BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

Odisha State Board BSE Odisha Class 7 History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) will enable students to study smartly.

BSE Odisha Class 7 History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

ବିଷୟବସ୍ତୁସମ୍ବହ

  • ମୋଗଲମାନଙ୍କ ଭାରତ ଆଗମନ
  • ମୋଗଲ ସମ୍ରାଟଙ୍କ ଶାସନ ସମୟ
  • ବାବର
  • ହୁମାୟୁନ୍
  • ଶେରଶାହଙ୍କ ସହିତ ସଂଘର୍ଷ
  • ଆକବର
  • ଜାହାଙ୍ଗୀର
  • ଶାହାଜାହାନ୍
  • ଔରଙ୍ଗଜେବ୍
  • ସାହିତ୍ୟ, କଳା ଓ ସ୍ଥାପତ୍ୟର ବିକାଶ

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ମୋଗଲମାନଙ୍କ ଭାରତ ଆଗମନ :

  • ତୁଘ୍ଲକ୍ ବଂଶର ପତନପରେ ଦିଲ୍ଲୀରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା।
  • ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଦିଲ୍ଲୀର ଲୋଦୀବଂଶର ଶାସକ ଇବ୍ରାହିମ୍ ଲୋଦୀଙ୍କ ସ୍ବେଚ୍ଛାଚାରୀ ଶାସନରେ ଆଫଗାନ୍ ଅମୀରମାନେ ଅସନ୍ତୁଷ୍ଟ ଥିଲେ।
  • ଇବ୍ରାହିମ୍ ଲୋଦୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ସେମାନଙ୍କ ଅନୁରୋଧ ରକ୍ଷାକରି ବାବର ଭାରତ ଆକ୍ରମଣ କରିଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

→ ମୋଗଲ ସମ୍ରାଟମାନଙ୍କ ଶାସନ ସମୟ (୧୫୨୬-୧୭୦୭ ଖ୍ରୀଷ୍ଟାବ୍ଦ) :

  • ବାବର (୧୫୨୬–୧୫୩୦ ଖ୍ରୀଷ୍ଟାବ୍ଦ)
  • ହୁମାୟୁନ (୧୫୩୦-୧୫୪୦ ଖ୍ରୀଷ୍ଟାବ୍ଦ), (୧୫୫୫-୧୫୫୬ ଖ୍ରୀଷ୍ଟାବ୍ଦ)
  • ଆକବର (୧୫୫୬-୧୬୦୫ ଖ୍ରୀଷ୍ଟାବ୍ଦ)
  • ଜାହାଙ୍ଗୀର (୧୬୦୫-୧୬୨୭ ଖ୍ରୀଷ୍ଟାବ୍ଦ)
  • ଶାହାଜାହାନ୍ (୧୬୨୭-୧୬୫୮ ଖ୍ରୀଷ୍ଟାବ୍ଦ)
  • ଔରଙ୍ଗଜେବ୍ (୧୬୫୮-୧୭୦୭ ଖ୍ରୀଷ୍ଟାବ୍ଦ)
  • ଶେରଶାହ (ଆଫଗାନ ଶାସକ) (୧୫୪୦-୧୫୫୫ ଖ୍ରୀଷ୍ଟାବ୍ଦ)

→ ବାବର :

