BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ Textbook Exercise Questions and Answers.

BSE Odisha Class 6 Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ସ୍ୱାୟତ୍ତ ଶାସନ କହିଲେ କ’ଣ ବୁଝ ? ଏହା କାହିଁକି କରାଯାଇଛି ?
Answer:

  • ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ ।
  • ଆମ ଦେଶରେ ପ୍ରାୟ ଛଅ ଲକ୍ଷ ଗ୍ରାମ ଓ ଅନେକଗୁଡ଼ିଏ ସହର ଅଛି ।
  • ଏଗୁଡ଼ିକୁ କେନ୍ଦ୍ର ବା ରାଜ୍ୟ ସରକାର ବହୁ ଦୂରରେ ରହି ପ୍ରତ୍ୟକ୍ଷ ଭାବେ ଶାସନ କରିବା ସମ୍ଭବ ନୁହେଁ । ଏଣୁ ଆମ ଦେଶର ଗ୍ରାମ ବା ସହରରେ ବାସ କରୁଥିବା ଲୋକେ ନିଜର ଉନ୍ନତି ହେବାର ଦାୟିତ୍ଵ ନିଜେ ବହନ କଲେ ଏହି ଅଞ୍ଚଳର ବହୁବିଧ ଉନ୍ନତି ହୋଇପାରିବ । ଏଣୁ ସ୍ୱାୟତ୍ତ ଶାସନର ବ୍ୟବସ୍ଥା କରାଯାଇଛି ।

(ଖ) ମେହେଟ୍ଟା କମିଟି ସରକାରଙ୍କୁ କ’ଣ ସୁପାରିସ କରିଥିଲେ ?
Answer:

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନି ସ୍ତର ବିଶିଷ୍ଟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସରକାରଙ୍କୁ ସୁପାରିସ କରିଥିଲେ ।
  • ଏହି ସୁପାରିସ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ୍ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ବାଧୀନ ଭାବେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଗ) ପଞ୍ଚାୟତିରାଜ ବ୍ୟବସ୍ଥା କାହାକୁ କହନ୍ତି ?
Answer:

  • ବଳବନ୍ତ ରାୟ ମେହେଟ୍ଟା କମିଟି ସୁପାରିସ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମ ପଞ୍ଚାୟତ, ବ୍ଲକ୍‌ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ବାଧୀନ ଭାବରେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।
  • ଆମ ଦେଶରେ ଏହି ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।

(ଘ) ଗ୍ରାମ ପଞ୍ଚାୟତ ଗଠନ କିପରି ହୁଏ ଲେଖ ।
Answer:

  • ଦୁଇ ହଜାରରୁ ଦଶହଜାର ଲୋକସଂଖ୍ୟା ବିଶିଷ୍ଟ ଏକ ବା ପାଖାପାଖ୍ ଏକାଧ୍ଵ ଗ୍ରାମକୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ ।
  • ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡରେ ବିଭକ୍ତ କରାଯାଇଥାଏ । ଏହି ୱାର୍ଡମାନଙ୍କରେ ବାସକରୁଥିବା ସାବାଳକ ଲୋକ ଭୋଟଦେଇ ସେମାନଙ୍କ ୱାର୍ଡରୁ ଜଣେ ପ୍ରତିନିଧ୍ (ୱାର୍ଡ଼ମେମ୍ବର)
  • ପଞ୍ଚାୟତର ସାବାଳକ ଭୋଟରମାନଙ୍କର ସଂଖ୍ୟାଧ୍ଵ ଭୋଟରେ ସରପଞ୍ଚ ନିର୍ବାଚିତ ହୁଅନ୍ତି । ସେ ଗ୍ରାମପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ସମସ୍ତ ୱାର୍ଡମେମ୍ବର ଓ ସରପଞ୍ଚଙ୍କୁ ନେଇ ଗ୍ରାମପଞ୍ଚାୟତର ସଭା ବସେ ଓ ସେହି ସଭାରେ ୱାର୍ଡମେମ୍ବରମାନଙ୍କ ମଧ୍ୟରୁ ଜଣକୁ ନାଏବ ସରପଞ୍ଚ ଭାବେ ନିର୍ବାଚନ କରାଯାଏ ।
  • ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଢ଼ାହୁଏ ।

