BSE Odisha 6th Class English Solutions Lesson 2 A Greedy Fat Old Man (I)

Odisha State Board BSE Odisha 6th Class English Solutions Lesson 2 A Greedy Fat Old Man (I) Textbook Exercise Questions and Answers.

BSE Odisha 6th Class English Solutions Lesson 2 A Greedy Fat Old Man (I)

BSE Odisha 6th Class English Lesson 2 A Greedy Fat Old Man (I) Text Book Questions and Answers

Session – 1 ( ସୋପାନ – ୧)
I. Pre-Reading (ପଢ଼ିବା ପୂର୍ବରୁ)

  • Socialization (ସାମାଜିକୀକରଣ):
  • Look at the picture. Who are there in the picture? Why is the old man so fat? What is he talking to the thin boy? Let’s read the story and see.
    (ଛବିଟିକୁ ଚାହଁ । ଛବିଟିରେ କେଉଁମାନେ ଅଛନ୍ତି ? ବୁଢ଼ାଲୋକଟି କାହିଁକି ଏତେ ମୋଟା ହୋଇଛି ? ସେ ପତଳା ବାଳକଟିକୁ କ’ଣ କହୁଛି ? ଆସ ଗପଟିକୁ ପଢ଼ିବା ଏବଂ ଦେଖିବା ।)
  • The Story is based on fantasy. It is very interesting and you will enjoy it
    (ଗଛଟି ଏକ କଳ୍ପନା ଉପରେ ଆଧାରିତ । ଏହା ବହୁତ ମଜାଦାୟକ ଏବଂ ତୁମେ ଏହାକୁ ଉପଭୋଗ କରିବ ।)

II. While-Reading (ପଢ଼ିବା ସମୟରେ)
Text – (ପାଠ୍ୟବସ୍ତୁ)

Read the story silently and answer the questions that follow.
Once there lived a greedy fat old man. One day he got up at 6 a.m. and brushed his teeth at 6.30 a.m. He took tea at 7 a.m. and breakfast at 8.30 a.m. Do you know how much tea he took? And what did he take in his breakfast? He took two mugs of tea and two liters of milk. Then he took three tins of biscuits and five big pieces of cake. After breakfast, he looked really very very fat.
BSE Odisha 6th Class English Solutions Lesson 2 A Greedy Fat Old Man (I)
Then he went out for a walk. He walked, walked, and walked till he met a little thin boy. He had a long conversation with the boy.
Old man: Have you brushed your teeth?
Boy: No, I haven’t.
Old man: Do you have enough tea and milk to drink?
Boy: No, I don’t have.
Old man: Do you have enough biscuits to eat?
Boy: No, I don’t have.
Old man: Do you have enough cake to eat?
Boy: No, I don’t have
When the old man had just finished his questions, the boy asked him a question
Boy: Old man, old man, what makes you so fat?

