BSE Odisha 7th Class Science Solutions Chapter 14 ଆଲୋକ

Odisha State Board BSE Odisha 7th Class Science Solutions Chapter 14 ଆଲୋକ Textbook Exercise Questions and Answers.

BSE Odisha Class 7 Science Solutions Chapter 14 ଆଲୋକ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ବାସ୍ତବ ପ୍ରତିବିମ୍ବ _________ ଦର୍ପଣରେ ଗଠିତ ହୁଏ ।
(ଖ) ସବୁ ଶେତ୍ରରେ ବଣ୍ଡୁ ଅପେକ୍ ମାନ ପ୍ରତିଦିତ୍ମ _________ ଦର୍ପଣରେ ଗଠିତ ହୁଏ ।
(ଗ) ବସ୍ତୁର ଉଚ୍ଚତା ସହ ସମାନ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ _________ ଦର୍ପଣରେ ଦେଖାଯାଏ ।
(ଘ) ପରଦା ଉପରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବକୁ _________ ପ୍ରତିବିମ୍ବ କୁହାଯାଏ ।
Solution:
(କ) ର୍ଥବତଲ
( ଖ ) ଉତ୍ତଳ
(ଗ) ସମତଳ
(ଘ) ଦାସ୍ତ୍ରଦ

Question 2.
ନିମ୍ନଲିଖ ବାକ୍ୟଗୁଡ଼ିକ ନିଜ ଖାତାରେ ଲେଖ । ଠିକ୍ ବାକ୍ୟ ପାଖରେ ଠିକ୍ (✓) ଚିହ୍ନ ଏବଂ ଭୁଲ୍ ବାକ୍ୟ ପାଖରେ ଛକି (x) ଚିହ୍ନ ଦିଅ ।
(କ) ସମତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
(ଖ) ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଉତ୍ତଳ ଦର୍ପଣ ଲଗାଯାଇଥାଏ ।
(ଗ) ଉତ୍ତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।
(ଘ) ଅବତଳ ଦର୍ପଣରେ ଏକ ବାସ୍ତବ, ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।
Solution:
(କ) x
(ଖ) ✓
(ଗ) x
(ଘ) ✓

BSE Odisha 7th Class Science Solutions Chapter 14 ଆଲୋକ

Question 3.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭରେ ଥ‌ିବା
BSE Odisha 7th Class Science Solutions Chapter 14 Img 1

Question 4.
ଆମ୍ବୁଲାନସ୍ ଗାଡ଼ି ଆଗରେ ବିଚିତ୍ର ଢଙ୍ଗରେ ନାମ କାହିଁକି ଲେଖାଯାଇଥାଏ ? ଏହା ଉପରେ ନିଜର ମତ ଦିଅ ।
Solution:
(i) ଗାଡ଼ିରେ ଉତ୍ତଳ ଦର୍ପଣ ଲାଗିଥାଏ । ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଓଲଟା ଓ ସାନ ହୁଏ ।
(ii) ପଛରୁ ଆମ୍ବୁଲାନ୍ସ ଆସୁଥ‌ିବା ଗାଡ଼ିର ଓଲଟା ଲେଖା ଆମ୍ବୁଲାନ୍ସକୁ ଗାଡ଼ିଚାଳକ ଠିକ୍ ଭାବେ ପଢ଼ିପାରେ ଏବଂ ଆମ୍ବୁଲାନ୍‌ସକୁ ବାଟ ଛାଡ଼ିଦିଏ ।
(iii) ଦର୍ପଣରେ ପ୍ରତିବିମ୍ବର ପାର୍ଶ୍ଵପରିବର୍ତ୍ତନ ଯୋଗୁ ବିଚିତ୍ର ଢଙ୍ଗରେ ଲେଖାଯାଇଥିବା ଶବ୍ଦଟି ଠିକ୍‌ରୂପେ ପଢ଼ି ହୁଏ ।

