BSE Odisha 10th Class Sanskrit Grammar Solutions Chapter 10 ଆତ୍ମନେପଦ ବିଧାନ

Odisha State Board BSE Odisha Class 10 Sanskrit Grammar Book Solutions Chapter 10 ଆତ୍ମନେପଦ ବିଧାନ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 10 ଆତ୍ମନେପଦ ବିଧାନ

୧ । ଭାବାବାଚ୍ୟ ଓ କର୍ମବାଚ୍ୟରେ ଧାତୁ ଆତ୍ମନେପଦୀ ହୁଏ । ଯଥା – ହରିଣା ହସ୍ୟତେ । (ହରି ହସୁଛି) କୁମ୍ଭକାରେଣ ଘଟଃ କ୍ରିୟତେ । (କୁମ୍ଭାର ମାଠିଆ କରେ ।)

୨ । ନି-ପୂର୍ବକ ବିଶ୍‌ ଧାତୁରୁ ଆତ୍ମନେପଦ ହୁଏ ।
ଯଥା – ତସ୍ୟ ପାଦେ କଣ୍ଟକଃ ନିବିଶତେ ।
ତାଙ୍କ ପାଦରେ କଣ୍ଟା ପଶିଛି ।

୩ । ବି ଓ ପରା-ପୂର୍ବକ ଜି ଧାତୁରୁ ଆତ୍ମନେପଦ ହୁଏ ।
ଯଥା – ସତ୍ୟ ସର୍ବତ୍ର ବିଜୟତେ । ସଃ ଅଧ୍ଯୟନାତ୍‌ ପରାଜୟତେ- ସେ ଅଧ୍ଯୟନପ୍ରତି ବିମୁଖ । (ସତ୍ୟର ସବୁଠି ଜୟ ହୁଏ)

୪ । ଆ, ଅନୁ, ସମ୍‌ ଓ ପର-ୂର୍ବକ କ୍ରୀଡ୍‌ ଧାତୁରୁ ଆତୁନେପଦ ହୁଏ । ଯଥା- ପ୍ରାନ୍ତରେ ବାଳକାଃ ଆକ୍ରୀଡନ୍ତେ, ଅନୁକ୍ରୀଡନ୍ତେ, ସଂକ୍ରୀଡନ୍ତେ ବା ମାତ୍ର ଛାତ୍ରାଃ ଶିକ୍ଷକମ୍‌ ଅନୁକ୍ରୀଡନ୍ତି ସ୍ଥଳରେ (ଛାତ୍ରମାନେ ଶିକ୍ଷକଙ୍କ ପଛରେ ଖେଳୁଛନ୍ତି) ସହାର୍ଥ ପ୍ରକାଶକରୂଥୁବା ଅନୁ ଉପସର୍ଗ ହୋଇ ନ ଥ୍‌ବାରୁ ଏଠାରେ ଆତ୍ମନେପଦ ହୋଇନାହିଁ। ସମ୍‌ – ପୂର୍ବକ କ୍ରୀଡ୍‌ ଧାତୁର କୂଜନାର୍ଥକ ପ୍ରୟୋଗ ହେଲେ ତହିଁରୁ ଆତ୍ମନେପଦ ହୁଏନାହିଁ । ଯଥା- ସଂକ୍ରୀଡତି ବିହଗଃ । (ଚଢ଼େଇ ଉଡୁଛି)

