Odisha State Board BSE Odisha 6th Class History Important Questions Chapter 4 ଭାରତରେ ପ୍ରଥମ ନଗରୀକରଣ Important Questions and Answers.
BSE Odisha Class 6 History Important Questions Chapter 4 ଭାରତରେ ପ୍ରଥମ ନଗରୀକରଣ
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। କେବେ ଓ କିପରି ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ଗଢ଼ି ଉଠିଥିଲା ?
Answer:
- ପ୍ରାୟ ୫୦୦୦ ବର୍ଷତଳେ ସିନ୍ଧୁନଦୀ ଉପତ୍ୟକାରେ ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ଗଢି ଉଠିଥିଲା । ନୂତନପ୍ରସ୍ତର ଯୁଗରେ ଚାଷ କାର୍ଯ୍ୟ ଓ ପଶୁପାଳନ ଯୋଗୁ ଲୋକମାନେ ସ୍ଥାୟୀ ଭାବରେ ଏକାଠି ବସବାସ କରିବାକୁ ଆରମ୍ଭ କଲେ । ଫଳରେ ଗ୍ରାମୀଣ ଜୀବନ ଆରମ୍ଭ ହେଲା ।
- ଭାରତ ଉପମହାଦେଶରେ ନୂତନ ପ୍ରସ୍ତର ଯୁଗର ବସତିଗୁଡ଼ିକ ପ୍ରଥମେ ସିନ୍ଧୁନଦୀର ପଶ୍ଚିମ ପଟରେ ଆରମ୍ଭ ହେଲା ଏବଂ ପରେ ଅନ୍ୟ ଅଞ୍ଚଳରେ ଗଢି ଉଠିଲା । ପାକିସ୍ଥାନର ମେହରଗଡ଼ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶଲାଭ କରିଥିବାର ବିଶ୍ବାସ କରାଯାଏ । କୃଷିର ବିକାଶ ଓ ଧାତୁର ବ୍ୟବହାର ଯୋଗୁ କେତେକ ବସତି ସହର ଓ ନଗରରେ ପରିଣତ ହେଲା ।
- ବିଶେଷ କରି କଂସା ଧାତୁର ବ୍ୟବହାର ସମୟରେ ଭାରତର ଉତ୍ତର-ପଶ୍ଚିମ ଦିଗରେ କେତେକ ନଗର ଗଢି ଉଠିଥିଲା । ପ୍ରତ୍ୟେକ ନଗରକୁ ବିସ୍ତୃତ ଚାଷ ଜମି, ଜଙ୍ଗଲ ଓ ନଦୀ ଘେରି ରହିଥିଲା ।
- କାଳକ୍ରମେ ସେହି ନଗରଗୁଡ଼ିକ ଧ୍ୱଂସ ପାଇ ମାଟିତଳେ ପୋତିହୋଇ ପଡ଼ିଲା । ପ୍ରତ୍ନତତ୍ତ୍ବବିତ୍ମାନେ ମାଟି ଖୋଳି ସେଗୁଡ଼ିକୁ ଉଦ୍ଧାର କରିଛନ୍ତି । ସେମାନେ ସିନ୍ଧୁନଦୀ ଉପତ୍ୟକାରେ ବିଭିନ୍ନ ସ୍ଥାନ ଖୋଳି ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ । ଏହି ସହର ଦୁଇଟି ହେଉଛି ହରପ୍ପା ଓ ମହେଞ୍ଜୋଦାରେ ବର୍ତ୍ତମାନ ଏହି ସହର ଦୁଇଟି ପାକିସ୍ଥାନରେ ଅବସ୍ଥିତ ।
୨ । ହରପ୍ପା ସଭ୍ୟତାର ଅଧିବାସୀମାନଙ୍କ କୃଷିକାର୍ଯ୍ୟ କିପରି ଥିଲା ?
