Odisha State Board BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ Textbook Exercise Questions and Answers.
BSE Odisha Class 6 History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ
୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।
(କ) ହରପ୍ପା ସଭ୍ୟତାର ନିଦର୍ଶନ ଭାରତର କେଉଁ ସ୍ଥାନମାନଙ୍କରୁ ମିଳିଛି ?
Answer:
- ପ୍ରତ୍ନତତ୍ତ୍ବବିତ୍ମାନେ ସିନ୍ଧୁ ନଦୀ ଉପତ୍ୟକାର ବିଭିନ୍ନ ସ୍ଥାନ ଖୋଳି ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ ।
- ଏହି ସହର ଦୁଇଟି ହେଉଛି ହରପ୍ପା ଓ ମହେଞ୍ଜୋଦାରୋ ।
- ହରପ୍ପାଠାରେ ଖନନ ଦ୍ଵାରା ପ୍ରଥମେ ଏହି ସଭ୍ୟତା ଜଣାପଡ଼ିଥିବାରୁ ଏହାକୁ ହରପ୍ପା ସଭ୍ୟତା କୁହାଯାଏ ।
- ଭାରତର ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଲିବନ୍ର୍ଗା, ହରିୟାଣାର ବନ୍ୱାଲି ଆଦି ସ୍ଥାନରୁ ହରପ୍ପା ସଭ୍ୟତାର ନିଦର୍ଶନ ମିଳିଛି ।
(ଖ) ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି କେବେ ଓ କାହାଦ୍ଵାରା ମାଟିତଳୁ ଆବିଷ୍କାର କରାଯାଇଥିଲା ?
Answer:
- ୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀ ମାଟିତଳୁ ହରପ୍ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀ ନଦୀ କୂଳରେ ଅବସ୍ଥିତ ।
- ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
- ହରପ୍ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
- କିନ୍ତୁ ଏହି ଦୁଇଟି ସହର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଅଛି ।
(ଗ) ହରପ୍ପା ସଭ୍ୟତାକୁ କାହିଁକି ଭାରତର ପ୍ରଥମ ନଗର ସଭ୍ୟତା କୁହନ୍ତି ?
Answer:
- ଭାରତର ଅନ୍ୟାନ୍ୟ ସ୍ଥାନରୁ ଉଦ୍ଧାର କରାଯାଇଥିବା ନଗରଗୁଡ଼ିକର ଧ୍ୱଂସାବଶେଷର ହରପ୍ପା ଧ୍ୱଂସାବଶେଷ ସହିତ ସାମଞ୍ଜସ୍ୟ ରହିଛି ।
- କେତେକ ଐତିହାସିକଙ୍କ ମତରେ ହରପ୍ପା ସଭ୍ୟତା ମେସୋପଟାମିଆ ସଭ୍ୟତା ପୂର୍ବରୁ ବିକାଶ ଲାଭ କରିଥିଲା ।
- କାରଣ ହରପ୍ପାର ସିଲ୍ ବା ମୋହର ମେସୋପଟାମିଆର ଉର୍ ଓ କିଶ୍ ସ୍ଥାନରେ ଦେଖିବାକୁ ମିଳିଛି ।
- ତେଣୁ ହରପ୍ପା ସଭ୍ୟତାକୁ ଭାରତର ପ୍ରଥମ ନଗରସଭ୍ୟତା ବୋଲି କୁହାଯାଏ ।
(ଘ) ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଗଠନ ପ୍ରଣାଳୀ କିପରି ଥିଲା ?
Answer:
- ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
- ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ାଇଟାରେ ତିଆରି ହେବା ସହିତ ଏଗୁଡ଼ିକ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
- ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥିରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
- ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସି ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରୀମାନ ରହିଥିଲା ।
(ଙ) ହରପ୍ପା ନଗରର ଗଠନ ପ୍ରଣାଳୀ ସମ୍ପର୍କରେ ଲେଖ ।
Answer:
- ହରପ୍ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ନଗର ନିର୍ମାଣ ଯୋଜନା ଅନୁଯାୟୀ ନଗର ନିର୍ମାଣ ହୋଇଥିଲା ।
- ପ୍ରତ୍ୟେକ ନଗରକୁ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଭାଗ ଉଚ୍ଚ ସ୍ଥାନରେ ଓ ଦ୍ଵିତୀୟ ଭାଗଟି ପାଦଦେଶରେ ଅବସ୍ଥିତ ଥିଲା ।
- ନଗରର ଚାରିପଟରେ ପ୍ରାଚୀର ଘେରି ରହିଥିବାରୁ ଏହା ଦୁର୍ଗପରି ସୁରକ୍ଷିତ ଥିଲା । ନଗର ପରିକ୍ଳପନା ଆଧୁନିକ ନଗର ପରି ଉନ୍ନତ ଥିଲା ।
- ଦୀର୍ଘ ଓ ପ୍ରଶସ୍ତ ରାସ୍ତା ଗୁଡ଼ିକ ସିଧା ଭାବରେ ସହରର ମଧ୍ୟ ଭାଗରେ ଲମ୍ବିଥିଲା । ଏହି ରାସ୍ତାର ଶାଖା ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଜଳ ଓ ଆବର୍ଜନା ଯିବାପାଇଁ ପକ୍କା ନାଳ ଥିଲା ।
(ଚ) ହରପ୍ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକର ଗଠନ ଶୈଳୀ କିପରି ଥିଲା ?