୫ । ସମ୍‌, ଅବ, ପ୍ର ଓ ବି-ପୂର୍ବକ ସ୍ଥା ଧାତୁରୁ ଆତ୍ନନେପଦ ହୁଏ । ଯଥା- ସନ୍ତିଷ୍ଠତେ (କଥାରେ ରହିବା/ ମାନିବା) – ଦାରିଦ୍ୟାତ୍‌ ପୁରୁଷସ୍ୟ ବାନ୍ଧବଜନୋ ବାକ୍ୟେ ନ ସନ୍ତିଷ୍ଠତେ । (ଦରିଦ୍ର୍ୟଠାରୁ ପୁରୁଷର ବନ୍ଧୁଲୋକ ବାକ୍ୟରେ ଅଟକିଯାଏ) ଅବତିଷ୍ଠତେ (ଅଟକିଯିବା/ ଅପେକ୍ଷାକରିବା) – ପ୍ରତିଷଠତେ (ପ୍ରସ୍ଥାନକରିବା) – ହରିଃ ହରିଦ୍ଵାରଂ ପ୍ରତିଷ୍ଠତେ । (ହରି ହରିଦ୍ଵାରରେ ସତନ୍ତ୍ର ଅବସ୍ଥାନ କରୁଛନ୍ତି ) ବିତିଷ୍ଠତେ (ପୃଥକ୍‌ ବା ସତନ୍ତ୍ର ଅବସ୍ଥାନ) ।

BSE Odisha 10th Class Sanskrit Grammar Solutions Chapter 10 ଆତ୍ମନେପଦ ବିଧାନ

୬ । ଉତ୍‌- ପୂର୍ବକ ସ୍ଫ୍ରା ଦାତୁରୁ ଆତ୍ନନେପଦ ହୁଏ ଯେତେବେଳେ କର୍ତାର ଚେଷ୍ଟା ପ୍ରକାଶ ପାଇବା ସହିତ ଏହାଦ୍ଵାରା ଉର୍ତ୍ବ୍‌କର୍ମ ବା ଆସନରୁ ଉଠିପଡ଼ିବା ପରି ଅର୍ଥ ପ୍ରକାଶପାଉନଥୁବା । ଯଥା- ସଃ ଦେଶସ୍ୟ ଉନ୍ମତ୍ୟୈ ଉତ୍ତିଷ୍ପତେ । (ସେ ଦେଶର ଉନ୍ନତି ପାଇଁ ଉଦ୍ୟମ କରୁଛନ୍ତି) ମାତ୍ର (କ) କର୍ଭାର ଚେଷ୍ଟା ନବୁଝାଇଲେ ଯଥା- ଶତମ୍‌ ଉତ୍ିଷ୍ପତି । (ଶହେଟଙ୍କା ଚାନ୍ଦା ଉଠିବ) ଏବଂ (ଖ) ସ୍ଥ୍ରାନ ଛାଡ଼ି ଉପରକୁ ଉଠିବା ବୁଝାଇଲେ ଯଥା- ଆସନାତ୍‌ ଉଭିଷ୍ଠତି (ଆସନରୁ ଉଠୁଛି) ପ୍ରଭୃତି କ୍ଷେତ୍ରରେ ଆତ୍ମନେପଦ ହୋଇନାହିଁ ।

୭ । ଦେବପୂଜା, ମେଳନ, ମିତ୍ରତା ଅର୍ଥରେ ଅଥବା ପଥ କର୍ତା ହୋଇଥ୍ଲେ ଉପ- ପୂର୍ବକ ସ୍ଫ୍ରା ଧାତୁରୁ ଆତ୍ମନେପଦ ହୁଏ । ଯଥା – ଦେବପୂଜା – ଶୈବଃ ଶିବମ୍‌ ଉପତିଷଠତେ (ଉପାସନା କରେ) । (ଶିବଭକ ଶିବଙ୍କୁ ଉପସନା କରନି ।) ମେଳନ – ଗଙ୍ଗା ଯମୁନାମ୍‌ ଉପତିଷ୍ଠତେ । (ଗଙ୍ଗା ଯମୁନା ସହିତ ମିଶିଛି ।)
ମିତ୍ରତା – ସାଧୁଃ ସାଧୁ” ଚୋରଶ୍ଚ ଚୋରମ୍‌ ଉପତିଷ୍ଠତେ । ସଙ୍ଗତିକରଣ ହେଉଛି ନିକଟବର୍ତୀ ହୋଇ ମିଳିତ ହେବା ଏବଂ ମିତ୍ରୀକରଣ ହେଉଛି ଶରୀର ସ୍ପର୍ଶ ବିନାମଧ୍ଯ ବନ୍ଧୁତ୍ବ ସ୍ଥାପନ ଲାଗି ନିକଟକୁ ଯିବା । (ସାଧୁ ସାଧୁକୁ ଚୋର ଚୋର ସବୁ ମିଶିଥାଏ।)
ପଥ – ଅୟଂ ପନ୍ଛାଃ କଟକମ୍‌ ଉପତିଷ୍ଠତେ (ସଂଯୋଗ କରୁଅଛି ) । (ଏହି ବାଟ କଟକକୁ ସଂଯୋଗ କରୁଛି ।)

