BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Odisha State Board BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ Important Questions and Answers.

BSE Odisha Class 6 History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Subjective Type Questions With Answers
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

୧। ସାତବାହନ ବଂଶର ପ୍ରତିଷ୍ଠାତା କିଏ ? ଏହି ବଂଶର ଶାସନ ବିଷୟରେ ଉଲ୍ଲେଖ କର ।
Answer:

  • ପୁରାଣରେ ସାତବାହନ ମାନଙ୍କୁ ‘ଆନ୍ଧ୍ର’ କୁହାଯାଏ । ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ‘ସିମୁକ’ ।
  • ସେ ଶୁଙ୍ଗ-କାଣ୍ଵ ଶାସନର ଅବସାନ ଘଟାଇ ସାତବାହନ ବଂଶର ପ୍ରାଧାନ୍ୟ ପ୍ରତିଷ୍ଠା କରିଥିଲେ ।
  • ସିମୁକଙ୍କ ଭାଇ କୃଷ୍ଣ ଥିଲେ ସାତବାହନ ବଂଶର ଦ୍ଵିତୀୟ ଶାସକ ଓ ତୃତୀୟ ଶାସକଥିଲେ ସାତକର୍ଣ୍ଣୀ । ସାତଦ ମାଳବ ଜୟକରି ବିଜୟର ସ୍ମାରକୀ ସ୍ବରୂପ ଅଶ୍ଵମେଧ ଯଜ୍ଞ କରିଥିଲେ ।
  • ସାତକର୍ଣ୍ଣୀଙ୍କର ମୃତ୍ୟୁପରେ ତାଙ୍କର ରାଣୀ ଦୁଇଜଣ ନାବାଳକ ପୁତ୍ରର ଅଭିଭାବକ ରୂପେ କିଛି ଦିନ ଶାସନ କରିଥିଲେ ।

୨। କନିଷ୍କଙ୍କର ସିଂହାସନ ଆରୋହଣ ଓ ରାଜ୍ୟ ଜୟ ବର୍ଣ୍ଣନା କର ।
Answer:

  • କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ ସେ ଖ୍ରୀଷ୍ଟାବ୍ଦ ୭୮ରେ ସିଂହାସନ ଆରୋହଣ କରିଥିଲେ । ଏହି ବର୍ଷଠାରୁ ‘ଶକାବ୍ଦ’ ଗଣନା କରାଯାଏ ।
  • କନିଷ୍କ ସିଂହାସନ ଆରୋହଣ କରିବା ସମୟରେ ତାଙ୍କର ରାଜ୍ୟ ଆଫଗାନିସ୍ଥାନ, ସିନ୍ଧୁ ପ୍ରଦେଶର ଏକ ବୃହତ ଅଂଶ, ପଞ୍ଜାବ, ପାର୍ଥିଆର ଓ ବାକ୍‌ଟ୍ରିଆର କେତେକ ଅଞ୍ଚଳରେ ବିସ୍ତୃତ ଥିଲା ।
  • କନିଷ୍କ ଖୋଟାନ, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟକରି ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ।
  • ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ ପୂର୍ବରେ ପାଟଳିପୁତ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପୁରୁଷପୁର ତାଙ୍କର ରାଜଧାନୀ ଥିଲା ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୩ । ରୁଦ୍ରଦାମନ କେଉଁ ରାଜ୍ୟଗୁଡ଼ିକ ଜୟ କରିଥିଲେ ? ତାଙ୍କର ଜନହିତକର କାର୍ଯ୍ୟ ଓ ସଂସ୍କୃତଜ୍ଞାନ ବିଷୟରେ ବର୍ଣ୍ଣନା କର ।
Answer:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶାସକ ଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କଙ୍କଣ ଉପକୂଳ ଓ ନର୍ମଦା ନଦୀର ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
  • ସେ ଅନେକ ଜନହିତକର କାର୍ଯ୍ୟ କରିଥିଲେ । ମୌର୍ଯ୍ୟ ଶାସନ କାଳରେ ଜଳସେଚନ ପାଇଁ ନିର୍ମିତ ହୋଇଥିବା ସୁଦର୍ଶନ ହ୍ରଦକୁ ମରାମତି କରି ଜଳସେଚନର ବ୍ୟବସ୍ଥା କରିଥିଲେ ।
  • ରୁଦ୍ରଦାମନ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲାବୋଲି ଶିଳାଲିପିରୁ ଜଣାଯାଏ ।
  • ସେ ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।

