BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ Important Questions and Answers.

BSE Odisha Class 6 History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମେହରଗଡ଼ରୁ କେଉଁ ଜିନିଷସବୁ ଆବିଷ୍କୃତ ହୋଇଛି ଓ ସେମାନେ ମୃତ ଶରୀରକୁ କିପରି ସମାଧ୍ ଦେଉଥିଲେ ?
Answer:

  • ପାକିସ୍ଥାନରେ ଅବସ୍ଥିତ ମେହରଗଡ଼ରୁ ପଥର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ଼ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କୃତ ହୋଇଛି ।
  • ମେହରଗଡ଼ ବାସୀମାନେ ମୃତ ବ୍ୟକ୍ତିମାନଙ୍କୁ ସମାଧ୍ ଦେଉଥିଲେ । ତେଣୁ ସେଠାରେ ଅନେକ କବର ଦେଖ‌ିବାକୁ ମିଳେ ।
  • ମୃତ୍ୟୁପରେ ଜୀବନ ଫେରିଆସିବ ବୋଲି ସେମାନେ ବିଶ୍ଵାସ କରୁଥିଲେ । ତେଣୁ ମୃତ ଶରୀରକୁ ସେମାନେ ଯତ୍ନର ସହିତ ସମାଧ୍ ଦେଉଥିଲେ ।
  • ମୃତ ଶରୀର ସହିତ ପଶୁମାନଙ୍କୁ ମଧ୍ୟ ସମାଧ୍ ଦେଉଥିଲେ । ତେଣୁ କେତେକ ସମାଧୁରୁ କୁକୁରର ଅସ୍ଥି ମିଳିଥିଲା ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୨ । ବୁର୍‌ଜାହମ୍‌ଠାରେ ଆବିଷ୍କୃତ ବାସସ୍ଥାନରକେଉଁସବୁ ବୈଶିଷ୍ଟ୍ୟ ଥିଲା ?
Answer:

  • ଜାମ୍ମୁ-କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ଅବସ୍ଥିତ ବୁର୍‌ଜାହମ୍ଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତିଥିଲା । ଶୀତ ଦାଉରୁ ରକ୍ଷାପାଇବା ପାଇଁ ଏଠାରେ ଲୋକମାନେ ଗାତ ଭିତରେ ଘର କରି ରହୁଥିଲେ । ତେଣୁ ଏହାକୁ ‘ଗର୍ଭଗୃହ’ କୁହାଯାଏ ।
  • ମାଟି ଭିତରେ ଥ‌ିବା ଏହି ଗର୍ଭଗୃହ ପ୍ରବେଶଦ୍ୱାରର ଆକାର ଗୋଲାକାର ଥିଲା ।
  • ପାହାଚ ସାହାଯ୍ୟରେ ଗର୍ଭଗୃହର ତଳକୁ ଯିବାର ବ୍ୟବସ୍ଥା ଥିଲା ।
  • ପୋଡ଼ା ପାଉଁଶ, କାଠ କୋଇଲା, ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଓ ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତ ହତିଆର ଏଠାରୁ ମିଳିଅଛି ।

୩ । ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗରେ ଲୋକମାନଙ୍କର ଅସ୍ତ୍ରଶସ୍ତ୍ର ଓ ବୃତ୍ତି କିପରି ଥିଲା ଉଲ୍ଲେଖ କର ।
Answer:

  • ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।
  • ଏହି ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଚିକ୍‌କଣ, ସୁନ୍ଦର ଓ ଧାରୁଆ ଥିଲା । ସେହି ଅଞ୍ଚଳରେ ପଶୁମାନଙ୍କର ହାଡ଼ରେ ବେଣ୍ଟଥ‌ିବା ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରାଯାଉଥିଲା ।
  • ସେଠାରେ ବିଭିନ୍ନ ମାଟିପାତ୍ର ତିଆରି କରିବା ଲୋକମାନଙ୍କର ଅନ୍ୟ ଏକ ବୃତ୍ତି ଥିଲା । ଲୋକମାନେ ଖାଦ୍ୟଶସ୍ୟ, ପିଇବାପାଣି, ପଶୁମାନଙ୍କର କ୍ଷୀର ସାଇତି ରଖୁବାପାଇଁ ଓ ଖାଦ୍ୟ ରାନ୍ଧିବା ପାଇଁ ବିଭିନ୍ନ ପ୍ରକାରର ମାଟିପାତ୍ର ବ୍ୟବହାର କରୁଥିଲେ ।
  • ସେମାନେ ପ୍ରଥମେ ହାତରେ ମାଟିପାତ୍ର ତିଆରି କରୁଥିଲେ । ପରେ କୁମ୍ଭାରଚକ ସାହାଯ୍ୟରେ ବିଭିନ୍ନ ପ୍ରକାରର ମାଟିପାତ୍ର ସେମାନେ ଗଢ଼ିଥିଲେ । ଏହି ପାତ୍ରଗୁଡ଼ିକୁ ସୁନ୍ଦରକରିବା ପାଇଁ ଚିକ୍‌କଣ ଓ ଚିତ୍ରିତ କରାଯାଉଥିଲା ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୪। ଆଦିମାନବ କିପରି ଚାଷୀ ଓ ପଶୁପାଳକ ହୋଇ ପାରିଥିଲା ?
Answer:

  • ଆଦିମାନବ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖୁ ନିଜେ ସେହି କାର୍ଯ୍ୟ କରି ଶସ୍ୟ ଉତ୍ପାଦନ କଲା । କୃଷିକାର୍ଯ୍ୟ ଯୋଗୁଁ ସେମାନେ ଗୋଟିଏ ସ୍ଥାନରେ ବସବାସ କଲେ ।
  • ଜଳବାୟୁର ତାପମାତ୍ରା ବୃଦ୍ଧି ଯୋଗୁଁ ଘାସଜାତୀୟ ଗଛ ଦେଖାଗଲା । ତେଣୁ ଖାଦ୍ୟ ମିଳିବାରୁ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
  • ଆଦିମାନବ ପଶୁମାନଙ୍କ ଆବଶ୍ୟକତା ଜାଣିପାରି ସେଠାରେ ଚାଷ କରିବା ସହିତ ପଶୁପାଳନ କଲା ।
  • ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ଆଦିଙ୍କୁ ଦଳବଦ୍ଧ ଭାବେ ରଖି ପୋଷିଲା ।
  • ଫଳରେ ଆଦିମାନବ ଚାଷୀ ଓ ପଶୁପାଳକ ହୋଇପାରିଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ନୂତନ ପ୍ରସ୍ତର ଯୁଗରେ ପ୍ରଥମେ କେଉଁ ଚାଷ ଆରମ୍ଭ ହୋଇଥିଲା ? ଏହି ଯୁଗରେ ସେମାନେ ଦାଆକୁ କେଉଁ କାର୍ଯ୍ୟରେ ବ୍ୟବହାର କରୁଥିଲେ ?
Answer:

  • ନୂତନ ପ୍ରସ୍ତର ଯୁଗରେ ପ୍ରଥମେ ଗହମ ଓ ଯଅର ଚାଷ ଆରମ୍ଭ ହୋଇଥିଲା ।
  • ଏହି ଯୁଗରେ ସେମାନେ ଦାଆକୁ ଫସଲ କାଟିବାରେ ବ୍ୟବହାର କରୁଥିଲେ ।

୨। ପ୍ରତ୍ନତତ୍ତ୍ବବିତ୍‌ମାନେ ଭାରତର କେଉଁ ସ୍ଥାନରୁ ପ୍ରଥମେ ଚାଷ କରୁଥିବା ଲୋକଙ୍କ ସମ୍ବନ୍ଧରେ ତଥ୍ୟ ପାଇଛନ୍ତି, ଉଲ୍ଲେଖ କର ।
Answer:

  • ପ୍ରତ୍ନତତ୍ତ୍ବବିତ୍‌ମାନେ ଭାରତର ବିଭିନ୍ନ ସ୍ଥାନ ଖନନ କରି ପ୍ରଥମେ ଚାଷ କାର୍ଯ୍ୟ କରୁଥ‌ିବା ଲୋକମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ପାଇପାରିଛନ୍ତି ।
  • ପୋଡ଼ାଶସ୍ୟ, ଗହମ ଓ ଯଅ ସହିତ ମସୁର ଜାତୀୟ କେତେକ ଡ଼ାଲିର ଅବଶିକ୍ଷାଂଶ ଜାମ୍ମୁ ଓ କାଶ୍ମୀରର ବୁର୍‌ଜାହାମ୍ ଓ ପାକିସ୍ଥାନର ମେହରଗଡ଼ଠାରେ ଆବିଷ୍କୃତ ହୋଇଛି ।

୩ । ନୂତନ ପ୍ରସ୍ତର ଯୁଗର ହାତହତିଆର କିପରି ଥିଲା ?
Answer:

  • ନୂତନ ପ୍ରସ୍ତର ଯୁଗରେ ବ୍ୟବହୃତ ହାତହତିଆର ଗୁଡ଼ିକ ଚିକ୍‌କଣ, ସୁନ୍ଦର ଓ ଧାରୁଆ ଥିଲା ।
  • ପଶୁମାନଙ୍କ ହାଡ଼ରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଥିଲା । ବେଣ୍ଟଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରାଯାଉଥିଲା ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୪। ନୂତନ ପ୍ରସ୍ତର ଯୁଗର ମାଟିପାତ୍ରଗୁଡ଼ିକ କିପରି ଥିଲା ?
Answer:

  • ନୂତନ ପ୍ରସ୍ତର ଯୁଗରେ ମାଟିପାତ୍ରଗୁଡ଼ିକୁ ସୁନ୍ଦର କରିବା ପାଇଁ ଚିକ୍‌କଣ କରାଗଲା ।
  • ସେ ସମୟରେ ମାଟିପାତ୍ରଗୁଡ଼ିକୁ ଚିତ୍ରିତ କରାଗଲା ।

୫। ଗର୍ଭଗୃହ କାହାକୁ କୁହାଯାଉଥିଲା ଓ ଏହା କିପରି ଥିଲା ?
Answer:
ଜାମ୍ମୁ-କଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ବୁର୍‌ଜାହମ୍ଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା । ଏଠାରେ ଲୋକମାନେ ଗାତ କରି ଘର କରୁଥିଲେ । ଏହାକୁ ଗର୍ଭଗୃହ କୁହାଯାଉଥିଲା ।

୬ । ମେହରଗଡ଼ ଲୋକମାନଙ୍କ ବିଷୟରେ ତୁମେ କ’ଣ ଜାଣିଲ ?
Answer:

  • ମେହରଗଡ଼ର ଲୋକମାନେ ଗ୍ରାମ ସ୍ଥାପନ କରି ବସବାସ କରିବାକୁ ଲାଗିଲେ । ସେଠାକାର ଲୋକମାନେ ପ୍ରଥମେ ଚାଷ କାର୍ଯ୍ୟକରି ସ୍ଥାୟୀ ଭାବରେ ବସବାସ କରିବାକୁ ଉଦ୍ୟମ କଲେ ।
  • ସେଠାକାର ଲୋକମାନଙ୍କର ଗୃହଗୁଡ଼ିକ ଅତି ସାଧାରଣ ଥିଲା । ଲୋକମାନେ କାଳକ୍ରମେ ମାଟିପାତ୍ରର ବହୁଳ ବ୍ୟବହାର କରିବା ଜଣାପଡ଼ିଛି ।

୭ । ମେହରଗଡ଼ରୁ କେଉଁ କେଉଁ ଜିନିଷ ଆବିଷ୍କୃତ ହୋଇଛି ?
Answer:

  • ମେହରଗଡ଼ରୁ ପଥରର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ଼ ନୀଳବର୍ଣ୍ଣ ପଥର ଓ ବାଲିପଥର ଆବିଷ୍କୃତ ହୋଇଛି ।
  • ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୮ । ମେହରଗଡ଼ର ଗୃହ ନିର୍ମାଣ କିପରି ହୋଇଥିଲା ?
Answer:

  • ମେହରଗଡ଼ରେ ଥ‌ିବା ଗୃହଗୁଡ଼ିକ ଅତି ସାଧାରଣ ଥିଲା । ମାଟିରେ ଗୃହନିର୍ମାଣ କରାଯାଉଥିଲା ।
  • ଗୃହଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା ।

୯ । ଆସାମର ଦୁଜାଲି ହାଡ଼ିରୁ କି କି ଜିନିଷ ଆବିଷ୍କୃତ ହୋଇଛି ?
Answer:

  • ଆସାମର ଦୁଜାଲି ହାର୍ଡିଂରୁ ଚିକ୍‌କଣ ପଥରରେ ନିର୍ମିତ ହାତହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆବିଷ୍କୃତ ହୋଇଛି ।
  • ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର ଓ ପେଷଣ ଯନ୍ତ୍ର ଆବିଷ୍କୃତ ହୋଇଛି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଆଜକୁ ପ୍ରାୟ କେତେ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖାଯାଇଥିଲା ?
Answer:
ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ଼ ଧରଣର ପରିବର୍ତ୍ତନ ଦେଖାଯାଇଥିଲା ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୨। ମନୁଷ୍ୟ ପ୍ରଥମେ କେଉଁ ପ୍ରାଣୀକୁ ପୋଷା ପ୍ରାଣୀ ରୂପେ ରଖୁଥିଲା ?
Answer:
ମନୁଷ୍ୟ ପ୍ରଥମେ କୁକୁରକୁ ପୋଷା ପ୍ରାଣୀ ରୂପେ ରଖିଲା ।