Answer:
- ହରପ୍ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
- ନଦୀକୂଳରେ ଉର୍ବର ସମତଳଭୂମି କୃଷିକାର୍ଯ୍ୟ ପାଇଁ ଉପଯୁକ୍ତ ଥିଲା । ସେମାନେ ଏକ ନୂତନ ପ୍ରକାର ଲଙ୍ଗଳ ବ୍ୟବହାର କରି କୃଷିକାର୍ଯ୍ୟ କରୁଥିଲେ ।
- ସେମାନେ ପ୍ରଧାନତଃ ଗହମ, ଯଅ ଓ କପାଚାଷ କରୁଥିଲେ । ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ରୁଟି ଖାଉଥିଲେ ।
- ଏହା ବ୍ୟତୀତ ଫଳ, ମାଛ, ମାଂସ ଓ ଅଣ୍ଡା ଖାଉଥିଲେ । ଖଜୁରୀ କୋଳି ସେମାନଙ୍କର ପ୍ରିୟ ଖାଦ୍ୟ ଥିଲା ।
୩ । ହରପ୍ପା ସଭ୍ୟତାର ମୋହରଗୁଡ଼ିକରୁ କି ପ୍ରକାର ସୂଚନା ମିଳେ ଉଲ୍ଲେଖ କର ।
Answer:
- ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ପୋଡ଼ାମାଟିର ମୋହର ମିଳିଛି । ଏହି ମୋହରଗୁଡ଼ିକରୁ ସେମାନଙ୍କର ଜୀବନଧାରା ବିଷୟରେ ଅନେକ ତଥ୍ୟ ମିଳେ ।
- ଏହି ମୋହରଗୁଡ଼ିକରେ ବୃଷଭ, ମଇ, ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ, ବହୁ ନାରୀ ମୂର୍ତ୍ତି ଯୋଗାସନ ମୂର୍ତ୍ତି ଆଦି ଦେଖିବାକୁ ମିଳେ ।
- ମୋହରରେ ଏକ ପ୍ରକାର ଲିପି ଓ ଖୋଦିତ ହୋଇଛି ।
- ଏଗୁଡ଼ିକ ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାର ସୂଚନା ପ୍ରଦାନ କରେ ।
୪। ହରପ୍ପା ସଭ୍ୟତାର ଲୋକମାନଙ୍କର ବାଣିଜ୍ୟ କାରବାର ସମ୍ପର୍କରେ ଉଲ୍ଲେଖ କର ।
Answer:
- ହରପ୍ପା ସଭ୍ୟତାର କେତେକ ମୋହରରେ ଡ଼ଙ୍ଗାର ଛବି ଦେଖିବାକୁ ମିଳେ । ସେଥିରୁ ଜଣାଯାଏ ଯେ ଲୋକମାନେ ନୌବାଣିଜ୍ୟ କରୁଥିଲେ ।
- ସେମାନେ ବଳକାଶସ୍ୟ, ବିଭିନ୍ନ ଅଳଙ୍କାର, ମାଟିପାତ୍ର ଇତ୍ୟାଦିକୁ ନେଇ ବାଣିଜ୍ୟ କାରବାର ଅନୁମାନ କରାଯାଏ ।
- ଗୁଜରାଟର ଲୋଥାଲଠାରେ ପୋତାଶ୍ରୟର ଅବଶେଷ ମିଳିଛି ।
- ସେମାନେ ଭାରତ ଭିତରେ ଓ ଭାରତ ବାହାର ଦେଶ ଯଥା – ଆଫଗାନିସ୍ଥାନ ଓ ମେସୋପଟାମିଆ ସହିତ ବାଣିଜ୍ୟ କାରବାର କରୁଥିବାର ଜଣାଯାଏ ।
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
- ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନଗର ନିର୍ମାଣ ।
- ଯୋଜନା ଅନୁଯାୟୀ ନଗର ନିର୍ମାଣ କରାଯାଉଥିଲା ।
୨ । ହରପ୍ପା ସଭ୍ୟତାର ନଗରରେ ଥିବା ଉଚ୍ଚ ସ୍ଥାନରେ କିଏ ରହୁଥିଲେ ଓ ସେଠାରେ କେଉଁ ଗୃହସବୁ ନିର୍ମାଣ କରାଯାଉଥିଲା ?
Answer:
- ହରପ୍ପା ସଭ୍ୟତାର ନଗରରେ ଥିବା ଉଚ୍ଚ ସ୍ଥାନରେ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକମାନେ ରହୁଥିଲେ ।
- ଏଠାରେ ସାଧାରଣ ଗୃହ, ଧର୍ମ ଅନୁଷ୍ଠାନ ଓ ଶସ୍ୟାଗାର ନିର୍ମାଣ କରାଯାଉଥିଲା ।
୩ । ହରପ୍ପା ସଭ୍ୟତାରେ ଗୃହ ବ୍ୟବସ୍ଥା କିପରି ଥିଲା ?