Question 5.
ସମତଳ, ଉତ୍ତଳ ଏବଂ ଅବତଳ ଦର୍ପଣର ଦୁଇଟି ଲେଖାଏଁ ବ୍ୟବହାର ଲେଖ ।
Solution:
ସମତଳ ଦର୍ପଣର ବ୍ୟବହାର :
(i) ସମତଳ ଦପଣକୁ ମୁହଁ ଦେଖବାପାଇଁ ଆଲଳାରୁପେ ବ୍ୟବହ୍ଡାର କରାଯାଏ |
(ii) ଏହାକୁ ବ୍ୟବହାର କରି ପେରିସ୍କୋପ୍ ଗଠନ କରାଯାଇଥାଏ ।

ଉଭଲ ଦର୍ପଣର ବ୍ୟବହାର :
(i) ସ୍ଫୁଟର, ମଟରସାଇକେଲ ଆଦି ଯାନର ହ୍ୟାଣ୍ଡଲ ନିକଟରେ ଉତ୍ତଳ ଦର୍ପଣ ଲାଗିଥାଏ । ଏହା ସାହାଯ୍ୟରେ ପଛରୁ ଆସୁଥ‌ିବା ଯାନବାହାନ ଦେଖ୍ହୁଏ ।
(ii) ବିସ୍ତୀର୍ଣ୍ଣ ଅଞ୍ଚଳ ଆଲୋକ ପାଇବାପାଇଁ ଏହି ଦର୍ପଣ ରାସ୍ତା ବତୀରେ ପ୍ରତିଫଳକ ରୂପେ ବ୍ୟବହୃତ ହୁଏ ।

ଅଦଭଲ ଦର୍ପଣର ବ୍ୟବହାର :
(i) ଡାକ୍ତରମାନେ ଚକ୍ଷୁ, କାନ, ନାକ ଓ ଗଳାକୁ ପରୀକ୍ଷା କଲାବେଳେ ଅବତଳ ଦର୍ପଣ ବ୍ୟବହାର କରନ୍ତି ।
(ii) ଦନ୍ତ୍ର ଚିକିମକାପାନେ ବାଦଲର ପୃତିଦିମୂ ଦେଖଦାପାଇଁ ଅଦତଳ ବଦରହାଉ କରନ୍ତି |

Question 6.
ଅବତଳ ଦର୍ପଣ ଓ ଉତ୍ତଳ ଦର୍ପଣ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
Solution:
BSE Odisha 7th Class Science Solutions Chapter 14 Img 2

Question 7.
ବାସ୍ତବ ତ୍ପତିଦିମୂ ଥାରାସା ପ୍ରତିବିମୂ ମଧ୍ୟରେ ଥିବା ଦୁଇଟି ପାରଲ୍ୟ ଲେଖ |
Solution:
BSE Odisha 7th Class Science Solutions Chapter 14 Img 3

BSE Odisha 7th Class Science Solutions Chapter 14 ଆଲୋକ

Question 8.
ଗୋଟିଏ ବଡ଼ ସମତଳ ଦର୍ପଣଠାରୁ ତିନି ମିଟର ଦୂରରେ ବସ୍ତୁଟିଏ ଅଛି । ଯଦି ବସ୍ତୁଟି ଦର୍ପଣଠାରୁ ଆଉ ଦୁଇ ମିଟର ଦୂରକୁ ଘୁଞ୍ଚାଇ ନିଆଯାଏ, ତେବେ ପ୍ରତିବିମ୍ବ କେତେ ଦୂରରେ ସୃଷ୍ଟି ହେବ ?
Solution:
(i) ସମତଳ ଦର୍ପଣରେ ପ୍ରତିବିମ୍ବର ଦୂରତା ବସ୍ତୁର ଦୂରତା ସହ ସମାନ ହୋଇଥାଏ ।
(ii) ତେଣୁ ବସ୍ତୁଟି ଦର୍ପଣଠାରୁ 3ମି. + 2ମି. = 5ମି. ଦୂରରେ ରହିଲେ ପ୍ରତିବିମ୍ବ 5 ମିଟର ଦୂରରେ ସୃଷ୍ଟି ହେବ ।

