Odisha State Board BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ Important Questions and Answers.
BSE Odisha Class 6 History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ
Subjective Type Questions With Answers
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୧। ସାତବାହନ ବଂଶର ପ୍ରତିଷ୍ଠାତା କିଏ ? ଏହି ବଂଶର ଶାସନ ବିଷୟରେ ଉଲ୍ଲେଖ କର ।
Answer:
- ପୁରାଣରେ ସାତବାହନ ମାନଙ୍କୁ ‘ଆନ୍ଧ୍ର’ କୁହାଯାଏ । ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ‘ସିମୁକ’ ।
- ସେ ଶୁଙ୍ଗ-କାଣ୍ଵ ଶାସନର ଅବସାନ ଘଟାଇ ସାତବାହନ ବଂଶର ପ୍ରାଧାନ୍ୟ ପ୍ରତିଷ୍ଠା କରିଥିଲେ ।
- ସିମୁକଙ୍କ ଭାଇ କୃଷ୍ଣ ଥିଲେ ସାତବାହନ ବଂଶର ଦ୍ଵିତୀୟ ଶାସକ ଓ ତୃତୀୟ ଶାସକଥିଲେ ସାତକର୍ଣ୍ଣୀ । ସାତଦ ମାଳବ ଜୟକରି ବିଜୟର ସ୍ମାରକୀ ସ୍ବରୂପ ଅଶ୍ଵମେଧ ଯଜ୍ଞ କରିଥିଲେ ।
- ସାତକର୍ଣ୍ଣୀଙ୍କର ମୃତ୍ୟୁପରେ ତାଙ୍କର ରାଣୀ ଦୁଇଜଣ ନାବାଳକ ପୁତ୍ରର ଅଭିଭାବକ ରୂପେ କିଛି ଦିନ ଶାସନ କରିଥିଲେ ।
୨। କନିଷ୍କଙ୍କର ସିଂହାସନ ଆରୋହଣ ଓ ରାଜ୍ୟ ଜୟ ବର୍ଣ୍ଣନା କର ।
Answer:
- କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ ସେ ଖ୍ରୀଷ୍ଟାବ୍ଦ ୭୮ରେ ସିଂହାସନ ଆରୋହଣ କରିଥିଲେ । ଏହି ବର୍ଷଠାରୁ ‘ଶକାବ୍ଦ’ ଗଣନା କରାଯାଏ ।
- କନିଷ୍କ ସିଂହାସନ ଆରୋହଣ କରିବା ସମୟରେ ତାଙ୍କର ରାଜ୍ୟ ଆଫଗାନିସ୍ଥାନ, ସିନ୍ଧୁ ପ୍ରଦେଶର ଏକ ବୃହତ ଅଂଶ, ପଞ୍ଜାବ, ପାର୍ଥିଆର ଓ ବାକ୍ଟ୍ରିଆର କେତେକ ଅଞ୍ଚଳରେ ବିସ୍ତୃତ ଥିଲା ।
- କନିଷ୍କ ଖୋଟାନ, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟକରି ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ।
- ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ ପୂର୍ବରେ ପାଟଳିପୁତ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପୁରୁଷପୁର ତାଙ୍କର ରାଜଧାନୀ ଥିଲା ।
୩ । ରୁଦ୍ରଦାମନ କେଉଁ ରାଜ୍ୟଗୁଡ଼ିକ ଜୟ କରିଥିଲେ ? ତାଙ୍କର ଜନହିତକର କାର୍ଯ୍ୟ ଓ ସଂସ୍କୃତଜ୍ଞାନ ବିଷୟରେ ବର୍ଣ୍ଣନା କର ।
Answer:
- ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶାସକ ଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କଙ୍କଣ ଉପକୂଳ ଓ ନର୍ମଦା ନଦୀର ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
- ସେ ଅନେକ ଜନହିତକର କାର୍ଯ୍ୟ କରିଥିଲେ । ମୌର୍ଯ୍ୟ ଶାସନ କାଳରେ ଜଳସେଚନ ପାଇଁ ନିର୍ମିତ ହୋଇଥିବା ସୁଦର୍ଶନ ହ୍ରଦକୁ ମରାମତି କରି ଜଳସେଚନର ବ୍ୟବସ୍ଥା କରିଥିଲେ ।
- ରୁଦ୍ରଦାମନ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲାବୋଲି ଶିଳାଲିପିରୁ ଜଣାଯାଏ ।
- ସେ ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
୪ । ସଙ୍ଗମ ଯୁଗ କାହାକୁ କୁହାଯାଏ ? ଏହି ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କାହିଁକି କୁହାଯାଏ ?
