BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ will enable students to study smartly.

BSE Odisha Class 6 Political Science Notes Chapter 1 ଆମେ ଓ ଆମ ସମାଜ

ବିଷୟବସ୍ତୁ
ପରିବାର, ପରିବାର କାର୍ଯ୍ୟ, ବଂଶ ଓ ବଂଶର ଗୋତ୍ର, ଜନଜାତି, ସଂଘ, ସମୁଦାୟ, ସମାଜ ।

→ (୧) ପରିବାର

  • ପରିବାର ହେଉଛି ସବୁଠାରୁ କ୍ଷୁଦ୍ର ସାମାଜିକ ଅନୁଷ୍ଠାନ । ଏହା ଦୁଇ ପ୍ରକାରର, ଯଥା— ଏକକ ପରିବାର ଓ ଯୌଥ ପରିବାର ।
  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ ।
  • ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି ।
  • ମନେରଖ : ଭାରତୀୟ ପରିବାରଗୁଡ଼ିକରେ ପିତା ହିଁ ମୁଖ୍ୟ ହୋଇଥା’ଛି । ଆଉ କେତେକ ପରିବାରରେ ମାତା ମଧ୍ୟ ମୁଖ୍ୟ ହୋଇଥାଆନ୍ତି ।

→ (୨) ପରିବାର ମୌଳିକ କାର୍ଯ୍ୟ

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ । ଏହା ବ୍ୟତୀତ ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ହେବା ପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାର କରିଥାଏ ।
  • ଶିଶୁକୁ ଉତ୍ତମ ନାଗରିକରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୩) ବଂଶ ଓ ବଂଶର ଗୋତ୍ର

  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶ ଗଠିତ I ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାବାଙ୍କ ପରିବାରରୁ ସୃଷ୍ଟି । ଏମାନଙ୍କ ମଧ୍ୟରେ ରକ୍ତ ସମ୍ପର୍କ ରହିଛି । ଏଣୁ ଏମାନେ ଗୋଟିଏ ବଂଶର ।
  • ବଂଶ ପରମ୍ପରା ଅନୁସାରେ ଗୋଟିଏ ବଂଶର ଲୋକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, କ୍ରିୟାକର୍ମପାଳନ କରିଥା’ଛି ।
  • ହିନ୍ଦୁମାନଙ୍କର ବଂଶ ସାଧାରଣତଃ ପିତୃ ବଂଶୀୟ ଅଟେ ।
  • ବେଳେବେଳେ ଧାର୍ମିକ କ୍ରିୟା କର୍ମପାଳନରେ ମୂଳ ବଂଶରୁ ଅଲଗା ହୋଇ ଯେଉଁ ନୂଆ ବଂଶ ସୃଷ୍ଟି କରିଥା’ନ୍ତି, ସେହି ପ୍ରକ୍ରିୟାକୁ ବଂଶ ବିଭାଜନ କୁହାଯାଏ ।
  • ପ୍ରତ୍ୟେକ ବଂଶର ଗୋତ୍ର ଥାଏ ଯାହାର ଅର୍ଥ ହେଉଛି କୁଳ ପ୍ରବର୍ତ୍ତକ ଋଷି ।
  • ଯେଉଁ ଋଷିଙ୍କୁ ପରିବାରର ନିଜର ବୋଲି ସମ୍ମାନ ଦେଇଥା’ନ୍ତି । ସେହି ବଂଶର ଗୋତ୍ର ସେହି ଋଷିଙ୍କ ନାମ ଅନୁସାରେ ହୋଇଥାଏ । ଯଥା– କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ଇତ୍ୟାଦି ।
  • ମନେରଖ : କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ‘ବଂଶ’ ଗଠିତ ।

→ (୪) ଜନଜାତି

  • ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ ‘ଜନଜାତି’ କୁହାଯାଏ ।
  • ଜନଜାତି ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଜନଜାତିକୁ ଇଂରାଜିରେ Tribe କୁହାଯାଏ । ଆମେ ଏହି ଲୋକଙ୍କୁ ଆଦିବାସୀ ବା ବନବାସୀ ରୂପେ ଜାଣିଥାଉ ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥା’ନ୍ତି ଓ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ଓ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରିଥା’ଛି ।
  • ଆମରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯା’ନ୍ତି ।
  • ମନେରଖ : ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯା’ଛି । ସାନ୍ତାଳମାନଙ୍କର ଭାଷା ସାନ୍ତାଳୀ I ଏହାର ନିଜସ୍ଵ ଲିପିଅଛି ।

→ (୫) ସଂଘ

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥା’ନ୍ତି ।
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାରର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି ।
  • ସଂଘର ପରିଚାଳନା ପାଇଁ ଜଣେ ମୁଖ୍ୟଥାଆନ୍ତି ଏବଂ ସଂଘର ସଦସ୍ୟମାନେ ସଂଘର କେତେକ ନିୟମମାନ ପାଳନ କରିଥାଆନ୍ତି ।
  • ପରିବାର ପରିସଂଘ ଚିରସ୍ଥାୟୀ ଅଟେ ।

BSE Odisha 6th Class Political Science Notes Chapter 1 ଆମେ ଓ ଆମ ସମାଜ

→ (୬) ସମୁଦାୟ

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବନେଇ ବାସକରୁଥିବା ଲୋକମାନଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ।
  • ଏହା ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
  • ଏକ ସବୁଦାୟରେ ବାସକରୁଥିବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥା’ନ୍ତି।
  • ସଦସ୍ୟମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବା ସମୁଦାୟର ମୁଖ୍ୟ ଲକ୍ଷ୍ୟ । ସମୁଦାୟ ଯେତେ ଛୋଟ ହୋଇଥାଏ ଲୋକଙ୍କ ମଧ୍ୟରେ ଏକତା ସେତେ ଦୃଢ଼ ହୋଇଥାଏ ।
  • ବୃହତ୍ ସମୁଦାୟ ମଧ ବ୍ୟକ୍ତିକୁ ଅନେକ ପ୍ରକାର ସାହାଯ୍ୟ କରିଥାଏ ।
  • ମନେରଖ : କୌଣସି ସଂଘ ନିଜ ଲକ୍ଷ୍ୟବାଦ ସର୍ବସାଧାରଣ ଉନ୍ନତିମୂଳକ କାର୍ଯ୍ୟକଲେ ତାହାର ସମୁଦାୟିକ ଗୁଣ ବୃଦ୍ଧିପାଏ ।

→ (୭) ସମାଜ

  • ଆଦିମ ମନୁଷ୍ୟ ସ୍ୱାଧୀନଭାବେ ଚଳୁଥିଲା । ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟିହେଲା । ତେଣୁ ମଣିଷ ନୀତି ନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା । ସେହି ଚଳଣିରୁ ସମାଜ ସୃଷ୍ଟି ହେଲା ।
  • ସମାଜ ବିନା ମଣିଷ ବଞ୍ଚିବା ଅସମ୍ଭବ । ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ ।
  • ମନେରଖ: ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ।

Leave a Comment