Odisha State Board BSE Odisha Class 10 Sanskrit Grammar Book Solutions Chapter 11 ବାଚ୍ୟପ୍ରକରଣ ଭ୍ରମସଂଶୋଧନ-ଅଭ୍ୟାସ Textbook Exercise Questions and Answers.
BSE Odisha 10 Class Sanskrit Grammar Solutions Chapter 11 ବାଚ୍ୟପ୍ରକରଣ
ନିମ୍ନଲିଖ୍ଵତ ବାକ୍ୟଗୁଡ଼ିକୁ ଲକ୍ଷ୍ୟ କର :
୧। ବାଳକଃ ବିଦ୍ୟାଳୟଂ ଗଚ୍ଛତି । ( ପିଲାଟି ସ୍କୁଲ ଯାଉଛି )
୨। ବାଳକେନ ବିଦ୍ୟାଳୟଃ ଗମ୍ୟତେ । ( ପିଲାଟିଦ୍ଵାରା ବିଦ୍ୟାଳୟ ଯିବା ହେଉଛି )
୩। ଶିଶୁଃ କଡ଼ତି । ( ପିଲାଟି ଖେଳୁଛି)
୪। ଶିଶୁନା କ୍ରୀଡ଼୍ୟୁତେ । ( ପିଲାଟି ଦ୍ଵାରା ଖେଳିବା ହେଉଛି ।
୧ମ ବାକ୍ୟରେ ବାଳକଟି ବିଦ୍ୟାଳୟକୁ ଯାଉଛି” ଏବଂ ୨ୟ ବାକ୍ୟରେ “ ବାଳକଦ୍ବାରା ବିଦ୍ଯାଳୟ ଯିବା ହେଉଛି” – ଏହିପରି ପ୍ରାୟ ସମାନ କଥା କୁହାଯାଇଛି । ଅର୍ଥାତ୍ ୧ ମ ବାକ୍ୟରେ ଅର୍ଥ ଯାହା ୨ ୟ ବାକ୍ୟର ଅର୍ଥ ତାହା ଅଟେ । ସେହିପରି ୩ୟ ବାକ୍ୟରେ “ପିଲାଟି ଖେଳୁଛି” ଓ ୪ର୍ଥ ବାକ୍ୟରେ ପିଲାଦ୍ଵାରା ଖେଳ ହେଉଛି । ଏହା ମଧ୍ଯ ସମାନ ଅର୍ଥକୁ ପ୍ରକାଶ କରୁଅଛି । କେବଳ ଖତନ ଭଙ୍ଗୀ ବା ପ୍ରକାଶ ରୀତିରେ ପରିବର୍ଭନ ହୋଇଛି ।
ଏହିପରି ଭିନ୍ନ ଭିନ୍ନ କଥନ ଭଙ୍ଗୀ ବା ପ୍ରକାଶ ଶୈଳୀକୁ “ ବାଚ୍ଯ” କୂହାଯାଏ। କର୍ତା, କର୍ମ ଓ କ୍ରିୟା ବାକ୍ୟରେ ମୁଖ୍ଯ ( ପ୍ରଧାନ ) ଅଙ୍ଗ ଅଟନ୍ତି। ବ୍ୟବହାର ଭେଦରେ କେଉଁ ବାକ୍ୟରେ କର୍ତା ପ୍ରଧାନ ବା ଉକ୍ତ ହୁଏ ତ କେଉଁଠି କର୍ମ ଉକ୍ତ ହୁଏ ଏବଂ କେଉଁଠି କ୍ରିୟା ବା ଭାବ ।
ଉପରି ଲିଖ୍ତ ୧ମ ଓ ୩ୟ ବାକ୍ୟରେ କର୍ତା ପ୍ରଧାନ ବା ଉକ୍ତ ହୋଇଥ୍ବାରୁ ତାହା “ କର୍ଶୂବାଚ୍ୟ” ୨ ୟ ବାକ୍ୟରେ କର୍ମ ଉକ୍ତ ହୋଇଥୁବାରୁ ତାହା “କର୍ମ ବାଚ୍ୟ” ଓ ୪ର୍ଥ ବାକ୍ୟରେ କ୍ରିୟା ବା ଭାବ ଉକ୍ତ ଥ୍ବାରୁ ତାହା “ଭାବବାଚ୍ୟ” ଅଟେ । ତେଣୁ “ବାଚ୍ଯ’ ସାଧାରଣତଃ ତିନି ପ୍ରକାର । ଯଥା ( କ) କର୍ଭୂବାଚ୍ଯ ( ଖ) କର୍ମବାଚ୍ୟ ଓ ( ଗ) ଭାବବାଚ୍ୟ ।
(କ) କର୍ଭୂବାଚ୍ଯ
ନିମ୍ନଲିଖୂତ ବାକ୍ୟଗୁଡ଼ିକୂ ଲକ୍ଷ୍ୟ କର :
୧। ଦେବଦତ୍ତଃ ଗ୍ରାମଂ ଗଚ୍ଛତି । ( ଦେବଦତ୍ତ ଗାଁକୁ ଯାଉଛି।)
୨। ତ୍ବଂ ପାଠଂ ପଠସି। (ତୁମେ ପାଠ ପଢୁଛ।)
୩। ଅହଂ ହସାମି। ( ମୁଁ ହସୁଛି ।)
ଉପର୍ଯ୍ୟୁକ୍ତ ବାକ୍ୟତ୍ରୟରେ ଦେବତ୍ତ, ତ୍ଵମ୍ ଏବଂ ଅହମ୍ କର୍ତୃପଦ ଅଟନ୍ତି। ବାକ୍ୟରେ ଏହି ପଦଗୁଡ଼ିକ ପ୍ରଧାନ ବା ଉକ୍ତ ହୋଇଥୁବାରୁ ସେଗୁଡ଼ିକ ପ୍ରଥମା ବିଭକ୍ତିରେ ପ୍ରୟୋଗ ହୋଇଛନ୍ତି । ଉପର୍ଯ୍ୟୁକ୍ତ ବାକ୍ୟଗୁଡ଼ିକ କର୍ତବବାଚ୍ୟରେ ଅଛନ୍ତି । ୧ମା ଓ ୨ୟ ବାକ୍ୟରେ କର୍ମପଦ “ଗ୍ରାମ” ଓ “ପାଠ? ଅନୁକ୍ତ ହୋଇଥ୍ବାରୁ ସେଠାରେ ଦ୍ଵିତୀୟା ବିଭକ୍ତିର ପ୍ରୟୋଗ ହୋଇଛି । ସମସ୍ତ ବାକ୍ୟରେ କ୍ରିୟାପଦ କର୍ତୂପଦ ଅନୁସାରେ ପୁରୁଷ ଓ ବଚନକୁ ଗ୍ରହଣ କରିଛି ।
୧। ସଂସ୍କୃତ ବ୍ୟାକରଣରେ ` ବାଚ୍ୟ ଶବ୍ଦର ଅର୍ଥ “ ପ୍ରଧାନ” ବା ‘ ଉକ୍ତଂ ହୋଇଥାଏ ।
୨। “ ଲକ୍ଷଣଂ କର୍ଭୂବାଚ୍ୟସ୍ୟ କର୍ତରି ପ୍ରଥମା ଭବେତ୍ । ୨ କର୍ତ୍ବାଚ୍ୟର ଲକ୍ଷଣ- କରଁରି ୧ମା ( କର୍ଭୂକାରକ )
୧ମା, କର୍ମଣି ୨ୟା ( କର୍ମକାରକରେ ୨ ୟା, କ୍ରିୟାପଦ କଉାଁର ଅଧୀନ ।)
(ଖ) କର୍ମବାଚ୍ୟ
୧। ଦେବଦତ୍ତେନ ଗ୍ରାମଃ ଗମ୍ୟତେ ।
୨ । ମୟା ତ୍ବଂ କଥ୍ୟସେ । ( ମୁଁ ତୁମକୁ କହୁଛି )
୩ । ତ୍ଵୟା ଅହଂ ଦୃଶ୍ୟେ । ( ତୁମେ ମୋତେ ଦେଖୁଛ )
ଉପର୍ଯ୍ୟୁକ୍ତ ବାକ୍ୟଗୁଡ଼ିକରେ କର୍ମ ପ୍ରଧାନ ବା ଉକ୍ତ ହୋଇଥ୍ବାରୁ ଏଗୁଡ଼ିକ କର୍ମବାଚ୍ୟ । ଏଥୁରେ କର୍ତା ଦେବଦତ୍ତେନ, ମୟା ଓ ତ୍ଵୟା ଅପ୍ରଧାନ ବା ଅନୁକ୍ତ । ତେଣୁ ଏଗୁଡ଼ିକ ତୃତୀୟା ବିଭକ୍ତିରେ ଓ କର୍ମପଦ ଗ୍ରାମଃ, ତ୍ଵମ୍ ଏବଂ ଅହମ୍ ଉକ୍ତ ହୋଇ ପ୍ରଥମା ବିଭକ୍ତିରେ ରହିଛନ୍ତି। କର୍ମବାଚ୍ୟରେ କର୍ମର ପ୍ରାଧାନ୍ୟ ରହୁଥୁବା ହେତୁ କ୍ରିୟାପଦଗୁଡ଼ିକ କର୍ମକୁ ଅନୁସରଣ କରିଛନ୍ତି । କର୍ମବାଚ୍ୟରେ କ୍ରିୟାପଦ ଗଠନ ପାଇଁ ମୂଳ ଧାତୁରେ “ଯ” ପ୍ରତ୍ୟୟ ଯୋଗହୋଇ, ତାହାର “ ସେବ୍” ଧାତୁ ପରି ଆତ୍ୁନେପଦୀରେ ରୂପ ହୁଏ। ୧ର୍ଥ ବାକ୍ୟରେ କର୍ମପଦ “ଗ୍ରାମଃ ପ୍ରଥମ ପୁରୁଷ ଥ୍ବାରୁ କ୍ରିୟାପଦ ପ୍ରଥମପୁରୁଷରେ ରହିଅଛି । ସେହିପରି ୨ୟ ଓ ୩ୟ ବାକ୍ୟରେ କର୍ମପଦ ତ୍ଵମ୍” ଓ ‹ ଅହମ୍” ହୋଇଥ୍ବାରୁ କ୍ରିୟାପଦର ପ୍ରୟୋଗ ଯଥାକ୍ରମେ ମଧ୍ଯମପୁରୁଷ ଓ ଉତ୍ତମପୁରୁଷରେ ହୋଇଅଛି କର୍ମବାଚ୍ୟ ଲକ୍ଷଣ- ଅନ୍ତୁକ୍ତେ କଉ୍ତରି ୩ୟା । ଉକ୍ତେ କର୍ମଣି ୧ମା, କ୍ରିୟା କର୍ମର ଅଧୀନ ।
(ଗ) ଭାବବାଚ୍ୟ
ନିମ୍ନଲିଖ୍ଵତ ବାକ୍ୟଗୁଡ଼ିକ ଲକ୍ଷ୍ୟକର:
୧। ଶିଶୁନା କ୍ରନ୍ଦ୍ୟତେ । ( ଶିଶୁଟି କାନ୍ଦୁଛି )
୨। ତ୍ଵୟା ହସ୍ୟତେ । ( ତୁମେ ହସୁଛି )
୩। ଅସ୍ମାଭିଃ ସ୍ଥ୍ରୀୟତେ । ( ଆମେ ରହୁଛୁ )
ଉପର୍ଯ୍ୟୁକ୍ତ ବାକ୍ୟଗୁଡ଼ିକରେ କର୍ମ ନାହିଁ। କର୍ତୂପଦର ପ୍ରାଧାନ୍ୟ ନ ଥ୍ବାରୁ ସେଗୁଡ଼ିକ ଅନୂକ୍ତ କର୍ତା ଭାବେ ତୃତୀୟା ବିଭକ୍ତିରେ ପ୍ରୟୋଗ ହୋଇଛନ୍ତି । ତେଣୁ ବାକ୍ୟଗୁଡ଼ିକରେ କ୍ରିୟା ବା ଭାବର ପ୍ରାଧାନ୍ୟ ଥ୍ବାରୂ, ଏଗୁଡ଼ିକ ଭାବବାଚ୍ୟ। ଭାବବାଚ୍ୟରେ କ୍ରିୟାପଦ କର୍ମବାଚ୍ୟପରି ଗଠିତ ହୋଇ ପ୍ରଥମପୂରୁଷ ଏକବଚନରେ ପ୍ରୟୋଗ ହୋଇଥାଏ। କର୍ମବାଚ୍ୟ ଏବଂ ଭାବବାଚ୍ୟରେ କ୍ରିୟା – ସବୁ ଲକାରରେ ଆତ୍ମନେପଦୀ ( ସେବ୍ ଧାତୁପରି) ହୁଏ ଏବଂ ଲଟ୍, ବିଧ୍ଲିଙ୍କ ଲୋଟ୍ ଓ ଲଙ୍ ଏହି ଚାରିପ୍ରକାରର ଲକାରରେ ଧାତୁ ପରେ “ଯଂ ପ୍ରତ୍ୟୟ ଯୋଗ ହୁଏ ।୪ ସକର୍ମକ ଧାତୁର କର୍ଭୂବାଚ୍ୟ ଓ କର୍ମବାଚ୍ୟରେ ଏବଂ ଅକର୍ମକ ଧାତୁର କର୍ତୂବାଚ୍ୟ ଓ ଭାବବାଚ୍ୟରେ ପ୍ରୟୋଗ ଦେଖାଯାଏ।
୧। “ ପ୍ରୟୋଗେ କର୍ମବାଚ୍ୟସ୍ୟ ତୃତୀୟା କର୍ତ୍କାରକେ ।
