Odisha State Board BSE Odisha 6th Class History Important Questions Chapter 1 ଇତିହାସ ବିଷୟରେ ଧାରଣା Important Questions and Answers.
BSE Odisha Class 6 History Important Questions Chapter 1 ଇତିହାସ ବିଷୟରେ ଧାରଣା
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ଇତିହାସର ଅର୍ଥ କ’ଣ ? ଇତିହାସ ପଠନର ଉପାଦେୟତା କ’ଣ ଉଲ୍ଲେଖ କର ।
Answer:
- ଇତହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରେ । ଇତିହାସ ପଠନଦ୍ୱାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାଗୁଡ଼ିକୁ ଜାଣିପାରୁ । ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ । ତେଣୁ ଅତୀତକୁ ଆମେ ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା ।
- ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖ ଶାନ୍ତିରେ ରହିବାପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରୁଥିଲା, ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ ଦରକାରୀ ହୋଇପାରେ । ଅତୀତର ସେହି ଉପାୟମାନଙ୍କ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ ।
- ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ଯେଉଁଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକୁ ଗ୍ରହଣ କରିପାରିବ । ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ଆମର ସହାୟକ ହୋଇଥାଏ ।
- ଇତିହାସ ପଠନଦ୍ୱାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ଵାସ ପ୍ରତି ଅବଗତି ରହୁ । ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ଚେଷ୍ଟା କରିବା । ତେଣୁ ଇତିହାସ ପଠନ ଆମ ପାଇଁ ନିହାତି ଆବଶ୍ୟକ ।
୨ । ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
- ସମୟ ଅନୁସାରେ ଇତିହାସକୁ ତିନିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା— (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
- ବହୁ ପୁରାତନ କାଳରେ ଲୋକମାନେ ଲେଖିପଢ଼ି ଜାଣିନଥିଲେ । ତେଣୁ ସେ ସମୟର ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଲିଖ୍ ଆକାରରେ ମିଳିନଥାଏ । ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଦ୍ବାରା ସେ କାଳର ଇତିହାସ ଜଣାଯାଇଥାଏ ।
- ମନୁଷ୍ୟ ଲେଖ୍ ଶିଖ୍ପରେ ବିଭିନ୍ନ ଘଟଣାକୁ ନିଜର ଲେଖାଦ୍ଵାରା ପ୍ରକାଶ କଲା । ଏହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ ।
- ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦି ଉପରେ ଲେଖାରିଲା । ଏହି ଲେଖାରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ବିଷୟରେ ଅନେକ ସୂଚନା ମିଳିଥାଏ । ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।
୩ । ଇତିହାସ ଜାଣିବାପରେ ପୁରାତନ ସାହିତ୍ୟ ଆମକୁ କିପରି ସାହାଯ୍ୟ କରିଥାଏ, କାରଣ ସହ ଉଲ୍ଲେଖ କର ।
Answer:
- ଅତୀତର ବିଭିନ୍ନ ଘଟଣା ଜାଣିବାପରେ ପୁରାତନ ସାହିତ୍ୟ ଆମକୁ ଅନେକ ସାହାଯ୍ୟ କରିଥାଏ । ଏହି ସାହିତ୍ୟିକ ଉପାଦାନକୁ ଯଥାକ୍ରମେ ଧର୍ମ ସମ୍ବନ୍ଧୀୟ ସାହିତ୍ୟ, ଐହିକ ସାହିତ୍ୟ ଓ ବୈଦେଶିକ ବିବରଣୀ ରୂପେ ବିଭକ୍ତ କରାଯାଇପାରେ । ଧର୍ମ ବିଷୟରେ ଆଲୋଚିତ ଗ୍ରନ୍ଥଗୁଡ଼ିକୁ ଧର୍ମ ସମ୍ବନ୍ଧୀୟ ସାହିତ୍ୟ କୁହାଯାଏ । ବେଦ, ଉପନିଷଦ, ପୁରାଣ, ମହାଭାରତ ଓ ରାମାୟଣ ଆଦି ଗ୍ରନ୍ଥରୁ ଅତୀତର ଧର୍ମ, ସାମାଜିକ ବ୍ୟବସ୍ଥା ଏବଂ ରାଜନୈତିକ ଅବସ୍ଥା ବିଷୟରେ ଅନେକ କଥା ଜଣାପଡ଼େ ।
- ଧର୍ମ ସମ୍ବନ୍ଧୀୟ ସାହିତ୍ୟ ବ୍ୟତୀତ ପ୍ରାଚୀନ କାଳରେ ଅନେକ ସାହିତ୍ୟ ରଚନା କରାଯାଇଥିଲା । ସେଗୁଡ଼ିକୁ ଐହିକ ସାହିତ୍ୟ କୁହାଯାଏ । ଏସବୁ ମଧ୍ୟରେ ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖ୍ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତ ଇତ୍ୟାଦିରୁ ସେହି ସମୟର ସମାଜ, ରୀତିନୀତି, ଶାସନପ୍ରଣାଳୀ ଓ ଅର୍ଥନୀତି ଆଦି ବିଷୟରେ ଅନେକ ତଥ୍ୟ ମିଳିଥାଏ ।
