BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Question 1.
ଗୋଟିଏ ଲେଖାଏ ସମକୋଣୀ, ସୂକ୍ଷ୍ମକୋଣୀ ଓ ସ୍ଥୁଳକୋଣୀ ତ୍ରିଭୁଜ ଅଙ୍କନ କର । ପ୍ରତ୍ୟେକ ତ୍ରିଭୁଜରେ ତିନୋଟି ଲେଖାଏଁ ମଧ୍ୟମା ଅଙ୍କନ କର ।
ସମାଧାନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 1
(i) ABC ନାମକ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର । 
(ii) Δ ABC ର B͞C କୁ ସମଦ୍ବିଖଣ୍ଡ କରିବା ପାଇଁ B ଉପରେ କମ୍ପାସର କଣ୍ଟାମୁନ ରଖ୍ BCର ମାପର ଅର୍ଦ୍ଧେକରୁ ଅଧିକ ଅଧ୍ଵବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯାହା BC ର ଉଭୟ ପାର୍ଶ୍ଵରୁ ବିସ୍ତୃତ ହୋଇ ରହିବ ।
(iii) ପୂର୍ବ ସୋପାନରେ କମ୍ପାସରେ ନେଇଥିବା ଚାପକୁ ପରିବର୍ତ୍ତନ ନକରି କମ୍ପାସର କଣ୍ଟାମୁନକୁ C ଉପରେ ରଖ୍ ଆଉ ଏକ ଚାପ ଅଙ୍କନ କର, ଯାହା ପୂର୍ବରୁ ଅଙ୍କାଯାଇଥିବା ଚାପକୁ X ଓ Y ବିନ୍ଦୁରେ ଛେଦ କରିବ ।
(iv) X ଓ Y ର ସଂଯୋଜକ ରେଖା ଅଙ୍କନ କର । \(\overleftrightarrow{\mathrm{XY}}\), ହେଉଛି BC ର ସମଦ୍ୱିଖଣ୍ଡକ ଲମ୍ବ । \(\overleftrightarrow{\mathrm{XY}}\), BC କୁ D ବିନ୍ଦୁରେ ଛେଦକରୁ ।
(v) D ହେଉଛି BC ର ମଧ୍ୟବିନ୍ଦୁ । BC ର ବିପରୀତ ଶୀର୍ଷବିନ୍ଦୁ A ସହିତ D କୁ ଯୋଗକର । A͞D ହେଉଛି ABC ତ୍ରିଭୁଜର ଗୋଟିଏ ମଧ୍ୟମା ।
(vi) ସେହିପରି B ବିନ୍ଦୁରେ AC ପ୍ରତି B͞E ମଧ୍ୟମା ଓ C ବିନ୍ଦୁରେ AB ପ୍ରତି CF ମଧ୍ୟମା ଅଙ୍କନ କର ।

ସୂକ୍ଷ୍ମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନକୁ ଅନୁସରଣ କରି Δ PQR ସୂକ୍ଷ୍ମକୋଣୀ ତ୍ରିଭୁଜର ମଧ୍ୟମା ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 2

ସ୍ଥୂଳକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନ:
ସମକୋଣୀ ତ୍ରିଭୁଜରେ ମଧ୍ୟମା ଅଙ୍କନକୁ ଅନୁସରଣ କରି XYZ ସ୍ଥୂଳକୋଣୀ ତ୍ରିଭୁଜର ମଧ୍ୟମା ଅଙ୍କନ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 3

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2

Question 2.
Δ POR ନିଅ ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.2 4
(କ) ଏହାର P͞Q ର ମଧ୍ୟବିନ୍ଦୁ X ନିଅ । R͞X ମଧ୍ୟମା ଅଙ୍କନ କର ।
ସମାଧାନ:
ପୂର୍ବ ଉତ୍ତରକୁ ଅନୁସରଣ କରି R ବିନ୍ଦୁରେ P͞Q ପ୍ରତି R͞X ମଧ୍ୟମା ନିର୍ଣ୍ଣୟ କର ।

(ଖ) Q͞R ର ମଧ୍ୟବିନ୍ଦୁ Y ନିଅ । P͞Y ମଧ୍ୟମା ଅଙ୍କନ କର ।
ସମାଧାନ:
ସେହିପରି P ବିନ୍ଦୁରେ QR ପ୍ରତି P͞Y ମଧ୍ୟମା ନିର୍ଣ୍ଣୟ କର ।

(ଗ) ଏବେ R͞P ର ମଧ୍ୟବିନ୍ଦୁ ନିର୍ୟୟନ କରି ତୁମେ Q͞Z ମଧ୍ୟମା ଅଙ୍କନ କରି ପାରିବ କି ? କିପରି ?
ସମାଧାନ:
ଏବେ R͞P ର ମଧ୍ୟବିନ୍ଦୁ ନିଶ୍ଚୟ ନ କରି ଆମେ Q͞Z ମଧ୍ୟମା ପାଇପାରିବା ।
(i) P͞Y ଓ R͞X ର ଛେଦବିନ୍ଦୁର ନାମ G ଦିଅ ।
(ii) \(\overrightarrow{\mathrm{QG}}\) ଅଙ୍କନ କର ।
(iii) \(\overrightarrow{\mathrm{QG}}\) ଓ P͞R ର ଛେଦବିନ୍ଦୁର ନାମ Z ଦିଅ । ଓ QZ ଆବଶ୍ୟକ ମଧ୍ୟମା ।

Leave a Comment