  • ତୈମୁର ଲଙ୍ଗଙ୍କ ବଂଶଧର ବାବର ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥଠାରେ ଦିଲ୍ଲୀର ସୁଲତାନ ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଦିଲ୍ଲୀ, ଆଗ୍ରା ଅଧିକାର କରିଥିଲେ। ଫଳରେ ଭାରତବର୍ଷରେ ମୋଗଲ ଶାସନର ମୂଳଦୁଆ ପଡ଼ିଥିଲା।
  • ବାବର ୧୫୨୭ ଖ୍ରୀଷ୍ଟାବ୍ଦରେ ରାଣାସଙ୍ଗଙ୍କୁ ଖାଠାରେ ପରାସ୍ତ କରିଥିଲେ।
  • ସେ ୧୫୨୮ ଖ୍ରୀ.ଅ.ରେ ମେଦିନୀରାଓଙ୍କୁ ପରାସ୍ତ କରି ଚନ୍ଦରୀ ଦୁର୍ଗ ଏବଂ ୧୫୨୯ ଖ୍ରୀ.ଅ.ରେ ଘର୍ଘରା ଯୁଦ୍ଧରେ ନୁସ୍‌ତ ଓ ମାହାମୁଦ୍‌ଙ୍କୁ ପରାସ୍ତ କରି ବାବର ଭାରତରେ ଏକ ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ।
  • ୧୫୩୦ ଖ୍ରୀ.ଅ.ରେ ବାବର ମୃତ୍ୟୁବରଣ କରିବାରୁ ମୋଗଲ ସାମ୍ରାଜ୍ୟ ଦୃଢ଼ୀକରଣ ସମ୍ଭବ ହୋଇପାରି ନଥିଲା।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Q. 1
→ ହୁମାୟୁନ୍ :

  • ବାବରଙ୍କ ମୃତ୍ୟୁ ପରେ ତାଙ୍କର ଜ୍ୟେଷ୍ଠପୁତ୍ର ହୁମାୟୁନ୍ ୧୫୩୦ ଖ୍ରୀ.ଅ.ରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ।
  • ଭାଇମାନଙ୍କ ଚକ୍ରାନ୍ତ ଏବଂ ନିଜର ସାହସ ଓ ଦକ୍ଷତାର ଅଭାବ ଯୋଗୁଁ ଶେର ଶାହାଙ୍କ ହସ୍ତରେ ପରାସ୍ତ ହୋଇ ସିଂହାସନ ଚ୍ୟୁତ ହୋଇଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Q. 2

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)
→ ଶେର୍‌ଶାହାଙ୍କ ସହିତ ସଂଘର୍ଷ :

  • ଶେରଶାହା ଦିଲ୍ଲୀ ଓ ଆଗ୍ରା ଅସ୍କାର କରିବା ପରେ ଏବଂ ୧୫୪୦ ଖ୍ରୀ.ଅ.ରୁ ୧୫୫୫ ଖ୍ରୀ.ଅ. ପର୍ଯ୍ୟନ୍ତ ୧୫ ବର୍ଷ ଧରି ଦିଲ୍ଲୀର ସମ୍ରାଟ ହୋଇଥିଲେ।
  • ଏକ ବିଫଳ ଶାସକରୂପେ ହୁମାୟୁନ୍‌ଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇ ରହିଲା।
  • ୧୫୩୭ ଖ୍ରୀ.ଅ.ରେ ହୁମାୟନ୍ ଶେରଶାହଙ୍କ ବିରୁଦ୍ଧରେ ଯୁଦ୍ଧକରି ଚୁନାର ଦୁର୍ଗ ଓ ଗୌଡ଼ ଅଧିକାର କରିଥିଲେ।
  • ୧୫୩୯ ଖ୍ରୀ.ଅ. ରେ ଆଗ୍ରା ଅଭିମୁଖେ ଯାଇଥିବା ବେଳେ ହୁମାୟୁନ୍ ଚୌସାଠାରେ ଶେଖାଁଙ୍କଦ୍ଵାରା ପରାଜିତ ହୋଇଥିଲେ।
  • ୧୫୪୦ ଖ୍ରୀ.ଅରେ କନୌଜଠାରେ ଶେରଖାଁଙ୍କଦ୍ଵାରା ପରାଜିତ ହେବାପରେ ହୁମାୟୁନ୍ ସପରିବାର ପାରସ୍ୟ ପଳାଇଗଲେ।
  • ହୁମାୟୁନ୍ ପୁନଶ୍ଚ ଶେରଶାହାଙ୍କ ମୃତ୍ୟୁ ପରେ ୧୫୫୫ ଖ୍ରୀ.ଅ.ରେ ଦିଲ୍ଲୀ ସିଂହାସନ ଫେରି ପାଇଥିଲେ ଏବଂ ୧୫୫୬ ଖ୍ରୀ.ଅ. ପର୍ଯ୍ୟନ୍ତ ଶାସନ କରିଥିଲେ।
  • ପ୍ରାର୍ଥନା ସାରି ସିଡ଼ିରୁ ଓହ୍ଲାଇବାବେଳେ ଗୋଡ଼ ଖସି ତାଙ୍କର ମୃତ୍ୟୁହୋଇଥିଲା।

