BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Textbook Exercise Questions and Answers.

BSE Odisha Class 10 Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୧. ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଗଣତନ୍ତ୍ରର ସଂଜ୍ଞା ନିରୂପଣ କର ।
Answer:

  • ‘ଗଣ’ ଅର୍ଥ ଲୋକମାନେ । ‘ତନ୍ତ୍ର’ ଅର୍ଥ ଶାସନ । ଗଣତନ୍ତ୍ରର ଅର୍ଥ ହେଉଛି ଲୋକମାନଙ୍କର ଶାସନ । ଏହି ବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରିବା ସହିତ ସ୍ଵାଧୀନ ଭାବରେ ନିଜର ମତାମତ ଦେଇଥା’ନ୍ତି ।
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
  • ରାଜନୀତିବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥାଆନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
  • ଏଥୁରୁ ସ୍ପଷ୍ଟ ହେଉଛି ଯେ ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ଏବଂ ଏହା ସେମାନଙ୍କର ସମୂହ ହିତ ପାଇଁ ଉଦ୍ଦିଷ୍ଟ । ଏଥୁରେ ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ହାତରେ ନ୍ୟସ୍ତ ହୋଇନଥାଏ ।
  • ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ଓ ଏଥ‌ିରେ ସେମାନଙ୍କର ଅଧିକାର ସୁରକ୍ଷିତ ରହିଥାଏ । ଏବେ ବିଶ୍ୱରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।

(ଖ) ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷଭାବେ ଦେଶର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି; ମାତ୍ର ପରୋକ୍ଷ ଗଣତନ୍ତ୍ରରେ ନାଗରିକମାନେ ସେମାନଙ୍କ ପ୍ରତିନିଧ୍ବ ଚୟନ କରି ସେମାନଙ୍କ ମାଧ୍ୟମରେ ଦେଶ ଶାସନରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଥା’ନ୍ତି ।
  • ପ୍ରାଚୀନ ଗ୍ରୀସ୍‌ର ନଗରରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା; ମାତ୍ର ବର୍ତ୍ତମାନ ପ୍ରାୟତଃ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ।
  • କ୍ଷୁଦ୍ର ଓ ସୀମିତ ଲୋକସଂଖ୍ୟା ଥିବା ଅଞ୍ଚଳ ବା ରାଜ୍ୟରେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ହେଉଥିଲା; ମାତ୍ର ଅଧ୍ଵକ ଜନବଦଳ ଓ ଅଧିକ ଆୟତନବିଶିଷ୍ଟ ଦେଶ ନିମନ୍ତେ ପରୋକ୍ଷ ଗଣତନ୍ତ୍ର ହିଁ ଉପଯୁକ୍ତ ପଦ୍ଧତି ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଅଧ୍ବବାସୀମାନେ ଗୋଟିଏ ସ୍ଥାନରେ ସମବେତ ହୋଇ ପ୍ରଶାସନିକ ନୀତି ନିର୍ଦ୍ଧାରଣ କରି ପାରୁଥିଲେ; ମାତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ପ୍ରତିନିଧୁ ନିର୍ବାଚିତ କରି ଆଇନ ପ୍ରଣୟନ କ୍ଷେତ୍ରରେ ଦେଶର ବ୍ୟବସ୍ଥାପକ ସଭାରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି ।

(ଗ) ନିର୍ବାଚନର ଗୁରୁତ୍ଵ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଏବେକାର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାର୍ବଭୌମ କ୍ଷମତା ଜନସାଧାରଣଙ୍କ ହସ୍ତରେ ନ୍ୟସ୍ତ ହୋଇଛି । ପ୍ରନଶ୍ଚ ଗଣତନ୍ତ୍ରରେ ଲୋକମାନଙ୍କର ସ୍ବାଧୀନତା ଓ ସମାନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ବାଧୀନ ଓ ନିରପେକ୍ଷ ନିର୍ବାଚନର ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ବ୍ୟବସ୍ଥା ରହିଥାଏ ।
  • ଜନମତ ହେଉଛି ଗଣତନ୍ତ୍ରର ଭିଭିଭୂମି । ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଏହି ନିର୍ବାଚନ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ବ ଚୟନ କରନ୍ତି । କେଉଁ ରାଜନୈତିକ ଦଳ ସରକାର ଗଠନ କରିବ ତାହାର ନିଷ୍ପଭି ମତଦାତାମାନେ ନିର୍ବାଚନ ମାଧ୍ୟମରେ କରିଥାଆନ୍ତି । ସେଥ‌ିପାଇଁ ଆମ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ଭାରତରେ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।
  • ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଘ) ଭାରତରେ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ ଆଲୋଚନା କର ।
Answer:

  • ଆମ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଲୋକସଭା, ରାଜ୍ୟ ବିଧାନସଭାର ସଦସ୍ୟ, ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହେଉଛି । କିନ୍ତୁ ରାଜ୍ୟସଭା ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ପଦ୍ଧତି ମାଧ୍ୟମରେ ନିବାଚିତ ହୁଅନ୍ତ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦର୍ଷ ବୟସରେ ଉପନୀତ ପ୍ରତ୍ୟେକ ସାବାଳକ ଭାରତୀୟ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାର ଲାଭ କରିଛନ୍ତି । ମତଦାତାମାନଙ୍କର ନାମତାଲିକା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ତାଲିକାରେ ସାମିଲ ହୋଇଥାଏ । ସମ୍ବିଧାନର ଧାରା ୩୨୬ରେ ସ୍ପଷ୍ଟ ସୂଚନା ରହିଛି ଯେ ଦେଶରେ ପ୍ରତ୍ୟେକ ଜନଗଣନା ଶେଷ ହେବା ପରେ ଓ କୌଣସି ନିର୍ବାଚନ ପୂର୍ବରୁ ମତଦାତାଙ୍କର ନାମ ତାଲିକାର ସଂଶୋଧନ ହୋଇଥାଏ ।
  • ଆମ ଦେଶରେ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଲୋକସଂଖ୍ୟା ପ୍ରାୟତଃ ସମାନ । ଗୋଟିଏ ନିର୍ବାଚନମଣ୍ଡଳୀରୁ ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି । ଆମ ଦେଶରେ ଗୋପନୀୟ ମତଦାନ ବ୍ୟବସ୍ଥା ଫଳରେ ନିର୍ବାଚନ ଅବାଧ, ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ । ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥିବେ ସେ ନିର୍ବାଚିତ ଘୋଷିତ ହୁଅନ୍ତି । ଏବେ ଇଲେକ୍‌ଟ୍ରୋନିକ୍ସ ମତଦାନ ଯନ୍ତ୍ର ପ୍ରଚଳନ ହେଉଛି । ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟର ମତଦାନ ବ୍ୟବସ୍ଥା ‘ବ୍ୟାଲଟ୍‌ ପେପର’ ମାଧ୍ୟମରେ କରାଯାଉଛି ।
  • ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ଵାର୍ଥରକ୍ଷା ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଛି । ସମ୍ବିଧାନର ୩୩୦ ଧାରାରେ ସେମାନଙ୍କ ପାଇଁ ଲୋକସଭାରେ, ୩୩୨ ଧାରାରେ ରାଜ୍ୟ ବିଧାନସଭାରେ ଓ ୭୩ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧ୍ଵ ଚୟନ ବ୍ୟବସ୍ଥାରେ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ରହିଛି। ନିର୍ବାଚନ ଆୟୋଗଙ୍କଦ୍ବାରା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରାଯାଏ । ସେ ରିଟଣ୍ଡିଂ ଅଫିସରଙ୍କୁ ନିଯୁକ୍ତ କରନ୍ତି । ପ୍ରାର୍ଥୀମାନେ ନିର୍ବାଚନ ସଂପର୍କିତ ସମସ୍ତ ହିସାବପତ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାନ୍ତି ।

(ଙ) ଆମ ଦେଶର ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:

  • ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ:
    ଭାରତର ଲୋକସଭାର ୫୪୩ଟି ସ୍ଥାନ ପାଇଁ ନିର୍ବାଚନ କରାଯିବା ଉଦ୍ଦେଶ୍ୟରେ ସମଗ୍ର ଦେଶକୁ ୫୪୩ଟି ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ମୁଖ୍ୟତଃ ଏହା ଜନସଂଖ୍ୟା ଉପରେ ଆଧାରିତ ଓ ପ୍ରତ୍ୟେକ ଜନଗଣନା ପରେ ଏହି କାର୍ଯ୍ୟ ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ଙ୍କଦ୍ଵାରା ସ୍ଥିର ହୋଇଥାଏ ।
  • ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା:
    ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ କରାଯାଇଥାଏ । ଏଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ସାବାଳକଙ୍କ ନାମ ଯୋଡ଼ାଯାଏ ଓ ମୃତ ମତଦାତାଙ୍କ ନାମ ତାଲିକାରୁ କଟାଯାଇ ନୂତନ ତାଲିକା ପ୍ରସ୍ତୁତ କରାଯାଏ ।
  • ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:
    ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ସାଧାରଣ ନିର୍ବାଚନର ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଏ ।
  • ପ୍ରାର୍ଥୀ ମନୋନୟନ:
    ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକେଟ ମିଳିଥାଏ । ସେମାନଙ୍କ ବ୍ୟତୀତ ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ଲଢ଼ିପାରିବେ ।
  • ନାମାଙ୍କନ ପତ୍ର ଦାଖଲ:
    ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାପାଇଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଫର୍ମରେ ସମସ୍ତ ତଥ୍ୟ ଲେଖୁ ରିଟଣ୍ଡିଂ ଅଫିସରଙ୍କ ନିକଟରେ ଦାଖଲ କରନ୍ତି ।
  • ଅମାନତ ଅର୍ଥରାଶି ଦାଖଲ:
    ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଅମାନତ ଭାବରେ ଦାଖଲ କରନ୍ତି । ଯଦି ଜଣେ ପ୍ରାର୍ଥୀଙ୍କୁ ସେହି ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ ଷକ୍ଷାଂଶ ସମର୍ଥନ ନ ମିଳେ; ତେବେ ସେ ଦାଖଲ କରିଥିବା ଅମାନତ ରାଶି କରନ୍ତି ।
  • ନାମାଙ୍କନ ପତ୍ର ଯାଞ୍ଚ:
    ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଶେଷ ହେବାପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ମିଳିଥିବା ସମସ୍ତ ନାମାଙ୍କନ ପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରନ୍ତି ।ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୋଇଥାଏ, ସେମାନଙ୍କର ଏକ ପୂର୍ଣାଙ୍ଗ ନାମତାଲିକା ରିଟର୍ଡିଂ ଅଫିସର ପ୍ରସ୍ତୁତ କରନ୍ତି ଓ ସର୍ବସାଧାରଣ ଜାଣିବାପାଇଁ ତାହା ଘୋଷଣା କରନ୍ତି ।
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା:
    ନାମାଙ୍କନ ପତ୍ର ଯାଞ୍ଚ ଓ ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣ୍ଣାଙ୍ଗ ନାମତାଲିକା ଘୋଷଣା କରାହେବା ପରେ ଯେ କୌଣସି ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ଵଇଚ୍ଛାରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୋଇଥାଏ; ତେବେ ସେ ନିର୍ବ୍ବନ୍ଦ୍ବରେ ନିର୍ବାଚିତ ହୁଅନ୍ତି ଓ ସେଠାରେ ନିର୍ବାଚନ ହୁଏ ନାହିଁ ।
  • ନିର୍ବାଚନ ସଂକେତ ପ୍ରଦାନ:
    ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି । ସ୍ଵାଧୀନ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ବାରା ସ୍ବୀକୃତ ନିର୍ବାଚନ ସଂକେତଗୁଡ଼ିକ ମଧ୍ୟରୁ ନିଜ ପାଇଁ ଗୋଟିଏ ସଂକେତ ବାଛିବାର ବ୍ୟବସ୍ଥା ଥିଲେ ମଧ୍ୟ ନିର୍ବାଚନ ଆୟୋଗର ଏ ସମ୍ପର୍କିତ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।
  • ନିର୍ବାଚନ ପ୍ରଚାର ଅଭିଯାନ:
    ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ଏହି ପ୍ରଚାର ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ । ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି । ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ମ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ଆଦର୍ଶ ଆଚରଣ ବିଧ୍:
    ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ଆଦର୍ଶ ଆଚରଣ ବିଧୂ ସହାୟକ ହୋଇଥାଏ । ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧ୍ ଲାଗୁ କରିଥାଆନ୍ତି ।
  • ମତଦାନ ବ୍ୟବସ୍ଥା:
    ମତଦାନ ପ୍ରକ୍ରିୟାକୁ ସୁଗମ ଓ ତ୍ରୁଟିଶୂନ୍ୟ କରିବାପାଇଁ ଏକାଧିକ ମତଦାନ କେନ୍ଦ୍ର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସ୍ଥାପନ କରାଯାଇଥାଏ । ପ୍ରତ୍ୟେକ କେନ୍ଦ୍ରରେ ୭୦୦ ରୁ ୮୦୦ ମତଦାତା ନିଜର ମତଦାନ କରିବାପାଇଁ ବ୍ୟବସ୍ଥା ହୋଇଥାଏ । ଏହି କାର୍ଯ୍ୟ ପାଇଁ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ଭୋଟଦାତାମାନେ ଫଟୋ ପରିଚୟପତ୍ରଦ୍ଵାରା ସେମାନଙ୍କର ପରିଚୟ ସାବ୍ୟସ୍ତ କରାଇ ମତାମତ ପ୍ରଦାନ କରନ୍ତି । ମତଦାନର ସମୟସୀମା ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ନିର୍ଦ୍ଧାରିତ ହୋଇଥାଏ ।
  • ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା:
    ‘ଗୋଟିଏ ମତଦାତାର ଗୋଟିଏ ଭୋଟ’ ନୀତିରେ ଭୋଟଗଣନା କରାଯାଏ । ନାକଚ ହୋଇଥିବା ମତଦାନ ପତ୍ରକୁ ଗଣତି କରାଯାଏ ନାହିଁ । ସର୍ବାଧ‌ିକ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଚ) ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି-ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଅଛନ୍ତି । ସେମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଆୟୁକ୍ତଙ୍କ କାର୍ଯ୍ୟକାଳ ୬ ବର୍ଷ ବା ସର୍ବାଧିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିପାରିବେ ।
  • ଭାରତୀୟ ସମ୍ବିଧାନର ଧାରା ୩୨୪ ରୁ ଧାରା ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ରହିଛି । ଭାରତର ସଂସଦ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟ ବିଧାନମଣ୍ଡଳର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ।
  • ନିର୍ବାଚନ ଆୟୋଗ ମତଦାତାଙ୍କୁ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ଓ ସେଥ‌ିରେ ଆବଶ୍ୟକ ସଂଶୋଧନ, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିବା, ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ କରିବା, ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି କରିବା ଆଦି କାର୍ଯ୍ୟ କରନ୍ତି ।
  • ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଚାଲୁହେବା ସମୟରେ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରନ୍ତି । ଏହି ବିଧିକୁ ଭଙ୍ଗ କରୁଥିବା ପ୍ରାର୍ଥୀଙ୍କୁ ଦଣ୍ଡବିଧାନ କରନ୍ତି । ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ଦେବାପାଇଁ ସମୟସୀମା, ଦିନ ଓ ତାରିଖ ନିର୍ବାଚନ ଆୟୋଗ ଧାର୍ଯ୍ୟ କରନ୍ତି ।
  • ସେ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି । ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚର ହିସାବ ଦାଖଲ ନ କଲେ, ନିର୍ବାଚନ ଆୟୋଗ ତାଙ୍କ ପାଇଁ ଦଣ୍ଡର ପରିମାଣ ଘୋଷଣା କରନ୍ତି । ସେ ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କରନ୍ତି ।

