BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ Important Questions and Answers.

BSE Odisha Class 6 History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଗୁପ୍ତଶାସନ କିପରି ପ୍ରତିଷ୍ଠିତ ହେଲା ?

  • କୁଶାଣମାନଙ୍କ ରାଜତ୍ଵ ପରେ ଭାରତରେ ରାଜନୈତିକ ଅସ୍ଥିରତା ଦେଖାଗଲା ଏବଂ କେତେଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଗଲା । କିନ୍ତୁ ଗୁପ୍ତମାନେ ଏକ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଥିଲେ ।
  • ସେହି ବଂଶର ପ୍ରଥମ ଦୁଇଜଣ ରାଜା ଶ୍ରୀଗୁପ୍ତ ଓ ଘଟୋକ୍‌ଚ ଗୁପ୍ତ ଅଧସ୍ତନ ରାଜାଥିଲେ ଏବଂ ସେମାନଙ୍କ ଉପାଧ୍ ଥିଲା ମହାରାଜା ଭାରତରେ ଗୁପ୍ତଶାସନ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀର ମଧ୍ୟଭାଗରେ ପ୍ରତିଷ୍ଠିତ ହେଲା ।
  • ଗୁପ୍ତ ବଂଶର ତୃତୀୟ ରାଜାଥିଲେ ପ୍ରଥମ ଚନ୍ଦ୍ରଗୁପ୍ତ । ସେ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ରାଜତ୍ଵ କରୁଥିଲେ ।
  • ସେ ପ୍ରଥମ ଦୁଇଜଣ ରାଜାଙ୍କ ପରି ଅଧସ୍ତନ ରାଜା ନହୋଇ ସ୍ଵାଧୀନଭାବରେ ନିଜ ପ୍ରଭୁତ୍ଵ ଜାହିର କରି ରାଜତ୍ଵ କରିଥିଲେ । ତେଣୁ ତାଙ୍କର ଉପା‍ଲା ‘ମହାରାଜାଧ୍ରଜା’ ।

୨। ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ କିପରି ହୋଇଥିଲା ?

  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମର ବିଶେଷ ପ୍ରସାରଲାଭ କରିଥିଲା । କେତେକ ଗୁପ୍ତରାଜା ବିଷ୍ଣୁଙ୍କ ଉପାସକଥିଲେ । ଏହାର ପ୍ରଭାବରେ ବୈଷ୍ଣବ ଧର୍ମ ସମାଜରେ ଜନପ୍ରିୟ ଥିଲା । ଏହାବ୍ୟତୀତ ଭଗବାନ ଶିବଙ୍କୁ ମଧ୍ୟ ପୂଜା କରୁଥିଲେ । ଗୁପ୍ତ ଯୁଗରେ ୧୮ଟି ପୁରାଣ ସଙ୍କଳନ କରାଯାଇଥିଲା । ସେହି ପୁରାଣ ମାନଙ୍କରେ ବିଷ୍ଣୁ ଓ ଶିବଙ୍କର ମାହାତ୍ମ୍ୟ ବର୍ଣ୍ଣନା କରାଗଲା ।
  • ମନ୍ଦିରରେ ମୂର୍ତ୍ତିପୂଜା ଗୁପ୍ତଯୁଗରେ ଏକ ପରମ୍ପରାରେ ପରିଗଣିତ ହେଲା । ମୂର୍ତ୍ତିପୂଜା ନିମନ୍ତେ ବିଭିନ୍ନ ସ୍ଥାନରେ ମନ୍ଦିର ନିର୍ମାତା ଆରମ୍ଭ ହେଲା ।
  • ଗୁପ୍ତଯୁଗରେ ଭାଗବତ ବା ବୈଷ୍ଣବ ଧର୍ମର ଅନ୍ୟ ଏକ ବିଶେଷତ୍ୱ ହେଲା ଅବତାରବାଦ । ଦୁଷ୍ଟର ବିନାଶ ପାଇଁ ବିଷ୍ଣୁ ବିଭିନ୍ନ ଅବତାର ରୂପରେ ଭୂପୃଷ୍ଠକୁ ଅବତରଣ କରିଥିଲେ । ଏହି ବିଷୟ ଲୋକମାନଙ୍କ ମନକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା ।
  • ଏହି ସମୟରେ ଦେବଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଥ‌ିବା ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତିଗୱାଠାରେ ଥ‌ିବା ବିଷ୍ଣୁ ମନ୍ଦିର, ଭୂମାରାଠାରେ ଶିବମନ୍ଦିର ଓ ଭିତରଗାଓଁର ଇଟାରେ ମନ୍ଦିର ନିର୍ମିତ ହୋଇଥିଲା ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩ । ସମୁଦ୍ରଗୁପ୍ତ କିପରି ନିଜକୁ ସାର୍ବଭୌମ ସମ୍ରାଟ ବୋଲି ଘୋଷଣା କରିଥିଲେ ? ତାଙ୍କର ସଙ୍ଗୀତ ପ୍ରତି ଅନୁରାଗ ଥ‌ିବାର କିପରି ଜଣାଯାଏ ?

  • ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।
  • ସେ କେବଳ ଜଣେ ରାଜ୍ୟ ଜୟୀ ବୀର ନଥିଲେ । ତାଙ୍କର ‘କବିରାଜ’ ଉପାଧିରୁ ଜଣାଯାଏ ଯେ ସେ ଜଣେ କବିଥିଲେ । ସଙ୍ଗୀତ ପ୍ରତି ତାଙ୍କର ଅନୁରାଗ ଥିଲା ।
  • ତାଙ୍କ ଦ୍ବାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ବରେ ଖୋଦିତ ବୀଣା ସଦୃଶ ଏକ ବାଦ୍ୟଯନ୍ତ୍ର ସେ ବଜାଉଥିବାର ଚିତ୍ରରୁ ଜଣାପଡ଼େ ।
  • ସେ ଦାନୀ ଓ ସୁଶାସକ ଥିଲେ ।

୪। ହର୍ଷବର୍ଦ୍ଧନ କେଉଁ ଧର୍ମ ଗ୍ରହଣ କରିଥିଲେ ? ତାଙ୍କୁ କାହିଁକି ଦାନଦୀର କୁହାଯାଏ ?

