BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ Textbook Exercise Questions and Answers.

BSE Odisha Class 6 Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।

(କ) ପୃଥ‌ିବୀକୁ କେତୋଟି ମଣ୍ଡଳରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ପୃଥ‌ିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଅଛି । ସେଗୁଡ଼ିକ ହେଲା – ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ଚାରିମଣ୍ଡଳ ଓ ଭୌରମଣ୍ଡଳ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ପୃଥ‌ିବୀର କେଉଁ କେଉଁ ମହାଦେଶ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:
ପୃଥ‌ିବୀର ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ମହାଦେଶ ଦ୍ଵୟ ସମ୍ପୂର୍ଣ୍ଣଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ।

(ଗ) ପୃଥ‌ିବୀରେ ମହାଦେଶଗୁଡ଼ିକର ସଂଖ୍ୟା କେତେ ? ସେଗୁଡ଼ିକର ନାମ ଲେଖ।
Answer:
ପୃଥ‌ିବୀରେ ସାତଗୋଟି ମହାଦେଶ ରହିଛି । ସେଗୁଡ଼ିକ ହେଲା – ଏସିଆ, ଇଉରୋପ, ଉତ୍ତର
ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ।

(ଘ) ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରର ନାମ ଲେଖ।
Answer:
ଭୂପୃଷ୍ଠରୁ କ୍ରମ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକର ନାମ ହେଲା – ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର, ଏକ୍ସୋସ୍ପିଅର।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୨ । ଭୌଗୋଳିକ କାରଣ ଲେଖ।

(କ) ପୃଥ‌ିବୀକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥ‌ିବୀରେ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ଆଚ୍ଛାଦିତ। ତେଣୁ ଏହାକୁ ନୀଳଗ୍ରହ କୁହାଯାଏ।

(ଖ) ପୃଥ‌ିବୀର ଉତ୍ତର ଗୋଲାର୍ଷକୁ ‘ସ୍ଥଳ ଗୋଲାର୍ଦ୍ଧ’ କୁହାଯାଏ।
Answer:
ପୃଥ‌ିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଥ‌ିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ କୁହାଯାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଜୀବମାନଙ୍କ ପାଇଁ ଜୈବମଣ୍ଡଳ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
Answer:
ପୃଥ‌ିବୀ ପୃଷ୍ଠରେ ଏହି ମଣ୍ଡଳଟି ସବୁଠାରୁ ଛୋଟ ମାତ୍ର ଗୁରୁତ୍ଵପୂର୍ଣ୍ଣ । ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଗଠିତ ଏହି ମଣ୍ଡଳଟି ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା । ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁ ଦ୍ବାରା ଜୈବମଣ୍ଡଳଟି ପରିପୁଷ୍ଟ । ମନୁଷ୍ୟ ଏହି ଜୈବମଣ୍ଡଳରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

(ଘ) ଆଟ୍‌ଲାଣ୍ଟିକ୍ ମହାସାଗର ତଟ ଦେଶରେ ଅନେକ ପୋତାଶ୍ରୟ ରହିଛି ।
Answer:
ଏହି ଆଟ୍‌ଲାଣ୍ଟିକ୍ ମହାସାଗରର ତଟଦେଶ ଅତ୍ୟନ୍ତ ଦନ୍ତୁରିତ ହୋଇଥିବାରୁ ଏହାର ତଟଦେଶରେ ଅଧ୍ୟା ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦର ଦେଖାଯାଏ । ଏହା ବାଣିଜ୍ୟ କାରବାରରେ ସହାୟକ ହୋଇଥାଏ।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୩। ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ନିର୍ଦ୍ଧାରଣ କର।

(କ) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?
(୧) ୮୮୪୮ ମିଟର
(୨) ୮୮୮୪ ମିଟର
(୩) ୮୪୮୮ ମିଟର
(୪) ୮୮୮୮ ମିଟର
Answer:
(୧) ୮୮୪୮ ମିଟର