୪ । ସଙ୍ଗମ ଯୁଗ କାହାକୁ କୁହାଯାଏ ? ଏହି ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କାହିଁକି କୁହାଯାଏ ?
Answer:

  • ଦକ୍ଷିଣ ଭାରତରେ ଯେଉଁ ସମୟରେ ତାମିଲ କବି ଓ ପଣ୍ଡିତମାନେ ସଭାରେ ଏକତ୍ରିତ ହୋଇ ଅନେକଗୁଡ଼ିଏ ଉତ୍କୃଷ୍ଟ କବିତା ରଚନା କରିଥିଲେ, ସେହି ସମୟକୁ ‘ସଙ୍ଗଯୁଗ’ କୁହାଯାଏ । ତାମିଲ କବି ଓ ପଣ୍ଡିତମାନଙ୍କ ସଭାକୁ ‘ସଙ୍ଗମ’ କୁହାଯାଏ ।
  • ସଙ୍ଗଯୁଗରେ ତାମିଲ ସାହିତ୍ୟର ବିକାଶ ଘଟିଥିଲା । ଶତାଧକ ଉତ୍କୃଷ୍ଟ କବିମାନଙ୍କଦ୍ୱାରା ସଙ୍ଗମରେ ଅନେକ କବିତା ରଚିତ ହୋଇଥିଲା । ସେମାନଙ୍କ ମଧ୍ୟରେ ଅନେକ ନାରୀକବି ଥିଲେ ।
  • ଏହି ଯୁଗରେ ‘ତୋଲକାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ମଧ୍ଯ ରଚିତ ହୋଇଥିଲା ।
  • ଏଣୁ ସଙ୍ଗମ ଯୁଗକୁ ତାମିଲ ସାହିତ୍ୟରେ ସୁବର୍ଣ୍ଣଯୁଗ କୁହାଯାଏ ।

୫। ସଙ୍ଗଯୁଗରେ ଦକ୍ଷିଣଭାରତର ଅର୍ଥନୈତିକ ଓ ବାଣିଜ୍ୟ ବ୍ୟବସ୍ଥା କିପରି ଥିଲା ?
Answer:

  • ସଙ୍ଗଯୁଗରେ ତାମିଲ ରାଜ୍ୟର ଅର୍ଥନୀତି କୃଷି ଉପରେ ନିର୍ଭରେ କରୁଥିଲା । ଚାଷ ବ୍ୟତୀତ ଲୋକମାନେ ଗୋପାଳନ, ଲୁଗାବୁଣା, ମାଛଧରା ଓ ବେପାର ବଣିଜ କରି ଅର୍ଥ ଉପାର୍ଥନ କରୁଥିଲେ । ଗୋଟିଏ ଜିନିଷ ପାଇବା ପାଇଁ ଆଉ ଗୋଟିଏ ଜିନିଷ ଦେବାକୁ ପଡୁଥିଲା ।
  • ଲୋକମାନେ ଦରିଆପାରି ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ ।
  • ରୋମ ସାମ୍ରାଜ୍ୟ ସହିତ ବାଣିଜ୍ୟରେ ବହୁତ ଉନ୍ନତି ଘଟିଥିଲା । ଜଳଜାହାଜରେ ସମୁଦ୍ର ପଥଦେଇ ବିଦେଶ ସହ ବାଣିଜ୍ୟ କାରବାର ହେଉଥିଲା ।
  • ତାମିଲ ରାଜ୍ୟରୁ ବାହାର ଦେଶକୁ ମସଲା, ଗୋଲମରିଚ, ରେଶମ ଆଦି ଜିନିଷ ପଠାଯାଉଥିଲା ଓ ବାହାର ଦେଶରୁ ତାମିଲ ରାଜ୍ୟକୁ ସୁନା ଓ ରୂପା ଆମଦାନୀ କରାଯାଉଥିଲା ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସାତବାହନ ବଂଶର ତୃତୀୟ ଶାସକ କିଏ ଥିଲେ ? ସେ କେଉଁ ଯଜ୍ଞ କରିଥିଲେ ?
Answer:

  • ସାତକର୍ଣ୍ଣୀ ସାତବାହନ ବଂଶର ତୃତୀୟ ଶାସକ ଥିଲେ ।
  • ସାତକର୍ମୀ ମାଳବ ଜୟକରି ବିଜୟର ସ୍ମାରକୀ ସ୍ବରୂପ ଅଶ୍ଵମେଧ ଯଜ୍ଞ କରିଥିଲେ ।