- ପ୍ରାଚୀନ କାଳରେ ଅନେକ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣରେ ଆସି ସେ ସମୟରେ ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଅନେକ କଥା ସେମାନଙ୍କ ଭ୍ରମଣ ବିବରଣୀରେ ଲେଖାଇଛନ୍ତି ।
- ଏସବୁ ପରିବ୍ରାଜକମାନଙ୍କ ମଧ୍ୟରେ ମେଘାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ-ଜାଙ୍ଗୁ, ଆଲ୍ବେରୁଣୀ, ଇବବତ୍ରୁତା ଆଦି ଅନ୍ୟତମ ।
୪ । ପ୍ରତ୍ନତାତ୍ତ୍ଵିକ ଉପାଦାନଗୁଡ଼ିକ ଇତିହାସ ଜାଣିବାରେ କିପରି ସହାୟକ ହୁଏ ଉଲ୍ଲେଖ କର ।
Answer:
- ପ୍ରତ୍ନତାତ୍ତ୍ଵିକ ଉପାଦାନଗୁଡ଼ିକ ଚାରିଭାଗରେ ବିଭକ୍ତ । ଯଥା – (କ) ଖୋଦିତ ଲିପି, (ଖ) କୀର୍ତ୍ତି ଓ କଳାକୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା । ଖୋଦିତ ଲିପି ବା ଲେଖା – ଅତୀତର ବିଭିନ୍ନ ଘଟଣା, କାର୍ଯ୍ୟକଳାପ, ଶାସନ ପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଇତ୍ୟାଦି ମାଟିର ଟାଇଲ୍ ଓ ଇଟା, ତମ୍ବା ପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମନ୍ଦିର କାନ୍ଥ,ପଥର, ଗଛର ପତ୍ର ଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା । ସେହିସବୁ ଅତୀତର ଲେଖାମାନ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ ।
- କୀର୍ତ୍ତି ଓ କଳାକୃତି – ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି ଯଥା – ମନ୍ଦିର, ଦୁର୍ଗ, ରାଜପ୍ରସାଦ, ସ୍ତୁପ ଓ ମଠ ଇତ୍ୟାଦି ଦେଖାଯାଏ । ଏସବୁର ନିର୍ମାଣ ସମୟ ଓ ନିର୍ମାଣ କୀର୍ତ୍ତି ବିଷୟରେ ଆମେ ଜାଣିପାରୁ । ଏସବୁର ସେତେବେଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ ।
- ଭୌତିକ ଅବଶେଷ – ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମାଟିପାତ୍ର, ଧାତୁପାତ୍ର, ହାତ ହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତ୍ତି ଇତ୍ୟାଦି ମିଳିଥାଏ । ଏଗୁଡ଼ିକରୁ ଅତୀତର ଅନେକ ବିଷୟ ଜଣାପଡେ ।
- ମୁଦ୍ରା – ଇତିହାସ ଜାଣିବାରେ ପ୍ରାଚୀନ ମୁଦ୍ରା ବିଶେଷ ଭାବରେ ସାହାଯ୍ୟ କରିଥାଏ । ଏହା କେବେ କେଉଁ ଶାସକଙ୍କ ଦ୍ବାରା ପ୍ରଚଳିତ ହୋଇଥିଲା, ସେହି ସମୟରେ ରାଜ୍ୟର ଅର୍ଥନୀତି, ବେପାର ବଣିଜ ରାଜ୍ୟର ସଂସ୍କୃତି ଇତ୍ୟାଦି ଅନେକ ତଥ୍ୟ ପ୍ରାଚୀନ ମୁଦ୍ରା ଗୁଡ଼ିକରୁ ମିଳିଥାଏ ।
୫ । ଭାରତର ପାର୍ବତ୍ୟ ଅଞ୍ଚଳ କିପରି ଭାରତ ଇତିହାସକୁ ପ୍ରଭାବିତ କରିଛି ?
Answer:
- ଭାରତର ଉତ୍ତର ସୀମାରେ ହିମାଳୟ ପର୍ବତଶ୍ରେଣୀ କେନ୍ଦ୍ର ଏସିଆଠାରୁ ଭାରତକୁ ପୃଥକ କରୁଅଛି । ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଜଳ ସମ୍ପଦରେ ପରିପୂର୍ଣ ହୋଇ ଏହି ଅଞ୍ଚଳକୁ କୃଷି ଉପଯୋଗୀ କରିପାରିଛି ।
- ଅତ୍ୟଚ୍ଚ ହିମାଳୟ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତକୁ ପ୍ରବେଶ କରିବା କଷ୍ଟକର ହୋଇଥିଲେ ମଧ୍ୟ ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତେକ ସଂକୀର୍ଣ୍ଣ ଗିରିପଥ ରହିଛି ଯେଉଁ ବାଟ ଦେଇ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି । ସେମାନେ ଆସିବା ଫଳରେ ସେହି ଦେଶଣ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦିଦ୍ୱାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି ।
- ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥିବାରୁ ସେହି ଅଞ୍ଚଳରେ ଘନ ଜଙ୍ଗଲପୂର୍ଣ ହୋଇ ଭାରତର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟରେ ସହାୟତା ହେଉଛି ।
- ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ମୁଭିକା ଅନୁର୍ବର କିନ୍ତୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହୋଇଛି ।
୬ । ସମତଳ ଅଞ୍ଚଳ କେଉଁସବୁ ଦୃଷ୍ଟିରୁ ବିକାଶ ଲାଭ କରିଥିଲା ?
