BSE Odisha 6th Class Geography Important Questions Chapter 6(f) ଇଉରୋପ

Odisha State Board BSE Odisha 6th Class Geography Important Questions Chapter 6(f) ଇଉରୋପ Important Questions and Answers.

BSE Odisha Class 6 Geography Important Questions Chapter 6(f) ଇଉରୋପ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଇଉରୋପ ମହାଦେଶର ଜଳବାୟୁ ଓ ନଦୀଗୁଡ଼ିକ ବିଷୟରେ ବର୍ଣ୍ଣନା କର ।
Answer:

  • ଇଉରୋପ ମହାଦେଶର ଅଧିକାଂଶ ଭାଗ ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ ପଡ଼ିଥାଏ ।
  • ଭାଗ ଓ ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସେସବୁ ଅଞ୍ଚଳରେ ସାମୁଦ୍ରିକ ଅଞ୍ଚଳ ପଡ଼ୁନଥିବାରୁ ଗ୍ରୀଷ୍ମଋତୁରେ ଅଧ‌ିକ ଗରମ ଓ ଶୀତଋତୁରେ ଅଧ୍ଵ ଥଣ୍ଡାହୁଏ ।
  • ଇଉରୋପ ମହାଦେଶରେ ପ୍ରବାହିତ ନଦୀଗୁଡ଼ିକ ଆକାରରେ କ୍ଷୁଦ୍ର ହେଲେହେଁ ଚିରସ୍ରୋତା ଓ ସୁନାବ୍ୟା ।
  • ଇଉରୋପର ସର୍ବପ୍ରଧାନ ନଦୀ ରାଇନ୍ ଆଲପସ୍ ପର୍ବତରୁ ବାହାରି ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରବାହିତ ହୋଇ ଉତ୍ତର ସାଗରରେ ପଡ଼ିଛି ।
  • ଏହି ମହାଦେଶର ଅନ୍ୟାନ୍ୟ ନଦୀଗୁଡ଼ିକ ମଧ୍ୟରେ ପୋ, ଟେମସ୍, ରୁର୍, ଏଲବ୍, ଡ଼ାନ୍ୟୁବ୍, ଭଲଗା, ଡନ, ନିପର ଆଦି ପ୍ରଧାନ ।

୨। ଇଉରୋପ ମହାଦେଶର ପ୍ରାକୃତିକ ଉଭିଦ ଓ ଜୀବଜନ୍ତୁଙ୍କ ବିଷୟରେ ବର୍ଣ୍ଣନା କର ।
Answer:

  • ମେରୁ ନିକଟବର୍ତୀ ଇଉରୋପର ଉତ୍ତରାଞ୍ଚଳରେ ଲାଇକେନ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ ।
  • ଏହି ତୁନ୍ଦ୍ରା ଅଞ୍ଚଳରେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ଆଦି ବନ୍ୟପ୍ରାଣୀ ବାସ କରନ୍ତି ।
  • ନ୍ଦ୍ରାଞ୍ଚଳର ଦକ୍ଷିଣସ୍ଥ ଟାଇଗା ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍, ଫିର୍ ଜାତୀୟ ବୃକ୍ଷ ଦେଖାଯାଏ ।
  • ଏହି ଅଞ୍ଚଳରେ ଲିଙ୍କସ୍, ମିଙ୍କ୍, ଏରମିନ୍, ଧଳାକୋକିଶିଆଳୀ ଆଦି ପ୍ରାଣୀ ଦେଖାଯାଆନ୍ତି ।
  • ଇଉରୋପର ପୂର୍ବଭାଗରେ କମ୍ ବର୍ଷା ଯୋଗୁଁ ତୃଣ ଓ ଗୁଳ୍ମ ଜନ୍ମିଥାଏ । ଏହି ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କୁହାଯାଏ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଲେଖ ।