Answer:
- ଦକ୍ଷିଣ ଭାରତରେ ଯେଉଁ ସମୟରେ ତାମିଲ କବି ଓ ପଣ୍ଡିତମାନେ ସଭାରେ ଏକତ୍ରିତ ହୋଇ ଅନେକଗୁଡ଼ିଏ ଉତ୍କୃଷ୍ଟ କବିତା ରଚନା କରିଥିଲେ, ସେହି ସମୟକୁ ‘ସଙ୍ଗଯୁଗ’ କୁହାଯାଏ । ତାମିଲ କବି ଓ ପଣ୍ଡିତମାନଙ୍କ ସଭାକୁ ‘ସଙ୍ଗମ’ କୁହାଯାଏ ।
- ସଙ୍ଗଯୁଗରେ ତାମିଲ ସାହିତ୍ୟର ବିକାଶ ଘଟିଥିଲା । ଶତାଧକ ଉତ୍କୃଷ୍ଟ କବିମାନଙ୍କଦ୍ୱାରା ସଙ୍ଗମରେ ଅନେକ କବିତା ରଚିତ ହୋଇଥିଲା । ସେମାନଙ୍କ ମଧ୍ୟରେ ଅନେକ ନାରୀକବି ଥିଲେ ।
- ଏହି ଯୁଗରେ ‘ତୋଲକାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ମଧ୍ଯ ରଚିତ ହୋଇଥିଲା ।
- ଏଣୁ ସଙ୍ଗମ ଯୁଗକୁ ତାମିଲ ସାହିତ୍ୟରେ ସୁବର୍ଣ୍ଣଯୁଗ କୁହାଯାଏ ।
୫। ସଙ୍ଗଯୁଗରେ ଦକ୍ଷିଣଭାରତର ଅର୍ଥନୈତିକ ଓ ବାଣିଜ୍ୟ ବ୍ୟବସ୍ଥା କିପରି ଥିଲା ?
Answer:
- ସଙ୍ଗଯୁଗରେ ତାମିଲ ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭରେ କରୁଥିଲା । ଚାଷ ବ୍ୟତୀତ ଲୋକମାନେ ଗୋପାଳନ, ଲୁଗାବୁଣା, ମାଛଧରା ଓ ବେପାର ବଣିଜ କରି ଅର୍ଥ ଉପାର୍ଥନ କରୁଥିଲେ । ଗୋଟିଏ ଜିନିଷ ପାଇବା ପାଇଁ ଆଉ ଗୋଟିଏ ଜିନିଷ ଦେବାକୁ ପଡୁଥିଲା ।
- ଲୋକମାନେ ଦରିଆପାରି ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ ।
- ରୋମ ସାମ୍ରାଜ୍ୟ ସହିତ ବାଣିଜ୍ୟରେ ବହୁତ ଉନ୍ନତି ଘଟିଥିଲା । ଜଳଜାହାଜରେ ସମୁଦ୍ର ପଥଦେଇ ବିଦେଶ ସହ ବାଣିଜ୍ୟ କାରବାର ହେଉଥିଲା ।
- ତାମିଲ ରାଜ୍ୟରୁ ବାହାର ଦେଶକୁ ମସଲା, ଗୋଲମରିଚ, ରେଶମ ଆଦି ଜିନିଷ ପଠାଯାଉଥିଲା ଓ ବାହାର ଦେଶରୁ ତାମିଲ ରାଜ୍ୟକୁ ସୁନା ଓ ରୂପା ଆମଦାନୀ କରାଯାଉଥିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ସାତବାହନ ବଂଶର ତୃତୀୟ ଶାସକ କିଏ ଥିଲେ ? ସେ କେଉଁ ଯଜ୍ଞ କରିଥିଲେ ?
Answer:
- ସାତକର୍ଣ୍ଣୀ ସାତବାହନ ବଂଶର ତୃତୀୟ ଶାସକ ଥିଲେ ।
- ସାତକର୍ମୀ ମାଳବ ଜୟକରି ବିଜୟର ସ୍ମାରକୀ ସ୍ବରୂପ ଅଶ୍ଵମେଧ ଯଜ୍ଞ କରିଥିଲେ ।
୨। ଦ୍ଵିତୀୟ ସାତକର୍ମୀଙ୍କର ବୈଶିଷ୍ଟ୍ୟତା କ’ଣ ଥିଲା ?