୮ । ଉପ-ପୂର୍ବକ ଅକର୍ମକ ସ୍ମ୍ରା ଧାତୁରୁ ଆତ୍ନନେପଦ ହୁଏ । ଯଥା- ସଃ ଭୋଜନକାଳେ ଉପତିଷ୍ଠତେ । ( ସେ ଭୋଜନ ସମୟରେ ପାଖରେ ଥାଏ” ଅନ୍ୟଥା ଅର୍ଥାତ୍‌ ସକର୍ମକ ହେଲେ ସସ୍ଫ୍ରା ଧାତୁରୁ ପରସ୍ପୈପଦ ହୁଏ । ଯଥା ଶିଷ୍ୟଃ ଗୁରୁମ୍‌ ଉପତିଷ୍ଠତି । ( ଶିଷ୍ୟ ଗୁରୁଙ୍କ ପାଖରେ ରହେ ।)

୯ । ସମ୍‌-ପୂର୍ବକ ଅକର୍ମକ ଗମ୍‌ ଧାତୁରୁ ଆତ୍ମନେପଦ ହୁଏ ।
ଯଥା – ତବ ବାକ୍ୟ ସଙ୍ଗଚ୍ଛତେ ( ସଙ୍ଗତ ଅଟେ ) ( ତୁମ କଥା ସଙ୍ଗତ ଅଟେ । )

୧୦ । ଆ-ପୂର୍ବକ ହ୍ଵେ ଧାତୁରୁ ସ୍ପର୍ଦାୀ ବା ପ୍ରତିଯୋଗିତାରେ କିଣିବା ଇଚ୍ଛା ଅର୍ଥରେ ଅତ୍ମନେପଦ ହୁଏ । ଯଥା- ବୀରଃ ବୀରମ୍‌ ଆହ୍ଵୟତେ । ( ବୀର ବୀରକୁ ଆହ୍ଵାନ କରୁଛି ) ଅନ୍ୟଥା- ମାତା ପୁତ୍ରମ୍‌ ଆହ୍ଵୟତି । ( ମାଆ ପୁଅକୁ ଡାକୁଛନ୍ତି ।)

୧୧ । ଜ୍ୟୋତିର୍ମୟ ବସ୍ତୁର ଉଦ୍‌ଗମ ବୁଝାଉଥ୍‌ବା ଆ- ପୂର୍ବକ କ୍ରମ ଧାତୁରୁ ଆତ୍ମନେପଦ ହୁଏ । ଯଥା ସୂର୍ଯ୍ୟଃ ଆକ୍ରମତେ । ଅନ୍ୟ ପଦାର୍ଥର ଉର୍ଦ୍ସ୍ବଗମନ ବୁଝାଇଲେ ପରସ୍ମୈପଦ ହୁଏ- ଯଥା ପାକଶାଳାୟାଃ ଧୂମଃ ଆକ୍ରାମତି (ରୋଷେଇଘରୁ ଧୂଆଁ ଉଠୁଛି)

୧୨ । ବିବାଦ ଅର୍ଥରେ (ସାଧାରଣତଃ) ବି- ପୂର୍ବକ ବଦ୍‌ ଧାତୁରୁ ଆତ୍ମନେପଦ ହୁଏ । ଯଥା କ୍ଷେତ୍ରେ ବିବଦନ୍ତେ କୃଷକାଃ । (କ୍ଷେତ୍ରରେ କୃଷକମାନେ ବିବାଦ କରୁଛନ୍ତି ।)