* ହୁମାୟୁନ୍ ଶବ୍ଦର ଅର୍ଥ ହେଲା ‘ଭାଗ୍ୟହୀନ’।

→ ଆକବର :

  • ଆକବର ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସମ୍ରାଟ ଥିଲେ ।
  • ପିତା ହୁମାୟୁନଙ୍କ ମୃତ୍ୟୁ ପରେ ଆବକର ମାତ୍ର ୧୩ ବର୍ଷ ବୟସରେ
  • ପଞ୍ଜାବରେ ମୋଗଲ ସମ୍ରାଟ ରୂପେ ଅଭିଷିକ୍ତ ହୋଇଥିଲେ ।
  • ବୈରାମ ଖାଁ ତାଙ୍କର ଅଭିଭାବକ ରୂପେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ।
  • ୧୫୫୬ ଖ୍ରୀଷ୍ଟାବ୍ଦରେ ଆକବର ବୈରାମ ଖାଁଙ୍କ ସାହାଯ୍ୟରେ ହିମୁଙ୍କୁ ଦ୍ବିତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅସ୍କୋର କରିଥିଲେ ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Q. 3

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

* ଆକବରଙ୍କ ସାମ୍ରାଜ୍ୟ ବିସ୍ତାର :

  • ଆକବର ଆଜମିର, ଗୋଆଲିଅର, ଅଯୋଧ୍ୟା, ଜୌନପୁର, ମାଳବ ଓ ଗଣ୍ଡୱାନା ଆଦି ରାଜ୍ୟ ଜୟ କରିଥିଲେ।
  • ରାଜପୁତ୍‌ମାନେ ଅତ୍ୟନ୍ତ ଯୁଦ୍ଧପ୍ରିୟ, ସାହସୀ ଏବଂ ଦେଶଭକ୍ତ ଥ‌ିବାରୁ ସେମାନଙ୍କ ସାହାଯ୍ୟ ନେଇ ସାମ୍ରାଜ୍ୟକୁ ସୁଦୃଢ଼ କରିପାରିବେ ବୋଲି ଆକବର ହୃଦୟଙ୍ଗମ କରିଥିଲେ। ସେ ରାଜପୁତ୍ରମାନଙ୍କ ପ୍ରତି ଉଦାର ନୀତି ଗ୍ରହଣ କରି ସେମାନଙ୍କ ସହ ବୈବାହିକ ସଂପର୍କ ସ୍ଥାପନ କରିଥିଲେ।
  • ୧୫୭୬ ଖ୍ରୀଷ୍ଟାବ୍ଦରେ ହଳଦୀଘାଟ ଯୁଦ୍ଧରେ ମାନସିଂହଙ୍କ ନେତୃତ୍ବରେ ମୋଗଲମାନେ ରାଣା ପ୍ରତାପଙ୍କୁ ପରାଜିତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ।
  • ଆକବର ଗୁଜରାଟ ଜୟ କରି ରାଜକୋଷକୁ ବାଣିଜ୍ୟ କର ଭାବରେ ପ୍ରଚୁର ଅର୍ଥ ପାଇଲେ।
  • ଆକବର ବଙ୍ଗ ଜୟ କରି ବିଶେଷ ଭାବରେ ଲାଭବାନ୍ ହୋଇଥ୍ଲେ।
  • ସେ ୧୫୯୫ ଖ୍ରୀଷ୍ଟାବ୍ଦ ସୁଦ୍ଧା କାଶ୍ମୀର, ସିନ୍ଧୁ, ଓଡ଼ିଶା, କାନ୍ଦାହାର ପ୍ରଭୃତି ଜୟ କରିଥିଲେ।
  • ଆକବର ଦକ୍ଷିଣ ଭାରତର ଖାଦେଶ, ବେରାର ଓ ଅହମ୍ମଦନଗର ରାଜ୍ୟଗୁଡ଼ିକର କେତେକାଂଶ ଜୟ କରିଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

