BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ Important Questions and Answers.

BSE Odisha Class 6 Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରାଚୀନ କାଳରୁ ଆମ ଦେଶରେ ଗ୍ରାମପଞ୍ଚାୟତ ବ୍ୟବସ୍ଥା କିପରି ଥିଲା ?
Answer:

  • ପ୍ରାଚୀନ କାଳରୁ ଆମ ଦେଶର ଗ୍ରାମବାସୀମାନଙ୍କର ପଞ୍ଚାୟତ ବ୍ୟବସ୍ଥା ପ୍ରଚଳିତ ଥିଲା । ଗ୍ରାମର ମୁଖ୍ୟ ପାଞ୍ଚଜଣଙ୍କୁ ନେଇ ଗୋଟିଏ ସଭାଗଠିତ ହେଉଥିଲା ।
  • ଏହି ସଭା ଗ୍ରାମର କଳିକଜିଆ ମୀମାଂସା କରୁଥିଲା । ପରେ ଏହି ସଭାକୁ ପଞ୍ଚାୟତ କୁହାଗଲା । ଏହି ପଞ୍ଚାୟତ ଗ୍ରାମର ଗଠନମୂଳକ କାର୍ଯ୍ୟଗୁଡ଼ିକୁ ବୁଝା ବୁଝି କଲା । ଇଂରେଜମାନେ ଆମ ଦେଶକୁ ଆସିବାପରେ ଏହି ପଞ୍ଚାୟତ ପ୍ରଥାଟି ଅକାମି ହୋଇଗଲା ।

୨। ଆମ ଦେଶର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ତାହା କ’ଣ ?
Answer:

  • ଆମଦେଶର ସ୍ଥାନୀୟ ସ୍ନାୟତ୍ତ ଶାସନ ବ୍ୟବସ୍ଥାକୁ ଦୁଇଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ।

୩ । ଗ୍ରାମ ପଞ୍ଚାୟତରେ ଦୁଇଟି ବାଧ୍ୟତାମୂଳକ କାର୍ଯ୍ୟ ଓ ଦୁଇଟି ଇଚ୍ଛାଧୀନ କାର୍ଯ୍ୟର ଉଦାହରଣ ଦିଅ ।
Answer:

  • ରାସ୍ତାଘାଟ ନିର୍ମାଣ ଓ ରକ୍ଷଣା ବେକ୍ଷଣ କରିବା ଏବଂ ଲୋକମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ଗ୍ରାମପଞ୍ଚାୟତର ଦୁଇଟି ବାଧ୍ୟତାମୂଳକ କାର୍ଯ୍ୟ ଅଟେ ।
  • ସମବାୟ ସମିତି ଗଠନ କରିବା ଓ ପାଠାଗାର ସ୍ଥାପନ କରିବା ଆଦି ଗ୍ରାମପଞ୍ଚାୟତର ଦୁଇଟି ଥଚ୍ଛାଧୀନ କାର୍ଯ୍ୟ ଅଟେ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୪। ଗ୍ରାମ ପଞ୍ଚାୟତର ମୁଖ୍ୟ ଆୟ ବ୍ୟବସ୍ଥା କ’ଣ ?
Answer:

  • ପଞ୍ଚାୟତର କାର୍ଯ୍ୟ ପରିଚାଳନା ପାଇଁ ଅଧିକାଂଶ ଅର୍ଥ ସରକାରୀ ଅନୁଦାନରୁ ଆସିଥାଏ ।
  • ଏହା ବ୍ୟତୀତ ପଞ୍ଚାୟତର ନିଜସ୍ବ ଆୟ ମଧ୍ଯରୁ ପଶୁ ଅଟକଶାଳା, ହାଟ ପରିଚାଳନା, ଘାଟ ନଲାମ, ମାଛ ଚାଷ, ଯାନବାହାନ ଇତ୍ୟାଦି ନିମନ୍ତେ ଲାଇସେନ୍ସ ବାବଦରେ ପଞ୍ଚାୟତ ଆୟ କରିଥାଏ ।

