BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ Important Questions and Answers.

BSE Odisha Class 6 History Important Questions Chapter 2 ସର୍ବପ୍ରାଚୀନ ସମାଜ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ବାସଗୃହ ଓ ବେଶ ପୋଷାକ ସମ୍ପର୍କରେ ଉଲ୍ଲେଖ କର ।
Answer:

  • ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ତା’ର ଖାଦ୍ୟ ସଂଗ୍ରହ କରୁଥିଲା ଓ ଖାଦ୍ୟ ପାଇଁ ପ୍ରକୃତି ଉପରେ ନିର୍ଭର କରୁଥିଲା ।
  • ସେମାନେ ଶୀତ ଓ ଖରାରୁ ରକ୍ଷା ପାଇବାପାଇଁ ଶରୀରକୁ ଆବୃତ୍ତକରି ପାରୁନଥିଲେ ।
  • କାଳକ୍ରମେ ସେମାନେ ପଶୁ ଚମଡ଼ା ଓ ଗଛର ବକ୍‌କଳକୁ ବସ୍ତ୍ର ରୂପେ ବ୍ୟବହାର କରିବାକୁ ଶିଖେଲେ ।
  • ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସେମାନେ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୨ । ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ନିଜର ଖାଦ୍ୟ ସଂଗ୍ରହ ଓ ଯାଯାବର ଜୀବନଯାପନ ପାଇଁ କେଉଁ ଉପାୟ ଅବଲମ୍ବନ କରୁଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ନିଜର ଖାଦ୍ୟ ସଂଗ୍ରହ କରିବା ପାଇଁ ଯାଯାବର ଜୀବନଯାପନ କରୁଥିଲା । ଏଥ‌ିପାଇଁ ସେମାନେ କେତେକ ଉପାୟ ଅବଲମ୍ବନ କରୁଥିଲେ ।
  • ଯେଉଁ ସ୍ଥାନରେ ସେମାନେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳରେ ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ ସେମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିଲେ ।
  • ଋତୁ ଅନୁସାରେ ବିଭିନ୍ନ ଗଛରେ ଫଳ ଦେଖାଯାଏ । ତେଣୁ ଋତୁ ପରିବର୍ତ୍ତନ ଅନୁସାରେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣ ଭୂମି ପାଇଁ ନଦୀକୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳୀ ହୋଇଥାଏ । ତେଣୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀ କୂଳକୁ ଯାଉଥିଲେ ।

୩ । ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର କିପରି ଥିଲା ଓ ସେଗୁଡ଼ିକ କେଉଁ ଅଞ୍ଚଳରୁ ଆବିଷ୍କୃତ ହୋଇଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ଚିକ୍‌କଣ ବା ସୁନ୍ଦର ନଥିଲା । ସେହି ଯୁଗରେ ପଥର କୁରାଢ଼ି, କାଙ୍କ, ବର୍ଣ୍ଣା ଏବଂ ଶକ୍ତ ପଥର ନିର୍ମିତ ହାତୁଡ଼ି ବ୍ୟବହାର କରାଯାଉଥିଲା ।
  • ଅସ୍ତ୍ରଶସ୍ତ୍ରଗୁଡ଼ିକ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା କାମରେ ବ୍ୟବହାର କରାଯାଉଥିଲା ।
  • ଏଗୁଡ଼ିକୁ ଗଛରୁ ବକ୍‌କଳ କାଢ଼ିବା ଓ ପଶୁମାନଙ୍କର ଛାଲ ଉତାରିବା କାମରେ ବ୍ୟବହାର କରାଯାଉଥିଲା ।
  • ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲାନଦୀ ଉପତ୍ୟକା ଦାକ୍ଷିଣାତ୍ୟ ମାଳଭୂମିର କେତେ ସ୍ଥାନ ଓ ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଛି ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୪। ନୂତନ ପ୍ରସ୍ତର ଯୁଗର ଲୋକମାନେ କେଉଁ ପ୍ରକାର ହାତହତିଆର ଓ ସେଗୁଡ଼ିକୁ କେଉଁ କାର୍ଯ୍ୟରେ ବ୍ୟବହାର କରୁଥିଲେ ? ଓଡ଼ିଶାର କେଉଁସବୁ ସ୍ଥାନରୁ ଏହି ଯୁଗର ହାତହତିଆରର ସନ୍ଧାନ ମିଳିଛି ?
Answer:

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଧ‌ିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍‌କଣ ଥିଲା । ସେମାନେ ସେଗୁଡ଼ିକୁ ଶିକାର କରିବା ବ୍ୟତୀତ ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ ।
  • ପଥର ଓ ଅସ୍ଥିର କାଠବେଣ୍ଟ ଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ ଆଦି ସେମାନେ ବ୍ୟବହାର କରୁଥିଲେ ।
  • ସେମାନେ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରୁଥିଲେ । ଚମଡ଼ା ଲୁଗା ସିଲେଇ କରିବାରେ ତାହା ବ୍ୟବହାର ହେଉଥିଲା ।
  • ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁର ପ୍ରଭୃତି କେତେକ ଯାଗାରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ।

୫ । ନୂତନ ପ୍ରସ୍ତର ଯୁଗର ଲୋକମାନେ କିପରି ଚାଷକାମ ଆରମ୍ଭ କଲେ ? ପରବର୍ତ୍ତୀ ସମୟରେ ସେମାନେ କ’ଣ ସବୁ ଚାଷ କଲେ ?
Answer:

  • ହଜାର ହଜାର ବର୍ଷର ଯାଯାବର ଜୀବନଯାପନ କଲାପରେ ମନୁଷ୍ୟ ସ୍ଥାୟୀ ଭାବରେ ବସବାସ କରିବାକୁ ଆରମ୍ଭ କଲା । ହଠାତ୍ ଦିନେ ଆକସ୍ମିକ ଭାବରେ ସେ ଲକ୍ଷ୍ୟକଲା ଯେ ମଞ୍ଜି ମାଟି ଭିତରେ ପୋତି ହେଲାପରେ ପାଣିପାଇ ଗଛରେ ପରିଣତ ହେଉଛି ।
  • ଏହିଠାରୁ ସେ କୃଷିକାର୍ଯ୍ୟ ଆରମ୍ଭ କଲା । ତାକୁ ଆଉ ଖାଦ୍ୟସଂଗ୍ରହ କରିବାପାଇଁ ବୁଲିବାକୁ ପଡ଼ିଲା ନାହିଁ ।
  • କାଳକ୍ରମେ ସେ ନଦୀ କୂଳମାନଙ୍କରେ କୁଡିଆ ଘର କରି ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା ।
  • ପରବର୍ତୀ ସମୟରେ ସେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କରି ଶିଖୁ ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୬ | ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ହାତହତିଆର ଓ ଧର୍ମ ବିଶ୍ଵାସ କିପରି ଥିଲା ?
Answer:

  • ନୂତନ ପ୍ରସ୍ତର ଯୁଗରଲୋକମାନେ ବ୍ୟବହାର କରୁଥିବା ହାତହତିଆର ଗୁଡ଼ିକ ଅଧ୍ଵ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍‌କଣ ଥିଲା । ସେଗୁଡ଼ିକୁ ସେମାନେ ଶିକାର କରିବା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ ।
  • ପଥର ଓ ଅସ୍ଥିର କାଠବେଣ୍ଟଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ ଆଦି ସେମାନେ ବ୍ୟବହାର କରୁଥିଲେ । ଏହାଛଡ଼ା ସେମାନେ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରୁଥିଲେ ଓ ଚମଡ଼ା ଲୁଗା ସିଲେଇ କରିବାରେ ତାକୁ ବ୍ୟବହାର କରୁଥିଲେ ।
  • ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ । ତେଣୁ ପ୍ରକୃତିର ବିଭିନ୍ନ ରୂପ ଯଥା – ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ସେମାନେ ପୂଜା କରୁଥିଲେ ।
  • ସେମାନେ ପରଜନ୍ମରେ ବିଶ୍ୱାସ କରୁଥିଲେ ଓ ବ୍ୟକ୍ତି ମରିଗଲେ ତା’ସହିତ ସେ ବ୍ୟବହାର କରୁଥିବା ଖାଦ୍ୟଦ୍ରବ୍ୟ ଓ ହାତହତିଆର ଆଦି ପୋତି ଦେଉଥିଲେ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରସ୍ତର ଯୁଗ କହିଲେ କ’ଣ ବୁଝ ? ଏଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

