BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Odisha State Board BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Important Questions and Answers.

BSE Odisha Class 6 Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମାନଚିତ୍ର କାହାକୁ କୁହାଯାଏ ? ମାନଚିତ୍ର କେତେ ପ୍ରକାର ଓ କ’ଣ କ’ଣ ?
Answer:

  • ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ।
  • ମାନଚିତ୍ର ବିଭିନ୍ନ ପ୍ରକାରର ହୋଇଥାଏ। ଯଥା— ପ୍ରାକୃତିକ ମାନଚିତ୍ର, ରାଜନୀତିକ ମାନଚିତ୍ର ଏବଂ ତଥ୍ୟଭିତ୍ତିକ ମାନଚିତ୍ର।
  • ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ। ଏଥ‌ିରେ ପ୍ରକୃତି ସୃଷ୍ଟ ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ସାଗର, ଅରଣ୍ୟ, ଜୀବଜନ୍ତୁ, ଜଳବାୟୁ ଦର୍ଶାଯାଇଥାଏ।
  • ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ। ଏଥ‌ିରେ ମହାଦେଶ, ଦେଶ, ପ୍ରଦେଶ, ଜିଲ୍ଲା, ରାଜଧାନୀ ତଥା ବିଭିନ୍ନ ଅଞ୍ଚଳର ସୀମା ଦର୍ଶାଯାଇଥାଏ।
  • ତଥ୍ୟଭିଭିକ ମାନଚିତ୍ରରେ କୌଣସି ଗୋଟିଏ ତଥ୍ୟ ଉପସ୍ଥାପନ କରାଯାଇଥାଏ। ଏଥ‌ିରେ ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର, ଅରଣ୍ୟ ମାନଚିତ୍ର ଦର୍ଶାଯାଇଥାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୨।‘ମାନ’ କାହାକୁ କୁହାଯାଏ ? ମାନ ଭିତ୍ତିରେ ମାନଚିତ୍ରକୁ କେତେଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:

  • ପୃଥ‌ିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥ‌ିବା ସ୍ଥାନଦୁଇଟିର ଦୂରତାର ଅନୁପାତକୁ ‘ମାନ’ କୁହାଯାଏ।
  • ମାନ ଭିଭିରେ ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ ଯଥା— ବୃହତ୍‌ମାନ ବିଶିଷ୍ଟ ମାନଚିତ୍ର ଓ କ୍ଷୁଦ୍ରମାନ ବିଶିଷ୍ଟ ମାନଚିତ୍ର।
  • ବୃହତ୍‌ମାନ ବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥ‌ିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
  • ପୃଥ‌ିବୀ, ମହାଦେଶ, ମହାସାଗର ତଥା ବିଭିନ୍ନ ଦେଶର ମାନଚିତ୍ର କ୍ଷୁଦ୍ରମାନରେ ପ୍ରକାଶ କରାଯାଇଥାଏ।
  • ପ୍ରତ୍ୟେକ ମାନଚିତ୍ରରେ ଭିନ୍ନ ଭିନ୍ନ ମାନ ବ୍ୟବହୃତ ହୁଏ।

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ରେଖାଚିତ୍ର କାହାକୁ କୁହାଯାଏ ?
Answer:

  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଯେଉଁ ଚିତ୍ର ଅଙ୍କାଯାଏ,ତାହାକୁ ରେଖାଚିତ୍ର କୁହାଯାଏ।
  • ଏଥ‌ିରେ ମାନ ବ୍ୟବହୃତ ହୋଇନଥିବାରୁ ଏଥିରେ ଥ‌ିବା ଦୁଇଟି ସ୍ଥାନର ଦୂରତ୍ବ ମାପି ହେବ ନାହିଁ।

୨। କମ୍ପାସ ଯନ୍ତ୍ର ସାହାଯ୍ୟରେ କିପରି ଦିଗ ନିର୍ଣ୍ଣୟ କରାଯାଏ ?
Answer:

  • କମ୍ପାସ ଯନ୍ତ୍ର ମଧ୍ୟରେ ଏକ ଚୁମ୍ବକୀୟ ସୂଚକ ରହିଛି । ଚୁମ୍ବକୀୟ ସୂଚକର ଉପରେ ଥ‌ିବା ତୀର ଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ।
  • ସ୍ଥିର ଅବସ୍ଥାରେ ମଧ୍ୟ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।