Answer:
- ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀର ପ୍ରଥମ ଭାଗରେ ଗୌତମୀପୁତ୍ର ସାତକଣ୍ଠୀ ବା ଦ୍ବିତୀୟ ସାତକର୍ଣ୍ଣୀ ସାତବାହନ ବଂଶର ଯଶ ଓ ଖ୍ୟାତି ବଢ଼ାଇଥିଲେ ।
- ସେ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିଥିଲେ ଓ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛଡ଼ାଇ ଆଣିଥିଲେ ।
୩ । ମିଳିନ୍ଦ କାହାକୁ କହନ୍ତି ? ତାଙ୍କର ରାଜଧାନୀ କେଉଁଠି ଥିଲା ?
Answer:
- ଗ୍ରୀକ୍ ଶାସନ କର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ କେତେକ ତାଙ୍କୁ ‘ମିଳିନ୍ଦ’ ବୋଲି କହନ୍ତି ।
- ସେ ତାଙ୍କର ରାଜଧାନୀ ଶାକଳ (ବର୍ତ୍ତମାନ ପଶ୍ଚିମ ପଞ୍ଜାବର ସିଆଲକୋଟ) ଠାରେ ସ୍ଥାପନ କରିଥିଲେ ।
୪ । ସାତବାହନ ସାମ୍ରାଜ୍ୟର ପତନ କେବେ ଓ କିପରି ହୋଇଥିଲା ?
Answer:
- ଯଜ୍ଞଶୀ ସାତକଣ୍ଠୀଙ୍କ ସମୟର ସାତବାହନ ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।
- ଶେଷରେ ଶକ, ପଲ୍ଲବ ଓ କୁଶାଣମାନଙ୍କ ଆକ୍ରମଣ ଫଳରେ ସାତବାହନ ସାମ୍ରାଜ୍ୟ ଲୋପ ପାଇଥିଲା ।
୫। କନିଷ୍ଠ କିଏ ? ସେ କେଉଁ ଧର୍ମ ଗ୍ରହଣ କରିଥିଲେ ?
Answer:
- କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ । ସେ ଖ୍ରୀଷ୍ଟାବ୍ଦ ୭୮ରେ ସିଂହାସନ ଆରୋହଣ କରିଥିଲେ ।
- ସେ ଅଶ୍ଵଘୋଷଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
୬ | କନିଷ୍ଠ ବୌଦ୍ଧ ଧର୍ମର ପ୍ରସାର ପାଇଁ କ’ଣ କରିଥିଲେ ?
Answer:
- କନିଷ୍କ ମହାଜାନ ବୌଦ୍ଧ ଧର୍ମର ପୃଷ୍ଠପୋଷକତା କରିଥିଲେ । ସେ ଚତୁର୍ଥ ବୌଦ୍ଧସମ୍ମିଳନୀ ଆହୂତ କରିଥିଲେ ।
- ଏହି ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧ ଧର୍ମର ଗ୍ରନ୍ଥଗୁଡ଼ିକୁ ବ୍ୟାଖ୍ୟା କରିଥିଲେ । ଏହା ବ୍ୟତୀତ ସେ ଏସିଆ ଓ ଚୀନ୍କୁ ମଧ୍ୟ ପ୍ରଚାରକମାନଙ୍କୁ ପଠାଇଥିଲେ ।
୭ । କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ କେଉଁଥ୍ ଓ କ’ଣ ଜଣାଯାଏ ?
Answer:
- ଚୀନ୍ ଭାଷାରେ ଲିଖ୍ ପ୍ରାଚୀନ ଗ୍ରନ୍ଥରୁ କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ ।
- ଏହି ତଥ୍ୟରୁ ଜଣାପଡ଼େ ଖ୍ରୀ.ପୂ. ୨ୟ ଶତାବ୍ଦୀରେ ଚୀନ୍ ଦେଶର ପଶ୍ଚିମ ଭାଗରେ ବାସକରୁଥିବା ୟୁ-ଚି ନାମକ ଗୋଟିଏ ଶକ୍ତିଶାଳୀ ଯାଯାବର ଜାତିକୁ ହୁଣ ନାମକ ଅନ୍ୟ ଏକ ଶକ୍ତିଶାଳୀ ଯାଯାବର ଜାତି ସେଠାରୁ ତଡ଼ି ଦେଇଥିଲେ ।
୮ | ଖାରବେଳ କେଉଁ ବଂଶର ରାଜାଥିଲେ ? ସେ ତାଙ୍କର ରାଜତ୍ଵର ବିବରଣୀ କେଉଁଠାରେ ଖୋଦିତ କରିଥିଲେ ?
