BSE Odisha 6th Class History Important Questions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Important Questions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ Important Questions and Answers.

BSE Odisha Class 6 History Important Questions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବେଦ କେବେ ଓ କିପରି ରଚିତ ହୋଇଥିଲା ? ଉପନିଷଦ କ’ଣ ?
Answer:

  • ପ୍ରାୟ ଖ୍ରୀ.ପୂ. ୧୫୦୦ ମସିହା ଅର୍ଥାତ୍ ପ୍ରାୟ ୩୫୦୦ ବର୍ଷ ପୂର୍ବେ ଋକ୍‌ବେଦ ରଚନା କରାଯାଇଥିଲା । ଅନ୍ୟ କେତେଗୁଡ଼ିକ ବେଦ ଖ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ମଧ୍ୟରେ ରଚନା କରାଯାଇଥିଲା । ପ୍ରଥମଟିକୁ ଋକ୍‌ବେଦୀୟ ଯୁଗ ଏବଂ ଦ୍ବିତୀୟ ସମୟକୁ ପରବର୍ତ୍ତୀ ବା ଉତ୍ତର ବୈଦିକ ଯୁଗ କୁହାଯାଏ ।
  • ଭାରତର ସବୁଠାରୁ ପୁରୁଣା ଗ୍ରନ୍ଥ ହେଉଛି ‘ବେଦ’ । ବେଦଶବ୍ଦର ଅର୍ଥ ହେଉଛି ଜ୍ଞାନ । ସର୍ବମୋଟ ଚାରିଗୋଟି ବେଦ ଅଛି । ସେଗୁଡ଼ିକ ହେଲା – ଋକ୍‌ବେଦ, ସାମବେଦ, ଯଦୁର୍ବେଦ ଏବଂ ଅଥର୍ବ ବେଦ ।
  • ଋକ୍‌ବେଦ ପ୍ରଥମେ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା । ଅନ୍ୟବେଦଗୁଡ଼ିକ ପରେ ଗଙ୍ଗାନଦୀ ଉପତ୍ୟକା ଅଞ୍ଚଳରେ ରଚିତ ହୋଇଥିଲା । ବେଦ ହେଉଛି ଆର୍ଯ୍ୟମାନଙ୍କର ଗ୍ରନ୍ଥ । ଏହି ମନ୍ତ୍ରଗୁଡ଼ିକୁ ମୁନିଋଷିମାନେ ସଂସ୍କୃତ ଭାଷାରେ ମୌଖ୍ୟକ ଭାବରେ ରଚନା କରିଥିଲେ । ପ୍ରଥମେ ବେଦର ମନ୍ତ୍ରଗୁଡ଼ିକୁ ଲୋକମାନେ ଶୁଣିଶୁଣି ମନେ ରଖୁଥିଲେ । ଏଣୁ ବେଦର ଅନ୍ୟ ନାମ ‘ଶ୍ରୁତି’ ।
  • ଉପନିଷଦ ହେଉଛି ବେଦର ଏକ ଅଂଶ । ଏଥରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଲେଖାହୋଇଛି ।

BSE Odisha

୨ । ଭାରତୀୟ ଆର୍ଯ୍ୟ କାହାକୁ କୁହାଯାଏ ? ଆର୍ଯ୍ୟମାନଙ୍କର ଭାଷା କ’ଣ ଥିଲା ? ବ୍ରହ୍ମାବର୍ତ୍ତ କାହାକୁ କୁହାଯାଏ ?
Answer:

  • ପାରସ୍ୟର ଆର୍ଯ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଉତ୍ତର-ପଶ୍ଚିମରେ ଥ‌ିବା ଗିରିପଥ ଦେଇ ଭାରତକୁ ଆସିଥିଲେ । ସେମାନଙ୍କୁ ଭାରତୀୟ ଆର୍ଯ୍ୟ କୁହାଗଲା ।
  • ଆର୍ଯ୍ୟମାନେ ସଂସ୍କୃତ ଭାଷାରେ ଭାବର ଆଦାନ ପ୍ରଦାନ କରୁଥିଲେ । ସେହି ଭାଷା ଆଜିର ସଂସ୍କୃତଠାରୁ ବହୁ ପରିମାଣରେ ଭିନ୍ନ ଥିଲା ।
  • ବିଭିନ୍ନ ଦଳରେ ଆର୍ଯ୍ୟମାନେ ସିନ୍ଧୁ, ବିତସ୍ତା (ଝେଲମ୍), ଚନ୍ଦ୍ରଭାଗା (ଚେନାବ୍), ଇରାବତୀ (ରାବୀ), ବିପାଶା (ବେଆସ୍) ଓ ଶତବ୍ଦୀ (ଶତ୍‌ଜ) ଆଦି ନଦୀର ନିକଟବର୍ତ୍ତୀ ସ୍ଥାନରେ ରହିବାକୁ ଆରମ୍ଭ କଲେ । ଏହି ନଦୀଗୁଡ଼ିକୁ ସେମାନେ ‘ସପ୍ତସିନ୍ଧୁ’ ବୋଲି କହିଲେ ।
  • ଏହି ଅଞ୍ଚଳକୁ ‘ବ୍ରହ୍ମାବର୍ତ୍ତ’ ନାମରେ ଅଭିହିତ କରିଥିଲେ ।

୩ । ଋକ୍‌ବେଦୀୟ ସଭ୍ୟତାର ସାମାଜିକ ବ୍ୟବସ୍ଥା ସମ୍ବନ୍ଧରେ ଉଲ୍ଲେଖ କର ।
Answer:

  • ଆର୍ଯ୍ୟମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା– ଶାସକ ଶ୍ରେଣୀରେ ରାଜା, ତାଙ୍କର କର୍ମଚାରୀ, ଯୋଦ୍ଧା, ଦ୍ୱିତୀୟ ଶ୍ରେଣୀରେ ଥିଲେ ପୁରୋହିତ ଓ ତୃତୀୟ ଶ୍ରେଣୀରେ ଥିଲେ ସାଧାରଣ ଲୋକମାନେ ।
  • ଋକ୍‌ବେଦୀୟ ସମୟର ଶେଷଭାଗକୁ ସମାଜକୁ ଚାରି ବର୍ଷରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା- ବ୍ରାହ୍ମଣ (ଧର୍ମକାର୍ଯ୍ୟ ପାଇଁ), କ୍ଷତ୍ରିୟ (ଶାସନ ଓ ଯୁଦ୍ଧ କାର୍ଯ୍ୟ ପାଇଁ), ବୈଶ୍ୟ (ଚାଷ ଓ ବିଭିନ୍ନ ପଦାର୍ଥ ଉତ୍ପାଦନ ପାଇଁ) ଏବଂ ଶୂଦ୍ର (ଅନ୍ୟ ତିନିବର୍ଷର ସେବା ପାଇଁ)
  • ବୈଦିକ ସଭ୍ୟତାର ଲୋକମାନେ ଦୁଗ୍ଧଜାତ ଖାଦ୍ୟ ବେଶି ପରିମାଣରେ ଖାଉଥିଲେ । ଏହାଛଡ଼ା ବିଭିନ୍ନ ଫଳମୂଳ, ପନିପରିବା, ଡାଲିଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ଖାଦ୍ୟ ଗ୍ରହଣ କରୁଥିଲେ ।
  • ଆର୍ଯ୍ୟମାନେ ପ୍ରକୃତିର ବିଭିନ୍ନ ଶକ୍ତିକୁ ପୂଜା କରୁଥିଲେ । ସେମାନେ ଭାଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥିଲେ । ପୃଥ‌ିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ । ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଯଜ୍ଞାନୁଷ୍ଠାନର ଆୟୋଜନ କରାଯାଉଥିଲା । ସେଥ‌ିପାଇଁ ଘିଅ; ଦୁଧ ଆଦି ଦ୍ରବ୍ୟ ଅଗ୍ନିରେ ସମର୍ପଣ କରାଯାଉଥିଲା ।

BSE Odisha

୪ । ଆର୍ଯ୍ୟମାନଙ୍କର ଗ୍ରାମ୍ୟ ଜୀବନ କିପରି ଥିଲା ଉଲ୍ଲେଖ କର ।
Answer:

  • ଆର୍ଯ୍ୟମାନେ ବିଭିନ୍ନ ଗ୍ରାମରେ ବସବାସ କରୁଥିଲେ ଏବଂ କେତେଗୁଡ଼ିଏ ପରିବାରକୁ ନେଇ ଗ୍ରାମ ଗଠିତ ହୋଇଥିଲା ।
  • ପରିବାରର ସମସ୍ତ ସଦସ୍ୟ ଏକତ୍ର ରହୁଥିଲେ । ପରିବାରରେ ପିତା ଥିଲେ ମୁଖ୍ୟ ଏବଂ ତାଙ୍କୁ କୁଳପ କୁହାଯାଉଥିଲା ।
  • କୃଷି ସେମାନଙ୍କର ପ୍ରଧାନ ଜୀବିକା ଥିଲା ଏବଂ ତାହା ସହିତ ସେମାନେ ପଶୁ ପାଳନ କରୁଥିଲେ । ଗାଈକୁ ସମ୍ପତ୍ତିରୂପେ ବିବେଚନା କରାଯାଉଥିଲା ।
  • ସମାଜରେ ନାରୀର ସ୍ଥାନ ଉଚ୍ଚରେ ଥିଲା ଓ ନାରୀମାନେ ପୁରୁଷମାନଙ୍କ ସହିତ ଯାଗଯଜ୍ଞରେ ଯୋଗ ଦେଉଥିଲେ । ଘୋଷା ଓ ଲୋପାମୁଦ୍ରା ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ ।

୫ । ଆର୍ଯ୍ୟମାନଙ୍କର ଶାସନ ବ୍ୟବସ୍ଥା କିପରି ଥିଲା ?
Answer:

  • ଆର୍ଯ୍ୟମାନେ ବହୁ ସଂଖ୍ୟକ ଗାଈଗୋରୁ, ଘୋଡ଼ା ଆଦି ପଶୁଙ୍କ ସହିତ ବିଭିନ୍ନ ଦଳରେ ଭାରତରେ ପ୍ରବେଶ କରିଥିଲେ । ପ୍ରଥମେ ଯାଯାବର ଜୀବନଯାପନ କଲାପରେ କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କଲେ ।
  • ‘ଜନ’ ଓ ‘ବିଶ୍’ ଏହି ଦୁଇଟି ଶବ୍ଦ ଋକ୍‌ବେଦରେ ବହୁବାର ବ୍ୟବହାର କରାଯାଇଛି । ଦଳରେ ଥ‌ିବା ସମସ୍ତ ଲୋକମାନଙ୍କୁ ‘ଜନ’ରୂପେ ଗ୍ରହଣ କରାଯାଉଥିଲା ଓ‘ବିଶ୍’ ଦଳର କେତେକ ସଂଗଠନକୁ ବୁଝାଉଥିଲା । ଦଳର ସବୁଠାରୁ ଶକ୍ତିଶାଳୀ ବିବେଚିତ ବ୍ୟକ୍ତିକୁ ‘ରାଜନ’ ବୋଲି ଲୋକମାନେ ଗ୍ରହଣ କରୁଥିଲେ । କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା ।
  • ଦଳର ସବୁଠାରୁ ଶକ୍ତିଶାଳୀ ବିବେଚିତ ବ୍ୟକ୍ତିକୁ ‘ରାଜନ’ ବୋଲି ଲୋକମାନେ ଗ୍ରହଣ କରୁଥିଲେ । କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା ।
  • ପରିବାର ଓ ଗ୍ରାମର ମୁଖ୍ୟମାନଙ୍କୁ ଯଥାକ୍ରମେ ‘କୁଳପ’ ଓ ‘ବ୍ରଜପତି’ ବା ‘ଗ୍ରାମୀଣ’ କୁହାଯାଉଥିଲା । ରାଜତନ୍ତ୍ର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ଓ ରାଜା ବହୁତ କ୍ଷମତାଶାଳୀ ଥିଲେ ।

