BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

Odisha State Board BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା Important Questions and Answers.

BSE Odisha Class 6 Geography Important Questions Chapter 6(e) ଆଣ୍ଟାର୍କଟିକା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆଣ୍ଟାର୍କଟିକା ମହାଦେଶର ଅବସ୍ଥିତି ଓ ଜଳବାୟୁ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:

  • ଆଣ୍ଟାର୍କଟିକା ପୃଥବୀର ପଞ୍ଚମ ବୃହତ୍ତମ ମହାଦେଶ । ଏହା ଦକ୍ଷିଣମେରୁକୁ ଘେରି ରହିଛି ।
  • ଏହାର ପ୍ରାୟ ସମସ୍ତ ଭାଗ ୬୬\(\frac{୧}{୨}\) ଡିଗ୍ରୀ ଦକ୍ଷିଣ ସମାକ୍ଷରେଖା ଓ ଦକ୍ଷିଣମେରୁ ମଧ୍ୟରେ ଅବସ୍ଥିତ ।
  • ଏହି ମହାଦେଶର ଚାରିପଟେ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଘେରି ରହିଛି ।
  • ଏହି ମହାଦେଶ ସର୍ବଦା ବରଫାଚ୍ଛନ୍ନ ଥାଏ ଓ ଏଠାରେ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ । ଏହି ମହାଦେଶର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ ।
  • ଏଠାରେ ସର୍ବଦା ତୁଷାରପାତ ହୁଏ ଓ ସମୟେ ସମୟେ ପ୍ରବଳ ବରଫଝଡ଼ ହୁଏ । ଏଠାରେ ଗ୍ରୀଷ୍ମକାଳ ସ୍ଵସ୍ଥାୟୀ ।

ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଲେଖ ।
୧। ଅଣ୍ଟାର୍କଟିକା ବିଷୟରେ କେଉଁ ଆନ୍ତର୍ଜାତିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ?
Answer:
(i) ଆଣ୍ଟାର୍କଟିକା ମହାଦେଶର ସ୍ଥାୟୀ ଅସ୍ଵାସୀ ନାହାନ୍ତି ଏବଂ ଏହା ସବୁବେଳେ ବରଫାଛନ୍ନ ।
(ii) ଏହାକୁ କୌଣସି ଦେଶ ଅଧିକାର କରିପାରିବେ ନାହିଁ ବୋଲି ଆନ୍ତର୍ଜାତିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଅଛି ।

୨। ପେଙ୍ଗୁଇନ୍‌ ପକ୍ଷୀ କେଉଁଠାରେ ଦେଖାଯାଆନ୍ତି ଓ ସେମାନଙ୍କର ଚାଲିଚଳନ କିପରି ?
Answer:
(i) ଆଣ୍ଟାର୍କଟିକାର ସମୁଦ୍ରକୂଳରେ ପେଙ୍ଗୁଇନ୍ ପକ୍ଷୀ ଦେଖାଯାଆନ୍ତି ।
(ii) ଏମାନଙ୍କର ଦୁଇଟି ଡେଣା ଅଛି ମାତ୍ର ଏମାନେ ଉଡ଼ି ପାରନ୍ତି ନାହିଁ । ଏମାନେ ସମୁଦ୍ରରେ ସନ୍ତରଣ କରିପାରନ୍ତି । ପାଦ ଓ ଲାଞ୍ଜ ସାହାଯ୍ୟରେ ଏମାନେ ସିଧା ହୋଇ ଠିଆ ହୁଅନ୍ତି ଓ ଡେଇଁ ଡେଇଁ ଚାଲନ୍ତି ।

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

୩। ତିମି କ’ଣ ? ଏହାକୁ କ’ଣପାଇଁ ଶିକାର କରାଯାଏ ?
Answer:
(i) ତିମି ଏକ ସ୍ତନ୍ୟପାୟୀ ପ୍ରାଣୀ ।
(ii) ଏହାକୁ ମାଂସ ଓ ତେଲପାଇଁ ଶିକାର କରାଯାଏ ।