Answer:
- ହରପ୍ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ଵରେ ଯୋଜନା ଅନୁସାରେ ନିର୍ମିତ ହୋଇଥିଲା । ଘରଗୁଡ଼ିକ ପୋଡ଼ା ଇଟାରେ ତିଆରି ହେଉଥିଲା ଏବଂ ଗୃହଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ।
- ଘର ମଧ୍ୟକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଝରକା ଓ ଦ୍ବାରା ରହୁଥିଲା । ଉଭୟ ମହଲାକୁ ଯିବାପାଇଁ କାଠରେ ତିଆରି ଶିଡ଼ି ରହୁଥିଲା ।
- ପ୍ରତ୍ୟେକ ବାସଗୃହ ମଧ୍ୟରେ ଗୋଟିଏ ଅଗଣା ରହୁଥିଲା । ଅଗଣା ନିକଟରେ ଗାଧୁଆ ଘର ରହୁଥିଳା । ପ୍ରତ୍ୟେକ ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା । ସେହି ନାଳ ରାସ୍ତାର ମୁଖ୍ୟନାଳ ସହିତ ସଂଯୋଗ ହେଉଥିଲା ।
- କାଠରେ ନିର୍ମିତ ଘରର ଛାତ ସମତଳ ଥିଲା । ଶ୍ରମିକ ଶ୍ରେଣୀର ଲୋକମାନେ ଏକ କୋଠରି ବିଶିଷ୍ଟ ଛୋଟ ଘରେ ରହୁଥିଲେ ।
(ଛ) ମହେଞ୍ଜୋଦାରୋଠାରେ ଆବିଷ୍କୃତ ସ୍ନାନାଗାରର ନିର୍ମାଣ ଶୈଳୀ କିପରି ଥିଲା ?
Answer:
- ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
- ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ା ଇଟାରେ ତିଆରି ହୋଇଥିଲା ଓ ଏଗୁଡ଼ିକ ଜଳର ତଳ ଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
- ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥୁରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
- ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟି ତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଫଳରେ ଦୂଷିତ ଜଳ ନିଷ୍କାସିତ ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରିମାନ ରହିଥିଲା ।
(ଜ୍) ହରପ୍ପାଠାରେ ଥିବା ଶସ୍ୟ ଭଣ୍ଡାର ବିଷୟରେ ଧାରଣା ଦିଅ ।
Answer:
- ହରପ୍ପାର ସୁରକ୍ଷିତ ଭାଗରେ ଉତ୍ତର ଦିଗକୁ ଗୋଟିଏ ବିରାଟ ଶସ୍ୟାଗାର ଆବିଷ୍କୃତ ହୋଇଅଛି । ଏହାର ଲମ୍ବ ୬୬ ମିଟର ଓ ପ୍ରସ୍ଥ ୧୬ ମିଟର ।
- ଏହା ମଧ୍ୟରେ ଦୁଇଟି ପ୍ରକୋଷ୍ଠ ରହିଥିଲା । ଏହି ଦୁଇ ପ୍ରକୋଷ୍ଠ ମଧ୍ଯରେ ଚଉଡ଼ା ଯାତାୟତ ପଥ ରହିଥିଲା ।
- ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଦେଖିବାକୁ ମିଳେ ।
- ଏହି ଚଟାଣ ଗୁଡ଼ିକ ଶସ୍ୟ ଅମଳ କରିବା ପାଇଁ ବ୍ୟବହୃତ ହେଉଥିଲା ।
(ଝ) ହରପ୍ପା ସଭ୍ୟତାର ଲୋକମାନଙ୍କର ବେଶପୋଷାକ ଓ ଅଳଙ୍କାର କେଉଁ ପ୍ରକାର ଥିଲା ?