୩। ରାଜନୀତିକ ମାନଚିତ୍ର କାହାକୁ କୁହାଯାଏ ? ଏଥ‌ିରେ କ’ଣ ଦର୍ଶାଯାଇଥାଏ ?
Answer:

  • ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।
  • ଏଥ‌ିରେ ମହାଦେଶ, ଦେଶ ପ୍ରଦେଶ, ଜିଲ୍ଲା, ରାଜଧାନୀ ତଥା ବିଭିନ୍ନ ଅଞ୍ଚଳର ସୀମା ଦର୍ଶାଯାଇଥାଏ।

୪। ତଥ୍ୟଭିତ୍ତିକ ବା ପ୍ରାସଙ୍ଗିକ ମାନଚିତ୍ର କ’ଣ ? ଏଥ‌ିରେ କେଉଁ କେଉଁ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ ?
Answer:

  • ତଥ୍ୟଭିତ୍ତିକ ମାନଚିତ୍ରରେ ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ।
  • ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର, ଅରଣ୍ୟ ମାନଚିତ୍ର ଆଦି ଗୋଟିଏ ଗୋଟିଏ ପ୍ରାସଙ୍ଗିକ ମାନଚିତ୍ର।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୫। ଆଟଲାସ୍ କାହାକୁ କୁହାଯାଏ ?
Answer:

  • ପୃଥ‌ିବୀ, ମହାଦେଶ, ମହାସାଗର, ଦେଶ, ସହର, ଗ୍ରାମପାଇଁ ଭିନ୍ନ ଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ ସ କରାଯାଏ।
  • ବିଭିନ୍ନ ପ୍ରକାରର ଅନେକ ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ, ତାହାକୁ ‘ଆଟଲାସ୍’ କୁହାଯାଏ।

୬। ପ୍ରାକୃତିକ ମାନଚିତ୍ର କାହାକୁ କୁହାଯାଏ ? ଏଥରେ କେଉଁ କେଉଁ ପ୍ରାକୃତିକ ତଥ୍ୟ ଦର୍ଶାଯାଇଥାଏ ?
Answer:

  • ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ।
  • ଏଥିରେ ମୁଖ୍ୟତଃ ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ସାଗର, ଅରଣ୍ୟ, ଜୀବଜନ୍ତୁ, ଜଳବାୟୁ ପ୍ରଭୃତି ଦର୍ଶାଯାଇଥିଲା।

୭। ବୃହତମାନବିଶିଷ୍ଟ ମାନଚିତ୍ର କ’ଣ ?
Answer:

  • ବୃହତ୍‌ମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥ‌ିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
  • ଏଥୁରେ ମାନ ଏକ ସେଣ୍ଟିମିଟର ପାଇଁ ୨ କି.ମି. ବା ତହିଁରୁ କମ୍ ଭୂମିର ଦୂରତ୍ବପାଇଁ ବ୍ୟବହୃତ ହୋଇଥାଏ।

୮। କ୍ଷୁଦ୍ରମାନ ବିଶିଷ୍ଟ ମାନଚିତ୍ର କ’ଣ ?
Answer:

  • ପୃଥ‌ିବୀ, ମହାଦେଶ, ମହାସାଗର ତଥା ବିଭିନ୍ନ ଦେଶର ମାନଚିତ୍ର କ୍ଷୁଦ୍ରମାନରେ ପ୍ରକାଶ କରାଯାଇଥାଏ।
  • ଛୋଟ କାଗଜରେ ବଡ଼ ଅଞ୍ଚଳକୁ ଦର୍ଶାଯାଇଥିବାରୁ ଏଥୁରୁ ସବିଶେଷ ବିବରଣୀ ମିଳି ନଥାଏ ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(ଖ ) ଭୌଗୋଳିକ କାରଣ ଦର୍ଶାଅ।

୧। ମାନଚିତ୍ରରେ ସଙ୍କେତ ବ୍ୟବହାର କରାଯାଏ।
Answer:

  • ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ।
  • ତେଣୁ ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ବାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ। ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ।