  • ଆଦିମାନବ ନିଜ ଜୀବନକୁ ସୁରକ୍ଷିତ କରିବାପାଇଁ ପଥରକୁ ବ୍ୟବହାର କରୁଥିଲା । ଏହାଥିଲା ତା’ର ନିତ୍ୟ ବ୍ୟବହାର ଜିନିଷ ଓ ପ୍ରଧାନ ଅସ୍ତ୍ର । ତେଣୁ ଏହି ଯୁଗକୁ ପ୍ରସ୍ତର ଯୁଗ କୁହାଯାଏ ।
  • ପ୍ରସ୍ତର ନିର୍ମିତ ହାତହତିଆର ବ୍ୟବହାରକୁ ନେଇ ଏହି ଯୁଗକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ସେସବୁ ହେଲା ଯଥା – ପୁରାତନ ପ୍ରସ୍ତର ଯୁଗ ଓ ନୂତନ ପ୍ରସ୍ତର ଯୁଗ ।

୨ । ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟର ବସ୍ତ୍ର ଓ ବାସଗୃହ କିପରି ଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଶୁ ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ।
  • ଏହି ଯୁଗର ମନୁଷ୍ୟ ଜୀବଜନ୍ତୁମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୩ । ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଚିତ୍ରକଳାରେ ନିପୁଣ ଥ‌ିବାର ପ୍ରମାଣ ଦିଅ ।
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ଚିତ୍ରକରିବା ଜାଣିଥିବାର ଜଣାଯାଏ । ଫ୍ରାନ୍ସ, ସ୍ପେନ୍, ଇଟାଲୀ ଓ ଜର୍ମାନୀର ବିଭିନ୍ନ ଗୁମ୍ଫା ଓ ପାହାଡ଼ରେ ବିଭିନ୍ନ ପଶୁପକ୍ଷୀ, ବଲ୍‌ଗା ହରିଣ ଶିକାର, ଧାବମାନ ବଣ ମଇଁଷି ଇତ୍ୟାଦିର ଚିତ୍ରମାନ ଦେଖିବାକୁ ମିଳିଛି ।
  • ଓଡିଶାର ଗୁଡହାଣ୍ଡି, ବିକ୍ରମଖୋଲ, ମାଣିକପଡ଼ା, ଯୋଗୀମଠ ଇତ୍ୟାଦି ପାହାଡ଼ରେ ଏହିସବୁ ଚିତ୍ରକଳା ଦେଖୁବାକୁ ମିଳେ ।

୪। ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର କେଉଁ ଅଞ୍ଚଳମାନଙ୍କରୁ ଆବିଷ୍କୃତ ହୋଇଥିବାର ଜଣାଯାଏ, ଲେଖ ।
Answer:

  • ପଞ୍ଜାବର ସୋନନଦୀ, ଉତ୍ତରପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେ ସ୍ଥାନରୁ ପୁରାତନ ପ୍ରସ୍ତର ଯୁଗର ପଥରର କୁରାଢି, କାଙ୍କ ଓ ବର୍ଚ୍ଛା ଆଦି ଆବିଷ୍କୃତ ହୋଇଛି ।
  • ଚେନ୍ନାଇ ନିକଟରୁ ଶକ୍ତ ପଥରରେ ତିଆରି ହାତୁଡି ଆବିଷ୍କାର ହୋଇଥର ଜଣାଯାଏ ।