Answer:
- ହରପ୍ପା ସଭ୍ୟତାର ଗୃହ ମଧ୍ୟକୁ ଆଲୋକ ଓ ବାୟୁ ପ୍ରବେଶ କରିବାପାଇଁ ଝରକା ଓ ଦ୍ବାର ରହିଥିଲା ।
- ଉପର ମହଲାକୁ ଯିବାପାଇଁ କାଠରେ ତିଆରି ସିଡ଼ି ରହିଥିଲା ।
୪ । ହରପ୍ପା ସଭ୍ୟତାରେ ଶସ୍ୟାଗାର ବ୍ୟବସ୍ଥା କିପରି ଥିଲା ?
Answer:
- ହରପ୍ପାର ସୁରକ୍ଷିତ ଭାଗର ଉତ୍ତର ଦିଗକୁ ଗୋଟିଏ ବିରାଟ ଶସ୍ୟାଗାର ଥିଲା ।
- ଏହାର ଲମ୍ବ ୬୬ ମିଟର ପ୍ରସ୍ଥ ୧୬ ମିଟର ।
୫ । ମହେଞ୍ଜୋଦାରୋ ନଗର ମଧ୍ଯରେ ସଭାଗୃହ କିପରି ଥିଲା ?
Answer:
- ମହେଞ୍ଜୋଦାରୋ ନଗର ମଧ୍ଯରେ ଏକ ପ୍ରକାଣ୍ଡ ସଭାଗୃହ ଥିଲା ।
- ଏହାର ଲମ୍ବ ୭୦ ମିଟର ଓ ପ୍ରସ୍ଥ ୨୩ ମିଟର ଏବଂ ଏଥିରେ ୨୫ଟି ଖମ୍ବ ଥିଲା ।
୬ । ହରପ୍ପା ସଭ୍ୟତାରେ କୃଷିର ଉନ୍ନତି କିପରି ହୋଇଥିଲା ?
Answer:
- ମୃର୍ତ୍ତିକା ଉର୍ବର ଥିବାରୁ ଲୋକମାନେ କୃଷିକାର୍ଯ୍ୟ କରୁଥିଲେ । ବାର୍ଲି, ଗହମ, ଯଅ, କପାଆଦି ଚାଷ କରାଯାଉଥିଲା ।
- କେନାଲମାନଙ୍କ ଦ୍ବାରା ଜଳସେଚନ କରାଯାଉଥିଲା ।
୭ । ହରପ୍ପା ଓ ମହେଞ୍ଜୋଦାରୋ ନଗର ପରିକଳ୍ପନା କିପରି ଥିଲା ?
Answer:
- ହରପ୍ପା ଓ ମହେଞ୍ଜୋଦାରୋ ନଗର ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇ ଗୋଟିଏ ଭାଗ ଉଚ୍ଚ ସ୍ଥାନରେ ଓ ଅନ୍ୟଟି ଅପେକ୍ଷାକୃତ ନିମ୍ନ ସ୍ଥାନରେ ନିର୍ମାଣ କରାଯାଇଥିଲା ।
- ଉଚ୍ଚ ସ୍ଥାନରେ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକମାନେ ବାସ କରୁଥିଲେ । ଏଠାରେ ସାଧାରଣ ଗୃହ, ମଠ ଓ ଶସ୍ୟାଗାର ରହୁଥିଲେ । ନିମ୍ନ ଭାଗରେ ସାଧାରଣ ଲୋକ, କୃଷକ ଓ ଶ୍ରମିକମାନେ ବାସ କରୁଥିଲେ ।
୮ । ହରପ୍ପା ନଗରର ରାସ୍ତାଗୁଡ଼ିକ କିପରି ଥିଲା ?
Answer:
- ହରପ୍ପା ନଗରର ରାସ୍ତାଗୁଡ଼ିକ ଆଧୁନିକ ସହରର ରାସ୍ତା ପରି ସୁଚିନ୍ତିତ ଯୋଜନା ଅନୁଯାୟୀ ନିର୍ମାଣ କରାଯାଇଥିଲା । ଦୀର୍ଘ ପ୍ରଶସ୍ତରାସ୍ତା ସହରର ମଧ୍ୟ ଭାଗରେ ଥିଲା । ଏହି ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା ।
- ରାସ୍ତାଗୁଡ଼ିକ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିଲା । ମୁଖ୍ୟ ରାସ୍ତାର ଲମ୍ବ ୮୦୦ ମିଟର ଓ ପ୍ରସ୍ଥ ୧୦ ମିଟର ଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଜଳ ଓ ଆବର୍ଜନା ଯିବାପାଇଁ ପକ୍କା ନାଳ ରହିଥିଲା ।
୯ । ହରପ୍ପାବାସୀଙ୍କର ଭାଷା ଓ ଲିପି କିପରି ଥିଲା ?