୨। ଦ୍ଵିତୀୟ ସାତକର୍ମୀଙ୍କର ବୈଶିଷ୍ଟ୍ୟତା କ’ଣ ଥିଲା ?
Answer:

  • ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀର ପ୍ରଥମ ଭାଗରେ ଗୌତମୀପୁତ୍ର ସାତକଣ୍ଠୀ ବା ଦ୍ବିତୀୟ ସାତକର୍ଣ୍ଣୀ ସାତବାହନ ବଂଶର ଯଶ ଓ ଖ୍ୟାତି ବଢ଼ାଇଥିଲେ ।
  • ସେ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିଥିଲେ ଓ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛଡ଼ାଇ ଆଣିଥିଲେ ।

୩ । ମିଳିନ୍ଦ କାହାକୁ କହନ୍ତି ? ତାଙ୍କର ରାଜଧାନୀ କେଉଁଠି ଥିଲା ?
Answer:

  • ଗ୍ରୀକ୍ ଶାସନ କର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ କେତେକ ତାଙ୍କୁ ‘ମିଳିନ୍ଦ’ ବୋଲି କହନ୍ତି ।
  • ସେ ତାଙ୍କର ରାଜଧାନୀ ଶାକଳ (ବର୍ତ୍ତମାନ ପଶ୍ଚିମ ପଞ୍ଜାବର ସିଆଲକୋଟ) ଠାରେ ସ୍ଥାପନ କରିଥିଲେ ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୪ । ସାତବାହନ ସାମ୍ରାଜ୍ୟର ପତନ କେବେ ଓ କିପରି ହୋଇଥିଲା ?
Answer:

  • ଯଜ୍ଞଶୀ ସାତକଣ୍ଠୀଙ୍କ ସମୟର ସାତବାହନ ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।
  • ଶେଷରେ ଶକ, ପଲ୍ଲବ ଓ କୁଶାଣମାନଙ୍କ ଆକ୍ରମଣ ଫଳରେ ସାତବାହନ ସାମ୍ରାଜ୍ୟ ଲୋପ ପାଇଥିଲା ।

୫। କନିଷ୍ଠ କିଏ ? ସେ କେଉଁ ଧର୍ମ ଗ୍ରହଣ କରିଥିଲେ ?
Answer:

  • କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ । ସେ ଖ୍ରୀଷ୍ଟାବ୍ଦ ୭୮ରେ ସିଂହାସନ ଆରୋହଣ କରିଥିଲେ ।
  • ସେ ଅଶ୍ଵଘୋଷଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

୬ | କନିଷ୍ଠ ବୌଦ୍ଧ ଧର୍ମର ପ୍ରସାର ପାଇଁ କ’ଣ କରିଥିଲେ ?
Answer:

  • କନିଷ୍କ ମହାଜାନ ବୌଦ୍ଧ ଧର୍ମର ପୃଷ୍ଠପୋଷକତା କରିଥିଲେ । ସେ ଚତୁର୍ଥ ବୌଦ୍ଧସମ୍ମିଳନୀ ଆହୂତ କରିଥିଲେ ।
  • ଏହି ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧ ଧର୍ମର ଗ୍ରନ୍ଥଗୁଡ଼ିକୁ ବ୍ୟାଖ୍ୟା କରିଥିଲେ । ଏହା ବ୍ୟତୀତ ସେ ଏସିଆ ଓ ଚୀନ୍‌କୁ ମଧ୍ୟ ପ୍ରଚାରକମାନଙ୍କୁ ପଠାଇଥିଲେ ।

୭ । କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ କେଉଁଥ୍‌ ଓ କ’ଣ ଜଣାଯାଏ ?
Answer:

  • ଚୀନ୍ ଭାଷାରେ ଲିଖ୍ ପ୍ରାଚୀନ ଗ୍ରନ୍ଥରୁ କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ ।
  • ଏହି ତଥ୍ୟରୁ ଜଣାପଡ଼େ ଖ୍ରୀ.ପୂ. ୨ୟ ଶତାବ୍ଦୀରେ ଚୀନ୍ ଦେଶର ପଶ୍ଚିମ ଭାଗରେ ବାସକରୁଥିବା ୟୁ-ଚି ନାମକ ଗୋଟିଏ ଶକ୍ତିଶାଳୀ ଯାଯାବର ଜାତିକୁ ହୁଣ ନାମକ ଅନ୍ୟ ଏକ ଶକ୍ତିଶାଳୀ ଯାଯାବର ଜାତି ସେଠାରୁ ତଡ଼ି ଦେଇଥିଲେ ।

