BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ Textbook Exercise Questions and Answers.

BSE Odisha Class 6 History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୧। ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ବେଦର ଅନ୍ୟ ନାମ କ’ଣ ?
Answer:
ବେଦର ଅନ୍ୟ ନାମ ଶ୍ରୁତି ।

(ଖ) ଚାରୋଟି ବେଦର ନାମ ଲେଖ ।
Answer:
ଚାରୋଟି ବେଦର ନାମ ହେଲା — ଋକ୍‌ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ ।

(ଗ) କେଉଁ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି ?
Answer:
ଅଥର୍ବ ବେଦରେ ଗୁଣି ଗାରେଡ଼ି ଆଦି ରହିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ଜନ ଓ ବିଶ୍ବର ଅର୍ଥ କ’ଣ ?
Answer:
(୧) ଆର୍ଯ୍ୟମାନଙ୍କର ଦଳରେ ଥିବା ସମସ୍ତ ଲୋକଙ୍କୁ ଜନ କୁହାଯାଉଥିଲା ।
(୨) ଦଳର କେତେକ ସଙ୍ଗଠନକୁ ବିଶ୍ କୁହାଯାଉଥିଲା ।

(ଙ) ଯଜ୍ଞାନୁଷ୍ଠାନରେ କେଉଁ ପଦାର୍ଥ ବ୍ୟବହାର କରାଯାଉଥିଲା ?
Answer:
ଯଜ୍ଞାନୁଷ୍ଠାନରେ ଘିଅ, ଦୁଧ ଆଦି ପଦାର୍ଥ ବ୍ୟବହୃତ ହେଉଥିଲା ।

(ଚ) ଋକ୍‌ବେଦର ମନ୍ତ୍ରଗୁଡ଼ିକ କେଉଁ ଅଞ୍ଚଳରେ ରଚନା କରାଯାଇଥିଲା ?
Answer:
ଋକ୍‌ବେଦର ମନ୍ତ୍ରଗୁଡ଼ିକ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା ।

(ଛ) ପରବର୍ତୀ ବୈଦିକ ଯୁଗର ସମୟ ଲେଖ ।
Answer:
ପରବର୍ତୀ ବୈଦିକ ଯୁଗର ସମୟ ଆନୁମାନିକ ଖ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ମଧ୍ୟରେ ଥିଲା ।

(ଜ) ଇନାମ୍‌ଗାଓଁଠାରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି ?
Answer:
ଇନାମ୍‌ଗାଓଁଠାରେ ବୈଦିକ ଯୁଗର ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତା’ ଆବିଷ୍କାର କରାଯାଇଛି ।

(ଝ) କୃଷ୍ଣ ଆୟସର ଅର୍ଥ କ’ଣ ?
Answer:
କୃଷ୍ଣ ଆୟସର ଅର୍ଥ ଲୁହା ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୨ । ସଂକ୍ଷେପରେ ଉତ୍ତର ଦିଅ ।

(କ) ଚାରିଗୋଟି ବେଦରେ କ’ଣ ସବୁ ଲେଖାଯାଇଛି ଲେଖ ।
Answer:

  • ଋକ୍‌ବେଦରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।
  • ସାମବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।
  • ଯଜୁର୍ବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।
  • ଅଥର୍ବବେଦରେ ଭୂତପ୍ରେତ ଦୂର କରିବା ପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି । ସମ୍ବନ୍ଧରେ ଲେଖ ।

(ଖ) ଋକ୍‌ବେଦୀୟ ସଭ୍ୟତାର ଶାସନ ବ୍ୟବସ୍ଥା
Answer:

  • ଋକ୍‌ବେଦୀୟ ସଭ୍ୟତାରେ ଦଳରେ ଥିବା ସମସ୍ତ ଲୋକଙ୍କୁ ‘ଜନ’ କୁହାଯାଉଥିଲା । ଦଳର କେତେକ ସଙ୍ଗଠନକୁ ‘ବିଶ୍’ କୁହାଯାଉଥିଲା ।
  • ଦଳର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ‘ରାଜନ୍’ କୁହାଯାଉଥିଲା । ସେ ସମୟର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ରାଜତନ୍ତ୍ର ଏବଂ ରାଜା ଖୁବ୍ କ୍ଷମତାଶାଳୀ ଥିଲେ ।
  • କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା ।
  • ପରିବାରର ମୁଖ୍ୟଙ୍କୁ ‘କୁଳପ’ ଓ ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମଣୀ’ କୁହାଯାଉଥିଲା ।

(ଗ) ବୈଦିକ ଯୁଗର ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:

  • ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚରେ ଥିଲା ।
  • ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ, ଯାଗଯଜ୍ଞରେ ଯୋଗ ଦେଉଥିଲେ ।
  • ଲୋପାମୁଦ୍ରା, ଘୋଷ ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ବୈଦିକ ସଭ୍ୟତାର ଧର୍ମ ବିଷୟରେ ଲେଖ ।
Answer:

  1. ବୈଦିକ ସଭ୍ୟତାର ଲୋକମାନେ ପ୍ରକୃତିର ବିଭିନ୍ନ ଶକ୍ତିକୁ ପୂଜା କରୁଥିଲେ
  2. ପ୍ରକୃତିର ଦୃଶ୍ୟାବଳୀ ପଛରେ ଯେ ଦେବତାମାନଙ୍କର ସତ୍ତା ଅଛି, ଏ ପ୍ରକାର ଧାରଣା ଓ ବିଶ୍ୱାସ ସେମାନଙ୍କର ଥିଲା ।
  3. ସେମାନେ ଉଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥୁଲେ
  4. ପୃଥ‌ିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ ।
  5. ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଓ ସେଥ‌ିପାଇଁ ଅଗ୍ନିରେ ଘିଅ, ଦୁଧ ଆଦି ଦ୍ରବ୍ୟ ସମର୍ପଣ କରୁଥିଲେ ।

(ଙ) ଇନାମ୍‌ଗାଓଁରୁ ମିଳିଥିବା ମାଟିରେ ତିଆରି ମୂର୍ତ୍ତିମାନଙ୍କ ସମ୍ବନ୍ଧରେ ଲେଖ ।
Answer:

  • ଇନାମ୍‌ଗାଓଁରୁ ମାଟିର ମୂର୍ଭିସବୁ ଆବିଷ୍କାର କରାଯାଇଛି ।
  • ପୋଡ଼ାଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତିସବୁ ସେଠାରୁ ମିଳିଛି ।
  • ସେଗୁଡ଼ିକୁ ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  • ବୃଷଭ ଚିତ୍ରଥିବା ମାଟି ପାତ୍ରର ସନ୍ଧାନ ମିଳିଛି ।

(ଚ) ଇନାମ୍‌ଗାଓଁରୁ କେଉଁ କେଉଁ ପ୍ରାଣୀମାନଙ୍କର ଅସ୍ଥି ମିଳିଛି ?
Answer:

  • ଇନାମ୍‌ଗାଓଁରୁ ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଗଧ, ଘୁଷୁରି, ହରିଣ, ଗୁଣ୍ଡିଚିମୂଷା ପ୍ରଭୃତି ପ୍ରାଣୀମାନଙ୍କର ଅସ୍ଥି ମିଳିଛି ।
  • ସେଠାରେ କୁମ୍ଭୀର, କଇଁଚ, କଙ୍କଡ଼ା ଓ ମାଛ ଆଦି ଅସ୍ଥିର ସନ୍ଧାନ ମିଳିଛି ।
  • ଏତଦ୍‌ବ୍ୟତୀତ ସେଠାରେ ଥ‌ିବା କେତେକ ସମାଧୁରୁ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଛ) ଲୌହଯୁଗ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ପ୍ରାୟ ଖ୍ରୀ.ପୂ. ୧୮୦୦ରୁ ୧୨୦୦ ମସିହା ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ହିଟାଇଟ୍ ନାମକ ଲୋକମାନେ ଲୁହାପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ଜାଣିପାରିଥିଲେ । କାଳକ୍ରମେ ଏହି କୌଶଳ ପାରସ୍ୟର ଲୋକମାନେ ଜାଣିଲେ ।
  • ଯେଉଁ ଆର୍ଯ୍ୟଦଳ ପାରସ୍ୟରୁ ହିନ୍ଦୁକୁଶ ପାରହୋଇ ଭାରତକୁ ପ୍ରବେଶ କରିଥିଲେ, ସେମାନେ ବୋଧହୁଏ ଲୁହାର ବ୍ୟବହାର ଜାଣିଥିଲେ । ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳ, ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହା ବ୍ୟବହାର ହେଉଥ‌ିବାର ପ୍ରମାଣ ମିଳିଛି ।
  • ପରବର୍ତୀ ବୈଦିକ ଯୁଗରେ ଗଙ୍ଗାନଦୀର ଅବବାହିକା ଅଞ୍ଚଳରେ ଲୁହାର ବ୍ୟବହାର ପ୍ରସାର ଲାଭ କରିଥିଲା । ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବା ପାଇଁ ସମ୍ଭବତଃ ଲୁହାର କୁରାଢ଼ି ବ୍ୟବହାର ହେଉଥିଲା । ପରବର୍ତ୍ତୀ ବେଦରେ ଶ୍ୟାମ ବା କୃଷ୍ଣ ଆୟସ (ଲୁହା)ର ଉଲ୍ଲେଖ ରହିଛି ।
  • ଲୁହାର ଅସ୍ତ୍ରଶସ୍ତ୍ରଦ୍ଵାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କରିଥିଲେ ଏବଂ କୁରାଢ଼ିଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରି ଅଧିକ ଶସ୍ୟ ଉତ୍ପାଦନ କରି ପାରିଥିଲେ ।

୩ । ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦ ସହ ଗାର ଟାଣି ଯୋଡ଼ ।

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5
Answer:

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.1

Leave a Comment