BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ will enable students to study smartly.

BSE Odisha Class 6 History Notes Chapter 2 ସର୍ବପ୍ରାଚୀନ ସମାଜ

ବିଷୟ ବସ୍ତୁ :
ପ୍ରସ୍ତରଯୁଗ, ପୁରାତନ ପ୍ରସ୍ତରଯୁଗ, ହାତହତିଆର, ବସ୍ତ୍ର ଓ ବାସଗୃହ, ନିଆଁର ବ୍ୟବହାର, ଚିତ୍ରକଳା, ନୂତନ ପ୍ରସ୍ତର ଯୁଗ, ପଶୁପାଳନ, ଚକରବ୍ୟବହାର, ମାଟିପାତ୍ର, ହାତହତିଆର, ଧର୍ମବିଶ୍ବାସ.

→ (୧) ପ୍ରସ୍ତର ଯୁଗ :

  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ତଳେ ବଣମଣିଷ ସଦୃଶ ନୂବାନରରୁ ଆଦିମାନବ ସୃଷ୍ଟି ହୋଇଥିଲା ।
  • ଏହି ଆଦି ମାନବର ବୁଦ୍ଧି କେବଳ ଖାଦ୍ୟ ସଂଗ୍ରହ ଓ ନିଜର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ଥିଲା । ସେ ଜୀବଜନ୍ତୁମାନଙ୍କ କଞ୍ଚାମାଂସ ଖାଉଥିଲା ।
  • ବସ୍ତ୍ରର ବ୍ୟବହାର ଏହି ଆଦିମାନବକୁ ଜଣାନଥିବାରୁ ସେମାନଙ୍କୁ ଉଲଗ୍ନ ହୋଇ ବୁଲିବାକୁ ପଡୁଥିଲା ।
  • ଏହି ଆଦିମାନବ କଥା କହି ଶିଖ୍ ନଥିବାରୁ ଠାର ମାଧ୍ୟମରେ ନିଜର ମନରଭାବ ଅନ୍ୟକୁ ପ୍ରକାଶ କରୁଥିଲା । ଏମାନେ ଯାଯାବର ଜୀବନଯାପନ କରୁଥିଲେ ।
  • ପ୍ରସ୍ତର ନିର୍ମିତ ହାତ ହତିଆର ବ୍ୟବହାରକୁ ନେଇ ଏ ଯୁଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା (କ) ପୁରାତନ ପ୍ରସ୍ତର ଯୁଗ, (ଖ) ନୂତନ ପ୍ରସ୍ତର ଯୁଗ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ:
ଆଦି ମାନବ ନିଜ ଜୀବଜନ୍ତୁକୁ ସୁରକ୍ଷା ଦେବାପାଇଁ ପଥରକୁ ଅସ୍ତ୍ରରୂପେ ବ୍ୟବହାର କରୁଥିବାରୁ ଏହି ଯୁଗକୁ ‘ପ୍ରସ୍ତର ଯୁଗ’ କୁହାଯାଏ ।

→ (୨) ପୁରାତନ ପ୍ରସ୍ତର ଯୁଗ :

  • ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ପ୍ରସ୍ତରକୁ ପ୍ରଧାନ ଅସ୍ତ୍ରରୂପେ ବ୍ୟବହାର କରୁଥିଲା । ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ବା ସୁନ୍ଦର ନଥିଲା । ତେଣୁ ଏଯୁଗକୁ ପୁରାତନ ପ୍ରସ୍ତର ଯୁଗ କୁହାଯାଏ ।
  • ଯାଯାବର ଜୀବନଯାପନ ପାଇଁ ଏହି ଯୁଗର ମନୁଷ୍ୟକୁ କେତୋଟି ଦିଗ ଦେଇ ଗତି କରିବାକୁ ପଡୁଥିଲା ।
  • ଏହି ଯୁଗର ମନୁଷ୍ୟ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ ସେହି ସ୍ଥାନରେ ଫଳମୂଳ ଓ ଶିକାରର ଅଭାବ ହେଲେ ସେମାନେ ଅନ୍ୟତ୍ର ଚାଲିଯାଉଥିଲେ ।
  • ଋତୁ ଅନୁସାରେ ଏହି ଯୁଗର ମନୁଷ୍ୟ ବାସସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପଶୁ ଶିକାର ପାଇଁ ଏମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକଳକୁ ଯାଉଥିଲେ । କାରଣ, ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀକୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳ ହୋଇଥାଏ ।