* ଆକବରଙ୍କ ଶାସନ :

  • ଆକବରଙ୍କ ଶାସନ ନୀତି ପ୍ରଜାମଙ୍ଗଳକାରୀ ଥିଲା।
  • ରାଜା ଥିଲେ ଶାସନର ସର୍ବୋଚ୍ଚ କର୍ତ୍ତା, ସେନାବାହିନୀର ମୁଖ୍ୟ ଓ ସର୍ବୋଚ୍ଚ ନ୍ୟାୟାଧୀଶ।
  • ସେ ନିଜ ସାମ୍ରାଜ୍ୟକୁ ୧୫ଟି ସୁବା ବା ପ୍ରଦେଶରେ ବିଭକ୍ତ କରିଥିଲେ।
  • ପ୍ରତ୍ୟେକ ସୁବା କେତେକ ସରକାରରେ, ପ୍ରତ୍ୟେକ ସରକାର, କେତେକ ପ୍ରଗଣାରେ ବିଭକ୍ତ କରିଥିଲେ
  • କେତେଗୁଡ଼ିଏ ଗ୍ରାମର ସମଷ୍ଟିରେ ଏକ ପ୍ରଗଣା ଗଠିତ ହୋଇଥିଲା।
  • ସେ ଭୂ-ରାଜସ୍ୱ ଓ ବାଣିଜ୍ୟ କର ଆକାରରେ ପ୍ରଜାମାନଙ୍କଠାରୁ କର ଆଦାୟ କରୁଥିଲେ।
  • ରାଜା ତୋଡ଼ରମଲ୍ଲ ତାଙ୍କର ରାଜସ୍ୱ ମନ୍ତ୍ରୀ ଥିଲେ । ତାଙ୍କର ବନ୍ଦୋବସ୍ତ ଅନୁସାରେ ଜମିମାପ କରାଯାଇ ଥିଲା ଏବଂ କୃଷକମାନଙ୍କୁ ସେମାନଙ୍କ ଆୟର ଏକ-ତୃତୀୟାଂଶ କର ଶସ୍ୟ କିମ୍ବା ମୁଦ୍ରା ଆକାରରେ ଦେବାକୁ ପଡ଼ୁଥିଲା।

* ବିଭିନ୍ନ କର୍ମଚାରୀଙ୍କ ପଦବୀ ଓ ଦାୟିତ୍ବ :

ଶାସନକାର୍ଯ୍ୟ
ପଦବୀ ଦାୟିତ୍ବ
ରାଜା ସର୍ବୋଚ୍ଚ ଶାସନକର୍ତ୍ତା ଅର୍ଥ ବିଭାଗ
ଦେମାନ ଅର୍ଥ ବିଭାଗ
ବକସି ସୈନ୍ୟ ବିଭାଗ
କାଜା ଆଇନ ଓ ବିଚାର ବିଭାଗ
ତାକନୌକି ଦାଗାରୋ ଡାକ ଓ ଗୁପ୍ତଚର ବିଭାଗ
  • ସେ ମନ୍ସରୀ ପ୍ରଥା ପ୍ରଚଳନ କରିଥିଲେ। ରାଜକର୍ମଚାରୀ, ସାମନ୍ତ ଓ ସେନାପତିମାନଙ୍କୁ ଏହି ପଦବୀ ମିଳୁଥିଲା। ଆକବର ମହସରୀମାନଙ୍କୁ ୩୩ ଭାଗରେ ବିଭକ୍ତ କରିଥିଲେ। ବିଭିନ୍ନ ଶ୍ରେଣୀର ମନ୍‌ସରଙ୍କ ଅଧୀନରେ ୧୦ରୁ ୫ ହଜାର ପର୍ଯ୍ୟନ୍ତ ସୈନ୍ୟ ରହୁଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

* ‘ମନସବ୍’ର ଅର୍ଥ ଏକ ପଦବୀ ଏବଂ ଏହା ଜଣେ ବ୍ୟକ୍ତିଙ୍କୁ ଦିଆଯାଉଥୁଲା, ଯାହାଙ୍କ ଅଧୀନରେ କିଛି ସଂଖ୍ୟକ ସୈନ୍ୟ ରହୁଥିଲେ। .