୫। ଦୁଇଟି ଆଦିବାସୀ ଜାତିର ଉଦାହରଣ ଦିଅ ଓ ସେମାନେ କିପରି ଜୀବନଯାପନ କରୁଥିଲେ ଲେଖ ।
Answer:

  • କେରଳରେ ବାସ କରୁଥିବା ପାଣ୍ଡାରାମ ଓ ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀମାନେ ଆମ ଦେଶର ପ୍ରାଚୀନ ସଂସ୍କୃତି ଅଟନ୍ତି ।
  • ଏହି ଆଦିବାସୀମାନେ ଏବେ ମଧ୍ୟ ଶିକାର ଓ ଫଳମୂଳ ସଂଗ୍ରହ କରି ଯାଯାବର ଜୀବନଯାପନ କରୁଛନ୍ତି ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୬। ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ କେଉଁ ହାତହତିଆର ବ୍ୟବହାର କରୁଥିଲେ ?
Answer:

  • ପଥର ଓ ଅସ୍ଥିର କାଠବେଣ୍ଟ ଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ, ହାଡ଼ରୁ ତିଆରି ଛୁଞ୍ଚ୍ ଆଦି ଅସ୍ତ୍ରଶସ୍ତ୍ର ନୂତନ ପ୍ରସ୍ତର ଯୁଗର ମନୁଷ୍ୟ ବ୍ୟବହାର କରୁଥିଲା ।
  • ଏଗୁଡ଼ିକୁ ଶିକାର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।

୭ । ଆଦିମାନବ ଖାଦ୍ୟ ପାଇଁ କ’ଣ କରୁଥିଲା ?
Answer:

  • ଆଦିମାନବ ଖାଦ୍ୟ ପାଇଁ ଜୀବଜନ୍ତୁଙ୍କୁ ମାରି ତା’ର କଞ୍ଚା ମାଂସ ଖାଉଥିଲା ।
  • ଗୋଟିଏ ସ୍ଥାନରେ ଶିକାର ବା ଫଳମୂଳର ଅଭାବ ହେଲେ ସେମାନେ ଅନ୍ୟ ସ୍ଥାନକୁ ଯାଉଥିଲେ ।

୮ | ଆଦିମାନବ କାହିଁକି ଲଙ୍ଗଳା ହୋଇ ବୁଲୁଥିଲା ?
Answer:

  • ଆଦିମାନବ ଖାଦ୍ୟପାଇଁ ଜୀବଜନ୍ତୁଙ୍କୁ ମାରି ତା’ର କଞ୍ଚାମାଂସ ଖାଉଥିଲା ।
  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପ୍ରଥମେ କେଉଁଥୁରୁ ନିଆଁ ବାହାରିବାର ଦେଖ‌ିଲେ ?

୯। ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପ୍ରଥମେ କେଉଁଥୁରୁ ନିଆଁ ବାହାରିବାର ଦେଖ‌ିଲେ ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପ୍ରଥମେ ପଥର ସହିତ ପଥର ଘଷି ହୋଇ ନିଆଁ ବାହାରିବା ଦେଖୁଲେ ।
  • ସେହି ନିଆଁ ଗଛ, ପତ୍ର ଓ ଡାଳକୁ ପୋଡ଼ି ପାଉଁଶ କରିଦେବାର ଲକ୍ଷ୍ୟ କଲା ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୧୦ । ନୂତନ ପ୍ରସ୍ତର ଯୁଗର ମନୁଷ୍ୟ କେଉଁ କାର୍ଯ୍ୟରେ ଓ କେଉଁ ପଶୁମାନଙ୍କୁ ପାଳନ କରୁଥିଲେ ?
Answer:

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟ କୃଷି କାର୍ଯ୍ୟ କରିବାପାଇଁ, ପ୍ରଥମେ ପଶୁ ପାଳନ କଲା । ପ୍ରଥମେ ସେମାନେ ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ କୁକୁର ପାଳନ କଲା ।
  • ପରେପରେ ଗାଈ, ମେଣ୍ଢା, ଛେଳି ଆଦି ପଶୁମାନଙ୍କୁ ପାଳନ କଲା । ପରବର୍ତ୍ତୀ ସମୟରେ ଘୋଡ଼ା ଓ ଗଧମାନଙ୍କୁ ମାଲପରିବହନ କରିବା କାର୍ଯ୍ୟରେ ବ୍ୟବହାର କଲା ।

