BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Solutions Chapter 2 ରାଷ୍ଟ୍ର Textbook Exercise Questions and Answers.

BSE Odisha Class 6 Political Science Solutions Chapter 2 ରାଷ୍ଟ୍ର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ କୁହାଯାଏ କାହିଁକି ?
Answer:

  • ଆମ ସାମାଜିକ ଜୀବନରେ ରାଷ୍ଟ୍ରର ଭୂମିକା ଖୁବ୍ ବେଶୀ, କାରଣ ଏହା ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନ ।
  • ମନୁଷ୍ୟ ଜନ୍ମହେଲା ମାତ୍ରେ ନିଜକୁ ରାଷ୍ଟ୍ରର ସଭ୍ୟ ତାଲିକାରେ ସାମିଲ କରେ ।
  • ମନୁଷ୍ୟ ସୃଷ୍ଟିହେବା ସହିତ ରାଷ୍ଟ୍ରର ଆବଶ୍ୟକତା ଉପଲବ୍‌ଧ ହୋଇଛି ବୋଲି କୁହାଯାଏ ।
  • ତେଣୁ ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ ଓ କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ ।

(ଖ) ରାଷ୍ଟ୍ରକୁ ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ କହିବାର କାରଣ କ’ଣ ?
Answer:

  • ରାଷ୍ଟ୍ରଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଉପଯୁକ୍ତ ବିକାଶ ହୋଇଥାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ ହୋଇଥ‌ିବାରୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତି ନିୟମ ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରିଥାଏ ।
  • ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରୁଥିବାରୁ ଏହାକୁ ଅତ୍ୟାବଶ୍ୟକ ଅନୁଷ୍ଠାନ କୁହାଯାଏ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଗ) ରାଷ୍ଟ୍ର କେଉଁ କେଉଁ ଉପାଦାନକୁ ନେଇ ଗଠିତ ?
Answer:
ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ – ଏହି ଚାରିଟି ଉପାଦାନକୁ ନେଇ ରାଷ୍ଟ୍ର ଗଠିତ ।

(ଘ) ସାର୍ବଭୌମତ୍ୱ କହିଲେ କ’ଣ ବୁଝ ? ଏହାକୁ ରାଷ୍ଟ୍ର କେଉଁ କେଉଁ କ୍ଷେତ୍ରରେ ପ୍ରୟୋଗ କରେ ?
Answer:

  • ସାର୍ବଭୌମତ୍ୱ କହିଲେ ସର୍ବୋଚ୍ଚ କ୍ଷମତାକୁ ବୁଝାଏ ।
  • ସାର୍ବଭୌମତ୍ୱ ଦୁଇ ଭାଗରେ ବିଭକ୍ତ ଯଥା : ଆଭ୍ୟନ୍ତରୀଣ ସାର୍ବଭୌମତ୍ବ ଓ ବହିଃ ସାର୍ବଭୌମତ୍ୱ ।
  • ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର, ନାଗରିକ, ଗୋଷ୍ଠୀ ଓ ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି କରେ ।
  • ବହିଃ ସାର୍ବଭୌମତ୍ବ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।

(ଙ) ଶକ୍ତିଦ୍ୱାରା ରାଷ୍ଟ୍ର କିପରି ସୃଷ୍ଟି ହୋଇଛି ?
Answer:

  • ଅତୀତରେ କେତେକ ଦଳର ନେତା ବଳ ପ୍ରୟୋଗ କରି ଅନ୍ୟମାନଙ୍କୁ ଅକ୍ତିଆର କରିଥିଲେ ।
  • ଅତୀତରେ କେତେକ ଶକ୍ତିଶାଳୀ ରାଷ୍ଟ୍ର ଦୁର୍ବଳ ରାଷ୍ଟ୍ରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟରେ ମିଶାଇ ଦେଇଥିଲେ ।
  • ତେଣୁ ‘ଜୋର୍ ଯାହାର ମୂଲକ ତାହାର’ ନୀତିରେ ଯୁଦ୍ଧ ବା ଶକ୍ତିରୁ ରାଷ୍ଟ୍ର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।

(ଚ) ସାମାଜିକ ଚୁକ୍ତି କହିଲେ କ’ଣ ବୁଝ ? ଏହା କାହିଁକି କରାଯାଇଥିଲା ?
Answer:

  • ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି କରିଅଛି । ସେହି ମତକୁ ସାମାଜିକ ଚୁକ୍ତି ମତବାଦ କୁହାଯାଏ ।
  • ଅତୀତରେ ଯେତେବେଳେ କୌଣସି ସମାଜ ବା ରାଷ୍ଟ୍ର ନଥିଲା ସେତେବେଳେ ଆଦିମାନବ ସରଳ ଜୀବନଯାପନ କରୁଥିଲା ।
  • ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ସେମାନେ ‘ଜୋର୍ ଯାହାର ମୂଲକ ତାହାର’ ନୀତି ଅବଲମ୍ବନ କଲେ । ଯାହାର ଫଳସ୍ଵରୂପ ସେମାନେ ଅତି ଦୁଃଖରେ ଜୀବନଯାପନ କଲେ ।
  • କାଳକ୍ରମେ ଏହି ଦୁଃଖପୂର୍ଣ ଅବସ୍ଥାରୁ ମୁକ୍ତି ପାଇଁ, ଶାନ୍ତିରେ ଜୀବନଯାପନ କରିବା ଓ ଧନଜୀବନର ସୁରକ୍ଷା ପାଇଁ ସାମାଜିକ ଚୁକ୍ତି ସାହାଯ୍ୟରେ ରାଷ୍ଟ୍ର ସୃଷ୍ଟି କଲେ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଛ) ବ୍ୟକ୍ତିଗତ ସମ୍ପତ୍ତି ରାଷ୍ଟ୍ର ଗଠନ ପାଇଁ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ?
Answer:

  • ଯାଯାବର ଜୀବନ ତ୍ୟାଗ କରି ମଣିଷ ଏକ ସମୟରେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହେଲା ।
  • କ୍ରମେ ଜନସଂଖ୍ୟାର ବୃଦ୍ଧି ଫଳରେ ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା ପାଇଁ ରାଷ୍ଟ୍ରର ଆବଶ୍ୟକତା ମଣିଷ ଉପଲବ୍ଧ କଲା ।
  • ତେଣୁ ରାଷ୍ଟ୍ରର କ୍ରମବିକାଶ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

(ଜ) ରାଷ୍ଟ୍ରର କାର୍ଯ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ସେଗୁଡ଼ିକ କ’ଣ କ’ଣ ?
Answer:

  • ରାଷ୍ଟ୍ରର କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (କ) ବାଧ୍ୟତାମୂଳକ କାର୍ଯ୍ୟ ଓ (ଖ) ଇଚ୍ଛାଧୀନ କାର୍ଯ୍ୟ ।

୨। ରେଖାଙ୍କିତ ପଦକୁ ନ ବଦଳାଇ ବାକ୍ୟଟି ଭୁଲ ଥିଲେ ଠିକ୍ କରି ଲେଖ ।
(କ) ରାଷ୍ଟ୍ର ହେଉଛି ଏକ ବୃତ୍ତିଭିତ୍ତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବହୁଳ ଦେଶ ।
(ଗ) ସରକାର ଏକ ଧାର୍ମିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ପରିବାର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ହେଉଛି ଏକ ରାଜନୈତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବିରଳ ଦେଶ ।
(ଗ) ସରକାର ଏକ ରାଜନୈତିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ରାଷ୍ଟ୍ର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

୩। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ଥିଲେ ବାକ୍ୟଟିକୁ ସଂଶୋଧନ କର ।
(କ) ରାଷ୍ଟ୍ର ଗୋଟିଏ ଅସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ପ୍ରଥା ଦ୍ଵାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର କୃତ୍ରିମ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ୱାରା ବିଭିନ୍ନତା ଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ହେଉଛି ଏକ ଇଚ୍ଛାଧୀନ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ଗୋଟିଏ ସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ଆଇନଦ୍ୱାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ଅନୁମାନ ଓ କଳ୍ପନା ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର ପ୍ରାକୃତିକ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ଵାରା ଐକ୍ୟଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ହେଉଛି ଏକ ବାଧ୍ୟତାମୂଳକ କାର୍ଯ୍ୟ ।

Leave a Comment