The old man said, “I’ve taken two mugs of tea, and two liters of milk. I also took three tins of biscuits and five kilograms of cakes. And if I can catch you, I’ll eat you up.” Then the old man caught the thin little boy and ate him up.
BSE Odisha 6th Class English Solutions Lesson 2 A Greedy Fat Old Man (I) -Q. 1
ଓଡ଼ିଆ ଅନୁବାଦ :
ଏକଦା (ଥରେ) ସେଠାରେ ଜଣେ ଲୋଭୀ ମୋଟା ବୁଢ଼ାଲୋକ ବାସ କରୁଥିଲେ । ଦିନେ ସେ ସକାଳ ୬ (a.m.) ଟାରେ ଉଠିପଡ଼ିଲେ ଏବଂ ତାଙ୍କର ଦାନ୍ତ ଘ. ୬.୩୦ ମି. (a.m.) ରେ ସଫାକଲେ । ସେ ସକାଳ ୭ଟା ରେ ଚା’ପାନ କଲେ ଏବଂ ଘ.୮.୩୦ ମି.ରେ ଜଳଖିଆ ଖାଇଲେ । ତୁମେ ଜାଣ କି ସେ କେତେ ପରିମାଣରେ ଚା’ପାନ କଲେ ? ଏବଂ ସେ ତାଙ୍କର ଜଳଖିଆରେ କ’ଣ ଖାଇଲେ ? ସେ ଦୁଇ ମଗ୍ (ଜଳପାତ୍ର) ଚା’ ଏବଂ ଦୁଇ ଲିଟର କ୍ଷୀର ପାନ କଲେ । ତା’ପରେ ସେ ତିନି ଟିଣ ବିସ୍କୁଟ୍ ଏବଂ ପାଞ୍ଚଖଣ୍ଡ ବଡ଼ ବଡ଼ ପିଠା ଖାଇଲେ । ଜଳଖିଆ ଖାଇ ସାରିବାପରେ, ସେ ପ୍ରକୃତରେ ବହୁତ ବହୁତ ମୋଟା ଦେଖାଗଲେ ।
ତା’ପରେ ସେ ଏକ ପଦଯାତ୍ରାରେ ବାହାରିଗଲେ । ସେ ଗୋଟିଏ ଛୋଟ ପତଳା ବାଳକ ସହ ସାକ୍ଷାତ କରିବା ପର୍ଯ୍ୟନ୍ତ ବହୁତଗୁଡ଼ିଏ ବାଟ ଚାଲିଲା । ସେହି ବାଳକଟି ସହିତ ତାଙ୍କର ଏକ ଦୀର୍ଘ କଥୋପକଥନ ହୋଇଥିଲା ।
ବୃଦ୍ଧଲୋକ : ତୁମେ ତୁମ ଦାନ୍ତ ଘଷିଛ ?
ବାଳକ : ନା, ମୁଁ ଘଷିନି ।
ବୃଦ୍ଧଲୋକ : ତୁମର ବହୁତ ଚାହା ଏବଂ କ୍ଷୀର ପିଇବାକୁ ଅଛି କି ?
ବାଳକ : ନା, ମୋ’ର ନାହିଁ ।
ବୃଦ୍ଧଲୋକ : ତୁମର ବହୁତ ବିସ୍କୁଟ୍ ଖାଇବାକୁ ଅଛି କି ?
ବାଳକ : ନା, ମୋ’ର ନାହିଁ ।
ବୃଦ୍ଧଲୋକ : ତୁମର ବହୁତ ପିଠା ଖାଇବାକୁ ଅଛି କି ?
ବାଳକ : ନା, ମୋ’ର ନାହିଁ ।
ଯେତେବେଳେ ବୁଢ଼ାଲୋକଟି ତା’ର ପ୍ରଶ୍ନଗୁଡ଼ିକ ଶେଷକଲା, ବାଳକଟି ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା ।
ବାଳକ : ହେ ବୁଢ଼ାଲୋକ, କ’ଣ ତୁମକୁ ଏତେ ମୋଟା କରିଛି ?
ବୃଦ୍ଧଲୋକଟି କହିଲା, ‘ମୁଁ ଦୁଇ ମଗ୍ (ଜଗ୍) ଚା’ ଓ ଦୁଇ ଲିଟର କ୍ଷୀର ପିଇଛି । ମୁଁ ମଧ୍ୟ ତିନିଟିଣ ବିସ୍କୁଟ୍ ଏବଂ ପାଞ୍ଚ କିଲୋଗ୍ରାମ୍ ପିଠା ଖାଇଛି । ଏବଂ ଯଦି ମୁଁ ତୁମକୁ ଧରିପାରିବି, ମୁଁ ତୁମକୁ ଗିଳିଦେବି ।’’ ତା’ପରେ ବୁଢ଼ାଲୋକଟି ସେହି ଛୋଟ ପତଳା ବାଳକଟିକୁ ଧରି ପକାଇଲା ଏବଂ ତାକୁ ଗିଳିଦେଲା ।

Knowing The Key Words – (ମୁଖ୍ୟ ଶବ୍ଦଗୁଡ଼ିକୁ ଜାଣିବା)