Answer:
- ଖାରବେଳ ମହାମେଘବାହନ ବଂଶର ରାଜାଥିଲେ । ସେ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
- ଭୁବନେଶ୍ଵରର ଉଦୟଗିରି ପାହାଡ଼ରେ ଥିବା ହାତୀ ଗୁମ୍ଫାରେ ସେ ତାଙ୍କ ୧୩ ବର୍ଷର ରାଜତ୍ଵର ବିବରଣୀ ଖୋଦିତ କରିଥିଲେ ।
୯। ଖାରବେଳଙ୍କ ଶାସନ କିପରି ଥୁଲା ?
Answer:
- ଖାରବେଳେ ଜଣେ ଦକ୍ଷଶାସକ ଥିଲେ । ମୌର୍ଯ୍ୟଶାସନ ଅମଳର କେତେକ ରାଜକର୍ମଚାରୀ ପଦ ଖାରବେଳଙ୍କ ସମୟରେ ପ୍ରଚଳିତ ଥିଲା ।
- ମୌର୍ଯ୍ୟ ଶାସନର ମହାପାତ୍ରଙ୍କୁ ସେତେବେଳେ ‘ମହାମଦ’ କୁହାଯାଉଥିଲା । ନଗର ଅଖହଂସ ଓ କମ୍ମ ନାମରେ ଉଚ୍ଚ କର୍ମଚାରୀ କର୍ମ ବିଭାଗ ଦାୟିତ୍ଵରେ ଥିଲେ ।
୧୦ । ରୁଦ୍ରଦାମନ କିଏ ? ସେ କିପରି ସୁନାମ ଅର୍ଜନ କରିଥିଲେ ?
Answer:
- ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ।
- ସେ ଜଳସେଚନ ପାଇଁ ତିଆରି ହୋଇ ବହୁଦିନ ବ୍ୟବହୃତ ହୋଇନଥିବା ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲେ ।
ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ କ’ଣ ?
Answer:
ଭାରତୀୟ ଗ୍ରୀକ୍ ଶାସନକର୍ତା ମେନେଣ୍ଡର୍ଙ୍କର ରାଜଧାନୀ ଶାକଳର ବର୍ତ୍ତମାନର ନାମ ସିଆଲ୍କୋଟ୍ ।
୨। ଶକମାନେ ପ୍ରଥମେ କେଉଁଠାରେ ବାସ କରୁଥିଲେ ?
Answer:
ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।
୩ । କୁଶାଣମାନେ କେଉଁ ମୂଳ ଯାଯାବର ଜାତିର ଲୋକ ଥିଲେ ?
Answer:
କୁଶାଣମାନେ ୟୁ-ଚି ଯାଯାବର ଜାତିର ଲୋକ ଥିଲେ ।
୪। ସାତବୀହନ ବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।
୫। ଖାରବେଳଙ୍କ ରାଜ୍ୟର ରାଜଧାନୀ କେଉଁଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ?
Answer:
ଖାରବେଳଙ୍କ ରାଜ୍ୟର ରାଜଧାନୀ କଳିଙ୍ଗନଗରୀ ଭୁବନେଶ୍ଵର ନିକଟସ୍ଥ ଶିଶୁପାଳଗଡଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ।
୬। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
Answer:
ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ୍ମାନେ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ।
୭ । କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
Answer:
କୁଶାଣ ସମ୍ରାଟ ଦ୍ବିତୀୟ କାଡ୍ଫିସେସ୍ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
୮| କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ ?
Answer:
ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ।
୯ । ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନି କରାଯାଉଥିଲା ?
Answer:
ବାହାର ଦେଶରୁ ତାମିଲ ରାଜ୍ୟକୁ ସୁନା ଆମଦାନି କରାଯାଉଥିଲା।
୧୦ । ମେନେଣ୍ଡରଙ୍କ ରାଜଧାନୀ କେଉଁଠି ଥିଲା ?