Answer:
- ହରପ୍ପା ସଭ୍ୟତାର ଅଧିବାସୀଙ୍କର ମୋହରଗୁଡ଼ିକର ମିଳିଥିବା ଚିହ୍ନକୁ ଦେଖ୍ ଜଣାଯାଏ ଯେ ସେମାନେ ଛବିଲିପି ବ୍ୟବହାର କରୁଥିଲେ ।
- ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଚିହ୍ନ ବା ଛବି ଆବିଷ୍କାର କରାଯାଇଛି । ଏହି ଛବିଦ୍ୱାରା ଲୋକମାନେ ମନର ଭାବ ପ୍ରକାଶ କରୁଥିଲେ ।
୧୦ । ହରପ୍ପା ସଭ୍ୟତାର ମୋହରଗୁଡ଼ିକରେ କ’ଣ ଦେଖିବାକୁ ମିଳେ ଓ ଏହା କେଉଁ ସୂଚନା ପ୍ରଦାନ କରେ ?
Answer:
- ହରପ୍ପା ସଭ୍ୟତାର ମୋହରଗୁଡ଼ିକରେ ବୃଷଭ, ମଇଁଷି, ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ ତଥା ବହୁନାରୀ ମୂର୍ତ୍ତି, ଯୋଗାସନ ମୂର୍ତ୍ତି ଆଦି ଦେଖିବାକୁ ମିଳେ ।
- ଏହିଗୁଡ଼ିକ ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାନ ସୂଚନା ପ୍ରଦାନ କରେ ।
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ହରପ୍ପା ଓ ମହେଞ୍ଜୋଦାରୋ ସହର ସଭ୍ୟତା ପ୍ରାୟ କେତେବର୍ଷ ତଳେ ଆରମ୍ଭ ହୋଇଥିଲା ?
Answer:
ପ୍ରାୟ ୫୦୦୦ ବର୍ଷ ତଳେ ହରପ୍ପା ଓ ମହେଞ୍ଜୋଦାରୋ ସହର ସଭ୍ୟତା ଆରମ୍ଭ ହୋଇଥିଲା ।
୨ । ହରପ୍ପାଠାରୁ ମହେଞ୍ଜୋଦାରୋର ଦୂରତା କେତେ ?
Answer:
ହରପ୍ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ ୩୫୦ ମାଇଲ୍ ।
୩ । ହରପ୍ପା ସଭ୍ୟତାର ଅନ୍ତର୍ଭୁକ୍ତ କେତେକ ପ୍ରାଚୀନ ନଗରର ନାମ ଲେଖ ।
Answer:
ହରପ୍ପା ସଭ୍ୟତାର ଅନ୍ତର୍ଭୁକ୍ତ ପ୍ରାଚୀନ ନଗରଗୁଡ଼ିକ ହେଲା, ପଞ୍ଜାବର ରୋପଡ଼, ଗୁଜୁରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଳିବଗାଁ, ହରିୟାଣାର ବଲି ଇତ୍ୟାଦି ପ୍ରଧାନ ।
୪ । ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ନଗର ନିର୍ମାଣ ।
୫ | ହରପ୍ପା ସଭ୍ୟତାର ନଗରଗୁଡ଼ିକ କିପରି ସୁରକ୍ଷିତ ଥିଲା ?
Answer:
ହରପ୍ପା ସଭ୍ୟତାର ନଗର ଚାରିପଟରେ ପ୍ରାଚୀର ଘେରି ରହିଥିବାରୁ ସେଗୁଡ଼ିକ ସୁରକ୍ଷିତ ଥିଲା ।
୬ । ମହେଞ୍ଜୋଦାରୋର ମୁଖ୍ୟ ରାସ୍ତାର ଲମ୍ବ ଓ ପ୍ରସ୍ଥ କେତେ ଥିଲା ?
Answer:
ହରପ୍ପା ସଭ୍ୟତାର ନଗର ଚାରିପଟରେ ପ୍ରାଚୀର ଘେରି ରହିଥିବାରୁ ସେଗୁଡ଼ିକ ସୁରକ୍ଷିତ ଥିଲା ।
୭ । ହରପ୍ପା ଓ ମହେଞ୍ଜୋଦାରୋ ସହର ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
Answer:
ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ ।
୮ | ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ କେଉଁଠାରେ ବିକାଶ ଲାଭ କରିଥିଲା ?