Once – ଏକଦା (ଥରେ)
greedy – ଲୋଭୀ ବା ପେଟୁ (covetous)
fat – ଚର୍ବି |
got up – ନିଦରୁ ଉଠିପଡ଼ିଲା (woke up)
brushed – ଦାନ୍ତ ଘଷିଲା (cleaned)
breakfast – ଜଳଖିଆ (tiffin)
mugs- ଜଳପାତ୍ରସବୁ (jugs)
litres- ଲିଟ୍ରେସ୍
really- ବାସ୍ତବିକ ବା ପ୍ରକୃତରେ
very- ବହୁତ
then- ତାପରେ (Next)
for a walk-
till – ପର୍ଯ୍ୟନ୍ତ
met- ସାକ୍ଷାତ୍ କଲା ବା ଭେଟିଲା (meetର past tense)
thin- ପତଳା | (Lean)
conversation-
old man – ବୃଦ୍ଧଲୋକ
boy , – ବାଳକ
enough – ବହୁତ / ବହୁତ (A lot of/ much)
drink – ପିଇବା | ପାନ କରିବା
cake – ପିଠା
when – କେବେ
just – କେବଳ ମାତ୍ର
what – କଣ
so – ତେଣୁ/ ବହୁତ (very)
said – କହିଲା
also – ମଧ୍ୟ (Too)
took – ନେଇଗଲା |
if – ଯଦି
catch – ଧରିବା
eat up – ଖାଅ/ ଗିଳିବା (swallow).

  • The teacher reads aloud the story with action, students listen to him/her without opening their books.
    (ଶିକ୍ଷକ ଭାବଭଙ୍ଗୀ ସହ ବଡ଼ପାଟିରେ ଗପଟିକୁ ପଢ଼ିବେ, ଶିକ୍ଷାର୍ଥୀମାନେ ତାଙ୍କୁ (ପୁ | ସ୍ତ୍ରୀ) ସେମାନଙ୍କର ବହିଗୁଡ଼ିକୁ ନ ଖୋଲି ମନଦେଇ ଶୁଣିବେ ।)
  • The teacher reads aloud a second time, and students listen to him/her and see the text
    (ଦ୍ଵିତୀୟ ଥର ଶିକ୍ଷକ ବଡ଼ପାଟିରେ ପଢ଼ିବେ, ଶିକ୍ଷାର୍ଥୀମାନେ ତାଙ୍କୁ (ପୁ | ସ୍ତ୍ରୀ) ମନଦେଇ ଶୁଣିବେ ଏବଂ ପାଠ୍ୟବିଷୟକୁ ଦେଖିବେ । )
  • The teacher reads aloud one sentence, and students repeat after him/her in chorus. (All the students in this way)
    (ଶିକ୍ଷକ ବଡ଼ପାଟିରେ ଗୋଟିଏ ବାକ୍ୟ ପଢ଼ିବେ, ଶିକ୍ଷାର୍ଥୀମାନେ ମିଳିତ ଭାବରେ ତାଙ୍କ ପରେ ଏହାକୁ ପୁନରାବୃତ୍ତି କରିବେ । ) (ସମସ୍ତ ଛାତ୍ରମାନେ ଏହିପରି କରିବେ ।)
  • Students read the story silently followed by questions from the teacher.
    (ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ପ୍ରଶ୍ନଗୁଡ଼ିକୁ ଅନୁସରଣ କରି ଗପଟିକୁ ନୀରବରେ ପଢ଼ିବେ ।)

Comprehension Questions – (ବୋଧମୂଳକ ପ୍ରଶ୍ନବଳୀ) :

Question 1.
What is the story about?
(ଗପଟି କେଉଁ ବିଷୟରେ ଆଧାରିତ ?)
Answer:
The story is about a fat old man and a little thin boy.

Question 2.
When did the old man get up?
(କେତେବେଳେ ବୁଢ଼ାଲୋକଟି ନିଦରୁ ଉଠିଥିଲା ?)
Answer:
The old man got up at 6 a.m.
(The teacher frames two more similar questions.)
(ଶିକ୍ଷକ ଆଉ ଦୁଇଟି ଏକାପ୍ରକାର ପ୍ରଶ୍ନ ତିଆରି କରିବେ ।)

(i) When did he brush his teeth?
(କେତେବେଳେ ସେ ତା’ର ଦାନ୍ତ ସଫା କରିଥିଲା ?)
Answer:
He brushed his teeth at 6.30 a.m.

(ii) When did he take tea?
(କେତେବେଳେ ସେ ଚା’ ପାନ କରିଥିଲା ?)
Answer:
He took tea at 7 a.m.

Question 3.
How much tea did the old man take?
(ବୁଢ଼ାଲୋକଟି କେତେ ଚା’ପାନ କରିଥିଲା ?)
Answer:
The old man took two mugs of tea.
(The teacher frames three more similar questions.)
(ଶିକ୍ଷକ ଆଉ ୩ଟି ଏକା ପ୍ରକାର ପ୍ରଶ୍ନ ତିଆରି କରିବେ ।)

(i) How much milk did he take?
(ସେ କେତେ କ୍ଷୀର ପିଇଥିଲା ?)
Answer:
He took two litres of milk.

