Odisha State Board BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ Textbook Exercise Questions and Answers.
BSE Odisha Class 6 History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କିପରି ନନ୍ଦବଂଶ ଲୋପ କରି ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:
- ପ୍ରାଚୀନ କାଳରେ ଉତ୍ତର ଭାରତର ମଗଧ ରାଜ୍ୟରେ ମୌର୍ଯ୍ୟ ବଂଶର ରାଜାମାନେ ରାଜତ୍ଵ କରୁଥିଲେ ।ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ସେଠାରେ ନନ୍ଦବଂଶ ଶାସନ କରୁଥିଲେ ।
- ନନ୍ଦ ବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୁଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେ ।
- ଚାଣକ୍ୟ ନାମକ ଜଣେ ଜ୍ଞାନୀ ପଣ୍ଡିତ ମଗଧରୁ ନନ୍ଦବଂଶ ଲୋପକରିବା କରିବା ଉଦ୍ଦେଶ୍ୟରେ ମୌର୍ଯ୍ୟ ବଂଶରେ ଜନ୍ମିତ ଚନ୍ଦ୍ରଗୁପ୍ତଙ୍କ ସାହାଯ୍ୟ ନେଇଥିଲେ ।
- ଚନ୍ଦ୍ରଗୁପ୍ତ ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଘର୍ଷଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ଗଠିତ ଶକ୍ତିଶାଳୀ ସୈନ୍ୟବାହିନୀ ଦ୍ୱାରା ନନ୍ଦରାଜାଙ୍କୁ ପରାସ୍ତ କରି ମଗଧ ଅଧିକାର କଲେ ଏବଂ ମୌର୍ଯ୍ୟବଂଶର ଶାସନ ପ୍ରତିଷ୍ଠା କଲେ ।
(ଖ) ସେଲିଉକସ୍ ନିକ୍ତାର କିଏ ? ଚନ୍ଦ୍ରଗୁପ୍ତଙ୍କ ସହ ତାଙ୍କର ଯୁଦ୍ଧର ପରିଣତି କ’ଣ ହୋଇଥିଲା ?
Answer:
- ସେଲିଉକ୍ ନିକତାର ଆଲେକ୍ଜାଣ୍ଡାରଙ୍କ ସେନାପତି ଥିଲେ । ସେ ଭାରତରେ ଗ୍ରୀକ୍ ଅଧ୍ଵତ ଅଞ୍ଚଳରେ ଶାସନ କରୁଥିଲେ ।
- ଚନ୍ଦ୍ରଗୁପ୍ତ ସେଲିଉକସ୍ଙ୍କ ସହିତ ଯୁଦ୍ଧକରି ତାଙ୍କୁ ପରାସ୍ତ କରିଥିଲେ ।
- ଯୁଦ୍ଧରେ ପରାସ୍ତ ହୋଇ ସେଲିଉକସ୍ ଚନ୍ଦ୍ରଗୁପ୍ତଙ୍କ ସହିତ ସନ୍ଧି କଲେ । ସନ୍ଧି ଅନୁଯାୟୀ ଗ୍ରୀକ୍ ଅଧ୍ୟାତ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପ୍ରଭୃତି ଭାରତର ଉତ୍ତର ପଶ୍ଚିମ ଅଞ୍ଚଳ ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟରେ ମିଶିଯାଇଥିଲା ।
- ଫଳରେ ସେହି ଅଞ୍ଚଳରେ ଗ୍ରୀକ୍ ଶାସନର ଅବସାନ ଘଟିଲା ।
(ଗ) ଚାଣକ୍ୟଙ୍କଦ୍ଵାରା ଲିଖ୍ ‘ଅର୍ଥଶାସ୍ତ୍ର’’ରେ କେଉଁ ବିଷୟ ଉଲ୍ଲେଖ କରାଯାଇଛି ?