  • ହର୍ଷବର୍ଦ୍ଧନ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ମଧ୍ୟ ଅନ୍ୟାନ୍ୟ ଧର୍ମପ୍ରତି ତାଙ୍କର ସମ୍ମାନ ଥିଲା । ସେ ପ୍ରତି ପାଞ୍ଚ ବର୍ଷରେ ଥରେ ପ୍ରୟାଗଠାରେ ଏକ ଧର୍ମସଭାର ଆୟୋଜନ କରୁଥିଲେ ।
  • ଏହି ସଭାକୁ ବହୁ ସଂଖ୍ୟକ ବୌଦ୍ଧ ଓ ଜୈନ ସନ୍ୟାସୀ ଓ ବ୍ରାହ୍ମଣ ପଣ୍ଡିତ ଆସୁଥିଲେ ।
  • ସେହି ଉତ୍ସବରେ ସେ ରାଜ୍ୟର ସମସ୍ତ ସଞ୍ଚା ଧନକୁ ଲୋକମାନଙ୍କୁ ଦାନ କରୁଥିଲେ । ତେଣୁ ତାଙ୍କୁ ଦାନବୀର ହର୍ଷ କୁହାଯାଉଥିଲା ।
  • ତାଙ୍କ ସମୟରେ ମହାଯାନ ବୌଦ୍ଧ ଧର୍ମର ବିଶେଷ ପ୍ରସାର ହୋଇଥିଲା ।

୫। ଗୁପ୍ତ ଯୁଗର ଭାସ୍କର୍ଯ୍ୟ ଓ ଚିତ୍ରକଳା କିପରି ଥିଲା ?

  • ଗୁପ୍ତ ଯୁଗର ଭାସ୍କର୍ଯ୍ୟ ଉନ୍ନତିର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା । ଗୁପ୍ତ ସାମ୍ରାଜ୍ୟରେ କୋମଳତା, ସ୍ଵାଭାବିକତା, ସଦୃଶ୍ୟତା, ଆଳଙ୍କାରିକତା ଏବଂ ଆଧ୍ୟାତ୍ମିକତାର ସୁନ୍ଦର ସମାବେଶ ଦେଖାଯାଏ ।
  • ଗୁପ୍ତଯୁଗର ଶ୍ରେଷ୍ଠ କଳାକୃତି ମଥୁରା ଓ ସାରନାଥଠାରେ ଦେଖିବାକୁ ମିଳେ । ସାରନାଥର ବୁଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟର ଶ୍ରେଷ୍ଠ କୃତି ଅଟେ ।
  • ମଧ୍ୟ ପ୍ରଦେଶର ଉଦୟଗିରିର ଥ‌ିବା ବରାହ ମୂର୍ତ୍ତି, ଦେଓଗଡ଼ର ଶେଷଶାୟୀ ବିଷ୍ଣୁ, ଅହିଛତ୍ରର ମାଟିର ମୂର୍ତ୍ତି ଓ କୋହର ମୁଖଲିଙ୍ଗ ଆଦି ଗୁପ୍ତ ମୂର୍ତ୍ତିକଳାର ଅନୁପମ କୃତି ଅଟେ ।
  • ଗୁପ୍ତ ଯୁଗରେ ଚିତ୍ରକଳାର ମଧ୍ଯ ଉନ୍ନତି ଘଟିଥିଲା । ମାହାରାଷ୍ଟ୍ରର ଅଜନ୍ତା ଗୁମ୍ଫାରେ ଥିବା ଚିତ୍ର ବିଶ୍ୱବିଦିତ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୬। ଆରବୀୟମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର ବିଷୟରେ ଏକ ବିବରଣୀ ପ୍ରଦାନ କର ।

  • ମହମ୍ମଦଙ୍କ ମୃତ୍ୟୁପରେ ତାଙ୍କର ଉତ୍ତରାଧିକାରୀ ବା ଖଲିଫାମାନେ ରାଜ୍ୟ ବିସ୍ତାର ପାଇଁ ଚେଷ୍ଟାକଲେ ।
  • ଅଳ୍ପ ସମୟ ମଧ୍ୟରେ ଆରବ ସୈନ୍ୟମାନେ ସିରିୟା, ମେସୋପଟାମିଆ, ପାଲେଷ୍ଟାଇନ୍, ଇଜିପଟ୍‌, ଆଫ୍ରିକାର ପୂର୍ବାଞ୍ଚଳ ଓ ୟୁରୋପର ସ୍ପେନ୍ ଆଦି ସ୍ଥାନମାନଙ୍କରେ ଧର୍ମ ପ୍ରଚାର ଓ ଉପନିବେଶ ସ୍ଥାପନ କଲେ ।
  • ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତକୁ ଆକ୍ରମଣ କରିଥିଲେ । ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ । ତତ୍କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା । ଭାରତକୁ ଦୁଇଥର ଆକ୍ରମଣ କରି ମଧ୍ୟ ସେମାନେ ସଫଳତା ହାସଲ କରିପାରି ନଥିଲେ ।
  • ଶେଷରେ ଖ୍ରୀ.ଅ. ୭୧୨ରେ ଖଲିଫାଙ୍କ ଆଦେଶକ୍ରମେ ମହମ୍ମଦ-ବିନ୍-କାଲିମ୍ ନାମକ ଏକ ଆକ୍ରମଣକାରୀ ବହୁ ସଂଖ୍ୟକ ସୈନନେଇ ସିନ୍ଧୁ ପ୍ରଦେଶରେ ପ୍ରବେଶ କରିଥିଲେ । ସ୍ଥାନୀୟ ରାଜାଙ୍କ ପ୍ରତି ପ୍ରଜାମାନଙ୍କ ଅସନ୍ତୋଷ – ଓ ଅନ୍ତଦ୍ବନ୍ଦ ଆଦି କାରଣ ଯୋଗୁଁ ମହମ୍ମଦ-ବିନ୍-କାଶିମ୍ ଅତି ସହଜରେ ସିନ୍ଧୁ ଓ ପଞ୍ଜାବର କେତେକ ସ୍ଥାନ ଅଧ୍ୟାର କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଶସ୍ତି କହିଲେ କ’ଣ ବୁଝାଯାଏ ?
Answer:

  • ହରିସେଣ ଥିଲେ ସମୁଦ୍ରଗୁପ୍ତଙ୍କ ମନ୍ତ୍ରୀ ।
  • ସେ ଆହ୍ଲାବାଦ ସ୍ତମ୍ଭ ଲେଖା ରଚନା କରିଥିଲେ ଓ ସେଥ‌ିରେ ସେ ସମୁଦ୍ରଗୁପ୍ତଙ୍କର ଯଶଗାନ କରିଥିବାରୁ ଏହାକୁ ପ୍ରଶସ୍ତ କୁହାଯାଏ ।

୨। ପ୍ରଭାବତୀ ଗୁପ୍ତା କିଏ ଓ ସେ କାହାକୁ ବିବାହ କରିଥିଲେ ?
Answer:

  • ପ୍ରଭାବତୀ ଗୁପ୍ତା ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କର କନ୍ୟା ଥିଲେ ?
  • ସେବାକାତକ ରାଜକୁମାର ରୁଦ୍ରଦେବଙ୍କ ସହିତ ବିବାହ କରିଥିଲେ ।

୩। ଚନ୍ଦ୍ରଗୁପ୍ତଙ୍କ ଦରବାରରେ କେତେ ଜଣ ବିଖ୍ୟାତ ପଣ୍ଡିତ ଥିଲେ ଓ ସେମାନଙ୍କର ନାମ କ’ଣ ଥିଲା ?
Answer:

  • ଚନ୍ଦ୍ରଗୁପ୍ତଙ୍କ ଦରବାରରେ ୯ ଜଣ ବିଖ୍ୟାତ ପଣ୍ଡିତ ଥିଲେ ।
  • ସେମାନଙ୍କର ନାମ ହେଲା– ବରାହମିହିର, ଅମର ସିଂହ, କାଳିଦାସ, ଘଟକର୍ପୂର, ଧନ୍ବନ୍ତରୀ, କ୍ଷପତାକ, ଶଙ୍କୁ, ବରରୁଚି ଓ ବେତାଳଭଟ୍ଟ । ଏହି ପଣ୍ଡିତଗଣ ନବରତ୍ନ ନାମରେ ପରିଚିତ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୪। ଫା-ସିଆଁଙ୍କ ଭାରତ, ଭ୍ରମଣ କାଳରେ କିଏ ରାଜତ୍ଵ କରୁଥିଲେ ? ସେ ତାଙ୍କ ବିବରଣୀରେ କେଉଁ ବିଷୟରେ ବର୍ଣ୍ଣନା କରିଛନ୍ତି ?
Answer:

  • ଫା-ସିଅଁଙ୍କ ଭାରତ ଭ୍ରମଣ କାଳରେ ଦ୍ବିତୀୟ ଚନ୍ଦ୍ରଗୁପ୍ତ ରାଜତ୍ଵ କରୁଥିଲେ ।
  • ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥା ଏବଂ ଧର୍ମ ସମ୍ବନ୍ଧରେ ମୂଲ୍ୟବାନ ବିବରଣୀ ପ୍ରଦାନ କରିଛନ୍ତି ।

୫। ହର୍ଷବର୍ଦ୍ଧନ କେବେ ସିଂହାସନ ଆରୋହଣ କରିଥିଲେ ଓ ତାଙ୍କର ରାଜକବି କିଏଥିଲେ ?
Answer:

  • ଖ୍ରୀ.ଅ. ୬୦୬ରେ ହର୍ଷବର୍ଦ୍ଧନ ସିଂହାସନ ଆରୋହଣ କରିଥିଲେ ।
  • ବାଣଭଟ୍ଟ ତାଙ୍କର ରାଜକବିଥିଲେ । ସେ ‘ହର୍ଷଚରିତଂ’ ପୁସ୍ତକ ରଚନା କରିଥିଲେ ।

୬। ଭାରବୀ କିଏ ? ତାଙ୍କର ଦୁଇଟି ଗ୍ରନ୍ଥର ନାମ ଲେଖ ।
Answer:

  • ଭାରତବୀ ପ୍ରଖ୍ୟାତ କବିଥିଲେ । ସେ ପଲ୍ଲବ ରାଜଦରବାରରେ ଥିଲେ ।
  • ଭାରବୀଙ୍କ ‘କୀରାତାର୍ଜୁନୀୟମ୍’ ଏବଂ ‘ଦଶକୁମାରଚରିତମ୍’ ସଂସ୍କୃତ ଭାଷାରେ ଦୁଇଟି ସୁବିଦିତ ଗ୍ରନ୍ଥ ।

୭। ନରସିଂହର ବର୍ଣନ କିଏ ? ତାଙ୍କ ସମୟରେ କେଉଁ ବୈଦେଶିକ ପରିବ୍ରାଜକ ତାଙ୍କ ରାଜ୍ୟ ପରିଦର୍ଶନରେ ଆସିଥିଲେ ?
Answer:

  • ନରସିଂହ ବର୍ମନ ଥିଲେ ପଲ୍ଲବ ବଂଶର ଜଣେ ବିଶିଷ୍ଟ ରାଜା । ସେ ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀଙ୍କୁ ପରାସ୍ତ କରିଥିଲେ ।
  • ତାଙ୍କ ସମୟରେ ଚୀନ୍ ପରିବ୍ରାଜକ ଜୁଆଙ୍ଗ-ଜାଙ୍ଗ୍ (ହୁଏନ୍‌ସାଂ) ରାଜ୍ୟ ପରିଦର୍ଶନରେ ଆସିଥିଲେ ।

୮| ପଲ୍ଲବମାନେ କେଉଁଠାରେ ରାଜତ୍ଵ କରୁଥିଲେ ? ଏହି ବଂଶର ପ୍ରଥମ ରାଜା କିଏ ଥିଲେ ?
Answer:

  • ପଲ୍ଲବମାନେ ତାମିଲନାଡୁର କାଞ୍ଚ୍ ଅଞ୍ଚଳରେ ରାଜତ୍ଵ କରୁଥିଲେ ।
  • ଏହି ବଂଶର ପ୍ରଥମ ରାଜା ସିଂହ ବିଷ୍ଣୁ ଥିଲେ ।

୯। କେଉଁ ପରିବ୍ରାଜକ ବିକ୍ରମାଦିତ୍ୟଙ୍କ ସମୟରେ ଭାରତ ଭ୍ରମଣରେ ଆସିଥିଲେ ? ତାଙ୍କ ବିବରଣୀରୁ କ’ଣ ଜଣାଯାଏ ?
Answer:

  • ପ୍ରସିଦ୍ଧ ଚୀନ ପରିବ୍ରାଜକ ଫାହିୟାନ ବିକ୍ରମାଦିତ୍ୟଙ୍କ ସମୟରେ ଭାରତ ଭ୍ରମଣରେ ଆସିଥିଲେ ।
  • ତାଙ୍କର ଭ୍ରମଣ ବିବରଣୀରୁ ଜଣାଯାଏ ଯେ ଗୁପ୍ତରାଜୁତି ସମୟରେ ଲୋକେ ସୁଖଶାନ୍ତିରେ ଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୧୦। ଏହ୍ଲାବାଦର ସ୍ତମ୍ଭ ଅଭିଲେଖର ଗୁରୁତ୍ଵ କ’ଣ ?
Answer:

  • ଏହ୍ଲାବାଦର ସ୍ତମ୍ଭ ଅଭିଲେଖରେ ସମୁଦ୍ରଗୁପ୍ତଙ୍କ ରାଜ୍ୟଜୟ ଓ କୀର୍ତ୍ତି ସମ୍ପର୍କରେ ସୂଚିତ ହୋଇଛି ।
  • ଏଥିରେ ମଧ୍ୟ ସମ୍ରାଟ ଅଶୋକଙ୍କର ଏକ ଅନୁଶାସନ ଲିପିବଦ୍ଧ ହୋଇଅଛି ।