ପ୍ରଥମାନ୍ତଂ ଭବେତ୍ କର୍ମ କର୍ମାଧୀନଂ କ୍ରିୟାପଦମ୍ ।।”
ଅର୍ଥ – କର୍ମବାଚ୍ୟର ପ୍ରୟୋଗରେ କର୍ତ୍ତକାରକରେ
ତୃତୀୟା, କର୍ମଠାରେ ପ୍ରଥମା ଓ କର୍ମର ଅଧୀନ କ୍ରିୟାପଦ
୨। “ ଭାବବାଚ୍ୟେ କର୍ମାଭାବଃ ତୃତୀୟା କର୍ତୂକାରକେ ।
ପ୍ରଥମପୁରୁଷସ୍ୟୈକବଚନାନ୍ତଂ କ୍ରିୟାପଦମ୍ ।”
ଅର୍ଥ ଭାବବାଚ୍ୟରେ କର୍ମ ନଥାଏ, କର୍ଭୂକାରକରେ ତୃତୀୟା
( ଅନୁକ୍ତେ କର୍ତରି ତୃତୀୟା ) ପ୍ରଥମପୂରୁଷ ଏକବଚନ କ୍ରିୟାପଦ
୩। “ ଭାବ କର୍ମଣି ବାଚ୍ୟେ ଚ ସଦା ସ୍ୟାଦାତ୍ମନେପଦମ୍ ।
ଲଡାଦିଷୁ ଚତୁର୍ଷ୍ପେବ ଯକାରସ୍ୟାଗମୋ ଭବେତ୍ ।”
ଅର୍ଥ ଭାବାବାଚ୍ୟ ଓ କର୍ମବାଚ୍ୟରେ ସର୍ବଦା ଆତ୍ମନେପଦ
ଲଟ୍ ଆଦି ଚାରି ଲକାରରେ ୟ/ ଯ କାର ଆଗମ ହୁଏ ।
ଯଥା:- ସକର୍ମକ :
କର୍ତ୍ବାଚ୍ୟ- ଶିଷ୍ୟଃ ବେଦଂ ପଠତି । ( ଶିଷ୍ୟ ବେଦ ପଢ଼ୁଛି)
କର୍ମବାଚ୍ୟ – ଶିଷ୍ୟେଣ ବେଦଃ ପଠ୍ୟତେ ।
ଅକର୍ମକ :
କର୍ଭୂବାଚ୍ୟ – ଅହଂ ତିଷ୍ଠାମି। ( ମୁଁ ରହୁଛି )
ଭାବବାଚ୍ୟ – ମୟା ସ୍ଥୀୟତେ।
ଏଥ୍ରୁ ଜଣାଗଲା –
କର୍ତ୍ବବାଚ୍ୟରେ : | କର୍ମବାଚ୍ୟରେ: | ଭାବବାଚ୍ୟରେ: |
୧. କର୍ତା ପ୍ରଧାନ ବା ଉକ୍ତ ହୋଇ ପ୍ରଥମା ବିଭକ୍ତିରେ ରହେ । | ୧. କରା ଅପ୍ରଧାନ ବା ଅନୁକ୍ତ ହୋଇ ତୃତୀୟା ବିଭକ୍ତିରେ ରହେ । | ୧. କର୍ତା ଅପ୍ରଧାନ ବା ଅନୁକ୍ତ ହୋଇ ତୃତୀୟା ବିଭକ୍ତିରେ ରହେ । |
୨. କର୍ମ ଅପ୍ରଧାନ ବା ଅନୁକ୍ତ, ତେଣୁ ଦ୍ବିତୀୟା ବିଭକ୍ତିରେ ରହେ । | ୨. କର୍ମ ପ୍ରଧାନ ବା ଉକ୍ତ। ତେଣୁ । ତାହା ପ୍ରଥମା ବିଭକ୍ତିରେ ପ୍ରୟୋଗ ହୁଏ । | ୨. କର୍ମ ନଥାଏ । କେବଳ ଅକର୍ମକ ଧାତୁର ପ୍ରୟୋଗା ହୋଇଥାଏ। |
୩. କ୍ରିୟାପଦ କର୍ତାର ଅଧୀନ ଅର୍ଥାତ୍ । କର୍ତା ଯେଉଁ ପୁରୁଷ ଓ ବଚନରେ ଥାଏ, କ୍ରିୟା ସେହି ଅନୁସାରେ ହୋଇଥାଏ। | ୩. କ୍ରିୟାପଦ କର୍ମର ଅଧୀନ ଅର୍ଥାତ୍ । କ୍ରିୟା କର୍ମର ପୁରୁଷ ଓ ବଚନ ଅନୁସାରେ ହୋଇଥାଏ। | ୩. କ୍ରିୟାପଦ ସର୍ବଦା ଆତ୍ମନେପଦୀ ହୋଇ ପ୍ରଥମ ପୁରୁଷ ଏକବଚନରେ ପ୍ରୟୋଗ ହୁଏ । |
ପରବର୍ତୀ ପର୍ଯ୍ୟାୟରେ ଆମେ କର୍ମ ଓ ଭାବ ବାଚ୍ୟରେ ଧାତୁରୂପ ଓ ବାଚ୍ୟ ପରିବର୍ତନ ପ୍ରସଙ୍ଗରେ ଆଲୋଚନା କରିବା ।
ଅଭ୍ୟାସ:
୧। ନିମ୍ନଲିଖ୍ତବାକ୍ୟେଷୁ କର୍ତ୍ବାଚ୍ୟାନିଥ, କର୍ମବାଚ୍ୟାନି ଭାବବାଚ୍ୟାନି ଚ ପୃଥକ୍ ଲିଖତ।
( ନିମ୍ନଲିଖ୍ବତ ବାକ୍ୟମାନଙ୍କରେ କର୍ତ୍ବବାଚ୍ୟ କର୍ମବାଚ୍ୟ ଓ ଭାବବାଚ୍ୟ ଅଲଗା କରି ଲେଖ।)
(କକ) ଗୁରୁଃ ମାଣବକଂ ବଦତି।
ଗୁରୁ ଛାତ୍ରକୁ କହୁଛନ୍ତି।
Answer:
କର୍ତୂବାଚ୍ୟ
(ଖ) ବାଳକେନ ପ୍ରାନ୍ତରେ ଧାବ୍ୟତେ।
ପିଲାଟିଦ୍ଵାରା ପଡ଼ିଆରେ ଧାଇଁବା ହେଉଛି ।
Answer:
ଭାବବାଚ୍ୟ
(ଗ) କ୍ଷେତ୍ରପତିଃ ଶୃଗାଳଂ ପଶ୍ୟତି ।
ଜମିମାଲିକ ଶୃଗାଳକୁ ଦେଖୁଛି।
Answer:
କର୍ତୃବାଚ୍ୟ
(ଘ) ବିଦ୍ବାନ୍ ସର୍ବୈଃ ପୂଜ୍ୟତେ ।
ବିଦ୍ଵାନକୂ ସମସ୍ତେ ସ ମ୍ମାନ କରନ୍ତି ।
Answer:
କର୍ମବାଚ୍ୟ
(ଙ) ସର୍ବେ ସଂସ୍କୃତଂ ପଠନ୍ତି।
ସମସ୍ତେ ସଂସ୍କୃତ ପଢ଼ୁଛନ୍ତି।
Answer:
କର୍ତୂବାଚ୍ୟ
(ଚ) ତୈଃ ଉଦ୍ୟାନେ ଭ୍ରମ୍ୟତେ ।
ସେମାନେ ବଗିଚାରେ ବୁଲୁଛନ୍ତି।
Answer:
ଭାବବାଚ୍ୟ
(୫) ଭଶ୍ଵରେଣ ସର୍ବେ ଦୃଶ୍ୟନ୍ତେ।
ଛଶ୍ଵର ସମସ୍ତଙ୍କୁ ଦେଖୁଛନ୍ତି।
Answer:
କର୍ମବାଚ୍ୟ
(ଜ) ସର୍ବେ ଭବନ୍ତୁ ସୁଖ୍ଵନଃ ।
ସମସ୍ତ ସୁଖୀ ହୁଅନ୍ତୁ ।
Answer:
କର୍ରୂବାଚ୍ୟ
(ଝ) ମୟୂରୈଃ ଆନନ୍ଦେନ ନୃତ୍ୟତେ ।
ମୟୂରମାନେ ଖୁସିରେ ନାଚୂଛନ୍ତି।
Answer:
ଭାବବାଚ୍ୟ
(ଞ) ମୟା ଜଳଂ ପୀୟତେ।
ମୁଁ ପାଣି ପିଉଛି।
Answer:
କର୍ମେବାଚ୍ୟ
୨। ନିମ୍ନଲିଖ୍ଵତ ବାକ୍ୟେଷୁ କର୍ତୂପଦଂ ପରିବର୍ତ୍ୟ ଶୂନ୍ୟସ୍କାନଂ ପୂରୟତ। ଯଥା-
( ନିମ୍ନଲିଖ୍ତ ବାକ୍ୟମାନଙ୍କରେ କର୍ତ୍ତୃପଦ ପରିବର୍ତନ କରି ଶୂନ୍ୟସ୍ଫାନ ପୂରଣ କର।)
(କ) ଅହଂ ଚନ୍ଦ୍ରଂ ପଶ୍ଯାମି।
ମୟା ଚନ୍ଦ୍ରଃ ଦୃଶ୍ୟତେ ।
Answer:
ମୁଁ ଜହ୍ନ ଦେଖୁଛି ।
(ଖ) ସର୍ବେ ଭଶ୍ଵରଂ ପୂଜୟନ୍ତି। __________________ ଭଶ୍ବରଃ ପୂଜ୍ୟତେ ।
ସମସ୍ତେ ଭଶ୍ଵରଙ୍କୁ ପୂଜା କରନ୍ତି ।
Answer:
ସର୍ବୈଃ
(ଗ) ଅହଂ କାର୍ଯ୍ୟଂ କରୋମି। __________________ କାର୍ଯ୍ୟଂ କ୍ରିୟତେ ।
ମୁଁ କାମ କରୁଛି ।
Answer:
ମୟା
(ଘ) ପୁତ୍ରଃ ଜନକଂ ସେବତେ । __________________ ଜନକଃ ସେବ୍ୟତେ ।
ପୁଅ ବାପାଙ୍କୁ ସେବାକରୁଛି ।
Answer:
ଉଠ ପୁତ୍ରେଣ
(ଙ) ଛାତ୍ରାଃ ବିଦ୍ୟାଳୟେ କ୍ରୀଡ଼ନ୍ତି। __________________ ବିଦ୍ୟାଳୟେ କ୍ରୀଡ୍ୟତେ ।
ଛାତ୍ରମାନେ ସ୍କୁଲରେ ଖେଳୁଛନ୍ତି ।
Answer:
ଛାତ୍ରୈଃ
(ଚ) ଶ୍ବା ପ୍ରାନ୍ତରେ ଧାବତି। __________________ ପ୍ରାନ୍ତରେ ଧାବ୍ୟଯତେ ।
କୁକୁର ପଡ଼ିଆରେ ଧାଉଁଛି ।
Answer:
ଶୁନା
(ଛ) ଶିକ୍ଷକଃ ଛାତ୍ରାନ୍ ପୃଚ୍ଛତି। _______________ ଛାତ୍ରାଃ ପୃଚ୍ଛ୍ୟନ୍ତେ।
ଶିକ୍ଷକ ଛାତ୍ରାମାନଙ୍କୁ ପଚାରୁଛି ।
Answer:
ଶିକ୍ଷକେଣ
୩। ନିମ୍ନଲିଖତ -ବାକ୍ୟେଷୁ କର୍ମପଦଂ ପରିବର୍ତ୍ୟ ଶୂନ୍ୟସ୍ଫାନପୂରଣଂ କୁରୁତ। ଯଥା –
( ନିମ୍ନଲିଖ୍ଵତ ବାକ୍ୟମାନଙ୍କର କର୍ମପଦ ପରିବର୍ତନକରି ଶୂନ୍ୟସ୍ପାନ ପୂରଣ କର।)
(କ) ଛାତ୍ରଃ ବିଦ୍ୟାଳୟଂ ଗଚ୍ଛତି। ଛାତ୍ରେଣ ବିଦ୍ୟାଳୟଃ ଗମ୍ୟତେ ।
ଛାତ୍ର ସ୍କୁଲକୁ ଯାଉଛି ।
(ଖ) ଗୁରବଃ ଛାତ୍ରାନ୍ ଉପଦିଶନ୍ତି। ଗୁରୁଭିଃ _______________ ଭପଦିଶ୍ୟନେ।
ଗୁରୁମାନେ ଛାତ୍ରମାନଙ୍କୁ ଉପଦେଶ ଦେଉଛନ୍ତି ।
Answer:
ଛାତ୍ରାଃ
(ଗ) ଆବାଂ ଗ୍ରାମଂ ଗଚ୍ଛାବଃ। ଆବାଭ୍ୟାଂ _______________ ଗମ୍ୟତେ।
ଆମେଦୁହ୍ହେଁ ଗାଁକୁ ଯିବୁ ।
Answer:
ଗ୍ରାମଃ
(ଘ) ତୌ କାର୍ଯ୍ୟଂ କୁରୁତଃ। ତାଭ୍ୟାଂ _______________ କ୍ରିୟତେ ।
ସେ ଦୁହେଁ କାମ କରୁଛନ୍ତି ।
Answer:
କାର୍ଯ୍ୟ