୨। ମାନଚିତ୍ରରେ ବିଶାଳ ପୃଥ‌ିବୀକୁ ଏକ ଛୋଟ କାଗଜ ମଧ୍ୟରେ ସୀମିତ କରାଯାଇଥାଏ।
Answer:

  • ପୃଥ‌ିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ ଥ‌ିବା ଦୂରତ୍ବକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ। ‘ମାନ’ର ବ୍ୟବହାର ଦ୍ବାରା ଏହା ସମ୍ଭବ ହୋଇଥାଏ।
  • ତେଣୁ ମାନଚିତ୍ରରେ ବିଶାଳ ପୃଥ‌ିବୀକୁ ଏକ ଛୋଟ କାଗଜ ମଧ୍ୟରେ ସୀମିତ କରାଯାଇଥାଏ।

(ଗ) ସଂକ୍ଷିପ୍ତ ଟିପ୍ପଣୀ।
୧। କମ୍ପାସ :

  • କମ୍ପାସ ଯନ୍ତ୍ର ଏକ ଦିଗସୂଚକ ଯନ୍ତ୍ର। ଏହି ଯନ୍ତ୍ର ମଧ୍ୟରେ ଏକ ଚୁମ୍ବକୀୟ ସୂଚକ ରହିଅଛି।
  • ଏହି ସୂଚକର ଉପରେ ଥ‌ିବା ତୀର ଚିହ୍ନ ଉତ୍ତର ଦିଗ୍ ଦର୍ଶାଇଥାଏ। ସ୍ଥିର ଅବସ୍ଥାରେ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।

୨। ଆଟ୍‌ସ :

  • ପୃଥ‌ିବୀ, ମହାଦେଶ, ମହାସାଗର, ଦେଶ, ସହର, ଗ୍ରାମପାଇଁ ଭିନ୍ନ ଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଏ।
  • ବିଭିନ୍ନ ପ୍ରକାରର ଅନେକ, ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ, ତାହାକୁ ‘ଆଟ୍‌ସ୍’ କୁହାଯାଏ।

୩। ମାନଚିତ୍ର :

  • ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ।
  • ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥ‌ିବାରୁ ଏହାକୁ ମାନଚିତ୍ର କୁହାଯାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୪। ରେଖାଚିତ୍ର :
Answer:

  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଚିତ୍ର ଅଙ୍କାଯାଏ। ଏହାକୁ ରେଖାଚିତ୍ର କୁହାଯାଏ।
  • ଏଥରେ ମାନ ବ୍ୟବହୃତ ହୋଇନଥାଏ।

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ମାନଚିତ୍ରରେ _________ ର ବ୍ୟବହାରଦ୍ୱାରା ମାନଚିତ୍ରରେ ଦୂରତା ମପାଯାଏ।
Answer:
ମାନ

(୨) ମାନଭିଭିରେ ମାନଚିତ୍ରକୁ _________ ଶ୍ରେଣୀରେ ବିଭକ୍ତ କରାଯାଇଛି।
Answer:
ଦୁଇଟି

(୩) ___________ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦିଗ ନିରୂପଣ କରିହୁଏ।
Answer:
କମ୍ପାସ୍

(୪) ପୃଥ‌ିବୀ ବିଷୟରେ ସବିଶେଷ ଜାଣିବାପାଇଁ ___________ ଆବଶ୍ୟକ ପଡ଼ିଥାଏ।
Answer:
ଭୂଗୋଲକ ବା ମାନଚିତ୍ର

(୫) __________ ଅବସ୍ଥାରେ କମ୍ପାସର ସୂଚକ ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।
Answer:
ସ୍ଥିର

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(୬) ମାନଚିତ୍ରର ଉପରିଭାଗ _________ ଦିଗ ଅଟେ।
Answer:
ଉତ୍ତର

(୭) ପ୍ରତ୍ୟେକ ମାନଚିତ୍ରରେ _________ ଟି ମୌଳିକ ବୈଶିଷ୍ଟ୍ୟ ଥାଏ।
Answer:
୩ଟି

(୮) ସାଗର ଓ ମହାସାଗରଗୁଡ଼ିକୁ _______ ମାନଚିତ୍ରରେ ଦର୍ଶଯାଇଥାଏ।
Answer:
କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର

(ଖ) ଗୋଟିଏ ବାକ୍ୟରେ ଉତ୍ତର ଲେଖ।

୧। କେଉଁ ମାନବିଶିଷ୍ଟ ମାନଚିତ୍ର ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ଦେଇଥାଏ ?
Answer:
ବୃହତ୍ ମାନବିଶିଷ୍ଟ ମାନଚିତ୍ର ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ଦେଇଥାଏ।

୨। ମାନଚିତ୍ରରେ ଅଗଭୀର ଜଳରାଶିକୁ କେଉଁ ରଙ୍ଗ ସୂଚାଏ ?
Answer:
ମାନଚିତ୍ରରେ ହାଲୁକା ନୀଳରଙ୍ଗ ଅଗଭୀର ଜଳରାଶିକୁ ସୂଚାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୩। ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ କ’ଣ ?
Answer:
ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା – ଦୂରତା, ଦିଗ ଓ ସଙ୍କେତ।

୪। ମାନଚିତ୍ରରେ ସବୁଜ ରଙ୍ଗ କାହାର ସୂଚନା ଦିଏ ?
Answer:
ମାନଚିତ୍ରରେ ସବୁଜ ରଙ୍ଗ ସମତଳ ଭୂମିକୁ ସୂଚାଏ।

୫। ରାଜନୀତିକ ମାନଚିତ୍ର କାହାକୁ କୁହାଯାଏ ?
Answer:
ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।

୬। ମାନଚିତ୍ରରେ ଗାଢ଼ ବାଦାମୀ ରଙ୍ଗ କାହାକୁ ସୂଚାଇଥାଏ ?
Answer:
ମାନଚିତ୍ରରେ ଗାଢ଼ ବାଦାମୀ ରଙ୍ଗ ଉଚ୍ଚ ପର୍ବତଭୂମିକୁ ସୂଚାଇଥାଏ।

୭। ମାନଚିତ୍ରରେ ହାଲୁକା ବାଦାମୀ ରଙ୍ଗ କାହାକୁ ସୂଚାଇଥାଏ ?
Answer:
ମାନଚିତ୍ରରେ ହାଲୁକା ବାଦାମୀ ରଙ୍ଗ ପାହାଡ଼କୁ ସୂଚାଇଥାଏ।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୮। କୌଣସି ଦେଶର ଭାଷା ନ ଜାଣିଲେ ମଧ୍ୟ କାହାର ସହାୟତାରେ ସମ୍ବନ୍ଧରେ ଅବଗତ ହୋଇହେବ ?
Answer:
କୌଣସି ଦେଶର ଭାଷା ନ ଜାଣିଲେ ମଧ୍ୟ ‘ପ୍ରଚଳିତ ସଙ୍କେତ’ ସହାୟତାରେ ସେ ଦେଶର ଭୌଗୋଳିକ ତଥ୍ୟ ସମ୍ବନ୍ଧରେ ଅବଗତ ହୋଇହେବ।

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।

(୧) ମାନଚିତ୍ରରେ ଦକ୍ଷିଣ-ପୂର୍ବସ୍ଥ ମଧ୍ୟବର୍ତ୍ତୀ ଦିଗ –
Answer:
ଅଗ୍ନି

(୨) ଉଚ୍ଚ ପର୍ବତଭୂମିକୁ ଯେଉଁ ରଙ୍ଗଦ୍ଵାରା ଚିହ୍ନଟ କରାଯାଏ –
Answer:
ଗାଢ଼ବାଦାମୀ

(୩) ମାନଚିତ୍ରର ନିମ୍ନଭାଗ ଦର୍ଶାଉଥ‌ିବା ଦିଗ –
Answer:
ଦକ୍ଷିଣ ଦିଗ

(୪) ‘PS’ ମାନଚିତ୍ରରେ ଯାହାକୁ ବୁଝାଏ –
Answer:
ଥାନା

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

(୫) ଯେଉଁ ମାନଚିତ୍ର ଦେଶ ଦେଶ ମଧ୍ୟରେ ଥ‌ିବା ସୀମା ଦର୍ଶାଇଥାଏ –
Answer:
ରାଜନୀତିକ ମାନଚିତ୍ର

(୬) ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ ଦିଆଯାଇଥ‌ିବା ରଙ୍ଗ –
Answer:
ହଳଦିଆ