Answer:
ପାକିସ୍ଥାନର ମେହରଗଡ଼ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ପ୍ରତ୍ନତତ୍ତ୍ବବିତ୍ମାନେ ବିଶ୍ୱାସ କରନ୍ତି ।
୯। ହରପ୍ପା ସଭ୍ୟତାର ଆବିଷ୍କୃତ ଶସ୍ୟାଗାରର ଲମ୍ବ ଓ ପ୍ରସ୍ଥ କେତେ ଥିଲା ?
Answer:
ହରପ୍ପା ସଭ୍ୟତାରୁ ଆବିଷ୍କୃତ ଶସ୍ୟାଗାରର ଲମ୍ବ ୬୬ ମିଟର ଓ ପ୍ରସ୍ଥ ୧୬ ମିଟର ।
୧୦ । ମହେଞ୍ଜୋଦାରୋଠାରେ ଥିବା ଶସ୍ୟାଗାରର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ଥିଲା ?
Answer:
ମହେଞ୍ଜୋଦାରୋଠାରେ ଥିବା ଶସ୍ୟାଗାରର ଦୈର୍ଘ୍ୟ ୪୮ ମିଟର ଓ ପ୍ରସ୍ଥ ୧୫ ମିଟର ଥିଲା ।
୧୧ । ମହେଞ୍ଜୋଦାରୋ ନଗରରେ ଥିବା ବୃହତ ସଭାଗୃହଟିର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ?
Answer:
ମହେଞ୍ଜୋଦାରୋ ନଗରରେ ଥିବା ବୃହତ୍ ସଭାଗୃହଟିର ଦୈର୍ଘ୍ୟ ୭୦ ମିଟର ଓ ପ୍ରସ୍ଥ ୨୩ ମିଟର ଥିଲା ।
୧୨ । ହରପ୍ପା ସଭ୍ୟତାର ଲୋକମାନଙ୍କର ପ୍ରଧାନ ଜୀବିକା କ’ଣ ଥିଲା ?
Answer:
ହରପ୍ପା ସଭ୍ୟତାର ଲୋକମାନେ କୃଷିକୁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରିଥିଲେ ।
୧୩ । ହରପ୍ପା ସଭ୍ୟତାର ଲୋକମାନେ କେଉଁଥୁରୁ ରୁଟି ତିଆରି କରି ଖାଉଥିଲେ ?
Answer:
ହରପ୍ପା ସଭ୍ୟତାର ଲୋକମାନେ ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ରୁଟି ଖାଉଥିଲେ ।
୧୪ । ସେମାନଙ୍କର ପ୍ରିୟ ଖାଦ୍ୟ କ’ଣ ଥିଲା ?
Answer:
ଖଜୁରି କୋଳି ସେମାନଙ୍କର ପ୍ରିୟ ଖାଦ୍ୟ ଥିଲା ।
୧୫ । ହରପ୍ପା ସଭ୍ୟତାର ଅଧିବାସୀମାନେ କେଉଁ ଲୁଗା ପିନ୍ଧୁଥିଲେ ?
Answer:
ହରପ୍ପା ସଭ୍ୟତାର ଅଧିବାସୀମାନେ କପା ଓ ପଶମର ଲୁଗା ପିନ୍ଧୁଥିଲେ ।
୧୬ । ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ମିଳିଥିବା ମୋହରମାନଙ୍କର କି କି ମୂର୍ତ୍ତି ଦେଖିବାକୁ ମିଳେ ?
Answer:
ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ମିଳିଥିବା ମୋହରଗୁଡ଼ିକରେ ବୃଷଭ, ମଇଁଷି,ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ, ବହୁନାରୀ ମୂର୍ତ୍ତି ଓ ଯୋଗାସନ ମୂର୍ତ୍ତି ଦେଖିବାକୁ ମିଳେ ।
୧୭ । ହରପ୍ପା ସଭ୍ୟତାର ଲୋକମାନେ କେଉଁ ଦେବଦେବୀଙ୍କୁ ପୂଜା କରୁଥିଲେ ?
Answer:
ହରପ୍ପା ସଭ୍ୟତାର ଲୋକମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିଙ୍କୁ ପୂଜା କରୁଥିଲେ ।
୧୮ । ମହେଞ୍ଜୋଦାରୋର ବାସଗୃହ ଗୁଡ଼ିକ କେଉଁଥରେ ତିଆରି କରାଯାଉଥିଲା ?