୧। ଇଉରୋପ ମହାଦେଶର ଅବସ୍ଥିତି ସଂକ୍ଷେପରେ ଲେଖ ।
Answer:
(i) ଇଉରୋପ ମହାଦେଶ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ଏହା ୩୫° ଉ. ଅକ୍ଷାଂଶରୁ ୭୧° ଉ. ଅକ୍ଷାଂଶ ଏବଂ ୧୦° ପ. ଦ୍ରାଘିମାରୁ ୬୫° ପୂର୍ବ, ଦ୍ରାଘିମା ମଧ୍ୟରେ ଅବସ୍ଥିତ ।
(ii) ଏହାର ଉତ୍ତରରେ ସୁମେରୁ ମହାସାଗର, ପୂର୍ବରେ ଏସିଆ ମହାଦେଶ ଏବଂ ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର ଅବସ୍ଥିତ ।

୨। ଇଉରୋପର ନଦୀମାନଙ୍କ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଇଉରୋପର ଅଧିକାଂଶ ନଦୀ କ୍ଷୁଦ୍ର ହେଲେ ହେଁ ଚିରସ୍ରୋତା ଓ ସୁନାବ୍ୟା । ରାଇନ୍ ନଦୀ ଇଉରୋପର ସର୍ବପ୍ରଧାନ ନଦୀ । ଏହା ଆଲପସ୍ ପର୍ବତରୁ ବାହାରି ଜର୍ମାନୀ ଓ ନେଦରଲାଣ୍ଡ ମଧ୍ୟ ଦେଇ ଉତ୍ତର ସାଗରରେ ପଡ଼ିଅଛି ।
(ii) ଇଉରୋପର ଅନ୍ୟ ନଦୀଗୁଡ଼ିକ ମଧ୍ୟରେ ପୋ, ଟେମ୍‌, ରୁର, ଏଲ୍‌ବ, ଡାନୁବ, ଭଲ୍‌ଗା, ଡନ୍, ନିପର ଆଦି ପ୍ରଧାନ ।

୩। ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ ।
Answer:
(i) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀ ହେଲେ – ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ।

୪। ଇଉରୋପରେ ବାସ କରୁଥିବା ମୁଖ୍ୟ ବନ୍ୟପ୍ରାଣୀମାନଙ୍କର ନାମ ଲେଖ ।
Answer:
(i) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ମୁଖ୍ୟ ବନ୍ୟପ୍ରାଣୀ ହେଲା– ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, ୱାଲରସ୍ ।
(ii) ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀଗୁଡ଼ିକ ହେଲା– ଲିଙ୍କସ୍‌, ମିଙ୍କ୍, ଏରମିନ୍, ଧଳା କୋକିଶିଆଳୀ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୫। ଇଉରୋପ ମହାଦେଶର ମୁଖ୍ୟ ଦେଶଗୁଡ଼ିକର ନାମ ଲେଖ ।
Answer:
(i) ଇଉରୋପ ମହାଦେଶର ମୁଖ୍ୟ ଦେଶଗୁଡ଼ିକ ହେଲା– ଫ୍ରାନ୍ସ, ଯୁକ୍ତରାଜ୍ୟ, ସ୍ପେନ୍, ବେଲ୍‌ଜିୟମ୍, ଜର୍ମାନୀ, ପୋଲଶଣ୍ଡ, ନରୱେ, ଇଟାଲୀ, ସୁଇଜରଲ୍ୟାଣ୍ଡ ।
(ii) ରୁଷିଆ ଦେଶ ଇଉରୋପ ଓ ଏସିଆ ଉଭୟ ମହାଦେଶରେ ଅବସ୍ଥିତ ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। ଦ୍ବୀପ ଓ ଉପଦ୍ୱୀପ ।
Answer:

ଦ୍ବୀପ ଉପଦ୍ୱୀପ
(i)ଯେଉଁ ବୃହତ୍ ସ୍ଥଳଭାଗର ଚତୁର୍ଦ୍ଦିଗରେ ମହାସମୁଦ୍ର ଘେରି ରହିଥାଏ; ତାହାକୁ ଦ୍ବୀପ କୁହାଯାଏ ।
(ii) ଶ୍ରୀଲଙ୍କା ଗୋଟିଏ ଦ୍ବୀପ ଅଟେ ।
(i)ଯେଉଁ ଭୂଖଣ୍ଡର ତିନି ପଟେ ଜଳରାଶି ଘେରି ରହିଥାଏ ଏବଂ ଗୋଟିଏ ପଟେ ସ୍ଥଳଭାଗ ଥାଏ, ତାହାକୁ ଉପଦ୍ଵୀପ କୁହାଯାଏ ।
(ii) ଇଉରୋପ ମହାଦେଶ ଗୋଟିଏ ଉପଦ୍ୱୀପ ଅଟେ ।

