BSE Odisha 6th Class Political Science Solutions Chapter 3 ସରକାର

Odisha State Board BSE Odisha 6th Class Political Science Solutions Chapter 3 ସରକାର Textbook Exercise Questions and Answers.

BSE Odisha Class 6 Political Science Solutions Chapter 3 ସରକାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ସରକାର କାହିଁକି ଗଠନ କରାଯାଇଛି ?
Answer:
ରାଷ୍ଟ୍ରର ଶାସନ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର ଗଠନ କରାଯାଇଛି ।

(ଖ) ସରକାରଙ୍କଦ୍ଵାରା କରାଯାଉଥ‌ିବା ବିଭିନ୍ନ ଜନହିତକର କାର୍ଯ୍ୟର ଉଦାହରଣ ଦିଅ ।
Answer:
ସରକାରଙ୍କଦ୍ଵାରା କରାଯାଉଥ‌ିବା ବିଭିନ୍ନ ଜନହିତକର କାର୍ଯ୍ୟ :

  • ସରକାର ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ଯୋଜନା; ଯଥା – ଗମନାଗମନ ପାଇଁ ରାସ୍ତା ତିଆରି ଓ ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ, ଲୋକମାନଙ୍କୁ ବ୍ୟବସାୟ ଓ କୃଷି ପାଇଁ ଋଣ ଯୋଗାଣ, ଚିକିତ୍ସା ପାଇଁ ଡାକ୍ତରଖାନା, ଶିକ୍ଷା ପାଇଁ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ନିର୍ମାଣ, ବାତ୍ୟା, ବନ୍ୟା, ମରୁଡ଼ି, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରିଥାଆନ୍ତି।
  • ଏଥୁ ସହିତ ଲୋକମାନଙ୍କର ବିଭିନ୍ନ ବିବାଦର ସମାଧାନ କୋଟ କଚେରୀ ମାଧ୍ୟମରେ କରାଇ ଲୋକମାନଙ୍କୁ ସୁଖ ଓ ଶାନ୍ତିରେ ରହିବା ପାଇଁ ବ୍ୟବସ୍ଥା କରିଥାଆନ୍ତି ।

BSE Odisha 6th Class Political Science Solutions Chapter 3 ସରକାର

(ଗ) ସଂସଦୀୟ ସରକାରର ଲକ୍ଷଣଗୁଡ଼ିକ ଲେଖ ।
Answer:
ସଂସଦୀୟ ସରକାରର ଲକ୍ଷଣ:

  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିଥାଆନ୍ତି ।
  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ଆଳଙ୍କାରିକ ମୁଖ୍ୟ ହିସାବରେ ଥାଆନ୍ତି ।
  • ସଂସଦୀୟ ବ୍ୟବସ୍ଥାରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ଏକ ଅଂଶ ।
  • କାର୍ଯ୍ୟପାଳିକା ବ୍ୟବସ୍ଥାପିକା ପାଖରେ ଉତ୍ତରଦାୟୀ ରହିଥାଆନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥାଆନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପାଖରେ ଦାୟୀ ରହିଥାଆନ୍ତି ।

(ଘ) ରାଷ୍ଟ୍ରପତୀୟ ସରକାର ଓ ଐକିକ ସରକାର ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।
Answer:
ରାଷ୍ଟ୍ରପତୀୟ ସରକାର ଓ ଐକିକ ସରକାର ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।

(ଙ) ଗଣତାନ୍ତ୍ରିକ ସରକାର ଲୋକମାନଙ୍କର ସରକାର କିପରି ଦର୍ଶାଅ ।
Answer:

  • ଗଣତାନ୍ତ୍ରିକ ସରକାରର ଶାସନ ହେଉଛି ଲୋକମାନଙ୍କର ଶାସନ ।
  • ଏହି ଶାସନ ବ୍ୟବସ୍ଥାରେ ସାବାଳକ ନାଗରିକ ସ୍ବାଧୀନ ଭାବରେ ଭୋଟଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଲୋକପ୍ରତିନିଧ୍ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧ‌ିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଏହି ଲୋକପ୍ରତିନିଧିମାନେ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀର ହ ନ୍ତି ।
  • ଗଣତାନ୍ତ୍ରିକ ସରକାରର ଶାସନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ସୁବିଧା ସୁଯୋଗ ଓ ଅଧିକାର ଲାଭ କରନ୍ତି । ପୁଣି ସରକାର ଠିକ୍ ଭାବେ ଶାସନ ନକଲେ ଲୋକମାନେ ସରକାରଙ୍କୁ ବଦଳାଇ ଦେଇପାରନ୍ତି । ଏଣୁ ଏହି ସରକାର ଯଥାର୍ଥରେ ହିଁ ଲୋକମାନଙ୍କ ସରକାର ଅଟେ ।