(ଙ) ବାଳଃ ପୁସ୍ତକଂ ପଠତି। ବାଳେନ _______________ ପଠ୍ୟତେ।
ବାଳକଃ ବହି ପଢୁଛି ।
Answer:
ପୁସ୍ତକଂ
(ଚ) ଶିଶୁଃ ଚନ୍ଦ୍ରଂ ପଶ୍ୟତି। ଶିଶୁନା _______________ ଦୃଶ୍ୟତେ।
ଶିଶୁ ଚନ୍ଦ୍ର ଦେଖୁଛି ।
Answer:
ଚନ୍ଦ୍ରଃ
୪। ନିମ୍ନଲିଖ୍ତେଷୁ ବାକ୍ୟେଷୁ କ୍ରିୟାପଦାନି ଲିଖୁତ୍ଵା ଶୂନ୍ଯସ୍ଥାନଂ ପୂରୟତ। ଯଥାଚ –
(ନିମ୍ନଲିଖୂତ ବାକ୍ୟମାନଙ୍କରେ କ୍ରିୟାପଦଗୁଡ଼ିକ ଲେଖ୍ ଶୂନ୍ଯସ୍କ୍ନ ପୂରଣ କର।)
(କ) ଭଶ୍ଵରଃ ଲୋକାନ୍ ପଶ୍ୟତି। ଭଶ୍ଵରେଣ ଲୋକାଃ ଦୃଶ୍ୟନ୍ତେ ।
ଭଶ୍ଵର ଲୋକଙ୍କୁ ଦେଖୁଛନ୍ତି ।
(ଖ) ଅହଂ ପାଠାନ୍ ପଠାମି। ମୟା ପାଠାଃ _______________ ।
ମୁଁ ପାଠ ପଢ଼ୁଛି ।
Answer:
ପଠ୍ୟନ୍ତେ
(ଗ) ବାଳିକାଃ ତତ୍ର କ୍ରୀଡ଼ନ୍ତି। ବାଳିକାଭିଃ ତତ୍ର _______________।
ପିଲାମାନେ ସେଠାରେ ଖେଳୁଛନ୍ତି ।
Answer:
କ୍ରୀଡ଼୍ୟତେ
(ଘ) ଛାତ୍ରାଃ ମାର୍ଗେ ଗଚ୍ଛନ୍ତି। ଛାତ୍ରୈଃ ମାର୍ଗେ _______________।
ଛାତ୍ରମାନେ ବାଟରେ ଯାଉଛନ୍ତି ।
Answer:
ଗମ୍ୟତେ
(ଙ) ସୀତା ଫଳାନି ଖାଦତି | ସୀତୟା ଫଳାନି _______________ ।
ସୀତା ଫଳ ଖାଉଛି।
Answer:
ଖାଦ୍ୟନ୍ତେ
(ଚ) ସଃ ଲେଖଂ ଲିଖତି| ତେନ ଲେଖଃ _______________।
ସେ ଲେଖ ଲେଖୁଛନ୍ତି ।
Answer:
ଲିଖ୍ୟତେ
୫। ବନ୍ଧନୀମଧ୍ଯାତ୍ ଉପଯୁକ୍ତ କ୍ରିୟାପଦାନି ବ୍ୟବହୃତ୍ୟ ରାମସ୍ୟ ଦିନ ଚର୍ଯ୍ୟାଂ ଜ୍ଞାତୁଂ ଶୂନ୍ୟସ୍ଫ୍ରାନପୂରଣଂ କ୍ରିୟତାମ୍।
(ବନ୍ଧନୀ ମଧ୍ଯରୂ ଉପଯୁକ୍ତ କ୍ରିୟାପଦ ବ୍ୟବହାର କରି ରାମର ଦିନଚର୍ଯ୍ୟା ଜାଣିବାକୁ ଶୂନ୍ୟସ୍ତାନ ପୂରଣ କର।)
(ପଠ୍ୟତେ, ଖାଦ୍ୟତେ, ଦୃଶ୍ୟତେ, ପୀୟତେ, କ୍ରିୟତେ, ଗମ୍ଯତେ, ପ୍ରତ୍ଯାବର୍ଭ୍ତେ )
କର୍ମ ଓ ଭାବବାଚ୍ୟରେ ଧାତୁରୂପ
କର୍ମ ବା ଭାବ ଉକ୍ତ ହେଲେ ଧାତୁ କେବଳ ଆତ୍ମନନେପଦୀ ହୁଏ । ଲଟ୍, ଲୋଟ୍, ବିଧ୍ଲିଙ୍ ଏବଂ ଲଙ୍ଲକାରରେ ଧାତୁ ଓ ପ୍ରତ୍ୟୟ ମଧ୍ଯରେ ଯକ୍ (ଯ) ଆଗମ ହୁଏ। ମାତ୍ର ଲୃଟ୍ ଲକାରରେ “ଯ” ଆଗମ ହୁଏ ନାହିଁ। ଧାତୁପରେ “ଯ” ର ଆଗମ ହେଲେ କେତେକ ଧାତୁରୂପରେ ନିମ୍ନଲିଖୁତ ବୈଶିଷ୍ଟ୍ୟ ଦେଖାଯାଏ । ଯଥା –
(୧) ଦା, ଧା, ମା, ସୁ, ଗୈ (ଗା), ହା ଓ ପା ( ପାନାର୍ଥ) ଧାତୁର ଆକାର ସ୍ରାନରେ “ଭ” କାର ହୁଏ । ଯଥା
ଦା- ଦୀୟତେ । ମା – ମୀୟତେ । ଗୈ – ଗୀୟତେ ।
ଧା – ଧୀୟତେ । ସୁା- ସ୍ରୀୟତେ । ପା – ପୀୟତେ ଇତ୍ୟାଦି ।
ମାତ୍ର ଉକ୍ତ ଧାତୁମାନଙ୍କ ବ୍ୟତୀତ ସାଧାରଣତଃ ଆକାରାନ୍ତ ଧାତୁମାନଙ୍କର “ଆ” କାରର ପରିବର୍ତନ ହୁଏ ନାହିଁ।
ଯଥା- ପା (ରକ୍ଷାର୍ଥ) – ପାୟତେ, ଯା – ଯାୟତେ ଓ ବା – ବାୟତେ ଇତ୍ୟାଦି ।
(୨) ଧାତୁ ଶେଷରେ ଥୁବା ହ୍ରସସର ଦର୍ଘ ହୁଏ । ଯଥା- ଶ୍ରୁ -ଶ୍ରୟତେ, ଜି – ଜୀୟତେ, ଚି – ଚୀୟତେ, ସୁ – ସ୍ତୂୟତେ ଇତ୍ୟାଦି ।
(୩) ଧାତୁ ଶେଷରେ ଥୁବା “ର” ସ୍ଥ୍ରାନରେ “ରି” ହୁଏ । ଯଥା- ହୃଦ – ହିୟତେ, କୃ – କ୍ରିୟତେ, ମୃ – ମିୟତେ, ସୃ – ସିୟତେ ଇତ୍ୟାଦି । ମାତ୍ର ନିମ୍ନଲିଖ୍ତ ଧାତୁମାନଙ୍କର “ର” ସ୍ତ୍ରାନରେ “ଅର୍’ ହୁଏ । ଯଥା- ର- ଅର୍ଯ୍ୟତେ, ସୁ – ସୁର୍ଯ୍ୟତେ, ଜାଗୃ – ଜାଗର୍ଯ୍ୟତେ ଇତ୍ୟାଦି ।
(୪) ଧାତୁଶେଷରେ ଥୁବା “ର” ସ୍ତ୍ରାନରେ “ଭର୍’ ହୁଏ । ଯଥା ତୃ – ତୀର୍ଯ୍ୟତେ, କୂ. – କୀର୍ଯ୍ୟତେ, ସୃ. – ସତୀର୍ଯ୍ୟତେ ଇତ୍ୟାଦି । ମାତ୍ର ପୂ ଧାତୁର “ର” ସାନରେ “ଉର୍” ହୁଏ। ଯଥା- ପୃ – ପୂର୍ଯ୍ୟତେ ।
(୫) ଧାତୁର ଉପଧାସ୍ଥିତ “ନ୍” କାରର ଲୋପ ହୁଏ । ଯଥା- ମନ୍ଜୁ – ମଥ୍ୟତେ, ବନ୍ଧ୍- ବଧତେ, ଦନ୍ଶ୍ – ଦଶ୍ୟତେ, ଭନ୍ଜ – ଭଜ୍ୟତେ ଓ ଭ୍ରନ୍ଶ – ଭ୍ରଶ୍ୟତେ ଇତ୍ୟାଦି ।
(୬) ବଦ୍, ବଚ୍, ବସ୍, ବହ୍, ବପ୍ ଓ ସପ୍ ପ୍ରଭୃତି ଧାତୁର ଆକାର ସହ ‹ ବ୍” ସ୍ରାନରେ ‹ଉ” ହୁଏ | ଯଥା – ବଚ୍ ଉଚ୍ୟତେ, ବଦ୍ – ଉଦ୍ୟତେ, ବସ୍ – ଉଷ୍ୟତେ, ବପ୍ – ଉପ୍ୟତେ, ସପ୍ – ସୁପ୍ଯତେ ଇତ୍ୟାଦି |
(୭) ଯଜ୍ ଧାତୁର ଆକାର ସହ “ଯ୍”’ ସ୍ତ୍ରାନରେ ଇ ହୁଏ । ଯଥା- ଯଜ୍ – ଇଜ୍ୟତେ ।
(୮) ଣିଜନ୍ତ ଧାତୁର ଣିଚ୍ ( ଇ ) ଲୋପ ହୁଏ । ଯଥା- ସ୍ତ୍ରାପ୍ୟତେ, କାରି- କାର୍ଯ୍ୟତେ, ଭାବି – ଭାବ୍ୟତେ, ଦଶି- ଦର୍ଶ୍ୟତେ ଇତ୍ୟାଦି ।
(୯) ସାଧାରଣ ନିୟମର ବହିର୍ଭୂତ ଧାତୁଗୁଡ଼ିକ ଯଥା- ଶୀ – ଶଯ୍ୟତେ, ଗ୍ରହ୍ – ଗୃହ୍ଯତେ, ପ୍ରଚ୍ – ପୂଚ୍ୟ୍ଯତେ, ବ୍ୟଧ୍ – ବିଧତେ, ହ୍ନେ – ହୁୟତେ, ଶାସ୍ – ଶିଷ୍ୟତେ, ଖନ୍- ଖନ୍ୟତେ ବା ଖାୟତେ।
(୧୦) କେତେକ ପ୍ରଚଳିତ ଧାତୁର କର୍ମ ଓ ଭାବବାଚ୍ୟରେ ଲଟ୍, ବିଧ୍ଲିଙ୍କ ଲୋଟ୍, ଲଙ୍ , ଲୃଟ୍ ଲକାରରେ ପ୍ରଥମ ପୁରୁଷ ଏକବଚନରେ ନିଷ୍ପନ୍ନ କ୍ରିୟାପଦ ନିମ୍ନରେ ପ୍ରଦତ୍ତ ହେଲା ।
- ଭୂ ଓ ଅସ୍ (ଥ୍ବ/ହେବା) : ଭୂୟତେ, ଭୂୟେତ, ଭୂୟତାମ୍, ଅଭୂୟତ, ଭବିଷ୍ଯତେ ।
- ଗମ୍ (ଯିବା): ଗମ୍ୟତେ, ଗମ୍ୟେତ, ଗମ୍ୟତାମ୍, ଅଗମ୍ୟତ, ଗଂସ୍ଯତେ ।
- ହସ୍ ( ହସିବା ): ହସ୍ୟତେ, ହସ୍ଯେତ, ହସ୍ଯତାମ୍, ଅହସ୍ଯତ, ହସିଷ୍ଯତେ ।
- ଲଭ୍ (ଲାଭକରିବା): ଲଭ୍ୟତେ, ଲଭ୍ୟେତ, ଲଭ୍ଯତାମ୍, ଅଲଭ୍ଯତ, ଲପ୍ସ୍ଯତେ ।
- କଥ୍ (କହିବା): କଥ୍ୟତେ, କଥ୍ୟେତ, କଥ୍ୟତାମ୍, ଅକଥ୍ୟତ, କଥୟିଷ୍ଯତେ ।
- ପ୍ର + ନମ୍ ( ପ୍ରଣାମ କରିଣ): ପ୍ରଣମ୍ୟତେ, ପ୍ରଣମ୍ୟେତ, ପ୍ରଣମ୍ୟତାମ୍, ପ୍ରାଣମ୍ଯ. ପ୍ରଣସ୍ଯତେ ।
- ଦା (ଦାନା କରିବା): ଦୀୟତେ, ଦୀୟେତ, ଦୀୟତାମ୍, ଅଦୀୟତ, ଦାସ୍ୟତେ ।
- ପା ( ପାନେ ): ପୀୟତେ, ପୀୟେତ, ପୀୟତାମ୍, ଅପୀୟତ, ପାସ୍ୟତେ ।
- ସ୍ଥ (ରହିବା): ସ୍ଥ୍ରୀୟତେ, ସ୍ରୀୟେତ, ସୁୀୟତାମ୍, ଅସ୍ଥୀୟତ, ସୁାସ୍ଯତେ ।
- କୃ (କରିବା): କ୍ରିୟତେ, କ୍ରିୟେତ, କ୍ରିୟତାମ୍, ଅକ୍ରିୟତ, କରିଷ୍ଯତେ ।