BSE Odisha

୬ । ପ୍ରତ୍ନତାତ୍ତ୍ୱିକ ଖନନରୁ ଇନାମଗାଓଁର କେଉଁ ବିଷୟ ସବୁ ଜଣାପଡ଼ିଛି ?
Answer:

  • ମହାରାଷ୍ଟ୍ର ପ୍ରଦେଶର ଭୀମାନଦୀର ଶାଖାନଦୀ ଘୋଦ ନିକଟରେ ଇନାମ୍‌ଗାଓଁ ଅବସ୍ଥିତ । ଯେତେବେଳେ ଉତ୍ତର – ପଶ୍ଚିମ ଦିଗରେ ପଞ୍ଜାବ ଅଞ୍ଚଳ ଏବଂ ଗଙ୍ଗାନଦୀର ଅବବାହିକାରେ ଆର୍ଯ୍ୟମାନେ ସଭ୍ୟତା ପ୍ରତିଷ୍ଠା କରିଥିଲେ, ସେତେବେଳେ ଇନାମ୍‌ଗାଓଁଠାରେ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତା ବିକାଶଲାଭ କରିଥିଲା ।
  • ପ୍ରତ୍ନତତ୍ତ୍ୱବିତ୍‌ ମାନେ ବିଶ୍ଵାସ କରନ୍ତି ଯେ ସେହି ସଭ୍ୟତା ପ୍ରାୟ ଖ୍ରୀ.ପୂ. ୧୫୦୦ରୁ ୬୦୦ ଅର୍ଥାତ୍ ୯୦୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ କରି ଗଢି ଉଠିଥିଲା ।
  • ସେଠାରେ ପ୍ରତ୍ନତାତ୍ତ୍ଵିକ ଖନନରୁ ପ୍ରାୟ ୧୩୪ଟି ମାଟିର ଚାରିକୋଣିଆ ଘର ଆବିଷ୍କାର କରାଯାଇଛି । ସାଧାରଣତଃ ଘରର ଏକ ବା ଦୁଇଟି କୋଠରି ଥିଲା । ପାଞ୍ଚଟି କୋଠରି ଥ‌ିବା ଘରେ ସେ କାଳର ଶାସକ ରହୁଥିଲେ ବୋଲି ବିଶ୍ଵାସ କରାଯାଏ ।
  • ହରପ୍‌ପା ଭଳି ଇନାମ୍ ଗାଓଁଠାରେ ମଧ୍ୟ ଶସ୍ୟାଗାର ଦେଖ‌ିବାକୁ ମିଳେ । ଲୋକମାନେ ଗାତ ଖୋଳି ମାଟି ଭିତରେ ଶସ୍ୟକୁ ସାଇତି ରଖୁଥିଲେ ।

୭ । ବୈଦିକ ଯୁଗରେ ଜନପଦ ଓ ମହାଜନପଦ କିପରି ଗଠିତ ହୋଇଥିଲା ? ସେଗୁଡ଼ିକ କିଭଳି ଶକ୍ତିଶାଳୀ ରାଷ୍ଟ୍ରରେ
Answer:

  • ଋକ୍‌ବେଦୀୟ ଯୁଗର ଜନଜାତି ରାଷ୍ଟ୍ର ବ୍ୟବସ୍ଥା ପରବର୍ତ୍ତୀ ବୈଦିକ ଯୁଗରେ କ୍ଷେତ୍ରୀୟ ରାଷ୍ଟ୍ର ବ୍ୟବସ୍ଥାରେ ପରିଣତ ହେଲା । ରାଷ୍ଟ୍ରଗୁଡ଼ିକ ଏକ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ରହିଲା । ଏହାକୁ ଜନପଦ କୁହାଗଲା ।
  • ଜନପଦଗୁଡ଼ିକ ସେଠାରେ ବାସ କରୁଥିବା ପ୍ରମୁଖ ଜାତିର ନାମ ଅନୁସାରେ ନାମିତ ହୋଇଥିଲା । ଋକ୍‌ବେଦୀୟ ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ରାଜନ କୁହାଯାଉଥିଲା । ଏହି ପଦ ବଂଶାନୁକ୍ରମିକ ଥିଲା । ତାଙ୍କର କ୍ଷମତା ସୀମିତ ଥିଲା । ସଭା, ସମିତି, ବିଧାତା ଓ ଗଣ ଆଦି ଜନଜାତି ପରିଷଦ ଯୋଗୁଁ ରାଜନର କ୍ଷମତା ସୀମିତ ଥିଲା I
  • ପରବର୍ତୀ ବୈଦିକ ଯୁଗରେ ସେହି ପରିଷଦଗୁଡ଼ିକର ଗୁରୁତ୍ୱ କମିଯିବାର ରାଜନର ଶକ୍ତି ବୃଦ୍ଧି ପାଇଲା । ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ବେଳକୁ ଜନପଦଗୁଡ଼ିକ ସୀମା ବୃଦ୍ଧି କରିବାପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସୀମା ବୃଦ୍ଧି ହୋଇଥ‌ିବା ଜନପଦକୁ ମହାଜନପଦ କୁହାଗଲା ।
  • ଖ୍ରୀ.ପୂ. ୬୦୦ ବେଳକୁ ଉତ୍ତର ଭାରତରେ ୧୬ଟି ମହାଜନପଦ ଥ‌ିବାର ସୂଚନା ବୌଦ୍ଧ ଗ୍ରନ୍ଥରୁ ମିଳେ । ସେମାନଙ୍କ ମଧ୍ୟରେ କୋଶଳ, ମଗଧ, ବସ୍ତ୍ର ଓ ଅବନ୍ତୀ ଅଧ‌ିକ ଶକ୍ତିଶାଳୀ ଥିଲେ । ଏହାଛଡ଼ା ସେତେବେଳେ କେତେ ଗଣ ରାଜ୍ୟ ମଧ୍ୟ ଥିଲେ । ପରବର୍ତ୍ତୀ କାଳରେ ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କ ଅଧୀନରେ ମଗଧ ଅନ୍ୟ ମହାଜନପଦଗୁଡ଼ିକୁ ଅଧିକାର କରି ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା ।