(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ଇଉରୋପର ଅଧ୍ବବାସୀମାନେ ବେଶ୍ ଧନୀ ଓ ସମୃଦ୍ଧ ।
Answer:
(i) ଇଉରୋପ ମହାଦେଶ ଶିଳ୍ପ ସମୃଦ୍ଧ ଓ ସବୁଠାରୁ ବିକଶିତ । ଏହି ମହାଦେଶର ଅଧିକାଂଶ ଲୋକ ଶିଳ୍ପ, – ବାଣିଜ୍ୟ, ଖଣି କାର୍ଯ୍ୟରେ ନିୟୋଜିତ ।
(ii) ଏହି ମହାଦେଶର ଲୋକମାନେ କର୍ମଠ, କୁଶଳୀ ଓ ଶିକ୍ଷିତ । ତେଣୁ ସେମାନେ ବିଭିନ୍ନ କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ କରି ଉପାର୍ଜନ କରିଥାନ୍ତି । ତେଣୁ ସେମାନେ ଧନୀ ଓ ସମୃଦ୍ଧ ।

୨। ଇଉରୋପ ମହାଦେଶ ଏକ ଉପଦ୍ବୀପ ।
Answer:
(i) ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ପୂର୍ବରେ ଏସିଆ ମହାଦେଶ, ଦକ୍ଷିଣରେ ଭୂମଧ୍ଯସାଗର ଓ ଆଫ୍ରିକା ମହାଦେଶ ଏବଂ ପଶ୍ଚିମରେ ଆଣ୍ଟିକ ମହାସାଗର ଅବସ୍ଥିତ ।
(ii) ତେଣୁ ଇଉରୋପ ମହାଦେଶର ତିନିପଟେ ଜଳରାଶି ଗୋଟିଏ ପଟେ ସ୍ଥଳଭାଗ ଥିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।

(ଘ) ସଂକ୍ଷିପ୍ତ ଟିପ୍ପଣୀ ଲେଖ :
୧। ଭାଟିକାନ ସିଟି :
Answer:
(i) ଭାଟିକାନ୍ ସିଟି ପୃଥବୀର କ୍ଷୁଦ୍ରତମ ଦେଶ ।
(ii) ଏହା ଇଉରୋପ ମହାଦେଶରେ ଅବସ୍ଥିତ ।

୨। ଷ୍ଟେପ୍ :
Answer:
(i) ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥ‌ିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମିଥାଏ ।
(ii) ଏହି ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କହନ୍ତି ।

୩ । ଟାଇଗା :
Answer:
(i) ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ ।
(ii) ଏହି ଅରଣ୍ୟରେ ଓକ୍, ପାଇନ୍, ସ୍ପଶ୍ ଓ ଫିର୍ ଜାତୀୟ ବୃକ୍ଷ ଦେଖାଯାଏ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୪। ରାଇନ୍ ନଦୀ :
Answer:
(i) ରାଇନ୍ ନଦୀ ଇଉରୋପ୍‌ ସର୍ବପ୍ରଧାନ ନଦୀ ।
(ii) ଏହା ଆଲ୍‌ପସ୍ ପର୍ବତରୁ ବାହାରି ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ପ୍ରବାହିତ ହୋଇ ଉତ୍ତର ସାଗରରେ ପଡ଼ିଅଛି ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।

(୧) ରାଇନ୍ ନଦୀ _________________ ଜଳରାଶିରେ ପଡ଼ିଅଛି ।
Answer:
ଉତ୍ତର ସାଗର

(୨) ପୃଥ‌ିବୀର କ୍ଷୁଦ୍ରତମ ଦେଶ _______________ ।
Answer:
ଭାଟିକାନ୍ ସିଟି

(୩) ଇଉରୋପର ତୃଣଭୂମି ଅଞ୍ଚଳକୁ _________________ କୁହାଯାଏ ।
Answer:
ଷ୍ଟେପ୍

(୪) ଇଉରୋପର ପ୍ରଧାନ ପବତମାଳା __________________ ।
Answer:
ଆଲପସ୍

(୫) __________________ ନଦୀ ଇଉରୋପର ସର୍ବପ୍ରଧାନ ନଦୀ ।
Answer:
ରାଇନ୍

BSE Odisha 6th Class Geography Important Questions Chapter 6(f) ଇଉରୋପ

(୬) ଇଉରୋପର ଚାଷକାର୍ଯ୍ୟ ପ୍ରାୟତଃ ___________________ ସାହାଯ୍ୟରେ କରାଯାଏ ।
Answer:
ମେସିନ୍