Question 9.
ଦିଳାନ ସମତ କାରଣ ଲେଖି |
(କ) ସମତଳ ଦର୍ପଣରେ ବାମହାତ ଦକ୍ଷିଣ ହାତ ପରି ଦେଖାଯାଏ ।
Solution:
(i) ସମଦଲ ବପଶରେ ପୃତିଦିପୂର ପାଣ ପରିବହନ ଦୋଇଥାଏ | ପ୍ରତିଦିତ୍ପ ଦସ୍ତୁପରି ପଲକ ସମାନ ଉଚ୍ଚତା ବିଶିଷ୍ଟ ହୋଇଥାଏ ।
(ii) ତେଣୁ ସମତଳ ଦର୍ପଣରେ ବାମହାତ ଦକ୍ଷିଣ ହାତପରି ଦେଖାଯାଏ ।

(ଖ) କ୍ଷୌର ହେଲାବେଳେ ସାମାନ୍ୟ ଅବତଳ ଦର୍ପଣ ବ୍ୟବହାର କରାଯାଏ ।
Solution:
(i) ଅବତଳ ଦର୍ପଣରେ ଅତି ନିକଟରେ ବସ୍ତୁ ରହିଲେ, ପ୍ରତିବିମ୍ବ ବାସ୍ତବ ଓ ବଡ଼ ହୁଏ ।
(ii) ତେଣୁ କ୍ଷୌରହେବା ଦର୍ପଣ ସାମାନ୍ୟ ଅବତଳ କଲେ, ମୁହଁ ବଡ଼ ଦେଖାଯାଏ ଓ ମୁହଁର ପ୍ରତ୍ୟେକ ଅଂଶ ସ୍ପଷ୍ଟ ଦେଖାଯାଏ ।

(ଗ) ଗାଡ଼ିଚାଳକ ପାଖରେ ଉତ୍ତଳ ଦର୍ପଣ ଖଞ୍ଜା ଯାଇଥାଏ ।
Solution:
(i) ଉତ୍ତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା କ୍ଷୁଦ୍ର, ସିଧା ଓ ଅବାସ୍ତବ ହୋଇଥାଏ । ଏଣୁ ବହୁ ଅଞ୍ଚଳ ବା ଅନେକଗୁଡ଼ିଏ ବସ୍ତୁର ପ୍ରତିବିମ୍ବ ଛୋଟ ଆକାରରେ ଏକ ସମୟରେ ଦେଖୁହୁଏ ।

Question 10.
ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Solution:
(କ) କେଉଁ ଦର୍ପଣରେ ଆଭାସୀ ପ୍ରତିବିମ୍ବ ବସ୍ତୁଠାରୁ ବଡ଼ ଅଟେ ?
(୧) ସମତଳ
(୨) ଉତ୍ତଳ
(୩) ଅବତଳ
(୪) ଏମାନଙ୍କ ମଧ୍ୟରୁ କେହି ନୁହେଁ
Solution:
(୩) ଅବତଳ

(ଖ) ଧରାଶ୍ରୀ ସମତଳ ଦର୍ପଣ ନିକଟରୁ ଦୁଇ ମିଟର ଦୂରତାରେ ରହି ତାହାର ପ୍ରତିବିମ୍ବକୁ ଦେଖୁଥିଲା । ସେ ଦର୍ପଣ ନିକଟରୁ ଏକ ମିଟର ପଛକୁ ଚାଲିଗଲେ ପ୍ରତିବିମ୍ବଠାରୁ ତାର ଦୂରତା କେତେ ହେବ ?
(୧) ୪ମି
(୨) ୫ ମି
(୩) ୬ ମି
(୪) ୭ ମି
Solution:
(୩) ୬ ମି