BSE Odisha 6th Class Political Science Solutions Chapter 3 ସରକାର

(ଚ) ରାଷ୍ଟ୍ରସଂଘୀୟ ସରକାର ଓ ରାଜତନ୍ତ୍ର ମଧ୍ୟରୁ ତୁମକୁ କେଉଁଟି ଅଧିକ ଭଲ ଲାଗୁଛି ଓ କାହିଁକି ?
Answer:

  • ରାଷ୍ଟ୍ରସଂଘୀୟ ସରକାର ଓ ରାଜତନ୍ତ୍ର ମଧ୍ୟରୁ ମୋତେ ରାଷ୍ଟ୍ରସଂଘୀୟ ସରକାର ଅଧିକ ଭଲ ଲାଗୁଛି ।
  • କାରଣ ରାଷ୍ଟ୍ରସଂଘୀୟ ସରକାରରେ ରାଷ୍ଟ୍ର ସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ରହିଥାଏ ।
  • ଦୁଇ ସ୍ତରର ସରକାରମାନେ ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରି ଶାସନ କାର୍ଯ୍ୟ କରନ୍ତି ।
  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କରାଯାଇଥାଏ ।
  • ମାତ୍ର ରାଜତାନ୍ତ୍ରିକ ସରକାରରେ ରାଜା ରାଷ୍ଟ୍ରର ସର୍ବୋଚ୍ଚ କର୍ତ୍ତା । ତାଙ୍କ ପାଖରେ ସମସ୍ତ କ୍ଷମତା ଠୁଳ ହୋଇଥାଏ ।
  • ରାଷ୍ଟ୍ରର ସମସ୍ତ ଆଇନ ମାନିବାକୁ ରାଜା ବାଧ୍ୟ ନୁହଁନ୍ତି ଏବଂ ତାଙ୍କ ନିଷ୍ପତ୍ତି ମାନିବାକୁ ସମସ୍ତେ ବାଧ୍ୟ ହୋଇଥା’ନ୍ତି । ସେ ନିଜେ ଆଇନ ତିଆରି କରି ତାହାକୁ କାର୍ଯ୍ୟକାରୀ କରନ୍ତି ଓ ତାଙ୍କ ହାତରେ ସମସ୍ତ କ୍ଷମତା ଠୁଳ ହୋଇଥିବାରୁ ସେ ସ୍ଵେଚ୍ଛାଚାରୀ ହୋଇଥା’ନ୍ତି ।

୨। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

(କ) ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ କିଏ ପ୍ରଣୟନ କରିଥାଏ ?
Answer:
ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ ସରକାର ପ୍ରଣୟନ କରିଥାଏ ।

(ଖ) ଐକିକ ସରକାରରେ କାହା ଉପରେ କ୍ଷମତା ନ୍ୟସ୍ତ କରାଯାଇଥାଏ ?
Answer:
ଐକିକ ସରକାରରେ ଗୋଟିଏ ସରକାର ବା କେନ୍ଦ୍ର ସରକାର ଉପରେ କ୍ଷମତା ନ୍ୟସ୍ତ କରାଯାଇଥାଏ ।

BSE Odisha 6th Class Political Science Solutions Chapter 3 ସରକାର

(ଗ) ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ କିଏ ?
Answer:
ରାଷ୍ଟ୍ରପତି ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।

(ଘ) ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇପ୍ରକାର ସରକାରର ନାମ ଲେଖ ।
Answer:
ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇ ପ୍ରକାର ସରକାର ହେଲେ –
(୧) ରାଷ୍ଟ୍ର ସ୍ତରରେ ଗଠିତ କେନ୍ଦ୍ର ସରକାର ।
(୨) ରାଜ୍ୟ ସ୍ତରରେ ଗଠିତ ରାଜ୍ୟ ସରକାରସମୂହ ।

(ଙ) ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ କାହାଦ୍ଵାରା କରାଯାଏ ?
Answer:
ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧୂମାନଙ୍କଦ୍ୱାରା ଗଠିତ ସରକାରଙ୍କଦ୍ବାରା କରାଯାଏ ।