Answer:
- ଭାରତର ପଶ୍ଚିମ ପାର୍ଶ୍ଵରେ ଆରବ ସାଗର ଓ ପୂର୍ବ ପାର୍ଶ୍ବରେ ବଙ୍ଗୋପସାଗରର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ । ପଶ୍ଚିମ ଉପକୂଳର ସମତଳ ଅଞ୍ଚଳଠାରୁ ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ । ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଗୁଜରାଟ ଠାରୁ କେରଳ ପର୍ଯ୍ୟନ୍ତ ଏବଂ ପୂର୍ବ ଉପକୂଳସ୍ଥ ସମତଳଭୂମି ଓଡିଶାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ।
- ସାବରମତୀ, ମାହୀ, ନର୍ମଦା, ତାପ୍ତି ଆଦି ନଦୀଗୁଡ଼ିକର ପଟୁମାଟି ଦ୍ଵାରା ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି ଗଠିତ ହୋଇଛି ।
- ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀଗୁଡ଼ିକର ପଟୁମାଟି ଦ୍ଵାରା ପୂର୍ବ ଉପକୂଳସ୍ଥ ସମତଳ ଅଞ୍ଚଳ ଗଠିତ ହୋଇଛି ।
- ସମୁଦ୍ର ଉପକୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ଅଧିକ ଉପଯୋଗୀ । ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢି ଉଠିଥିଲା । ଫଳରେ ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା । ଏହିସବୁ କାରଣ ଯୋଗୁଁ ଭାରତର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ସବୁ କ୍ଷେତ୍ରରେ ବିକାଶ ଲାଭ କରିଥିଲା ।
୭ । ଜଙ୍ଗଲ କିଭଳି ଭାରତର ପ୍ରାକୃତିକ ବିଭାଗକୁ ପ୍ରଭାବିତ କରିଛି ?
Answer:
- ଭାରତର ଉତ୍ତର ସୀମାରେ ଥିବା ହିମାଳୟ ପାର୍ବତ୍ୟ ଅଞ୍ଚଳର ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ଵରେ ପ୍ରଚୁର ବୃଷ୍ଟିପାତ ହେଉଥିବା ଯୋଗୁଁ ଏହିସବୁ ଅଞ୍ଚଳରେ ଘଞ୍ଚ ଅରଣ୍ୟ ଦେଖାଯାଏ ।
- ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର କେତେକ ଅଞ୍ଚଳରେ ଅରଣ୍ୟ ଦେଖାଯାଏ ।
- ଅରଣ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏହି ଅଞ୍ଚଳର ଲୋକମାନେ ବାସ କରନ୍ତି ।
- ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ ସଭ୍ୟତାର ବିଶେଷକରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା । ଏହିପରି ଭାବରେ ଜଙ୍ଗଲ ଭାରତର ପ୍ରାକୃତିକ ବିଭାଗକୁ ପ୍ରଭାବିତ କରିଛି ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ମନୁଷ୍ୟର ସୃଷ୍ଟି ସମ୍ବନ୍ଧରେ ଦୁଇଟି ବାକ୍ୟରେ ଲେଖ ।
Answer:
- ଆଜିକୁ ପ୍ରାୟ ପନ୍ଦରଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ।
- ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୃଥିବୀ ପୃଷ୍ଠରେ ସେହି ପ୍ରକାର ନୃବାନର ନାହାନ୍ତି ।
୨ । ପୃଥିବୀରେ କେତେ ପ୍ରକାର ନୃ-ବାନର ଦେଖାଯାଆନ୍ତି ? ସେଗୁଡ଼ିକ କ’ଣ ?
Answer:
- ପୃଥିବୀରେ ଚାରି ପ୍ରକାର ନ୍ନ-ବାନର ଦେଖାଯାଆନ୍ତି ।
- ସେମାନ ହେଲେ – ଗରିଲା, ସିମ୍ପାଞ୍ଜି, ଓରାଙ୍ଗ ଓଟାଙ୍ଗ୍ ଓ ଗିବନା ।
୩ । ପ୍ରାକ୍-ଐତିହାସିକ ଯୁଗ କାହାକୁ କହନ୍ତି ?