(ଗ) ନିମ୍ନୋକ୍ତ ମଧ୍ଯରୁ କେଉଁଟି ସର୍ବୋତ୍କୃଷ୍ଟ ପ୍ରତିଫଳକ ?
(୧) ଷ୍ଟେନ୍‌ଲେସ୍ ଷ୍ଟିଲ୍‌ଥାଳି
(୨) ଝରକାରେ ଲାଗିଥିବା କାଚ
(୩) ଚିକ୍କଣ ମାର୍ବଲ ଚଟାଣ
(୪) ସମତଳ ଦର୍ପଣ
Solution:
(୪) ସମତଳ ଦର୍ପଣ

Question 11.
ନିମ୍ନରେ ଦିଆଯାଇଥିବା କେଉଁ କେଉଁ ବସ୍ତୁଗୁଡ଼ିକରେ ଆଲୋକ ନିପତିତ ହେଲେ ତାହା ପ୍ରତିଫଳିତ ହୁଏ ନାହିଁ ?
ଇଟା, ତୁମ ନୋଟ୍ ଖାତା, ଆକାଶରେ ଭାସୁଥିବା ମେଘ, ଦୂର ପର୍ବତ, ଚନ୍ଦ୍ର, ତୁମ କ୍ଲାସ୍‌ର ବ୍ଲାକ୍‌ବୋର୍ଡ଼, ଜେଟ୍‌ପ୍ଲେନ୍, ରାନ୍ଧିବାପାଇଁ ବ୍ୟବହୃତ ଡେକ୍‌ ।
Solution:
ଇଟା, ତୁମ ନୋଟ୍ ଖାତା, ତୁମ କ୍ଲାସ୍‌ର ବ୍ଲାକ୍ ବୋର୍ଡ଼, ଦୂରପର୍ବତ

Question 12.
ସକାଳୁ ଉଠି ମୁହଁ ଧୋଇଲା ବେଳେ ତୁମେ ଦର୍ପଣରେ ତୁମର ଯେଉଁ ପ୍ରତିବିମ୍ବ ଦେଖ ତାହା ବାସ୍ତବ ନା ଆଭାସୀ ଅଟେ ? କ୍ୟାମେରା ବ୍ୟବହାର କରି ସେ ପ୍ରତିବିମ୍ବର ଫଟୋ ଉଠାଯାଇପାରିବ କି ?
Solution:
(i) ସକାଳୁ ଉଠି ମୁହଁ ଧୋଇଲା ବେଳେ ତୁମେ ଦର୍ପଣରେ ତୁମର ଯେଉଁ ପ୍ରତିବିମ୍ବ ଦେଖ ତାହା ଆଭାସୀ ଅଟେ ।
(ii) ଆମେ କ୍ୟାମେରା ବ୍ୟବହାର କରି ସେ ପ୍ରତିବିମ୍ବର ଫଟୋ ଉଠାଇପାରିବା ନାହିଁ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଆଲୋକ ଏକ ସରଳରେଖାରେ ଗତିକରେ :

  • ଗୋଟିଏ ସିଧା ଓ ଅନ୍ୟ ଗୋଟିଏ ବଙ୍କା ପ୍ଲାଷ୍ଟିକ ନଳୀ ନେଇ ଟେବୁଲ ଉପରେ ଜଳୁଥିବା ମହମବତୀକୁ ଚାହିଁଲେ, ସଳଖ ନଳୀରେ ମହମବତୀକୁ ଦେଖ୍ହେବ । ବଙ୍କାନଳୀରେ ମହମବତୀକୁ ଆଦୌ ଦେଖ୍ ହେବ ନାହିଁ ।
  • ରାତ୍ରିରେ ରେଳଇଞ୍ଜିନ୍‌ରୁ ଆସୁଥିବା ଆଲୋକ କିମ୍ବା ବତୀଘରୁ ଆସୁଥିବା ଆଲୋକକୁ ଲକ୍ଷ୍ୟ କଲେ ଜଣାଯାଏ ଯେ,
  • ଆଲୋକ ଚିକ୍କଣ ବା ମସୃଣ ପୃଷ୍ଠ ଉପରେ ପଡ଼ିଲେ ତା’ର ଗତିର ଦିଗ ବଦଳିଥାଏ ।