୧୩ । ଉପସମ୍ଭାଷା ବା ମନେଇବା ଏବଂ ଉପମନ୍ତ୍ରଣ ବା ଚାଟୁକ୍ତି ଅର୍ଥରେ ପ୍ରାୟଶଃ ଉପ- ପୂର୍ବକ ବଦ୍‌ ଧାତୁରୁ ଆତ୍ମନେପଦ ହୁଏ । ଯଥା – କର୍ମକାରକ ଉପବଦତେ । ଦାତାରମ୍‌ ଉପବଦତେ । (କର୍ମଚାରୀମାନଙ୍କୁ ମନେଇଛନ୍ତି । ଦାତାଙ୍କର ଚାଟୁକ୍ତି କରୁଛନ୍ତି ।)

୧୪ । ଭାସନ (ବିଚକ୍ଷଣତା ପ୍ରଦର୍ଶନ) , ଜ୍ଞାନ ଓ ଯତ୍ନ ଅର୍ଥରେ ବଦ୍‌ ଧାତୁରୁ ଆତ୍ନନେପଦ ହୁଏ । ଯଥା- ଶାସ୍ତରେ ବଦତେ (ଶାସ୍ତ୍ରଜ୍ଞାନରେ ସମୁଜ୍ଜ୍ଵଳ) । ଗଣିତେ ବଦତେ (ଗଣିତ ଜାଣନ୍ତି) । କ୍ଷେତ୍ର ବଦତେ (କ୍ଷେତରେ ପରିଶ୍ରମ କରୁଛି)

୧୫ । ସମ୍‌ + ପ୍ର – ପୂର୍ବକ ବଦ୍‌ ଧାତୁରୁ ମନୁଷ୍ଯମାନଙ୍କଦ୍ଵାରା ସମୂହୋଚ୍ଚାରଣ ଅର୍ଥରେ ଆତ୍ନେପଦ ହୁଏ । ଯଥା- ସମ୍ପ୍ରବଦନ୍ତେ ବ୍ରାହ୍ମଣାଃ (ବ୍ରାହ୍ମଣମାନେ ଏକତ୍ର ଉଚ୍ଚାରଣ କରୁଛନ୍ତି ।) ଅନ୍ୟଥା- ‘ ଶୃଗାଳାଃ ସମ୍ପ୍ରବଦନ୍ତି’ (ବିଲୁଆମାନେ ଭୁକୁଛନ୍ତି) କ୍ଷେତ୍ରରେ ପରସ୍ପୈପଦ ହୁଏ ।

୧୬ । ବାଦାନୁବାଦ ବା ମତାନୈକ୍ୟ ଅର୍ଥରେ ବି + ପ୍ର – ପୂର୍ବକ ବଦ୍‌ ଧାତୁରୁ ଆତ୍ନେପଦ ବିକଳ୍ପରେ ହୋଇଥାଏ । ଯଥା ବିପ୍ରବଦନ୍ତେ ବୈଦ୍ୟାଃ । ବିପ୍ରବଦନ୍ତି ବୈଦ୍ୟାଃ ( ଡାକ୍ତରମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି) ।

୧୭ । ଉଦ୍‌ – ପୂର୍ବକ ସକର୍ମକ ଚର୍‌ ଧାତୁରୁ ଆତ୍ମନେପଦ ହୁଏ ।
ଯଥା – ସଃ ନିୟମମ୍‌ ଉଚ୍ଚରତେ (ସେ ନିୟମକୁ ଲଂଘନ କରୁଛି) ।
ମାତ୍ର – ବାଷ୍ପମ୍‌ ଉଚ୍ଚରତି । (ବାଷ୍ପ ବାହାରୁଛି) ଏଠାରେ ଅକର୍ମକ ଚର୍‌ ଧାତୁ ।