Answer:
- ବହୁ ପୁରାତନ କାଳରେ ଲୋକମାନେ ଲେଖୁ ଜାଣିନଥିଲେ । ତେଣୁ ସେ ସମୟର ଘଟଣାବଳୀ ପ୍ରତ୍ନତାତ୍ତ୍ଵିକ ଖନନରୁ ଜଣାପଡ଼େ ।
- ବିଭିନ୍ନ ପ୍ରକାର ମାଟିପାତ୍ର, ଅଳଙ୍କାର, ହାତହତିଆର ଓ ଅସ୍ଥିକଙ୍କାଳରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ବହୁ ତଥ୍ୟ ଜାଣିହୁଏ । ତେଣୁ ଏହି ଯୁଗକୁ ପ୍ରାକ-ଐତିହାସିକ ଯୁଗ କୁହାଯାଏ ।
୪ । ଆଦ୍ୟ ଐତିହାସିକ ଯୁଗ କାହାକୁ କୁହାଯାଏ ? ଏହି ସଭ୍ୟତା କେଉଁଠି ଗଠିତ ଉଠିଥିଲା ?
Answer:
- ମନୁଷ୍ୟ ଲେଖୁ ଶିଖୁବାପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖାଦ୍ୱାରା ପ୍ରକାଶ କରିପାରିଲା, ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ ।
- ସିନ୍ଧୁ ନଦୀ କୂଳରେ ଏହି ସମୟରେ ଏକ ସଭ୍ୟତା ଗଢ଼ି ଉଠିଥିଲା ।
୫। ଐହିକ ସାହିତ୍ୟ କ’ଣ ? ଏଥୁରୁ କ’ଣ ଜଣାଯାଏ ?
Answer:
- ପ୍ରାଚୀନ କାଳରେ ରଚିତ ସାହିତ୍ୟ ରଚନାବଳୀକୁ ଐହିକ ସାହିତ୍ୟ କୁହାଯାଏ ।
- ଏଗୁଡ଼ିକ ହେଲା– ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖ୍ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତଂ ଇତ୍ୟାଦି । ଏଗୁଡ଼ିକରୁ ସେହି ସମୟର ସମାଜ, ରୀତିନୀତି, ଶାସନପ୍ରଣାଳୀ ଓ ଅର୍ଥନୀତି ସମ୍ବନ୍ଧରେ ବହୁ ତଥ୍ୟ ଜଣାଯାଏ ।
୬। ସାହିତ୍ୟିକ ଉପାଦାନକୁ କେତେଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:
- ସାହିତ୍ୟିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି ।
- ସେଗୁଡ଼ିକ ହେଲେ – ଧର୍ମ ସମ୍ବନ୍ଧୀୟ ସାହିତ୍ୟ, ଐହିକ ସାହିତ୍ୟ ଓ ବୈଦେଶିକ ବିବରଣୀ ।
୭ । ପ୍ରତ୍ନତାତ୍ତ୍ଵିକ ଉପାଦାନକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:
- ପ୍ରତ୍ନତାତ୍ତ୍ଵିକ ଉପାଦାନକୁ ଚାରିଭାଗରେ ବିଭକ୍ତ କରାଯାଇଛି ?
- ଯଥା – ଖୋଦିତ ଲେଖା ବା ଲିପି, କୀର୍ତ୍ତି ଓ କଳାକୃତି, ଭୌତିକ ଅବଶେଷ ଓ ମୁଦ୍ରା ।
୮ । ଧର୍ମ ସାହିତ୍ୟ କ’ଣ ? ଏଥୁରୁ କ’ଣ ଜଣାପଡ଼େ ?
Answer:
- ଯେଉଁ ଗ୍ରନ୍ଥ ଗୁଡ଼ିକରେ ଧର୍ମ ବିଷୟରେ ଆଲୋଚନା କରାଯାଇଥାଏ, ସେଗୁଡ଼ିକୁ ଧର୍ମ ସାହିତ୍ୟ କୁହାଯାଏ ।
- ବେଦ, ଉପନିଷଦ, ପୁରାଣ, ମହାଭାରତ ଓ ରାମାୟଣ ଇତ୍ୟାଦିରୁ ଅତୀତର ଧର୍ମ, ସାମାଜିକ ବ୍ୟବସ୍ଥା ଓ ରାଜନୈତିକ ଅବସ୍ଥା ବିଷୟରେ ଅନେକ କଥା ଜଣାପଡ଼େ ।
୯ । ଆମ ଦେଶର ଐତିହାସିକ କୀର୍ତ୍ତିଗୁଡ଼ିକ କ’ଣ ? ଏଗୁଡ଼ିକ କେଉଁ ତଥ୍ୟ ପ୍ରଦାନ କରିଥାଏ ?