୧୧ । ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କିପରି କରୁଥିଲେ ?
Answer:

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କରି ବିଭିନ୍ନ ପ୍ରକାର ମାଟିପାତ୍ର ନିର୍ମାଣ କଲେ ।
  • କାଳକ୍ରମେ ସେମାନେ ଚକକୁ ଗାଡ଼ିରେ ବ୍ୟବହାର କରି ମାଲପରିବହନ ଶୀଘ୍ର ଓ ସୁବିଧାରେ କରିପାରିଲେ । ପରବର୍ତୀ ସମୟରେ ସେମାନେ ଚିକଦ୍ଵାରା ତନ୍ତ ପ୍ରସ୍ତୁତ କରି ସୂତା କାଟିଲେ ଓ ଲୁଗା ବୁଣିପାରିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଆଦିମ ମାନବର ବୁଦ୍ଧି କେଉଁ-କେଉଁ କାର୍ଯ୍ୟ ମଧ୍ୟରେ ସୀମିତ ଥିଲା ?
Answer:
ଆଦିମ ମାନବର ବୁଦ୍ଧି କେବଳ ଖାଦ୍ୟସଂଗ୍ରହ ଓ ନିଜର ସୁରକ୍ଷାରେ ସୀମିତ ଥିଲା ।

୨ । ଆଦିମାନବର ସବୁଦିନିଆ ବ୍ୟବହାର ଜିନିଷ କ’ଣ ଥିଲା ?
Answer:
‘ପଥର’ ଆଦିମାନବର ସବୁଦିନିଆ ବ୍ୟବହାର ଜିନିଷ ଥିଲା ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୩ । ଆଦିମାନବ କାହିଁକି ଯାଯାବର ଜୀବନଯାପନ କରୁଥିଲା ?
Answer:
ଆଦିମାନବ ଖାଦ୍ୟ ସଂଗ୍ରହ ପାଇଁ ଯାଯାବର ଜୀବନଯାପନ କରୁଥିଲା ।

୪। କେଉଁଠାରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥରରେ ତିଆରି ହାତୁଡ଼ି ଆବିଷ୍କୃତ ହୋଇଛି ?
Answer:
ପୁରାତନ ପ୍ରସ୍ତରଯୁଗର ଶକ୍ତ ପଥରରେ ତିଆରି ହାତୁଡ଼ି ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଛି ।

୫। କେରଳର କେଉଁ ଆଦିମ ଅସ୍ଵାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚୁଛନ୍ତି ?
Answer:
କେରଳରେ ବାସ କରୁଥିବା ‘ପାଶ୍ଚାରାମ’ ଜାତିର ଆଦିମ ଅସ୍ଵାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚିଛନ୍ତି ।

୬ । ଓଡ଼ିଶାର କେଉଁ ଆଦିମ ଅସ୍ଵାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚୁଛନ୍ତି ?
Answer:
ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିମ ଅସ୍ଵାସୀ ପୁରାତନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚୁଛନ୍ତି ।

୭ । ଆଦିମାନବ ଲଙ୍ଗଳା ହୋଇ ବୁଲୁଥିଲା କାହିଁକି ?
Answer:
ଆଦିମାନବ ବସ୍ତ୍ରର ବ୍ୟବହାର ଜାଣି ନ ଥିବାରୁ ଲଙ୍ଗଳା ହୋଇ ବୁଲୁଥିଲା ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୮ । ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିଥିଲା ବୋଲି କିପରି ଅନୁମାନ କରାଯାଏ ?
Answer:
ଦାକ୍ଷିଣାତ୍ୟର କେତେକ ଗୁମ୍ଫାରେ ଜମିଥିବା ପାଉଁଶରୁ ଅନୁମାନ କରାଯାଏ ଯେ ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିଥିଲା ।