୪। ଆଣ୍ଟାର୍କଟିକାରେ କେଉଁ କେଉଁ ଉଦ୍ଭିଦ ଦେଖାଯାଏ ?
Answer:
(i) ସମୁଦ୍ରକୂଳ ବ୍ୟତୀତ ଏହି ମହାଦେଶରେ କୌଣସି ଉଭିଦ ଜନ୍ମେ ନାହିଁ ।
(ii) ସମୁଦ୍ରକୂଳରେ ବରଫ ତରଳିଗଲେ ଶିଉଳି ଓ ଲାଇକେନ୍ ଜନ୍ମେ । ଗ୍ରୀଷ୍ମକାଳ ଅଳ୍ପଦିନ ସ୍ଥାୟୀ ହୋଇଥିବାରୁ ଉଭିଦମାନଙ୍କର ଅଙ୍କୁରୋଦଗମ୍ ହୁଏ ନାହିଁ ।

୫। ଆଣ୍ଟାର୍କଟିକାରେ କେଉଁ କେଉଁ ପଶୁପକ୍ଷୀ ଦେଖାଯାଆନ୍ତି ?
Answer:
(i) ଆଣ୍ଟାର୍କଟିକାର ସମୁଦ୍ରରେ ତିମି, ସିଲ୍, ପେଙ୍ଗୁଇନ୍ ପକ୍ଷୀ ଦେଖାଯାଆନ୍ତି ।
(ii) ଆଣ୍ଟାର୍କଟିକାରେ ଅନେକ ପ୍ରକାର କୀଟପତଙ୍ଗ, ଆଇବାଟ୍ରିସ୍ ପକ୍ଷୀ ଓ ଅନ୍ତରୀପ ପାରା ଦେଖ‌ିବାକୁ ମିଳେ ।

(ଖ) ଭୌଗୋଳିକ କାରଣ ଦର୍ଶାଅ ।
୧। ଆଣ୍ଟାର୍କଟିକାରେ ସ୍ଥାୟୀ ଭାବରେ ବାସ କରିବା ସମ୍ଭବ ନୁହେଁ ।
Answer:
(i) ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥ‌ିବାରୁ ଏହାର ଭୂମି ବର୍ଷସାରା ବରଫାବୃତ ରହେ ।
(ii) ଏଠାରେ ଗ୍ରୀଷ୍ମକାଳ ସ୍ଵଳ୍ପ ସ୍ଥାୟୀ । ଏଠାକାର ଜଳବାୟୁ ଅତ୍ୟନ୍ତ ଶୀତଳ ହେତୁ ଏଠାରେ ସ୍ଥାୟୀଭାବେ ବସବାସ କରିବା ସମ୍ଭବ ନୁହେଁ ।

୨। ଆଣ୍ଟାର୍କଟିକାର ସମୁଦ୍ରକୂଳ ବ୍ୟତୀତ ଅନ୍ୟଠାରେ କୌଣସି ଉଭିଦ ଜନ୍ମେ ନାହିଁ ।
Answer:
(i) କେବଳ ସମୁଦ୍ରକୂଳରେ ବରଫ ତରଳିଗଲେ ଶିଉଳି ଓ ଲାଇକେନ୍ ଜନ୍ମେ । ତେଣୁ ସମୁଦ୍ରକୂଳ ବ୍ୟତୀତ ଆଣ୍ଟାର୍କଟିକାରେ ଅନ୍ୟ କୌଣସିଠାରେ ଉଭିଦ ଜନ୍ମେ ନାହିଁ ।
(ii) ଆଣ୍ଟାର୍କଟିକାରେ ଅନ୍ୟ କୌଣସିଠାରେ ଉଭିଦ ଜନ୍ମେ ନାହିଁ ।

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

୩। ଆଣ୍ଟାର୍କଟିକାକୁ ଦକ୍ଷିଣମେରୁ ମହାଦେଶ କୁହାଯାଏ ।
Answer:
(i) ପୃଥ‌ିବୀର ଦକ୍ଷିଣ ମେରୁକୁ ଆଣ୍ଟାର୍କଟିକା ମହାଦେଶ ଘେରି ରହିଛି ।
(ii) ତେଣୁ ଆଣ୍ଟାର୍କଟିକାକୁ ଦକ୍ଷିଣ ମେରୁ ମହାଦେଶ ବୋଲି କୁହାଯାଏ ।