୩ । ମଣିଷ ପ୍ରଥମେ କେଉଁ କେଉଁ ଚାଷ ଆରମ୍ଭ କରିଥିଲା ?
Answer:
ମଣିଷ ପ୍ରଥମେ ଗହମ ଓ ଯଅ ଚାଷ ଆରମ୍ଭ କରିଥିଲା ।

୪ । କେଉଁ ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କଲା ?
Answer:
ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କଲା ।

୫। ବୁର୍‌ଜାହମ୍ର ଗର୍ଭଗୃହ କ’ଣ ପାଇଁ ବ୍ୟବହୃତ ହେଉଥିଲା ?
Answer:
ଶୀତଦାଉରୁ ରକ୍ଷା ପାଇବାପାଇଁ ଲୋକମାନେ ବୁଜାହମ୍ର ଗର୍ଭଗୃହକୁ ବ୍ୟବହାର କରୁଥିଲେ ।

୬ । କେଉଁ ସ୍ଥାନରୁ ଜୀବାଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ?
Answer:
ଆସାମର ଦୁଜାଲି ହାଡ଼ିରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ।

୭ । ଇସ୍ରାଏଲ୍‌ର କେଉଁ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳିଛି ?
Answer:
ଇସ୍ରାଏଲ୍‌ର ବ୍ରେରିକୋ ନାମକ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳିଛି ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୮। ଜଳବାୟୁର ତାପମାତ୍ରା ବଢ଼ିବା ଯୋଗୁଁ କେଉଁ ଜାତୀୟ ଗଛ ଦେଖାଗଲା ?
Answer:
ଜଳବାୟୁର ତାପମାତ୍ରା ବଢ଼ିବା ଯୋଗୁଁ ଘାସଜାତୀୟ ଗଛ ଦେଖାଗଲା ।

୯ । ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ଖାଦ୍ୟଶସ୍ୟ, ପିଇବା ପାଣି କିପରି ସାଇତି ରଖୁଥିଲେ ?
Answer:
ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ଖାଦ୍ୟଶସ୍ୟ, ପିଇବା ପାଣି ମାଟି ତିଆରି ପାତ୍ରରେ ସାଇତି ରଖୁଥିଲେ ।

୧୦ । କର୍ଣ୍ଣାଟକର ମହୀଶୂର ନିକଟସ୍ଥ କେଉଁ ସ୍ଥାନରେ ତମ୍ବାଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ?
Answer:
କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ତମ୍ବାଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଆଜକୁ ପ୍ରାୟ __________ ବର୍ଷ ପୂର୍ବେ ଇସ୍ରାଏଲରେ ଲୋକମାନେ ପ୍ରଥମେ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳିଛି ।
Answer:
୧୦,୦୦୦

୨। ଲୋକମାନେ ପ୍ରଥମେ ________ ନାମକ ଜାଗାରେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳିଛି ।
Answer:
ଇସ୍ରାଏଲ୍‌ର ବ୍ରେରିକୋ

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୩ । ଆଜକୁ ପ୍ରାୟ __________ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା ।
Answer:
୧୨,୦୦୦

୪ । ___________ ଓ ___________ ର ଚାଷ ମଣିଷ ପ୍ରଥମେ ଆରମ୍ଭ କରିଥିଲା ।
Answer:
ଗହମ, ଯଅ

୫। ପ୍ରଥମେ ପୋଷା ପ୍ରାଣୀ ରୂପେ ________ କୁ ରଖାଯାଇଥିଲା ।
Answer:
କୁକୁର

୬ । _________ ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା ।
Answer:
ତମ୍ବା

୭ । ତମ୍ବା ସହିତ ଟିଣ ଓ ଦସ୍ତା ମିଶାଯାଇ __________ ଧାତୁ ତିଆରି କରାଗଲା ।
Answer:
ବ୍ରୋଞ୍ଜ

୮। କର୍ଣ୍ଣାଟକର ମହୀଶୂର ନିକଟସ୍ଥ ________ ଠାରେ କଂସାନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।
Answer:
ବ୍ରହ୍ମଗିରି