Answer:
ମେନେଣ୍ଡରଙ୍କ ରାଜଧାନୀ ଶାକଳଠାରେ ଥିଲା ।
୧୧ । ମେନେଣ୍ଡର୍ କାହାଦ୍ଵାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ?
Answer:
ମେନେଣ୍ଡର୍ ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ଵାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।
୧୨ । ଶକମାନଙ୍କ ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ କେତେ କାଳ ଯାଏ ଶାସନ କରିଥିଲେ ?
Answer:
ଶକମାନଙ୍କ ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ।
୧୩ । ଶକ ରାଜାମାନଙ୍କ ମଧ୍ୟରୁ କିଏ ପ୍ରଧାନ ଥିଲେ ?
Answer:
ଶକ ରାଜାମାନଙ୍କ ମଧ୍ୟରୁ ରୁଦ୍ରଦାମନ ପ୍ରଧାନ ଥିଲେ ।
୧୪ । ରୁଦ୍ରଦାମନଙ୍କ କେଉଁ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ?
Answer:
ରୁଦ୍ରଦାମନଙ୍କ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ।
୧୫ । କନିଷ୍କଙ୍କ ରାଜଧାନୀ କେଉଁଠି ଥିଲା ?
Answer:
କନିଷ୍କଙ୍କ ରାଜଧାନୀ ପୁରୁଷପୁରଠାରେ ଥିଲା ।
୧୬ । କନିଷ୍କ କେଉଁ ଧର୍ମର ପୃଷ୍ଠପୋଷକତା କରିଥିଲେ ?
Answer:
କନିଷ୍କ ମହାଯାନ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।
୧୭ । କାହାଦ୍ଵାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ?
Answer:
ଅଶ୍ଵଘୋଷଙ୍କଦ୍ବାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
୧୮। କନିଷ୍କଙ୍କ ପ୍ରଚେଷ୍ଟାରେ କେଉଁ କଳାର ବିକାଶ ଘଟିଥିଲା ?
Answer:
କନିଷ୍କଙ୍କ ପ୍ରଚେଷ୍ଟାରେ ଗାନ୍ଧାର କଳାର ବିକାଶ ଘଟିଥିଲା ।
୧୯। ପୁରାଣରେ ସାତବାହନମାନଙ୍କୁ କ’ଣ କୁହାଯାଇଛି ?
Answer:
ପୁରାଣରେ ସାତବାହନମାନଙ୍କୁ ଆନ୍ଧ୍ର କୁହାଯାଇଛି ।
୨୦ । ସାତବାହନ ବଂଶର ତୃତୀୟ ଶାସକ କିଏ ଥିଲେ ?
Answer:
ସାତବାହନ ବଂଶର ତୃତୀୟ ଶାସକ ଥିଲେ ସାତକର୍ମୀ ।
୨୧ । ସାତବାହନମାନେ ଜାତିରେ କ’ଣ ଥିଲେ ?
Answer:
ସାତବାହନମାନେ ଜାତିରେ ବ୍ରାହ୍ମଣ ଥିଲେ ।
୨୨ । ସାତବାହନମାନଙ୍କର କେଉଁମାନଙ୍କ ସହ ବୈବାହିକ ସମ୍ପର୍କ ଥିଲା ?
Answer:
ମହାମେଘବାହନ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ ଐର ଖାରବେଳ ।
୨୪ । ଖାରବେଳ କେତେ ବର୍ଷ ବୟସରେ କେବେ ସିଂହାସନ ଆରୋହଣ କରିଥିଲେ ?
Answer:
ଖାରବେଳ ମାତ୍ର ୧୫ ବର୍ଷ ବୟସରେ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
୨୫ । ତାମିଲ ଲୋକମାନେ କେଉଁମାନଙ୍କ ସହ ବାଣିଜ୍ୟ କରୁଥିଲେ ?