୫। ସମିତିସଭ୍ୟ କାହାକୁ କୁହାଯାଏ ? ଓଡ଼ିଶାରେ କେତୋଟି ପଞ୍ଚାୟତ ସମିତି ଅଛି ?
Answer:

  • ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚାୟତ ସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ ସଭ୍ୟା ନିର୍ବାଚିତ ହୋଇଥାନ୍ତି । ଏମାନଙ୍କୁ ‘ସମିତି ସଭ୍ୟ’’ କୁହାଯାଏ । ଏହି ସଭ୍ୟ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ ବା ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ରହିଥାଆନ୍ତି ।
  • ଓଡ଼ିଶାରେ ଏବେ ୩୧୪ଟି ପଞ୍ଚାୟତ ସମିତି ରହିଛି ।

୬| ପଞ୍ଚାୟତ ସମିତି କହିଲେ କ’ଣ ବୁଝ ?
Answer:

  • ଗୋଟିଏ ଜିଲ୍ଲାରେ ପରସ୍ପର ନିକଟରେ ଥ‌ିବା କେତୋଟି ଗ୍ରାମ ପଞ୍ଚାୟତକୁ ନେଇ ଗୋଟିଏ ଗୋଷ୍ଠୀ ଉନ୍ନୟନ ବ୍ଲକ ଗଠନ କରାଯାଏ ।
  • ଏହି ଗୋଷ୍ଠୀ ଉନ୍ନୟନ ବ୍ଳକର କାର୍ଯ୍ୟ ପରିଚାଳନା ପାଇଁ ଗୋଟିଏ ସଭା ଗଠନ କରାଯାଏ । ଏହି ସଭାକୁ ପଞ୍ଚାୟତ ସମିତି କହନ୍ତି । ଏହା ପଞ୍ଚାୟତି ରାଜର ଦ୍ବିତୀୟ ସୋପାନ ଅଟେ ।

୭। ଗ୍ରାମସେବକ କିଏ ? ତାଙ୍କର କାର୍ଯ୍ୟ କ’ଣ ?
Answer:

  • ସରକାରଙ୍କ ଉନ୍ନୟନ କାର୍ଯ୍ୟ ସହିତ ଲୋକମାନଙ୍କୁ ଘନିଷ୍ଠ ଭାବରେ ସମ୍ପୃକ୍ତ କରିବା ଉଦ୍ଦେଶ୍ୟରେ ଗ୍ରାମ ପଞ୍ଚାୟତମାନଙ୍କରେ ଜଣେ ଗ୍ରାମସେବକ ନିଯୁକ୍ତି ପାଇଥାଆନ୍ତି ।
  • ସେ ବ୍ଲକ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାନ୍ତି । ବିଶେଷକରି କୃଷି ଓ ପଶୁପାଳନ ଦିଗରେ ସେ ଲୋକମାନଙ୍କୁ ପରାମର୍ଶ ଦେଇଥାନ୍ତି ।

୮| ମହାନଗର ନିଗମର ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ମହାନଗର ନିଗମର ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ହେଲା – (କ) ସର୍ବସାଧାରଣ ପାଠାଗାର, ଯାଦୁଘର ଓ ପାର୍କ ନିର୍ମାଣ କରିବା, (ଖ) ବିଶ୍ରାମଗୃହ, ଅନାଥାଶ୍ରମ ନିର୍ମାଣ ଓ ପରିଚାଳନା ।
  • ରାସ୍ତାକଡ଼ରେ ବୃକ୍ଷରୋପଣ ଓ ସାମାଜିକ ବନୀକରଣ ଏବଂ ସହରର ସମସ୍ତ କୋଠାବାଡ଼ିର ସର୍ଭେ କରିବା ଇତ୍ୟାଦି ।

୯। ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ ଲେଖ ।
Answer:

  • ଯେଉଁ ଛୋଟ ସହରର ଲୋକସଂଖ୍ୟା ୧୦ ହଜାରରୁ ଅଧିକ ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C) ଗଠିତ ହୋଇଥାଏ ।
  • ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ ଓ କାର୍ଯ୍ୟ ପୌରପାଳିକାର ଗଠନ ଓ କାର୍ଯ୍ୟ ପରି ହୋଇଥାଏ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୧୦। ବ୍ଲକ ଉନ୍ନୟନ ଅଧିକାରୀ (B.D.O) ଙ୍କ କାର୍ଯ୍ୟ କ’ଣ ଲେଖ ।
Answer:

  • ବ୍ଲକ ଉନ୍ନୟନ ଅଧିକାରୀ ଜଣେ ସରକାରୀ କର୍ମଚାରୀ । ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାପାଇଁ ସରକାର ତାଙ୍କୁ ନିଯୁକ୍ତ କରିଥାନ୍ତି ।
  • ତାଙ୍କ ଅଧ୍ଵନରେ ସମବାୟ, ମତ୍ସ୍ୟଚାଷ, ଶିକ୍ଷା, କୃଷି, ନିର୍ମାଣ ଓ ସାମାଜିକ ସଂଗଠନ ଇତ୍ୟାଦି ବିଷୟ ପାଇଁ ଜଣେ ଲେଖାଏଁ ବିଶେଷଜ୍ଞ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଥାନ୍ତି । ସେମାନେ ଲୋକମାନଙ୍କୁ ନିଜ ନିଜ ବିଷୟରେ ପରାମର୍ଶ ଦିଅନ୍ତି ।

୧୧। ମହାନଗର ନିଗମ ଆମ ଦେଶରେ କେଉଁଠି ଦେଖିବାକୁ ମିଳେ ? କର୍‌ପୋରେଟର୍‌ କାହାକୁ କୁହାଯାଏ ?
Answer:

  • ମହାନଗର ନିଗମଗୁଡ଼ିକ ରାଜ୍ୟ ଦ୍ଵାରା ପ୍ରଣୀତ ଆଇନ୍ ଅନୁସାରେ ଗଠିତ ହୁଏ । ଦିଲ୍ଲୀ, କୋଲକାତା ଓ ଓଡ଼ିଶାର କଟକ ଓ ଭୁବନେଶ୍ଵରରେ ମହାନଗର ନିଗମ ଗଠନ କରାଯାଇଛି ।
  • ନଗରକୁ କେତୋଟି ୱାର୍ଡ଼ରେ ଭାଗ କରାଯାଇ ଜଣେ ଲେଖାଏଁ ପ୍ରତିନିଧ୍ ପ୍ରତ୍ୟେକ ୱାର୍ଡ଼ରୁ ନିଗମ ପରିଷଦକୁ ସାବାଳକ ଭଟେ ପ୍ରଥା ଜରିଆରେ ନିର୍ବାଚିତ ହୁଅନ୍ତି । ଏମାନଙ୍କୁ କର୍ପୋରେଟର କୁହାଯାଏ ।

୧୨। ଗ୍ରାମ ପଞ୍ଚାୟତର କାର୍ଯ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:

  • ଗ୍ରାମ ପଞ୍ଚାୟତର କାର୍ଯ୍ୟ ଦୁଇ ପ୍ରକାର ।
  • ବାଧ୍ୟତାମୂଳକ କାର୍ଯ୍ୟ ଓ ଇଚ୍ଛାଧୀନ କାର୍ଯ୍ୟ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ।

୧। ଆମ ଦେଶର ସର୍ବୋଚ୍ଚ ଶାସନକୁ କ’ଣ କହନ୍ତି ?
Answer:
ଆମ ଦେଶର ସର୍ବୋଚ୍ଚ ଶାସନକୁ କେନ୍ଦ୍ର ଶାସନ କହନ୍ତି ।

୨। ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଥମ ସ୍ତର କ’ଣ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଥମ ସ୍ତର ଗ୍ରାମପଞ୍ଚାୟତ ।

୩ । ଗ୍ରାମପଞ୍ଚାୟତର ମୁଖ୍ୟ କିଏ ?
Answer:
ଗ୍ରାମପଞ୍ଚାୟତର ମୁଖ୍ୟ ସରପଞ୍ଚ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୪। ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର କ’ଣ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ବିତୀୟ ସ୍ତର ପଞ୍ଚାୟତ ସମିତି ।