Answer:
ମହେଞ୍ଜୋଦାରୋର ବାସଗୃହ ଗୁଡ଼ିକ ପୋଡ଼ାଇଟାରେ ତିଆରି କରାଯାଇଥିଲା ।
୧୯। ଶ୍ରମିକ ଶ୍ରେଣୀର ଲୋକମାନେ କିପରି ଘରେ ରହୁଥିଲେ ?
Answer:
ଶ୍ରମିକ ଶ୍ରେଣୀର ଲୋକମାନେ ଏକ କୋଠରି ବିଶିଷ୍ଟ ଛୋଟ ଘରେ ରହୁଥିଲେ ।
୨୦ । ହରପ୍ପା ସଭ୍ୟତାର ଲୋକମାନେ କେଉଁ କେଉଁ ଦେଶ ସହ ବାଣିଜ୍ୟ କରୁଥିଲେ ?
Answer:
ହରପ୍ପା ସଭ୍ୟତାର ଲୋକମାନେ ଆଫଗାନିସ୍ଥାନ ଓ ମେସୋପଟାମିଆ ସହିତ ବାଣିଜ୍ୟ କରୁଥିଲେ ।
Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।
୧ । ___________ ନଦୀ ଉପତ୍ୟକାରୁ ଦୁଇଟି ପ୍ରାଚୀନ ସହର ଉଦ୍ଧାର କରାଯାଇଛି ।
Answer:
ସିନ୍ଧୁ
୨ । ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ବର୍ତ୍ତମାନ ____________ ରେ ଅବସ୍ଥିତ ।
Answer:
ପାକିସ୍ତାନ
୩ । ସିନ୍ଧୁ ସଭ୍ୟତା ପ୍ରାୟ ଖ୍ରୀ.ପୂ. ____________ ବର୍ଷତଳେ ଆରମ୍ଭ ହୋଇଥିଲା ବୋଲି ଐତିହାସିକମାନେ ଅନୁମାନ କରୁଛନ୍ତି ।
Answer:
୫୦୦୦
୪। ପ୍ରତ୍ନତତ୍ତ୍ୱବିତ୍ ________ ମାଟିତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ ।
Answer:
ଦୟାରାମ ସାହାଣୀ
୫ । _______ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀ ମାଟିତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ ।
Answer:
୧୯୨୧
୬ । ହରପ୍ପା ସହର ସିନ୍ଧୁନଦୀର ଉପନଦୀ ________ ନଦୀ କୂଳରେ ଥିଲା ।
Answer:
ରାବୀ
୭ । ପ୍ରତ୍ନତତ୍ତ୍ୱବିତ୍ __________ ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
Answer:
ରାଖାଲଦାସ ବାନାର୍ଜୀ
୮ | ________ ଖ୍ରୀଷ୍ଟାବ୍ଦରେ ରାଖାଲ ଦାସ ବାନାର୍ଜୀ ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
Answer:
୧୯୨୨
୯ | ମହେଞ୍ଜୋଦାରୋର ଅର୍ଥ _____________ ।
Answer:
ମୃତନଗରୀ
୧୦ । ହରପ୍ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ _______ ମାଇଲ୍ ଅଟେ ।
Answer:
୩୫୦
୧୧ । ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ମାନେ ହରିୟାଣାର ବେବୁଆ ଗ୍ରାମରୁ ହରପ୍ପା ସଭ୍ୟତାର ଲୋକଙ୍କର ________ ଆବିଷ୍କାର କରିଥିଲେ ।
Answer:
୧୦
୧୨ । ହରପ୍ପାର ସିଲ୍ ବା ମୋହର ମେସୋପଟାମିଆର _________ ଓ _____ ସ୍ଥାନରେ ଦେଖିବାକୁ ମିଳିଛି ।
Answer:
ଉର୍, କିଶ୍
