BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା will enable students to study smartly.

BSE Odisha Class 6 History Notes Chapter 1 ଇତିହାସ ବିଷୟରେ ଧାରଣା

ବିଷୟବସ୍ତୁ :
ଇତିହାସର ଅର୍ଥ, ଇତିହାସ ପଠନର ଉପାଦେୟତା, ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ, ଇତିହାସର ଶ୍ରେଣୀ ବିଭାଗ, ଭାରତର ଭୌଗୋଳିକ ଅବସ୍ଥାସହ ଇତିହାସର ସମ୍ପର୍କ, ଭାରତର ପ୍ରାକୃତିକ ବିଭାଗ, ଭାରତର ଇତିହାସକୁ ପ୍ରଭାବିତ କରୁଥିବା ପ୍ରଧାନ ପ୍ରାକୃତିକ ଅଞ୍ଚଳ ।

  • ଅଜା ଲିପିକୁ ଗପଟିଏ ଶୁଣାଇ କହିଲେ, ଗ୍ରୀସ୍ ଦେଶର ଜଣେ ଶକ୍ତିଶାଳୀ ରାଜା ଆଲେକ୍‌ଜାଣ୍ଡାର ପୃଥିବୀର ଅନେକ ରାଜ୍ୟ ଜୟ କଲାପରେ ଭାରତ ଜୟ କରିବାକୁ ଇଚ୍ଛା କଲେ ।
  • ସେତେବେଳେ ଭାରତର ଉତ୍ତର-ପଶ୍ଚିମ ପଟେ ରାଜତ୍ଵ କରୁଥିବା ରାଜାମାନଙ୍କ ମଧ୍ୟରୁ ଅମ୍ବୀ ଓ ପୁରୁ ଦୁଇଜଣ ବିଖ୍ୟାତ ରାଜା ଥିଲେ ।
  • ଅମ୍ବୀ ଆଲେକ୍‌ଜାଣ୍ଡାରଙ୍କ ବୀରତ୍ୱ ଆଗରେ ମୁଣ୍ଡ ନୁଆଇଁ ତାଙ୍କ ଶରଣାପନ୍ନ ହେଲେ; ମାତ୍ର ପୁରୁ ବୀରତ୍ଵର ସହିତ ତାଙ୍କ ସହ ଯୁଦ୍ଧ କଲେ ।
  • ଯୁଦ୍ଧରେ ପୁରୁ ହାରିଗଲେ ଓ ଆଲେକ୍‌ଜାଣ୍ଡାରଙ୍କଦ୍ଵାରା ବନ୍ଦୀ ହେଲେ । ତାଙ୍କଠାରୁ ପୁରୁ କିପରି ବ୍ୟବହାର ଆଶା କରନ୍ତି ବୋଲି ଆଲେକ୍‌ଜାଣ୍ଡାର ପଚାରିଲେ ।
  • ଜଣେ ରାଜା ଅନ୍ୟ ଜଣେ ରାଜାଠାରୁ ଯେଉଁ ବ୍ୟବହାର ଆଶାକରେ, ତାହା ସେ ଆଶା କରନ୍ତି ବୋଲି ପୁରୁ ନିର୍ଭିକ ଭାବରେ ଉତ୍ତର ଦେଲେ ।
  • ଆଲେକ୍‌ଜାଣ୍ଡାର ପୁରୁଙ୍କ ଏଭଳି ଉତ୍ତରରେ ଖୁସି ହୋଇ ତାଙ୍କୁ ବନ୍ଦୀମୁକ୍ତ କରିବା ସହିତ ତାଙ୍କ ରାଜ୍ୟ ମଧ୍ୟ ଫେରାଇଦେଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