୯ । ଜାମ୍ମୁ କାଶ୍ମୀରର ___________ ଠାରେ କେତେକ ଶସ୍ୟ ଓ ଡାଲିର ଅବଶିକାଂଶ ଆବିଷ୍କୃତ ହୋଇଛି ।
Answer:
ବୁରଜାହମ୍

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୧୦ । ପାକିସ୍ତାନର ____________ ଠାରେ ଲୋକମାନେ ପ୍ରଥମେ ଗ୍ରାମ ସ୍ଥାପନ କରି ବସବାସ କରିଥିଲେ ।
Answer:
ମେହେରଗଡ଼

୧୧। ପ୍ରାୟ ଖ୍ରୀ.ପୂ _________ ବର୍ଷ ପୂର୍ବେ ମଣିଷ ଚାଷକାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରିଥିବାର ଜଣାଯାଏ ।
Answer:
୭୦୦୦

୧୨ । ନୂତନ ପ୍ରସ୍ତର ଯୁଗର ଲୋକମାନେ ଗାତକରି ଘର କରୁଥିଲେ, ଯାହାକୁ _________ କୁହାଯାଏ ।
Answer:
ଗର୍ଭଗୃହ

୧୩। ଭାରତର ଉତ୍ତର-ପୂର୍ବ ଭାଗରେ ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ ____________ ଅଟେ ।
Answer:
ଆସାମର ଦୁଜାଲି ହାର୍ଡିଂ

B. ଠିକ୍ ଉତ୍ତର ବାଛି ଲେଖ ।

୧। ମୃତଶରୀରକୁ ଯତ୍ନର ସହିତ ସତ୍କାର କରିବା ନିମ୍ନୋକ୍ତ କେଉଁମାନଙ୍କର ବିଶେଷତ୍ଵ ଥିଲା ?
(୧) ବୁରଜାହମ୍‌ର ଲୋକମାନଙ୍କର
(୩) ବ୍ରହ୍ମଗିରିର ଲୋକମାନଙ୍କର
(୨) ମେହରଗଡ଼ର ଲୋକମାନଙ୍କର
(୪) ଗାରୋ ପର୍ବତମାଳାରେ ବାସ କରୁଥିବା ଲୋକମାନଙ୍କର
Answer:
(୨) ମେହରଗଡ଼ର ଲୋକମାନଙ୍କର

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୨ । ବୁରଜାହମୂର ଗର୍ଭଗୃହରୁ ନିମ୍ନୋକ୍ତ କେଉଁଟି ଆବିଷ୍କାର ହୋଇନାହିଁ ?
(୧) ପୋଡ଼ା ପାଉଁଶ
(୨) କାଠ କୋଇଲା
(୩) ହାଡ଼ରେ ନିର୍ମିତ ହାତହତିଆର
(୪) ଚୂନପଥର
Answer:
(୪) ଚୂନପଥର

୩ । ଆସାମର ନିମ୍ନୋକ୍ତ କେଉଁ ସ୍ଥାନଟି ନୂତନ ପ୍ରସ୍ତର ଯୁଗର ପ୍ରସିଦ୍ଧ ସ୍ଥାନ ?
(୧) ସାରୁଲୋରୁ
(୨) ମାର୍କଡ଼ୋଲୋ
(୩) ଦୁଜାଲି ହାର୍ଡିଂ
(୪) ଗୌହାଟୀ
Answer:
(୩) ଦୁଜାଲି ହାର୍ଡିଂ

୪ । ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ?
(୧) ମେହରଗଡ଼
(୨) କ୍ରେଟା
(୩) ସରାଇଖୋଲା
(୪) କିଲେଗୋଲ ମହମ୍ମଦ
Answer:
(୧) ମେହରଗଡ଼

୫। ନିମ୍ନୋକ୍ତ କେଉଁ ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ?
(୧) ଗାରୋ ପର୍ବତମାଳା
(୨) ପଶ୍ଚିମଘାଟ ପର୍ବତମାଳା
(୩) ପୂର୍ବଘାଟ ପର୍ବତମାଳା
(୪) ହିମାଳୟର ପାଦଦେଶ
Answer:
(୧) ଗାରୋ ପର୍ବତମାଳା