BSE Odisha

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଋକ୍‌ବେଦ କେବେ ରଚନାକରାଯାଇଥିଲା ଓ ଏଥ‌ିରେ କ’ଣ ରହିଛି ?
Answer:

  • ପ୍ରାୟ ଖ୍ରୀ.ପୂ. ୧୫୦୦ ମସିହା ଅର୍ଥାତ୍ ପ୍ରାୟ ୩୫୦୦ ବର୍ଷ ପୂର୍ବେ ଋକ୍‌ବେଦ ରଚନା କରାଯାଇଥିବା ବିଶ୍ବାସ କରାଯାଏ ।
  • ଏହା ଦଶଟି ଭାଗ ବା ମଣ୍ଡଳରେ ବିଭକ୍ତ । ଏଥ‌ିରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି । ଏହା ସହିତ ଇରାନ୍‌ର ସର୍ବପ୍ରାଚୀନ ଗ୍ରନ୍ଥ ‘ଆୱାସ୍ତା’ର ଅନେକ ସମଞ୍ଜସ୍ୟ ରହିଛି ।

୨ । ଆମ ଦେଶର ସବୁଠାରୁ ପୁରୁଣାଗ୍ରନ୍ଥ କ’ଣ ? ଏହା କେତେ ଭାଗରେ ବିଭକ୍ତ ?
Answer:

  • ଆମ ଦେଶର ସବୁଠାରୁ ପୁରୁଣା ଗ୍ରନ୍ଥ ହେଉଛି ବେଦ !
  • ବେଦ ଚାରିଭାଗରେ ବିଭକ୍ତ । ଯଥା – ଋକ୍‌ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ।

୩ । ଆର୍ଯ୍ୟମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ? ସେଗୁଡ଼ିକ କ’ଣ ?
Answer:

  • ଆର୍ଯ୍ୟମାନଙ୍କୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  • ସେଗୁଡ଼ିକ ହେଲା – ଶାସକ ଶ୍ରେଣୀ, ପୁରୋହିତ ଓ ସାଧାରଣ ଲୋକ ।

BSE Odisha

୪ । ପରବର୍ତୀ ବୈଦିକ ଯୁଗର ମାଟିପାତ୍ର ଗୁଡ଼ିକ କିପରି ଥୁଲା ଓ ସେଥୁରୁ କ’ଣ ଜଣାପଡ଼େ ?
Answer:

  • ପରବର୍ତୀ ବୈଦିକ ଯୁଗର ମାଟିପାତ୍ର ଗୁଡ଼ିକ ହେଲା ଧୂସର ରଙ୍ଗର ଚିତ୍ରିତ ମାଟିପାତ୍ର ଏବଂ ଲାଲ୍ ଓ କଳା ରଙ୍ଗଥ‌ିବା ମାଟିପାତ୍ର ।
  • ହସ୍ତିନାପୁର, ଅତ୍‌ରଞ୍ଜିଖେରା, ନୋହ ଆଦି ସ୍ଥାନରୁ ମିଳିଥିବା ମାଟିପାତ୍ରରୁ ପରବର୍ତ୍ତୀ ବୈଦିକ ଯୁଗର ସଂସ୍କୃତି ବିଷୟରେ ଜଣାପଡ଼େ ।

୫ | ଆର୍ଯ୍ୟମାନଙ୍କର ପ୍ରଧାନ ଜୀବିକା କ’ଣ ଥିଲା ? କୁଳପ କାହାକୁ କୁହାଯାଉଥିଲା ?
Answer:

  • ଆର୍ଯ୍ୟମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି । ଏହା ସହିତ ସେମାନେ ପଶୁପାଳନ ମଧ୍ୟ କରୁଥିଲେ ।
  • ଆର୍ଯ୍ୟ ପରିବାରର ମୁଖ୍ୟଥିଲେ ପିତା । ତାଙ୍କୁ ‘କୁଳପ’ କୁହାଯାଉଥିଲା ।

୬ । ବୈଦିକ ଯୁଗରେ ଲୋକମାନଙ୍କର ଖାଦ୍ୟପେୟ କିପରି ଥିଲା ?
Answer:

  • ବୈଦିକ ସଭ୍ୟତାର ଲୋକମାନେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ବେଶି ପରିମାଣରେ ଖାଉଥିଲେ । ଏତଦ୍‌ବ୍ୟତୀତ ବିଭିନ୍ନ ଫଳମୂଳ, ପନିପରିବା, ଡାଲିଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ଖାଦ୍ୟ ରୂପେ ଗ୍ରହଣ କରୁଥିଲେ ।
  • ଗହମ ଓ ଯଅ ପ୍ରଧାନ ଖାଦ୍ୟ ଥିଲା । ପରବର୍ତ୍ତୀ ବୈଦିକ ଯୁଗରେ ସେମାନେ ଧାନ ଉତ୍ପାଦନ କରି ଶିଖୁଥିଲେ ।

୭ । ଲାଲ ଏବଂ କଳାର ରଙ୍ଗ ଥ‌ିମାଟି ପାତ୍ରର ବ୍ୟବହାର ଯୋଗୁଁ ଭାରତରେ କେଉଁ ପରିବର୍ତ୍ତନ ଘଟିଲା ?
Answer:

  • ଲାଲ ଏବଂ କଳାରଙ୍ଗଥିବା ମାଟିପାତ୍ରରେ ଲୁହା ଅଂଶ ଥିଲା । ଏହାର ବ୍ୟବହାର ଫଳରେ ଭାରତରେ ଦୁଇଟି ବଡ଼ ପରିବର୍ତ୍ତନ ଘଟିଥିଲା ।
  • ଲୁହାର ଅସ୍ତ୍ରଦ୍ୱାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କଲେ ଏବଂ କୁରାଢ଼ିଦ୍ୱାରା ଜଙ୍ଗଲ ସଫାକରି ଅଧ୍ଵ ଜମି ଚାଷ କରି ପାରିଲେ ।

BSE Odisha

୮ | ରାଜନ୍ କାହାକୁ କୁହାଯାଉଥିଲା ଓ ଏହାର କ୍ଷମତା କିପରିଥିଲା ?
Answer:

  • ଋକ୍‌ବେଦୀୟ ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ରାଜନ କୁହାଯାଉଥିଲା । ଏହି ପଦ ବଂଶାନୁକ୍ରମିକ ଥିଲା ଏବଂ ତାଙ୍କର କ୍ଷମତା ସୀମିତ ଥିଲା ।
  • ସଭା, ସମିତି, ବିଧାତା ଓ ଗଣ ଆଦି ଜନଜାତି ପରିଷଦ ଯୋଗୁଁ ରାଜନର କ୍ଷମତା ସୀମିତ ଥିଲା । ପରବର୍ତୀ ବୈଦିକ ଯୁଗରେ ସେହି ପରିଷଦ ଗୁଡ଼ିକର ଗୁରୁତ୍ଵ କମିଯିବାରୁ ରାଜନର ଶକ୍ତି ବୃଦ୍ଧି ପାଇଲା ।

୯ । ଇନାମ୍ ଗାଓଁ ସଭ୍ୟତା କେତେ ବର୍ଷ ପର୍ଯ୍ୟନ୍ତ ବିକାଶ ଲାଭ କରିଥିଲା ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ସେଠାରୁ କ’ଣ ଆବିଷ୍କାର ହୋଇଛି ?
Answer:

  • ଇନାମ୍‌ଗାଓଁଠାରେ ତାମ୍ର ପ୍ରସ୍ତର ଯୁଗର ସଭ୍ୟତା ପ୍ରାୟ ଖ୍ରୀ.ପୂ. ୧୫୦୦ରୁ ୬୦୦ ଅର୍ଥାତ୍‌ ୯୦୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରି ଗଢି ଉଠିଥିଲା ।
  • ସେଠାରେ ପ୍ରତ୍ନତାତ୍ତ୍ଵିକ ଖନନରୁ ପ୍ରାୟ ୧୩୪ଟି ମାଟିର ଚାରିକୋଣିଆ ଘର ଓ ଶସ୍ୟାଗାର ଆବିଷ୍କୃତ କରାଯାଇଛି ।

୧୦ । କେତେ ମସିହା ବେଳକୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳ, ବିଶେଷକରି ଗାନ୍ଧାର ଅଞ୍ଚଳରେ ଓ ପରବର୍ତ୍ତୀ ସମୟରେ କେଉଁ ଅଞ୍ଚଳକୁ ଲୁହାର ବ୍ୟବହାର ପ୍ରସାର ଲାଭ କରିଥିଲା ?
Answer:

  • ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳ ବିଶେଷ କରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେଉଥ‌ିବାର ପ୍ରମାଣ ମିଳିଛି ।
  • ପରବର୍ତୀ ବୈଦିକ ଯୁଗରେ ଲୁହାର ବ୍ୟବହାର ଗଙ୍ଗାନଦୀର ଅବବାହିକା ଅଞ୍ଚଳକୁ ପ୍ରସାର ଲାଭ କରିଥିଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବେଦର ଅନ୍ୟ ନାମ କ’ଣ ?
Answer:
ବେଦର ଅନ୍ୟ ନାମ ଶ୍ରୁତି ।

BSE Odisha

୨ । କେଉଁ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି ?
Answer:
ଅଥର୍ବ ବେଦରେ ଗୁଣି ଗାରେଡ଼ି ଆଦି ରହିଛି ।

୩ । ଯଜ୍ଞାନୁଷ୍ଠାନରେ କେଉଁ ପଦାର୍ଥ ବ୍ୟବହାର କରାଯାଉଥିଲା ?
Answer:
ଯଜ୍ଞାନୁଷ୍ଠାନରେ ଘିଅ, ଦୁଧ ଆଦି ପଦାର୍ଥ ବ୍ୟବହାର କରାଯାଉଥିଲା ।