Answer:
ତାମିଲ ଲୋକମାନେ ଦରିଆପରି ଦେଶମାନଙ୍କ ସହ ବାଣିଜ୍ୟ କରୁଥିଲେ ।
Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।
୧। ମୌର୍ଯ୍ୟ ଶାସନ ପରେ ପୂର୍ବ ଭାରତରେ ________________ ବଂଶର ରାଜାମାନେ ଶାସନ କରୁଥିଲେ ।
Answer:
ଶୃଙ୍ଗ
୨। ________________ ରାଜ୍ୟରେ ଶାସନ କରୁଥିବା ଗ୍ରୀକ୍ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ । କଳା କୁହାଯାଏ ।
Answer:
ବ୍ୟାକଟ୍ରିଆ
୩। ବୌଦ୍ଧ ଶିଳ୍ପକଳାକୁ ________________ କଳା କୁହାଯାଏ ।
Answer:
ଗାନ୍ଧାର
୪। ଶକମାନଙ୍କର ଦ୍ଵିତୀୟ ଭାଗ ଭାରତର ________________ ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ ।
Answer:
ତକ୍ଷଶିଳା
୫। ଉଜ୍ଜୟିନୀର ଜଣେ ରାଜା ନିଜକୁ ______________ ଉପାଧ୍ଧରେ ଭୂଷିତ କରିଥିଲେ ।
Answer:
ବିକ୍ରମାଦିତ୍ୟ
୬ । ________________ ମାନେ ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ।
Answer:
ଶକ
୭ । ୟୁ-ଚି ଜାତି _________________ ଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ।
Answer:
୫
୮ | _________________ ବର୍ଷ ରାଜତ୍ଵ କରିଥିଲେ ।
Answer:
୨୩
୯ । ଜସାତବାହନ ବଂଶର ତୃତୀୟ ରାଜା ସାତକଣ୍ଠୀ _________________ ଜୟ କରି ବିଜୟର ସ୍ମାରକୀ ସ୍ବରୂପ ________________ ଯଜ୍ଞ କରିଥିଲେ ।
Answer:
ମାଳବ, ଅଶ୍ଵମେଧ
୧୦ | _______________ ଶତାବ୍ଦୀରେ ଉତ୍ତର ପଶ୍ଚିମ ଭାରତକୁ ଏକାଧ୍ଵ ବୈଦେଶିକ ଜାତି ଆକ୍ରମଣ କରିଥିଲେ ।
Answer:
ଖ୍ରୀ.ପୂ. ଦ୍ଵିତୀୟ
୧୧ । ମେନେଣ୍ଡରଙ୍କୁ _______________ ବୋଲି କୁହାଯାଉଥିଲା ।
Answer:
ମିଳିନ୍ଦ
୧୨ । ମେନେଣ୍ଡର __________________ ଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।
Answer:
ନାଗାର୍ଜୁନ
୧୩ । ମେନେଣ୍ଡର ପଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥିବା ଉତ୍ତର ________________ ।
Answer:
ମିଳିନ୍ଦପନହ
୧୪ । ଶକମାନେ ______________ ମାନଙ୍କର ଏକ ଶାଖା ଥିଲେ ।
Answer:
ମଙ୍ଗୋରୀୟ
୧୫ । _______________ ଦେଶର ରାଜା ଶକମାନଙ୍କୁ ତଡ଼ି ଦେବାରେ ସମର୍ଥ ହୋଇଥିଲେ ।
Answer:
ଉଜ୍ଜୟିନୀ
୧୬। _______________ ମସିହାରେ ବିକ୍ରମ ସମ୍ବତ୍ ବା ଅବ୍ଦର ପ୍ରଚଳନ ହୋଇଥିଲା ।
Answer:
ଖ୍ରୀ.ପୂ. ୫୮
୧୭ । ଶକରାଜାମାନଙ୍କ ମଧ୍ୟରେ _____________ ଶ୍ରେଷ୍ଠ ଥିଲେ ।
Answer:
ରୁଦ୍ରଦାମନ
୧୮। ______________ ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲେ ।
Answer:
ରାଜା ରୁଦ୍ରଦମନ
୧୯। ________________ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
Answer:
ଦ୍ଵିତୀୟ କାଡ଼ଫିସେସ୍
୨୦।______________ କୁଶାଣ ରାଜବଂଶର ତୃତୀୟ ଏବଂ ସର୍ବଶ୍ରେଷ୍ଠ ରାଜା ଥିଲେ ।
Answer:
କନିଷ୍କ
୨୧। ______________ ଖ୍ରୀଷ୍ଟାବ୍ଦରେ କନିଷ୍କ ସିଂହାସନ ଆରୋହଣ କରିଥିଲେ ।
Answer:
୭୮
୨୨। _______________ ଖ୍ରୀଷ୍ଟାବ୍ଦଠାରୁ ଶକାବ୍ଦ ଗଣନା କରାଯାଏ ।