୧୮ । ସମ୍‌ -ପୂର୍ବକ ଚର୍‌ ଧାତୁ ତୃତୀୟା ବିଭକ୍ତ୍ୟନ୍ତ ପଦଯୁକ୍ତ ହୋଇଥ୍‌ଲେ ଆତ୍ମନେପଦୀ ହୁଏ । ଯଥା- ଧନିନଃ ବ୍ୟୋମଯାନେନ ସଞ୍ଚରନ୍ତେ। (ଧନୀଲୋକ ଉଡ଼ାଜାହଜରେ ବୁଲନ୍ତି) ମାତ୍ର, ପକ୍ଷାନ୍ତରେ ମୃଗାଃ, ବନେ ସଞ୍ଚରନ୍ତି (ହରିଣମାନେ ବଣରେ ବୁଲୁଛନ୍ତି) ଇତ୍ୟାଦି ହୁଏ ।

୧୯ । ରକ୍ଷଣ ବା ପାଳନ ଭିନ୍ନ ଅନ୍ୟ ଅର୍ଥକୁ ବୁଝାଉଥୁବା ଭୁଜ୍‌ଧାତୁରୁ ଆତ୍ମନେପଦ ହୁଏ । ଯଥା ସର୍ବକାରଃ ଦେଶଂ ଭୁନକ୍ତି (ପାଳୟତି) । ବାଳକଃ ଓଦନଂ ଭୁଙ୍କ୍ତେ । ବୃଦ୍ଧଃ ଦୁଃଖଶତାନି ଭୁଙ୍ତେ । ପ୍ରଥମ ଉଦାହରଣରେ ଭୁଜ୍‌ ଧାତୁ ପରସ୍ମୈପଦୀ ଏବଂ ଅନ୍ୟ ଦୁଇଟି ଆତ୍ମନେପଦୀ ।

BSE Odisha 10th Class Sanskrit Grammar Solutions Chapter 10 ଆତ୍ମନେପଦ ବିଧାନ

୨୦ । ଆ-ପୂର୍ବକ ଦା ଧାତୁରୁ ଆତ୍ମନେପଦ ହୁଏ ।
ଯଥା- ପ୍ରଦୀପଃ ସ୍ନେହମ୍‌ (ତୈଳଂ ଘୃତଂ ବା) ଆଦଭ୍ତେ। ମାତ୍ର ମୁଖବିସ୍ତାର ବା ତତ୍‌ ସଦୃଶ ଅର୍ଥ ବୁଝାଇଲେ ପରସ୍ପୈପଦ ହୁଏ । ଯଥା – ଶ୍ଵା ମୁଖଂ ବ୍ୟାଦଦାତି (କୁକୁରଟି ମୁଖ ମେଲା କରୁଛି) । ନଦୀ କୂଳଂ ବ୍ୟାଦଦାତି (ନଦୀବନ୍ୟା ବନ୍ଧରେ ଘାଇ ସୃଷ୍ଟିକରେ) ।

୨୧ । ଉଜ୍କୁଣ୍ଠାପୂର୍ବକ ସ୍ମରଣ ଭିନ୍ନ ଅର୍ଥରେ ସମ୍‌ + ଜ୍ଞା ଧାତୁରୁ ଏବଂ ପ୍ରତି + ଜ୍ଞା ଧାତୁରୁ ଆତ୍ମନେପଦ ହୁଏ । ଯଥା- ଶାସ୍ତ୍ରଂ ସଂଜାନୀତେ (ଶାସ୍ତ୍ରକୁ ଭଲକରି ଜାଣେ) । ଶତଂ ପ୍ରତିଜାନୀତେ (ସେ ଶତମୁଦ୍ରା ସୀକାର କଲେ) । ପକ୍ଷାନ୍ତରେ – ମାତୁଃ ସଂଜାନାତି ( ମାତାଙ୍କୁ ଝୁରୁଛି ) । ଉପସର୍ଗବିହୀନ ଜ୍ଞା ଧାତୁରୁ ବିକଳ୍ପରେ ଆତ୍ମନେପଦ ହୁଏ । ଯଥା ଜାନାତି । ଜାନୀତେ ।