  • ଏହିସବୁ କଥା ଅଜା କିପରି କେଉଁଠାରୁ ଜାଣିଲେ ବୋଲି ତାଙ୍କ ନାତୁଣୀ ଲିପିର ପ୍ରଶ୍ନର ଉତ୍ତରରେ ଅଜା ଏହିସବୁ କଥା ଇତିହାସରୁ ଜାଣିଛନ୍ତି ବୋଲି କହିଲେ । ପରେ ଲିପି ଇତିହାସ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଲା ଓ ଅଜା ସେସବୁର ଉତ୍ତର ଦେଲେ । ଅଜା କହିଲେ –
  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ।
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୃଥ‌ିବୀ ପୃଷ୍ଠରେ ସେହି ପ୍ରକାର ନୃ- ବାନର ନାହାନ୍ତି ।
  • ଆଜିକାଲି ଗିବନ୍, ଓରାଙ୍ଗଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜି– ଏ ଚାରିପ୍ରକାର ନୁ-ବାନର ଦେଖାଯାଉଛନ୍ତି । ଗରିଲା ସହ ମଣିଷର ଶାରୀରିକ ଓ ସିମ୍ପାଞ୍ଜି ସହ ବୌଦ୍ଧିକ ସାମଞ୍ଜସ୍ୟ ରହିଛି ।
  • ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତିର ଉଦ୍ଭବ ହୋଇଛି ।
  • ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

→ (୧) ଇତିହାସର ଅର୍ଥ :

  • ଇତିହାସର ଅର୍ଥ ଅତୀତ ବିଷୟରେ ଜାଣିବା । ଏହା ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ତଥ୍ୟ ପ୍ରଦାନକରେ ।
    ଇଂରାଜୀରେ ଇତିହାସକୁ (History) କୁହାଯାଏ । ଏହି ଶବ୍ଦଟି ଗ୍ରୀକ୍ ଶବ୍ଦ Histo (ହିଷ୍ଟୋ)ରୁ ଆସିଛି ।
  • ଇତିହାସ (History) ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋ (Histo)ରୁ ଆସିଛି, ଯାହାର ଅର୍ଥ ହେଉଛି ‘ଅତୀତ ବିଷୟରେ ଜାଣିବା ।
  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗ ଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।

ମନେରଖ:

  • ଗରିଲାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି । ସିମ୍ଫାଜିର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତି, ସାମାଜିକ ରୀତିନୀତି, ଅସ୍ତ୍ରଶସ୍ତ୍ର ତିଆରି, କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ଉପାଦାନ ଦେଇ ମନୁଷ୍ୟର ଏହି ଅତି ପ୍ରାଚୀନ ସଂସ୍କୃତି ଆଗକୁ ଆଗକୁ ଗତି କରିଚାଲିଛି ।
  • ଏଣୁ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତିର ହେଉଛି ଇତିହାସ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୨) ଇତିହାସ ପଠନର ଉପାଦେୟତା :

  • ଆମେ ଇତିହାସ ପଠନଦ୍ୱାରା ଅତୀତର ଘଟଣାଗୁଡ଼ିକ ଜାଣିପାରୁ ।
  • ସଭ୍ୟତାର କ୍ରମ ବିକାଶ, କୁପ୍ରଥା, ଅନ୍ଧବିଶ୍ଵାସ ଆଦି ବିଷୟରେ ଇତିହାସ ପଠନ ସାହାଯ୍ୟ କରେ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟଗଠନ, ଶାସନପ୍ରଣାଳୀ ଆଦି ବିଷୟରେ ଜାଣି ସେଥୁରୁ ଦରକାରୀ ବିଷୟ ଗ୍ରହଣ କରିପାରିବା ।
  • ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା ।
  • ସୁଖ ଶାନ୍ତିରେ ରହିବାପାଇଁ ଅତୀତରେ ଘଟିଥିବା ଦରକାରୀଗୁଡ଼ିକୁ ବାଛିଗ୍ରହଣ କରିବା ।
  • ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରିଥାଏ ।

→ (୩) ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ :

  • ପ୍ରମାଣ କରାଯାଇପାରୁଥିବା ତଥ୍ୟ ଉପରେ ଇତିହାସ ଆଧାରିତ ।
  • ଦୁଇଟି ଉପାଦାନରୁ ଇତିହାସ ଜାଣିବା ସମ୍ଭବ ହୋଇଥାଏ । ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ– ଭାରତର ବିଭିନ୍ନ ସ୍ଥାନରେ ମାଟିତଳେ ଓ ମାଟି ଉପରେ ଥ‌ିବା ପ୍ରାଚୀନ ଯୁଗର ବିଭିନ୍ନ ଐତିହାସିକ ବସ୍ତୁ ଓ ଅବଶେଷ ସମୂହକୁ ଇତିହାସ ଜାଣିବାରପ୍ରତ୍ନତାତ୍ତ୍ଵିକ ଉପାଦାନ କୁହାଯାଏ । ଏହାକୁ ଚାରିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳା କୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା
  • (କ) ଖୋଦିତ ଲେଖା ବା ଲିପି – ଅତୀତର ବିଭିନ୍ନ ଘଟଣା, ଶାସନପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଆଦି ତମ୍ବା ପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମାଟିର ଟାଇଲ୍ ଓ ଇଟା, ମନ୍ଦିର କାନ୍ଥ, ପଥର, ଗଛର ପତ୍ରଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା ।

ମନେରଖ :
ଓଡ଼ିଶାର ଭୁବନେଶ୍ଵର ନିକଟରେ ଧଉଳିପାହାଡ଼ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ ବାଇଶିଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ । ପୁନଶ୍ଚ ଇରାନ୍, ଇରାକ୍, ମିଶର, ଚୀନ, ଗ୍ରୀସ ତଥା ଭାରତର ବିଭିନ୍ନ ସ୍ଥାନରେ ଅତୀତରେ ଲେଖାମାନ ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଖ) କୀର୍ତ୍ତି ଓ କଳାକୃତି :

  • ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି, ଯଥା – ମନ୍ଦିର, ଦୁର୍ଗ, ରାଜପ୍ରସାଦ, ସ୍ତୁପ ଓ ମଠ ଇତ୍ୟାଦି ଦେଖାଯାଏ ।
  • ଏହିସବୁ କୀର୍ତ୍ତିରୁ ଆମେ ସେହି ସମୟର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ବିଷୟରେ ଜାଣିପାରୁ ।

→ (ଗ) ଭୌତିକ ଅବଶେଷ :
ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳୁଥିବା ମାଟିପାତ୍ର, ଧାତୁପାତ୍ର, ହାତହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତି ଆଦି ଆମକୁ ବହୁ ତଥ୍ୟ ଯୋଗାଇଥାଏ ।

→ (ଘ) ମୁଦ୍ରା :
ପ୍ରାଚୀନ ମୁଦ୍ରାରୁ ଏହାକୁ ପ୍ରଚଳିତ କରିଥିବା ଶାସକଙ୍କ ନାମ, ତାଙ୍କ ରାଜ୍ୟର ଅର୍ଥନୀତି, ବେପାର ବାଣିଜ୍ୟ, ରାଜ୍ୟର ବିସ୍ତୃତି ଇତ୍ୟାଦି ଅନେକ ତଥ୍ୟ ମିଳିବା ସହିତ ଏହା ଇତିହାସ ଜାଣିବାରେ ଅନେକ ସାହାଯ୍ୟ କରିଥାଏ ।

→ ସାହିତ୍ୟିକ ଉପାଦାନ :