୫ | ପଞ୍ଚାୟତ ସମିତର ମୁଖ୍ୟ କିଏ ?
Answer:
ପଞ୍ଚାୟତ ସମିତିର ମୁଖ୍ୟ ଚେୟାରମ୍ୟାନ ।

୬। ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତର କ’ଣ ?
Answer:
ଜିଲ୍ଲା ପରିଷଦ ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତର ।

୭। ଜିଲ୍ଲା ପରିଷଦର ମୁଖ୍ୟ କିଏ ?
Answer:
ଅଧ୍ୟକ୍ଷ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି ।

୮| ମହାନଗର ନିଗମର ମୁଖ୍ୟ କିଏ ?
Answer:
ମେୟର ମହାନଗର ନିଗମର ମୁଖ୍ୟ ଅଟନ୍ତି ।

୯। କେତେ ଲୋକ ବାସ କରୁଥିବା ସହରରେ ମହାନଗର ନିଗମ ଗଠିତ ହୁଏ ?
Answer:
ଦଶ ଲକ୍ଷରୁ ଅଧ୍ଵ ଲୋକ ବାସ କରୁଥିବା ସହରରେ ମହାନଗର ନିଗମ ଗଠିତ ହୁଏ ।

୧୦। କେତେ ଲୋକ ବାସ କରୁଥିବା ସହରରେ ପୌରପାଳିକା ଗଠିତ ହୁଏ ?
Answer:
ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହରରେ ପୌରପାଳିକା ଗଠିତ ହୁଏ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୧୧। କେତେ ଲୋକ ବାସ କରୁଥିବା ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୁଏ ?
Answer:
ଦଶ ହଜାରରୁ ଅଧିକ ଲୋକ ବାସ କରୁଥିବା ଛୋଟ ଛୋଟ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୁଏ ।

୧୨। ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ କିଏ ?
Answer:
ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ଚେୟାରମ୍ୟାନ୍ ଅଟନ୍ତି ।

୧୩। ପୌରପାଳିକାର ମୁଖ୍ୟ କର୍ମଚାରୀ କିଏ ?
Answer:
କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପାଳିକାର ମୂଖ୍ୟ କର୍ମଚାରୀ ଅଟନ୍ତି ।

୧୪। ସହରରେ ପାର୍କ ନିର୍ମାଣ ପୌରପାଳିକାର କେଉଁ କାର୍ଯ୍ୟର ଅନ୍ତର୍ଭୁକ୍ତ ?
Answer:
ସହରରେ ପାର୍କ ନିର୍ମାଣ ପୌରପାଳିକାର ଇଚ୍ଛାଧୀନ କାର୍ଯ୍ୟର ଅନ୍ତର୍ଭୁକ୍ତ।

୧୫। ଗୋଟିଏ ଗ୍ରାମପଞ୍ଚାୟତରେ ସର୍ବାଧ୍ଵ କେତେ ଜଣ ୱାର୍ଡ଼ ମେମ୍ବର ରହିପାରିବେ ?
Answer:
ଗୋଟିଏ ଗ୍ରାମପଞ୍ଚାୟତରେ ସର୍ବାଧ‌ିକ ୨୫ ଜଣ ୱାର୍ଡ଼ ମେମ୍ବର ରହିପାରିବେ ।

୧୬। ପ୍ରତି ୱାର୍ଡ଼ର ଗଠନମୂଳକ କାର୍ଯ୍ୟ ପାଇଁ କ’ଣ ଗଠନ କରାଯାଏ ?
Answer:
ପ୍ରତି ୱାର୍ଡ଼ର ଗଠନମୂଳକ କାର୍ଯ୍ୟ ପାଇଁ ଗ୍ରାମସଭା ବା ପଲ୍ଲୀସଭା ଗଠନ କରାଯାଏ ।