୨୨ । କୃ ଧାତୁ ଉଭୟପଦୀ। ମାତ୍ର ଭିନ୍ନ ଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଉପସର୍ଗ ଯୋଗରେ ଏହା ଆତ୍ମନେପଦୀ ହୋଇଥାଏ ।

ଧାତୂ ଅର୍ଥ ଆତ୍ମନେପଦୀରୂପ ଭଦାହରଣ ଅର୍ଥ
(କ) ଉତ୍ + କୃ
ଉତ୍ଏଂଆ + କୃ
କ୍ଷତିକରିବା
କ୍ଷତିକରିବା
ଉତ୍‌କୁରୂତେ
ଉଦାକୁରୂତେ
ଗାଳି/ ମିଥ୍ୟା ଅଭିଯୋଗଦ୍ଵାରା ଆଘାତ ଦେବା
ଗାଳି/ ମିଥ୍ୟା ଅଭିଯୋଗଦ୍ଵାରା ଆଘାତ ଦେବା
(ଖ) ଉପ + କୃ ସେବା ଉପକୂରୁତେ ସେବା/ ଉପାସନା କରୁଛି ।
(ଗ) ପ୍ର + କୃ ଆବୃଭି ପ୍ରକୁରୂତେ ଆବୃଭି କରୁଛି ।
(ଘ) ଅଧ୍‌ + କୃ ଅଧୁକାର/ କ୍ଷମା ଅଧୁକୁରୂତେ ଅଧୁକାର/ କ୍ଷମା କରୁଛି ।

୨୩ । ମିଥ୍ୟା-ପୂର୍ବକ ଣିଜନ୍ତ କୃ ଧାତୁରୁ ଆତ୍ମନେପଦ ହୁଏ ।
ଯଥା ପଦଂ ମିଥ୍ୟା କାରୟତେ (ପଦର ଉଚ୍ଚାରଣ ତ୍ରୁଟିଯୁକ୍ତ) ।

୨୪ । ସକର୍ମକ ଣିଜନ୍ତ ଧାତୁରୁ କର୍ମକର୍ଭରି ପ୍ରୟୋଗରେ ଉତ୍‌କଣ୍ଠାପୂର୍ବକ ସ୍ମୃତି ଭିନ୍ନ ଅର୍ଥରେ ଆତ୍ମନେପଦ ହୁଏ । ଯଥା – ଭକ୍ତାଃ ଭବଂ ପଶ୍ୟନ୍ତି- ଭବୋ ଭକ୍ତାନ୍‌ ଦର୍ଶୟତେ (ଭବ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଉପସିଞ୍ଚନ୍ତି ହସ୍ତିନଂ ହସ୍ତିପକାଃ (ମାହୁନ୍ତ) – ଉପସେଚୟତେ ହସ୍ତୀ ସୟମେବ (ହସ୍ତୀ ନିଜକୁ ସିକ୍ତ କରାଉଛି ) ।

୨୫ । ସନନ୍ତ ଜ୍ଞା, ଶୃ, ସୃ ଓ ଦୃଶ୍‌ ଧାତୁରୁ ଆତ୍ନେପଦ ହୁଏ । ଯଥା – ଧର୍ମ: ଜିଜ୍ଞାସେ (ଧର୍ମ ଜାଣିବାକୁ ଇଚ୍ଛା କରେ) । ମାତ୍ର ଅନୂ- ପୂର୍ବକ ଜ୍ଞା ଧାତୁରୁ ସନ୍ନନ୍ତ ହେଲେ ବି ଆତ୍ମନେପଦ ହେବ ନାହିଁ। ଯଥା- ଧର୍ମମ୍‌ ଅନୁଜିଜ୍ଞାସତି । ଗୁରୁଂ ଶୁଶ୍ରୁଷତେ (ଗୁରୁଙ୍କ ସେବା ଲାଗି ମନ କରୁଛନ୍ତି) । ନଷ୍ଟଂ ସୁସ୍କୂର୍ଷତେ (ବିଲୁପ୍ତ ବସ୍ତୁର ସ୍ମରଣ ଲାଗି ଇଚ୍ଛା କରେ)ଃ ମାଂ ଦିଦୃକ୍ଷତେ (ମୋତେ ଦେଖୁବାକୁ ଇଚ୍ଛା କରୁଛି) ।