  • ସାହିତ୍ୟିକ ଉପାଦନ ତିନି ଶ୍ରେଣୀରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।
  • (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ – ଏହି ଗ୍ରନ୍ଥଗୁଡ଼ିକରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ । ଦେବ, ଉପନିଷଦ, ପୁରାଣ, ମହାଭାରତ ଓ ରାମାୟଣ ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି ।
  • ଐହିକ ସାହିତ୍ୟ – ପ୍ରାଚୀନ କାଳରେ ରଚିତ ସାହିତ୍ୟ ଗୁଡ଼ିକ ଐହିକ ସାହିତ୍ୟ କୁହାଯାଏ । ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖ୍ତ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତଂ ଇତ୍ୟାଦି ଐହିକ ସାହିତ୍ୟ ଅଟେ ।
  • (ଗ) ଅନେକ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣ ସମୟରେ ଭାରତ ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଯେଉଁ ଭ୍ରମଣ ବିବରଣୀ ଲେଖିଯାଇଛନ୍ତି ତାହା ବୈଦେଶିକ ବିବରଣୀ ରୂପେ ପରିଚିତ । ଏଥୁରୁ ଇତିହାସ ବିଷୟରେ ଅନେକ ତଥ୍ୟ ଜଣାପଡ଼େ । ଏହିସବୁ ପରିବ୍ରାଜକମାନେ ହେଲେ ମେଗାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ୍‌-ଜାଙ୍ଗ୍, ଆଲ୍‌ବେରୁଣୀ ଓ ଇବନ୍ ବହୁତା ଇତ୍ୟାଦି । ଏମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ ଜୁଆଙ୍ଗ୍-ଜାଇଁ ଓଡ଼ିଶାକୁ ଆସିଥିଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୪) ଇତିହାସର ଶ୍ରେଣୀବିଭାଗ :

  • ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଏ । (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  • (କ) ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ମଣିଷ ଯେତେବେଳେ ଲେଖିପଢ଼ି ଜାଣିନଥିଲା, ସେହି ସ ମୟକୁ ପ୍ରାକ୍-ଐତିହାସିକ ଯୁଗ କୁହାଯାଏ । ସେ ସମୟରେ ଲୋକମାନଙ୍କର ମାଟିପାତ୍ର, ଅଳଙ୍କାର, ହାତହତିଆର, ଗୁମ୍ଫାରେ ଅଙ୍କିତ ଚିତ୍ରରୁ ଏହି ଯୁଗର ତଥ୍ୟ ମିଳେ ।
  • (ଖ) ଆଦ୍ୟ ଐତିହାସିକ ଯୁଗ – ମନୁଷ୍ୟ ଲେଖୁ ଶିଖୁବାପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖାଦ୍ୱାରା ପ୍ରକାଶ କରିପାରିଲା, ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ । ଏହି ସମୟରେ ସିନ୍ଧୁ ନଦୀ କୂଳରେ ଏକ ସଭ୍ୟତା ଗଢି ଉଠିଥିଲା ।
  • (ଗ) ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦିରେ ଲେଖୁପାରିଲା | ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

→ (୫) ଭାରତର ଭୌଗୋଳିକ ଅବସ୍ଥା ସହ ଇତିହାସର ସମ୍ପର୍କ :

  • ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ । ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ ।
  • ଭାରତର ଦକ୍ଷିଣ ଭାଗକୁ ତିନିଦିଗରୁ ସମୁଦ୍ର ଘେରି ରହିଛି । ତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତର ଦୂରତା ପ୍ରାୟ ସମାନ ।

→ (୬) ଭାରତର ପ୍ରାକୃତିକ ବିଭାଗ :

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଟି ଅଞ୍ଚଳରେ ବିଭକ୍ତ କରାଯାଇଛି । ଯଥା – ହିମାଳୟ ପାର୍ବତ୍ୟଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ, ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ, ପଶ୍ଚିମସ୍ଥ ମରୁଭୂମି ।
  • ଏଗୁଡ଼ିକ ମଧ୍ୟରୁ କେନ୍ଦ୍ରସ୍ଥ ମାଳଭୂମି ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଓ ପଶ୍ଚିମସ୍ଥ ମରୁଭୂମି କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ ଅଟେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୭) ଭାରତର ପ୍ରାକୃତିକ ବୈଶିଷ୍ଟ୍ୟ :

  • ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି । ଭାରତର ଚାରିଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି । ସେଗୁଡ଼ିକ ହେଲା (କ) ପାର୍ବତ୍ୟ ଅଞ୍ଚଳ, (ଖ) ନଦୀ ଉପତ୍ୟକା ଅଞ୍ଚଳ, (ଗ) ଜଙ୍ଗଲ, (ଘ) ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ।
  • (କ) ପାର୍ବତ୍ୟ ଅଞ୍ଚଳ – ଭାରତର ଉତ୍ତର ସୀମାରେ ଅତ୍ୟଚ୍ଚ ହିମାଳୟ ପର୍ବତଶ୍ରେଣୀ ଭାରତକୁ କେନ୍ଦ୍ର ଏସିଆଠାରୁ ପୃଥକ କରୁଅଛି ।
  • ଏହି ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟରେ ପ୍ରବେଶ କରିବା କଷ୍ଟ ସାଧ୍ୟ ।
  • ଉତ୍ତର ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ ଅନେକ ଗିରିପଥ ରହିଛି ।
  • ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦିଦ୍ୱାରା ଭାରତର ସଂସ୍କୃତି ପ୍ରଭାବିତ ହୋଇଛି ।
  • ହିମାଳୟ ପର୍ବତଶ୍ରେଣୀର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଓ ଜଳ ସମ୍ପଦରେ ପରିପୂର୍ଣ ଥିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତି ପରିପୂର୍ଣ୍ଣ ।
  • ଦକ୍ଷିଣ ଭାରତ ମାଳଭୂମିର ପୂର୍ବପାର୍ଶ୍ବରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମପାର୍ଶ୍ବରେ ପଶ୍ଚିମ ଘାଟ ପର୍ବତମାଳା ଅବସ୍ଥିତ ଓ ଏହି ପର୍ବତମାଳାଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏ ବିସ୍ତୃତ ।
  • ନଦୀ ଉପତ୍ୟକା ସମୂହ – ଆମଦେଶରେ ହିମାଳୟ ଅଞ୍ଚଳର ଓ ଦକ୍ଷିଣ ଭାତର ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ଭାବେ ବିସ୍ତୃତ ।
  • ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ଵାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ । ତେଣୁ ଏଠାରେ ପ୍ରାଚୀନ ସଭ୍ୟତାମାନ ଗଢି ଉଠିଥିଲା ।

→ ଜଙ୍ଗଲ :

  • ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ଵରେ ପ୍ରଚୁର ବୃଷ୍ଟିପାତ ଯୋଗୁଁ ସେଠାରେ ଘଞ୍ଚ ଅରଣ୍ୟ ଦେଖାଯାଏ ।
  • ଦକ୍ଷିଣ ଭାରତର ଅଧୁକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତରପୂର୍ବ ଭାରତର କେତେକ ଅଞ୍ଚଳରେ ମଧ୍ଯ ଅରଣ୍ୟ ଦେଖାଯାଏ ।
  • ଏହି ଅରଣ୍ୟରେ ଶାନ୍ତ ପରିବେଶ ଆମ ଦେଶ ସଭ୍ୟତାର ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଘ) ଉପକୂଳବର୍ତ୍ତୀ ଅଞ୍ଚଳ :

  • ଭାରତର ପଶ୍ଚିମ ପାର୍ଶ୍ବରେ ଆରବ ସାଗର ଓ ପୂର୍ବ ପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ ।
  • ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ । ଏହି ସମତଳଭୂମି ସାବରମତୀ, ମାହୀ, ନର୍ମଦା, ତାଷୀ ଆଦି ନଦୀ ଗୁଡ଼ିକର ପଟୁମାଟିଦ୍ୱାରା ଗଠିତ ।
  • ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ।
  • ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁ ମାଟିଦ୍ଵାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବିଶେଷ ଉପଯୋଗୀ ହୋଇଥିବାରୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

ମନେରଖ :
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅତୀତରେ ଅନେକ ସହର ଗଢି ଉଠିଥିଲା । ଏହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା ଓ ଏହି ଅଞ୍ଚଳଗୁଡ଼ିକରେ ଅନେକ ଐତିହାସିକ ସହର ମଧ୍ୟ ଦେଖାଯାଏ ।

Leave a Comment