- ନୀ (ନେବା): ନୀୟତେ, ନୀୟେତ, ନୀୟତାମ୍, ଅନୀୟତ, ନେଷ୍ୟତେ ।
- ତ୍ୟଜ୍ ( ତ୍ୟାଗ କରିବା): ତ୍ୟଜ୍ୟତେ, ତ୍ୟଜ୍ୟେତ, ତ୍ୟଜ୍ଯତାମ୍, ଅତ୍ୟଜ୍ଯତ, ତ୍ୟକ୍ଷ୍ଯତେ ।
- ପଠ୍ ( ପଢ଼ିବା): ପଠ୍ୟତେ, ପଠ୍ୟେତ, ପଠ୍ୟତାମ୍,ଅପଠ୍ୟତ, ପଠିଷ୍ୟଯତେ ।
- ମୃ (ମରିବା): ମ୍ରିୟତେ, ମିୟେତ, ମିୟତାମ୍, ଅମିୟତ, ମରିଷ୍ଯତେ।
- ସେବ୍ (ସେବା କରିବା): ସେବ୍ୟତେ, ସେବ୍ୟେତ, ସେବ୍ୟତାମ୍, ଅସେବ୍ୟତ, ସେବିଷ୍ଯତେ ।
- ପତ୍ ( ପଡ଼ିବା ): ପତ୍ୟତେ, ପତ୍ୟେତ, ପତ୍ୟତାମ୍, ଅପତ୍ୟତ, ପତିଷ୍ଯତେ।
- ଯାଚ୍ ( ମାଗିବା ): ଯାଚ୍ୟତେ, ଯଚ୍ୟେତ, ଯାଚ୍ୟତାମ୍, ଅଯାଚ୍ୟତ, ଯାଚିଷ୍ଯତେ।
- ବସ୍ ( ବାସକରିବା ): ଉଷ୍ୟତେ, ଉଷ୍ୟେତ, ଉଷ୍ୟତାମ୍, ଞଷ୍ଯତ, ବସ୍ଯତେ ।
- ସପ୍ ( ଶୋଇବା) : ସୁପ୍ୟତେ, ସୁପ୍ୟେତ, ସୁପ୍ଯତାମ୍, ଅସୁପ୍ଯତ, ସପ୍ସ୍ଯତେ ।
- ଦନଶ୍ ( ଦଂଶନ କରିବା) : ଦଶ୍ୟତେ, ଦଶ୍ୟେତ, ଦଶ୍ଯତାମ୍, ଅଦଶ୍ଯତ, ଦଙ୍କ୍ଷ୍ଯତେ ।
- ସ୍ତୁ ( ସ୍ତୃତିକରିବା ): ସ୍ତୁ୍ୟତେ, ସୁୟେତ, ସୁୟତାମ୍, ଅସୁୟତ, ସ୍ତୋଷ୍ଯତେ ।
- ଶୁ (ଶୁଣିବା): ଶୂୟତେ, ଶ୍ରୟେତ, ଶୁୟତାମ୍, ଅଶୁୟତ, ଶ୍ରୋଷ୍ୟଯତେ ।
- ଗୈ ( ଗାଇବା ): ଗୀୟତେ, ଗୀୟେତ, ଗୀୟତାମ୍, ଅଗୀୟତ, ଗାସ୍ଯତେ ।
- ସ୍ମ (ମନେପକାଇବା ): ସ୍ମର୍ଯ୍ୟତେ, ସ୍ମର୍ଯ୍ୟେତ, ସ୍ମମର୍ଯ୍ୟତାମ୍, ଅସ୍ପର୍ଯ୍ୟତ, ସ୍ରିଷ୍ଯତେ ।
- ବୁ (କହିବା): ଉଚ୍ୟତେ, ଉଚ୍ୟେତ, ଉଚ୍ୟତାମ୍, ଓଚ୍ୟତ, ବକ୍ଷ୍ୟତେ ।
- ବଦ୍ ( କହିବା) : ଉଦ୍ୟତେ, ଉଦ୍ୟେତ, ଉଦ୍ୟତାମ୍, ଓଦ୍ୟତ, ବଦିଷ୍ଯତେ ।
- ଶୀ (ଶୋଇବା ) : ଶଯ୍ୟତେ, ଶଯ୍ୟେତ, ଶଯ୍ୟତାମ୍, ଅଶଯ୍ୟତ, ଶୟିଷ୍ୟତେ ।
- ଜି ( ଦୟାକରିବା) : ଜୀୟତେ, ଜୀୟେତ, ଜୀୟତାମ୍, ଅଜୀୟତ, ଜେଷ୍ୟତେ ।
- ଗ୍ରହ୍ ( ଗ୍ରହଣ କରିବା) : ଗୃହ୍ୟତେ, ଗୃହ୍ଯେତ, ଗୃହ୍ଯତାମ୍, ଅଗୃହ୍ଯତ, ଗ୍ରହୀଷ୍ଯତେ ।
- ପ୍ରଛ୍ ( ପଚାରିବା): ପୃଚ୍୍ୟତେ, ପୂଚ୍ଛ୍ୟେତ, ପୂଚ୍ଛ୍ୟତାମ୍, ଅପୃଚ୍୍ଯତ, ପ୍ରକ୍ଷ୍ଯତେ ।
- ଶାସ୍ ( ଶାସନକରିବା ) : ଶିଷ୍ୟତେ, ଶିଷ୍ୟେତ, ଶିଷ୍ଯତାମ୍, ଅଶିଷ୍ଯତ, ଶାସିଷ୍ଯତେ ।
- ଲିଖ୍ (ଲେଖୁବା) : ଲିଖ୍ୟତେ, ଲିଖ୍ଯେତ, ଲିଖ୍ଯତାମ୍, ଅଲିଖ୍ଯତ, ଲେଖୁଷ୍ଯତେ ।
- ନମ୍ ( ନମସ୍କାରହେବା ) : ନମ୍ୟତେ, ନମ୍ୟେତ, ନମ୍ୟତାମ୍, ଅନମ୍ୟତ, ନଂସ୍ଯତେ ।
- ଦୃଶ୍ (ଦେଖ୍ବା) : ଦୃଶ୍ୟତେ, ଦୃଶ୍ୟେତ, ଦୃଶ୍ୟତାମ୍, ଅଦୃଶ୍ଯତ, ଦ୍କ୍ଷ୍ଯତେ ।
- ଆସ୍ (ବସିବା) : ଆସ୍ୟତେ, ଆସ୍ୟେତ, ଆସ୍ଯତାମ୍, ଆସ୍ୟତ, ଆସିଷ୍ୟତେ ।
- ଖାଦ୍ ( ଖାଇବା) : ଖାଦ୍ୟତେ, ଖାଦ୍ୟେତ, ଖାଦ୍ୟତାମ୍, ଅଖାଦ୍ୟତ, ଖାଦିଷ୍ଯତେ ।
- ଭୁଜ୍ ( ଭୋଗକରିବା) : ଭୁଜ୍ୟତେ, ଭୁଜ୍ୟେତ, .ଭୁଜ୍ୟତାମ୍, ଅଭୁଜ୍ଯତ, ଭୋକ୍ଷ୍ଯତେ ।
- ଯା (ଯିବା) : ଯାୟତେ, ଯାୟେତ, ଯାୟତାମ୍, ଅଯାୟତ, ଯାସ୍ଯତେ ।
- ଯୁଧ୍ ( ଯୁଦ୍ଧକରିବା) : ଯୁଧ୍ଯତେ, ଯୁଧେତ, ଯୁଧତାମ୍, ଅଯୁଧତ, ଯୋସ୍ୟତେ ।
- ରୁଦ୍ ( କାନ୍ଦିବା) : ରୁଦ୍ୟତେ, ରୂଦ୍ୟେତ, ରୂଦ୍ୟତାମ୍, ଅରୁଦ୍ଯତ, ରୋଦିଷ୍ୟତେ ।
- ଜ୍ଞା (ଜାଣିବା) : ଜ୍ଞାୟତେ, ଜ୍ଞାୟେତ, ଜ୍ଞାତାମ୍, ଅଜ୍ଞାୟତ, ଜ୍ଞାସ୍ଯତେ ।
ଅଭ୍ୟାସ
୧। ବନ୍ଧନୀମଧ୍ଯାତ୍ ଯଥାର୍ଥପଦଂ ନିରୂପ୍ୟ ଶୂନ୍ୟସ୍ଫାନଂ ପୂରୟତ ।
ଯଥା- ବିଦ୍ୟାହୀନାଃ ନ ଶୋଭନ୍ତେ ( ବିଦ୍ୟାହୀନ ଶୋଭା ପାଆନ୍ତି ନାହିଁ)
ବିଦ୍ୟାହୀନୈଃ ନ ଶୁଭ୍ୟତେ । ( ଶ୍ରୁଭ୍ୟତେ / ଶୋଭ୍ୟତେ )
(i) ଛାତ୍ରଃ ଛାତ୍ରାବାସେ ତିଷ୍ଠତି। ( ଛାତ୍ର ଛାତ୍ରାବାସରେ ରୂହେ )
ଛାତ୍ରେଣ ଛାତ୍ରାବାସେ _____________________ । ( ସ୍ରାୟତେ / ସୀୟତେ )
Answer:
ସ୍ଥୀୟତେ
(ii) ଧେନବଃ ପ୍ରାନ୍ତରେ ଭ୍ରମନ୍ତି। ( ଗାରମାନେ ପଡ଼ିଆରେ ବୁଲନ୍ତି )
ଧେନୁଭିଃ ପ୍ରାନ୍ତରେ _____________________ । ( ଭରାମ୍ୟତେ / ଭ୍ରମ୍ୟତେ )
Answer:
ଭ୍ରମ୍ୟତେ
(iii) ଶିକ୍ଷକଃ ଛାତ୍ରଂ ପୂଚ୍ଛତି । ( ଶିକ୍ଷକ ଛାତ୍ରାକୁ ପଚାରୁଛି )
ଶିକ୍ଷକେଣ ଛାତ୍ରଃ _____________________ । ( ପ୍ରଚ୍ଥ୍ୟତେ / ପୂଚ୍ୟଯତେ )
Answer:
ପୃଚ୍ଛ୍ତେ
(iv) ଶିଶୁଃ ହସତି । ( ଶିଶୁଟି ହସୁଛି )
ଶିଶୁନା ________________________। (ହସ୍ୟତେ / ହାସ୍ଯତେ )
Answer:
ହସ୍ୟତେ
(v) ପିତା ପୁତଂ ପାତି। ( ବାପା ପୁଅକୁ ରକ୍ଷା କରୁଛି )
ପିତ୍ରା ପୁତ୍ରଃ _________________________। (ପୀୟତେ / ପାୟତେ )
Answer:
ପାୟତେ
୨। ଅତ୍ର ଦ୍ବୟୋଃ ମିତ୍ରୟୋଃ ବାର୍ତରାଳାପଃ ଦତ୍ତଃ। ପ୍ରକାଶଃ ପ୍ରଶ୍ନାନ୍ କରୋତି, ଶତାବ୍ଦୀ ଭତ୍ତରାଣି ଦଦାତି। ଉଦାହରଣମନୁସୃତ୍ୟ ଶତାବ୍ଦ୍ୟାଃ ଭତ୍ତରାଣି କର୍ମବାଚ୍ୟେ ଲିଖତ ।
(ଏଠାରେ ଦୁଇ ବନ୍ଧୁଙ୍କର କଥାବାର୍ତା ଦିଆଗଲା। ପ୍ରକାଶ ପ୍ରଶ୍ନ କରୁଛି, ଶତାଦ୍ଦୀ ଉତ୍ତର ଦେଉଛି ଉଦାହରଣକୁ ଅନୁସରଣ କରି ଶତାବ୍ଦୀର ଉତ୍ତର କର୍ମବାଚ୍ୟରେ ଲେଖ।)
ଯଥା –
ପ୍ରକାଶଃ – ଶତାଦି ! ତ୍ବଂ କିଂ ପ୍ରାତଃ ଚତୁର୍ବାଦନେ ଉତ୍ତିଷ୍ଠସି ?
ପ୍ରକାଶ – ଶତାବ୍ଦୀ ! ତୁମେ କ” ଣ ସକାଳ ଚାରିଟାରେ ଉଠୁଛ ?
ଶତାବ୍ଦୀ – ଆମ୍ ମୟା ପ୍ରାତଃ ଚତୁର୍ବାଦନେ ଉତ୍ଥୀୟତେ।
ଶତାବ୍ଦୀ – ହଁ ମୋ ଦ୍ଵାରା ସକାଳ ଚାରିଟାରେ ଉଠିବାକୁ ହୁଏ।
ପ୍ରକାଶଃ – କିଂ ତ୍ବଂ ପ୍ରାତରୂତ୍ଥାୟ ଭ୍ରମସି, କରୀଡ଼ସି ପଠସି ଚ଼ ?
ପ୍ରକାଶ – କ?ଣ ତୁମେ ସକାଳୁ ଭଠି ବୁଲୁଛ ଏବଂ ଖେଳୁଛ ଓ ପଢୁଛ ?
ଶତାବ୍ଦୀ ଆମ୍, ମୟା ପରାତରୁତ୍ଥାୟ _________ ________ _______ ଚ଼।
ଭ- ଭ୍ରମ୍ୟତେ କ୍ରୀଡ଼୍ୟତେ ପଠ୍ୟତେ ।
ଶତାବ୍ଦୀ – ହଁ, ମୁଁ ସକାଳୁ ଉଠି ବୁଲୁଛି, ଖେଳୁଛି ଓ ପଢୁଛି ।
ପ୍ରକାଶଃ – କିଂ ତବ ଅଗ୍ରଜଃ ଅଭିନୟଂ କରୋତି ?