* ଆକବରଙ୍କ ଧର୍ମନୀତି :

  • ଆକବର ତାଙ୍କ ଉଦାର ଧର୍ମନୀତି ପାଇଁ ସେ ଇତିହାସରେ ସ୍ମରଣୀୟ ରହିଛନ୍ତି।
  • ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ।
  • ସେ ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇଥିଲେ।
  • ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା ପାଇଁ ସେ ୧୫୭୫ ଖ୍ରୀଷ୍ଟାବ୍ଦରେ ଫତେପୁର ସିକ୍ରୀଠାରେ ‘ଇବାଦତ୍ – ଖାନା’ ନାମକ ଏକ ଉପାସନା ଗୃହ ନିର୍ମାଣ କରିଥିଲେ।
  • ସେଠାରେ ହିନ୍ଦୁ, ମୁସଲମାନ, ପାର୍ସୀ, ଖ୍ରୀଷ୍ଟ ଓ ଜୈନଧର୍ମର ପଣ୍ଡିତମାନେ ଆକବରଙ୍କଦ୍ୱାରା ନିମନ୍ତ୍ରିତ ହୋଇ ଧର୍ମଚର୍ଚ୍ଚା କରୁଥିଲେ।
  • ସେ ‘ଦିନ୍-ଇ-ଇଲାହୀ’ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

* ଆକବରଙ୍କ ସମୟର କଳା ଓ ସାହିତ୍ୟ :

  • ଆକବର ଆଗ୍ରା ନିକଟବର୍ତ୍ତୀ ଫତେପୁର ସିକ୍ରୀଠାରେ ନୂତନ ରାଜଧାନୀ ନିର୍ମାଣ କରିଥିଲେ। ସେଠାରେ ସେ ଲାଲ ପଥରରେ ଏକ ଅତି ସୁନ୍ଦର ରାଜପ୍ରାସାଦ ନିର୍ମାଣ କରିଥିଲେ। ଏହାର ବିଶାଳ ଫାଟକକୁ ବୁଲନ୍ଦ ଦରୱାଜା କୁହାଯାଏ।
  • ଆକବରଙ୍କ ସମୟରେ ସଂସ୍କୃତ, ଆରବୀ, ପାର୍ସୀ, ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରସାର ହୋଇଥିଲା। ପାର୍ସୀ ରାଜଭାଷା ଥିଲା।
  • ଆବୁଲ୍ ଫାଜଲ ‘ଆକବରନାମା’, ‘ଆଇନ-ଇ-ଆକବରୀ’ ନାମକ ଦୁଇଟି ଐତିହାସିକ ଗ୍ରନ୍ଥ ପାର୍ସୀ ଭାଷାରେ ରଚନା କରିଥିଲେ।
  • ତାଙ୍କ ଶାସନ ସମୟରେ ମହାଭାରତ ଓ ରାମାୟଣ ମଧ୍ଯ ପାର୍ସୀ ଭାଷାରେ ରଚନା କରାଯାଇଥିଲା।
  • ସେହି ସମୟରେ ତୁଳସୀ ଦାସ ହିନ୍ଦୀ ଭାଷାରେ ‘ରାମଚରିତ ମାନସ’ ରଚନା କରିଥିଲେ। ତାନସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ।

→ ଜାହାଙ୍ଗୀର :