(ଛ) ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କ’ଣ ?
Answer:

  • ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ପ୍ରତି ୫ ବର୍ଷରେ ଥରେ ଲୋକସଭା ଓ ରାଜ୍ୟ ବିଧାନସଭାର ପୁନର୍ଗଠନ କରାଯାଏ ।
  • ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ଲାଭକରେ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି । ସେହିପରି ରାଜ୍ୟ ବିଧାନସଭାର ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥାଏ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ପ୍ରଦାନ କରନ୍ତି ।
  • କେନ୍ଦ୍ରରେ ଶାସନ କରୁଥିବା ଶାସକ ଦଳ ଲୋକସଭାରେ କିମ୍ବା ରାଜ୍ୟରେ ଶାସନ କରୁଥିବା ଶାସକ ଦଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଲେ ସରକାର ପତନ ହୁଏ । ଏହିଭଳି କ୍ଷେତ୍ରରେ ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ବାଭାବିକ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଭାଙ୍ଗିଯାଏ । ସେଥ‌ିପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବ୍ୟବସ୍ଥା କରାଯାଇଛି ।
  • ପୂର୍ବରୁ ଭାରତରେ ବିଭିନ୍ନ ସମୟରେ ଲୋକସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଛି ।

(ଜ) ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କହିଲେ କ’ଣ ବୁଝ ?
Answer:

  • ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ରହିଛି । ଲୋକସଭାର ସଦସ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ୧୮ ବର୍ଷରୁ ଊର୍ଦ୍ଧ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ଉପଭୋଗ କରୁଛନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
  • ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ ଚୟନ କରନ୍ତି ।
  • ଭାରତର ଲୋକସଭାର ନିର୍ବାଚିତ ସାଂସଦଙ୍କ ସଂଖ୍ୟା ୫୪୩। ସେଥିପାଇଁ ଭାରତକୁ ୫୪୩ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହେଉଥ‌ିବାରୁ ସେଗୁଡ଼ିକୁ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କୁହାଯାଏ ।