ପ୍ରକାଶ – କ’ଣ ତୁମ ବଡ଼ଭାଇ ଅଭିନୟ କରୁଛନ୍ତି ?
ଶତାବ୍ଦୀ – ନହି, ମମ _________ ________ _______ ।
ଭ- ଅଗ୍ରଜେନ ଅଭିନୟଃ ନ କ୍ରିୟତେ ।
ପ୍ରକାଶଃ – ତବ ପିତାମହଃ ବାଟିକାଂ ସିଞ୍ଚତି କିମ୍ ?
ପ୍ରକାଶ – ତୁମ ଜେଜବାପା ବଗିଚାରେ ପାଣି ଦେଉଛନ୍ତି କି ?
ଶତାବ୍ଦୀ – ମମ _________ ________ _______ ।
ଉ- ପିତାମହେନ ବାଟିକା ସିଞ୍ଚ୍ୟତେ !
ଶତାବ୍ଦୀ – ଜେଜେ ବାପା ବଗିଚାରେ ପାଣି ଦେଉଛନ୍ତି ।
ପ୍ରକାଶଃ – ତବ ଅନୁଜଃ କଥାଂ ବଦତି କିମୁ ?
ପ୍ରକାଶ – ତୁମ ସାନଭାଇ କଥା କହୁଛି କି ?`
ଶତାବ୍ଦୀ – ଆମ୍, ମମ _________ ________ _______ ।
ଶତାବ୍ଦୀ – ହଁ ମୋ, ମୋ ସାନଭାଇ କଥା କହୁଛି ।
ଭ- ଅନୁଜେନ କଥା ଉଦ୍ୟତେ ।
ପ୍ରକାଶଃ – ଅତ୍ର ମଶକାଃ ଦଶନ୍ତି କିମୁ ?
ପ୍ରକାଶ – ଏଠାରେ କ’ଣ ମଶା କାମୁଡ଼ୁଛନ୍ତି ?
ଭ – ମଶକୈଃ ଦଶ୍ୟତେ
ଶତାବ୍ଦୀ – ଆମ୍, ଅତ୍ର _________ ________ _______ ।
ଶତାବ୍ଦୀ – ହଁ ଏଠାରେ ମଶା କାମୁଡ଼ୁଛନ୍ତି ।
ବାଚ୍ୟ ପରିବର୍ତ୍ତନ
ସକର୍ମକ କର୍ତୂବାଚ୍ୟକୁ କର୍ମବାଚ୍ୟରେ ଓ ଅକର୍ମକ କର୍ଭୂବାଚ୍ୟକୁ ଭାବବାଚ୍ୟରେ ଏବଂ କର୍ମ ଓ ଭାବବାଚ୍ୟକୁ କର୍ତ୍ବାଚ୍ୟରେ ପରିବର୍ଭନକୁ ବାଚ୍ୟପରିବର୍ତନ ବା ବାଚ୍ୟାନ୍ତର କୁହାଯାଏ । ବାଚ୍ୟପରିବର୍ତନ କଲାବେଳେ ବିଶେଷଣ ସହିତ କର୍ଭା ଓ କର୍ମର ଏବଂ ସମାପିକା କ୍ରିୟାର ପରିବର୍ତନ ହୋଇଥାଏ । ଅସମାପିକା କ୍ରିୟା, ତାହାର କର୍ମ ଏବଂ ଅନ୍ୟ କୌଣସି କାରକ ବା ବିଭକ୍ତିର ପରିବର୍ଭନ କରାଯାଏ ନାହିଁ ।
(କ) ତିଙନ୍ତ କ୍ରିୟାର ବାଚ୍ୟପରିବର୍ତ୍ତନ
(ସକର୍ମକ) କରୂଁବାଚ୍ୟ | କର୍ମବାଚ୍ୟ |
୧. ରାମଃ ବନଂ ଗଚ୍ଛତି (ରାମ ବଣକୁ ଯାଉଛନ୍ତି ।) |
ରାମେଣ ବନଂ ଗମ୍ୟତେ । ( ରାମଙ୍କ ଦ୍ଵାରା ବଣକୁ ଯିବା ହେଉଛି ।) |
୨. ରାଜା ବ୍ରାହ୍ମଣାୟ ଧନଂ ଦଦାତି । ରାଜା ବ୍ରାହ୍ମଣଙ୍କୁ ଧନ ଦେଉଛନ୍ତି । |
ରାଜ୍ଞା ବ୍ରାହ୍ମଣାୟ ଧନଂ ଦୀୟତେ । ରାଜାଙ୍କଦ୍ଧାରା ବ୍ରାହ୍ମଣଙ୍କୁ ଧନ ଦିଆଯାଉଛି । |
୩. ବାନରଃ ବୃକ୍ଷାତ୍ ଫଳଂ ଖାଦତି । ବାନର ବୃକ୍ଷରୁ ଫଳ ଖାଉଛି । |
ବାନରେଣ ବୃକ୍ଷାତ୍ ଫଳଂ ଖାଦ୍ୟତେ । ବାନରଦ୍ଵାରା ଗଛରୁ ଫଳ ଖ୍ଆଯାଉଛି । |
୪. ତ୍ସଵଂ ମୟା ସହ ଗ୍ରାମଂ ଗଚ୍ଛସି । ତୁମେ ମୋ ସହିତ ଗାଁକୁ ଯାଉଛ । |
ତ୍ଵୟା ମୟା ସହ ଗ୍ରାମଃ ଗମ୍ୟତେ ତୁମଦ୍ଵାରା ମୋ ସହିତ ଗାଁକୁ ଯିବା ହେଉଛି । |
(ଅସକର୍ମକ) କରୂଁବାଚ୍ୟ | ଭାବବାଚ୍ୟ |
୧. ବାଳକଃ ଶୀଘ୍ରଂ ଧାବତି । ପିଲାଟି ଶୀଘ୍ର ଧାଉଁଛି । |
ବାଳକେନ ଶୀଘ୍ରଂ ଧାବ୍ୟତେ । ପିଲାଟିଦ୍ଵାରା ଶୀଘ୍ର ଧାଇଁବା ହେଉଛି । |
୨. ବୃକ୍ଷାତ୍ ପତ୍ରାଣି ପତନ୍ତି । ଗଛରୁ ପତ୍ର ଝଡ଼ୁଛି। |
ବୃକ୍ଷାତ୍ ପତ୍ରୈଃ ପତ୍ୟତେ । ଗଛରୁ ପତ୍ରଗୁଡ଼ିକଦ୍ଵାରା ପଡ଼ିବା ହେଉଛି । |
୩. ତ୍ଵମ୍ ଅତ୍ର କ୍ରୀଡ଼ସି। ତୁମେ ଏଠାରେ ଖେଳୁଛ । |
ତ୍ଵୟା ଅତ୍ର କ୍ରୀଡ୍ୟତେ । ତୁମଦ୍ଵାରା ଏଠାରେ ଖେଳାଯାଉଛି । |
୪. ଶ୍ଵା ପ୍ରାନ୍ତରେ ଭ୍ରମତି । କୁକୁର ପଡ଼ିଆରେ ବୁଲୁଛି । |
ଶୁନା ପ୍ରାନ୍ତରେ ଭ୍ରମ୍ୟତେ । କୁକୁରଦ୍ଵାରା ପଡ଼ିଆରେ ବୁଲିବା ହେଉଛି । |
ନନେରଖ :
କେତେକ ଧାତୂ ନିତ୍ୟ ଅକର୍ମକ ଅର୍ଥାତ୍ ସେମାନଙ୍କର କର୍ମ ସାଧାରଣତଃ ନ ଥାଏ । କିନ୍ତୁ ଅନ୍ୟକେତେକ ସକର୍ମକ ଧାତୁକୁ ବାକ୍ୟରେ ଅକର୍ମକ ଭଳି ପ୍ରୟୋଗ କରାଯାଏ ।
ଯଥା- ( ନିତ୍ୟ ଅକର୍ମକ )
୧. ବାଳକଃ କ୍ନ୍ଦତି । ( ପିଲାଟି କାନ୍ଦୁଛି । )
୨. ଶିଶବଃ ହସନ । ( ଶିଶୁମାନେ ହସୁଛନ୍ତି । )
ଅର୍ଥାତ୍ କ୍ରନ୍ଦ୍ ଓ ହସ୍ ଧାତୁ ନିତ୍ୟ ଅକର୍ମକ, ଏମାନେ କର୍ମ ନିଅନ୍ତି ନାହିଁ। କିନ୍ତୁ, କେତେକ ସକର୍ମକ ଧାତୁ କର୍ମ ନ
ନେଇ ବ୍ୟବହୃତ ହେଲେ ତାକୁ ସକର୍ମକ ଧାତୁର ଅକ ର୍ମକ ପ୍ରୟୋଗ କୁହାଯାଏ। ଯଥା –
(୧) ରାମଃ ଖାଦତି ( ରାମ ଖାଉଛି)
(୨) ଅହଂ ଲିଖାମି । ( ମୁଁ ଲେଖୁଛି )
ଏଠାରେ ଖାଦ୍ ଓ ଲିଖ୍ ଧାତୁର ଅକର୍ମକ ଭାବେ ପ୍ରୟୋଗ କରାଯାଇଛି ଯଦିଓ ୯ ଅନ୍ନମ୍’ ‹ ପତ୍ରମ୍” ଇତ୍ୟାଦି କର୍ମପଦ ଏଠାରେ ବ୍ୟବହାର କରାଯାଇପାରେ ।
୧। “ କର୍ଭୂ-କର୍ମ-କ୍ରିୟାଶ୍ୈବ କର୍ଭୂଚକର୍ମ- ବିଶେଷଣମ୍ ।
ବାଚ୍ୟାନ୍ତରଂ କର୍ତୁମିନଛୁରେତାନି ପରିବର୍ଭନୟେତ୍ । ”
କର୍ତା କର୍ମ ଏବଂ କ୍ରିୟା ତତ୍ ସହିତ କର୍ତାକର୍ମ ର ବିଶେଷଣର ବାଚ୍ୟାନ୍ତର କରିବାକୁ ଉଚ୍ଛାକଲେ ପରିବର୍ତନ କରିବାକୁ ହେବ।
ଦ୍ବିକର୍ମକ କ୍ରିୟାର ବାଚ୍ୟ ପରିବର୍ତ୍ତନ
କେତେକ ସକର୍ମକ ଧାତୁର ଦୁଇଟି କର୍ମ ଥାଏ। ତାକୁ ଦ୍ବିକର୍ମକ ଧାତୁ କୁହାଯାଏ । ଦ୍ବିକର୍ମକ ଧାତୁଗୁଡ଼ିକ ଦୂହାଦି ଓ ନ୍ୟାଦି ଏହିପରି ଦୁଇଟି ଗଣରେ ରହିଛନ୍ତି । ଏହି ଦୂଇଟି କର୍ମ ମଧ୍ଯରୁ ଗୋଟିଏ ମୁଖ୍ୟ କର୍ମ ଓ ଅନ୍ୟଟି ଗୌଣ କର୍ମ । ମୁଖ୍ୟ ଓ ଗୌଣ କର୍ମର ନିରପୂଣ କର୍ତାାର ଅଭୀଷ୍ଟ ଦୃଷ୍ଟିରୁ ବିଚାର କରାଯାଏ । ଯଥା- ଗୋପାଳଃ ଗାଂ ଦୁଗ୍ଧଂ ଦୋଗ୍ଧ ।
ଏହି ବାକ୍ୟରେ “ଦୁଗ୍ଧ ହିଁ କର୍ଭାର ଭପ୍ସିତ । ଏଣୁ “ ଦୁଗ୍ଧ” ମୁଖ୍ୟ କର୍ମ। ସାଧାରଣତଃ ବାଚ୍ୟାନ୍ତରବେଳେ ନ୍ୟାଦି ଗଣୀୟ ଚାରିଗୋଟି ଧାତୁର ମୁଖ୍ୟକର୍ମ କର୍ମବାଚ୍ୟରେ ଉକ୍ତ ହୋଇ ପ୍ରଥମାବିଭକ୍ତିରେ ପ୍ରୟୋଗ ହୋଇଥାଏ । ଏତଦ୍ ବ୍ୟତୀତ ସମସ୍ତ ଦୁହାଦି ଦ୍ବିକର୍ମକ ଧାତୁମାନଙ୍କର ଗୌଣ ବା ଅପ୍ରଧାନ କର୍ମ ଉକ୍ତ ହୋଇ ପ୍ରଥମାବିଭକ୍ତିରେ ପ୍ରୟୋଗ ହୁଏ ଏବଂ କ୍ରିୟା ତଦନୁସାରୀ ହୋଇଥାଏ ।
(କ) ଦୁହାଦି –
କର୍ତ୍ତୃବାଚ୍ୟ | କର୍ରୂବାଚ୍ୟ |
୧। ଗୋପାଳଃ ଗାଂ ଦୁଗ୍ଧଂ ଦୋଗ୍ଧ୍ – ଗୋପାଳେନ ଗୌଃ ଦୁଗ୍ଧଂ ଦୁହ୍ୟତେ । |
ଗୋପାଳ ଗାଭଉଠାରୁ ଦୁଗ୍ଧ ଦୁହୁଁଛି। ଗୋପାଳଦ୍ଵାରା ଗାଭଠାରୁ ଦୁଧ ଦୁହାଁହେଉଛି । |
୨। ଗୁରୁଃ ଶିଷ୍ୟ ପ୍ରଶ୍ନଂ ପୂଚ୍ଛତି – ଗୁରୂଣା ଶିଷ୍ୟଃ ପ୍ରଶ୍ନଂ ପୃଚ୍ଛ୍ୟତେ । |
ଗୁରୁ ଶିଷ୍ୟକୁ ପ୍ରଶ୍ନ ପଚାରୁଛନ୍ତି । ଗୁରୁଙ୍କଦ୍ଵାରା ଶିଷ୍ୟ ପ୍ରଶ୍ନ ପଚରାଗଲା । |
(ଖ) ନ୍ୟାଦି
କର୍ତ୍ତୃବାଚ୍ୟ | କର୍ରୂବାଚ୍ୟ |