(ଖ) ପୃଥ‌ିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?
(୧) ୦.୩ ଭାଗ
(୨) ୦.୦୩ ଭାଗ
(୩) ୩ ଭାଗ
(୪) ୦.୦୦୩ ଭାଗ
Answer:
(୨) ୦.୦୩ ଭାଗ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଭୂ-ପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ ?
(୧) ୩ /୪
(୨) ୧/୩
(୩) ୨/୩
(୪)୧/୨
Answer:
୧/୪ (ପୁସ୍ତକସ୍ଥ ପ୍ରଶ୍ନପତ୍ରରେ ତ୍ରୁଟି ଅଛି ।)

(ଘ) ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧ‌ିକ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ ?
(୧) ଅମ୍ଳଜାନ
(୨) ଅଙ୍ଗାରକାମ୍ଳ
(୩) ଆର୍‌ଗନ୍
(୪) ଯବକ୍ଷାରଜାନ
Answer:
(୨) ଅଙ୍ଗାରକାମ୍ଳ

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

୪। ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନଗୁଡ଼ିକ ପୂରଣ କର।

(କ) ପୃଥ‌ିବୀର ଗଭୀରତମ ଖାତ ____________ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ।
Answer:
ମାରିଆନା

(ଖ) ଗୋଟିଏ ଦେଶ ନାମରେ ନାମିତ ମହାସାଗରଟିର ନାମ ____________।
Answer:
ଭାରତ ମହାସାଗର

(ଗ) ପୃଥ‌ିବୀର ବୃହତ୍ତମ ମହାସାଗର _____________ ଅଟେ।
Answer:
ପ୍ରଶାନ୍ତ ମହାସାଗର

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ __________ ଅଟେ।
Answer:
ଏଭେରେଷ୍ଟ

୫। ସଂକ୍ଷିପ୍ତ ଟିପ୍ପଣୀ ଲେଖ।

(କ) ଜଳୀୟ ଗ୍ରହ
Answer:
ପୃଥ‌ିବୀରେ ଶତକଡ଼ା ୭୧ ଭାଗ ଜଳ ରହିଥ‌ିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।

(ଖ) ଜୈବମଣ୍ଡଳ
Answer:
ବଡ଼ ବଡ଼ ପ୍ରାଣୀଠାରୁ ଆରମ୍ଭ କରି ଅତି କ୍ଷୁଦ୍ର ଏକକୋଷୀ ପ୍ରାଣୀ,ବିରାଟ ଦ୍ରୁମଠାରୁ ଆରମ୍ଭ କରି କ୍ଷୁଦ୍ର ଗୁଳ୍ମଲତା ପର୍ଯ୍ୟନ୍ତ ଉଭିଦସମୂହ ଏହି ଜୈବମଣ୍ଡଳରେ ଅନ୍ତର୍ଭୁକ୍ତ। ଏହି ମଣ୍ଡଳଟି ଜୀବଜଗତରେ ଧାରଣ ଓ ପୋଷଣ କର୍ତ୍ତା ଭୂପୃଷ୍ଠର ଜଳ, ମୃତ୍ତିକା ଓ ବାୟୁଦ୍ୱାରା ଏହା ପରିପୁଷ୍ଟ। ମନୁଷ୍ୟ ଏହି ଜୈବମଣ୍ଡଳର ମୁଖ୍ୟ ଭୂମିକା ଗ୍ରହଣ କରିଛି।

BSE Odisha 6th Class Geography Solutions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ପରିସଂସ୍ଥା
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀ ( ପ୍ରାଣୀ ଓ ଉଦ୍ଭିଦମାନଙ୍କୁ) ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ, ତାହାକୁ ପରିସଂସ୍ଥା କୁହାଯାଏ।