Answer:
- ହରପ୍ପା ସଭ୍ୟତାର ଲୋକମାନେ କପାଓ ପଶମର ଲୁଗା ତିଆରି କରି ପିନ୍ଧୁଥିଲେ । ପୁରୁଷମାନେ ଲୁଙ୍ଗିପରି ଲୁଗା ପିନ୍ଧୁଥିଲେ ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧିବାକୁ ଭଲ ପାଉଥିଲେ ।
- ନାରୀ ଓ ପୁରୁଷ ଉଭୟ ବିଭିନ୍ନ ଅଳଙ୍କାର ଯଥା -ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ପିନ୍ଧୁଥିଲେ ।
- ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୂପା ଓ ହାଡ଼ରେ ତିଆରି ଅଳଙ୍କାର ପିନ୍ଧୁଥିଲେ । ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା ଓ ମାଟି ନିର୍ମିତ ଅଳଙ୍କାର ପିନ୍ଧୁଥିଲେ ।
- ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ । ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ଏବଂ ମୁଣ୍ଡ କଣ୍ଟା ବ୍ୟବହାର କରୁଥିଲେ ।
(ଞ) ହରପ୍ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ବୋଲି କିପରି ଜଣାପଡ଼େ ?
Answer:
- ହରପ୍ପା ସଭ୍ୟତାର ଲୋକମାନେ ସୁନା, ରୂପା, ତମ୍ବା, ଟିଣ ଓ ଦସ୍ତା ଧାତୁର ବିଭିନ୍ନ ପ୍ରକାର ପଦାର୍ଥ ତିଆରି କରୁଥିଲେ । ଗୃହର ଉପକରଣ ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚି, ଦାଆ, ଖଣ୍ଡା, ତୀର ଓ ବର୍ଣ୍ଣାଗୁଡ଼ିକ ବିଭିନ୍ନ ଧାତୁର ତିଆରି କରୁଥିଲେ । କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
- ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟି ପାତ୍ର ନିର୍ମାଣ । ଚକ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରୁଥିଲେ ।
- ମାଟିରେ ବିଭିନ୍ନ ଉପକରଣ ଯଥା – ହାଣ୍ଡି, ମାଠିଆ, ସୁରେଇ, ଥାଳି, ପିଆଲା ପ୍ରଭୃତି ଗଢ଼ି ସେଥିରେ ନାନା ପ୍ରକାରର ଚିତ୍ର ଆଙ୍କୁଥିଲେ ଓ ସେଗୁଡ଼ିକୁ ନାନା ରଙ୍ଗରେ ଚିତ୍ରଣ କରୁଥିଲେ ।
- ପିଲାମାନଙ୍କର ଖେଳଣା, ଚକ ଲାଗିଥୁବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ୍ ଆଦି ମାଟିରେ ତିଆରି କରି ତାକୁ ବିଭିନ୍ନ ରଙ୍ଗ ଦେଉଥିଲେ ।
(ଟ) ହରପ୍ପା ସଭ୍ୟତାରେ ଲୋକମାନେ କେଉଁ କେଉଁ ଦେବଦେବୀଙ୍କୁ ପୂଜା କରୁଥିଲେ ?
Answer:
- ହରପ୍ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେ ନାହିଁ ।
- ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ା ମାଟିର ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ ।
- ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
- ସେଠାରେ କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ହରପ୍ପାର ଲୋକମାନେ ଦେବୀ ପୂଜା କରୁଥିଲେ ।
(୦) ହରପ୍ପା ସଭ୍ୟତାର ପତନର କାରଣଗୁଡ଼ିକ କ’ଣ ? କେଉଁ କାରଣଟିକୁ ତୁମେ ଅଧ୍ବକ ଦାୟୀ କରିବ ଓ କାହିଁକି ?