Answer:
- ଆମ ଦେଶର ଐତିହାସିକ କୀର୍ତ୍ତିଗୁଡ଼ିକ ହେଲା – ମନ୍ଦିର, ଦୁର୍ଗ, ରାଜପ୍ରାଦାନ, ସ୍ତୂପ ଓ ମଠ ଇତ୍ୟାଦି । ଏସବୁରୁ ନିର୍ମାଣ ସମୟ ଓ ନିର୍ମାଣ କୀର୍ତ୍ତି ବିଷୟରେ ଜଣାଯାଏ ।
- ଏହାଛଡ଼ା ଏସବୁରୁ ମଧ୍ୟ ସେହି ସମୟର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ ।
୧୦ । ପ୍ରାଚୀନ ମୁଦ୍ରାରୁ କ’ଣ ଜଣାପଡ଼େ ?
Answer:
- ପ୍ରାଚୀନ ମୁଦ୍ରା ଆମକୁ ଇତିହାସ ଜାଣିବାରେ ସାହାଯ୍ୟ କରିଥାଏ ।
- ଏହା କେବେ ଓ କେଉଁ ଶାସକଙ୍କ ଦ୍ବାରା ପ୍ରଚଳିତ ହୋଇଥିଲା, ସେହି ସମୟର ରାଜ୍ୟର ଅର୍ଥନୀତି, ବେପାର ବଣିଜ ଓ ରାଜ୍ୟର ସଂସ୍କୃତି ସମ୍ପର୍କରେ ବହୁ ସୂଚନା ପ୍ରଦାନ କରିଥାଏ ।
୧୧ । ଅତୀତର ଲେଖାଗୁଡ଼ିକ ଆମ ଦେଶର କେଉଁ ସ୍ଥାନରେ ଓ କେଉଁ ପାଶ୍ଚାତ୍ୟ ଦେଶମାନଙ୍କରେ ଦେଖିବାକୁ ମିଳିଥାଏ ?
Answer:
- ଆମ ରାଜ୍ୟର ଭୂବନେଶ୍ଵର ନିକଟବର୍ତ୍ତୀ ଧଉଳିପାହାଡ଼, ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ପ୍ରାୟ ୨୨ ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।
- ଏହାଛଡ଼ା ପାଶ୍ଚାତ୍ୟ ଦେଶର ଇରାନ୍, ଇରାକ୍, ମିଶର, ଚୀନ, ଗ୍ରୀସ୍ ଆଦି ଦେଶ ବିଭିନ୍ନ ସ୍ଥାନରେ ଅତୀତର ଲେଖାମାନ ଦେଖିବାକୁ ମିଳିଥାଏ ।
୧୨ । କେଉଁ ବୈଦେଶିକ ପରିବ୍ରାଜକମାନେ ଭାରତ ଭ୍ରମଣରେ ଆସିଥିଲେ ?
Answer:
- ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରେ ମେଘାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ୍- ଜାଙ୍ଗ୍, ଆଲ୍ବେରୁଣୀ, ଇବନ୍ ବତୁତା ଆଦି ଅନ୍ୟତମ ।
- ସେମାନଙ୍କ ବିବରଣୀରୁ ଆମେ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିବାକୁ ପାଇଥାଉ ।
୧୩ । ଭୌତିକ ଅବେଶଷରୁ ଆମେ କ’ଣ ଜାଣିବାକୁ ପାଉ ?
Answer:
- ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମାଟିପାତ୍ର, ଧାତୁପାତ୍ର, ହାତହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତ୍ତି ଇତ୍ୟାଦି ମିଳିଥାଏ ।
- ଏଗୁଡ଼ିକୁ ଅନୁଧ୍ୟାନ କଲେ ଆମେ ଅତୀତର ଅନେକ ବିଷୟ ଜାଣିବାକୁ ପାଉ ।
୧୪ । ଭାରତର ଦକ୍ଷିଣ ଭାଗରେ ଥିବା ପାର୍ବତ୍ୟ ଅଞ୍ଚଳ ବିଷୟରେ ଲେଖ ।
Answer:
- ଦକ୍ଷିଣ ଭାରତ ମାଳଭୂମିର ପୂର୍ବ ପାର୍ଶ୍ବରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମ ପାର୍ଶ୍ବରେ ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ । ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ।
- ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥିବାରୁ ଏହା ଘନ ଜଙ୍ଗଲରେ ପୂର୍ଣ୍ଣ । ଏହାଛଡ଼ା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ମୃତ୍ତିକା ଅନୁର୍ବର କିନ୍ତୁ ଖଣିଜ ସମ୍ପଦରେ ପରିପୂର୍ଣ ।
୧୫ । ଭାରତକୁ ଏକ ଉପଦ୍ଵୀପ ବୋଲି କାହିଁକି କୁହାଯାଇଛି ?
Answer:
- ଭାରତ ଏସିଆ ମହାଦେଶର ଦକ୍ଷିଣ ଉପକୂଳର ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ । ଭାରତର ଦକ୍ଷିଣ ଭାଗକୁ ତିନିଦିଗରେ ସମୁଦ୍ର ଘେରି ରହିଛି ।
- ତେଣୁ ଭାରତକୁ ଏକ ଉପଦ୍ଵୀପ ବୋଲି କୁହାଯାଇଛି ।
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଇତିହାସ କାହାକୁ କୁହାଯାଏ ?