Answer:
୭୮
୨୩ । କନିଷ୍କଙ୍କ ରାଜଧାନୀ ________________ ଠାରେ ଥିଲା ।
Answer:
ପୁରୁଷପୁର
୨୪। ________________ ଙ୍କଦ୍ଵାରା ପ୍ରଭାବିତ ହୋଇ କନିଷ୍ଠ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
Answer:
ଅଶ୍ଵଘୋଷ
୨୫ । କନିଷ୍କ _______________ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।
Answer:
ମହାଯାନ
୨୬ । କନିଷ୍କଙ୍କଦ୍ଵାରା _____________ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲା ।
Answer:
ଚତୁର୍ଥ
୨୭ । ଚତୁର୍ଥ ବୌଦ୍ଧ ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧଗ୍ରନ୍ଥଗୁଡ଼ିକୁ ଅନୁଧ୍ୟାନ କରି ଯେଉଁ ବ୍ୟାଖ୍ୟା କରିଥିଲେ, ସେହି _______________ ନାମରେ ପରିଚିତ ।
Answer:
ମହାବିଭାଷା
୨୮ । କନିଷ୍କ ବୁଦ୍ଧ ଓ ତାଙ୍କ ଶିଷ୍ୟମାନଙ୍କର _________________ ସଂରକ୍ଷଣ ପାଇଁ ସ୍ତୂପମାନ କରିଥିଲେ ।
Answer:
ଦେହାବଶେଷ
୨୯ । କନିଷ୍କଙ୍କ ସମୟରେ ________________ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା ।
Answer:
ସଂସ୍କୃତ
୩୦। _______________ ଠାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।
Answer:
ମଥୁରା
୩୧ । ସାତବାହନ ସାମ୍ରାଜ୍ୟର ରାଜଧାନୀର ନାମ ଥିଲା __________________ ।
Answer:
ପ୍ରତିଷ୍ଠାନ
୩୨ । ସାତବାହନର ରାଜଧାନୀ ‘ପ୍ରତିଷ୍ଠାନ’ ବର୍ତ୍ତମାନ ମହାରାଷ୍ଟ୍ରର _________________ ନାମରେ ପରିଚିତ ।
Answer:
ପୈଠାନ
୩୩ । ପୁରାଣରେ ସାତବାହନମାନଙ୍କୁ _________________ କୁହାଯାଏ !
Answer:
ଆନ୍ଧ୍ର
୩୪ । ସାତବାହନ ବଂଶର ପ୍ରତିଷ୍ଠାତା ________________ ଥିଲେ ।
Answer:
ସିମୁକ ।
B. ଠିକ୍ ଉତ୍ତର ବାଛି ଲେଖ ।
୧। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
(୧) ଶକ
(୨) ସାତବାହନ
(୩) କୁଶାଣ
(୪) ଗ୍ରୀକ୍
Answer:
(୪) ଗ୍ରୀକ୍
କେଉଁମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ?
(୧) ଶକ
(୨) ସୁଙ୍ଗ
(୩) କୁଶାଣ
(୪) ସାତବାହନ
Answer:
(୧) ଶକ
୩ । କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
(୧) ରୁଦ୍ରଦାମନ
(୨) ପ୍ରଥମ କାଡ୍ଫିସେସ୍
(୩) କନିଷ୍କ
(୪) ଦ୍ଵିତୀୟ କାଡ୍ଫିସେସ୍
Answer:
(୪) ଦ୍ଵିତୀୟ କାଡ୍ଫିସେସ୍
୪ । ଖାରବେଳ ରାଜତ୍ଵର କେଉଁ ବର୍ଷରେ ମହାବିଜୟ ପ୍ରାସାଦ ନିର୍ମାଣ କରିଥିଲେ ?
(୧) ସପ୍ତମ
(୨) ଚତୁର୍ଥ
(୩) ପଞ୍ଚମ
(୪) ନବମ
Answer:
(୪) ନବମ
୫। କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ?
(୧) ଗୁପ୍ତଯୁଗ
(୨) ସଙ୍ଗମ ଯୁଗ
(୩) ବୈଦିକ ଯୁଗ
(୪) ମୌର୍ଯ୍ୟ ଯୁଗ
Answer:
(୨) ସଙ୍ଗମ ଯୁଗ
୬ । ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନି କରାଯାଉଥିଲା ?
(୧) ସୁନା
(୨) ପିତ୍ତଳ
(୩) ତମ୍ବା
(୪) କଂସା
Answer:
(୧) ସୁନା
୭। ନିମ୍ନଲିଖ ମଧ୍ୟରୁ କିଏ ଗ୍ରୀକ୍ ଶାସନକର୍ତ୍ତାମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ?