→ (୩) ହାତ ହତିଆର

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥର ନିର୍ମିତ କୁରାଢି, କାଙ୍କ, ବର୍ଚ୍ଛା ଓ ହାତୁଡ଼ି ଆଦି ହାତହତିଆର ବ୍ୟବହାର କରୁଥିଲା ।
  • ଏହି ହାତ ହତିଆର ଗୁଡ଼ିକୁ ସେମାନେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଆଦି କାର୍ଯ୍ୟରେ ବ୍ୟବହାର କରୁଥିଲେ ।

ମନେରଖ :
ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲାନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୪) ବସ୍ତ୍ର ଓ ବାସଗୃହ :

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପ୍ରଥମେ ଲଙ୍ଗଳା ହୋଇ ରହୁଥିଲା ।
  • କାଳକ୍ରମେ ସେମାନେ ପଶୁର ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରି ଶିଖୁଲା ।
  • ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

→ (୫) ନିଆଁର ବ୍ୟବହାର :

  • ଏହି ଯୁଗର ମନୁଷ୍ୟ ପ୍ରଥମେ ପଥରରେ ପଥରକୁ ଘଷି ନିଆଁ ବାହାର କରିବା ଶିଖୁଲା ।
  • ଫଳରେ ନିଆଁର ବ୍ୟବହାର ତାର ଜୀବନ ପ୍ରଣାଳୀରେ ବହୁ ପରିବର୍ତ୍ତନ ଆଣିଲା ।
  • ନିଆଁ ଦ୍ବାରା ମନୁଷ୍ୟ ନିଜ ଶରୀରକୁ ଶୀତରୁ ରକ୍ଷା କରିବା, ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିବା ଓ କଞ୍ଚାମାଂସ ପୋଡ଼ି ଖାଇବା ଆଦି ସାହାଯ୍ୟ ପାଇଲା ।

→ (୬) ଚିତ୍ରକଳା :

  • ପୁରାତନ ପ୍ରସ୍ତୁର ଯୁଗର ଚିତ୍ରକଳାର ସନ୍ଧାନ ବିଭିନ୍ନ ପାହାଡ ଓ ଗୁମ୍ଫାରୁ ମିଳିଛି ।
  • ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକପଡ଼ା ଓ ଯୋଗୀମଠ ଇତ୍ୟାଦି ପାହାଡ଼ରେ ଏହି ଚିତ୍ରକଳା ଦେଖିବାକୁ ମିଳେ ।
  • ଫ୍ରାନ୍ସ, ସ୍ପେନ୍, ଇଟାଲୀ ଓ ଜର୍ମାନୀର ବିଭିନ୍ନ ଗୁମ୍ଫା ଓ ପାହାଡ଼ରେ ବିଭିନ୍ନ ପଶୁପକ୍ଷୀ, ବଲ୍‌ଗା ହରିଣ ଶିକାର ଓ ଧାବମାନ ବଣ ମଇଁଷିର ଚିତ୍ର ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ :
କେରଳରେ ବାସକରୁଥିବା ପାଣ୍ଡାରାମ ଓ ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀମାନେ ସେହି ପ୍ରାଚୀନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚି ରହିଛନ୍ତି ।

→ (୭) ନୂତନ ପ୍ରସ୍ତର ଯୁଗ :

  • ନୂତନ ପ୍ରସ୍ତର ଯୁଗରେ ମନୁଷ୍ୟ ସ୍ଥାୟୀ ବସବାସ ଆରମ୍ଭ କରିଲା ।
  • ମାଟି ଭିତରେ ପୋଡିହୋଇ ମଞ୍ଜି ଗଜାହୋଇ ପାଣିପାଇ ଗଛରେ ପରିଣତ ହେଉଥିବା ଲକ୍ଷ୍ୟକରି, ସେମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ନଦୀ କୂଳରେ ପ୍ରଚୁର ଜଳ ଓ କୃଷି ଉପଯୋଗୀ ଉର୍ବର ଚାରଣଭୂମି ଥିବାରୁ, ଏ ଯୁଗର ମନୁଷ୍ୟ ଯାଯାବର ଜୀବନଯାପନ ତ୍ୟାଗ କରି ଏହି ଅଞ୍ଚଳରେ ସ୍ଥାୟୀ ବସବାସ କରିବାକୁ ଲାଗିଲେ ।
  • ପରବର୍ତ୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କଲେ ।