୧୧। ଇସ୍‌ଲାମ୍ ଧର୍ମର ପ୍ରବର୍ତ୍ତକ କିଏ ? ଏହି ଧର୍ମର ମୂଳମନ୍ତ୍ର କ’ଣ ?
Answer:

  • ମହମ୍ମଦ ଇସ୍‌ଲାମ୍ ଧର୍ମର ପ୍ରବର୍ତ୍ତକ ।
  • ଐକ୍ୟଭାବ, ଉଦାରତା, ଭାତୃପ୍ରେମ, ପବିତ୍ରତା ଓସତ୍ୟଭଳି ପରମ ଆଦର୍ଶ ଏହି ଧର୍ମର ମୂଳମନ୍ତ୍ର ।

୧୨ । ପ୍ରସିଦ୍ଧ କବି ବାଣଭଟ୍ଟ କେଉଁ ରାଜାଙ୍କ ଦରବାରରେ ଥିଲେ ? ତାଙ୍କ ରଚିତ ଦୁଇଟି ଗ୍ରନ୍ଥର ନାମ କ’ଣ ?
Answer:

  • ହର୍ଷିବଦ୍ଧନଙ୍କ ରାଜସଭାରେ ବାଣଭଟ୍ଟ ଜଣେ ବିଶିଷ୍ଟ କବିଥିଲେ ।
  • ବାଣଭଟ୍ଟ ‘ହର୍ଷଚରିତଂ’ ଓ ‘କାଦମ୍ବରୀ’ ନାମକ ଦୁଇଟି ଗ୍ରନ୍ଥ ରଚନା କରିଥିଲେ ।

୧୩। ଆର୍ଯ୍ୟଭଟ୍ଟ କିଏ ? ସେ କାହିଁକି ପ୍ରସିଦ୍ଧ ?
Answer:

  • ଆର୍ଯ୍ୟଭଟ୍ଟ ଜଣେ ପ୍ରସିଦ୍ଧ ଗଣିତଜ୍ଞ ଏବଂ ସେ ‘ଆର୍ଯ୍ୟଭଙ୍ଗୀୟମ୍’ ନାମକ ଏକ ପୁସ୍ତକରେ ଗାଣିତିକ ତଥ୍ୟ ସବୁ ଲେଖୁଛନ୍ତି ।
  • ସେ ଗଣିତକୁ ଏକ ସ୍ଵତନ୍ତ୍ର ବିଷୟରୂପେ ପରିଗଣିତ କରିଥିଲେ ଏବଂ ତାଙ୍କ ମତରେ ପୃଥ‌ିବୀ ଏକ ଗ୍ରହ ଓ ନିଜ କକ୍ଷରେ ଘୁରୁଛି ।

୧୪। ଫା-ସିଆଁ (ଫାହିୟାନ’ କିଏ ? କେଉଁ ରାଜାଙ୍କ ଶାସନ ସମୟରେ ସେ ଭାରତକୁ ଆସିଥିଲେ ?
Answer:

  • ଫାସିଆଁ (ଫାହିୟାନ) ହେଉଛନ୍ତି ଚୀନ ଦେଶର ଜଣେ ପରିବ୍ରାଜକ ।
  • ସେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଭାରତକୁ ଆସିଥିଲେ । ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣକରି ଲୋକଙ୍କ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ବିଷୟରେ ମୂଲ୍ୟବାନ ବବରଣୀ ପ୍ରଦାନ କରିଛନ୍ତି ।

୧୫। ଅଦ୍ଵୈତବାଦ କ’ଣ ? ଏହା କିଏ ପ୍ରଚାର କରିଥିଲେ ?
Answer:

  • ଭାରତୀୟ ଦାର୍ଶନିକ ଶଙ୍କରଙ୍କ ଦ୍ବାରା ପ୍ରଚାରିତ ଧର୍ମକୁ ‘ଅଦ୍ୱୈତବାଦ’ କୁହାଯାଏ ।
  • ଏହାର ପ୍ରଚାର ବୌଦ୍ଧ ଧର୍ମ ଉପରେ ପ୍ରଭାବ ପକାଇଥିଲା । ସେ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ଚେଷ୍ଟା କରିଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥ‌ିବା ଦୁଇଜଣ ଗୁପ୍ତ ବଂଶର ରାଜାଙ୍କ ନାମ ଲେଖ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥିବା ଦୁଇଜଣ ଗୁପ୍ତବଂଶର ରାଜା ହେଲେ ଶ୍ରୀଗୁପ୍ତ ଓ ଘଟୋକୁଚ ଗୁପ୍ତ ।

୨। ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ମହାରାଜାଧରାଜ ଉପାଧିରେ ଭୂଷିତ ହୋଇଥିଲେ ।

୩ । କେଉଁ ବର୍ଷଠାରୁ ଭାରତରେ ଗୁପ୍ତାଦ ଆରମ୍ଭ ହେଲା ?
Answer:
ଖ୍ରୀ.ଅ. ୩୨୦ଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।

୪ । ସମୁଦ୍ରଗୁପ୍ତ କେଉଁ ଯଜ୍ଞ କରି ନିଜକୁ ସାର୍ବଭୌମ୍ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ?
Answer:
ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।

୫। ଗୁପ୍ତ ସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ କିପରି କର ଗ୍ରହଣ କରୁଥିଲେ ?
Answer:
ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ ଉତ୍ପନ୍ନ ଶସ୍ୟର ଏକ-ଚତୁର୍ଥାଂଶ କର ଆକାରରେ ଗ୍ରହଣ କରୁଥିଲେ ।

୬ । ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ କେଉଁ ଧର୍ମ ଉପରେ ପଡ଼ିଥିଲା ?
Answer:
ଶଙ୍କରଙ୍କଦ୍ବାରା ପ୍ରଚାରିତ ଅଦ୍ଵୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଥିଲା ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୭ । ‘ପଞ୍ଚତନ୍ତ୍ର୍ୟ’ କିଏ ରଚନା କରିଥିଲେ ?
Answer:
‘ପଞ୍ଚତନ୍ତ୍ର’ ବିଷ୍ଣୁଶର୍ମା ରଚନା କରିଥିଲେ ।

୮ | କେଉଁ ଗୁପ୍ତରାଜାଙ୍କ ଦରବାରରେ କାଳିଦାସ ଥିଲେ ?
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ଦରବାରରେ କାଳିଦାସ ଥିଲେ ।

