BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ Textbook Exercise Questions and Answers.

BSE Odisha Class 6 History Solutions Chapter 2 ସର୍ବପ୍ରାଚୀନ ସମାଜ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ କିପରି ଥିଲା ।
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଖାଦ୍ୟ ସଂଗ୍ରହ ପାଇଁ ଯାଯାବର ଜୀବନଯାପନ କରୁଥିଲେ । ସେମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳର ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ, ସେ ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଯାଉଥିଲେ ।
  • ଋତୁ ଅନୁସାରେ ବିଭିନ୍ନ ଫଳଫୁଲ ସଂଗ୍ରହ ନିମନ୍ତେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣ ଭୂମି ପାଇଁ ନଦୀକୂଳ ପଶୁପକ୍ଷୀଙ୍କ ବାସସ୍ଥଳୀ ଅଟେ । ତେଣୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକୂଳକୁ ଯାଉଥିଲେ ।
  • ସେମାନେ ପଥର ନିର୍ମିତ କୁରାଢ଼ି, କାଙ୍କ ଓ ବଚ୍ଛା ସାହାଯ୍ୟରେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଅନୁମାନ କରାଯାଏ । ଶୀତ ଓ ଖରାରୁ ରକ୍ଷା ପାଇବା ପାଇଁ ସେମାନେ ଶରୀରକୁ ଆବୃତ କରିପାରୁନଥିଲେ । କାଳକ୍ରମେ ସେମାନେ ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରିବାକୁ ଶିଖୁ । ଜୀବଜନ୍ତୁ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ଗଛର କୋରଡ଼ ଓ ପାହାଡର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ନିଆଁର ବ୍ୟବହାର ଜାଣିବାଦ୍ଵାରା ପୁରାତନ ପ୍ରସ୍ତର ଯୁଗର ଲୋକମାନେ କିଭଳି ଉପକୃତ ହେଲେ ?
Answer:

  • ପୁରାତନ ପ୍ରସ୍ତୁର ଯୁଗର ମନୁଷ୍ୟ ପ୍ରଥମେ ପଥର ସହିତ ପଥର ଘଷି ହୋଇ ନିଆଁ ବାହାରିବା ଓ ସେହି ନିଆଁ ଗଛ, ପତ୍ର ଓ ଡାଳକୁ ପୋଡ଼ି ପାଉଁଶ କରିଦେବା ଲକ୍ଷ୍ୟ କଲା । ତେଣୁ ଜଳିବାପାଇଁ ଏହି କୌଶଳ ଅବଲମ୍ବନ କରି ନିଆଁ ବାହାରକଲା । ଫଳରେ ନିଆଁର ବ୍ୟବହାର ତା’ର ଜୀବନ ପ୍ରଣାଳୀର ପରିବର୍ତ୍ତନ ଆଣିଲା ।
  • ସେମାନେ ନିଆଁ ଦ୍ଵାରା ନିଜ ଶରୀରକୁ ଶୀତ ଦାଉରୁ ରକ୍ଷା କରିପାରିଲେ ।
  • ନିଆଁର ଆଲୋକ ସାହାଯ୍ୟରେ ସେମାନେ ନିଜକୁ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିପାରିଲେ ।
  • ସେମାନେ ନିଆଁଦ୍ଵାରା ପଶୁମାଂସ ପୋଡ଼ି ଖାଇଲେ । କଞ୍ଚାମାଂସରୁ ପୋଡାମାଂସର ସ୍ବାଦ ଅଧିକ ବୋଲି ଜାଣିପାରିଲେ ।

(ଗ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର କେଉଁ କେଉଁ କାମରେ ବ୍ୟବହାର କରୁଥିଲେ ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର ଦ୍ବାରା ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିଲେ ।
  • ସେମାନଙ୍କ ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ନଥିଲା । ଏହି ଅସ୍ତ୍ରଦ୍ଵାରା ସେମାନେ ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢ଼ିବା ଏବଂ ପଶୁମାନଙ୍କର ଛାଲ ଉତ୍ତାରି ପାରୁଥିଲେ ।
  • ସେମାନେ ଶକ୍ତ ପଥରର ସନ୍ଧାନ ପାଇବାପରେ ଏହି ପଥରକୁ ପିଟିବା, ଛେଚିବା ଓ ଘଷିବା ଆଦି କାର୍ଯ୍ୟରେ ବ୍ୟବହାର କଲେ ।
  • ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ଶକ୍ତ ପଥରରେ ତିଆରି ସେ ଯୁଗର ହାତୁଡି ଆବିଷ୍କୃତ ହୋଇଛି ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଘ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଓ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟରେ ଥ‌ିବା ତଫାତଗୁଡ଼ିକ ଲେଖ ।
Answer:

  1. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ସୁନ୍ଦର ବା ଚିକ୍‌କଣ ନଥିଲା । କିନ୍ତୁ ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଧିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍‌କଣ ଥିଲା ।
  2. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଦ୍ଵାରା ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢିବା ଓ ପଶୁମାନଙ୍କରଛାଲ ଉତାରିବାରେ ସାହାଯ୍ୟ କରୁଥିଲା । ମାତ୍ର ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଶିକାର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  3. ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥରର କୁରାଢି, କାଙ୍କ, ବର୍ଚ୍ଛା ଓ ଶକ୍ତ ପଥରରେ ତିଆରି ହାତୁଡି ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତରଯୁଗର ମନୁଷ୍ୟ ପଥର ଓ ଅସ୍ଥିର କାଠବେଣ୍ଟଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ,ପାତିଆର ଗୁଣ ଆଦି ବ୍ୟବହାର କରୁଥିଲେ ।
  4. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରରେ ମନୁଷ୍ୟ ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିବା ବେଳେ ନୂତନ ପ୍ରସ୍ତର ଯୁଗର ମନୁଷ୍ୟ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରି ଚମଡ଼ା ଲୁଗା ସିଲେଇ କାର୍ଯ୍ୟ କରିପାରୁଥିଲା । ପୁରାତନ ପ୍ରସ୍ତର ଯୁଗର ପଥର ନିର୍ମିତ ହାତୁଡ଼ି ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଥିବା ବେଳେ ନୂତନ ପ୍ରସ୍ତର ଯୁଗର ହାତ ହତିଆର ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳଣା, ବଇଦିପୁର ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

(ଙ) ଆଦିମାନବ କେଉଁ ପଶୁମାନଙ୍କୁ ପାଳୁଥିଲା ଓ ସେହି ପଶୁମାନଙ୍କଠାରୁ କି ପ୍ରକାର ସୁବିଧା ପାଉଥିଲା ?
Answer:

  • ଆଦିମାନବ ପ୍ରଥମେ ଶିକାର କାର୍ଯ୍ୟରେ ସାହାଯ୍ୟପାଇଁ କୁକୁର ପାଳନ କଲା । ସେମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବାକୁ ଗାଈ, ମେଣ୍ଢା, ଛେଳି, ଗଧ, ଘୋଡ଼ା, ବଳଦ ଆଦି ପଶୁପାଳନ କରୁଥିଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥ‌ିବା କ୍ଷୀର ଓ ମାଂସକୁ ଖାଦ୍ୟରୂପେ ବ୍ୟବହାର କରୁଥିଲେ । ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କରୁଥିଲେ ।
  • ପୋଷାକ ପ୍ରସ୍ତୁତ କରିବା ପାଇଁ ପଶୁଚମଡ଼ା ଓ ମେଣ୍ଢାର ଲୋକ ବ୍ୟବହାର କରୁଥିଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷିକ୍ଷେତ୍ରରେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଚ) ମନୁଷ୍ୟ ପ୍ରଥମେ ନଦୀକୂଳରେ ବସବାସ କରିବା ପାଇଁ କାହିଁକି ଚାହିଁଲା ?
Answer:

  • ଜୀବନଧାରଣ ପାଇଁ ଜଳର ଆବଶ୍ୟକତା ସର୍ବାଧ‌ିକ । ତେଣୁ ମନୁଷ୍ୟ ପ୍ରଥମେ ନଦୀକୂଳରେ କୁଡିଆ କରି ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା । ନଦୀକୂଳମାନଙ୍କର ଜମି ଉର୍ବର ଥିଲା ଓ କୃଷିକାର୍ଯ୍ୟ ପାଇଁ ଜଳସେଚନର ସୁବିଧା ହେଉଥିଲା ।
  • ନଦୀକୂଳମାନଙ୍କରେ ପ୍ରଚୁର ଜଳ ଓ ଉର୍ବରମାଟି ଥ‌ିବାରୁ ତାକୁ ଶସ୍ୟ ଉତ୍ପାଦନ କରିବା ପାଇଁ ସୁବିଧା ହେଲା । ପରବର୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କରି ଶିଖୁଲା ।
  • ନଦୀ ପଥଗୁଡ଼ିକ ଗମନାଗମନର ଉତ୍ତମ ମାର୍ଗ ଥିଲା । ତେଣୁ ବ୍ୟବସାୟ ବାଣିଜ୍ୟ କରିବା ଏବଂ ବିଭିନ୍ନ ସ୍ଥାନର ଲୋକଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ନଦୀପଥରେ ସୁବିଧା ଥିଲା ।
  • ବାସଗୃହ, ଜାଳେଣି ଓ ଜଙ୍ଗଲ ଜାତ ଦ୍ରବ୍ୟ ନଦୀକୂଳ ନିକଟରେ ଥିବା ଅରଣ୍ୟରୁ ସହଜରେ ମିଳୁଥିଲା । ତେଣୁ ମନୁଷ୍ୟ ପ୍ରଥମେ ନଦୀ କୂଳରେ ବସବାସ କରିବା ପାଇଁ ଚାହିଁଲା ।

୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) ନୂତନ ପ୍ରସ୍ତର ଯୁଗର ଲୋକମାନେ କିପରି କୃଷିକାର୍ଯ୍ୟ ଆରମ୍ଭ କଲେ ଓ କ’ଣ ଚାଷ କରୁଥିଲେ ?
Answer:

  • ମଞ୍ଜି ମାଟି ଭିତରେ ପୋତି ହେଲାପରେ ପାଣିପାଇ ଗଛରେ ପରିଣତ ହେଉଥ‌ିବା ଲକ୍ଷ୍ୟ କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ସେମାନେ ଗହମ, ଯଅ, ଧାନ, ଫଳ ଓ ପନିପରିବା ପ୍ରଭୃତି ଚାଷ କରୁଥିଲେ ।

(ଖ) ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କ’ଣ କ’ଣ କାମ କଲେ ?
Answer:

  1. ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ ବିଭିନ୍ନ ପ୍ରକାର ମାଟିପାତ୍ର ନିର୍ମାଣ କଲେ । ଚକ୍ରକୁ ଗାଡିରେ ବ୍ୟବହାର କରି ମାଲପରିବହନ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  2. ଚକକୁ ବ୍ୟବହାର କରି ତନ୍ତ ପ୍ରସ୍ତୁତ କଲେ ଏବଂ ତନ୍ତ ସାହାଯ୍ୟରେ ସୂତାକାଟି ଲୁଗା ବୁଣିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ପୁରାତନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତରଯୁଗର ଲୋକମାନଙ୍କ ମଧ୍ୟରେ କ’ଣ ତଫାତ ଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପଶୁ ଶିକାର, ଫଳମୂଳ ସଂଗ୍ରହ କରି ଗଛର କୋରଡ଼ କିମ୍ବା ପାହାଡ଼ର ଗୁମ୍ଫାରେ ଆଶ୍ରୟ ନେଇ ଯାଯାବର ଜୀବନଯାପନ କରୁଥିଲେ । ମାତ୍ର ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଓ ପଶୁପାଳନ କରି ସ୍ଥାୟୀ ଭାବରେ ବସବାସ କରି ଗୋଷ୍ଠୀଗତ ଜୀବନଯାପନ କରୁଥିଲେ ।
  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଚିକ୍‌କଣ ହୋଇନଥୁବା ଅସୁନ୍ଦର ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପଥର ଓହାଡ଼ରେ ନିର୍ମିତ ଧାରୁଆ, ଚିକ୍‌କଣ, ସୁନ୍ଦର ଓ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

(ଘ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଗୋଟିଏ ନଦୀକୂଳରୁ ଆଉ ଗୋଟିଏ ନଦୀକୂଳକୁ ଯାଉଥିଲେ
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳରେ ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ ସେମାନେ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଯାଉଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀ କୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳୀ ହୋଇଥିବାରୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀ କୂଳରୁ ଅନ୍ୟ ନଦୀ କୂଳକୁ ଯାଉଥିଲେ ।

(ଙ) ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ବୋଲି କିପରି ଜାଣିବା ?
Answer:

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ବିଭିନ୍ନ ରୂପ ଯଥା – ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ସେମାନେ ପର ଜନ୍ମରେ ବିଶ୍ୱାସ କରୁଥିଲେ । ତେଣୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।

। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) ଆଦିମାନବ ତା’ର ରହିବା ସ୍ଥାନ କାହିଁକି ପରିବର୍ତ୍ତନ କରୁଥିଲା ?
Answer:
ଗୋଟିଏ ସ୍ଥାନରେ ଫଳମୂଳ ଓ ଶିକାରରେ ଅଭାବ ଦେଖାଦେଲେ ଆଦିମାନବ ସେ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ଭୋକଦାଉରୁ ରକ୍ଷାପାଇବା ପାଇଁ ଆଦିମାନବ କ’ଣ କରୁଥିଲେ ?
Answer:
ଆଦିମାନବ ଭୋକଦାଉରୁ ରକ୍ଷାପାଇବା ପାଇଁ ଜୀବଜନ୍ତୁଙ୍କୁ ମାରି ତା’ର କଞ୍ଚା ମାଂସ ଖାଉଥିଲା ।