(ଘ) ଅଶ୍ମମଣ୍ଡଳ
Answer:
ପୃଥ‌ିବୀର ଅଶ୍ମମଣ୍ଡଳଟି ଭୂତ୍ଵକର ବିଭିନ୍ନ ଶିଳା ଓ ମୃତ୍ତିକା ସ୍ତରକୁ ନେଇ ଗଠିତ। ଭୂପୃଷ୍ଠରେ ଥ‌ିବା ବିଭିନ୍ନ ପ୍ରାଣୀ ଓ ଉଭିଦମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ। ଏହି ମଣ୍ଡଳଟି ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ର ତଳକୁ ନେଇ ଗଠିତ।

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 5 ପୃଥିବୀର ମଣ୍ଡଳସମୂହ

  • ଜୀବଜଗତର ଚଳପ୍ରଚଳ ଆଦି କାର୍ଯ୍ୟ ପାଇଁ ଆବଶ୍ୟକ ଏକ କଠିନ ଶିଳା ବା ମୃତ୍ତିକାର ସ୍ତର ହେଉଛି ଅଶ୍ମମଣ୍ଡଳ ଦ୍ୱାରା ଉପଲବ୍‌ଧ ହୋଇପାରିଛି। ପୃଥ‌ିବୀର ଚତୁଃପାର୍ଶ୍ବରେ ଏକ ବାୟୁମଣ୍ଡଳ ଘେରି ରହିଛି। ଭୂପୃଷ୍ଠର ପ୍ରାୟ ତିନି-ଚତୁର୍ଥାଂଶ ଜଳଭାଗଦ୍ବାରା ବେଷିତ। ଏହା ପୃଥ‌ିବୀର ବାରିମଣ୍ଡଳ।
  • ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ଉପାଦାନଗୁଡ଼ିକୁ ଆଧାର କରି ଜୈବମଣ୍ଡଳ ଗଠିତ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ପୃଥ‌ିବୀର ସାତୋଟି ମହାଦେଶର ନାମ ହେଲା – ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ, ଅଷ୍ଟ୍ରେଲିଆ।
  • ଉତ୍ତର ଗୋଲାର୍ଦ୍ଧରେ ଅଧୂକ ସ୍ଥଳଭାଗ ଥିବାରୁ ଏହାକୁ ସ୍ଥଳ ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକାଂଶ ଜଳଭାଗ ଥିବାରୁ ଏହାକୁ ଜଳ ଗୋଲାଈଁ କୁହାଯାଏ।
  • ପୃଥ‌ିବୀରେ ଜଳର ପରିମାଣ ବହୁତ ଅର୍ଧକ ହୋଇଥିବାରୁ ଏହା ମଧ୍ୟ ଜଳୀୟ ଗ୍ରହ ଓ ନୀଳ ଗ୍ରହ ରୂପେ ପରିଚିତ।
  • ଜଳରାଶି ଚଳନଶୀଳ। ଏହାର ତିନିପ୍ରକାର ଗତ ଅଛି; ଯଥା – ଢେଉ, ଜୁଆର ଓ ସାମୁଦ୍ରିକ ସ୍ରୋତ।
  • ପୃଥ‌ିବୀର ୪ଟି ମହାସାଗର ମୁଖ୍ୟତଃ ରହିଅଛି। ସେଗୁଡ଼ିକ ହେଲା– ପ୍ରଶାନ୍ତ ମହାସାଗର, ଆଟ୍‌ଲାଷ୍ଟିକ୍ ମହାସାଗର, ଭାରତ ମହାସାଗର ଓ ସୁମେରୁ ମହାସାଗର।
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତମ ମହାସାଗର। ଆଟ୍‌ଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ଆକୃତି ଇଂରାଜୀ ଅକ୍ଷର S ଆକାରର। ଭାରତ ମହାସାଗର ଭାରତ ନାମରେ ନାମିତ ଏବଂ ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ। ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧର ଉତ୍ତରମେରୁକୁ କେନ୍ଦ୍ରକରି ସମେରୁ ମହାସାଗର ରହିଅଛି।