୧୩ । ମହେଞ୍ଜୋଦାରୋର ମୁଖ୍ୟ ରାସ୍ତାର ଲମ୍ବ __________ମିଟର ଓ ପ୍ରସ୍ଥ ___________ ମିଟର ଥିଲା ।
Answer:
୮୦୦, ୧୦
୧୪ । ମହେଞ୍ଜୋଦାରୀର ଘରଗୁଡ଼ିକ ___________ ରେ ତିଆରି କରାଯାଇଥିଲା ।
Answer:
ପୋଡ଼ାଇଟା
୧୫ । ମହେଞ୍ଜୋଦାରୋର ସ୍ନାନାଗାରର ଲମ୍ବ _________ ମିଟର ଓ ପ୍ରସ୍ଥ ___________ ମିଟର ଥିଲା ।
Answer:
୫୫, ୩୩
୧୬ । ହରପ୍ପାରୁ ଆବିଷ୍କୃତ ହୋଇଥିବା ଶସ୍ୟାଗାରର ଲମ୍ବ _________ ମିଟର ଓ ପ୍ରସ୍ଥ __________ ମିଟର ଥିଲା ।
Answer:
୬୬, ୧୬
୧୭ । ମହେଞ୍ଜୋଦାରୋରେ ଥିବା ଶସ୍ୟାଗାରର ଲମ୍ବ __________ ମିଟର ଓ ପ୍ରସ୍ଥ ___________ ମିଟର ଥିଲା ।
Answer:
୪୮, ୧୫
B. ଠିକ୍ ଉତ୍ତର ବାଛି ଲେଖ ।
୧ । ହରପ୍ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ—
(୧) ୧୦୦ ମାଇଲ
(୨) ୨୦୦ ମାଇଲ
(୩) ୩୦୦ ମାଇଲ
(୪) ୩୫୦ ମାଇଲ
Answer:
(୪) ୩୫୦ ମାଇଲ
୨ । ହରପ୍ପାର ସିଲ୍ ବା ମୋହର ନିମ୍ନୋକ୍ତ କେଉଁ ସ୍ଥାନରୁ ମିଳିଛି ?
(୧) ରୋପର
(୨) ବଲି
(୩) ଉର୍
(୪) ଖାଲମରା
Answer:
(୩) ଉର୍
୩ । ହରିୟାଣାର ବେବୁଆ ଗ୍ରାମରୁ ନିମ୍ନୋକ୍ତ କେଉଁଟି ପ୍ରତ୍ନତତ୍ତ୍ବବିତ୍ମାନେ ଆବିଷ୍କାର କରିଛନ୍ତି ?
(୧) ମାଟିହାଣ୍ଡି
(୨) ହାଡ଼ରୁ ତିଆରି ମାଳି
(୩) ଦଶଟି କଙ୍କାଳ
(୪) ନୃତ୍ୟରତା ନାରୀମୂର୍ତ୍ତି
Answer:
(୩) ଦଶଟି କଙ୍କାଳ
୪ । ମହେଞ୍ଜୋଦାରୋ ସହର କେତେ ଖ୍ରୀଷ୍ଟାବ୍ଦରେ ଲୋକଲୋଚନକୁ ଆସିଥିଲା ?
(୧) ୧୯୨୦ ଖ୍ରୀଷ୍ଟାବ୍ଦ
(୨) ୧୯୨୨ ଖ୍ରୀଷ୍ଟାବ୍ଦ
(୩) ୨୦୦୦ ଖ୍ରୀଷ୍ଟାବ୍ଦ
(୪) ୨୦୦୨ ଖ୍ରୀଷ୍ଟାବ୍ଦ
Answer:
(୨) ୧୯୨୨ ଖ୍ରୀଷ୍ଟାବ୍ଦ
୫ । ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୋଇପାରେ ?
(୧) ସଭାଗୃହ ନିର୍ମାଣ
(୨) ନଗର ନିର୍ମାଣ
(୩) ଗୃହ ନିର୍ମାଣରେ ଖମ୍ବର ବ୍ୟବହାର
(୪) ସମତଳ ଛାତ ନିର୍ମାଣ
Answer:
(୨) ନଗର ନିର୍ମାଣ
୬। ହରପ୍ପାର ବୃହତ୍ ଶସ୍ୟାଗାରର ସୁରକ୍ଷିତ ଭାଗର କେଉଁ ଦିଗରେ ଗୋଲାକାର ଚଟାଣ ଦେଖିବାକୁ ମିଳିଥିଲା ?
(୧) ପୂର୍ବ
(୨) ପଶ୍ଚିମ
(୩) ଉତ୍ତର
(୪) ଦକ୍ଷିଣ
Answer:
(୩) ଉତ୍ତର
୭। ‘କାଳିବନ୍ଗାଁ’ ବର୍ତ୍ତମାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
(୧) ଗୁଜରାଟ
(୨) ରାଜସ୍ଥାନ
(୩) ପଞ୍ଜାବ
(୪) ହରିୟାଣା
Answer:
(୨) ରାଜସ୍ଥାନ
୮ | ହପ୍ପା ସଭ୍ୟତାର ଲୋକମାନଙ୍କର କେଉଁ ଖାଦ୍ୟ ଅତ୍ୟନ୍ତ ପ୍ରିୟ ଥିଲା ?