  • ଆକବରଙ୍କ ମୃତ୍ୟୁପରେ ତାଙ୍କ ସୁପୁତ୍ର ‘ଜାହାଙ୍ଗୀର’ ଆଗ୍ରାଠାରେ ୧୬୦୫ ଖ୍ରୀ.ଅ.ରେ ସିଂହାସନ ଆରୋହଣ କରିଥିଲେ। ୧୬୧୧ ଖ୍ରୀ.ଅରେ ସେ ନୁରଜାହାନ୍‌ଙ୍କୁ ବିବାହ କରିଥିଲେ।
  • ବିଳାସବ୍ୟସନରେ ନିମଜ୍ଜିତ ରହୁଥ‌ିବା ଏହି ମୋଗଲ ସମ୍ରାଟ ତାଙ୍କର ସମସ୍ତ ପ୍ରଶାସନିକ କାର୍ଯ୍ୟକୁ ତାଙ୍କର ବୁଦ୍ଧିମତୀ ପତ୍ନୀ ନୁର୍‌ଜାହାନଙ୍କୁ ହସ୍ତାନ୍ତର କରିଥିଲେ।
  • ତତ୍କାଳୀନ ମୋଗଲ ରାଜନୀତିରେ ନୁର୍‌ଜାହାନ୍‌ଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।
  • ଜାହାଙ୍ଗୀର ପଞ୍ଜାବର କାଙ୍ଗ୍ରା ଦୁର୍ଗ ଓ ଦାକ୍ଷିଣାତ୍ୟର ଅହମ୍ମଦ ନଗର ଅଧ‌ିକାର କରିଥିଲେ। ମେବାରର ରାଜା ଅମର ସିଂହ ତାଙ୍କର ବଶ୍ୟତା ସ୍ବୀକାର କରିଥିଲେ।

→ ଶାହାଜାହାନ୍ :

  • ୧୬୨୭ ଖ୍ରୀଷ୍ଟାବ୍ଦରେ ଜାହାଙ୍ଗୀରଙ୍କ ମୃତ୍ୟୁ ପରେ ଶାହାଜାହାନ୍ ମୋଗଲ ସମ୍ରାଟ ପଦ ଅଳଙ୍କୃତ କରିଥିଲେ । ସେ ଅହମ୍ମଦ ନଗର ଅଧିକାର କରିଥିଲେ । ବୁନ୍ଦେଲଖଣ୍ଡ ଏବଂ ଗୁଜୁରାଟ ଓ ଦାକ୍ଷିଣାତ୍ୟର ବିଦ୍ରୋହ ଦମନ, ବଙ୍ଗରେ ପର୍ତ୍ତୁଗୀଜ ଜଳଦସ୍ୟୁଙ୍କ ଦମନ ତାଙ୍କର କେତେକ ସଫଳ କୃତି ଥିଲା ।
  • ମୋଗଲ ଯୁଗର କଳା ଓ ସ୍ଥାପତ୍ୟର ବିକାଶରେ ଶାହାଜାହାନ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଜମହଲ ଥିଲା କଳା ଓ ସ୍ଥାପତ୍ୟ ଜଗତକୁ ଶାହାଜାହାନ୍‌ଙ୍କ ମହାନ୍ ଅବଦାନ।
  • ଏହାବ୍ୟତୀତ ସେ ଦିଲ୍ଲୀରେ ଲାଲକିଲ୍ଲା ନିର୍ମାଣ କରିଥିଲେ ଓ ଶାହାଜାହାନବାଦ ନଗର ପ୍ରତିଷ୍ଠା କରିଥିଲେ।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

→ ଔରଙ୍ଗଜେବ୍ :