୮ | ଖାରବେଳ କେଉଁ ବଂଶର ରାଜାଥିଲେ ? ସେ ତାଙ୍କର ରାଜତ୍ଵର ବିବରଣୀ କେଉଁଠାରେ ଖୋଦିତ କରିଥିଲେ ?
Answer:

  • ଖାରବେଳ ମହାମେଘବାହନ ବଂଶର ରାଜାଥିଲେ । ସେ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
  • ଭୁବନେଶ୍ଵରର ଉଦୟଗିରି ପାହାଡ଼ରେ ଥ‌ିବା ହାତୀ ଗୁମ୍ଫାରେ ସେ ତାଙ୍କ ୧୩ ବର୍ଷର ରାଜତ୍ଵର ବିବରଣୀ ଖୋଦିତ କରିଥିଲେ ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୯। ଖାରବେଳଙ୍କ ଶାସନ କିପରି ଥୁଲା ?
Answer:

  • ଖାରବେଳେ ଜଣେ ଦକ୍ଷଶାସକ ଥିଲେ । ମୌର୍ଯ୍ୟଶାସନ ଅମଳର କେତେକ ରାଜକର୍ମଚାରୀ ପଦ ଖାରବେଳଙ୍କ ସମୟରେ ପ୍ରଚଳିତ ଥିଲା ।
  • ମୌର୍ଯ୍ୟ ଶାସନର ମହାପାତ୍ରଙ୍କୁ ସେତେବେଳେ ‘ମହାମଦ’ କୁହାଯାଉଥିଲା । ନଗର ଅଖହଂସ ଓ କମ୍ମ ନାମରେ ଉଚ୍ଚ କର୍ମଚାରୀ କର୍ମ ବିଭାଗ ଦାୟିତ୍ଵରେ ଥିଲେ ।

୧୦ । ରୁଦ୍ରଦାମନ କିଏ ? ସେ କିପରି ସୁନାମ ଅର୍ଜନ କରିଥିଲେ ?
Answer:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ।
  • ସେ ଜଳସେଚନ ପାଇଁ ତିଆରି ହୋଇ ବହୁଦିନ ବ୍ୟବହୃତ ହୋଇନଥିବା ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ କ’ଣ ?
Answer:
ଭାରତୀୟ ଗ୍ରୀକ୍ ଶାସନକର୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନର ନାମ ସିଆଲ୍‌କୋଟ୍ ।

୨। ଶକମାନେ ପ୍ରଥମେ କେଉଁଠାରେ ବାସ କରୁଥିଲେ ?
Answer:
ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।

୩ । କୁଶାଣମାନେ କେଉଁ ମୂଳ ଯାଯାବର ଜାତିର ଲୋକ ଥିଲେ ?
Answer:
କୁଶାଣମାନେ ୟୁ-ଚି ଯାଯାବର ଜାତିର ଲୋକ ଥିଲେ ।

୪। ସାତବୀହନ ବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୫। ଖାରବେଳଙ୍କ ରାଜ୍ୟର ରାଜଧାନୀ କେଉଁଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ?
Answer:
ଖାରବେଳଙ୍କ ରାଜ୍ୟର ରାଜଧାନୀ କଳିଙ୍ଗନଗରୀ ଭୁବନେଶ୍ଵର ନିକଟସ୍ଥ ଶିଶୁପାଳଗଡଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ।

୬। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
Answer:
ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ୍‌ମାନେ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ।

୭ । କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
Answer:
କୁଶାଣ ସମ୍ରାଟ ଦ୍ବିତୀୟ କାଡ୍‌ଫିସେସ୍ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।

୮| କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ ?
Answer:
ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ।

୯ । ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନି କରାଯାଉଥିଲା ?
Answer:
ବାହାର ଦେଶରୁ ତାମିଲ ରାଜ୍ୟକୁ ସୁନା ଆମଦାନି କରାଯାଉଥିଲା।

୧୦ । ମେନେଣ୍ଡରଙ୍କ ରାଜଧାନୀ କେଉଁଠି ଥିଲା ?
Answer:
ମେନେଣ୍ଡରଙ୍କ ରାଜଧାନୀ ଶାକଳଠାରେ ଥିଲା ।

୧୧ । ମେନେଣ୍ଡର୍ କାହାଦ୍ଵାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ?
Answer:
ମେନେଣ୍ଡର୍ ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ଵାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।

