ରୁ ଅଧ୍ବକ ପ୍ରତିଶତ ଦୁର୍ଘଟଣା ଘଟୁଛି । (୪୦, ୫୦, ୬୦, ୭୦)
Answer:
୪୦

୬। ମାନବୀୟ ତ୍ରୁଟି ଯୋଗୁଁ ଆମ ରାଜ୍ୟରେ ସମସ୍ତ ଦୁର୍ଘଟଣାର _______________ ପ୍ରତିଶତ ଦୁର୍ଘଟଣା ଘଟିଥାଏ । (୯୦, ୯୫, ୮୫, ୭୫)
Answer:
୯୫

୭। ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ବିଶେଷ କରି _________________ ଟି ଶ୍ରେଣୀଭୁକ୍ତ କରାଯାଇଛି । (୨, ୩, ୪, ୫)
Answer:

୮ । ବିଶେଷ କରି ଗାଡ଼ିଚାଳକମାନଙ୍କର ____________________ ପରୀକ୍ଷା ନିୟମିତ ଭାବେ ହେବା ଆବଶ୍ୟକ ।(କଣ୍ଠ, ନାସା, ଚକ୍ଷୁ, ଚର୍ମ)
Answer:
ଚକ୍ଷୁ

୯। ଦୁର୍ଘଟଣା ହ୍ରାସ ନିମନ୍ତେ ___________________ ଏକ ଅତି ଉପଯୋଗୀ ମାଧ୍ୟମ ।
Answer:
ବଳବତ୍ତକରଣ

୧୦ । ରାସ୍ତାପାରିହେବା ପୂର୍ବରୁ ପ୍ରଥମେ _______________ ପାଖକୁ ଦେଖିବା ଉଚିତ । (ଡାହାଣ, ବାମ, ପଛ, ଆଗ)
Answer:
ବାମ

D. ରେଖାଙ୍କିତ ଶବ୍ଦକୁ ବଦଳାଇ ଠିକ୍‌ରି ଲେଖ ।

୧। ସଡ଼କ ଦୁର୍ଘଟଣା ଏକ ପ୍ରାକୃତିକ ଘଟଣା ।
Answer:
ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା ।

୨। ପ୍ରତିବର୍ଷ ସାରା ବିଶ୍ବରେ ଚାରି ଲକ୍ଷରୁ ଅଧ‌ିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥା’ନ୍ତି
Answer:
ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥା’ନ୍ତି ।

୩। ଓଡ଼ିଶାରେ ପ୍ରାୟ ୭୫ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
Answer:
ଓଡ଼ିଶାରେ ପ୍ରାୟ ୭୨ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।

୪। ଆମ ରାଜ୍ୟରେ ପ୍ରତିଶହେ ଦୁର୍ଘଟଣାରେ ୪୦ ଜଣ ମୃତାହତ ହେଉଛନ୍ତି ।
Answer:
ଆମ ରାଜ୍ୟରେ ପ୍ରତିଶହେ ଦୁର୍ଘଟଣାରେ ୪୫ ଜଣ ମୃତାହତ ହେଉଛନ୍ତି ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୫ । ଆମ ରାଜ୍ୟର ମୋଟ ଗାଡ଼ି ସଂଖ୍ୟାର ପ୍ରାୟ ପଚାଶ ପ୍ରତିଶତ ଦୁଇଚକିଆ ଗାଡ଼ି ଚଳାଚଳ କରୁଛି ।
Answer:
ଆମ ରାଜ୍ୟର ମୋଟ ଗାଡ଼ି ସଂଖ୍ୟାର ପ୍ରାୟ ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି ଚଳାଚଳ କରୁଛି ।

୬। ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା ୯୦ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ।
Answer:
ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ।

୭ । ଦୃତଗତି ଓ ନିଶାସକ୍ତ ଚାଳନା ନିୟନ୍ତ୍ରଣ କରିବାପାଇଁ ରାଜପଥରେ ଅଣ୍ଡରପାସ ବ୍ୟବସ୍ଥା କରାଯାଇଛି ।
Answer:
ଦ୍ରୁତଗତି ଓ ନିଶାସକ୍ତ ଚାଳନା ନିୟନ୍ତ୍ରଣ କରିବାପାଇଁ ରାଜପଥରେ ଇଣ୍ଟରସେପ୍ନ ବ୍ୟବସ୍ଥା କରାଯାଇଛି ।

୮। ରାଜପଥ ସଂଲଗ୍ନ ସ୍କୁଲମାନଙ୍କ ନିମନ୍ତେ ଇଣ୍ଟରସେପ୍ଟ ପ୍ରତିଷ୍ଠା ହେବା ଆବଶ୍ୟକ ।
Answer:
ରାଜପଥ ସଂଲଗ୍ନ ସ୍କୁଲମାନଙ୍କ ନିମନ୍ତେ ସଙ୍ଗେ ପ୍ରତିଷ୍ଠା ହେବା ଆବଶ୍ୟକ ।

୯୮ ମୋଟରଯାନ ଆକୁ ଅନୁସାରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରାଯାଇଥାଏ ।
Answer:
ସମରିଟାନ୍‌ ନୀତି ଅନୁସାରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରାଯାଇଥାଏ ।

୧୦ । ବର୍ତ୍ତମାନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଁ ଗୋଲଡେନ୍ ଆୱାର ଦାୟୀ ।
Answer:
ବର୍ତ୍ତମାନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଁ ଗୋଲଡ଼େନ୍ ଆୱାର ଦାୟୀ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 2

Leave a Comment