୪। ଋକ୍‌ବେଦର ମନ୍ତ୍ରଗୁଡ଼ିକ କେଉଁ ଅଞ୍ଚଳରେ ରଚନା କରାଯାଇଥିଲା ?
Answer:
ଋକ୍‌ବେଦର ମନ୍ତ୍ରଗୁଡ଼ିକ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା ।

୫। ପରବର୍ତ୍ତୀ ବୈଦିକ ଯୁଗର ସମୟ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗର ସମୟ ଆନୁମାନିକ ଖ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ମଧ୍ୟରେ ଥିଲା ।

୬। ଇନାମ୍‌ଗାଓଁଠାରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି ?
Answer:
ଇନାମ୍‌ଗାଓଁଠାରେ ବୈଦିକ ଯୁଗର ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତା ଆବିଷ୍କାର କରାଯାଇଛି ।

BSE Odisha

୭ । ‘କୃଷ୍ଣ ଆୟସ’ର ଅର୍ଥ କ’ଣ ?
Answer:
‘କୃଷ୍ଣ ଆୟସ’ର ଅର୍ଥ ଲୁହା ।

୮ । ‘ବେଦ’ ଶବ୍ଦର ଅର୍ଥ କ’ଣ ?
Answer:
ବେଦ ଶବ୍ଦର ଅର୍ଥ ଜ୍ଞାନ ।

୯ । ‘ସାମ’ ଶବ୍ଦର ଅର୍ଥ କ’ଣ ?
Answer:
‘ସାମ’ ଶବ୍ଦର ଅର୍ଥ ଗାନ ।

୧୦ । ‘ଉପନିଷଦ କ’ଣ ?
Answer:
ଉପନିଷଦ ହେଉଛି ବେଦର ଏକ ଅଂଶ ଯେଉଁଥରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଲେଖାଯାଇଛି ।

୧୧ । ବେଦରେ ଥ‌ିବା ମନ୍ତ୍ରଗୁଡ଼ିକୁ କିଏ କେଉଁ ଭାଷାରେ ରଚନା କରିଥିଲେ ?
Answer:
ବେଦରେ ଥ‌ିବା ମନ୍ତ୍ରଗୁଡ଼ିକୁ ମୁନିଋଷିମାନେ ସଂସ୍କୃତ ଭାଷାରେ ମୌଖ୍ ଭାବରେ ରଚନା କରିଥିଲେ ।

୧୧ । ‘ବ୍ରଜପତି’ କାହାକୁ କୁହାଯାଉଥିଲା ?
Answer:
ଗ୍ରାମର ମୁଖ୍ୟଙ୍କୁ ବ୍ରଜପତି କୁହାଯାଉଥିଲା ।

BSE Odisha

୧୨ । କେଉଁ ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ ?
Answer:
ଘୋଷା, ଲୋପାମୁଦ୍ରା ଆଦି ନାରୀମାନେ ବୈଦିକମନ୍ତ୍ର ରଚନା କରିଥିଲେ ।

୧୩ । ଇନାମ୍‌ଗାଓଁର ଲୋକମାନେ କେଉଁଠାରୁ ତମ୍ବା ଆଣୁଥିଲେ ?
Answer:
ଇନାମ୍ ଗାଓଁର ଲୋକମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଆମ ଦେଶ ଭାରତର ସବୁଠାରୁ ପୁରୁଣା ଗ୍ରନ୍ଥ ହେଉଛି ___________ ।
Answer:
ବେଦ

୨ । ବେଦର ଅର୍ଥ ହେଉଛି _________ ।
Answer:
ଜ୍ଞାନ

୩ । ଆମର ସର୍ବମୋଟ __________ ଗୋଟି ବେଦ ଅଛି ।
Answer:

BSE Odisha

୪। ଋକ୍‌ବେଦ ମ୍ରଥମେ ____________ ଅଞ୍ଚଳରେ ରଚନା କରାଯାଇଥିଲା ।
Answer:
ପଞ୍ଜାବ

୫ | ଅନ୍ୟ ବେଦଗୁଡ଼ିକ ___________ଉପତ୍ୟକା ଅଞ୍ଚଳରେ ରଚିତ ହୋଇଥିଲା ।
Answer:
ଗଙ୍ଗାନଦୀ

୬ | ବେଦ ହେଉଛି ____________ ମାନଙ୍କର ଗ୍ରନ୍ଥ ।
Answer:
ଆର୍ଯ୍ୟ

୭ । ବେଦଗୁଡ଼ିକ _________ ଭାଷାରେ ରଚିତ ହୋଇଥିଲା ।
Answer:
ସଂସ୍କୃତ

୮। ବେଦର ଅନ୍ୟନାମ ___________ ।
Answer:
ଶ୍ରୁତି

୯ । ପ୍ରାୟ __________ ବର୍ଷ ପୂର୍ବେ ଋକ୍‌ବେଦ ରଚନା କରାଯାଇଥିଲା ।
Answer:
୩୫୦୦

୧୦ । ଋକ୍‌ବେଦ ________ ଟି ମଣ୍ଡଳରେ ବିଭକ୍ତ ।
Answer:
୧୦

BSE Odisha

୧୧ । ଋକ୍‌ବେଦ ସହିତ ଇରାନ୍‌ର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ________ ର ଅନେକ ସାମଞ୍ଜସ୍ୟ ରହିଛି ।
Answer:
ଆୱାସ୍ତା