Answer:
- ହରପ୍ପା ସଭ୍ୟତାର ପତନ ପାଇଁ ନିମ୍ନଲିଖ କାରଣଗୁଡ଼ିକ ଦାୟୀ । ପ୍ରାୟ ଖ୍ରୀଷ୍ଟପୂର୍ବ ଦୁଇହଜାର ବର୍ଷ ବେଳକୁ ଏହି ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।
- ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ହେତୁ ଏହି ସଭ୍ୟତାର ଅବସାନ ଘଟିଲା । ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟ ଜାଗାକୁ ପଳାଇ ଯାଇଥିଲେ । କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପ ଦ୍ବାରା ଏହି ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
- ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣ ଦ୍ବାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋଠାରେ ଗଣହତ୍ୟାର ପ୍ରମାଣ ମିଳିଛି । ସେଠାରେ ମିଳିଥିବା କଙ୍କାଳ ଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରଦ୍ଵାରା ଆଘାତର ଦାଗ ଦେଖିବାକୁ ମିଳେ ।
- କେତେକ ଐତିହାସିକଙ୍କ ମତରେ ମହାମାରୀ ଓ ପ୍ଲେଟ୍ ହରପ୍ପା ସଭ୍ୟତାର ପତନପାଇଁ ଦାୟୀ । କାରଣ, ସେଠାରେ ବିଭିନ୍ନ ରାସ୍ତାମାନଙ୍କରେ କଙ୍କାଳଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି ।
(ଡ) କେଉଁ କେଉଁ ତଥ୍ୟରୁ ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ୱାସ ଏବଂ ପୂଜାପଦ୍ଧତି ବିଷୟରେ ଜାଣିପାରିବା ଉଲ୍ଲେଖ କର ।
Answer:
- ହରପ୍ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେନାହିଁ । ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବାପୋଡ଼ାମାଟିରେ ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିଙ୍କୁ ପୂଜା କରୁଥିବାର ଅନୁମାନ କରାଯାଏ ।
- କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ଲୋକମାନେ ଦେବୀ ପୂଜା କରୁଥିଲେ ।
- ହରପ୍ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରୁଥିଲେ । ତେଣୁ ସେମାନେ ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡ କରି ସମାଧୁ ଦେଉଥିଲେ ।
- ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ଭିତରେ ଲେଖ ।
(କ) ମହେଞ୍ଜୋଦାରୋରେ ଥିବା ସ୍ନାନାଗାରର ଜଳ ପ୍ରବେଶ ଓ ନିଷ୍କାସନର ଉପାୟ ଲେଖ ।
Answer:
(୧) ସ୍ନାନାଗାରର ଉପରିଭାଗରେ ଥିବା କୂଅରୁ ନଳ ସାହାଯ୍ୟରେ ପାଣି ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
(୨) ସ୍ନାନାଗାରରୁ ଜଳ ନିଷ୍କାସନ ପାଇଁ ସ୍ନାନାଗାରର ନିମ୍ନ ଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା, ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସନ ହେଉଥିଲା ।
(ଖ) ହରପ୍ପା ସଭ୍ୟତାର ସଭାଗୃହ ଗଠନ ପ୍ରଣାଳୀ କିପରି ଥିଲା ?
Answer:
(୧) ମହେଞ୍ଜୋଦାରୋ ନଗର ମଧ୍ୟରେ ଥିବା ୭୦ ମିଟର ଲମ୍ବ ଓ ୨୩ ମିଟର ପ୍ରସ୍ଥ ବିଶିଷ୍ଟ ଏକ ପ୍ରକାଣ୍ଡ ଗୃହ ହରପ୍ପା ସଭ୍ୟତାର ସଭାଗୃହ ଥିଲା ବୋଲି ବିଶ୍ଵାସ କରାଯାଏ ।
(୨) ଏହା ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ନିର୍ମିତ ଗୃହ ଥିଲା । ଏହି ଗୃହରେ ପାଞ୍ଚଟି କୋଠରି ଥିଲା ।
(ଗ) ହରପ୍ପା ସଭ୍ୟତାର ଲୋକମାନେ କେଉଁ ଶିଳ୍ପକଳାରେ ନିପୁଣ ଥିଲେ ଓ ସେମାନେ କେଉଁ ଧାତୁର ବ୍ୟବହାର ଜାଣିଥିଲେ ?
Answer:
(୧) ହରପ୍ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
(୨) ସେମାନେ ସୁନା, ରୁପା, ତମ୍ବା,ଟିଣ ଏବଂ ଦସ୍ତା ଧାତୁର ବ୍ୟବହାର ଜାଣିଥିଲେ ।
(ଘ) ହରପ୍ପା ସଭ୍ୟତାର ଲୋକମାନେ କେଉଁ ଉପାୟରେ ଶବ ସଂସ୍କାର କରୁଥିଲେ ?
Answer:
(୧) ହରପ୍ପା ସଭ୍ୟତାର ଲୋକମାନେ ମୃତବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରି ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡକରି ସମାଧ୍ ଦେଉଥିଲେ ।
(୨) ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।
(ଙ) ହରପ୍ପା ସଭ୍ୟତାର ଅଧିବାସୀମାନେ କେଉଁ ଜିନିଷ ଖାଦ୍ୟରୂପେ ଗ୍ରହଣ କରୁଥିଲେ ?