(ଝ) ନିର୍ବାଚନ ପ୍ରଚାର ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ପରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଥାଏ । ସେଥ୍ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ ।
  • ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ‘ନିର୍ବାଚନ ଇସ୍ତାହାର’ ପ୍ରକାଶ କରନ୍ତି । ସେଥୁରେ ଦଳର ଆଭିମୁଖ୍ୟ, ଦଳୀୟ କାର୍ଯ୍ୟପନ୍ଥା ଓ ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ଓ ନିର୍ବାଚନ ରଣକୌଶଳ ବିଷୟରେ ଉଲ୍ଲେଖ ଥାଏ । ସେହିପରି ନିର୍ଦ୍ଦଳୀୟ ସ୍ଵାଧୀନ ପ୍ରାର୍ଥୀମାନେ ନିଜ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥା’ନ୍ତି ।
  • ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର ସୁବିଧା ଦିଆଯାଏ । ନିର୍ବାଚନ ଆୟୋଗ ଏଥିପାଇଁ ବିଭିନ୍ନ ଦଳ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟସୀମା ଧାର୍ଯ୍ୟ କରନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପାଇବାପାଇଁ ଚେଷ୍ଟା କରନ୍ତି ।
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ଏକ ସ୍ଵାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକଗୁଡ଼ିକ କ’ଣ ?
Answer:
ନିମ୍ନୋକ୍ତଗୁଡ଼ିକ ଏକ ସ୍ବାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକ ଅଟନ୍ତି; ଯଥା

  • ପ୍ରତିଦ୍ବନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
  • ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
  • ନିର୍ବାଚନ ସମୟରେ ଅର୍ଧକ ସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
  • ଅଧିକ ସଂଖ୍ୟକ ସ୍ଵାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
  • ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
  • ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ୱାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧକ୍ୟ ।
  • ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
  • ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ଅଭିଯୋଗ ।
  • ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ‘ମତଦାତାଙ୍କ ନିର୍ବାଚନ ପରିଚୟ ପତ୍ର’ କ’ଣ ?
Answer:

  • ମତଦାତାଙ୍କୁ ନିର୍ବାଚନ ଆୟୋଗଙ୍କ ତରଫରୁ ‘ମତଦାତା ନିର୍ବାଚନ ପରିଚୟ ପତ୍ର’ ମିଳିଥାଏ ।
  • ଏହି ପରିଚୟ ପତ୍ର ଦେଖାଇ ଜଣେ ମତଦାତା ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ପରିଚୟ ସାବ୍ୟସ୍ତ କଲାପରେ ମତ ପ୍ରଦାନ କରନ୍ତି । ଏହି ମତଦାତାଙ୍କ ପରିଚୟପତ୍ରରେ ନାମ, ପିତା/ସ୍ଵାମୀଙ୍କ ନାମ, ଲିଙ୍ଗ, ବୟସ, ଠିକଣା, ଫଟୋ ଓ ପରିଚୟପତ୍ର ପ୍ରଦାନକାରୀଙ୍କ ଦସ୍ତଖତ ଥାଏ ।

(ଖ) ନିର୍ବାଚନମଣ୍ଡଳୀର ସୀମା କିଏ ନିର୍ଦ୍ଧାରଣ କରନ୍ତି ଓ କିପରି ?
Answer:

  • ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରନ୍ତି ।
  • ପ୍ରାୟତଃ ପ୍ରତ୍ୟେକ ଜନଗଣନା ପରେ ଜନସଂଖ୍ୟା ଅନୁସାରେ ରାଜ୍ୟମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାନସଭା ଓ ଲୋକସଭା ଆସନ ପାଇଁ ନିର୍ବାଚନମଣ୍ଡଳୀର ସୀମା ସ୍ଥିର ହୁଏ ।

(ଗ) ପରୋକ୍ଷ ନିର୍ବାଚନ ପଦ୍ଧତି କ’ଣ ? ଏହା ପ୍ରତ୍ୟକ୍ଷ ନିର୍ବାଚନଠାରୁ କିପରି ଭିନ୍ନ ?
Answer:

  • ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।
  • କିନ୍ତୁ ପରୋକ୍ଷ ନିର୍ବାଚନରେ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକ ପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି ।

(ଘ) ନାମାଙ୍କନପତ୍ର ଯାଞ୍ଚ କ’ଣ ଏବଂ ଏହା କାହିଁକି କରାଯାଏ ?
Answer:

  • ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ଦ୍ଦିଷ୍ଟ ଫର୍ମରେ ନାମାଙ୍କନପତ୍ର ଦାଖଲ କରନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଶେଷହେବା ପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ନାମାଙ୍କନପତ୍ରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥା’ନ୍ତି ।
  • ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ନିୟମ ମୁତାବକ ସମସ୍ତ କାଗଜପତ୍ର ଏହି ନାମାଙ୍କନପତ୍ର ସହିତ ଦାଖଲ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଏ । ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୁଏ, ସେମାନଙ୍କର ଏକ ନାମତାଲିକା ପ୍ରକାଶ ପାଏ । ସେମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଙ) ରାଜ୍ୟ ନିର୍ବାଚନ ଆୟୋଗର ଗଠନ ବିଷୟରେ ଲେଖ ।
Answer:

  • ରାଜ୍ୟ ନିର୍ବାଚନ ଆୟୋଗ ଏକ ସଦସ୍ୟ ବିଶିଷ୍ଟ । ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।
  • ତାଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ଅନୁଯାୟୀ ସ୍ଥିର ହୁଏ । ତାଙ୍କର କାର୍ଯ୍ୟକାଳର ସର୍ବାଧ୍ଵ ବୟସସୀମା ୬୨ ବର୍ଷ ।

(ଚ) ‘ଆଦର୍ଶ ଆଚରଣ ବିଧ୍ୱଂ’ ସମ୍ପର୍କରେ ଯାହା
Answer:

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥାଆନ୍ତି । ଏହା ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ । ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳ ଏହା ମାନିବାକୁ ବାଧ୍ୟ । ଆଚରଣ ବିଧ୍ଵ ଭଙ୍ଗ ଅଭିଯୋଗରେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ ଜାଣିଛ ଲେଖ ।
  • ନିର୍ବାଚନ ପ୍ରଚାର କାର୍ଯ୍ୟରେ ସରକାରୀ ଗାଡ଼ି ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରାଯାଏ ନାହିଁ ।

(ଛ) ‘ସାବାଳକ ମତଦାନ’ ପ୍ରଥା କହିଲେ, ତୁମେ କ’ଣ ବୁଝ ?
Answer:

  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ।
  • ଏହି ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସରେ ଉପନୀତ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧିକାର ଲାଭ କରିଥା’ନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ରହିଛି ।

(ଜ) ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
  • ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

(ଝ) କେଉଁ ଆଇନ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ?
Answer:
ସଂସଦର ଲୋକପ୍ରତିନିଧୂ ଆଇନ ୧୯୫୦ ଓ ୧୯୫୧ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ।

(ଞ) କେଉଁ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ?
Answer:
ନିର୍ବାଚନମଣ୍ଡଳୀର ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୩ ।. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ ।

(କ) ‘ଅମାନତ ଅର୍ଥରାଶି’ କ’ଣ ?
Answer:
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିଥା’ନ୍ତି, ଯାହାକୁ ‘ଅମାନତ ଅର୍ଥରାଶି’ କୁହାଯାଏ ।

(ଖ) ‘ମତଦାତାଙ୍କ ନାମ ତାଲିକା’ କାହାକୁ କୁହାଯାଏ ?
Answer:
କୌଣସି ଭୋଟଗ୍ରହଣ କେନ୍ଦ୍ରରେ ଯେଉଁମାନେ ମତଦାନ କରିବେ ସେମାନଙ୍କର ଏକ ତାଲିକା ନିର୍ବାଚନ ଆୟୋଗଙ୍କଦ୍ବାରା ପ୍ରସ୍ତୁତ ହୋଇଥାଏ, ଯାହାକୁ ମତଦାତାଙ୍କ ନାମ ତାଲିକା କୁହାଯାଏ ।

(ଗ) ‘ଆପେକ୍ଷିକ ସଂଖ୍ୟା ଗରିଷ୍ଠତା’ କହିଲେ ତୁମେ କ’ଣ ବୁଝ ?
Answer:
ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥୁବେ, ସେ ନିର୍ବାଚିତ ଘୋଷିତ ହେବେ – ଏହାକୁ ଆପେକ୍ଷିକ ସଂଖ୍ୟା ଗରିଷ୍ଠତା କୁହାଯାଏ ।

(ଘ) ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି କିଏ ନିଅନ୍ତି ?
Answer:
ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟ ନିଅନ୍ତି ।

(ଙ) ନାମାଙ୍କନ ପତ୍ର ସହିତ ପ୍ରାର୍ଥୀ ଅନ୍ୟ କି ପ୍ରକାର କାଗଜପତ୍ର ଦାଖଲ କରନ୍ତି ?
Answer:
ପ୍ରାର୍ଥୀ ନାମାଙ୍କନ ପତ୍ର ସହିତ ନିଜର ଆୟର ପରିମାଣ ଓ ନିଜ ବିରୋଧରେ ଥିବା ଫୌଜଦାରୀ ମୋକଦ୍ଦମାର ସୂଚନା ଦାଖଲ କରନ୍ତି ।

(ଚ) ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ କାହା ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ?
Answer:
ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଉପ-ଜିଲ୍ଲାପାଳ, ସଂପୃକ୍ତ ଉପଖଣ୍ଡରେ ଥ‌ିବା ନିର୍ବାଚନମଣ୍ଡଳୀ ପାଇଁ ଥ‌ିବା ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଛ) ରାଜ୍ୟ ନିର୍ବାଚନ ଆୟୋଗଙ୍କଦ୍ବାରା କେଉଁ ନିର୍ବାଚନ ପରିଚାଳିତ ହୁଏ ?
Answer:
ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ତଥା ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ପରିଚାଳନା କରନ୍ତି ।