ଅଭ୍ୟାସଃ
୧ । ଅଧୋଲିଖ୍‌ତାନାଂ ବାକ୍ୟାନାଂ ସଂଶୋଧନଂ କୁରୁତ। (ନିମ୍ନଲିଖ୍ତ ବାକ୍ଯମାନଙ୍କର ସଂଶୋଧନ କର।)
(କ) ଉପବନେ ପକ୍ଷିଣଃ ସଂକ୍ରୀଡନ୍ତେ ।
Answer:
ଉପବନେ ପକ୍ଷିଣଃ ସଂକ୍ରୀଡ଼ନ୍ତି ।

(ଖ) ସଃ ଶତ୍ରୁନ୍‌ ପରାଜୟତେ ।
Answer:
ସଃ ଶତ୍ରୁଭ୍ୟଃ ପରାଜୟତେ

(ଗ) କର୍ତବ୍ୟମ୍‌ ଅସମାପ୍ଯ ନ ବିରମସ ।
Answer:
କର୍ଭବ୍ୟମ୍‌ ଅସମାପ୍ୟ ନ ବିରମ ।

(ଘ) ସୂର୍ଯ୍ୟୋଦୟାତ୍‌ ପ୍ରାକ୍‌ ଶଯ୍ୟାୟାଃ ସଃ ଉତ୍ତିଷ୍ଠତେ ।
Answer:
ସୂର୍ଯ୍ୟୋଦୟାତ୍‌ ପ୍ରାକ୍‌ ଶଯ୍ୟାୟଃ ସଃ ଉତ୍ତିଷ୍ଠତି ।

(ଙ) ପଠନୀୟ ବନ୍ଧୁଃ ବନ୍ଧୁମ୍‌ ଆହ୍ଵୟତେ ।
Answer:
ପଠନାୟ ବନ୍ଧୁଃ ବନ୍ଧୁମ୍‌ ଆହ୍ଵୟତି ।

(ଚ) ଯୁଷ୍ମାକଂ ଯୁକ୍ତୟଃ ନ ସଂଗଳ୍ଛନ୍ତି ।
Answer:
ଯୁଷ୍ମାକଂ ଯୁକ୍ତୟଃ ନ ସଂଗଳ୍ଛନ୍ତେ ।

(୫) କିୟନ୍ତଃ ଭାରତୀୟାଃ ପାଶ୍ଚାତ୍ତ୍ୟାନ୍‌ ଅନୁକୂର୍ବତେ ।
Answer:
କିୟନ୍ତଃ ଭାରତୀୟାଃ ପଶ୍ଚାଭ୍ୟାନ୍‌ ଅନୁକୂର୍ବନ୍ତି ।

(ଜ) ଅନ୍ନଂ ଭୁନକ୍ତି ମାନବଃ ।
Answer:
ଅନ୍ନଂ ଭୁଙ୍କ୍ତେ ମାନବଃ ।

(ଝ) ସାଧୁଃ ସାଧୁନା ସହ ସଙ୍ଗଳୁତି ।
Answer:
ସାଧୁଃ ସାଧୁନା ସହ ସଙ୍ଗଳ୍ଛତେ ।

BSE Odisha 10th Class Sanskrit Grammar Solutions Chapter 10 ଆତ୍ମନେପଦ ବିଧାନ

(ଞ) ବିଷ୍ଣୁମୁପତିଷ୍ଠତି ବୈଷ୍ଣବଃ ।
Answer:
ବିଷ୍ଣୁମୁପତିଷ୍ଠତେ ବୈଷ୍ଣବଃ ।

(ଟ) ଶ୍ରୀକୃଷ୍ଣଃ ଚାଣୂରମାହ୍ଵୟତି ଯୁଦ୍ଧାର୍ଥମ୍‌ ।
Answer:
ଶ୍ରୀକୃଷ୍ଣଃ ଚାଣୁରମାହ୍ଵୟତେ ଯୁଦ୍ଧାର୍ଥମ୍‌ ।