(ii) How many tins of biscuits did he take?
(ସେ କେତେ ଟିଣ ବିସ୍କୁଟ ଖାଇଥିଲା ?)
Answer:
He took three tins of biscuits

(iii) How many pieces of cake did he take?
(ସେ କେତେ ଖଣ୍ଡ ପିଠା ଖାଇଥୁଲା ?)
Answer:
He took five big pieces of cakes.

Question 4.
Whom did he meet on the way?
(ସେ ବାଟରେ କାହାକୁ ଭେଟିଲା ? )
Answer:
He met a little thin boy on the way.

Question 5.
How many questions did the old man ask the boy?
(ବୁଢ଼ାଲୋକଟି ବାଳକଟିକୁ କେତୋଟି ପଚାରିଥିଲା ?)
Answer:
The old man asked the boy four questions.

Question 6.
Did the boy ask the old man any questions? What was his question?
(ବାଳକଟି ବୁଢ଼ାଲୋକକୁ କୌଣସି ପ୍ରଶ୍ନ ପଚାରିଥିଳ କି ? ତା’ର ପ୍ରଶ୍ନ କ’ଣ ଥିଲା ?)
Answer:
The boy asked the old man one question. His question was, “Old man,
old man, what makes you so fat ?”

Question 7.
What did the old man do with the boy?
(ବୁଢ଼ାଲୋକଟି ବାଳକଟି ସହିତ କ’ଣ କଲା?)
Answer:
The old man caught the boy and ate him up.

Session – 2 ( ସୋପାନ – ୨)
III. Post-Reading (ପଢ଼ିସାରିବା ପରେ)

1. Visual Memory Development Technique (VMDT) :
(ଦୃଶ୍ୟ ସ୍ମୃତି ଉନ୍ନୟନ କୌଶଳ (VMDT))
Picture Fat old man, boy, milk packet, cake
(ଛବି – ମୋଟା ବୁଢ଼ାଲୋକ, ବାଳକ, କ୍ଷୀର ଥଳି, ପିଠା)
Text. breakfast, walk, boy asks a question, old man asks questions
(ବିଷୟବସ୍ତୁ —ଜଳଖୁଆ, ଚାଲିବା, ବାଳକ ଗୋଟିଏ ପ୍ରଶ୍ନ ପଚାରିବା, ବୁଢ଼ାଲୋକ ପ୍ରଶ୍ନଗୁଡ଼ିଏ ପଚାରିବା)

2. Listening – (ମନଯୋଗ ସହକାରେ ଶୁଣିବା)
(a) Your teacher reads aloud some words from the list below. You tick the words your teacher reads.
(ନିମ୍ନ ତାଲିକାରେ ଥିବା କେତେକ ଶବ୍ଦକୁ ତୁମ ଶିକ୍ଷକ ବଡ଼ପାଟିରେ ପଢ଼ିବେ । ତୁମେ ଶିକ୍ଷକ ପଢ଼ୁଥ‌ିବା ଶବ୍ଦଗୁଡ଼ିକୁ ଚିହ୍ନ ଦେବ ।)
breakfast, biscuit, conversation, enough, questions, catch, greedy.
(ଜଳଖୁଆ, ବିସ୍କୁଟ, କଥୋପକଥନ, ବହୁତ, ପ୍ରଶ୍ନଗୁଡ଼ିକ, ଧରିବା, ଲୋଭୀ ବା ପେଟୁ)
(Listen to your teacher and tick the words he/she reads.)

(b) Your teacher reads aloud the following para. You listen to him and
fill in the blanks.
(ନିମ୍ନଲିଖ ଅନୁଚ୍ଛେଦଟିକୁ ତୁମ ଶିକ୍ଷକ ବଡ଼ପାଟିରେ ପଢ଼ିବେ । ତୁମେ ତାଙ୍କୁ ମନଦେଇ ଶୁଣିବ ଏବଂ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କରିବ ।)
‘ ‘Then he went out for a walk. He walked, walked, and walked till he met a little thin boy. He had a long conversation with the boy.”