(୧) କନିଷ୍କ
(୨) ମେନେଣ୍ଡର
(୩) ସିମୁକ
(୪) ରୁଦ୍ରଦାମନ
Answer:
(୨) ମେନେଣ୍ଡର
୮ | ରୁଦ୍ରଦାମନ ନିମ୍ନୋକ୍ତ କେଉଁ ଭାଷାକୁ ଭଲ ପାଉଥିଲେ ?
(୧) ଖରୋଷ୍ଟି
(୨) ପାଲି
(୩) ସଂସ୍କୃତ
(୪) ତାମିଲ
Answer:
(୩) ସଂସ୍କୃତ
୯ । ନିମ୍ନୋକ୍ତ ମଧ୍ୟରୁ କାହା ପ୍ରଚେଷ୍ଟାରେ ଗାନ୍ଧାର କଳାର ବିକାଶ ଘଟିଥିଲା ?
(୧) ରୁଦ୍ରଦାମନ
(୨) ଖାରବେଳ
(୩) ଯଜ୍ଞଶ୍ରୀ ସାତକଳ୍କୀ
(୪) କନିଷ୍କ
Answer:
(୪) କନିଷ୍କ
୧୦ । ନିମ୍ନୋକ୍ତ କେଉଁ ସ୍ଥାନରୁ କନିଷ୍କଙ୍କର ମୁଣ୍ଡବିହୀନ ମୂର୍ତ୍ତି ମିଳିଛି ?
(୧) ମଥୁରା
(୨) ପୁରୁଷପୁର
(୩) ବାରାଣସୀ
(୪) ଉଦୟଗିରି
Answer:
(୧) ମଥୁରା
୧୧ । ପୁରାଣରେ ସାତବାହନମାନଙ୍କୁ କ’ଣ କୁହାଯାଇଛି ?
(୧) ତାମିଲ
(୨) ଆନ୍ଧ୍ର
(୩) ୟୁ-ଚି
(୪) ଗୌଡ଼
Answer:
(୨) ଆନ୍ଧ୍ର
୧୨ । ନିମ୍ନୋକ୍ତ ମଧ୍ୟରୁ କେଉଁମାନେ ବ୍ରାହ୍ମଣ ଥିଲେ ?
(୧) ଶକ
(୨) ୟୁ-ଚି
(୩) କୁଶାଣ
(୪) ସାତବାହନ
Answer:
(୪) ସାତବାହନ
C. ନିମ୍ନଲିଖୂତ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ‘✓’ ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ ‘x’ ଚିହ୍ନ ଦିଅ ।
୧। ଶକମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ।
Answer:
✓
୨। କୁଶାଣମାନେ ଶକମାନଙ୍କର ଏକ ଶାଖା ।
Answer:
x
୩ । ଖାରବେଳଙ୍କ ପୂର୍ବପୁରୁଷ ଚେଦି ବଂଶର ଥିଲେ ବୋଲି ଅନୁମାନ କରାଯାଏ ।
Answer:
✓
୪ । ପୁରୁଷପୁର କନିଷ୍କଙ୍କ ରାଜଧାନୀ ଥିଲା ।
Answer:
✓
୫ । ଖାରବେଳ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
Answer:
x
D. ସ୍ତମ୍ଭ ମିଳନ
E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।
୧। କଶାଣ ବଂଶର ଶ୍ରେଷ୍ଠ ରାଜା ଖାରବେଳ ।
Answer:
କନିଷ୍କ
୨। ଖାରବେଳ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
Answer:
ଜୈନଧର୍ମ
୩। ଖ୍ରୀ.ପୂ. ୪୨ ମସିହାରେ ଖାରବେଳ ସିଂହାସନ ଆରୋହଣ କରିଥିଲେ ।
Answer:
ଖ୍ରୀ.ପୂ. ୪୦ ମସିହା
୪। ଅଯୋଧ୍ୟାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।
Answer:
ମଥୁରା
୫। ପୁରାଣରେ ସାତବାହନମାନଙ୍କୁ ଗୌଡ଼ କହାଯାଇଛି ।
Answer:
ଆନ୍ଧ୍ର
୬ । ରୁଦ୍ରଦାବନ ପାଲି ଭାଷାକୁ ଭଲ ପାଉଥିଲେ ।
Answer:
ସଂସ୍କୃତ