Odisha State Board BSE Odisha 6th Class History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ will enable students to study smartly.
BSE Odisha Class 6 History Notes Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ
ବିଷୟ ବସ୍ତୁ
ପାରସିକ ଆକ୍ରମଣ, ପାରସିକ ଆକ୍ରମଣର ପ୍ରଭାବ, ଗ୍ରୀକ୍ ଆକ୍ରମଣ, ଆଲେକ୍ଜାଣ୍ଡାରଙ୍କ ରାଜ୍ୟଜୟ, ହାଇଦାସ୍ପେସ୍ ଯୁଦ୍ଧ, ଆଲେକ୍ଜାଣ୍ଡାରଙ୍କ ଆକ୍ରମଣର ପ୍ରଭାବ ।
→ (କ) ଉପକ୍ରମ :
- ଭାରତ ଅତୀତରେ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ ଥିଲା । ତେଣୁ ଭାରତକୁ ସୁନାର ଦେଶ କୁହାଯାଉଥିଲା ।
- ଏହି ଧନ ସମ୍ପତ୍ତି ପାଇବା ଏବଂ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କେତେକ ବୈଦେଶିକ ଶକ୍ତି ଭାରତ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପାରସିକ ଓ ଗ୍ରୀକ୍ମାନେ ।
→ (ଖ) ପାରସିକ ଆକ୍ରମଣ :
ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଆକାମେନିଡ୍ ଶାସକମାନଙ୍କ ଦ୍ବାରା ଶାସିତ ମଧ୍ୟ-ଏସିଆର ପାରସ୍ୟ ଦେଶରେ ଏକ ବିରାଟ ସାମ୍ରାଜ୍ୟ ଗଢି ଉଠିଥିଲା ।
ମନେରଖ :
ପ୍ରାଚୀନ ପାରସ୍ୟ ସାମ୍ରାଜ୍ୟ ବର୍ତ୍ତମାନ ଇରାନ୍ ନାମରେ ନାମିତ ।
- ଖ୍ରୀ.ପୂ. ୫୨୨ରେ ପାରସ୍ୟର ସମ୍ରାଟ ପ୍ରଥମ ଡେରାୟସ୍ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ।
- ସେ ଭାରତର ଅତୁଳ ଧନ ସମ୍ପଦରେ ଆକୃଷ୍ଟ ହୋଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଆକ୍ରମଣ କରି ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ଦଖଲ କରି ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
- ପାରସ୍ୟ ଅଧ୍ବକୃତ ଭାରତୀୟ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା । ତେଣୁ ରାଜାମାନେ ଏହି ଅଞ୍ଚଳରୁ ପ୍ରଚୁର କର ଆଦାୟ କରୁଥିଲେ ।
- ଡେରାୟସ୍କଙ୍କ ପରେ ରାଜା ଜେରକ୍ସ୍ ଭାରତୀୟମାନଙ୍କୁ ପାରସ୍ୟ ସେନାବାହିନୀରେ ନିଯୁକ୍ତି ଦେଇ ଗ୍ରୀକ୍ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
→ ପାରସିକ ଆକ୍ରମଣର ପ୍ରଭାବ :
- ପାରସିକ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