୧୨ । ଶକମାନଙ୍କ ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ କେତେ କାଳ ଯାଏ ଶାସନ କରିଥିଲେ ?
Answer:
ଶକମାନଙ୍କ ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୧୩ । ଶକ ରାଜାମାନଙ୍କ ମଧ୍ୟରୁ କିଏ ପ୍ରଧାନ ଥିଲେ ?
Answer:
ଶକ ରାଜାମାନଙ୍କ ମଧ୍ୟରୁ ରୁଦ୍ରଦାମନ ପ୍ରଧାନ ଥିଲେ ।

୧୪ । ରୁଦ୍ରଦାମନଙ୍କ କେଉଁ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ?
Answer:
ରୁଦ୍ରଦାମନଙ୍କ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ।

୧୫ । କନିଷ୍କଙ୍କ ରାଜଧାନୀ କେଉଁଠି ଥିଲା ?
Answer:
କନିଷ୍କଙ୍କ ରାଜଧାନୀ ପୁରୁଷପୁରଠାରେ ଥିଲା ।

୧୬ । କନିଷ୍କ କେଉଁ ଧର୍ମର ପୃଷ୍ଠପୋଷକତା କରିଥିଲେ ?
Answer:
କନିଷ୍କ ମହାଯାନ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।

୧୭ । କାହାଦ୍ଵାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ?
Answer:
ଅଶ୍ଵଘୋଷଙ୍କଦ୍ବାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

୧୮। କନିଷ୍କଙ୍କ ପ୍ରଚେଷ୍ଟାରେ କେଉଁ କଳାର ବିକାଶ ଘଟିଥିଲା ?
Answer:
କନିଷ୍କଙ୍କ ପ୍ରଚେଷ୍ଟାରେ ଗାନ୍ଧାର କଳାର ବିକାଶ ଘଟିଥିଲା ।

୧୯। ପୁରାଣରେ ସାତବାହନମାନଙ୍କୁ କ’ଣ କୁହାଯାଇଛି ?
Answer:
ପୁରାଣରେ ସାତବାହନମାନଙ୍କୁ ଆନ୍ଧ୍ର କୁହାଯାଇଛି ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୨୦ । ସାତବାହନ ବଂଶର ତୃତୀୟ ଶାସକ କିଏ ଥିଲେ ?
Answer:
ସାତବାହନ ବଂଶର ତୃତୀୟ ଶାସକ ଥିଲେ ସାତକର୍ମୀ ।

୨୧ । ସାତବାହନମାନେ ଜାତିରେ କ’ଣ ଥିଲେ ?
Answer:
ସାତବାହନମାନେ ଜାତିରେ ବ୍ରାହ୍ମଣ ଥିଲେ ।

୨୨ । ସାତବାହନମାନଙ୍କର କେଉଁମାନଙ୍କ ସହ ବୈବାହିକ ସମ୍ପର୍କ ଥିଲା ?
Answer:
ମହାମେଘବାହନ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ ଐର ଖାରବେଳ ।

୨୪ । ଖାରବେଳ କେତେ ବର୍ଷ ବୟସରେ କେବେ ସିଂହାସନ ଆରୋହଣ କରିଥିଲେ ?
Answer:
ଖାରବେଳ ମାତ୍ର ୧୫ ବର୍ଷ ବୟସରେ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।

୨୫ । ତାମିଲ ଲୋକମାନେ କେଉଁମାନଙ୍କ ସହ ବାଣିଜ୍ୟ କରୁଥିଲେ ?
Answer:
ତାମିଲ ଲୋକମାନେ ଦରିଆପରି ଦେଶମାନଙ୍କ ସହ ବାଣିଜ୍ୟ କରୁଥିଲେ ।

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ମୌର୍ଯ୍ୟ ଶାସନ ପରେ ପୂର୍ବ ଭାରତରେ ________________ ବଂଶର ରାଜାମାନେ ଶାସନ କରୁଥିଲେ ।
Answer:
ଶୃଙ୍ଗ

୨। ________________ ରାଜ୍ୟରେ ଶାସନ କରୁଥିବା ଗ୍ରୀକ୍‌ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ । କଳା କୁହାଯାଏ ।
Answer:
ବ୍ୟାକଟ୍ରିଆ

୩। ବୌଦ୍ଧ ଶିଳ୍ପକଳାକୁ ________________ କଳା କୁହାଯାଏ ।
Answer:
ଗାନ୍ଧାର

୪। ଶକମାନଙ୍କର ଦ୍ଵିତୀୟ ଭାଗ ଭାରତର ________________ ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ ।
Answer:
ତକ୍ଷଶିଳା