  • ପୃଥ‌ିବୀର ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ପୃଥିବୀପୃଷ୍ଠରୁ ଉପରକୁ କ୍ରମ ଅନୁସାରେ ସ୍ତରଗୁଡ଼ିକ ହେଲା ଟ୍ରପୋସ୍ପିଅର, ଷ୍ଟ୍ରାଟୋସ୍ପିଅର, ମେସୋସ୍ପିଅର, ଥର୍ମୋସ୍ପିଅର ଏବଂ ଏକ୍ସୋସ୍ପିଅର। ବାୟୁରେ ଯବକ୍ଷାରଜାନ ଶତକଡା ୭୮ ଭାଗ ଥିବାବେଳେ ଅମ୍ଳଜାନ ଶତକଡ଼ା ୨୧ ଭାଗ ରହିଛି। ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ମାତ୍ର ଶତକଡ଼ା ୦.୦୩ ଭାଗ।
  • ବାୟୁମଣ୍ଡଳରେ ପ୍ରବାହିତ ହେଉଥ‌ିବା ବାୟୁକୁ ପବନ କୁହାଯାଏ। ବାୟୁ ପ୍ରବାହ ଅନୁଯାୟୀ ପବନର ଦିଗ ନିଶ୍ଚୟ କରାଯାଇଥାଏ।
  • ପୃଥ‌ିବୀ ପୃଷ୍ଠରେ ଥ‌ିବା ଜୀବଜନ୍ତୁ, ବୃକ୍ଷଲତା ଆଦିକୁ ନେଇ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳର ସମ୍ମିଶ୍ରଣକୁ ଜୈବମଣ୍ଡଳ କୁହାଯାଏ। ସମସ୍ତ ସଜୀବ ପଦାର୍ଥକୁ ମୁଖ୍ୟତଃ ପ୍ରାଣୀଜଗତ ଓ ଉଭିଦଜଗତ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି।
  • ପ୍ରାକୃତିକ ଦୁର୍ବିପାକ ଅଶମଣ୍ଡଳ ଉପରିଭାଗରେ ବହୁତ ପରିବର୍ତ୍ତନ ଆଣିଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ତହିଁରୁ ନିର୍ଗତ ଦୂଷିତ ପଦାର୍ଥ ସମୁଦ୍ର, ହ୍ରଦ, ନଦୀ, ଆଦିର ଜଳକୁ ଦୂଷିତ କରିଥାଏ।
  • କଳକାରଖାନା, ତାପଜ ଶକ୍ତି କେନ୍ଦ୍ର ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରେ ଓ ଅଙ୍ଗାରକାମ୍ଳର ପରିମାଣ ବଢ଼ାଇଥାଏ। ଫଳରେ ପୃଥ‌ିବୀର ତାପମାତ୍ରା ବୃଦ୍ଧି ଘଟେ। ଏହାକୁ ଭୂଗୋଲକୀୟ ଉଷତା ବୃଦ୍ଧି କୁହାଯାଏ।
  • ଭୂଗୋଲକୀୟ ଉଷ୍ମତା ବୃଦ୍ଧି ଫଳରେ ପୃଥ‌ିବୀର ବାୟୁମଣ୍ଡଳ ତଥା ବାରିମଣ୍ଡଳରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଥାଏ। ଏହା ସମଗ୍ର ବିଶ୍ବରେ ଥ‌ିବା ବରଫ ରାଶି ତରଳିବାରେ ସାହାଯ୍ୟ କରେ ଫଳରେ ଜଳରାଶିର ପତନ ବୃଦ୍ଧି ପାଇ ମହାପ୍ଲାବନ ସୃଷ୍ଟି ହୋଇପାରେ। ଏଥରେ ପରିବେଶ, ପରିସଂସ୍ଥା ତଥା ସମଗ୍ର ପୃଥ‌ିବୀର ସୁରକ୍ଷିତ ରହିବା ସମ୍ଭବ ନହେଁ।

Leave a Comment