- ଅଶୋକଙ୍କ ଅନୁଶାସନ ଗୁଡ଼ିକରେ ପାରସିକ ଶବ୍ଦର ବ୍ୟବହାର ଦେଖୁବାକୁ ମିଳେ ।
- ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତମ୍ଭମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ପଡ଼ିଥିବାର ଦେଖାଯାଏ ।
ମନେରଖ :
ଭାରତୀୟମାନେ ପାରସ୍ୟବାସୀମାନଙ୍କ ଠାରୁ ‘ଖରୋଷ୍ଟି’ ନାମକ ଏକ ନୂତନ ଲିପି ଶିଖୁଥିଲେ । ଏହି ଅକ୍ଷରଗୁଡ଼ିକ ଡାହାଣରୁ ବାମ ପାର୍ଶ୍ଵକୁ ଲେଖାଯାଉଥିଲା ।
→ (ଘ) ଗ୍ରୀକ୍ ଆକ୍ରମଣ :
- ଖ୍ରୀ.ପୂ. ୩୫୬ ମସିହାରେ ଆଲୋକ୍ଜାଣ୍ଡାର ଗ୍ରୀସ୍ର ମାସିଡୋନିଆ ନାମକ ଏକ କ୍ଷୁଦ୍ରରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କ ପିତା ଫିଲିପ୍ ମାସିଡୋନିଆ ରାଜ୍ୟର ରାଜା ଥିଲେ । ପିତାଙ୍କ ମୃତ୍ୟୁପରେ ମାତ୍ର ୨୦ ବର୍ଷ ବୟସରେ ଆଲେକ୍ଜାଣ୍ଡାର ସିଂହାସନ ଆରୋହଣ କରିଥିଲେ ।
- ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର ଓ ଆଫଗାନିସ୍ଥାନ ଆଦି ଅଞ୍ଚଳ ଜୟ କରିଥିଲେ ।
- ତାଙ୍କର ବୀରତ୍ବ ଓ ସାହସିକତା ପାଇଁ ତାଙ୍କୁ ଦିଗ୍ବିଜୟୀ ବୀର କୁହାଯାଏ ।
ମନେରଖ :
ଆଲେକ୍ଜାଣ୍ଡାର ବାଲ୍ୟକାଳରେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ ।
→ (ଙ) ଆଲେକ୍ଜାଣ୍ଡାରଙ୍କ ରାଜ୍ୟଜୟ :
- ଖ୍ରୀ.ପୂ. ୩୩୪ ମସିହାରେ ଆଲେକ୍ଜାଣ୍ଡାର ନିଜର ୪୦ ହଜାର ସୈନ୍ୟଙ୍କ ସହିତ ଏସିଆ ମାଇନର ଆକ୍ରମଣ କରିଥିଲେ । ସେଠାରୁ ସେ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟ ସମ୍ରାଟ ତୃତୀୟ ରୋୟସଙ୍କୁ ପରାସ୍ତ କରିଥିଲେ ।
- ସେ ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ । ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ସେ ‘ଆଲେକ୍ଜାଣ୍ଡ୍ରିଆ’ ନାମକ ନଗର ସ୍ଥାପନ କରିଥିଲେ ।
- ଖ୍ରୀ. ପୂ. ୩୨୬ ମସିହାରେ ଆଲେକ୍ଜାଣ୍ଡାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
- ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର-ପଶ୍ଚିମାଞ୍ଚଳର ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
- ସେତେବେଳେ ଗାନ୍ଧାର ଓ କାମ୍ବୋଜ ଭଳି ଅନେକ ଛୋଟ ଛୋଟ ରାଜ୍ୟମାନଙ୍କ ମଧ୍ୟରେ ଏକତା ନଥିଲା. ଏବଂ ସେମାନେ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହୁଥିଲେ । ଏହାର ସୁଯୋଗରେ ଆଲେକ୍ଜାଣ୍ଡାର ବିଭିନ୍ନ ଅଞ୍ଚଳକୁ ଆକ୍ରମଣ କରି ବିଜୟଲାଭ କରିଥିଲେ ।