୯ । ନୂତନ ପ୍ରସ୍ତର ଯୁଗର ଲୋକମାନେ କେଉଁ କାର୍ଯ୍ୟ ପାଇଁ କୁକୁର ପାଳନ କରୁଥିଲେ ?
Answer:
ଶିକାର କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ନୂତନ ପ୍ରସ୍ତର ଯୁଗର ଲୋକମାନେ କୁକୁର ପାଳନ କରୁଥିଲେ ।

୧୦ । ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟିପାତ୍ର କାହିଁକି ତିଆରି କରୁଥିଲେ ?
Answer:
ରାନ୍ଧିବା ଓ ଶସ୍ୟ ସାଇତି ରଖୁବା ଉଦ୍ଦେଶ୍ୟରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟିପାତ୍ର ତିଆରି କରୁଥିଲେ ।

୧୧ । ନୂତନ ପ୍ରସ୍ତର ଯୁଗର ଲୋକମାନେ ହାଡ଼ରୁ ତିଆରି ଛୁଞ୍ଚ୍ କାହିଁକି ବ୍ୟବହାର କରୁଥିଲେ ?
Answer:
ନୂତନ ପ୍ରସ୍ତର ଯୁଗର ଲୋକମାନେ ଚମଡ଼ା ଲୁଗା ସିଲେଇ କରିବାପାଇଁ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରୁଥିଲେ ।

୧୨ । ପ୍ରସ୍ତର ଯୁଗର ଲୋକମାନଙ୍କୁ ଚକ ବ୍ୟବହାର କେଉଁ କାର୍ଯ୍ୟରେ ସାହାଯ୍ୟ କରୁଥିଲା ?
Answer:
ପ୍ରସ୍ତର ଯୁଗର ଲୋକମାନଙ୍କୁ ଚକ ବ୍ୟବହାର ପରିବହନ, ମାଟିପାତ୍ର ନିର୍ମାଣ, ଲୁଗାବୁଣା କାର୍ଯ୍ୟରେ ସାହାଯ୍ୟ କରୁଥିଲା ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । ଆଜକୁ ପ୍ରାୟ __________ ବର୍ଷ ତଳେ ନୃ-ବାନରରୁ ଆଦିମାନବର ଉତ୍ପତ୍ତି ହୋଇଥିଲା ।
Answer:
୧୫ ଲକ୍ଷ

୨ । ଆଦିମାନବ ନିଜ ଜୀବନକୁ ସୁରକ୍ଷିତ କରିବାପାଇଁ __________ କୁ ବ୍ୟବହାର କରୁଥିଲା ।
Answer:
ପଥର

୩ । __________ ନିକଟରୁ ଶକ୍ତ ପଥରର ତିଆରି ପୁରାତନ ପ୍ରସ୍ତର ଯୁଗର ହାତୁଡ଼ି ଆବିଷ୍କୃତ ହୋଇଛି ।
Answer:
ଚେନ୍ନାଇ

୪। କେରଳରେ ବାସ କରୁଥିବା __________ ଜାତିର ଆଦିବାସୀମାନେ ପ୍ରସ୍ତର ଯୁଗର ପ୍ରାଚୀନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚ୍ ରହିଛନ୍ତି ।
Answer:
ପାଣ୍ଡାରାମ

୫ । ଓଡ଼ିଶାର କୋରାପୁଟରେ _________ ଜାତିର ଆଦିବାସୀ ଦେଖାଯାଆନ୍ତି
Answer:
ବଣ୍ଡା

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୬। ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ ପ୍ରଥମେ ଆଦିମାନବ __________ କୁ ପାଳନ କରୁଥିଲା ।
Answer:
କୁକୁର

୭ । ନଦୀକୂଳମାନଙ୍କରେ ପ୍ରଚୁର ଜଳ ଓ _______ ମିଳୁଥ‌ିବାରୁ ଆଦିମାନବକୁ ଶସ୍ୟ ଉତ୍ପାଦନ କରିବାପାଇଁ ସୁବିଧା ହେଲା ।
Answer:
ଉର୍ବର ମାଟି