୧। କୃଷକଃ ଛାଗଂ ଗ୍ରାମଂ ନୟତି – କୃଷକେଣ ଛାଗଃ ଗ୍ରାମଂ ନୀୟତେ । |
କୃଷକ ଛେଳିଟିକୁ ଗାଁକୁ ନେଉଛି । କୃଷକଦ୍ଵାରା ଛାଗ ଗାଁକୁ ନିଆଯାଉଛି । |
୨। ପ୍ରଭୁଃ ଭୃତ୍ୟଂ ଗୃହଂ କର୍ଷତି – ପ୍ରଭୁଣା ଭୃତ୍ୟଃ ଗୃହଂ କୃଷ୍ୟତେ । |
ମାଲିକ ଚାକରକୁ ଘରକୁ ଡାକୁଛନ୍ତି । ମାଲିକଦ୍ଵାରା ଚାକର ଘରକୁ ଡକାଯାଉଛି । |
ଅଭ୍ୟାସ:
୧। ନିମ୍ବଲିଖୂତବାକ୍ୟାନି କର୍ମବାଚ୍ୟେ ପରିବର୍ତୟତ। ( ପ୍ରଶ୍ନସହ ଉତ୍ତର)
ଯଥା
କର୍ତ୍ଵବାଚ୍ୟେ ସଃ ବ୍ୟାଘ୍ରଂ ପଶ୍ୟତି । |
କର୍ମବାଚ୍ୟେ ତେନ ବ୍ୟାଘ୍ରଃ ଦୃଶ୍ୟତେ । |
ଉତ୍ତର |
(କ) ଏକଃ ଚନ୍ଦ୍ରଃ ତମୋହନ୍ତି। | _____________________ | ଏକେନ ଚନ୍ଦ୍ରେଣ ତମଃ ହନ୍ୟତେ । |
(ଖ) ଅହଂ ପିତରଂ ବନ୍ଦେ । | _____________________ | ମୟା ପିତା ବନ୍ଦ୍ୟତେ । |
(ଗ) ସୀତା ଗୀତଂ ଗାୟତି । | _____________________ | ସୀତୟା ଗୀତଂ ଗୀୟତେ । |
(ଘ) ରମେଶ ଗ୍ରାମମ୍ ଅଗଚ୍ଛତ୍ । | _____________________ | ରମେଶେନ ଗ୍ରାମଃ ଅଗମ୍ଭ୍ୟତ୍ । |
(ଙ) ସୈନିକାଃ ଦେଶଂ ରକ୍ଷନ୍ତ । | _____________________ | ସୈନିକୈଃ ଦେଶଃ ରକ୍ଷ୍ୟତେ । |
(ଚ) ଛାତ୍ରଃ ପାଠଂ ପଠେତ୍ । | _____________________ | ଛାତ୍ରେଣ ପାଠଃ ପଠନୀୟଃ । |
୧। ଦୁହାଦି – ଦୁହ୍, ଯାଚ୍, ପଚ୍, ଦଣ୍ଢ, ରୁଧ୍, ପ୍ରହ, ଚି, ବୁ, ଶାସ୍, ଜି, ମନୁ , ଓ ମୂଷ୍ ।
୨। ନ୍ୟାଦି – ନୀ, ହୂ, କୃଷ୍ ଓ ବହ୍ ।
୩। “ ଗୌଣେ କର୍ମଣି ଦୁହ୍ୟଦେଃ ପ୍ରଧାନେ ନୀହୂକୃଷ୍ବହାମ୍ ।
ବିଭକ୍ତିଃ ପ୍ରଥମା ଜ୍ଞେୟା ଦ୍ବିତୀୟା ସ୍ୟାତ୍ତଦନ୍ୟତଃ ।”
ଗୌଣ କର୍ମରେ ଦୁହ୍ ଆଦି ପ୍ରଧାନ କ୍ରିୟାରେ ନୀ ( ନେବା) ହୃ ( ହରଣ କରିବା) କୃଷ୍ ( ଆକର୍ଷିତ କରିବା) ବହ୍ ( ବହୁତ କରିବା) କ୍ରିୟାମାନଙ୍କର ପ୍ରଥମା ବିଭକ୍ତି ହେବ ଅନ୍ୟଗୁଡ଼ିକରେ ଦ୍ବିତୀୟା ହେବ ।
୨ । ନିମ୍ନଲିଖୂତ ବାକ୍ୟାନି ଭାବବାଚ୍ୟେ ପରିବର୍ତୟତ। ( ପ୍ରଶ୍ନସହ ଉତ୍ତର)
କର୍ତ୍ବବାଚ୍ୟେ ଯଥା – ବାଳକାଃ ହସନ୍ତି ( ପିଲାମାନେ ହସୁଛନ୍ତି ) |
ଭାବବାଚ୍ୟୁମ୍ ବାଳକୈଃ ହସ୍ୟତେ ଉତ୍ତର |
ଉତ୍ତର |
(କ) ବୃକ୍ଷାତ ଫଳାନି ପତନ୍ତି। ଗଛରୁ ଫଳ ପଡ଼ୁଛି । |
_____________________ | ବୃକ୍ଷାତ୍ ଫଳୈଃ ପତ୍ୟତେ । |
(ଖ) ଶିଶୁଃ ଭୃଶଂ କ୍ରନ୍ଦତି। ଶିଶୁଟି ଅତିଶୟ କାନ୍ଦୁଛି । |
_____________________ | ଶିଶୁନା ଭୃଶଂ କ୍ରନ୍ଦ୍ୟତେ । |
(ଗ) ନୃପଃ ଶତୃଂ ହନ୍ତି। ରାଜା ଶତ୍ରୁକୁ ହତ୍ୟା କରନ୍ତି । |
_____________________ | ନୃପେଣ ଶତ୍ରୁଃ ହନ୍ୟତେ । |
(ଘ) ଅଳସଃ ଦିବସେ ଶେତେ । ଅଳସୂଆ ଦିନରେ ଶୋଉଛି । |
_____________________ | ଅଳସେନ ଦିବସେ ସ୍ଥୀୟତେ । |
(ଙ) ଲତା ଶୀଘ୍ରଂ ବର୍ଦ ତେ । ଲତା ଶୀଘ୍ର ବଢ଼ୁଛି। |
_____________________ | ଲତୟା ଶୀଙ ବର୍ଵ୍ୟତେ । |
(ଚ) ସିଂହଃ ବନେ ଗର୍ଜତି । ସିଂହ ବଣରେ ଗର୍ଜନ କରେ । |
_____________________ | ସିହେନ ବନେ ଗର୍ଜ୍ୟତେ । |
(ଛ) ଛାତ୍ରାଃ ଛାତ୍ରାବାସେ ତିଷ୍ଠନ୍ତି। | _____________________ | ଛାତୈଃ ଛାତ୍ରାବାସେ ସ୍ତ୍ରୀୟତେ । |
(ଖ) କୃଦନ୍ତ କ୍ରିୟାର ବାଚ୍ଯପରିବର୍ଭନ
“ଚିଡନ୍ତ’ କ୍ରିୟାର ଯେପରି କର୍ତୂବାଚ୍ୟ, କର୍ମବାଚ୍ୟ ଓ ଭାବବାଚ୍ୟରେ ପ୍ରୟୋଗ ଅଛି, କୃଦନ୍ତ କ୍ରିୟାର ମଧ ସେହିପରି ଭିନ୍ନ ଭିନ୍ନ ବାଚ୍ୟରେ ପ୍ରୟୋଗ ଦେଖାଯାଏ । କାରଣ ନିଷ୍ଠା ( କ୍ତ ଓ କ୍ତବତୁ ) ଏବଂ କୃତ୍ୟ ( ତବ୍ୟ, ଅନୀୟ, ଯତ୍, ଣ୍ଯତ୍ ଓ କ୍ୟପ୍) ପ୍ରତ୍ୟୟ ନିଷ୍ପନ୍ନ ପଦଗୁଡ଼ିକ ବାକ୍ୟରେ ସମାପକା କ୍ରିୟାରୂପେ ବ୍ୟବହୃତ ହୁଅନ୍ତି ।
ନିମ୍ନଲିଖ୍ରତ ବାକ୍ୟଗୁଡ଼ିକ ଲକ୍ଷ୍ୟ କର:
କର୍ତ୍ତୃବାଚ୍ୟ | କର୍ମବାଚୟ |
(i) ସଃ ବିଦ୍ୟାଳୟଂ ଗତଃ । ସେ ସ୍କୁଲ ଗଲା। |
(i) ତେନ ବିଦ୍ୟାଳୟଃ ଗତଃ । ତାଦ୍ଵାରା ବିଦ୍ୟାଳୟ ଯିବାହେଲା । |
(ii) ଅହଂ ବେଦଂ ପଠିତବାନ୍ । ମୁଁ ବେଦ ପଢ଼ିଲି । |
(ii) ମୟା ବେଦଃ ପଠିତଃ । । ମୋଦ୍ଵାରା ବେଦ ପଢ଼ାହେଲା । |
(iii) ମାତା କନ୍ଯାମ୍ ଉକ୍ତବତୀ । ମାଆ ଝିଅକୁ କହିଲେ । |
(iii) ମାତ୍ରା କନ୍ୟା ଉକ୍ତା । ମାଆଦ୍ଵାରା କନ୍ୟାକୁ କହିବା ହେଲା । |
(iv) ବାନରଃ ଫଳାନି ଖାଦିତବାନ୍ । ମାଙ୍କଡ଼ ଫଳଗୁଡ଼ିକ ଖାଇଲା । |
(iv) ବାନରେଣ ଫଳାନି ଖାଦିତାନି । ମାଙ୍କଡ଼ଦ୍ଵାରା ଫଳଗୁଡ଼ାକ ଖାଇବା ହେଲା । |
(v) ଶିଶୁଃ ଶଯ୍ୟାମ୍ ଅଧ୍ଶୟିତଃ । ଶିଶୁଟି ଶେଜରେ ଶୋଇଥୁଲା । |
(v) ଓ ଶିଶୁନା ଶଯ୍ୟା ଅଧ୍ଶୟିତା । ଶିଶୁଟିଦ୍ଵାରା ଶଯ୍ୟାରେ ଶୋଇବା ହେଲା । |
୧। କର୍ତ୍ବବାଚ୍ୟରେ କ୍ତ ଓ କ୍ତବତୁ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କର୍ମବାଚ୍ୟରେ ପରିବର୍ତନ କରିବାକୁ ମୂଳଧାତୁରୁ ଉତ୍ତର “କ୍ତ” ପ୍ରତ୍ୟୟ କରାଯାଇଛି ଏବଂ ଏହି ପଦ କର୍ମର ଲିଙ୍ଗ, ବଚନ ଓ ବିଭକ୍ତିକୁ ଗ୍ରହଣ କରିଛି |
ନିମ୍ନଲିଖ୍ବତ ବାକ୍ୟଗୁଡ଼ିକୁ ଲକ୍ଷ୍ୟ କର –
କର୍ତ୍ତୃବାଚ୍ୟ | ଭାବବାଚ୍ୟ |
(i) ବାଳଃ ହସିତଃ । ପିଲାଟି ହସିଲା । |
(i) ବାଳେନ ହସିତମ୍ । ପିଲାଟିଦ୍ଵାରା ହସିବା ହେଉ । |
(ii) କାକୌ ପଳାୟିତୌ । କାଉଦୁଇଟି ପଳାଇଲେ । |
(ii) କାକାଭ୍ଯାଂ ପଳାୟିତମ୍ । କାଉ ଦୁଇଟିଦ୍ଧାରା ପଳାୟନ କରାଗଲା । |
(iii) ଶିଶବଃ ସ୍ଥିତବନ୍ତଃ । ଶିଶୁମାନେ ରହୁଥୁଲେ । |
(iii) ଶିଶୁଭିଃ ସ୍ଥିତମ୍ । ଶିଶୁମାନଙ୍କଦ୍ଵାରା ରହିବା ହେଲା । |
୨। କର୍ତ୍ତବାଚ୍ୟରେ ଅକର୍ମକ କ୍ରିୟାରୁ ଉତ୍ତର “କ୍ତ” ବା “ଲ୍ତବତୁ” ପ୍ରତ୍ୟୟ ଭାବବାଚ୍ୟର “କ୍ତ” ପ୍ରତ୍ୟୟରେ ପରିବର୍ତିତ ହୋଇଛି ଏବଂ ଏହି କ୍ରିୟାପଦ ସବୁବେଳ କ୍ଲୀବଲିଙ୍ଗ, ଏକବଚନ ଓ ପ୍ରଥମା ବିଭକ୍ତ୍ୟନ୍ତ ହୋଇଅଛି ।
ବର୍ଭମାନ ନିମ୍ନଲିଖୂତ ବାକ୍ୟଗୁଡ଼ିକୁ ଲକ୍ଷ୍ୟ କର –
କର୍ମବାଚ୍ୟ / ଭାବବାଚ୍ୟ | କର୍ତ୍ତୃବାଚ୍ୟ |
(i) ଜ୍ନନୈଃ ଧର୍ମଗ୍ରନୁଃ ପଠନୀୟଃ । ସାଧୁମାନଙ୍କଦ୍ଵାରା ଧର୍ମଗ୍ରନ୍ଦ ପଢ଼ାହେବା ଉଚିତ । |