(ଜ) ମୁଖ୍ୟ ନିର୍ବାଚନ ଆୟୁକ୍ତ କେଉଁ ପ୍ରଣାଳୀରେ ପଦଚ୍ୟୁତ ହୁଅନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଯେଉଁ କାରଣରୁ ପଦଚ୍ୟୁତ ହୋଇଥା’ନ୍ତି, ସେହି କାରଣରୁ ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୁଅନ୍ତି ।

(ଝ) ଉପ-ନିର୍ବାଚନ କେତେବେଳେ କରାଯାଏ ?
Answer:
ଲୋକସଭା ବା ବିଧାସଭାର କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ, ସେହି ଶୂନ୍ୟ ପଡ଼ିଥ‌ିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।

(ଞ) ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ କିଏ ନିଯୁକ୍ତି କରନ୍ତି ?
Answer:
ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୪।. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ଗଣତନ୍ତ୍ର ହେଉଛି ‘‘ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ ସରକାର’’ । ଏହା କିଏ କହିଥିଲେ ?
(କ) ମହାତ୍ମା ଗାନ୍ଧି
(ଖ) ଆବ୍ରାହମ୍ ଲିଙ୍କନ୍
(ଗ) ପଣ୍ଡିତ ଜବାହରଲାଲ ନେହେରୁ
(ଘ) ଡଃ ବି.ଆର୍. ଆମ୍ବେଦକର

(ଖ) ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା କେତେ ବର୍ଷ ?
(କ) ୨୧ ବର୍ଷ
(ଖ) ୨୦ ବର୍ଷc
(ଗ) ୧୯ ବର୍ଷ
(ଘ) ୧୮ ବର୍ଷ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଗ) ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ଲେଖ ।
(କ) ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଖ) ରାଜ୍ୟ ବିଧାନସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନଦ୍ଵାରା ନିର୍ବାଚିତ ହୁଅନ୍ତି
(ଗ) ଭାରତର ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି ।
(ଘ) ଲୋକସଭା ପାଇଁ ନିର୍ବାଚନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁବିଧା ଅଛି ।

(ଘ) ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବ୍ୟତୀତ ଆଉ କେତେଜଣ ଆୟୁକ୍ତ ଅଛନ୍ତି ?
(କ) ୧
(ଖ) ୨
(ଗ) ୩
(ଘ) ୪

(ଙ) ନିମ୍ନୋକ୍ତ କେଉଁ ଉକ୍ତିଟି ନିର୍ବାଚନ ପରିଚାଳନାର ଆବଶ୍ୟକତା ସମ୍ପର୍କରେ ଠିକ୍ କାରଣ ନୁହେଁ ?
(କ) ନିର୍ବାଚନ ଜରିଆରେ ମତଦାତା ସରକାରଙ୍କର ସଫଳତାର ବିଚାର କରନ୍ତି ।
(ଖ) ନିଜ ମନପସନ୍ଦର ଲୋକପ୍ରତିନିଧ୍ ଚୟନ ନିର୍ବାଚନ ଜରିଆରେ କରାଯାଏ ।
(ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଘ) ମତଦାତା ନିର୍ବାଚନ ଜରିଆରେ ଦଳୀୟ ନୀତିକୁ ସମର୍ଥନ ଜଣାନ୍ତି ।

(ଚ) ନିମ୍ନୋକ୍ତ କେଉଁଟି ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରଚାର
(ଖ) ମତଦାନ ପ୍ରକ୍ରିୟା
(ଗ) ମତ- ଗଣତ ପ୍ରକ୍ରିୟା
(ଘ) ଫଳାଫଳ ଘୋଷଣା

ଛ) ନିମ୍ନୋକ୍ତ କେଉଁଟି ଆଦର୍ଶ ଆଚରଣ ବିଧ୍ ଉଲ୍ଲଙ୍ଘନ କରୁଅଛି ?
(କ) ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଖ) ମତଦାତାଙ୍କ ନାମ ତାଲିକାରେ ୨୦,୦୦୦ ମତଦାତାଙ୍କର ନାମ ଜାଲ ଅଟେ ବୋଲି ତଦନ୍ତରୁ
(ଗ) ନିର୍ବାଚନ ପ୍ରଚାର ସଭାରେ ପ୍ରାର୍ଥୀଙ୍କ ବିରୋଧୀଙ୍କଦ୍ୱାରା କଳାପତାକା ପ୍ରଦର୍ଶନ ।
(ଘ) ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ନିଜର ମତାମତ ରଖୁବାକୁ ମାତ୍ର ୧୦ ମିନିଟ୍ ସମୟ ପ୍ରଦାନ କରାଯାଇଛି ।