(୭) ପ୍ରାୟ ପ୍ରତ୍ୟେକ ମାନଚିତ୍ରର ଯାହାର ଉପରିଭାଗରେ ଏକ ତୀର ଚିହ୍ନ ଥାଏ –
Answer:
ଦକ୍ଷିଣପାର୍ଶ୍ଵ

(୮) କମ୍ପାସ ଯନ୍ତ୍ର ଯାହାର ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ –
Answer:
ଦିଗ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

Objective Type Questions With Answers
(ଘ) ସ୍ତମ୍ଭ ମିଳନ କର।

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Q. 1
BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ Q. 2

(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ପ୍ରାକୃତିକ ମାନଚିତ୍ରରେ ଗାଢ଼ ନୀଳରଙ୍ଗ କେଉଁଥିପାଇଁ ବ୍ୟବହାର କରାଯାଏ ?
(A) ପର୍ବତ
(B) ଅଗଭୀର ଜଳରାଶି
(C) ଗଭୀର ଜଳରାଶି
(D) ଉଚ୍ଚଭୂମି
Answer:
(C) ଗଭୀର ଜଳରାଶି

୨। ନିମ୍ନଲିଖ ମଧ୍ୟରୁ କମ୍ପାସ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ ?
(A) ଦୂରତା
(B) ଉଚ୍ଚତା
(C) ଦିଗ
(D) ସଙ୍କେତ।
Answer:
(C) ଦିଗ

୩। ମାନଚିତ୍ରରେ ଉପରିଭାଗ କେଉଁ ଦିଗ ଅଟେ ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

୪। ନିମ୍ନଲିଖ ମଧ୍ୟରୁ ମାନଚିତ୍ରରେ ସମତଳ ଭୂମିପାଇଁ କେଉଁ ରଙ୍ଗ ଦିଆଯାଇଥାଏ ?
(A) ବାଦାମୀ
(B) ହଳଦିଆ
(C) ନୀଳ
(D) ସବୁଜ
Answer:
(D) ସବୁଜ

୫। ନିମ୍ନଲିଖ ମଧ୍ୟରୁ ଉଚ୍ଚ ପାର୍ବତ୍ୟଭୂମି ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ ?
(A) ହଳଦିଆ
(B) ସବୁଜ
(C) ଫିକା ବାଦାମୀ
(D) ଗାଢ଼ ବାଦାମୀ
Answer:
(D) ଗାଢ଼ବାଦାମୀ

(ଚ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ମାନଚିତ୍ରରେ ସରୁଜରଙ୍ଗ ________ ର ସୂଚନା ଦିଏ।
(ମାଳଭୂମି, ସମତଳଭୂମି, ପାର୍ବତ୍ୟଭୂମି, ଜଳଭାଗ)
Answer:
ସମତଳଭୂମି

2. ମାନଚିତ୍ରରେ ଦକ୍ଷିଣ – ସୂର୍ବସ୍ଥ ମଧ୍ରଉ ଦିଗଗ୍ନି ________ ଦିଗକୁ ବୁଝାଏ।
(ନୈରତ, ବାୟୁ, ଐଶାନ୍ୟ, ଅଗ୍ନି)
Answer:
ଅଗ୍ନି

3. କମ୍ପାସ ଯନ୍ତ୍ର __________ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ।
(ସଙ୍କେତ, ଦିଗ, ଦୂରତା, ଉଚ୍ଚତା)
Answer:
ଦିଗ

4. ____________ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ଥିବା ସୀମା ଦର୍ଶାଯାଇଥାଏ ।ୟ
(ରାଜନୀତିକ, ପ୍ରାକୃତିକ, ତଥ୍ୟଭିଭିକ, ବୈଦେଶିକ)
Answer:
ରାଜନୀତିକ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

5. __________ ରେ ମାନ ବ୍ୟବହାର କରାଯାଇଥାଏ।
(ରେଖାଚିତ୍ର, ମାନଚିତ୍ର, ସଙ୍କେତ, ଦୂରତା)
Answer:
ମାନଚିତ୍ର