BSE Odisha 7th Class Science Solutions Chapter 14 ଆଲୋକ

→ ଆଲୋକର ପ୍ରତିଫଳନ :

  • ମସୃଣ ଷ୍ଟିଲ ପ୍ଲେଟ୍ କିମ୍ବା ଷ୍ଟିଲ୍‌ ଚାମଚ କିମ୍ବା ପାଣିର ପୃଷ୍ଠ ଉପରେ ଆଲୋକ ପଡ଼ିଲେ ଆଲୋକର ଦିଗ ପରିବର୍ତ୍ତନ ହୁଏ ଓ ଏଥରେ ବସ୍ତୁର ପ୍ରତିବିମ୍ବ ସୃଷ୍ଟି ହୁଏ ।
  • ଯେକୌଣସି ମସୃଣ ବା ଚିକ୍କଣ ପୃଷ୍ଠ ଗୋଟିଏ ଦର୍ପଣ ପରି କାମ କରେ ।
  • ଆଲୋକ ଦର୍ପଣ ଉପରେ ପଡ଼ିଲେ ତାହାର ଗତିପଥ ପରିବର୍ତ୍ତନ ହୁଏ । ଗୋଟିଏ ପୃଷ୍ଠ ସାହାଯ୍ୟରେ ଆଲୋକର ଏହିପରି ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିଫଳନ କୁହାଯାଏ ।
  • ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବକୁ ପରଦାରେ ଧରିହୁଏ ନାହିଁ । ତେଣୁ ଏଭଳି ପ୍ରତିବିମ୍ବକୁ ଅବାସ୍ତବ ଓ ଆଭାସୀ ପ୍ରତିବିମ୍ବ କୁହାଯାଏ ।
  • ସମତଳ ଦର୍ପଣରେ ପ୍ରତିବିମ୍ବର ଦର୍ପଣଠାରୁ ଦୂରତା ବସ୍ତୁର ଦର୍ପଣଠାରୁ ଦୂରତା ସହ ସମାନ ।
  • ଆଲୋକ ନିଜେ ଅଦୃଶ୍ୟ । ମାତ୍ର ଆଲୋକ ବସ୍ତୁ ଉପରେ ପଡ଼ି ସେଠାରୁ ପ୍ରତିଫଳିତ ହୋଇ ଆମ ଚକ୍ଷୁରେ ପଡ଼ିଲେ ଆମେ ବସ୍ତୁକୁ ଦେଇପାରୁ ।

→ ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ :

  • ସମତଳ ଦର୍ପଣ ସମ୍ମୁଖରେ ମହମ ବତୀଟିଏ ରଖିଲେ ଦର୍ପଣ ଭିତରେ ଏହାର ପ୍ରତିବିମ୍ବ ଦେଖାଯିବ ।
    BSE Odisha Class 7 Science Solutions Chapter 14 Img 1
  • ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ନିଜର ବାମହାତ ଟେକିଲେ ପ୍ରତିବିମ୍ବରେ ଡାହାଣ ହାତ ଟେକିଲା ପରି ଜଣାଯିବ । ଏ ବର୍ତ୍ତୁଳ ଦର୍ପଣ :

→ ବକୁଳ ବଂପଣ :