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୬ । ନିମ୍ନୋକ୍ତ ମଧ୍ୟରୁ ତମ୍ବାସହ କେଉଁ କେଉଁ ଧାତୁ ମିଶି କଂସା ଧାତୁ ତିଆରି ହେଉଛି ?
(୧) ଦସ୍ତା ଓ ମାଟି
(୨) ଲୁହା ଓ ଟିଣ
(୩) ଟିଣ ଓ ରସ
(୪) ଟିଣ ଓ ଦସ୍ତା
Answer:
(୪) ଟିଣ ଓ ଦସ୍ତା

C. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ଜାମ୍ମୁ କାଶ୍ମୀରର ___________ ଠାରୁ ପୋଡ଼ାଶସ୍ୟ, ଗହମ ଓ ଯଅ ସହିତ ମସୁର ଜାତୀୟ କେତେକ ଡାଲିର ଅବଶିଷ୍ଟ୍ୟଶ ଆବିଷ୍କୃତ ହୋଇଛି ।( ମେହେରଗଡ଼, ବୁର୍‌ଜାହମ୍, ଦୁଜାଲି ହାର୍ଡିଂ)
Answer:
ବୁରଜାହମ୍

୨ । ପାକିସ୍ତାନର __________ ଠାରେ ଲୋକମାନେ ପ୍ରଥମଥର ପାଇଁ ସ୍ଥାୟୀଭାବେ ବସବାସ କରିବା ପାଇଁ ଉଦ୍ୟମ କରିଥିଲେ । (ମେହେର୍‌ଗଡ଼, ବୁରଜାହମ୍, ଦୁଜାଲି ହାର୍ଡିଂ)
Answer:
ମେହରଗଡ଼

୩ । ପାକିସ୍ତାନ ଦେଶର ________ ଠାରୁ ନୀଳକାନ୍ତ ମଣି ଆବିଷ୍କୃତ ହୋଇଛି ।(ଗୁଫକ୍ରୋଲ୍, ମେହରଗଡ଼, ଘାଲିଗାଇ)
Answer:
ମେହରଗଡ଼

୪। ଜେଡ୍ ନାମକ ମୂଲ୍ୟବାନ୍ ପଥର _________ ଦେଶରୁ ଆସିଥିବା ଅନୁମାନ କରାଯାଏ ।( ଜାପାନ, ଇଣ୍ଡୋନେସିଆ, ଚୀନ୍)
Answer:
ଚୀନ୍

୫ । ___________ ଦେଶର ଲୋକମାନେ ପ୍ରଥମ ଥର ପାଇଁ ସ୍ଥାୟୀ ବସବାସ କରିବାର ଉଦ୍ୟମ କରିଥିଲେ । (ମିଶର, ପାକିସ୍ତାନ, ଚୀନ୍)
Answer:
ପାକିସ୍ତାନ

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

D. ସ୍ତମ୍ଭ ମିଳନ କର ।

ପ୍ରଥମ ଚାଷୀ ଓ ପଶୁପାଳନ Chapter 3

Answer:

ପ୍ରଥମ ଚାଷୀ ଓ ପଶୁପାଳନ Chapter 3.1

E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧାନ କର ।

୧ । ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପ୍ରଥମ ଚାଷ କାର୍ଯ୍ୟ କରିବାର ପ୍ରମାଣ ମିଳଛି ।
Answer:
ଆଜକୁ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ପ୍ରଥମ ଚାଷ କାର୍ଯ୍ୟ କରିବାର ପ୍ରମାଣ ମିଳଛି ।

୨ । ମାନବ ପ୍ରଥମେ ଧାନ ଓ ଗହମ ଚାଷ ଆରମ୍ଭ କରିଥଲା ।
Answer:
ମାନବ ପ୍ରଥମେ ଗହମ ଓ ଯଅ ଚାଷ ଆରମ୍ଭ କରିଥିଲା ।

BSE Odisha 6th Class History Important Questions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୩ । ବିଭିନ୍ନ ଧାତୁ ନିର୍ମିତ ପାତ୍ର ତିଆରି କରିବା ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଏକ ବୃତ୍ତି ଥଲା ।
Answer:
ବିଭିନ୍ନ ମାଟି ପାତ୍ର ତିଆରି କରିବା ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଏକ ବୃତ୍ତି ଥିଲା ।

୪ । ମଣିଷ ପ୍ରଥମେ ଲୁହା ଧାତୁର ବ୍ୟବହାର ଜାଣିଥଲା ।
Answer:
ମଣିଷ ପ୍ରଥମେ ତମ୍ବା ଧାତୁର ବ୍ୟବହାର ଜାଣିଥିଲା ।

Leave a Comment