୮। ପଶୁମାନଙ୍କଠାରୁ ନୂତନ ପ୍ରସ୍ତର ଯୁଗର ଲୋକମାନେ କ୍ଷୀର ଓ _________ ପାଉଥିଲେ ।
Answer:
ମାଂସ

୯। _________ ର ବ୍ୟବହାର ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଲା ।
Answer:
ଚକ

୧୦ । ଚକ ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କୁ ________ ପ୍ରସ୍ତୁତ କରିବାରେ ସାହାଯ୍ୟ କଲା ।
Answer:
ତନ୍ତ

୧୧ । ଓଡ଼ିଶାର ___________ ଜିଲ୍ଲାର କେତେକ ଜାଗାରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ।
Answer:
ମୟୂରଭଞ୍ଜ

୧୨ । ନୂତନ ପ୍ରସ୍ତର ଯୁଗର ଲୋକମାନେ ___________ ର ଉପାସକ ଥିଲେ ।
Answer:
ପ୍ରକୃତି

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୧୩ । ନୂତନ ପ୍ରସ୍ତର ଯୁଗର ଲୋକମାନେ _________ ରେ ବିଶ୍ବାସ କରୁଥିଲେ ।
Answer:
ପରଜନ୍ମ

୧୪ । ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଚିତ୍ରକଳାର ସନ୍ଧାନ ________ ରୁ ମିଳିଛି ।
Answer:
ଗୁମ୍ଫା

୧୫ । ବର୍ତ୍ତମାନ କେରଳର _________ ମାନେ ଯାଯାବର ଜୀବନଯାପନ କରୁଅଛନ୍ତି ।
Answer:
ପାଣ୍ଡାରାମ

B. ଠିକ୍ ଉତ୍ତର ବାଛି ଲେଖ ।

୧ । ଓଡ଼ିଶାର ନିମ୍ନୋକ୍ତ କେଉଁ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ?
(୧) ମାଣିକମଡ଼ା
(୨) ଗୁଡ଼ହାଣ୍ଡି
(୩) କୁଚେଇ
(୪) ଯୋଗୀମଠ
Answer:
(୩) କୁଚେଇ

୨। ନିମ୍ନୋକ୍ତ ମଧ୍ୟରୁ କାହାର ବ୍ୟବହାର ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିଥିଲା ?
(୧) ନିଆଁର ବ୍ୟବହାର
(୨) ଛୁଞ୍ଚିର ବ୍ୟବହାର
(୩) ତନ୍ତର ବ୍ୟବହାର
(୪) ଚକର ବ୍ୟବହାର
Answer:
(୪) ଚକର ବ୍ୟବହାର

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୩ । ନୂତନ ପ୍ରସ୍ତର ଯୁଗର ଲୋକମାନେ ନିମ୍ନୋକ୍ତ ମଧ୍ୟରୁ କାହାକୁ ପୂଜା କରୁଥିଲେ ?
(୧) ବରୁଣ
(୨) ସୂର୍ଯ୍ୟ
(୩) ଇନ୍ଦ୍ର
(୪) ଚନ୍ଦ୍ର
Answer:
(୨) ସୂର୍ଯ୍ୟ

୪ । ନିମ୍ନୋକ୍ତ ମଧ୍ୟରୁ କେଉଁ ଆଦିବାସୀ କେରଳ ରାଜ୍ୟରେ ଦେଖାଯାଆନ୍ତି ?
(୧) ପରଜା
(୨) ବଣ୍ଡା
(୩) ପାଶ୍ଚାରାମ
(୪) ସାନ୍ତାଳ
Answer:
(୩) ପାଶ୍ଚାରାମ

୫ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୁରାତନ ପ୍ରସ୍ତର ଯୁଗର ହାତହତିଆର ନୁହେଁ ?
(୧) କୁରାଢ଼ି
(୨) କାଙ୍କ
(୩) ବର୍ଚ୍ଛା
(୪) ଧନୁଶର
Answer:
(୪) ଧନୁଶର