୯। କେଉଁ ପଲ୍ଲବ ରାଜା ‘ବାତାପିକେଣ୍ଡା’ ଉପାଧ୍ ଧାରଣ କରିଥିଲେ ?
Answer:
ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ‘ବାତାପିକୋଣ୍ଡା’ ଉପାଧ୍ ଧାରଣ କରିଥିଲେ ।

୧୦। ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ ଥିଲା ପ୍ରଭାକର ବର୍ଜନ ।

୧୧। ହର୍ଷଙ୍କଦ୍ଵାରା ଲିଖ୍ ନାଟକଗୁଡ଼ିକର ନାମ ଲେଖ
Answer:
ହର୍ଷଙ୍କଦ୍ଵାରା ଲିଖ୍ ନାଟକଗୁଡ଼ିକ ହେଉଛି ‘ନାଗାନନ୍ଦ’, ‘ରତ୍ନାବଳୀ’ ଏବଂ ‘ପ୍ରିୟଦର୍ଶିକା’ ।

୧୨। ମହମ୍ମଦ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

୧୩। ଇସଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ କ’ଣ ?
Answer:
ଇସଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ ‘କୋରାନ୍’ ।

୧୪। ଶଶାଙ୍କ କେଉଁ ଦେଶର ରାଜା ଥିଲେ ?
Answer:
ଶଶାଙ୍କ ଗୌଡ଼ ଦେଶର ରାଜା ଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୧୫। ପ୍ରଭାକର ବର୍ଷନ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ପ୍ରଭାକର ବର୍ଷନ ମହାରାଜାଧରାଜ ଉପାଧ୍ଧରେ ଭୂଷିତ ହୋଇଥିଲେ ।

୧୬। ଜୁଆଙ୍ଗ-ଜାଲ୍ କେତେ ଖ୍ରୀଷ୍ଟାବ୍ଦରେ ସ୍ଵଦେଶ ଫେରିଯାଇଥିଲେ ?
Answer:
ଜୁଆଙ୍ଗ୍-ଜାଙ୍ଗ୍ ୬୪୪ ଖ୍ରୀଷ୍ଟାବ୍ଦରେ ସ୍ବଦେଶ ଫେରିଯାଇଥିଲେ ।

୧୭। ଦ୍ଵିତୀୟ ପୁଲକେଶୀନ୍ କେଉଁ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ ?
Answer:
ଦ୍ଵିତୀୟ ପୁଲକେଶୀନ୍ ଚାଲୁକ୍ୟ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ ।

୧୮। ହର୍ଷ ପ୍ରତି ପାଞ୍ଚବର୍ଷରେ କେଉଁଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ ?
Answer:
ହର୍ଷ ପ୍ରତି ପାଞ୍ଚବର୍ଷରେ ପ୍ରୟାଗଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ ।

୧୯। ‘ସକଳୋତ୍ତର ପଥନାଥ’ କାହାକୁ କୁହାଯାଉଥିଲା ?
Answer:
‘ସକଳୋତ୍ତର ପଥନାଥ’ ହର୍ଷବର୍ଦ୍ଧନଙ୍କୁ କୁହାଯାଉଥିଲା ।

୨୦। କାହାର ଆଦେଶରେ ମହମ୍ମଦ-ବିନ୍-କାଶିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା ?
Answer:
ଖଲିଫାଙ୍କ ଆଦେଶରେ ମହମ୍ମଦ-ବିନ୍-କାଶିମ୍‌ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

୨୧। କବି ବାଣଭଟ୍ଟ କାହାର ରାଜସଭା ମଣ୍ଡନ କରିଥିଲେ ?
Answer:
କବି ବାଣଭଟ୍ଟ ହର୍ଷବର୍ଦ୍ଧନଙ୍କ ରାଜସଭା ମଣ୍ଡନ କରିଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୨୨। କେରଳରେ ମୁସଲ୍ମାନ ସମ୍ପ୍ରଦାୟଙ୍କୁ କ’ଣ କୁହାଯାଉଥିଲା ?
Answer:
କେରଳରେ ମୁସଲ୍‌ମାନ ସମ୍ପ୍ରଦାୟଙ୍କୁ ମୋପ୍‌ଲା ମୁସଲ୍‌ମାନ କୁହାଯାଉଥିଲା ।

୨୩। କେଉଁ ଶତାବ୍ଦୀରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ?
Answer:
ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ।

୨୪। ରାଜ୍ୟବର୍ଦ୍ଧନ କେଉଁ ରାଜ୍ୟର ରାଜା ହୋଇଥିଲେ ?
Answer:
ରାଜ୍ୟବର୍ଦ୍ଧନ ଥାନେଶ୍ଵର ରାଜ୍ୟର ରାଜା ହୋଇଥିଲେ ।

୨୫। ଗୁପ୍ତଯୁଗରେ କେଉଁ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ?
Answer:
ଗୁପ୍ତଯୁଗରେ ବୈଷ୍ଣବ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ।

୨୬। ଚନ୍ଦ୍ରଗୁପ୍ତ କେବେ ସିଂହାସନ ଆରୋହଣ କରିଥିଲେ ?
Answer:
ଚନ୍ଦ୍ରଗୁପ୍ତ ଖ୍ରୀ.ଅ.୩୨୦ରେ ସିଂହାସନ ଆରୋହଣ କରିଥିଲେ ।

୨୭ । ଚନ୍ଦ୍ରଗୁପ୍ତ କାହାକୁ ବିବାହ କରିଥିଲେ ?
Answer:
ଚନ୍ଦ୍ରଗୁପ୍ତ ଲିଚ୍ଛବି ବଂଶର ରାଜକୁମାରୀ କୁମାରଦେବୀଙ୍କୁ ବିବାହ କରିଥିଲେ ।

୨୮। ସମୁଦ୍ରଗୁପ୍ତ କେଉଁ ଉପାଧ୍ ଧାରଣ କରିଥିଲେ ?
Answer:
ସମୁଦ୍ରଗୁପ୍ତ ‘କବିରାଜ’ ଉପାଧ୍ ଧାରଣ କରିଥିଲେ ।

୨୯। ଦ୍ଵିତୀୟ ଚନ୍ଦ୍ରଗୁପ୍ତ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ ‘ବିକ୍ରମାଦିତ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩୦। ଦକ୍ଷିଣ ଭାରତରେ ପଲ୍ଲବମାନେ କେଉଁ ଧର୍ମର ପୃଷ୍ଠପୋଷକତା କରିଥିଲେ ?
Answer:
ଦକ୍ଷିଣ ଭାରତରେ ପଲ୍ଲବମାନେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିଲେ ।