(ଙ) ଗ୍ରାମସଭା କିପରି ଗଠିତ ହୁଏ ?
Answer:

  • ଗ୍ରାମପଞ୍ଚାୟତ ଅନ୍ତର୍ଭୂକ୍ତ ସମସ୍ତ ସାବାଳକ ଭୋଟର, ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଗ୍ରାମସଭା ଗଠିତ ହୁଏ ।
  • ଏହି ସଭାରେ ସରପଞ୍ଚ ଅଧ୍ୟକ୍ଷତା କରନ୍ତି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଚ) ପଞ୍ଚାୟତ ସମିତି ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:

  • ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚାୟତ ସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇଥା’ନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ ।
  • ଏହି ସଭ୍ୟମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ/ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ର ହି ଥାଆନ୍ତି ।
  • ଏହି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଭାବେ ନିର୍ବାଚିତ କରିଥା’ନ୍ତି ।

ଛ) ଜିଲ୍ଲା ପରିଷଦ କିପରି ଗଠିତ ହୁଏ ?
Answer:

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲା ପରିଷଦ ଜୋନ୍‌ରେ ବିଭକ୍ତ କରାଯାଇଥାଏ ।
  • ପ୍ରତ୍ୟେକ ଜୋନ୍‌ରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜଣେ ଜଣେ ସଭ୍ୟ ନିର୍ବାଚିତ ହୁଅନ୍ତି । ତାଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ । ନିର୍ବାଚିତ କରିଥା’ନ୍ତି ।
  • ଏହି ଜିଲ୍ଲା ପରିଷଦ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ ଅଧକ୍ଷ ଓ ଆଉଜଣଙ୍କୁ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
  • ପଞ୍ଚାୟତ ସମିତି ପରି ଜିଲ୍ଲା ପରିଷଦକୁ ଆଦିବାସୀ, ହରିଜନ ଓ ମହିଳା ସଭ୍ୟ ନିର୍ବାଚିତ
  • ଏହିସବୁ ସଭ୍ୟମାନଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୁଏ ।

(ଜ) ଜିଲ୍ଲା ପରିଷଦ କି କି କାର୍ଯ୍ୟ କରିଥା’ନ୍ତି ?
Answer:

  • ଜିଲ୍ଲା ପରିଷଦ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତି ।
  • ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରନ୍ତି ।
  • ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ଜନମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରନ୍ତି ।
  • କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍‌କରଣ, କ୍ଷୁଦ୍ର ଜଳସେଚନ ଯୋଜନା, ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନିଅନ୍ତି ।

(ଝ) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ କେଉଁଗୁଡ଼ିକ ଅନ୍ତର୍ଭୂକ୍ତ ?
Answer:
ମହାନଗର ନିଗମ, ପୌରପାଳିକା (ମ୍ୟୁନିସିପାଲିଟି), ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି.) ଆଦି ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସହରାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଞ) ମହାନଗର ନିଗମ କିପରି ଗଠନ କରାଯାଇଛି ?
Answer:

  • ନଗରକୁ ବିଭିନ୍ନ ୱାର୍ଡରେ ଭାଗ କରାଯାଇ ଜଣେ ଲେଖାଏଁ ପ୍ରତିନିଧ ପ୍ରତ୍ୟେକ ୱାର୍ଡରୁ ନିଗମ ପରିଷଦକୁ ସାବାଳକ ଭୋଟ ପ୍ରଥା ଜରିଆରେ ନିର୍ବାଚିତ ହୁଅନ୍ତି ।
  • ଏମାନଙ୍କୁ କର୍‌ପୋରେଟର୍‌ କୁହାଯାଏ ।
  • ଏହି କର୍‌ପୋରେଟରମାନଙ୍କ ମଧ୍ୟରୁ କେତେକ ସଭ୍ୟପଦ ଆଦିବାସୀ, ମହିଳା, ହରିଜନମାନଙ୍କ ପାଇଁ ସଂରକ୍ଷିତ ହେବା ବ୍ୟବସ୍ଥା ଅଛି ।
  • ନିଗମର ପ୍ରତିନିଧୁମାନେ ସେମାନଙ୍କ ମଧ୍ୟରୁ ଜଣକୁ ମେୟର ଓ ଆଉ ଜଣକୁ ଡେପୁଟି ମେୟର ଭାବରେ ନିର୍ବାଚିତ କରନ୍ତି ।
  • ମେୟର ନିଗମର ମୁଖ୍ୟ ଅଟନ୍ତି ଓ ସେ ନିଗମ ପରିଷଦରେ ଅଧ୍ୟକ୍ଷତା କରନ୍ତି ।
  • ମେୟର, ଡେପୁଟି ମେୟର ଓ କର୍‌ପୋରେଟର୍‌ମାନଙ୍କୁ ନେଇ ମହାନଗର ନିଗମ ଗଠିତ ହୋଇଥାଏ ।

(ଟ) ମହାନଗର ନିଗମର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ କ’ଣ ?
Answer:
ମହାନଗର ନିଗମର ବାଧ୍ୟତାମୂଳକ କାର୍ଯ୍ୟ :

  • ପାଣି ଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ କରିବା ।
  • ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତ୍‌କରଣ ।
  • ଜନସ୍ଵାସ୍ଥ୍ୟର ବିକାଶ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ, ସଂକ୍ରାମକ ରୋଗ ନିୟନ୍ତ୍ରଣ ।
  • ରାସ୍ତାଘାଟ ଓ ପୋଲ ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ ।
  • ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ
  • ଡାକ୍ତରଖାନା, ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ ଓ ରକ୍ଷଣାବେକ୍ଷଣ, ଟୀକାଦାନ ।

(୦) ପୌରପାଳିକା କେଉଁ କେଉଁ ସୂତ୍ରରୁ ଆୟ କରିଥା’ନ୍ତି ?
Answer:
ପୌରପାଳିକା ଖର୍ଚ୍ଚ ପାଇଁ ଆବଶ୍ୟକ ହେଉଥ‌ିବା ଅର୍ଥ ଦୁଇଟି ସୂତ୍ରକୁ ଆୟ କରିଥାଏ; ଯଥା – ନିଜସ୍ୱ ଆୟ ଓ ସରକାରୀ ଅନୁଦାନ ।
ନିଜସ୍ୱ ଆୟ :

  • ପୌରପାଳିକା ଅନ୍ତର୍ଗତ ଜମି,ଘର, କୋଠାବାଡ଼ି ଇତ୍ୟାଦି ଉପରେ ଧାର୍ଯ୍ୟ ହୋଇଥିବା କର ।
  • ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ ଓ ପ୍ରମୋଦକରରୁ ଆଦାୟ ହେଉଥ‌ିବା ଅର୍ଥ ।
  • ଯାନବାହନ; ଯଥା— ସାଇକେଲ, ରିକ୍‌ସା, ଶଗଡ଼ଗାଡି, ଟ୍ରଲିଗାଡି ଇତ୍ୟାଦି ଉପରେ ଧାର୍ଯ୍ୟ ଟିକସ ଆଦାୟ ।

ସରକାରୀ ଅନୁଦାନ :
ସରକାର ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ଅନୁଦାନ ଓ ଋଣ ଯୋଗାଇଥାଆନ୍ତି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ/ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆମ ଦେଶ ଶାସନର ମୁଖ୍ୟ କାର୍ଯ୍ୟାଳୟ ____________ ଠାରେ ଅଛି । (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକତା )
Answer:
ଦିଲ୍ଲୀ