୫। ଉଜ୍ଜୟିନୀର ଜଣେ ରାଜା ନିଜକୁ ______________ ଉପାଧ୍ଧରେ ଭୂଷିତ କରିଥିଲେ ।
Answer:
ବିକ୍ରମାଦିତ୍ୟ

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୬ । ________________ ମାନେ ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ ।
Answer:
ଶକ

୭ । ୟୁ-ଚି ଜାତି _________________ ଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ।
Answer:

୮ | _________________ ବର୍ଷ ରାଜତ୍ଵ କରିଥିଲେ ।
Answer:
୨୩

୯ । ଜସାତବାହନ ବଂଶର ତୃତୀୟ ରାଜା ସାତକଣ୍ଠୀ _________________ ଜୟ କରି ବିଜୟର ସ୍ମାରକୀ ସ୍ବରୂପ ________________ ଯଜ୍ଞ କରିଥିଲେ ।
Answer:
ମାଳବ, ଅଶ୍ଵମେଧ

୧୦ | _______________ ଶତାବ୍ଦୀରେ ଉତ୍ତର ପଶ୍ଚିମ ଭାରତକୁ ଏକାଧ୍ଵ ବୈଦେଶିକ ଜାତି ଆକ୍ରମଣ କରିଥିଲେ ।
Answer:
ଖ୍ରୀ.ପୂ. ଦ୍ଵିତୀୟ

୧୧ । ମେନେଣ୍ଡରଙ୍କୁ _______________ ବୋଲି କୁହାଯାଉଥିଲା ।
Answer:
ମିଳିନ୍ଦ

୧୨ । ମେନେଣ୍ଡର __________________ ଙ୍କ ଦ୍ବାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ।
Answer:
ନାଗାର୍ଜୁନ

୧୩ । ମେନେଣ୍ଡର ପଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥିବା ଉତ୍ତର ________________ ।
Answer:
ମିଳିନ୍ଦପନହ

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୧୪ । ଶକମାନେ ______________ ମାନଙ୍କର ଏକ ଶାଖା ଥିଲେ ।
Answer:
ମଙ୍ଗୋରୀୟ

୧୫ । _______________ ଦେଶର ରାଜା ଶକମାନଙ୍କୁ ତଡ଼ି ଦେବାରେ ସମର୍ଥ ହୋଇଥିଲେ ।
Answer:
ଉଜ୍ଜୟିନୀ

୧୬। _______________ ମସିହାରେ ବିକ୍ରମ ସମ୍ବତ୍ ବା ଅବ୍ଦର ପ୍ରଚଳନ ହୋଇଥିଲା ।
Answer:
ଖ୍ରୀ.ପୂ. ୫୮

୧୭ । ଶକରାଜାମାନଙ୍କ ମଧ୍ୟରେ _____________ ଶ୍ରେଷ୍ଠ ଥିଲେ ।
Answer:
ରୁଦ୍ରଦାମନ

୧୮। ______________ ସୁଦର୍ଶନ ହ୍ରଦର ମରାମତି କରାଇ ସୁନାମ ଅର୍ଜନ କରିଥିଲେ ।
Answer:
ରାଜା ରୁଦ୍ରଦମନ

୧୯। ________________ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
Answer:
ଦ୍ଵିତୀୟ କାଡ଼ଫିସେସ୍

୨୦।______________ କୁଶାଣ ରାଜବଂଶର ତୃତୀୟ ଏବଂ ସର୍ବଶ୍ରେଷ୍ଠ ରାଜା ଥିଲେ ।
Answer:
କନିଷ୍କ

୨୧। ______________ ଖ୍ରୀଷ୍ଟାବ୍ଦରେ କନିଷ୍କ ସିଂହାସନ ଆରୋହଣ କରିଥିଲେ ।
Answer:
୭୮

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୨୨। _______________ ଖ୍ରୀଷ୍ଟାବ୍ଦଠାରୁ ଶକାବ୍ଦ ଗଣନା କରାଯାଏ ।
Answer:
୭୮

୨୩ । କନିଷ୍କଙ୍କ ରାଜଧାନୀ ________________ ଠାରେ ଥିଲା ।
Answer:
ପୁରୁଷପୁର

୨୪। ________________ ଙ୍କଦ୍ଵାରା ପ୍ରଭାବିତ ହୋଇ କନିଷ୍ଠ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
Answer:
ଅଶ୍ଵଘୋଷ