Answer:
(୧) ହରପ୍ପା ସଭ୍ୟତାର ଅଧିବାସୀମାନେ ଗହମ ଓ ଯଅରୁ ପ୍ରସ୍ତୁତ ଅଟାରୁ ରୁଟି ତିଆରି କରି ଖାଉଥିଲେ ।
(୨) ଏହା ବ୍ୟତୀତ ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ ଏବଂ ଖଜୁରିକୋଳି ସେମାନଙ୍କର ପ୍ରିୟ ଖାଦ୍ୟ ଥିଲା ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାକୁ ସିନ୍ଧୁ ସଭ୍ୟତା କୁହାଯାଏ କାହିଁକି ?
Answer:
ହରପ୍ପା ଓ ମହେଞ୍ଜୋଦାରୋ ସହର ଦୁଇଟି ସିନ୍ଧୁ ନଦୀ ଉପତ୍ୟକାରେ ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।
(ଖ) ହରପ୍ପା ସଭ୍ୟତାର ଲୋକମାନେ କେଉଁ ଲିପି ବ୍ୟବହାର କରୁଥିଲେ ?
Answer:
ହରପ୍ପା ସଭ୍ୟତାର ଲୋକମାନେ ଛବିଲିପି ବ୍ୟବହାର କରୁଥିଲେ ।
(ଗ) ‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ କ’ଣ ?
Answer:
‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ ‘ମୃତନଗରୀ’ ।
(ଘ) ହରପ୍ପା ସଭ୍ୟତାର ଲୋକମାନେ ମୁଖ୍ୟତଃ କେଉଁ ଚାଷ କରୁଥିଲେ କରୁଥିଲେ ?
Answer:
ହରପ୍ପା ସଭ୍ୟତାର ଲୋକମାନେ ମୁଖ୍ୟତଃ ଗହମ, ଯଅ ଓ କପା ଚାଷ କରୁଥିଲେ ।
(ଙ) ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ କ’ଣ ଥିଲା ?
Answer:
ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିଶିଳ୍ପ ଓ ଧାତୁଶିଳ୍ପ ।
୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ହରପ୍ପା ସଭ୍ୟତାର ଘରଗୁଡ଼ିକ ________ ରେ ତିଆରି ହୋଇଥିଲା ।
(ପୋଡ଼ାଇଟା, ପଥର, ମାଟି, ଚୂନପଥର)
Answer:
ପୋଡ଼ାଇଟା
(ଖ) ହରପ୍ପା ସହରଟି ବର୍ତ୍ତମାନ _______ ଅବସ୍ଥତ ।
(ଭାରତ, ପାକିସ୍ତାନ, ଆଫଗାନିସ୍ଥାନ, ବେଲୁଚିସ୍ଥାନ)
Answer:
ପାକିସ୍ତାନ
(ଗ) ହରପ୍ପା ସଭ୍ୟତାର ଲୋକମାନେ ______ ଧାତୁର ବ୍ୟବହାର ଜାଣି ନଥିଲେ ।
(ତମ୍ବା, କଂସା, ଟିଣ, ଲୁହା)
Answer:
ଲୁହା
(ଘ) ହରପ୍ପା ସଭ୍ୟତାର ଲୋକମାନେ _____ ଚାଷ କରୁଥିଲେ ।
(ଧାନ, ବାଜରା, କପା, ଝୋଟ)
Answer:
କପା
୫। ‘କ’ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।
Answer:
୬ । ରେଖାଙ୍କିତ ପଦଗୁଡ଼ିକୁ ବଦଳାଇ ଭ୍ରମ ସଂଶୋଧନ କର ।
(କ) ହରପ୍ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଭାତ ଥିଲା ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଥିଲା ।
(ଖ) ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ଅମଳ କରିବା ପାଇଁ ରହିଥିଲା ।
Answer:
ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ସଂରକ୍ଷଣ କରିବା ପାଇଁ ରହିଥିଲା ।
(ଗ) ହରପ୍ପାରେ ଘରର ଉପର ମହଲାକୁ ଯିବାପାଇଁ ପଥରରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।
Answer:
ହରପ୍ପାରେ ଘରର ଉପର ମହଲାକୁ ଯିବାପାଇଁ କାଠରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।
(ଘ) ହରପ୍ପା ସଭ୍ୟତାର ଅଧିବାସୀମାନେ ବେପାର ବାଣିଜ୍ୟକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
Answer:
ହରପ୍ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।