Answer:
ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତିକୁ ଇତିହାସ କୁହାଯାଏ ।
୨ । ଇତିହାସ ଶବ୍ଦଟି କେଉଁଠାରୁ ଆସିଛି ?
Answer:
ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ହିଷ୍ଟୋ’ରୁ ଆସିଛି ।
୩ । ‘ହିଷ୍ଟୋ’ ଶବ୍ଦର ଅର୍ଥ କ’ଣ ?
Answer:
‘ହିଷ୍ଟୋ’ ଶବ୍ଦର ଅର୍ଥ ‘ଅତୀତ ବିଷୟରେ ଜାଣିବା’ ।
୪। କେଉଁ ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ?
Answer:
ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ ।
୫ । ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ସମୟ ଅନୁସାରେ ଇତିହାସକୁ ତିନିଭାଗରେ ବିଭକ୍ତ କରାଯାଇଛି ।
୬ । ଆଲେକ୍ଜାଣ୍ଡାର କେଉଁ ଦେଶର ରାଜା ଥିଲେ ?
Answer:
ଆଲେକ୍ଜାଣ୍ଡାର ଗ୍ରୀସ୍ ଦେଶର ରାଜା ଥିଲେ ।
୭ । ସେତେବେଳେ ଭାରତର ଉତ୍ତର-ପଶ୍ଚିମ ପଟେ କେଉଁ ଦୁଇଜଣ ବିଖ୍ୟାତ ରାଜା ଥିଲେ ?
Answer:
ସେତେବେଳେ ଭାରତର ଉତ୍ତର-ପଶ୍ଚିମ ପଟେ ଅମ୍ବୀ ଓ ପୁରୁ ନାମରେ ଦୁଇଜଣ ବିଖ୍ୟାତ ରାଜା ଥିଲେ ।
୮। ପୁରୁ ଓ ଅତ୍ମୀଙ୍କ ମଧ୍ୟରେ କିଏ ବୀର ଥିଲେ ?
Answer:
ପୁରୁ ଓ ଅତ୍ମୀଙ୍କ ମଧ୍ୟରେ ପୁରୁ ବୀର ଥିଲେ ।
୯ । ଆଲେକ୍ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ କିଏ ଜୟଲାଭ କରିଥିଲେ ?
Answer:
ଆଲେକ୍ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଆଲେକ୍ଜାଣ୍ଡାର ଜୟଲାଭ କରିଥିଲେ ।
୧୦ । ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ କେତେ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ?
Answer:
ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ।
୧୧ । ମନୁଷ୍ୟର କିପରି ସୃଷ୍ଟି ହୋଇଥିଲା ?
Answer:
ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା ।
୧୨ । କାହାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି ?
Answer:
ଗରିଲାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି ।
୧୩ । କାହାର ବୃଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ?
Answer:
ସିମ୍ପାଞ୍ଜିର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ।
୧୪ । କୌଟିଲ୍ୟ କେଉଁ ରଚନା ପାଇଁ ପ୍ରସିଦ୍ଧ ?
Answer:
କୌଟିଲ୍ୟ ‘ଅର୍ଥଶାସ୍ତଂ’ ରଚନା ପାଇଁ ପ୍ରସିଦ୍ଧ ।
୧୫ । କେଉଁ ଚୀନ୍ ପରିବ୍ରାଜକ ଓଡ଼ିଶା ଆସିଥିଲେ ?
Answer:
ଚୀନ୍ ପରିବ୍ରାଜକ ଜୁଆଙ୍ଗ-ଜାଙ୍ଗ୍ ଓଡ଼ିଶା ଆସିଥିଲେ ।
Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।
୧। ଆଲେକ୍ଜାଣ୍ଡାର _________ ଦେଶର ରାଜା ଥିଲେ ।
Answer:
ଗ୍ରୀସ୍
୨। ଆଜକୁ ପ୍ରାୟ __________ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟ ସୃଷ୍ଟି ହୋଇଥିଲା ।
Answer:
୧୫ ଲକ୍ଷ
୩ । _________ ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି ।
Answer:
ଗରିଲା
୪ । _________ ର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ।