Answer:
- ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ଗ୍ରନ୍ଥର ରଚନା କରିଥିଲେ ।
- ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କରାଯାଇଛି ।
(ଘ) ମେଗାସ୍ଥିନିସ୍ କିଏ ? ତାଙ୍କ ବିବରଣୀରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
- ମେଗାସ୍ଥିନିସ୍ ହେଉଛନ୍ତି ଗ୍ରୀକ୍ଟର ଜଣେ ରାଜଦୂତ । ଗ୍ରୀକ୍ ରାଜା ସେଲିଉକସ୍ ନିକ୍ତାରଙ୍କ ନିର୍ଦ୍ଦେଶରେ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
- ସେ ମୌର୍ଯ୍ୟ ଦରବାରରେ ଦୀର୍ଘ ପାଞ୍ଚବର୍ଷକାଳ ରହଣି ସମୟରେ ଭାରତର ବହୁ ଅଞ୍ଚଳ ବୁଲି ଦେଖିଲେ । ଭାରତ ସମ୍ବନ୍ଧରେ ସେ ଯେଉଁ ବିବରଣୀ ପୁସ୍ତକ ଲେଖିଥିଲେ, ତାହାର ନାମ ‘ଇଣ୍ଡିକା’ ।
- ସେଥ୍ରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା ବିଶେଷକରି ପୌର ଶାସନ ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି ।
- ଆହୁରି ମଧ୍ୟ ସେ ମୌର୍ଯ୍ୟ ରାଜପ୍ରାସାଦ ଓ ପାଟଳିପୁତ୍ର ନଗରର ବର୍ଣ୍ଣନା ଏଥରେ କରିଛନ୍ତି ।
(ଙ) କଳିଙ୍ଗ ଯୁଦ୍ଧର କାରଣ ଓ ଫଳାଫଳ କ’ଣ ଥିଲା ?
Answer:
- ଖ୍ରୀଷ୍ଟପୂର୍ବ ୨୭୩ ମସିହାରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ତାଙ୍କ ରାଜ୍ୟ ମଗଧ ନିକଟରେ ଥିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ର କଳିଙ୍ଗର ସ୍ଥିତିକୁ ସେ ସହ୍ୟ କରିପାରିନଥିଲେ ।
- ଏହି କଳିଙ୍ଗ ରାଷ୍ଟ୍ର (ବର୍ତ୍ତମାନର ଓଡ଼ିଶା ରାଜ୍ୟ) ଥିଲା ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ । ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଖ୍ରୀ.ପୂ. ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଅନେକ ବିଶ୍ଵାସ କରନ୍ତି ଯେ ଶକ୍ତିଶାଳୀ କଳିଙ୍ଗ ବାହିନୀ ଭୁବନେଶ୍ଵରର ଦୟାନଦୀ କୂଳରେ ଥିବା ଧଉଳି ପାହାଡ଼ ନିକଟରେ ଅଶୋକଙ୍କ ସେନା ବାହିନୀକୁ ପ୍ରତିରୋଧ କରିଥିଲେ ।
- କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସେନା ସମ୍ମୁଖରେ ପରଜୟ ବରଣ କରିଥିଲା । ଏହି ଯୁଦ୍ଧରେ ଏକ ଲକ୍ଷଲୋକ ନିହତ ହେଲେ ଏବଂ ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା ।
- ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥିତ କରିଥିଲା । ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଇଥିଲା । କଳିଙ୍ଗଯୁଦ୍ଧ ଯୋଗୁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶେକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା । ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
(ଚ) କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ କାହିଁକି ପରିବର୍ତ୍ତନ ଆଣିଥିଲା ?
Answer:
- କଳିଙ୍ଗ ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କରଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥ୍ତ କରିଥିଲା ।
- ଵାତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂଣ୍ଣରୂପେ ବଦଳାଇ ଦେଇଥିଲା ।
- କଳିଙ୍ଗଯୁଦ୍ଧ ଯୋଗୁଁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକରେ ପରିଣତ କରାଇଥିଲା ।
- ଏହି ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
(ଛ) ଅଶୋକଙ୍କ ‘ଧମ୍ମ’ ନୀତି କ’ଣ ଥିଲା ?
Answer:
- ଅଶୋକଙ୍କ ‘ଧମ୍ମ’ ନୀତି କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।
- ଅଶୋକଙ୍କ ‘ଧମ୍ମ’ନୀତି ଗୁଡ଼ିକ ହେଲା– (୧) ଜୀବହତ୍ୟାରୁ ନିବୃତ୍ତ ରହିବା, (୨) ଜୀବ ପ୍ରତି ଅହିଂସା ଭାବ ପ୍ରଦର୍ଶନ କରିବା, (୩) ପିତାମାତା, ଗୁରୁଜନମାନଙ୍କର ଆଦେଶ ପାଳନ କରିବା, (୪) ଗୁରୁଜନମାନଙ୍କୁ ଭକ୍ତି କରିବା, (୫) ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ, ବ୍ରାହ୍ମଣ, ବୃଦ୍ଧ ଓ ବିପଦଗ୍ରସ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା, (୬) ଦାସ,ଦାସୀ ବା ଭୃତ୍ୟମାନଙ୍କ ପ୍ରତି ଦୟା କରିବା, (୭) ସତ୍ୟ କହିବା, (୮) ସାମାନ୍ୟ ସଞ୍ଚୟ କରିବା ଇତ୍ୟାଦି ।
(ଜ) ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ପ୍ରସାର ପାଇଁ କେଉଁ କେଉଁ ପଦକ୍ଷେପ ନେଇଥିଲେ ?