  • ଏକ ଷ୍ଟିଲ୍ ଚାମଚର ଭିତର ପାର୍ଶ୍ଵକୁ ମୁହଁ ସମ୍ମୁଖରେ ରଖ୍ ପ୍ରତିବିମ୍ବକୁ ଲକ୍ଷ୍ୟ କଲେ ଜଣାଯିବ ଯେ ଏହା ଏକ ସଳଖ ପ୍ରତିବିମ୍ବ ଓ ବସ୍ତୁ ତୁଳନାରେ ବଡ଼ ।
  • ଆମ ମୁହଁଠାରୁ ଷ୍ଟିଲ୍ ଚାମଚର ଦୂରତା ବଢ଼ାଇଲେ ଏକ ଓଲଟା ପ୍ରତିବିମ୍ବ ସୃଷ୍ଟି ହେବ ।
  • ସେହିପରି ଷ୍ଟିଲ୍‌ ଚାମଚର ବାହାର ପାର୍ଶ୍ଵକୁ ମୁହଁ ସମ୍ମୁଖରେ ରଖ୍ ପ୍ରତିବିମ୍ବକୁ ଲକ୍ଷ୍ୟକଲେ ଜଣାଯିବ ଯେ, ଏହା ଏକ ସଳଖ ପ୍ରତିବିମ୍ବ ଓ ବସ୍ତୁ ତୁଳନାରେ ସାନ ।
  • ଷ୍ଟିଲ୍‌ ଚାମଚର ଉଭୟ ବକ୍ର ମସୃଣ ଅଂଶ ଦର୍ପଣ ପରି କାର୍ଯ୍ୟ କରେ । ଏପ୍ରକାର ଦର୍ପଣକୁ ବର୍ତ୍ତୁଳ ଦର୍ପଣ କୁହାଯାଏ ।
    BSE Odisha Class 7 Science Solutions Chapter 14 Img 2
  • ବର୍ତ୍ତୁଳ ଦର୍ପଣ ଦୁଇ ପ୍ରକାରର; ଯଥା – ଅବତଳ ଦର୍ପଣ ଓ ଉତ୍ତଳ ଦର୍ପଣ ।
  • ଯେଉଁ ପ୍ରତିଫଳକର ପ୍ରତିଫଳନ କରୁଥିବା ପୃଷ୍ଠ ଅବତଳ, ତାହାକୁ ଅବତଳ ଦର୍ପଣ କୁହାଯାଏ । ଏହାର ସାମନାପଟ ବକ୍ର ହୋଇ ଭିତରକୁ ପଶିଯାଇଥାଏ ।
  • ଯେଉଁ ପ୍ରତିଫଳକର ପ୍ରତିଫଳନ କରୁଥିବା ପୃଷ୍ଠ ଉତ୍ତଳ ଅର୍ଥାତ୍ ସମ୍ମୁଖ କୁହାଯାଏ ।

→ ଅବତଳ ଦର୍ପଣରେ ପ୍ରତିବିମ୍ବ ଗଠନ :

  • ଗୋଟିଏ ଅବତଳ ଦର୍ପଣ ନେଇ ସୂର୍ଯ୍ୟ ଆଡ଼କୁ ଦେଖାଇ ଏହାର କିରଣକୁ ଏକ ପତଳା କାଗଜ ଉପରେ ପକାଇଲେ ଗୋଟିଏ ଉଜ୍ଜ୍ବଳ ଗୋଲାକାର ସ୍ଥାନ ସୃଷ୍ଟି ହେବ । ଏହି ଉଜ୍ଜ୍ୱଳ ସ୍ଥାନଟି ହେଉଛି ସୂର୍ଯ୍ୟଙ୍କର ପ୍ରତିବିମ୍ବ ।
  • ଏହା ଏକ ବାସ୍ତବ ପ୍ରତିବିମ୍ବ ଅଟେ । କାରଣ ଏହାକୁ କାଗଜ ଉପରେ ବା ପରଦାରେ ଧରି ହୁଏ । ଅବତଳ ଦର୍ପଣଠାରୁ ଦୂରରେ ବସ୍ତୁ ରହିଲେ ବସ୍ତୁର ଏକ ବାସ୍ତବ, ଓଲଟା ଓ କ୍ଷୁଦ୍ର ପ୍ରତିବିମ୍ବ ସୃଷ୍ଟି ହୁଏ ।

→ ଅଟକଳ ଦପଶର ବ୍ୟବହାର :