(ଗ) ଆଦିମାନବ ଋତୁ ପରିବର୍ତ୍ତନ ଅନୁସାରେ କାହିଁକି ସ୍ଥାନ ପରିବର୍ତ୍ତନ କରୁଥିଲେ ?
Answer:
ଋତୁ ଅନୁଯାୟୀ ବିଭିନ୍ନ ଗଛରେ ବିଭିନ୍ନ ଫୁଲଫଳ ଦେଖା ଯାଉଥ‌ିବାରୁ ଆଦିମାନବ ଋତୁ ଅନୁସାରେ ସ୍ଥାନ ପରିବର୍ତ୍ତନ କରୁଥିଲେ ।

(ଘ) ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକେ କ’ଣ ବ୍ୟବହାର କରୁଥିଲେ ?
Answer:
ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକମାନେ ‘ପଥର ତିଆରି ଅସ୍ତ୍ରଶସ୍ତ୍ର’ ବ୍ୟବହାର କରୁଥିଲେ ।

(ଙ) ଭାରତର କେଉଁ କେଉଁ ସ୍ଥାନରୁ ପ୍ରସ୍ତର ଯୁଗର ହାତ ହତିଆର ଆବିଷ୍କୃତ ହୋଇଛି ?
Answer:
ପଞ୍ଜାବର ସୋନ ନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ପ୍ରସ୍ତର ଯୁଗର ହାତହତିଆର ଆବିଷ୍କୃତ ହୋଇଛି ।

(ଚ) ଶକ୍ତ ପଥରର ସନ୍ଧାନ ପାଇବା ପରେ ଆଦିମାନବ ତାକୁ କେଉଁ କାମରେ ଲଗାଇଲେ ?
Answer:
ଶକ୍ତି ପଥରର ସନ୍ଧାନ ପାଇବା ପରେ ଆଦିମାନବ ଏହାକୁ ପିଟିବା, ଛେଚିବା ଓ ଘଷିବା ଆଦି କାମରେ ଲଗାଇଲେ ।

(ଛ) ଆଦିମାନବ କେଉଁ କେଉଁ ଜିନିଷକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ?
Answer:
ଆଦିମାନବ ଗଛର ବଳ୍‌କଳ ଓ ଜୀବଜନ୍ତୁଙ୍କ ଚମଡ଼ାକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଜ) ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ କେଉଁଠାରେ ଆଶ୍ରୟ ନେଉଥୁଲା ?
Answer:
ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ . ଆଶ୍ରୟ ନେଉଥିଲା ।

(ଝ) ଓଡ଼ିଶାର କେଉଁ କେଉଁ ସ୍ଥାନରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ?
Answer:
ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକମଡ଼ା, ଯୋଗୀମଠ ଇତ୍ୟାଦି ପାହାଡ଼ରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ।

(ଞ) ଓଡ଼ିଶାର କେଉଁ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ?
Answer:
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁରରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ।

୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଚିତ୍ରକଳାର ସନ୍ଧାନ _________ ରୁ ମିଳିଛି ।
(ପଥର, ଗୁମ୍ଫା, ପାହାଡ଼, କୁଡ଼ିଆ)
Answer:
ଗୁମ୍ଫା

(ଖ) ବର୍ତ୍ତମାନ କେରଳର _______ ମାନେ ଯାଯାବର ଜୀବନଯାପନ କରୁଅଛନ୍ତି ।
(ପାଣ୍ଡାରାମ, ବଣ୍ଡା, ପରଜା, ଜୁଆଙ୍ଗ)
Answer:
ପାଶ୍ଚାରାମ

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଲ ପରିବହନ ପାଇଁ _________ କୁ ବ୍ୟବହାର କରୁଥିଲେ ।
(ମଇଁଷି, ଘୋଡ଼ା, ହାତୀ, ହରିଣ )
Answer:
ଘୋଡ଼ା

(ଘ) ପ୍ରସ୍ତର ଯୁଗର ମଣିଷକୁ ଚକ ବ୍ୟବହାର ________ କାର୍ଯ୍ୟରେ ସାହାଯ୍ୟ କରୁଥିଲା ।
(କୃଷି, ଶିକାର, ପରିବହନ, ଗୃହନିର୍ମାଣ)
Answer:
ପରିବହନ

(ଙ) ମନୁଷ୍ୟ ପ୍ରଥମେ _________ ସ୍ଥାନରେ ସ୍ଥାୟୀ ହୋଇ ରହିବା ଶିଖୁଲା ।
(ପାର୍ବତ୍ୟାଞ୍ଚଳ, ନଦୀକୂଳ, ବଣଜଙ୍ଗଲ, ବରଫାବୃତ ଅଞ୍ଚଳ)
Answer:
ନଦୀକୂଳ

୫। ‘କ’ ସ୍ତମ୍ଭରେ ଦିଆଯାଇଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗକର ।

ସର୍ବପ୍ରାଚୀନ ସମାଜ Chapter 2
Answer:

ସର୍ବପ୍ରାଚୀନ ସମାଜ Chapter 2.1

Leave a Comment