୧୨ । ସାମ ଶବ୍ଦର ଅର୍ଥ ________ ।
Answer:
ଗାନ

୧୩ । ଧର୍ମ ଓ ପୂଜାକର୍ମର ପଦ୍ଧତି ________ ବେଦରେ ରହିଛି ।
Answer:
ଯଜୁ

୧୪ । ___________ ବେଦରେ ଭୂତପ୍ରେତ ଦୂର କରିବାପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି ।
Answer:
ଅଥର୍ବ

୧୫ । ଖ୍ରୀ.ପୂ. ୧୫୦୦ ରୁ ୧୦୦୦ ମସିହା ସମୟକୁ ________ ଯୁଗ କୁହାଯାଏ ।
Answer:
ଋକ୍‌ବେଦୀୟ

୧୬ । ଖ୍ରୀ.ପୂ. ୧୦୦୦ ରୁ ୬୦୦ ମସିହା ସମୟକୁ ________ ଯୁଗ କୁହାଯାଏ ।
Answer:
ଉତ୍ତର ବୈଦିକ

୧୭ । ‘ଜନ୍’ ଓ ‘ବିଶ୍’ ଏହି ଦୁଇଟି ଶବ୍ଦ _________ ବେଦରେ ବହୁବାର ବ୍ୟବହାର କରାଯାଇଛି ।
Answer:
ଋକ୍

୧୮ । ଦଳର କେତେକ ସଙ୍ଗଠନକୁ ________ ବୋଲି ବୁଝାଯାଇଥିଲା ।
Answer:
ବିଶ୍

୧୯ । ଦଳର ସବୁଠାରୁ ଶକ୍ତିଶାଳୀ ବିବେଚିତ ବ୍ୟକ୍ତିକୁ _________ ବୋଲି ଲୋକେ ଗ୍ରହଣ କରୁଥିଲେ ।
Answer:
ରାଜନ୍

BSE Odisha

୨୦ । ‘ଗ୍ରାମଣୀ’ ପରିବାର ଓ ଗ୍ରାମର _______ ଙ୍କୁ କୁହାଯାଉଥିଲା ।
Answer:
ମୁଖ୍ୟ

୨୧ । ପରିବାରର ମୁଖ୍ୟ ପିତାଙ୍କୁ __________ କୁହାଯାଉଥିଲା ।
Answer:
କୁଳପ

୨୨ । ଆର୍ଯ୍ୟମାନଙ୍କୁ ________ ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
Answer:

୨୩ । ଋକ୍‌ବେଦୀୟ ସମୟରେ ସମାଜକୁ _________ ଟି ବର୍ଷରେ ବିଭକ୍ତ କରାଯାଇଥିଲା ।
Answer:

୨୪। ________ ପ୍ରଦେଶରେ ଇନାମ୍‌ଗାଓଁ ଅବସ୍ଥିତ ।
Answer:
ମହାରାଷ୍ଟ୍ର

୨୫ । ପ୍ରତ୍ନତାତ୍ତ୍ୱିକ ଖନନରୁ ଇନାମ୍‌ଗାଓଁରେ ପ୍ରାୟ _________ ଟି ମାଟିର ଚାରିକୋଣିଆ ଘର ଆବିଷ୍କାର କରାଯାଇଛି ।
Answer:
୧୩୪

B. ଠିକ୍ ଉତ୍ତର ବାଛି ଲେଖ ।

୧ । ବେଦ ଶବ୍ଦର ଅର୍ଥ ହେଉଛି –
(୨) ଜ୍ଞାନ
(୧) ଦାନ
(୩) ତପ
(୪) ଭକ୍ତି
Answer:
(୨) ଜ୍ଞାନ

BSE Odisha

୨ । ପ୍ରଥମେ ବେଦର ମନ୍ତ୍ରଗୁଡ଼ିକୁ କିପରି ରଚନା କରାଯାଇଥିଲା ?
(୧) ମାଟିରେ ତିଆରି ପଟା ଦେହରେ
(୨) ତାଳପତ୍ରରେ
(୩) ମୌଖ୍ୟକ ଭାବରେ
(୪) ତମ୍ବା ପଟାରେ
Answer:
(୩) ମୌଖ୍ ଭାବରେ

୩ । ଋକ୍‌ବେଦ କେତେଗୋଟି ମଣ୍ଡଳରେ ବିଭକ୍ତ ହୋଇଥିଲା ?
(୧) ଚାରୋଟି
(୨) ପାଞ୍ଚଟି
(୩) ଦଶଟି
(୪) ଅଠରଟି
Answer:
(୩) ଦଶଟି

୪। ଋକ୍‌ବେଦ ସହିତ ଇରାନ୍‌ର କେଉଁ ଗ୍ରନ୍ଥର ଅନେକ ସାମଞ୍ଜସ୍ୟ ରହିଛି ?
(୧) ଜେଜ୍ ଆଭେସ୍ତା
(୨) ଆସ୍ତା
(୩) ଛାନ୍ଦୋଗ୍ଯ
(୪) ତ୍ରିପିଟକ
Answer:
(୨) ଆସ୍ତା

୫ | ଆର୍ଯ୍ୟମାନେ ନିମ୍ନୋକ୍ତ ଦେବଦେବୀମାନଙ୍କ ମଧ୍ୟରୁ କାହାର ଉପାସନା କରୁନଥିଲେ ?
(୧) ସୂର୍ଯ୍ୟ
(୨) ବରୁଣ
(୩) ଇନ୍ଦ୍ର
(୪) ଶିବ
Answer:
(୪) ଶିବ