→ (୮) ପଶୁପାଳନ :

  • ନୂତନ ପ୍ରସ୍ତରଯୁଗର ମନୁଷ୍ୟ କୃଷି କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ପ୍ରଥମେ ପଶୁପାଳନ କଲା । ଏହି ସମୟରେ ସେମାନେ ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ କୁକୁର ପାଳନ କଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥିବା କ୍ଷୀର ଓ ମାଂସକୁ ଖାଦ୍ୟ ରୂପେ ବ୍ୟବହାର କଲା ।
  • ପୋଷାକ ପ୍ରସ୍ତୁତ କରିବାପାଇଁ ସେମାନେ ପଶୁ ଚମଡ଼ା ଓ ମେଣ୍ଢାର ଲୋମ ବ୍ୟବହାର କଲେ ।
  • ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷି କ୍ଷେତ୍ରରେ ବ୍ୟବହାର କଲେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୯) ଚକର ବ୍ୟବହାର :

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କରି ବିଭିନ୍ନ ପ୍ରକାରର ମାଟିପାତ୍ର ନିର୍ମାଣ କରିପାରିଲେ ।
  • କାଳକ୍ରମେ ସେମାନେ ଚକକୁ ଗାଡ଼ିରେ ବ୍ୟବହାର କରି ମାଲ ପରିବହନ କାର୍ଯ୍ୟ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  • ପରବର୍ତ୍ତୀ ସମୟରେ ସେମାନେ ଚକକୁ ତନ୍ତ ପ୍ରସ୍ତୁତିରେ ବ୍ୟବହାର କରି ସୂତାକାଟି ଲୁଗା ବୁଣିପାରିଲେ ।

→ (୧୦) ମାଟିପାତ୍ର :

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ମାଟିପାତ୍ରକୁ ପ୍ରସ୍ତୁ କରୁଥିଲେ ଓ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ ।
  • ସେମାନେ ଏହି ମାଟିପାତ୍ରଗୁଡ଼ିକୁ ରାନ୍ଧିବା ଓ ଶସ୍ୟକୁ ସାଇତିରଖୁବା କାର୍ଯ୍ୟରେ ବ୍ୟବହାର କରୁଥିଲେ ।

→ (୧୧) ହାତହତିଆର

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର ଅସ୍ତ୍ରଶସ୍ତ୍ରଗୁଡ଼ିକ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ଉନ୍ନତ, ସନ୍ଦର, ଧାରଆ ଓ ଚିକକଣ ଥିଲା ।
  • ପଥର ଓ ଅସ୍ଥିର କାଠବେଣ୍ଟ ଲଗାଯାଇଥିବା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ, ହାଡ଼ରୁ ତିଆରି ଛୁଞ୍ଚି ତିଆରି କରି ଚମଡ଼ା ଲୁଗା ସିଲେଇ କରୁଥିଲେ ।

ମନେରଖ :
ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁର ପ୍ରଭୃତି କେତେକ ଯାଗାରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୧୨) ଧର୍ମବିଶ୍ଵାସ :

  • ନୂତନପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।
  • ସେମାନେ ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ଏହି ଯୁଗର ମନୁଷ୍ୟ ପରଜନ୍ମରେ ବିଶ୍ୱାସ କରୁଥିଲେ ।
  • ସେମାନେ ବ୍ୟକ୍ତି ମରିଗଲେ, ତା’ସହିତ ସେ ବ୍ୟବହାର କରୁଥିବା ଖାଦ୍ୟଦ୍ରବ୍ୟ ଓ ହାତହତିଆର ଆଦି ପୋତି ଦେଉଥିଲେ ।

Leave a Comment