6. ମାନଚିତ୍ରରେ ସମତଳଭୂମି ପାଇଁ — ରଙ୍ଗ ବ୍ୟବହୃତ ହୁଏ।
(ନୀଳ, ହଳଦିଆ, ସବୁଜ, ବାଦାମୀ)
Answer:
ସବୁଜ

7. ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ __________ ରଙ୍ଗ ବ୍ୟବହୃତ ହୁଏ ।
(କମଳା, ହଳଦିଆ, ନୀଳ, ବାଦାମୀ)
Answer:
ହଳଦିଆ

8. ଗାଢ଼ ନୀଳରଙ୍ଗ ସଂକେତ ପ୍ରାକୃତିକ ମାନଚିତ୍ରରେ _______ ପାଇଁ ବ୍ୟବହୃତ ହୋଇଥାଏ।
(ଗଭୀର ଜଳରାଶି, ମାଳଭୂମି, ସମତଳଭୂମି, ପାହାଡ଼)
Answer:
ଗଭୀର ଜଳରାଶି

9. ଉଚ୍ଚ ପର୍ବତଭୂମିକୁ ____________ ରଙ୍ଗଦ୍ଵାରା ଚିହ୍ନଟ କରାଯାଏ।
(ବାଦାମୀ, ହଳଦିଆ, ସବୁଜ, ଗାଢ଼ ବାଦାମୀ)
Answer:
ଗାଢ଼ ବାଦାମୀ

10. ପ୍ରାୟ ପ୍ରତ୍ୟେକ ମାନଚିତ୍ରର ____________ ର ଉପରିଭାଗରେ ଏକ ତୀର ଚିହ୍ନ ଥାଏ।
(ପୂର୍ବ ପାର୍ଶ୍ୱ, ପଶ୍ଚିମ ପାର୍ଶ୍ଵ, ଉତ୍ତର ପାର୍ଶ୍ଵ, ଦକ୍ଷିଣ ପାର୍ଶ୍ୱ)
Answer:
ଦକ୍ଷିଣ ପାର୍ଶ୍ଵ

11. ମାନଚିତ୍ରର ନିମ୍ନଭାଗ ___________ ଦିଗ ଅଟେ।
(ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
Answer:
ଦକ୍ଷିଣ

BSE Odisha 6th Class Geography Important Questions Chapter 3 ମାନଚିତ୍ର ଅଧ୍ୟୟନ

12. ‘PS’ ମାନଚିତ୍ରରେ __________ କୁ ବୁଝାଏ।
(ଡାକଘର, ଡାକ ଓ ତାର ଅଫିସ୍, ଥାନା, ଗଛ)
Answer:
ଥାନା।

ତୁମ ପାଇଁ କାମ :

  • ତୁମେ ତୁମ ସ୍କୁଲର ଏକ ରେଖାଚିତ୍ର ତିଆରି କର ଓ ସେଥୁରେ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠ, ପାଠାଗାର, ଖେଳପଡ଼ିଆ ଓ ତୁମ ଶ୍ରେଣୀଗୃହ ଦେଖାଅ।
    Answer:
    ( ନିଜେ କର ।)
  • ତୁମ ଶ୍ରେଣୀଗୃହର ଚିତ୍ର ମାନ ଅନୁସାରେ ପ୍ରସ୍ତୁତ କର ଓ ସେଥ‌ିରେ ଥ‌ିବା ଶିକ୍ଷକଙ୍କ ଟେବୁଲ, କଳାପଟା, ଝରକା ଓ କବାଟର ଅବସ୍ଥିତି ଦେଖାଅ।
    Answer:
    ( ନିଜେ କର ।)
  • ନିମ୍ନଲିଖ୍ତ ବିଷୟଗୁଡ଼ିକ ପାଇଁ ସଙ୍କେତ ଅଙ୍କନ କର।
    ପିଚୁରାସ୍ତା, ମାଟିରାସ୍ତା, ମନ୍ଦିର, ପୋଖରୀ, ଡାକଘର ଓ ରେଳପଥ।
    Answer:
    ( ନିଜେ କର ।)
  • କାଗଜମଣ୍ଡ, ବାଉଁଶପାତିଆ ଓ ତାର ବ୍ୟବହାର କରି ଭୂଗୋଲକ ତିଆରି କର।
    Answer:
    ( ନିଜେ କର ।)

Leave a Comment