  • ଶାହାଜାହାନଙ୍କୁ ବନ୍ଦୀ କରି ତାଙ୍କ ପୁତ୍ର ଔରଙ୍ଗଜେବ୍‌ ୧୬୫୮ ଖ୍ରୀ.ଅ.ରେ ମୋଗଲ ସିଂହାସନ ଅଧିକାର କରିଥିଲେ।
  • ମୋଗଲ ସାମ୍ରାଜ୍ୟର ଗୌରବ ଔରଙ୍ଗଜେବଙ୍କ ସମୟରେ ଶୀର୍ଷସ୍ଥାନ ଅଧିକାର କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ପରେ ପରେ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା।
  • ଔରଙ୍ଗଜେବ ଆସାମ ଓ କୁଚବିହାର ଜୟ କରିଥିଲେ। ସେ ଦାକ୍ଷଣାତ୍ୟରେ ଅହମ୍ମଦନଗର, ଗୋଲକୁଣ୍ଡା ଓ ବିଜାପୁର ଅସ୍କୋର କରିଥିଲେ।
  • ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ, ରାଜପୁତ୍ରମାନଙ୍କୁ ଅନାଦର, ଶିଶୁମାନଙ୍କ ଉପରେ ଅତ୍ୟାଚାର ଯୋଗୁଁ ଔରଙ୍ଗଜେବ୍ ଚାରିଆଡ଼େ ବିଦ୍ରୋହର ସମ୍ମୁଖୀନ ହୋଇଥିଲେ। ଶିଖ୍, ମରହଟ୍ଟା ଏବଂ ରାଜପୁତ୍ମାମାନେ ତାଙ୍କର ଘୋର ବିରୋଧୀ ହୋଇଥିଲେ।
  • ଶିଖ୍ ଗୁରୁ ତେର୍‌ବାହାଦୂରଙ୍କ ହତ୍ୟା ଔରଙ୍ଗଜେବ୍‌ଙ୍କ ରାଜତ୍ଵର ବିଶିଷ୍ଟ ଘଟଣା ଥିଲା।
  • ୧୭୦୭ ଖ୍ରୀଷ୍ଟାବ୍ଦରେ ଔରଙ୍ଗଜେଙ୍କ ମୃତ୍ୟୁ ଘଟିଥିଲା।

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

→ ସାହିତ୍ୟ, କଳା ଓ ସ୍ଥାପତ୍ୟର ବିକାଶ :

  • ମୋଗଲ ଶାସନକାଳରେ ସାହିତ୍ୟ, କଳା ଓ ସ୍ଥାପତ୍ୟର ଚରମ ବିକାଶ ସାଧ୍ୟ ହୋଇଥିଲା।
  • ସେ ସମୟରେ ଭାଷାଗୁଡ଼ିକ ମଧ୍ୟରେ ପାର୍ସୀ, ହିନ୍ଦୀ, ଆରବୀ ଓ ଉର୍ଦୁ ଭାଷାର ଉଲ୍ଲେଖନୀୟ ଅଗ୍ରଗତି ହୋଇଥିଲା । ମୋଗଲ ସମ୍ରାଟମାନେ ଅଜସ୍ର ଅର୍ଥବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସଜିଦ୍, ସମାଥ୍, ସୌଧ ଆଦି ନିର୍ମାଣ କରିଥିଲେ।
  • ଶାହାଜାହାନ୍‌ଙ୍କ ରାଜତ୍ଵକାଳ ମୋଗଲ୍ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ ଥିଲା।
  • ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳାର ବିକାଶ ସାଧୂତ ହୋଇଥିଲା।
  • ମୋଗଲ ଶାସନ କାଳରେ ଭାରତୀୟମାନଙ୍କ ମଧ୍ୟରେ ଐକ୍ୟ, ସଂହତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ରାଜନୈତିକ, ସାଂସ୍କୃତିକ, ସାମରିକ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ ହୋଇଥିଲା।

ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଲା

ଖ୍ରୀଷ୍ଟାବ୍ଦ ଘଗଶା
୧୫୨୬
୧୫୨୭
୧୫୨୮
୧୫୨୯
୧୫୩ ୦
୧୫୩ ୭
୧୫୩୯
୧୫୪୦
୧୫୫୫
୧୫୫୬
୧୫୫୬
୧୫୭୫
୧୫୭୬
୧୬୦୫
୧୬୧୧
ବାବର ଓ ଇବ୍ରାହିମ୍ ଲୋଦୀଙ୍କ ମଧ୍ୟରେ ପ୍ରଥମ ପାନିପଥ ଯୁଦ୍ଧ ସଂଘଟିତ।
ବାବର ରାଣାସଙ୍ଗଙ୍କ ମଧ୍ୟରେ ଖାନୱା ଯୁଦ୍ଧ ସଂଘଟିତ।
ବାବରଙ୍କଦ୍ଵାରା ଚନ୍ଦରୀ ଦୁର୍ଗ ଅଧିକାର।
ବାବର ଏବଂ ନୁସରତ୍‌ ଓ ମାହମୁଦ୍ରଙ୍କ ମଧ୍ୟରେ ଘର୍ଘରା ଯୁଦ୍ଧ ସଂଘଟିତ।
ବାବରଙ୍କ ମୃତ୍ୟୁ | ବାବରଙ୍କ ଜ୍ୟେଷ୍ଠପୁତ୍ର ହୁମାୟୁନ୍‌ଙ୍କ ଦିଲ୍ଲୀ ସିଂହାସନ ଆରୋହଣ।
ହୁମାୟୁନ୍‌ଙ୍କଦ୍ଵାରା ଚୁନାର ଦୁର୍ଗ ଅଧିକୃତ।
ଚୌସାଠାରେ ହୁମାୟୁନ୍ ଓ ଶେର୍ ଖାଁଙ୍କ ମଧ୍ୟରେ ଯୁଦ୍ଧ ସଂଘଟିତ।
କନୌଜଠାରେ ହୁମାୟୁନ ଓ ଶେର୍ ଖାଁଙ୍କ ମଧ୍ୟରେ ଯୁଦ୍ଧ ସଂଘଟିତ।
ହୁମାୟୁନ୍‌ଙ୍କଦ୍ୱାରା ପଞ୍ଜାବ, ଦିଲ୍ଲୀ ଓ ଆଗ୍ରା ଅଧିକାର ।
ହୁମାୟୁନ୍‌ଙ୍କ ମୃତ୍ୟୁ | ଆକବରଙ୍କ ଦିଲ୍ଲୀ ସିଂହାସନ ଆରୋହଣ।
ଆକବର ଓ ହିମୁଙ୍କ ମଧ୍ୟରେ ଦ୍ୱିତୀୟ ପାନିପଥ ଯୁଦ୍ଧ ସଂଘଟିତ।
ଆକବରଙ୍କଦ୍ଵାରା ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଫତେପୁର ସିକ୍ରୀଠାରେ ‘ଇବାଦତ୍ଖାନା’ ନାମକ ଏକ ଉପାସନା ଗୃହ ନିର୍ମାଣ।
ଆକବର ଓ ରାଣା ପ୍ରତାପଙ୍କ ମଧ୍ୟରେ ହଳଦୀଘାଟ ଯୁଦ୍ଧ ସଂଘଟିତ।
ଆକବରଙ୍କ ମୃତ୍ୟୁ | ଜାହାଙ୍ଗୀରଙ୍କର ଆଗ୍ରାଠାରେ ସିଂହାସନ ଆରୋହଣ।
ଜାହାଙ୍ଗୀରଙ୍କ ନୁରଜହାନ୍‌ଙ୍କୁ ବିବାହ।

 

BSE Odisha 7th Class History Notes Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

ଖ୍ରୀଷ୍ଟାବ୍ଦ ଘଗଶା
୧୬୨୭
୧୬୨୮
୧୬୨୯ଗଗ
୧୬୫୮
୧୬୬୬
୧୭୦୭
ଜାହାଙ୍ଗୀରଙ୍କ ମୃତ୍ୟୁ | ଜାହାଙ୍ଗୀରଙ୍କ ତୃତୀୟ ପୁତ୍ର ଶାହାଜାହାନ୍‌ଙ୍କ ସିଂହାସନ ଆରୋହଣ।
ଶାହାଜାହାନଙ୍କ ବୁନ୍ଦେଲଖଣ୍ଡର ବିଦ୍ରୋହ ଦମନ।
ଶାହାଜାହାନ୍‌ଙ୍କଦ୍ୱାରା ଗୁଜରାଟ ଓ ଦାକ୍ଷିଣାତ୍ୟ ପ୍ରଶାସନ ଦାୟିତ୍ବରେ ଥ‌ିବା ଖାଁ ଜାହାନ୍ ଲୋଦୀଙ୍କ  ବିଦ୍ରୋହ ଦମନ।
ଔରଙ୍ଗଜେବଙ୍କ ସିଂହାସନ ଆରୋହଣ।
ଶାହାଜାହାନ୍‌ଙ୍କ ମୃତ୍ୟୁ।
ଔରଙ୍ଗଜେବ୍‌ଙ୍କ ମୃତ୍ୟୁ।

Leave a Comment