୩୧। ବୌଦ୍ଧଗ୍ରନ୍ଥସବୁ କେଉଁ ଭାଷାରେ ରଚିତ ହେଇଥିଲା ?
Answer:
ବୌ ଗ୍ରନ୍ଥସବୁ ସଂସ୍କୃତ ଭାଷାରେ ରଚିତ ହୋଇଥିଲା ।

୩୨। ଅଷ୍ଟାଦଶ ପୁରାଣ କାହାକୁ କୁହାଯାଏ ?
Answer:
ଗୁପ୍ତଯୁଗରେ ସଂକଳିତ ୧୮ଟି ପୁରାଣକୁ ଅଷ୍ଟାଦଶ ପୁରାଣ କୁହାଯାଏ ।

୩୩। ଗୁପ୍ତଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର କିଏ ଥିଲେ ?
Answer:
କାଳିଦାସ ଗୁପ୍ତଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ ।

୩୪। ‘ଅମରକୋଷ’ କିଏ ରଚନା କରିଥିଲେ ?
Answer:
ଅମରସିଂହ ‘ଅମରକୋଷ’ ରଚନା କରିଥଲେ ।

୩୫। ‘ବୃହତ୍ ସଂହିତା’ କିଏ ରଚନା କରିଥିଲେ ?
Answer:
ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩୬। ପଲ୍ଲବ ବଂଶର ପ୍ରଥମ ରାଜା କିଏ ଥିଲେ ?
Answer:
ସିଂହବିଷ୍ଣୁ ପଲ୍ଲବ ବଂଶର ପ୍ରଥମ ରାଜା ଥିଲେ ।

୩୭। ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ କିଏ ରଚନା କରିଥିଲେ ?
Answer:
ଆର୍ଯ୍ୟଭଟ୍ଟ ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ ରଚନା କରିଥିଲେ ।

୩୮। ଚାଲୁକ୍ୟ ରାଜ୍ୟର ରାଜଧାନୀ କେଉଁଠି ଥିଲା ?
Answer:
ଚାଲୁକ୍ୟ ରାଜ୍ୟର ରାଜଧାନୀ ଥିଲା ‘ବାତାପି’ ବା ‘ବାଦାମି’ ।

Objective Type Questions With Answers
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

A. ଶୂନ୍ୟସ୍ଥାନ ପୂରଣ କର ।

୧। ଦ୍ଵିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତର ______________ ମାନଙ୍କୁ ପରାସ୍ତ କରିଥିଲେ ।
Answer:
ଶକ

୨। ଶଶାଙ୍କ _______________ ଦେଶର ରାଜା ଥିଲେ ।
Answer:
ଗୌଡ଼

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩ । ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକ ________________ ଯୁଗରେ ସଙ୍କଳନ ସମ୍ପୂର୍ଣ୍ଣ କରାଯାଇଥିଲା ।
Answer:
ଗୁପ୍ତ

୪। ପ୍ରଭାକର ବଦ୍ଧନ _________________ ଉପାଧ୍ଧରେ ଭୂଷିତ ହୋଇଥିଲେ ।
Answer:
ମହା-ରାଜାଧୁରାଜ

୫। ଜୁଆଙ୍ଗ୍-ଜାଙ୍ଗ୍ _________________ ଖ୍ରୀଷ୍ଟାବ୍ଦରେ ସ୍ବଦେଶ ଫେରିଯାଇଥିଲେ ।
Answer:
୬୪୪

୬। ଦ୍ଵିତୀୟ ପୁଲକେଶୀନ୍ _______________ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ ।
Answer:
ଚାଲୁକ୍ୟ

୭। ହର୍ଷ ପ୍ରତି ପାଞ୍ଚବର୍ଷରେ ________________ ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ ।
Answer:
ପ୍ରୟାଗ

୮ | ‘ସକଳୋତ୍ତର ପଥନାଥ _________________ ଙ୍କୁ କୁହାଯାଉଥିଲା ।
Answer:
ହର୍ଷବର୍ଦ୍ଧନ

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୯ । ______________ ଶତାବ୍ଦୀରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ।
Answer:
ଅଷ୍ଟମ

୧୦। ________________ଙ୍କ ଆଦେଶରେ ମହମ୍ମଦ-ବିନ୍-କାଶିମ୍‌ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
Answer:
ଖଲିଫା

୧୧ । ମହମ୍ମଦ _____________ ନାମକ ପର୍ବତରେ ଧ୍ୟାନ କରୁଥିବା ସମୟରେ ଭଗବାନ ଆଲ୍ଲାଙ୍କ ଦୂତ ଗାବ୍ରିୟେଲଙ୍କ ବାଣୀ ତାଙ୍କୁ ଶୁଣାଯାଇଥିଲା ।
Answer:
ହୀରା

୧୨ । କେରଳରେ ମୁସଲମାନ ସମ୍ପ୍ରଦାୟଙ୍କୁ _________________ମୁସଲ୍‌ମାନ କୁହାଯାଉଥିଲା ।
Answer:
ମୋପ୍‌ଲା

୧୩ । କବି ବାଣଭଟ୍ଟ _________________ ଙ୍କ ରାଜସଭା ମଣ୍ଡନ କରିଥିଲେ ।
Answer:
ହର୍ଷବର୍ଦ୍ଧନ

୧୪ । ଗୁପ୍ତବଂଶର ତୃତୀୟ ରାଜା ଥିଲେ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତ

୧୫ । ପ୍ରଥମ ଚନ୍ଦ୍ରଗୁପ୍ତ ଖ୍ରୀ.ଅ. ______________ ରେ ସିଂହାସନ ଆରୋହଣ କରିଥିଲେ ।
Answer:
୩୨୦

୧୬। _____________ ଖ୍ରୀଷ୍ଟାବ୍ଦରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହୋଇଥିଲା ।
Answer:
୩୨୦

୧୭ । ପ୍ରଥମ ଚନ୍ଦ୍ରଗୁପ୍ତ _____________ ଙ୍କୁ ବିବାହ କରିଥିଲେ ।
Answer:
କୁମାରଦେବୀ

୧୮ । ସମୁଦ୍ରଗୁପ୍ତ _____________ ଙ୍କ ପୁତ୍ର ଥିଲେ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତ

୧୯। ______________ ସ୍ତମ୍ଭଲେଖରୁ ସମୁଦ୍ରଗୁପ୍ତଙ୍କ କୃତିତ୍ୱ ବିଷୟରେ ବହୁକଥା ଜଣାପଡ଼େ ।
Answer:
ଆହ୍ଲାବାଦ

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୨୦ । ସମୁଦ୍ରଗୁପ୍ତ ______________ ଉପାଧ୍ ଧାରଣ କରିଥିଲେ ।
Answer:
କବିରାଜ