Answer:
ସିମ୍ପାଞ୍ଜି
୫। ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ___________ ରୁ ଆସିଛି ।
Answer:
ହିଷ୍ଟୋ
୬ । ଧଉଳି ପାହାଡ଼ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ ___________ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।
Answer:
୨୨୦୦
୭ । ପୃଥିବୀର _________ ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ ।
Answer:
ଉତ୍ତର
୮। ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଆମ ଦେଶର ପଶ୍ଚିମ ପାର୍ଶ୍ଵରେ ________ ଟି ଅଞ୍ଚଳରେ ବିଭକ୍ତ କରାଯାଇଛି ।
Answer:
୬
୯। ଆମ ଦେଶର ପଶ୍ଚିମ ପାର୍ଶ୍ଵରେ _________ ସାଗର ଅଛି ।
Answer:
ଆରବ
୧୦ । ଭାରତର ଉତ୍ତର ସୀମାରେ __________ ପର୍ବତ ଅଛି ।
Answer:
ହିମାଳୟ
୧୧। _________ ପର୍ବତଶ୍ରେଣୀ କେନ୍ଦ୍ର ଏସିଆଠାରୁ ଭାରତକୁ ପୃଥକ୍ କରୁଅଛି ।
Answer:
ହିମାଳୟ
୧୨ । ପ୍ରାଚୀନ କାଳରେ __________ ପତ୍ର ଉପରେ ଲେଖାଯାଉଥିଲା ।
Answer:
ତାଳ
୧୩ । ସମୟ ଅନୁସାରେ ଇତିହାସକୁ ________ ଭାଗରେ ଭାଗ କରାଯାଇଛି ।
Answer:
୩
୧୪ । ଭାରତର __________ ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ ।
Answer:
କେନ୍ଦ୍ରସ୍ଥ ମାଳଭୂମି
୧୫। __________ ମାନଙ୍କଠାରୁ ମନୁଷ୍ୟର ସୃଷ୍ଟି ହୋଇଛି ।
Answer:
ନୃ-ବାନର
B. ଠିକ୍ ଉତ୍ତରଟି ବାଛି ଲେଖ ।
୧। ମନୁଷ୍ୟର ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥିବା ପ୍ରାଣୀ ହେଉଛି –
(୧) ଗରିଲା
(୨) ସିମ୍ପାଞ୍ଜି
(୩) ପାତିମାଙ୍କଡ଼
(୪) ଗିବନ
Answer:
(୨) ସିମ୍ପାଞ୍ଜି
୨ । ଇରାନ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ ?
(୧) ପୂର୍ବ
(୨) ପଶ୍ଚିମ
(୩) ଉତ୍ତର
(୪) ଦକ୍ଷିଣ
Answer:
(୨) ପଶ୍ଚିମ
୩ । ନିମ୍ନୋକ୍ତ ମଧ୍ଯରୁ କିଏ ଚୀନ୍ର ପରିବ୍ରାଜକ ଅଟନ୍ତି ?
(୧) ଆଲ୍ବେରୁଣୀ
(୨) ଇବତ୍ରୁତା
(୩) ମେଗାସ୍ଥିନିସ୍
(୪) ଜୁଆଙ୍ଗ୍-ଜାଇ
Answer:
(୪) ଜୁଆଙ୍ଗ୍-ଜାଙ୍ଗ୍
୪ । ନୃ-ବାନରର ସମ୍ପର୍କୀୟ ହେଉଛନ୍ତି –
(୧) ବାଘ
(୨) ଗୋଧ୍
(୩) ଓଟ
(୪) ଓରାଙ୍ଗଓଟାଙ୍ଗ
Answer:
(୪) ଓରାଙ୍ଗଓଟାଙ୍ଗ
୫ । ଗୋଟିଏ ପ୍ରତ୍ନତାତ୍ତ୍ଵିକ ଉପାଦାନର ଉଦାହରଣ ହେଉଛି –
(୧) ଉପନିଷଦ
(୨) ମାଟିପାତ୍ର
(୩) ବେଦ
(୪) ମହାଭାରତ
Answer:
(୨) ମାଟିପାତ୍ର
୬ | କିଏ ‘ହର୍ଷଚରିତଂ’ ରଚନା କରିଥିଲେ ?
(୧) କୌଟିଲ୍ୟ
(୨) ପତଞ୍ଜଳି
(୩) ପାଣିନି
(୪) ବାଣଭଟ୍ଟ
Answer:
(୪) ବାଣଭଟ୍ଟ
୭ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ପାଣିନି ଓ ପତଞ୍ଜଳି ରଚନା କରିଥିଲେ ?
(୧) ହର୍ଷଚରିତଂ
(୨) ଅର୍ଥଶାସ୍ତଂ
(୩) ବ୍ୟାକରଣ
(୪) ମେଘଦୂତମ୍
Answer:
(୩) ବ୍ୟାକରଣ
୮ | ନିମ୍ନୋକ୍ତ ମଧ୍ୟରୁ କେଉଁଟି କୌଟିଲ୍ୟ ରଚନା କରିଥିଲେ ?
(୧) ହର୍ଷଚରିତଂ
(୨) ରାମାୟଣ
(୩) ଅର୍ଥଶାସ୍ତଂ
(୪) ସ୍ତୁତି
Answer:
(୩) ଅର୍ଥଶାସ୍ତଂ
୯। ନିମ୍ନୋକ୍ତ ମଧ୍ୟରୁ କାହା ସହିତ ମନୁଷ୍ୟର ବୌଦ୍ଧିକ ସାମଞ୍ଜସ୍ୟ ରହିଛି ?