(i) ସଜ୍ଜନାଃ ଧମଗ୍ରନୁଂ ପଠେୟୁଃ/ ପଠିଷ୍ୟନ୍ତି । ସାଧୁମାନେ ଧର୍ମରଗ୍ରନ୍ଦ ପଢ଼ିବା ଉଚିତ / ପଢ଼ିବେ । |
(ii) ଛାତ୍ରୈଃ କୁସଙ୍ଗଃ ପରିହାର୍ଯ୍ୟଃ । ଛାତ୍ରମାନଙ୍କଦ୍ଵାରା କୁସଙ୍ଗ ପରିହାରହେବା ଉଚିତ |
(ii) ଛାତ୍ରାଃ କୁସଙ୍ଗମ୍ ପରିହରେୟୁଃ/ ପରିହରିଷ୍ୟଯନ୍ତି । ଛାତ୍ରମାନେ କୁସଙ୍ଗ ପରିହାର କରିବା ଉଚିତ / ପରିହାର କରିବା |
(iii) ଅତ୍ର ଅସ୍ମାଭିଃ ସ୍ଫେୟମ୍ / ସ୍ଥରାତବ୍ୟମ୍। ଏଠାରେ ଆମଦ୍ବାରା ରହିବା ହେବ । |
(iii) ଅତ୍ର ବୟଂ ତିଷ୍ଠେମ/ ସ୍ଥ୍ାସ୍ୟାମଃ । । ଏଠାରେ ଆମେ ରହିବା ଉଚିତ / ରହିବୁ । |
(iv) ତ୍ଵୟା ହସିତବ୍ୟମ୍ । ତୁମଦ୍ଵାରା ହସାହେବ । |
(iv) ତ୍ଵଂ ହସେଃ/ ହସିଷ୍ୟସି । ତୁମେ ହସିବା ଉଚିତ / ହସିବ । |
୩। କୃତ୍ଯ ( ତବ୍ଯ, ଅନୀୟ, ଯତ୍, ଣ୍ୟତ୍, କ୍ଯପ୍) ପ୍ରତ୍ୟୟାନ୍ତ କ୍ରିୟାପଦ କେବଳ କର୍ମ ବା ଭାବବାଚ୍ୟରେ ବ୍ୟବହୃତ ହୋଇଅଛି। ତା’ର କର୍ତୂବାଚ୍ୟକୁ ପରିବର୍ଭନ କଲାବେଳେ ମୂଳଧାତୁରେ ବିଧ୍ଲିଙ୍ କିମ୍ବା ଲୁଟ୍ ଲକାରର ପ୍ରୟୋଗ କରାଯାଇଛି ।
(ଗ) ଣିଜନ୍ତ କ୍ରିୟାର ବାଚ୍ୟପରିବର୍ତ୍ତନ
ନିମ୍ନଲିଖୂତ ବାକ୍ୟଗୁଡ଼ିକୁ ଲକ୍ଷ୍ୟ କର।
କର୍ତ୍ତୃବାଚ୍ୟ | କର୍ମବାଚ୍ୟ |
(i) ଗୁରୁଃ ଶିଷ୍ଯଂ ବେଦଂ ପାଠୟତି । ଗୁରୁ ଶିଷ୍ୟକୁ ବେଦ ପଢ଼ାଉଛନ୍ତି । |
(i) ଗୁରୁଣା ଶିଷ୍ଯଃ ବେଦଂ ପାଠ୍ୟତେ । ଗୁରୂଣା ଶିଷ୍ୟଂ ବେଦଃ ପାଠ୍ୟତେ । ଗୁରୁଙ୍କଦ୍ଵାରା ଶିଷ୍ୟ ବେଦ ପଢ଼ୁଛି । |
(ii) ପିତା ପୁତ୍ରଂ ଧର୍ମ” ବୋଧୟତି । ବାପା ପୂଅକୁ ଧର୍ମ ବୁଝାଉଛି । |
(ii) ପିତ୍ରା ପୁତ୍ରଃ ଧର୍ମଂ ବୋଧ୍ଯତେ । ପିତ୍ରା ପୁତ୍ରଂ ଧର୍ମଃ ବୋଧ୍ଯତେ । ବାପାଙ୍କଦ୍ଵାରା ପୁଅ ଧର୍ମ ବୁଝୁଛି । |
(iii) ମାତା ଶିଶୁମ୍ ଓଦନଂ ଭୋଜୟତି । ମାଆ ପିଲାଟିକୁ ଭାତ ଖୁଆଉଛି । |
(iii) ମାତ୍ରା ଶିଶୁଃ ଓଦନଂ ଭୋଜ୍ୟତେ । ମାତ୍ରା ଶିଶୁମ୍ ଓଦନଃ ଭୋଜ୍ୟତେ । ମାଆଙ୍କଦ୍ଵାରା ପିଲାଟି ଭାତ ଖାଉଛି । |
୧। ଉପର୍ଯ୍ୟୁକ୍ତ ବାକ୍ୟଗୁଡ଼ିକରେ ଣିଜନ୍ତ ଦ୍ବିକର୍ମକ ଶବ୍ଦକର୍ମକ, ବୋଧାର୍ଥ ଓ ଭୋଜନାର୍ଥ ଧାତୁର ପ୍ରୟୋଗ ହୋଇଛି । ଏପରିସ୍ଥଳେ ଯେ କୌଣସି ଗୋଟିଏ କର୍ମକୁ ଉକ୍ତ କରି କର୍ମବାଚ୍ୟରେ ପରିବର୍ଭନ କରାଯାଇଅଛି । କିନ୍ତୁ ଣିଜନ୍ତ ଦ୍ବିକର୍ମକ ଧାତୁଟି ବୋଧାର୍ଥ, ଭୋଜାନାର୍ଥ କିମ୍ବା ଶବ୍ଦକର୍ମକ ନ ହୋଇଥୁଲେ ଅର୍ଥାତ୍ ଏତଦ୍ ଭିନ୍ନ ଅନ୍ୟ ଧାତୁମାନଙ୍କର ପ୍ରୟୋଗ ହୋଇଥ୍ଲେ କେବଳ ପ୍ରୟୋଜ୍ୟ କର୍ମ ଉକ୍ତ ହୁଏ ଅର୍ଥାତ୍ ସେହି କର୍ମର ପ୍ରଥମାବିଭକ୍ତି ହୁଏ । ଯଥା –
କର୍ତ୍ତୃବାଚ୍ୟ | କର୍ମବାଚ୍ୟ |
(iv) ପିତ୍ର ପୁତ୍ରଃ ଗ୍ରାମଂ ଗମ୍ଯତେ । ବାପା ପୁଅକୁ ଗାଁକୁ ପଠାଉଛନ୍ତି । |
(iv) ପିତ୍ର ପୁତ୍ରଃ ଗ୍ରାମଂ ଗମ୍ଯତେ । ବାପାଙ୍କଦ୍ଵାରା ପୁତ୍ରକୁ ଗାଁକୁ ଯିବା ହେଉଛି । |
୨। ଉପର୍ଯ୍ୟୁକ୍ତ ଉଦାହରଣରେ ଗମୟତି’, ଏକ ଣିଜନ୍ତ ଦ୍ବିକମକ ଧାତୁ ଅଟେ ଏବଂ ଏହା ବୋଧାଥ, ଭୋଜାନାଥ ବା ଶବ୍ଦକର୍ମକ ନୁହେଁ । ତେଣୁ ଏଠାରେ କେବଳ ପ୍ରୟୋଜ୍ୟ କର୍ମ “ ପୁତ୍ର’ ଉକ୍ତ ହୋଇଛି ।
୧। “ବୁଦ୍ଧିଭକ୍ଷାର୍ଥୟୋଃ ଶବ୍ଦକର୍ମକାଣାଂ ନିଜେଚ୍ଛୟା
ପ୍ରୟୋଜ୍ୟ- କର୍ମଣ୍ୟନ୍ୟେଷାଂ ଣ୍ୟନ୍ତାନାଂ ଲାଦୟୋ ମତାଃ ।”
ନିମ୍ନଲିଖୂତ ବାକ୍ୟଦ୍ବୟକୁ ଲକ୍ଷ୍ୟ କର –
କର୍ତ୍ତୃବାଚ୍ୟ | କର୍ମବାଚ୍ୟ |
(v) ସଂ ଭୃତ୍ୟେନ ବୃକ୍ଷଂ ଛେଦୟତି । ସେ ଚାକରଦ୍ଵାରା ଗଛ କଟାଉଛି । |
(v)ତେନ ଭୂତ୍ୟେନ ବୃକ୍ଷଃ ଛେଦ୍ଯତେ । ସେ ଚାକରଦ୍ଵାରା ଗଛ କାଟୁଛି । |
(vi) ପ୍ରଭୁଃ ପାଚକେନ ଓଦନଂ ପାଚୟତି । ପ୍ରଭୁ ପାଚାକଦ୍ଵାରା ଭାତ ରନ୍ଧାଉଛନ୍ତି । |
(vi) ପ୍ରଭୁଣା ପାଚକେନ ଓଦନଃ ପାଚ୍ୟତେ । ପ୍ରଭୁଙ୍କଦ୍ଵାରା ପାଚାକ ଭାତ ରାନ୍ଧୁଛି । |
୩। ଉପର୍ଯ୍ୟୁକ୍ତ ବାକ୍ୟଦ୍ଵୟରେ ଣିଜନ୍ତ ଧାତୁର ପ୍ରୟୋଜ୍ୟରେ ତୃତୀୟାବିଭକ୍ତି ହୋଇଅଛି । ଏପରିସ୍ଥଳେ ବାଚ୍ୟପରିବର୍ତନ କଲାବେଳେ ପ୍ରୟୋଜକ କର୍ଭାାରେ ତୃତୀୟା ଓ କର୍ମରେ ପ୍ରଥମା ବିଭକ୍ତି ହୋଇଅଛି ।
ନନେରଖ :
୧। ଭାବପ୍ରକାଶପାଇଁ ଭାଷାର ଭିନ୍ନ ଭିନ୍ନ ପ୍ରକାର କଥନ ଭଙ୍ଗୀକୁ “ବାଚ୍ୟ’ କୁହାଯାଏ । ଏହା ମୁଖ୍ୟତଃ ତିନି ପ୍ରକାର । ଯଥା- କର୍ତ୍ବାଚ୍ୟ, କର୍ମବାଚ୍ୟ ଓ ଭାବବାଚ୍ୟ ।
୨। କର୍ତ୍ଵବାଚ୍ୟରେ କର୍ତା ଉକ୍ତ ବା ପ୍ରଧାନ । ତେଣୁ କର୍ତାଠାରେ ପ୍ରଥମାବିଭକ୍ତି ହୁଏ । କର୍ମ ଅନୁକ୍ତ ବା ଅପ୍ରଧାନ ହୋଇ ଦ୍ଵିତୀୟା ବିଭକ୍ତିରେ ରହେ । କ୍ରିୟାପଦ କର୍ତାର ପୁରୁଷ ଓ ବଚନ ଗ୍ରହଣ କରେ ।
୩। କର୍ମବାଚ୍ୟରେ କର୍ତା ଅନୁକ୍ତ ବା ଅପ୍ରଧାନ ଓ କର୍ମ ଉକ୍ତ ବା ପ୍ରଧାନ ହୋଇଥାଏ । ତେଣୁ କଉ୍ତାଠାରେ ତୃତୀୟା ଓ କର୍ମଠାରେ ପ୍ରଥମାବିଭକ୍ତି ହୋଇଥାଏ । କ୍ରିୟାପଦ କର୍ମଅନୁସାରେ ହୋଇଥାଏ ।
୪। ଭାବବାଚ୍ୟରେ କର୍ମପଦ ନଥାଏ । କର୍ତା ଅନୁକ୍ତ ହୋଇ ତୃତୀୟାବିଭକ୍ତିରେ ରହେ ଏବଂ କ୍ରିୟାପଦ ସର୍ବଦା ପ୍ରଥମପୂରୁଷ ଏକବଚନରେ ରହିଥାଏ ।
୫। କର୍ବମାଚ୍ୟରେ କିମ୍ବା ଭାବବାଚ୍ୟରେ ( ତିଡନ୍ତ ) କ୍ରିୟାପଦ, ମୂଳଧାତୁରେ ( ଲୃଟ୍ଲକାର ବ୍ୟତୀତ ) “ଯ” ଯୋଗ କରି ଆତ୍ମନେପଦୀ ଧାତୁର ରୂପପରି ନିଷ୍ପନ୍ନ ହୋଇଥାଏ ।
୬। କର୍ମବାଚ୍ୟରେ ଦୁହାତିଗଣୀୟ ଦ୍ବିକର୍ମକ ଧାତୁମାନଙ୍କର ଗୌଣକର୍ମ ହେଲାବେଳେ, ନ୍ୟାଦିଗଣୀୟ ଧାତୁମାନଙ୍କର ମୁଖ୍ୟକର୍ମ ଉକ୍ତ ହୋଇଥାଏ ।
୭। କର୍ଚ୍କବାଚ୍ୟରେ କ୍ତ/ କ୍ତବତୁ ପ୍ରତ୍ୟୟନିଷ୍ଠନ୍ନ କ୍ରିୟାପଦ କର୍ମବାଚ୍ୟରେ “କ୍ତ’ ପ୍ରତ୍ୟୟରେ ପରିବର୍ଭିତ ହୋଇଥାଏ । କର୍ମବାଚ୍ୟରେ କ୍ରିୟାପଦ କର୍ମର ଲିଙ୍ଗ, ବଚନ ଓ ପୁରୂଷକୁ ଗ୍ରହଣ କଲାବେଳେ ଭାବବାଚ୍ୟରେ ଏହା ସର୍ବଦା କ୍ଲୀବଲିଂଗ ପ୍ରଥମା ବିଭନ୍ତି ଏକବଚନରେ ପ୍ରୟୋଗ ହୋଇଥାଏ ।
୮। କର୍ମବାଚ୍ୟ କିମ୍ବା ଭାବବାଚ୍ୟରେ କୃତ୍ୟପ୍ରତ୍ୟୟାନ୍ତ କ୍ରିୟାପଦ ଥଲେ, ତାହା କର୍ଭୂବାଚ୍ୟରେ ବିଧଲିଙ୍ଗ୍ କିମ୍ବା ଲୃଟ୍କାରରେ ପ୍ରୟୋଗ ହୁଏ ।