(ଖ) ସଂକ୍ଷେପରେ ଉତ୍ତର ଦିଅ ।
୧। ଇଉରୋପର ସର୍ବପ୍ରଧାନ ନଦୀ କିଏ ?
Answer:
ରାଇନ୍ ଇଉରୋପର ସର୍ବପ୍ରଧାନ ନଦୀ ଅଟେ ।

୨। ପୃଥ‌ିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:
ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥ‌ିବୀର ସବୁଠାରୁ ସାନ ଦେଶ ।

୩ । ଷ୍ଟେପ୍ କହିଲେ କ’ଣ ବୁଝ ?
Answer:
ଇଉରୋପର ପୂର୍ବଭାଗରେ କମ୍ ବୃଷ୍ଟି ଯୋଗୁଁ ସେଠାରେ ଦେଖାଯାଉଥ‌ିବା ତୃଣଭୂମିକୁ ‘ଷ୍ଟେପ୍’ କୁହାଯାଏ ।

୪। କେଉଁ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:
ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି ।

୫। କିଏ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ ।
Answer:
ଇଉରୋପ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ ।

BSE Odisha 6th Class Geography Important Questions Chapter 6(f) ଇଉରୋପ

୬। ଇଉରୋପର ପ୍ରଧାନ ପର୍ବତମାଳା କିଏ ?
Answer:
ଆଲ୍‌ପସ୍ ଇଉରୋପର ପ୍ରଧାନ ପର୍ବତମାଳା ଅଟେ ।

(ଗ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ପ୍ରକାଶ କର ।
(୧) ଇଉରୋପର ସର୍ବପ୍ରଧାନ ନଦୀ – ରାଇନ୍
(୨) ଉଭୟ ଇଉରୋପ ଓ ଏସିଆ ମହାଦେଶ ମଧ୍ୟରେ ଥ‌ିବା ଦେଶ – ରୁଷିଆ
(୩) ପୃଥ‌ିବୀର ଷଷ୍ଠ ବୃହତ୍ତମ ଦେଶ – ଇଉରୋପ
(୪) ଇଉରୋପର ତୃଣଭୂମି ଅଞ୍ଚଳ – ଷ୍ଟେପ୍
(୫) ଏସିଆ ଓ ଇଉରୋପର ସୀମା ନିର୍ଦ୍ଧାରଣ କରୁଥ‌ିବା ପର୍ବତଶ୍ରେଣୀ – ୟୁରାଲ
(୬) ଧଳା କୋକିଶିଆଳୀ ଦେଖାଯାଉଥ‌ିବା ଅଞ୍ଚଳ – ଟାଇଗା

ତୁମ ପାଇଁ କାମ :

→ ଇଉରୋପ ମହାଦେଶର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକ ଦର୍ଶାଅ ।
(ଭଲଗା ନଦୀ, ଆଲପସ୍ ପର୍ବତମାଳା, ରୋମ୍, ମସ୍କୋ)
Answer:
( ନିଜେ କର ।)

BSE Odisha 6th Class Geography Important Questions Chapter 6(f) ଇଉରୋପ

→ ଇଉରୋପ ମହାଦେଶର ଦେଶ ଓ ସେଗୁଡ଼ିକର ରାଜଧାନୀର ନାମର ଏକ ତାଲିକା ପ୍ରସ୍ତୁତ କର ।
Answer:
BSE Odisha 6th Class Geography Important Questions Chapter 6(f) ଇଉରୋପ 1
BSE Odisha 6th Class Geography Important Questions Chapter 6(f) ଇଉରୋପ 2

Leave a Comment