(୧) ଖଜୁରିକୋଳି
(୨) ଯଅ
(୩) ପଣସ
(୪) ଲିଚୁ
Answer:
(୧) ଖଜୁରିକୋଳି
୯ । ହରପ୍ପା ସଭ୍ୟତାରେ ସ୍ତ୍ରୀଲୋକମାନେ କେଉଁ ପାନିଆ ବ୍ୟବହାର କରୁଥିଲେ ?
(୧) ପୋହଳାରୁ ତିଆରି ପାନିଆ
(୨) ଶାମୁକାରୁ ତିଆରି ପାନିଆ
(୩) ଶିଙ୍ଗ ତିଆରି ପାନିଆ
(୪) କାଠରୁ ତିଆରି ପାନିଆ
Answer:
(୩) ଶିଙ୍ଗ ତିଆରି ପାନିଆ
C. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୀଳକ, ଛବି, ଉତ୍ତର, ଦକ୍ଷିଣ, ମେସୋପଟାମିଆ, ବେବୁ, ମହୋଞ୍ଜୋଦାରୋ, ମାଟି, କଂସା, ଖଜୁରି କୋଳି, ନରକୋଳି)
୧। ହରପ୍ପା ସଭ୍ୟତାର ଲୋକମାନେ ଆଫଗାନିସ୍ଥାନ ଓ __________ ସହିତ ବାଣିଜ୍ୟ କାରବାର କରୁଥିଲେ ।
Answer:
ମେସୋପଟାମିଆ
୨ । ହରପ୍ପା ସଭ୍ୟତାର ଲୋକମାନେ ___________ ଲିପି ବ୍ୟବହାର କରୁଥିଲେ ।
Answer:
ଛବି
୩ । ହରପ୍ପା ସଭ୍ୟତାର ଲୋକେ ମୃତବ୍ୟକ୍ତିର ମୁଣ୍ଡକୁ __________ ଦିଗକୁ ରଖ୍ ସମାଧ୍ ଦେଉଥିଲେ ।
Answer:
ଉତ୍ତର
୪ । ___________ ଠାରେ ଏକ କଂସାଧାତୁର ନୃତ୍ୟରତା ନାରୀ ମୂର୍ତ୍ତି ମିଳିଛି ।
Answer:
ମହେଞ୍ଜୋଦାରୋ
୫। ହରପ୍ପା ସଭ୍ୟତାର ପିଲାମାନଙ୍କ ଖେଳନା __________ ରେ ତିଆରି ହେଉଥିଲା ।
Answer:
ମାଟି
D. ସ୍ତମ୍ଭ ମିଳନ ।
Answer:
E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧାନ କର ।
୧। ମହେଞ୍ଜୋଦାରୋ ସଭ୍ୟତାର ଲୋକମାନେ ଛବିଲିପି ବ୍ୟବହାର କରୁଥିଲେ ।
Answer:
ହରପ୍ପା ସଭ୍ୟତାର
୨ । ହରପ୍ପା ସଭ୍ୟତାର ଲୋକମାନେ ପ୍ଲାଷ୍ଟିକ ତିଆରି ପାନିଆ ବ୍ୟବହାର କରୁଥିଲେ ।
Answer:
ଶିଙ୍ଗ
୩ । ହରପ୍ପାର ସିଲ୍ ବା ମୋହର ବନୱାଲି ସ୍ଥାନରୁ ମିଳିଛି ।
Answer:
ଉର୍
୪ । ‘କାଳିବନଗାଁ’ ବର୍ତ୍ତମାନ ଭାରତର ପଞ୍ଜାବ ରାଜ୍ୟରେ ଅବସ୍ଥିତ ।
Answer:
ରାଜସ୍ଥାନ
୫ । ହରପପା ସହରଟି ବର୍ତ୍ତମାନ ଭାରତରେ ଅବସ୍ଥିତ ।
Answer:
ହରପ୍ପା ସହରଟି ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ ।
୬ | ହରପ୍ପାରେ ଘରର ଉପର ମହଲାକୁ ଯିବାପାଇଁ ପଥର ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।
Answer:
ହରପ୍ପାରେ ଘରର ଉପର ମହଲାକୁ ଯିବାପାଇଁ କାଠ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।