୩ । ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ପରିବାର ହେଉଛି ଏକ ସରକାରୀ ଅନୁଷ୍ଠାନ ।
(ଖ) ସଂସଦୀୟ ସରକାରରେ କାର୍ଯ୍ୟପାଳିକା ନ୍ୟାୟପାଳିକାର ଏକ ଅଂଶ ।
(ଗ) ରାଷ୍ଟ୍ରପତୀୟ ସରକାରରେ ସଚିବମାନଙ୍କୁ ବ୍ୟବସ୍ଥାପିକା ନିଯୁକ୍ତ କରେ ।
(ଘ) ଯୁକ୍ତରାଜ୍ୟରେ ରାଷ୍ଟ୍ରପତୀୟ ସରକାର ଅଛି ।
(ଙ) ଐକିକ ସରକାରରେ ସମସ୍ତ କ୍ଷମତା ଆଞ୍ଚଳିକ ସରକାର ଉପରେ ନ୍ୟସ୍ତ ଥାଏ ।
(ଚ) ରାଷ୍ଟ୍ରସଂଘୀୟ ସରକାରରେ ତିନି ପ୍ରକାର ସରକାର ଥାଏ ।
(ଛ) ଭାରତରେ ଭୋଟଦେବା ପାଇଁ ଜଣକୁ ଅତିକମ୍‌ରେ କୋଡ଼ିଏ ବର୍ଷ ବୟସ ହୋଇଥିବା ଦରକାର ।
Answer:
(କ) ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ହେଉଛି ଏକ ସରକାରୀ ଅନୁଷ୍ଠାନ ।
(ଖ) ସଂସଦୀୟ ସରକାରରେ ବ୍ୟବସ୍ଥାପିକାର କାର୍ଯ୍ୟପାଳିକା ଏକ ଅଂଶ ।
(ଗ) ରାଷ୍ଟ୍ରପତୀୟ ସରକାରରେ ସଚିବମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।
(ଘ) ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତୀୟ ସରକାର ଅଛି ।
(ଙ) ଐକିକ ସରକାରରେ ସମସ୍ତ କ୍ଷମତା କେନ୍ଦ୍ର ସରକାର ଉପରେ ନ୍ୟସ୍ତ ଥାଏ ।
(ଚ) ରାଷ୍ଟ୍ରସଂଘୀୟ ସରକାରରେ ଦୁଇ ପ୍ରକାର ସରକାର ଥାଏ ।
(ଛ) ଭାରତରେ ଭୋଟଦେବା ପାଇଁ ଜଣକୁ ଅତିକମ୍‌ରେ ଅଠର ବର୍ଷ ବୟସ ହୋଇଥିବା ଦରକାର ।

BSE Odisha 6th Class Political Science Solutions Chapter 3 ସରକାର

୪। ପ୍ରତି ପ୍ରଶ୍ନ ପାଇଁ ଥ‌ିବା ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ରାଷ୍ଟ୍ର ଶାସନ ପାଇଁ କ’ଣ ଗଠନ କରାଯାଇଥାଏ ?
(୧) ପରିବାର
(୨) ସମାଜ
(୩) ସଂଘ
(୪) ସରକାର
Answer:
(୪) ସରକାର

(ଖ) ଆଧୁନିକ ଯୁଗରେ ସବୁଠାରୁ କେଉଁ ଶାସନ ଲୋକପ୍ରିୟ ?
(୧) ଗଣତନ୍ତ୍ର
(୨) ଐକିକ
(୩) ରାଜତନ୍ତ୍ର
(୪) ରାଷ୍ଟ୍ରପତୀୟ
Answer:
(୧) ଗଣତନ୍ତ୍ର

(ଗ) ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରର ଶାସନମୁଖ୍ୟ କିଏ ?
(୧) ବ୍ୟବସ୍ଥାପିକା
(୨) ରାଷ୍ଟ୍ରପତି
(୩) କାର୍ଯ୍ୟପାଳିକା
(୪) ସଚିବ
Answer:
(୨) ରାଷ୍ଟ୍ରପତି

BSE Odisha 6th Class Political Science Solutions Chapter 3 ସରକାର

(ଘ) ସବୁଠାରୁ ପ୍ରାଚୀନ ଶାସନ ବ୍ୟବସ୍ଥା କେଉଁଟି ?
(୧) ଗଣତନ୍ତ୍ର
(୨) ରାଜତନ୍ତ୍ର
(୩) ସାଧାରଣତନ୍ତ୍ର
(୪) ଲୋକତନ୍ତ୍ର
Answer:
(୨) ରାଜତନ୍ତ୍ର

୫। ଠିକ୍ ଉକ୍ତି ପାଖରେ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଖରେ (x) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(କ) ସରକାର ନଥିଲେ ଆଇନ ଶୃଙ୍ଖଳା ବ୍ୟାହତ ହୁଏ ।
Answer:

(ଖ) ସଂସଦୀୟ ସରକାରରେ କାର୍ଯ୍ୟପାଳିକା ରାଷ୍ଟ୍ରପତିଙ୍କ ପାଖରେ ଉତ୍ତରଦାୟୀ ।
Answer:
x

(ଗ) ଶ୍ରୀଲଙ୍କାରେ ଐକକ ସରକାର ଅଛି ।
Answer:
x

(ଘ) ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
x

BSE Odisha 6th Class Political Science Solutions Chapter 3 ସରକାର

(ଙ) ଗଣତନ୍ତ୍ର ଶାସନ ହେଉଛି ଲୋକମାନଙ୍କର ଶାସନ ।
Answer:

Leave a Comment