୨୫ । କନିଷ୍କ _______________ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।
Answer:
ମହାଯାନ

୨୬ । କନିଷ୍କଙ୍କଦ୍ଵାରା _____________ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲା ।
Answer:
ଚତୁର୍ଥ

୨୭ । ଚତୁର୍ଥ ବୌଦ୍ଧ ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧଗ୍ରନ୍ଥଗୁଡ଼ିକୁ ଅନୁଧ୍ୟାନ କରି ଯେଉଁ ବ୍ୟାଖ୍ୟା କରିଥିଲେ, ସେହି _______________ ନାମରେ ପରିଚିତ ।
Answer:
ମହାବିଭାଷା

୨୮ । କନିଷ୍କ ବୁଦ୍ଧ ଓ ତାଙ୍କ ଶିଷ୍ୟମାନଙ୍କର _________________ ସଂରକ୍ଷଣ ପାଇଁ ସ୍ତୂପମାନ କରିଥିଲେ ।
Answer:
ଦେହାବଶେଷ

୨୯ । କନିଷ୍କଙ୍କ ସମୟରେ ________________ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା ।
Answer:
ସଂସ୍କୃତ

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୩୦। _______________ ଠାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।
Answer:
ମଥୁରା

୩୧ । ସାତବାହନ ସାମ୍ରାଜ୍ୟର ରାଜଧାନୀର ନାମ ଥିଲା __________________ ।
Answer:
ପ୍ରତିଷ୍ଠାନ

୩୨ । ସାତବାହନର ରାଜଧାନୀ ‘ପ୍ରତିଷ୍ଠାନ’ ବର୍ତ୍ତମାନ ମହାରାଷ୍ଟ୍ରର _________________ ନାମରେ ପରିଚିତ ।
Answer:
ପୈଠାନ

୩୩ । ପୁରାଣରେ ସାତବାହନମାନଙ୍କୁ _________________ କୁହାଯାଏ !
Answer:
ଆନ୍ଧ୍ର

୩୪ । ସାତବାହନ ବଂଶର ପ୍ରତିଷ୍ଠାତା ________________ ଥିଲେ ।
Answer:
ସିମୁକ ।

B. ଠିକ୍ ଉତ୍ତର ବାଛି ଲେଖ ।

୧। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
(୧) ଶକ
(୨) ସାତବାହନ
(୩) କୁଶାଣ
(୪) ଗ୍ରୀକ୍
Answer:
(୪) ଗ୍ରୀକ୍

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

କେଉଁମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ?
(୧) ଶକ
(୨) ସୁଙ୍ଗ
(୩) କୁଶାଣ
(୪) ସାତବାହନ
Answer:
(୧) ଶକ

୩ । କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
(୧) ରୁଦ୍ରଦାମନ
(୨) ପ୍ରଥମ କାଡ୍‌ଫିସେସ୍
(୩) କନିଷ୍କ
(୪) ଦ୍ଵିତୀୟ କାଡ୍‌ଫିସେସ୍
Answer:
(୪) ଦ୍ଵିତୀୟ କାଡ୍‌ଫିସେସ୍

୪ । ଖାରବେଳ ରାଜତ୍ଵର କେଉଁ ବର୍ଷରେ ମହାବିଜୟ ପ୍ରାସାଦ ନିର୍ମାଣ କରିଥିଲେ ?
(୧) ସପ୍ତମ
(୨) ଚତୁର୍ଥ
(୩) ପଞ୍ଚମ
(୪) ନବମ
Answer:
(୪) ନବମ

୫। କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ?
(୧) ଗୁପ୍ତଯୁଗ
(୨) ସଙ୍ଗମ ଯୁଗ
(୩) ବୈଦିକ ଯୁଗ
(୪) ମୌର୍ଯ୍ୟ ଯୁଗ
Answer:
(୨) ସଙ୍ଗମ ଯୁଗ

୬ । ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନି କରାଯାଉଥିଲା ?
(୧) ସୁନା
(୨) ପିତ୍ତଳ
(୩) ତମ୍ବା
(୪) କଂସା
Answer:
(୧) ସୁନା

୭। ନିମ୍ନଲିଖ ମଧ୍ୟରୁ କିଏ ଗ୍ରୀକ୍ ଶାସନକର୍ତ୍ତାମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ?
(୧) କନିଷ୍କ
(୨) ମେନେଣ୍ଡର
(୩) ସିମୁକ
(୪) ରୁଦ୍ରଦାମନ
Answer:
(୨) ମେନେଣ୍ଡର