୯। ଣିଜନ୍ତ ଦ୍ବିକର୍ମକ ଧାତୁମଧ୍ଯରୁ ଜ୍ଞାନାର୍ଥ/ ଭୋଜନାର୍ଥ ଓ ଶବ୍ଦକର୍ମକ ଧାତୁମାନଙ୍କର ଯେ କୌଣସି କର୍ମ ଉକ୍ତ ହୋଇ ବାଚ୍ୟ ପରିବର୍ତନ ହେଉଥୁବା ବେଳେ, ଅନ୍ୟ ଧାତୁମାନଙ୍କର କେବଳ ପ୍ରାୟୋଜ୍ୟ କର୍ମ ଉକ୍ତ ହୁଏ ।
୧୦। ବାଚ୍ୟପରିବର୍ତନରେ କେବଳ କର୍ତା- କର୍ମ, କରଉଁାଁ, କର୍ମର ବିଶେଷଣ ଓ ସମାପିକା କ୍ରିୟାରେ ପରିବର୍ତନ ହୋଇଥାଏ ମାତ୍ର ବାକ୍ୟରେ ଅସମାପିକା କ୍ରିୟା, ତା’ର କର୍ମ ଏବଂ ଅନ୍ୟକୌଣସି କାରକ ବା ବିଭକ୍ତିର ପରିବର୍ତନ କରାଯାଏ ନାହିଁ।
ଅଭ୍ୟାସ:
୧। ନିମ୍ନଲିଖୂତ ବାକ୍ୟେଷୁ କ୍ରିୟାପଦଂ କର୍ମବାଚ୍ୟେ ପରିବର୍ତ୍ୟ ଲିଖତ। ( ନିମ୍ନଲିଖୂତ ବାକ୍ୟରେ କ୍ରିୟାପଦ କର୍ମବାକ୍ୟରେ ପରିବର୍ତନକରି ଲେଖ।)
କର୍ତ୍ଵବାଚ୍ୟ ଯଥା ଶିଷ୍ୟଃ ବେଦଂ ପଠିତବାନ୍ । |
କର୍ମବାଚ୍ୟ ଶିଷ୍ୟେଣ ବେଦଃ ପଠିତଃ |
ଉତ୍ତର |
(i) ରାମଃ ଗ୍ରାମଂ ଗତଃ / ଗତବାନ୍ । | (i) ରାମେଣ ଗ୍ରାମଃ _____________ । | (i) ଗତଃ |
(ii) ତ୍ବଂ ହିମାଳୟଂ ଦୃଷ୍ଟ ବାନ୍ । | (ii) ତ୍ଵୟା ହିମାଳୟଃ ____________ । | (ii) ଦୃଷ୍ଟଃ |
(iii) ରାଜା ପଣ୍ଡିତସଭାଂ କୃତ ବାନ୍ । | (iii)ରାଜ୍ଞା ପଣ୍ଡିତସଭା _____________ । | (iii) କୃତା |
(iv) ତେ କଳହଂ କୃତବନ୍ତଃ । | (iv) ତୈଃ କଳହଃ _____________ । | (iv) କୃତଃ |
(v) ରାବଣଃ ସୀତାମ୍ ଅପହୁତବାନ୍ । | (v) ରାବଣେନ ସୀତା _____________ । | (v) ଅପହୃତା |
(vi) ପିତା କନ୍ଯାମ୍ ଉକ୍ତବାନ୍ । | (vi) ପିତ୍ରା କନ୍ୟା _____________ । | (vi) ଉକ୍ତା |
୨। ନିମ୍ନଲିଖ୍ତବାକ୍ୟେଷୁ କ୍ରିୟାପଦଂ ଭାବବାଚ୍ୟେ ପରିବର୍ତ୍ୟ ଲିଖତ। ( ନିମ୍ନଲିଖ୍ତ ବାକ୍ଯମାନରେ କ୍ରିୟାପଦ ଭାବ ବାଚ୍ୟରେ ପରିବର୍ତନ କରି ଲେଖ।)
କର୍ତ୍ବବାଚ୍ୟ ଯଥା – ବୟଂ ଗତାଃ । |
ଭାବବାଚ୍ୟ ଅସ୍ମାଭିଃ ଗତମ୍ । |
ଉତ୍ତର |
(i) ତେ ତତ୍ର କ୍ରୀଡିତବନ୍ତଃ । | (i) ତୈଃ ତତ୍ର _____________ । | (i) କୀଡ଼ିତମ୍ |
(ii) ସଃ କବ ଗତଃ । | (ii) ତେନ କ୍ସ _____________ । | (ii) ଗତମ୍ |
(iii) ବାଳକାଃ ହସିତବନ୍ତଃ । | (iii) ବାଳକୈଃ _____________ । | (iii) ହସିତମ୍ |
(iv) ଲତା କୁତ୍ର ଗତା? | (iv)ଲତୟା କୁତ୍ର _____________ । | (iv) ଗତମ୍ |
(v) ତ୍ଵମ୍ ଉକ୍ତବାନ୍। | (v) ତ୍ଵୟା _____________ । | (v)ଉକ୍ତମ୍ |
୩। ନିମ୍ନଲିଖ୍ତେଷୁ ବାକ୍ୟେଷୁ କ୍ରିୟାପଦଂ କର୍ତବାଚ୍ୟେ ପରିବର୍ତ୍ୟ ଲିଖତ। ( ନିମ୍ନଲିଖ୍ତ ବାକ୍ୟମାନଙ୍କରେ କ୍ରିୟାପଦ କର୍ତ୍ଵବାଚ୍ୟରେ ପରିବର୍ତନ କରି ଲେଖ।)
କର୍ମବାଚ୍ୟ / ଭାବବାଚ୍ୟ ଯଥା- ଛାତ୍ରୈଃ କୁସଙ୍ଗଃ ପରିହର୍ତବ୍ୟଃ । |
କର୍ତୂବାଚ୍ୟ ଛାତ୍ରାଃ କୁସଙ୍ଗଂ ପରିହରେୟୁଃ/ ପରିହରିଷ୍ୟନ୍ତି |
ଉତ୍ତର |
(i) ଅତ୍ର ଅସ୍ପାଭିଃ ସ୍ପେୟମ୍ । | (i) ଅତ୍ର ବୟଂ ________ / __________। | (i) ତିଷ୍ଠେମ/ ସ୍ଫରାସ୍ୟାମଃ |
(ii) ସର୍ବୈଃ କୋଣାର୍କମନ୍ଦିରଂ ଦ୍ରଷ୍ଟବ୍ୟମ୍ । | (ii) ସର୍ବେ କୋଣାକମନ୍ଦିରଂ _______ /____। | (ii) ପଶ୍ୟେୟୁଃ/ ଦ୍ରକ୍ଷ୍ୟନ୍ତି |
(iii) ଅସ୍ମାଭିଃ ପରୀକ୍ଷା କର୍ତବ୍ୟା। | (iii) ବୟଂ ପରୀକ୍ଷାଂ ________ / _______। | (iii) କୁର୍ଯାମ/ କରିଷ୍ୟାମଃ |
(iv) ରାଜ୍ଞା ଦୋଷୀ ଦଣ୍ଡନୀୟଃ । | (iv) ରାଜା ଦୋଷିଣଂ ________ / _______। | (iv) ଦଣ୍ଡୟେତ୍ /ଦଣ୍ଡୟିଷ୍ୟତି |
(v) ଦୁର୍ଜନାନାଂ ଦୋଷଃ ପରିହାର୍ଯ୍ୟ। | (v) ଦୁର୍ଜନାଃ ଦୋଷ _______ / _________। | (v) ପରିହରେୟୁଃ/ ପରିହରିଷ୍ୟନି |
(vi) ମୟା କରଁବ୍ୟମ୍ । | (vi) ଅହଂ __________ / ____________ । | (vi) କୁର୍ଯାମ୍/ କରିଷ୍ୟାସି |
(vii) ରୋଗିଣା ଶୟିତବ୍ୟମ୍ । | (vii) ରୋଗୀ ________ / ___________ । | (vii) ଶୟିଷ୍ଯତେ/ ଶୟୀତ। |
୪। ବନ୍ଧନୀମଧ୍ଯାତ୍ ଯଥାର୍ଥପଦଂ ନିରୂପ୍ଯ ଶୂନ୍ଯସ୍ଫାନଂ ପୂରୟତ। ( ବନ୍ଧନୀ ମଧ୍ଯରୁ ଯଥାର୍ଥପଦ ନିରୂପଣ କରି ଶୂନ୍ଯସ୍କାନ ପୂରଣ କର।)
(ନିୟତିଃ, ବିଷୁଃ, ଅଧୀତମ୍, ହସିତମ୍, ତ୍ଯାଜ୍ୟା, ଭିକ୍ଷା, ବକତବ୍ଯମତ୍ରଣ, କରଉଁବ୍ୟା )
ଯଥା – ତୟା ସଭାୟାଂ ନ ହସିତମ୍ ।
(i) ତେନ ବ୍ୟାକରଣଂ _________________ ।
Answer:
ଅଧୀତମ୍
(ii) ସଦା ସତ୍ଯ _________________ ।
Answer:
ବକ୍ତବ୍ଯମ୍
(iii) ବ୍ରହ୍ମଚାରିଣା _________________ ଯାଚ୍ୟତେ ।
Answer:
ଭିକ୍ଷା
(iv) _________________ ମାତା ଭକା ।
Answer:
ପୁତ୍ରେଣ
(v) ରଷିଭିଃ _________________ ସୂୟତେ ।
Answer:
ବିଷ୍ଣୁଃ
(vi) ହିଂସା _________________ ।
Answer:
ତ୍ୟାଜ୍ଯା
(vii) _________________ କେନ ବାଧ୍ଯତେ।
Answer:
ନିୟତିଃ
(viii) ତ୍ଵୟା ଜିଜ୍ଞାସା _________________ ।
Answer:
କର୍ତବ୍ଯା
(ix) ସର୍ବୈଃ ପାନୀୟଜଳଂ _________________ ।
Answer:
ପେୟମ୍
୫। ବାଚ୍ୟପରିବର୍ତନଂ କୁରୁତ। ( ବାଚ୍ୟ ପରିବର୍ତନ କର।)
(i) ସର୍ବେ ଭବନ୍ଧୁ ସୁଖୂନଃ।
Answer:
ସବୈହ ସୁଖ୍ଭିଃ ଭୂୟତାମ୍ ।
(ii) ରାମଃ ରାବଣଂ ହତବାନ୍।
Answer:
ରାମେଣ ରାବଣଃ ହତଃ ।
(iii) ବାନରଃ ବୃକ୍ଷାତ୍ ଫଳଂ ଖାଦତି ।
Answer:
ବାନରେଣ ବୃକ୍ଷାତ୍ ଫଳଂ ଖାଦ୍ୟତେ ।
(iv) ମାତା କନ୍ୟାମ୍ ଅନ୍ନଂ ଭୋଜୟତୁ।
Answer:
ମାତ୍ରା କନ୍ୟା ଅନ୍ଂ ଭୁଜ୍ୟତେ ।
(v) ଦାରାଃ ମେ ସ୍ପ୍ରିତାଃ।
Answer:
ଦାରାଃ ମେ ସ୍ଥିତବନ୍ତଃ ।
(vi) ପ୍ରଭୁଃ ଭୃତ୍ୟଂ ଗୃହଂ କର୍ଷତି ।
Answer:
ପ୍ରଭୂଣା ଭୃତ୍ୟଃ ଗୃହଂ କର୍ଷ୍ୟତେ ।
(vii) ଛାୟା କେନ ନିର୍ବାର୍ଯ୍ୟତେ ।
Answer:
ଛାୟାଂ କଃ ନିବାରୟେତ୍ ।
(viii) ସେବିତବ୍ୟୋ ମହାବୃକ୍ଷଃ ।
Answer:
ସେବେତ ମହାବୃକ୍ଷମ୍ ।
(ix) ଦୁର୍ଜନଃ ପରିହର୍ତବ୍ୟଃ ।
Answer:
ଦୁର୍ଜନଂ ପରିହରେତ୍ ।
(x) ହୀନସେବା ନ କର୍ତବ୍ୟା।
Answer:
ହୀନସେବା’ ନ କୂର୍ଯାତ୍ ।