  • ଡାକ୍ତରମାନେ ଚକ୍ଷୁ, କାନ, ନାକ ଓ ଗଳାକୁ ପରୀକ୍ଷା କଲାବେଳେ ଅବତଳ ଦର୍ପଣ ବ୍ୟବହାର କରନ୍ତି ।
  • ଦନ୍ତ ଚିକିତ୍ସକମାନେ ଏକ ପ୍ରତିବିମ୍ବ ଦେଖିବା ପାଇଁ ଅବତଳ ଦର୍ପଣ ବ୍ୟବହାର କରିଥାନ୍ତି ।
  • ଆମେ ବ୍ୟବହାର କରୁଥିବା ଟର୍ଚ୍ଚରେ ଅବତଳ ପ୍ରତିଫଳକ ଲାଗିଥାଏ ।
  • କାର, ସ୍କୁଟର ଆଦିର ସମ୍ମୁଖ ଭାଗରେ ଲାଗିଥିବା ଆଲୋକର ପ୍ରତିଫଳକ ମଧ୍ୟ ଅବତଳ ଅଟେ ।

BSE Odisha 7th Class Science Solutions Chapter 14 ଆଲୋକ

→ ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଗଠନ :

  • ଉତ୍ତଳ ଦର୍ପଣରେ ବସ୍ତୁର ପ୍ରତିବିମ୍ବ ଛୋଟ ହୋଇଥାଏ ଏବଂ ଦର୍ପଣର ପଛପଟେ ଗଠିତ ହେଲାଭଳି ଜଣାପଡ଼େ । ଏଣୁ ଏହି ପ୍ରତିବିମ୍ବକୁ ପର୍ଦାରେ ଧରିହେବ ନାହିଁ । ଏହା ଅବାସ୍ତବ ପ୍ରତିବିମ୍ବ ଅଟେ ।
  • ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଛୋଟ ହେଉଥ‌ିବାରୁ ବହୁଅଞ୍ଚଳର ବା ଅନେକଗୁଡ଼ିଏ ବସ୍ତୁର ପ୍ରତିବିମ୍ବ ଛୋଟ ଆକାରରେ ଏକ ସମୟରେ ଦେଖ୍ ହୁଏ ।

→ ଆସ, ଜାଣିବା :

  • ଅସ୍ବଚ୍ଛ ମସୃଣପୃଷ୍ଠ ଦର୍ପଣ ପରି କାର୍ଯ୍ୟକରେ ।
  • ଆସ, ଜାଣିବା ଜାଣକ ହୋଇଥାଏ ।
  • ଯେଉଁ ପ୍ରତିବିମ୍ବକୁ ପରଦାରେ ଧରି ରଖାଯାଇପାରେ ନାହିଁ, ତାହାକୁ ଆଭାସୀ ପ୍ରତିବିମ୍ବ ବା ଅବାସ୍ତବ ପ୍ରତିବିମ୍ବ କୁହାଯାଏ । ଆଭାସୀ ପ୍ରତିବିମ୍ବ ସଳଖ ହୋଇଥାଏ ।
  • ସମତଳ ଦର୍ପଣରେ ଗଠିତ ହେଉଥ‌ିବା ପ୍ରତିବିମ୍ବ – ସଳଖ, ଆଭାସୀ ଏବଂ ବସ୍ତୁର ଉଚ୍ଚତା ସହ ସମାନ । ଏ କ୍ଷେତ୍ରରେ ପ୍ରତିବିମ୍ବର ଦୂରତା ବସ୍ତୁର ଦୂରତା ସହ ସମାନ । ଏହି ପ୍ରତିବିମ୍ବ ମଧ୍ଯ ପାର୍ଶ୍ବ ପରିବର୍ତ୍ତନ କରେ ।
  • ଅବତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ବାସ୍ତବ ବା ଆଭାସୀ ଅଟେ । ଦର୍ପଣର ଅତି ନିକଟରେ ବସ୍ତୁ ରଖୁଲେ ଏ କ୍ଷେତ୍ରରେ ଦର୍ପଣଠାରୁ ଗୋଟିଏ ସଳଖ, ଆଭାସୀ ଓ ବସ୍ତୁର ଆକାର ଠାରୁ ବଡ଼ ପ୍ରତିବିମ୍ବ ସୃଷ୍ଟି ହୁଏ |
  • ଉତ୍ତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସଳଖ, ଆଭାସୀ ଓ ବସ୍ତୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ଅଟେ ।

Leave a Comment