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୮ | ରୁଦ୍ରଦାମନ ନିମ୍ନୋକ୍ତ କେଉଁ ଭାଷାକୁ ଭଲ ପାଉଥିଲେ ?
(୧) ଖରୋଷ୍ଟି
(୨) ପାଲି
(୩) ସଂସ୍କୃତ
(୪) ତାମିଲ
Answer:
(୩) ସଂସ୍କୃତ

୯ । ନିମ୍ନୋକ୍ତ ମଧ୍ୟରୁ କାହା ପ୍ରଚେଷ୍ଟାରେ ଗାନ୍ଧାର କଳାର ବିକାଶ ଘଟିଥିଲା ?
(୧) ରୁଦ୍ରଦାମନ
(୨) ଖାରବେଳ
(୩) ଯଜ୍ଞଶ୍ରୀ ସାତକଳ୍କୀ
(୪) କନିଷ୍କ
Answer:
(୪) କନିଷ୍କ

୧୦ । ନିମ୍ନୋକ୍ତ କେଉଁ ସ୍ଥାନରୁ କନିଷ୍କଙ୍କର ମୁଣ୍ଡବିହୀନ ମୂର୍ତ୍ତି ମିଳିଛି ?
(୧) ମଥୁରା
(୨) ପୁରୁଷପୁର
(୩) ବାରାଣସୀ
(୪) ଉଦୟଗିରି
Answer:
(୧) ମଥୁରା

୧୧ । ପୁରାଣରେ ସାତବାହନମାନଙ୍କୁ କ’ଣ କୁହାଯାଇଛି ?
(୧) ତାମିଲ
(୨) ଆନ୍ଧ୍ର
(୩) ୟୁ-ଚି
(୪) ଗୌଡ଼
Answer:
(୨) ଆନ୍ଧ୍ର

୧୨ । ନିମ୍ନୋକ୍ତ ମଧ୍ୟରୁ କେଉଁମାନେ ବ୍ରାହ୍ମଣ ଥିଲେ ?
(୧) ଶକ
(୨) ୟୁ-ଚି
(୩) କୁଶାଣ
(୪) ସାତବାହନ
Answer:
(୪) ସାତବାହନ

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

C. ନିମ୍ନଲିଖୂତ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ‘✓’ ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ ‘x’ ଚିହ୍ନ ଦିଅ ।

୧। ଶକମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ।
Answer:

୨। କୁଶାଣମାନେ ଶକମାନଙ୍କର ଏକ ଶାଖା ।
Answer:
x

୩ । ଖାରବେଳଙ୍କ ପୂର୍ବପୁରୁଷ ଚେଦି ବଂଶର ଥିଲେ ବୋଲି ଅନୁମାନ କରାଯାଏ ।
Answer:

୪ । ପୁରୁଷପୁର କନିଷ୍କଙ୍କ ରାଜଧାନୀ ଥିଲା ।
Answer:

୫ । ଖାରବେଳ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
Answer:
x

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

D. ସ୍ତମ୍ଭ ମିଳନ

ସ୍ତମ୍ଭ ମିଳନ

E. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

୧। କଶାଣ ବଂଶର ଶ୍ରେଷ୍ଠ ରାଜା ଖାରବେଳ ।
Answer:
କନିଷ୍କ

୨। ଖାରବେଳ ବୌଦ୍ଧଧର୍ମ ଗ୍ରହଣ କରିଥିଲେ
Answer:
ଜୈନଧର୍ମ

୩। ଖ୍ରୀ.ପୂ. ୪୨ ମସିହାରେ ଖାରବେଳ ସିଂହାସନ ଆରୋହଣ କରିଥିଲେ
Answer:
ଖ୍ରୀ.ପୂ. ୪୦ ମସିହା

୪। ଅଯୋଧ୍ୟାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।
Answer:
ମଥୁରା

୫। ପୁରାଣରେ ସାତବାହନମାନଙ୍କୁ ଗୌଡ଼ କହାଯାଇଛି ।
Answer:
ଆନ୍ଧ୍ର

BSE Odisha 6th Class History Important Questions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୬ । ରୁଦ୍ରଦାବନ ପାଲି ଭାଷାକୁ ଭଲ ପାଉଥିଲେ ।
Answer:
ସଂସ୍କୃତ

Leave a Comment