(ଖ) ବଳବନ୍ତରାୟ ମେହେଟ୍ଟା କମିଟି _________________ ମସିହାରେ ତିନି ସ୍ତର ବିଶିଷ୍ଟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସୁପାରିସ କରିଥିଲେ । (୧୯୫୭, ୧୯୫୮, ୧୯୫୯, ୧୯୬୦)
Answer:
୧୯୫୮

(ଗ) `ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ______________ ବର୍ଷ । (୩, ୪, ୫, ୬)
Answer:

(ଘ) ଗ୍ରାମସଭା ____________ ଙ୍କ ସଭାପତିତ୍ବରେ ବସିଥାଏ । (ୱାର୍ଡମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ସମିତି ସଭ୍ୟ) ଙ୍କୁ ନିଯୁକ୍ତି ଦେଇଥା’ନ୍ତି ।
Answer:
ସରପଞ୍ଚ

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଙ) ବ୍ଲକ୍‌ର ଦୈନନ୍ଦିନ କାର୍ଯ୍ୟ ବୁଝିବା ପାଇଁ ସରକାର ______________ ଙ୍କୁ ନିଯୁକ୍ତି ଦେଇଥା’ନ୍ତି । (ଗ୍ରାମସେବକ, ବି.ଡ଼ି.ଓ., କୃଷି ଉନ୍ନୟନ ଅଧିକାରୀ, ନିର୍ମାଣ ଯନ୍ତ୍ରୀ)
Answer:
ବି.ଡ଼ି.ଓ.

(ଚ) ଜିଲ୍ଲା ପରିଷଦର କାର୍ଯ୍ୟକାଳ ________________ ବର୍ଷ ଅଟେ | (୪, ୫, ୬, ୭)
Answer:

(ଛ) ଦଶ ଲକ୍ଷରୁ ଅଧ‌ିକ ଲୋକସଂଖ୍ୟା ଥିବା ସହରରେ ______________ ପ୍ରତିଷ୍ଠା କରାଯାଏ । (ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ମହାନଗର ନିଗମ, ପୌର ପରିଷଦ)
Answer:
ମହାନଗର ନିଗମ

(ଜ) ପୌରପାଳିକାର ସଭ୍ୟଙ୍କୁ ________________ କୁହାଯାଏ ।(ସମିତି ସଭ୍ୟ, କାଉନ୍‌ସିଲ୍‌ର, ୱାର୍ଡମେମ୍ବର, ସରପଞ୍ଚ)
Answer:
କାଉନ୍‌ସିଲ୍‌ର

୩। ତଳେ ଦିଆଯାଇଥ‌ିବା ଉତ୍ତରଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ତା’ ପାଖରେ (✓) ଚିହ୍ନ ଦିଅ ।

(କ) ଗ୍ରାମପଞ୍ଚାୟତ ଗଠନ ପାଇଁ ଲୋକସଂଖ୍ୟା କେତେ ହେବା ଦରକାର ?
(୧) ୨,୦୦୦ ରୁ ୧୦,୦୦୦
(୨) ୩,୦୦୦ ରୁ ୬,୦୦୦
(୩) ୪,୦୦୦ ରୁ ୫,୦୦୦
(୪) ୫,୦୦୦ ରୁ ୬,୦୦୦
Answer:
(୨) ୩,୦୦୦ ରୁ ୬,୦୦୦

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଖ) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ରହିଛି :
(୧) ଗ୍ରାମପଞ୍ଚାୟତ
(୨) ପଞ୍ଚାୟତ ସମିତି
(୩) ଜିଲ୍ଲା ପରିଷଦ
(୪) ମହାନଗର ନିଗମ
Answer:
(୪) ମହାନଗର ନିଗମ

(ଗ) ଗ୍ରାମପଞ୍ଚାୟତର ଗୋଟିଏ ବାଧ୍ୟତାମୂଳକ କାର୍ଯ୍ୟ ହେଉଛି :
(୧) କୂଅ ଖୋଳିବା
(୨) ମାଛ ଚାଷ
(୩) ସମବାୟ ସମିତି ଗଠନ
(୪) ପାଠାଗାର ନିର୍ମାଣ
Answer:
(୧) କୂଅ ଖୋଳିବା