୧୭। ପୌରପାଳିକାର ନିଷ୍ପତ୍ତିକୁ କିଏ କାର୍ଯ୍ୟକାରୀ କରନ୍ତି ?
Answer:
ପୌରପାଳିକାର ନିଷ୍ପନିକ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟକାରୀ କରନ୍ତି ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୧। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(୨୫, ଚେୟାରମ୍ୟାନ୍, ପଲ୍ଲୀସଭା, କାର୍ଯ୍ୟନିର୍ବାହୀ ଅଧ‌ିକାରୀ, ସ୍ବାସ୍ଥ୍ୟ ଅଫିସର)

(କ) ପ୍ରତି ୱାର୍ଡର ଗଠନମୂଳକ କାର୍ଯ୍ୟ ପାଇଁ _______________ ଗଠନ କରାଯାଏ ।
Answer:
ଗ୍ରାମସଭା ବା ପଲ୍ଲୀସଭା

(ଖ) ଗୋଟିଏ ଗ୍ରାମ ପଞ୍ଚାୟତରେ ସର୍ବାଧ‌ିକ _____________________ ଜଣ ୱାର୍ଡମେମ୍ବର ରହିପାରିବେ ।
Answer:
୨୫

(ଗ) ପୌରପାଳିକାର ବୈଠକ _______________ ଡାକିଥାଆନ୍ତି ।
Answer:
ଚେୟାରମ୍ୟାନ୍

(ଘ) ପୌରପାଳିକାର ନିଷ୍ପଭିକ _____________କାର୍ଯ୍ୟକାରୀ କରନ୍ତି ।
Answer:
କାର୍ଯ୍ୟନିର୍ବାହୀ ଅଧିକାରୀ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୨। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ମହାନଗର ନିଗମ କେଉଁ ଆଇନ ଅନୁସାରେ ଗଠିତ ହୁଏ ?
Answer:
ମହାନଗର ନିଗମ ରାଜ୍ୟଦ୍ଵାରା ପ୍ରଣୀତ ଆଇନ ଅନୁସାରେ ଗଠିତ ହୁଏ ।

(ଖ) ପୌରପାଳିକାର ମୁଖ୍ୟ କର୍ମଚାରୀ କିଏ ?
Answer:
କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପାଳିକାର ମୁଖ୍ୟ କର୍ମଚାରୀ ।

(ଗ) ସହରରେ ପାର୍କନିର୍ମାଣ ପୌରପାଳିକାର କେଉଁ କାର୍ଯ୍ୟର ଅନ୍ତର୍ଭୁକ୍ତ ?
Answer:
ସହରରେ ପାର୍କ ନିର୍ମାଣ ପୌରପାଳିକାର ଇଚ୍ଛାଧୀନ କାର୍ଯ୍ୟର ଅନ୍ତର୍ଭୁକ୍ତ ।

(ଘ) ଗୋଟିଏ ସହରର ଜନସଂଖ୍ୟା କେତେହେଲେ ସେଠାରେ ପୌରପାଳିକା ବା ମ୍ୟୁନିସିପାଲିଟି ଗଠନ ହେବ ?
Answer:
ଗୋଟିଏ ସହରର ଜନସଂଖ୍ୟା ଏକଲକ୍ଷରୁ ଅଧ‌ିକ ହେଲେ ସେଠାରେ ପୌରପାଳିକା ବା ମ୍ୟୁନିସିପାଲିଟି ଗଠନ ହେବ ।

BSE Odisha 6th Class Political Science Important Questions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଙ) ସରପଞ୍ଚ ନିଜ କାର୍ଯ୍ୟରେ ଅବହେଳା କଲେ ତାଙ୍କୁ କିପରି କ୍ଷମତାରୁ ଅନ୍ତର କରାଯାଇପାରିବ ?
Answer:
ସରପଞ୍ଚ ନିଜ କାର୍ଯ୍ୟରେ ଅବହେଳା କଲେ ତାଙ୍କୁ ସରକାରୀ ଆଦେଶ ବଳରେ କିମ୍ବା ପଞ୍ଚାୟତ ସଭ୍ୟମାନଙ୍କଦ୍ୱାରା ଅନାସ୍ଥା ପ୍ରସ୍ତାବ ଜରିଆରେ କ୍ଷମତାରୁ ଅନ୍ତର କରାଯାଇପାରିବ ।

Leave a Comment