(କ) ନିମ୍ନୋକ୍ତ କେଉଁଟି ସୁସ୍ଥ ନିର୍ବାଚନ ପ୍ରକ୍ରିୟାର ବିରୋଧୀ ?
(କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଖ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଗ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଘ) ନିର୍ବାଚନ ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀଙ୍କୁ ନିଜ ଦାୟିତ୍ଵ ସମ୍ପାଦନରେ ଜନସାଧାରଣଙ୍କର ସହଯୋଗ ପ୍ରଦାନ

(ଝ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ନିଯୁକ୍ତ କରନ୍ତି ?
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଭାରତର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ମତଦାନ କରନ୍ତି ?
(କ) ରାଜ୍ୟ ବିଧାନସଭାର ସଦସ୍ୟ
(ଖ) ଜିଲ୍ଲା ପରିଷଦର ଅଧ୍ୟକ୍ଷ
(ଗ) ଲୋକସଭାର ସାଂସଦ
(ଘ) ରାଜ୍ୟ ବିଧାନ ପରିଷଦର ସଦସ୍ୟ

(ଟ) ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍‌ର ବ୍ୟବହାର କାହିଁକି ଫଳପ୍ରଦ ନୁହେଁ ?
(କ) ମତଦାନ ପ୍ରକ୍ରିୟା ତ୍ଵରାନ୍ବିତ ହୁଏ ।
(ଖ) ମତଦାନ ଓ ମତ ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ରହେ ।
(ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ନଥାଏ ।
(ଘ) ଏହି ଯନ୍ତ୍ରରେ ମତଦାତାଙ୍କର ମତଦାନ ଦୀର୍ଘଦିନ ପର୍ଯ୍ୟନ୍ତ ନିରାପଦ ଓ ସୁରକ୍ଷିତ ରହେ ।

(୦) ନିମ୍ନୋକ୍ତ କେଉଁ ନିର୍ବାଚନରେ ଦଳୀୟ ସଂକେତ ବ୍ୟବହୃତ ହୁଏ ନାହିଁ ?
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(ଖ) ଲୋକସଭାର ସାଂସଦ ପଦ ପାଇଁ ନିର୍ବାଚନ
(ଗ) ରାଜ୍ୟ ବିଧାନସଭାର ବିଧାୟକ ପଦ ପାଇଁ ନିର୍ବାଚନ
(ଘ) ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ

(ଡ) ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତ ମଧ୍ଯରୁ କିଏ ନିଯୁକ୍ତ କରନ୍ତି ?
(କ) ରାଜ୍ୟପାଳ
(ଖ) ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଘ) ରାଜ୍ୟ ବିଧାନସଭାର ବାଚସ୍ପତି

(‍ଢ) ଲୋକସଭାର ସଦସ୍ୟ ନିର୍ବାଚନରେ ନିମ୍ନୋକ୍ତ କେଉଁଟି ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରକ୍ରିୟାର ମତଦାନ ଓ ମତ ଗଣନା ବ୍ୟବସ୍ଥା ତଦାରଖ ଏବଂ ନିର୍ବାଚନ ଆୟୁକ୍ତଙ୍କୁ ରିପୋର୍ଟ ପ୍ରଦାନ
(ଖ) ନାମାଙ୍କନ ପତ୍ର ଦାଖଲ
(ଗ) ନାମାଙ୍କନ ପତ୍ର ପ୍ରତ୍ୟାହାର
(ଘ) ପ୍ରାର୍ଥୀଙ୍କ ଦଳୀୟ ସଂକେତ ପ୍ରଦାନ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Answers:
(କ) (ଖ) ଆବ୍ରାହମ୍ ଲିଙ୍କନ
(ଖ) (ଘ) ୧୮ ବର୍ଷ
(ଗ) (କ)ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଘ) (ଖ) ୨
(ଙ) (ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଚ) (କ) ନିର୍ବାଚନ ପ୍ରଚାର
(ଛ) (କ) ନିର୍ବାଚନ ତାରିଖ ଘୋଷଣା ହେବାପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଜ) (କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଝ) (କ) ରାଷ୍ଟ୍ରପତି
(ଞ) (କ) ରାଜ୍ୟ ବିଧାନସଭାର ସଦସ୍ୟ
(ଟ) (ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ ।
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(୦) (କ) ରାଜ୍ୟପାଳ
(ଢ଼) (ଘ) ପ୍ରାର୍ଥୀଙ୍କୁ ଦଳୀୟ ସଂକେତ ପ୍ରଦାନ

Leave a Comment