(୧) ଗିବନ୍
(୨) ଗରିଲା
(୩) ଓରାଙ୍ଗଓଟାଙ୍ଗ
(୪) ସିମ୍ପାଞ୍ଜି
Answer:
(୪) ସିମ୍ପାଞ୍ଜି
୧୦ । ନିମ୍ନୋକ୍ତ ନଦୀମାନଙ୍କ ମଧ୍ୟରୁ କେଉଁ ନଦୀ ପୂର୍ବ ଉପକୂଳ ଅଞ୍ଚଳର ନଦୀ ନୁହେଁ ?
(୧) ମହାନଦୀ
(୨) କୃଷ୍ଣା
(୩) ମାହୀ
(୪) କାବେରୀ
Answer:
(୩) ମାହୀ
୧୧ । ଭାରତର କେଉଁ ଭାଗକୁ ସମୁଦ୍ର ତିନିପଟୁ ଘେରି ରହିଛି ?
(୧) ପୂର୍ବ
(୨) ପଶ୍ଚିମ
(୩) ଉତ୍ତର
(୪) ଦକ୍ଷିଣ
Answer:
(୪) ଦକ୍ଷିଣ
୧୨ । ନିମ୍ନୋକ୍ତ ମଧ୍ୟରୁ କିଏ ପରିବ୍ରାଜକ ନୁହନ୍ତି ?
(୧) ପା-ସିଆଁ
(୨) ଇବତା
(୩) କାଳିଦାସ
(୪) ଜୁଆଙ୍ଗ୍ -ଜାଙ୍ଗ୍
Answer:
(୩) କାଳିଦାସ
୧୩ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାହିତ୍ୟିକ ଉପାଦାନ ?
(୧) ଭୌତିକ ଅବଶେଷ
(୨) ମାଟିପାତ୍ର
(୩) ଶିଳାଲିପି
(୪) ହର୍ଷଚରିତମ୍
Answer:
(୪) ହର୍ଷଚରିତମ୍
୧୪ । ନିମ୍ନଲିଖ ମଧ୍ୟରୁ କେଉଁ ନୃ-ବାନର ସହିତ ମଣିଷର ବୁଦ୍ଧିର ମେଳ ରହିଛି ?
(୧) ସିମ୍ପାଞ୍ଜି
(୨) ଗରିଲା
(୩) ଓରାଙ୍ଗ୍ ଓଟାଙ୍ଗ୍
(୪) ଗିବନ୍
Answer:
(୧) ସିମ୍ପାଞ୍ଜି
C. ନିମ୍ନରେ କେତେକ ବାକ୍ୟ ଦିଆଯାଇଛି । ସେଥୁମଧ୍ଯରୁ ଯେଉଁଗୁଡ଼ିକ ଠିକ୍ ତାହାର ଡାହାଣ ପାର୍ଶ୍ଵରେ ‘✓ ’ ଚିହ୍ନ ଏବଂ ଯେଉଁଗୁଡ଼ିକ ଭୁଲ ତାହାର ଡାହାଣ ପାର୍ଶ୍ଵରେ ‘✗’ ଚିହ୍ନ ଦିଅ ।
୧। ଭାରତର ପୂର୍ବ ଉପକୂଳରେ ଗୋଦାବରୀ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ।
୨। ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳରେ ମାହୀ ନଦୀ ପ୍ରବାହିତ ହେଉଛି ।
୩। ତାପ୍ତିନଦୀ ପୂର୍ବ ଉପକୂଳସ୍ଥ ସମତଳ ଅଞ୍ଚଳରେ ପ୍ରବାହିତ ହେଉଛି ।
୪। ଭାରତର ତିନୋଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି ।
୫। ପତଞ୍ଜଳି ବ୍ୟାକରଣ ଗ୍ରନ୍ଥ ରଚନା କରିଥିଲେ ।
Answer:
୧ । (✓)
୨ । (✓)
୩ । (✗)
୪ । (✗)
୫ । ( ✓)
D. ସ୍ତମ୍ଭ ମିଳନ ।
- ‘କ୍ର’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗ କର ।
E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
୧। ସିମ୍ପାଞ୍ଜିର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
Answer:
ନୃବାନରମାନଙ୍କର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
୨। ଇତିହାସ ଶବ୍ଦଟି ଲାଟିନ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
Answer:
ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
୩ । ଭୁବନେଶ୍ଵର ନିକଟବର୍ତୀ ରତ୍ନଗିରି ଠାରେ ପଥର ଉପରେ ବାଇଶି ଶହ ବର୍ଷତଳର ଲେଖା ଦେଖିବାକୁ ମିଳେ ।
Answer:
ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡ଼ଠାରେ ପଥର ଉପରେ ବାଇଶି ଶହ ବର୍ଷତଳର ଲେଖା ଦେଖିବାକୁ ମିଳେ ।
୪ । ବାଣଭଟ୍ଟ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
Answer:
ମେଗାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
୫। ଆମ ଦେଶର ପୂର୍ବ ପାର୍ଶ୍ବରେ ଆରବସାଗର ଅଛି ।
Answer:
ଆମ ଦେଶର ପଶ୍ଚିମ ପାର୍ଶ୍ଵରେ ଆରବସାଗର ଅଛି ।