(ଠ) ରାଜା ପ୍ରଜାଭ୍ୟଃ ଧନମାଦଦାତି ।
Answer:
ରାଜା ପ୍ରଜାଭ୍ୟଃ ଧନମ୍‌ ଆଦତ୍ତେ ।

୨ । ବାକ୍ୟାନି ରଚୟିତ୍ଵା ଅର୍ଥଭେଦଂ ଦର୍ଶୟତ । (ବାକ୍ୟରଚନା କରି ଅର୍ଥଭେଦ ପ୍ରଦର୍ଶନ କର।)
ଆହ୍ଵୟତି – ଆହ୍ବୟତେ, ଉଚ୍ଚରତି – ଭଢରତେ, ଉଭିଷ୍ତି – ଉଭିଷତେ , ଭୁନକଳି – ଭୁଙ୍ତେ, ଆକ୍ରାମତି – ଆକ୍ରାମତେ, ବିବଦନ୍ତି – ବିବଦନ୍ତେ, ଅନୁକ୍ୀଡନ୍ତ – ଅନୁକୀଡନ୍ତେ, ସଂଗଚ୍ତେ – ସଂ ଗଚ୍ତି ।
Answer:
ଆହ୍ଵୟତି – ମାତା ପୁତ୍ରମ୍‌ ଆହ୍ଵୟତି ।
ଆହ୍ଵୟତେ – ବୀରଃ ବୀରମ୍‌ ଆହ୍ବୟତେ ।
ଉତ୍ତିଷ୍ଠତି – ଛାତ୍ରଃ ଆସନାତ୍‌ ଉଭ୍ତିଷ୍ଠତି ।
ଉତ୍ତିଷ୍ପତେ – ସଃ ଦେଶସ୍ୟ ଉନ୍ନତ୍ତୟେ ଉର୍ତିଷ୍ଠତେ ।
ଆକ୍ରାମତି – ପାକଶାଳାୟାଃ ଧୂମଃ ଆକ୍ରାମତି
ଆକ୍ରାମତେ – ସୂର୍ଯ୍ୟଃ ଆକ୍ରମତେ ।
ଅନୁକ୍ରୀଡନ୍ତି – ଛାତ୍ରାଃ ଶିକ୍ଷକମ୍‌ ଅନୁକ୍ରୀଡ଼ନ୍ତି ।
ଅନୁକ୍ରୀଡନ୍ତେ – ପ୍ରାନ୍ତରେ ବାଳକାଃ ଅନୁକ୍ରୀଡ଼ନ୍ତେ ।
ଉଚ୍ଚରତି – ବାଷ୍ପମ୍‌ ଉଚ୍ଚରତି ।
ଉଚ୍ଚରତେ – ସଃ ନିୟମମ୍‌ ଉଚ୍ଚରତେ ।
ଭୁନକ୍ତି – ସର୍ବକାରଃ ଦେଶଂ ଭୁନକ୍ତି ।
ଭୁଙ୍ତେ – ବୃଦ୍ଧଃ ଦୁଃଖଶତାନି ଭୁଙ୍ତେ ।
ବିବଦନ୍ତି – ତେ କଥଂ ବିବଦନ୍ତି ।
ବିବଦନ୍ତେ – କ୍ଷେତ୍ରେ ବିବଦନ୍ତେ କୃଷକାଃ ।
ସଂଗଚ୍ଛତେ – ତବ ବାକ୍ଯ ସଂଗଚ୍ଛତେ ।
ସଂଗଚ୍ଛତି – ଏତତ୍‌ ନାତ୍ର ସଂ ଗଚ୍ଛତି ।

Leave a Comment