(c) Your teacher dictates five three-lettered words like ‘out’. You listen to him carefully and write the words in the space provided.
(ତୁମ ଶିକ୍ଷକ ‘‘out’’ ପରି ପାଞ୍ଚଟି ତିନି ଅକ୍ଷର ବିଶିଷ୍ଟ ଶବ୍ଦ ଶ୍ରୁତଲିଖନ ଡାକିବେ । ତୁମେ ଯତ୍ନର ସହ ତାଙ୍କୁ ମନଦେଇ ଶୁଣ ଏବଂ ତଳେ ଦିଆଯାଇଥିବା ଫାଙ୍କା ସ୍ଥାନରେ ଶବ୍ଦଗୁଡ଼ିକୁ ଲେଖ ।)
(i)fat, (ii)tea, (iii)big, (iv) boy, (v) eat

Session – 3 ( ସୋପାନ – ୩)

3. Speaking (କଥନ) :
(i) Chain-drill : “Once there lived a greedy, fat old man.”
ସଂଳାପ : “ ଏକଦା ସେଠାରେ ଜଣେ ଲୋଭୀ (ପେଟୁ) ମୋଟା ବୁଢ଼ା ଲୋକ ବାସ କରୁଥିଲା ।
(ii) Dialogue : Teacher vs. students, (Change role) ଶିକ୍ଷକ ବନାମ ଛାତ୍ରମାନେ, (ଭୂମିକା ବଦଳାଇ) Students vs. Students (Change the role) ଛାତ୍ରମାନେ ବନାମ ଛାତ୍ରମାନେ (ଭୂମିକା ବଦଳାଇ)
Old man: Have you brushed your teeth ?
ବୃଦ୍ଧଲୋକ : ତୁମେ ତୁମ ଦାନ୍ତ ସଫା କରିଛ କି ?
Boy :No, I haven’t.
ବାଳକ : ନା, ମୁଁ କରିନି ।
Oldman: Do you have enough biscuit to eat ?
ବୃଦ୍ଧଲୋକ : ତୁମର ବହୁତ ବିସ୍କୁଟ୍ ଖାଇବାକୁ ଅଛ କି ?
Boy : No, I don’t have.
ବାଳକ : ନା, ମୋ’ର ନାହିଁ ।

4. Mental Talk – (ମାନସିକ କଥୋପକଥନ) :
“Old man, old man, what makes you so fat ?”
(ବୃଦ୍ଧବ୍ୟକ୍ତି, ବୃଦ୍ଧବ୍ୟକ୍ତି, କ’ଣ ତୁମକୁ ଏତେ ମୋଟା କରିଛି ?)

Session – 4 (ଚତୁର୍ଥ ପର୍ୟ୍ୟାୟ)

5. Writing- (ଲେଖୁବା) :
(a) Answer the following questions.
(କବିତାଟି କେଉଁ ବିଷୟରେ ଆଧାରିତ ?)

Question (i)
What is the story about?
(ଗପଟି କେଉଁ ବିଷୟରେ ଆଧାରିତ ?)
Answer:
The story is about an old man and a boy.

Question (ii)
How much tea did the old man take?
(ବୁଢ଼ାଲୋକଟି କେତେ ଚା’ ପିଇଲା ?)
Answer:
The old man took two mugs of tea

Question (iii)
Whom did the old man meet on the way?
(ବୁଢ଼ାଲୋକଟି ବାଟରେ କାହାକୁ ଭେଟିଲା ?)
Answer:
On the wav, the old man met a little thin boy.

Question (iv)
What did the old man do with the boy?
(ବୁଢ଼ାଲୋକଜଣକ ବାଳକଟି ସହିତ କ’ଣ କଲା ?)
Answer:
The old man caught the boy and ate him up.

Session – 5 (ପଞ୍ଚମ ପର୍ୟ୍ୟାୟ)

(i) Given below is a daily timetable of Gopal. Based on the timetable, write a paragraph about Gopal’s daily habits. The first sentence is done for you.
(ନିମ୍ନରେ ଗୋପାଳର ଏକ ଦୈନନ୍ଦିନ ସମୟ ନିର୍ଘଣ୍ଟ ଦିଆଯାଇଛି । ସେହି ସମୟ-ନିର୍ଘଣ୍ଟକୁ ଭିଭିକରି, ଗୋପାଳର ଦୈନନ୍ଦିନ ଅଭ୍ୟାସ ବିଷୟରେ ଏକ ଅନୁଚ୍ଛେଦ ଲେଖ । ପ୍ରଥମ ବାକ୍ୟଟି ତୁମ ପାଇଁ କରି ଦିଆଯାଇଛି ।)

get up 6 a.m.
brush teeth 6.30 a.m.
take bath 7 a.m.
take breakfast 7.30 a.m.
go to school 9.30 a.m.
come back from school 4.30 p.m.