→ (ଚ) ହାଇଦାସ୍ପେସ୍ ଯୁଦ୍ଧ :
- ଭାରତର ଧନ ସମ୍ପତ୍ତି ପ୍ରତି ଆକୃଷ୍ଟ ହୋଇ ଅଗ୍ରଗତି କରୁଥିବାବେଳେ ପୌରବ ରାଜ୍ୟର ରାଜା ପୁରୁ କିନ୍ତୁ ଆଲେକ୍ ଜାଣ୍ଡାରଙ୍କ ଅଗ୍ରଗତିରେ ପ୍ରତିବନ୍ଧକ ହୋଇଥିଲେ । ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକ ଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହାକୁ ‘ହାଇଦାସପେସ୍ ଯୁଦ୍ଧ’ କୁହାଯାଏ ।
- ଏହି ଯୁଦ୍ଧରେ ଆଲେକ୍ଜାଣ୍ଡାର ବିଜୟୀ ହେଲେ । ପୁରୁ ପରାଜିତ ଓ ବନ୍ଦୀ ହେଲେ ମଧ୍ୟ ଆଲେକ୍ଜାଣ୍ଡାର ପୁରୁଙ୍କ ବୀରତ୍ୱ ଓ ସାହସିକତାରେ ମୁଗ୍ଧ ହୋଇ ତାଙ୍କୁ ରାଜ୍ୟ ଫେରାଇ ଦେଇଥିଲେ ।
ମନେରଖ :
ନିଜ ସମ୍ମୁଖରେ ବନ୍ଦୀଥିବା ପୁରୁଙ୍କୁ ଆଲେକ୍ଜାଣ୍ଡାର ପ୍ରଶ୍ନ କଲେ, ‘ତୁମେ ମୋ ଠାରୁ କିଭଳି ବ୍ୟବହାର ଆଶା କର ?’’ ଏହାରା ଉତ୍ତରରେ ନିଭୀକପୁରୁ କହିଲେ, ‘ଜଣେ ରାଜା ପ୍ରତି ଅନ୍ୟ ଜଣେ ରାଜାର ବ୍ୟବହାର ଯେପରି ମୁଁ ସେପରି ବ୍ୟବହାର ଆଶା କରେ ।’’
- ସେଠାରୁ ଆଲେକ୍ଜାଣ୍ଡାର ପୂର୍ବ ଦିଗକୁ ଅଗ୍ରସର ହୋଇ ଆହୁରି ଅଧିକ ରାଜ୍ୟ ଜୟ କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ଯୁଦ୍ଧକ୍ଳାନ୍ତ ଗ୍ରୀକ୍ ସୈନ୍ୟମାନଙ୍କ ଅନାଗ୍ରହ କାରଣରୁ ସେ ଶକ୍ତିଶାଳୀ ନନ୍ଦ ସାମ୍ରାଜ୍ୟର ମୁକାବିଲା କରିବାକୁ ସାହାସ କରିନଥିଲେ ।
- ତେଣୁ ବାଧ୍ୟ ହୋଇ ଆଲେକ୍ଜାଣ୍ଡାର ସ୍ବଦେଶ ଫେରିବା ରାସ୍ତାରେ ଜ୍ଵରରେ ପୀଡ଼ିତ ହୋଇ ବାବିଲୋନ୍ଠାରେ ଖ୍ରୀ.ପୂ. ୩୨୩ ମସିହାରେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
→ (ଛ) ଆଲେକ୍ଜାଣ୍ଡାରଙ୍କ ଆକ୍ରମଣର ପ୍ରଭାବ :
- ଆଲେକ୍ଜାଣ୍ଡାରଙ୍କ ଆକ୍ରମଣ ଫଳରେ ଭାରତରେ ରାଜନୈତିକ ଏକତା ଆସିଥିଲା ଏବଂ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଲା ।
- ପରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ ଗଠନ କରିବା ସମ୍ଭବ ହେଲା ।
- ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ଏବଂ ଭାରତକୁ ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା ।
- ଆଲେକ୍ଜାଣ୍ଡାରଙ୍କ ଆକ୍ରମଣ ଦ୍ୱାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।
ମନେରଖ :
ଭାରତ ଓ ଗ୍ରୀକ୍ କଳାର ମିଶ୍ରଣପରେ ଗାନ୍ଧାର କଳା ସୃଷ୍ଟିହେଲା ।