୨୧। ଦ୍ଵିତୀୟ ଚନ୍ଦ୍ରଗୁପ୍ତ ______________ ଙ୍କ ପୁତ୍ର ଥିଲେ ।
Answer:
ସମୁଦ୍ରଗୁପ୍ତ

୨୨। ____________ ବିକ୍ରମାଦିତ୍ୟ ଉପାଧିରେ ଭୂଷିତ ହୋଇଥିଲେ ।
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ

୨୩ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କନ୍ୟାର ନାମ ______________ ଥିଲା ।
Answer:
ପ୍ରଭାବତୀ ଗୁପ୍ତା

୨୪ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ଥିବା ନଅ ଜଣ ବିଖ୍ୟାତ ପଣ୍ଡିତଙ୍କୁ ______________ କୁହାଯାଉଥିଲା ।
Answer:
ନବରତ୍ନ

୨୫ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଚୀନ୍ ପରିବ୍ରାଜକ ______________ ଭାରତ ଆସିଥିଲେ ।
Answer:
ଫା-ସିଆଁ (ଫାହିୟାନ)

୨୬ । ଫା-ସିଆଁ ______________ ଙ୍କ ରାଜତ୍ଵ ସମୟରେ ଭାରତ ଭ୍ରମଣରେ ଆସିଥିଲେ ।
Answer:
ଦ୍ଵିତୀୟ ଚନ୍ଦ୍ରଗୁପ୍ତ

୨୭ । ଗୁପ୍ତ ରାଜତ୍ଵ କାଳରେ ବୌଦ୍ଧଗ୍ରନ୍ଥ ________________ ଭାଷାରେ ଲେଖାଯାଇଥିଲା ।
Answer:
ସଂସ୍କୃତ

୨୮ । ଗୁପ୍ତଯୁଗରେ ________________ ଟି ପୁରାଣ ସଂକଳନ କରାଯାଇଥିଲା ।
Answer:
୧୮

୨୯ । ଗୁପ୍ତଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର _____________ ଥିଲେ ।
Answer:
କାଳିଦାସ

୩୦ । କାଳିଦାସଙ୍କ ପ୍ରସିଦ୍ଧ ନାଟକର ନାମ _____________ ।
Answer:
ଅଭିଜ୍ଞାନ ଶାକୁନ୍ତଳମ୍

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩୧ । ଶୁଦ୍ରକଙ୍କଦ୍ଵାରା ଲିଖ୍ ସାମାଜିକ ନାଟକର ନାମ ______________ ଥିଲା ।
Answer:
ମୃଚ୍ଛ୍ରକଟିକମ୍

୩୨ । ‘ପଞ୍ଚତନ୍ତ୍ର’ ______________ ଙ୍କ ଦ୍ବାରା ରଚିତ ହୋଇଥିଲା ।
Answer:
ବିଷ୍ଣୁଶର୍ମା

୩୩ । _______________‘ଅମରକୋଷ’ ଅଭିଧାନ ରଚନା କରିଥିଲେ ।
Answer:
ଅମରସିଂହ

୩୪ । ଗୁପ୍ତଯୁଗର ଶ୍ରେଷ୍ଠ କଳାକୃତି ______________ ଓ ______________ ଠାରେ ଦେଖିବାକୁ ମିଳେ ।
Answer:
ମଥୁରା, ସାରନାଥ

୩୫ । ମହାରାଷ୍ଟ୍ରର _______________ ଗୁମ୍ଫାରେ ଥ‌ିବା ଚିତ୍ର ସାରା ବିଶ୍ବରେ ପରିଚିତ ।
Answer:
ଅଜନ୍ତା

୩୬ । ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ _______________ ରଚନା କରିଥିଲେ ।
Answer:
ଆର୍ଯ୍ୟଭଟ୍ଟ

୩୭ । ପୃଥ‌ିବୀ ଏକ ଗ୍ରହ ଓ ନିଜ କକ୍ଷରେ ଘୂରୁଛି ଏକଥା _____________ କହିଥିଲେ ।
Answer:
ଆର୍ଯ୍ୟଭଟ୍ଟ

୩୮ । ‘ବୃହତ୍ ସଂହିତା’ ______________ ରଚନା କରିଥିଲେ ।
Answer:
ବରାହମିହିର

୩୯ । ଚିକିତ୍ସା ଶାସ୍ତ୍ରର ବିଶାରଦ ______________ ଥିଲେ ।
Answer:
ବାଗଭଟ୍ଟ

୪୦ । _______________ ଠାରେ ଗୁପ୍ତଯୁଗର ଗୋଟିଏ ଲୌହସ୍ତମ୍ଭ ଅଛି, ଯେଉଁଥରେ ଏ ପର୍ଯ୍ୟନ୍ତ କଳଙ୍କି ଲାଗିନାହିଁ ।
Answer:
ଦିଲ୍ଲୀର ମେହରାଉଲ

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୪୧। _______________ ଠାରୁ ତାମ୍ରନିର୍ମିତ ବୁଦ୍ଧମୂର୍ତ୍ତି ଉଦ୍ଧାର କରାଯାଇଛି ।
Answer:
ନାଳନ୍ଦା

୪୨ । ପଲ୍ଲବ ବଂଶର ପ୍ରଥମ ପରାକ୍ରମଶାଳୀ ରାଜା _____________ ।
Answer:
ମହେନ୍ଦ୍ରବର୍ତନ

୪୩ । ______________ ଙ୍କୁ ‘ବାତାପିକୋଣ୍ଡା’ ନାମରେ ଅଭିହିତ କରାଯାଇଥିଲା ।
Answer:
ପ୍ରଥମ ନରସିଂହ ବର୍ମାନ

୪୪ । ପ୍ରଥମ ମହେନ୍ଦ୍ର ବର୍ମନଙ୍କ ରଚିତ ନାଟକର ନାମ _______________ ।
Answer:
ମତ୍ତବିଳାସ ପ୍ରହସନ

୪୫ । ପଲ୍ଲବମାନେ _______________ ଠାରେ ପାଣ୍ଡବରଥ ଓ _______________ ଠାରେ କୈଳାସନାଥ ମନ୍ଦିର ନିର୍ମାଣ କରିଥିଲେ ।
Answer:
ମହାବଳୀପୁରମ୍, କାଞ୍ଚିପୁରମ୍ ।

B. ଠିକ୍ ଉତ୍ତର ବାଛି ଲେଖ ।

୧ । ରାଜ୍ୟବର୍ଦ୍ଧନ କେଉଁ ରାଜ୍ୟର ରାଜା ହୋଇଥିଲେ ?
(୧) କନୌଜ
(୨) କାମରୂପ
(୩) ଥାନେଶ୍ଵର
(୪) ବଲ୍ଲବୀ
Answer:
(୩) ଥାନେଶ୍ଵର