Gopal gets up at 6 a.m. He brushes his______
_________________________________
_________________________________
_________________________________

Answer:
Gopal gets up at 6 a.m. He brushes his teeth at 6.30 a.m. He takes his bath at 7 a.m. He takes his breakfast at 7.30 a.m. He goes to school at 9.30 a.m. He comes back from school at 4.30 p.m. Now join the written six sentences into two. The first one is done for you.
(ବର୍ତ୍ତମାନ ଲେଖାଯାଇଥ‌ିବା ୬ଟି ବାକ୍ୟକୁ ଯୋଗକରି ଦୁଇଟି ବାକ୍ୟ କର । ପ୍ରଥମଟି ତୁମ ପାଇଁ କରି ଦିଆଯାଇଛି ।)

Gopal gets up at 6 a.fn., brushes his teeth at 6.30 a.m., and takes his bath at 7 a.m.
Answer:
He takes his breakfast at 7.30 a.m.. goes to school at 9.30 a.m, and comes back from school at 4.30 p.m.

get up take breakfast
brush teeth go to school
take bath come back from school

Now write six sentences about yourself using the hints above.
(ବର୍ତ୍ତମାନ ଉପର ସୂଚନାକୁ ବ୍ୟବହାର କରି ତୁମ ବିଷୟରେ ଛଅଟି ବାକ୍ୟ ଲେଖ ।)
I get up at_______________________
I brush_________________________
______________________________
______________________________
______________________________
______________________________
Answer:
I get up at 6 a.m. I brush my teeth at 6.30 a.m. I take my bath at 7 a.m. I take my breakfast at 7.30 a.m. I go to school at 9.30 a.m. I come back from school at 4.30 p.m.

Session – 6 (ଷଷ୍ଠ ପର୍ଯ୍ୟାୟ)

(b) Now join the six sentences into two and write as done before.
(ବର୍ତ୍ତମାନ ଛଅଟିଯାକ ବାକ୍ୟକୁ ଯୋଗକରି ଦୁଇଟି ବାକ୍ୟ କର ଏବଂ ପୂର୍ବରୁ କରାଯାଇଥିବା ଭଳି ଲେଖ ।)
Answer:
I get up at 6 a.m.. brush my teeth at 6.30 a.m. and take my bath at 7 a.m. I take my breakfast at 7.30 a.m.. go to school at 9.30 a.m. and come back to school at 4.30 p.m.

(c) Given below is the cover of a tooth paste
(ନିମ୍ନରେ ଦାନ୍ତଘଷା ପେଷ୍ଟର ଖୋଳ ଦିଆଯାଇଛି ।)
Read carefully what is written on the cover. First, fill in the form, then, write a paragraph about the toothpaste. Some help are provided for you.
(ଖୋଳ ଉପରେ ଯାହା ଲେଖାଯାଇଛି ଯତ୍ନ ସହକାରେ ପଢ଼ । ପ୍ରଥମେ ଫର୍ମଟିକୁ ପୂରଣ କର; ଦାନ୍ତଘଷା ପେଷ୍ଟ ବିଷୟରେ ଏକ ଅନୁଚ୍ଛେଦ ଲେଖ । ତୁମ ପାଇଁ କିଛି ସାହାଯ୍ୟ ଯୋଗାଇ ଦିଆଯାଇଛି ।)

BSE Odisha 6th Class English Solutions Lesson 2 A Greedy Fat Old Man (I)

1 Name of the product Colgate Max Fresh
2 Made by Colgate
3 Nett weight 50 g
4 Date of manufacture Mar / 17
5 Expiry date Feb / 18
6 Price Rs. 20/-
7 Use Brush twice daily

Paragraph (ଅନୁଚ୍ଛେଦ):
The name of the toothpaste is Colgate Max Fresh. It is made by Colgate company. Its net weight is 50 grams. Its date of manufacture is March. 2017. Its expiry date is February. 2018. Its price is Rs. 20/-. Its use is to brush twice daily.

Leave a Comment