୬ । ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କାହାକୁ ସାର ରୂପେ ବ୍ୟବହାର କରୁଥିଲା ?
(୧) ଗୋବର
(୨) ହାଡ଼
(୩) ଚମଡ଼ା
(୪) ଲୋମ
Answer:
(୧) ଗୋବର

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୭ | ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କାହାକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ମାଟିପାତ୍ର ନିର୍ମାଣ କରିଥିଲା ?
(୧) ଲୁହା
(୨) ରସ
(୩) ଚକ
(୪) ମହୁ
Answer:
(୩) ଚକ

୮। ଆଦିମାନବ ନିମ୍ନୋକ୍ତ ମଧ୍ୟରୁ କେଉଁ ପଶୁକୁ ପ୍ରଥମେ ପାଳିଥିଲା ?
(୧) ନେଉଳ
(୨) କୁକୁର
(୩) ଠେକୁଆ
(୪) ବିରାଡ଼ି
Answer:
(୨) କୁକୁର

C. ସ୍ତମ୍ଭ ମିଳନ ।

  • ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗ କର ।

ସର୍ବପ୍ରାଚୀନ ସମାଜ Chapter 2

D. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧାନ କର ।

୧ । ପୁରାତନ ପ୍ରସ୍ତର ଯୁଗରେ ମାନବ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ନଦୀକୂଳକୁ ଏକମାତ୍ର ମାଧ୍ୟମ ରୂପେ ବାଛିଥିଲେ ।
Answer:
ପୁରାତନ ପ୍ରସ୍ତର ଯୁଗର ମାନବ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ପ୍ରସ୍ତରକୁ ଏକମାତ୍ର ମାଧ୍ୟମ ରୂପେ ବାଛିଥିଲେ ।

୨। ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ସୁନ୍ଦର ଚିକ୍‌କଣ ଥିଲା ?
Answer:
ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ସୁନ୍ଦର ଓ ଚିକ୍‌କଣ ନ ଥିଲା ।

୩ । ଓଡ଼ିଶାର ବିକ୍ରମ ଖୋଲଠାରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥର ତିଆରି ହାତୁଡ଼ି ମିଳିଛି
Answer:
ଚେନ୍ନାଇ ନିକଟରୁ ପୁରାତନ ପ୍ରସ୍ତର ଯୁଗର ଶକ୍ତ ପଥର ତିଆରି ହାତୁଡ଼ି ମିଳିଛି ।

BSE Odisha 6th Class History Important Questions Chapter 2 ସର୍ବପ୍ରାଚୀନ ସମାଜ

୪। ନୂତନ ପ୍ରସ୍ତର ଯୁଗର ମାନବ ପ୍ରଥମେ ନିଆଁର ବ୍ୟବହାର ଶିଖୁଲା !
Answer:
ପୁରାତନ ପ୍ରସ୍ତର ଯୁଗର ମାନବ ପ୍ରଥମେ ନିଆଁର ବ୍ୟବହାର ଶିଖୁଲା ।

୫। କେରଳରେ ବଣ୍ଡା ଜାତିର ଆଦିମ ଅଧିବାସୀ ବାସ କରନ୍ତି ।
Answer:
କେରଳରେ ପାଣ୍ଡାରାମ ଜାତିର ଆଦିମ ଅଧିବାସୀ ବାସ କରନ୍ତି ।

୬। ନୂତନ ପ୍ରସ୍ତର ଯୁଗର ମାନବ ଜଙ୍ଗଲରେ ସ୍ଥାୟୀଭାବେ ବସବାସ କଲା ।
Answer:
ନୂତନ ପ୍ରସ୍ତର ଯୁଗର ମାନବ ନଦୀକୂଳ ମାନଙ୍କରେ ସ୍ଥାୟୀଭାବେ ବସବାସ କଲା ।

୭ । ନୂତନ ପ୍ରସ୍ତର ଯୁଗର ଲୋକମାନେ ଶିବଙ୍କର ଉପାସକ ଥିଲେ ।
Answer:
ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।

Leave a Comment