BSE Odisha

୬ । ନିମ୍ନୋକ୍ତ ରାଜ୍ୟମାନଙ୍କ ମଧ୍ୟରୁ କେଉଁ ରାଜ୍ୟରେ ଇନାମ୍‌ଗାଓଁ ଅବସ୍ଥିତ ?
(୧) ପଞ୍ଜାବ
(୨) ହରିୟାଣା
(୩) ମହାରାଷ୍ଟ୍ର
(୪) ରାଜସ୍ଥାନ
Answer:
(୩) ମହାରାଷ୍ଟ୍ର

୭ । ଆର୍ଯ୍ଯ -ସଭ୍ୟତା କେତେବର୍ଷ ପର୍ଯ୍ୟନ୍ତ ବିକଶିତ ହୋଇଥିଲା ?
(୧) ୫୦୦ ବର୍ଷ
(୨) ୬୦୦ ବର୍ଷ
(୩) ୯୦୦ ବର୍ଷ
(୪) ୧୦୦୦ ବର୍ଷ
Answer:
(୩) ୯୦୦ ବର୍ଷ

୮। ନିମ୍ନୋକ୍ତ ମଧ୍ୟରୁ କେଉଁ ଲୋକମାନେ ଲୁହାପଥରରୁ ଲୁହା ବାହାର କରିବା କୌଶଳ ଜାଣିଥିଲେ ?
(୧) ହିଟାଇଟ୍
(୨) ୟୁଚି
(୩) ଶକ
(୪) ମଙ୍ଗୋଲୀୟ
Answer:
(୧) ହିଟାଇଟ୍

୯ । ଉତ୍ତର ଭାରତର ନିମ୍ନୋକ୍ତ କେଉଁ ସ୍ଥାନରୁ ପାଉଁଶିଆ ରଙ୍ଗର ମାଟିପାତ୍ର ମିଳିଛି ?
(୧) ଅବଧୂ
(୨) ପାଟନା
(୩) ବତ୍ସ
(୪) ଅତ୍‌ରଞ୍ଜିଖେରା
Answer:
(୪) ଅତ୍‌ରଞ୍ଜିଖେରା

BSE Odisha

୧୦ । ଖ୍ରୀ.ପୂ. ୬୦୦ ବେଳକୁ ଉତ୍ତର ଭାରତରେ କେତୋଟି ମହାଜନପଦ ଥ‌ିବାର ସୂଚନା ମିଳିଛି ?
(୧) ପାଞ୍ଚଟି
(୨) ଦଶଟି
(୩) ଷୋଳଟି
(୪) ଅଠରଟି
Answer:
(୩) ଷୋଳଟି

C. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(ଗୋଟିଏ ଶବ୍ଦ/ବାକ୍ୟାଶକୁ ମାତ୍ର ଥରେ ବ୍ୟବହାର କରିବ ।)
(ପୃଥ‌ିବୀ, ରାଜସ୍ଥାନ, ଗ୍ରାମ, କୁଳପ, ଘୋଷା, ଦୁଇ, ତିନି, ଗହମ, ଯଅ, ଧାନ)

୧। ଆର୍ଯ୍ୟ ପରିବାରର ମୁଖ୍ୟଙ୍କୁ _________ କୁହାଯାଉଥିଲା ।
Answer:
କୁଳପ

୨ । କେତେଗୁଡ଼ିଏ ପରିବାର ବା କୁଳକୁ ନେଇ _________ ର ସୃଷ୍ଟି ହୋଇଥିଲା ।
Answer:
ଗ୍ରାମ

୩ । _________ ବୈଦିକ ମନ୍ତ୍ର ରଚନା କରିଥିଲେ ।
Answer:
ଘୋଷା

୪। ଆର୍ଯ୍ୟମାନଙ୍କୁ __________ ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
Answer:
ତିନି

BSE Odisha

୫। ଆର୍ଯ୍ୟମାନଙ୍କର _____________ ଓ ___________ ପ୍ରଧାନ ଖାଦ୍ୟ ଥିଲା ।
Answer:
ଗହମ, ଯଅ

୬। ଆର୍ଯ୍ୟମାନେ __________ କୁ ମାତୃଦେବୀରୂପେ ପୂଜା କରୁଥିଲେ ।
Answer:
ପୃଥ‌ିବୀ

୭ । ଇନାମଗାଓଁର ଲୋକମାନେ ______________ ରୁ ତମ୍ବା ଆଣୁଥିଲେ ।
Answer:
ରାଜସ୍ଥାନ

D. ସ୍ତମ୍ଭ ମିଳନ

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5
Answer:

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.1
ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.2

Answer:

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.3

E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧାନ କର ।

୧। ବୈଦିକ ଯୁଗରେ ଗ୍ରାମର ମୁଖ୍ୟଙ୍କୁ ଦଳପତି କୁହାଯାଉଥିଲା ।
Answer:
ବ୍ରଜପତି ବା ଗ୍ରାମୀଣ

୨। ଯର୍ଜୁବେଦରେ ଭୂତପ୍ରେତ ଦୂର କରିବାପାଇଁ ମନ୍ତ୍ର ଗୁଣିଗାରେଡ଼ି ଆଦି ରହିଛି ।
Answer:
ଅଥର୍ବବେଦରେ

BSE Odisha

୩ । ଆମ ଦେଶର ସର୍ବପ୍ରାଚୀନ ଗ୍ରନ୍ଥ ହେଉଛି ଉପନିଷଦ ।
Answer:
ବେଦ

୪ । ଋକ୍‌ବେଦ ପ୍ରଥମେ ମଥୁରା ଅଞ୍ଚଳରେ ରଚନା କରାଯାଇଥିଲା ।
Answer:
ପଞ୍ଜାବ

୫ । ଋକ୍ ବେଦକ ଗାନ କରାଯାଏ ।
Answer:
ସାମ ବେଦକୁ ଗାନ କରାଯାଏ ।

Leave a Comment