(ଘ) ପଞ୍ଚାୟତ ସମିତି ବୈଠକ ବସିଥାଏ :
(୧) ଦୁଇ ମାସରେ ଥରେ
(୨) ଚାରି ମାସରେ ଥରେ
(୩) ତିନି ମାସରେ ଥରେ
(୪) ପାଞ୍ଚ ମାସରେ ଥରେ
Answer:
(୧) ଦୁଇ ମାସରେ ଥରେ

(ଙ) ଜିଲ୍ଲା ପରିଷଦଙ୍କ କାର୍ଯ୍ୟକାଳ ହେଉଛି :
(୧) ୪ ବର୍ଷ
(୨) ୬ ବର୍ଷ
(୩) ୫ ବର୍ଷ
(୪) ୭ ବର୍ଷ
Answer:
(୩) ୫ ବର୍ଷ

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଚ) ଏକ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଗଠନ କରାଯାଏ :
(୧) ଜିଲ୍ଲା ପରିଷଦ
(୨) ମହାନଗର ନିଗମ
(୩) ପୌରପାଳିକା
(୪) ବିଜ୍ଞାପିତ ଅଞ୍ଚଳ ପରିଷଦ
Answer:
(୩) ପୌରପାଳିକା

୪। ଭୁଲ ଥିଲେ ଠିକ୍ କର ।
(କ) ଲୋକମାନେ ନିଜ ପ୍ରତିନିଧ୍ ବାଛି ରାଜ୍ୟଗୋଷ୍ଠୀ ତିଆରି କରିଥା’ନ୍ତି ।
(ଖ) ୱାର୍ଡର ସଭ୍ୟଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ ।
(ଗ) ସରପଞ୍ଚ ପଞ୍ଚାୟତର ଆୟ ବ୍ୟୟ ହିସାବ ରଖନ୍ତି ।
(ଘ) ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
(ଙ) -ଜିଲ୍ଲା ପରିଷଦର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ ।
(ଚ) ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ବି.ଡ଼ି.ଓ. ଥାଆନ୍ତି ।
(ଛ) ପୌର ପାଳିକାର ୱାର୍ଡରୁ ନିର୍ବାଚିତ ସଭ୍ୟଙ୍କୁ ୱାର୍ଡମେମ୍ବର କହନ୍ତି ।
Answer:
(କ) ଲୋକମାନେ ନିଜ ପ୍ରତିନିଧୂ ବାଛି ଜନଗୋଷ୍ଠୀ ତିଆରି କରିଥା’ନ୍ତି ।
(ଖ) ୱାର୍ଡର ସଭ୍ୟଙ୍କୁ ୱାର୍ଡ଼ମେମ୍ବର କୁହାଯାଏ ।
(ଗ) ସମ୍ପାଦକ ପଞ୍ଚାୟତର ଆୟ ବ୍ୟୟ ହିସାବ ରଖନ୍ତି ।
(ଘ) ପଞ୍ଚାୟତ ସମିତି ଅଧ୍ୟକ୍ଷ ସମିତି ସଭ୍ୟ/ସଭ୍ୟମାନଙ୍କ ମଧ୍ୟରୁ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
(ଙ) ଜିଲ୍ଲା ପରିଷଦର ମୁଖ୍ୟଙ୍କୁ ଅଧ୍ୟକ୍ଷ କୁହାଯାଏ ।
(ଚ୍) ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ କାର୍ଯ୍ୟପାଳିକା ବା କମିଶନର ଥାଆନ୍ତି ।
(ଛ) ପୌର ପାଳିକାର ୱାର୍ଡରୁ ନିର୍ବାଚିତ ସଭ୍ୟଙ୍କୁ କାଉନ୍ସିଲର କହନ୍ତି ।

Leave a Comment