(ଗ) ସଂକ୍ଷିପ୍ତ ଟିପ୍ପଣୀ ।
୧। ପେଙ୍ଗୁଇନ୍ :
Answer:
(i) ପେଙ୍ଗୁଇନ୍ ପକ୍ଷୀ କେବଳ ଆଣ୍ଟାର୍କଟିକାରେ ବହୁ ସଂଖ୍ୟାରେ ଦେଖାଯାଆନ୍ତି । ଏମାନଙ୍କର ଦୁଇଟି ଡେଣା ଅଛି; ମାତ୍ର ଏମାନେ ବହୁଦୂର ଉଡ଼ିପାରନ୍ତି ନାହିଁ ।
(ii) ଏହି ପକ୍ଷୀ ସମୁଦ୍ରରେ ସନ୍ତରଣ କରିପାରେ । ପାଦ ଓ ଲାଞ୍ଜ ସାହାଯ୍ୟରେ ଏମାନେ ସିଧା ହୋଇ ଠିଆ ହୁଅନ୍ତି ଓ ଡେଇଁ ଡେଇଁ ଚାଲନ୍ତି ।

୨। ତିମି:
Answer:
(i) ତିମି ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହି ପ୍ରାଣୀ ଉପକୂଳବର୍ତ୍ତୀ ସମୁଦ୍ରରେ ବାସ କରନ୍ତି ।
(ii) ଏହାକୁ ମାଂସ ଓ ତେଲପାଇଁ ଶିକାର କରାଯାଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) ପୃଥ‌ିବୀର ପଞ୍ଚମ ବୃହତ୍ତମ ମହାଦେଶ _________________ ।
Answer:
ଆଣ୍ଟାର୍କଟିକା

(୨) ଆଣ୍ଟାର୍କଟିକାର ___________________ ମାଛକୁ ମାଂସ ଓ ତେଲ ପାଇଁ ଶିକାର କରାଯାଏ ।
Answer:
ତିମି

(୩) ଆଣ୍ଟାର୍କଟିକାର __________________ ସ୍ଥାନ ପୃଥ‌ିବୀର ଶୀତଳତମ ।
Answer:
ଭୋଷ୍ଟକ

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

(୪) ଆଣ୍ଟାର୍କଟିକାରେ ଭାରତ ନିର୍ମାଣ କରିଥିବା ସ୍ଥାୟୀ ଗବେଷଣାଗାରର ନାମ __________________ ଏବଂ ____________________।
Answer:
ଦକ୍ଷିଣ ଗଙ୍ଗୋତ୍ରୀ, ମୈତ୍ରୀ

(୫) ଆଣ୍ଟାର୍କଟିକାର ସମୁଦ୍ରକୂଳରେ ___________________ ପକ୍ଷୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି ।
Answer:
ପେଙ୍ଗୁଇନ୍

(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ପୃଥ‌ିବୀର ଶୀତଳତମ ସ୍ଥାନ – ଭୋଷ୍ଟକ
(୨) ସ୍ଥାୟୀ ଅସ୍ଵାସୀ ନଥିବା ମହାଦେଶ – ଆଣ୍ଟାର୍କଟିକା
(୩) ମାଂସ ଓ ତେଲପାଇଁ ଶିକାର କରାଯାଉଥ‌ିବା ସ୍ତନ୍ୟପାୟୀ ପ୍ରାଣୀ – ତିମି
(୪) ଆଲବାଟ୍ରସ ପକ୍ଷୀ ଦେଖାଯାଉଥ‌ିବା ମହାଦେଶ – ଆଣ୍ଟାର୍କଟିକା
(୫) ଆଣ୍ଟାର୍କଟିକା ମହାଦେଶ ଯେଉଁ ମେରୁକୁ ଘେରି ରହିଛି – ଦକ୍ଷିଣମେରୁ

ତୁମ ପାଇଁ କାମ :

ଆଣ୍ଟାର୍କଟିକା ସଂପର୍କରେ ଅବ୍ଲକ ତଥ୍ୟ ସଂଗ୍ରହ କର ଏବଂ ଏହାର ପ୍ରାଧାନ୍ୟ ଉପରେ ଆଲୋଚନା କର ।
Answer:
(ନିଜେ କର ।)

BSE Odisha 6th Class Geography Important Questions Chapter 6(e) ଆଣ୍ଟାର୍କଟିକା

ଆଣ୍ଟାର୍କଟିକାର ବରଫଖଣ୍ଡମାନ ତରଳିବାକୁ ଆରମ୍ଭ କଲାଣି । ଏହାର କାରଣ ଓ ପ୍ରଭାବ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଖାତାରେ ଲେଖ ।
Answer:
(ନିଜେ କର ।)

Leave a Comment