୨। ହର୍ଷବର୍ଦ୍ଧନ ଉତ୍ପନ୍ନ ଶସ୍ୟର କେତେ ଅଂଶ କର ସ୍ଵରୂପ ଆଦାୟ କରୁଥିଲେ ?
(୧) ଏକ-ଚତୁର୍ଥାଂଶ
(୨) ଏକ-ପଞ୍ଚମାଂଶ
(୩) ଏକ-ଷତାଂଶ
(୪) ଏକ-ତୃତୀୟାଂଶ
Answer:
(୩) ଏକ-ଷଷ୍ଠୀଶ

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୩ । ନିମ୍ନୋକ୍ତ ମଧ୍ଯରୁ କିଏ ପାରସ୍ୟ ରାଜା ଦ୍ଵିତୀୟ ଖୁସୁଙ୍କ ପାଖକୁ ଦୂତ ପଠାଇଥିଲେ ?
(୧) ପ୍ରଥମ ନରସିଂହ ବର୍ମାନ
(୨) ଦ୍ଵିତୀୟ ପୁଲକେଶୀନ୍
(୩) ମହେନ୍ଦ୍ର ବର୍ମନ
(୪) ହର୍ଷବର୍ଦ୍ଧନ
Answer:
(୨) ଦ୍ଵିତୀୟ ପୁଲକେଶୀନ୍

୪। ପଲ୍ଲବ ରାଜତ୍ଵ କାଳରେ ନିମ୍ନୋକ୍ତ ସ୍ଥାନଗୁଡ଼ିକ ମଧ୍ୟରୁ କେଉଁଟି ସଂସ୍କୃତି ଓ ଶିକ୍ଷାର ଏକ କେନ୍ଦ୍ର ଥିଲା ?
(୧) ବାତାପି
(୧) ଅମରକୋଷ
(୩) ମହାବଳୀପୁରମ୍
(୪) ଅହିଛତ୍ର
Answer:
(୨) କାଞ୍ଚି

୫। ନିମ୍ନୋକ୍ତ ରଚନାଗୁଡ଼ିକ ମଧ୍ୟରୁ କେଉଁଟି ଏକ ସାମାଜିକ ନାଟକ ?
(୨) କାଞ୍ଚି
(୨) ପଞ୍ଚତନ୍ତ୍ର
(୩) ମୂଚ୍ଛକଟିକମ୍
(୪) ବିକ୍ରମୋର୍ବଶୀୟମ୍
Answer:
(୩) ମୃଚ୍ଛକଟିକମ୍

୬| ଗୁପ୍ତଯୁଗରେ କେଉଁ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ?
(୧) ଖ୍ରୀଷ୍ଟଧର୍ମ
(୨) ଇସଲାମ୍ ଧର୍ମ
(୩) ବୈଷ୍ଣବ ଧର୍ମ
(୪) ଶିଖ୍ ଧର୍ମ
Answer:
(୩) ବୈଷ୍ଣବ ଧର୍ମ

୭। ନିମ୍ନୋକ୍ତ ମଧ୍ଯରୁ କିଏ ଗଣିତ ଶାସ୍ତ୍ରରେ ପାରଙ୍ଗମ ଥିଲେ ? |
(୧) ବରାହମିହିର
(୨) ବାଣଭଟ୍ଟ
(୩) ଆର୍ଯ୍ୟଭଟ୍ଟ
(୪) ବାଗଭଟ୍ଟ
Answer:
(୩) ଆର୍ଯ୍ୟଭଟ୍ଟ

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

C. ସ୍ତମ୍ଭ ମିଳନ

ସ୍ତମ୍ଭ ମିଳନ

D. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

୧। ହର୍ଷ ବର୍ଦ୍ଧନ କାଦମ୍ବରୀ ରଚନା କରିଥିଲେ
Answer:
ବାଣଭଟ୍ଟ କାଦମ୍ବରୀ ରଚନା କରିଥିଲେ ।

୨। ହର୍ଷବର୍ଦ୍ଧନ ‘ଦକ୍ଷିଣା ପଥ ସ୍ଵାମୀ’ ଉପାଧିରେ ଭୂଷିତ ହୋଇଥିଲେ
Answer:
ଦ୍ବିତୀୟ ପୁଲକେଶୀନ ‘ଦକ୍ଷିଣା ପଥ ସ୍ଵାମୀ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।

୩। ଫାହିଆନ ‘ସି-ୟ-କି’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ
Answer:
ଜୁଆଙ୍ଗ୍-ଜାଙ୍ଗ୍ (ହୁଏନ୍‌ସାଂ) ‘ସି-ୟୁ-କି’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ ।

୪। ଶଶାଙ୍କ କାମରୂପର ରାଜା ଥିଲେ
Answer:
ଶଶାଙ୍କ ଗୌଡ଼ର ରାଜା ଥିଲେ ।

୫। ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ରାଜାମ୍‌ଜ ଉପାଧ୍ ଗ୍ରହଣ କରିଥିଲେ
Answer:
ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ‘ବାତାପିକୋଣ୍ଡା’ ଉପାଧ୍ ଗ୍ରହଣ କରିଥିଲେ ।

୬ | କାଳିଦାସ ବୃହତ୍ ସଂହିତା ରଚନା କରିଥିଲେ
Answer:
ବରାହମିହିର ବୃହତ୍ ସଂହିତା ରଚନା କରିଥିଲେ ।

୭ | ବରାହମିହିର ପଞ୍ଚତନ୍ତ୍ର ରଚନା କରିଥିଲେ
Answer:
ବିଷ୍ଣୁଶର୍ମା ପଞ୍ଚତନ୍ତ୍ର ରଚନା କରିଥିଲେ ।

BSE Odisha 6th Class History Important Questions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୮ | ହର୍ଷ ପ୍ରତି ପାଞ୍ଚ ବର୍ଷରେ କନୌଜଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ
Answer:
ହର୍ଷ ପ୍ରତି ପାଞ୍ଚ ବର୍ଷରେ ପ୍ରୟାଗଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ ।

୯। ମେଘବର୍ଣ୍ଣ ପଲ୍ଲବର ରାଜା ଥିଲେ
Answer:
ମେଘବର୍ଣ୍ଣ ସିଂହଳର ରାଜା ଥିଲେ ।

୧୦ । କାଞ୍ଚପୁରମ୍‌ କୈଳାସନାଥ ମନ୍ଦିର ଚୋଳମାନଙ୍କର କୃତି
Answer:
କାଞ୍ଚିପୁରମ୍‌ର କୈଳାସ ନାଥ ମନ୍ଦିର ପଲ୍ଲବମାନଙ୍କର କୃତି ।

Leave a Comment