Answer:
- କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
- ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ତାହାର ପ୍ରଚାର ପାଇଁ ସେ ଉଦ୍ୟମ କରିଥିଲେ । ସମସ୍ତେ -ବୁଝିବାଭଳି ପାଲି ଭାଷାରେ ବୌଦ୍ଧ ଧର୍ମର ନୀତିକୁ ସେ ପାହାଡ଼ ଗୁମ୍ଫା ଓ ପଥର ଖମ୍ବ ଦେହରେ ବ୍ରାହ୍ମୀ ଲିପିରେ ଖୋଦନ କରାଇଥିଲେ ।
- ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇ ସେଠାରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କରିବା ସହିତ ଭାତୃତ୍ଵ ଭାବ ସୃଷ୍ଟି କରିଥିଲେ । ସେହିପରି ବ୍ରହ୍ମଦେଶକୁ ଶୋତା ଓ ଉତ୍ତର ନାମକ ଦୁଇଜଣ ବୌଦ୍ଧ ଭିକ୍ଷୁଙ୍କୁ ପଠାଇଥିଲେ ।
- ଅଶୋକ ବୌଦ୍ଧଧର୍ମ ପ୍ରଚାର ପାଇଁ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରାକୁ ଧର୍ମଯାତ୍ରା କୁହାଯାଏ । ସେ ବୌଦ୍ଧ ଧର୍ମର ପ୍ରଧାନ ପୀଠ ସ୍ଥଳୀମାନଙ୍କୁ ଯାତ୍ରା କରିବା ଦ୍ବାରା ଅନେକ ଲୋକ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇ ଏହି ଧର୍ମ ଗ୍ରହଣ କରିଥିଲେ ।
୨ । ସଂକ୍ଷେପରେ ଏଗୁଡ଼ିକ ବିଷୟରେ ଲେଖ ।
ଅଶୋକଙ୍କ ଶିଳାଲିପି, ଅଶୋକ ସ୍ତମ୍ଭ, ଧର୍ମ ମହାମାତ୍ର
ଅଶୋକଙ୍କ ଶିଳାଲିପି :
- ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ,ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
- ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡ଼ ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠାରେ ତାଙ୍କର ଏକ ଶିଳାଲିପି ଦେଖୁବାକୁ ମିଳେ ।
- ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କରେ ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନମାନ ଖୋଦିତ ହୋଇଥିଲା ।
- ଏଥିରେ ଜନସାଧାରଣଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ପାଇଁ ନୀତିବାଣୀମାନ ଖୋଦିତ ହୋଇଥିଲା ।
ଅଶୋକ ସ୍ତମ୍ଭ :
- ଅଶୋକ ନିର୍ମାଣ କରିଥିବା ପ୍ରାସାଦ, ସ୍ତୁପ, ସ୍ତମ୍ଭମାନଙ୍କ ମଧ୍ୟରୁ ସାରନାଥରେ ନିର୍ମିତ ସ୍ତମ୍ଭ ପ୍ରଧାନ । ଏହି ସ୍ତମ୍ଭର ଶୀର୍ଷ ଦେଶରେ ଚାରିଗୋଟି ସିଂହ ଅଛି । ସେହି ସିଂହ ଚାରିଦିଗକୁ ମୁହଁ କରି ରହିଛନ୍ତି । ଏହି ସ୍ତମ୍ଭର ଉଚ୍ଚତା ୨.୧୫ ମିଟର ଅଟେ ।
- ଏହି ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହ, ଗୋଟିଏ ଘୋଡ଼ା, ଗୋଟିଏ ହାତୀ ଓ ଗୋଟିଏ ଷଣ୍ଢର ଚିତ୍ର ରହିଛି ଏଥିରେ ଥିବା ଧର୍ମଚକ୍ରଟି ସତ୍ୟର ପ୍ରତୀକ ଓ ଏଥିରେ ୨୪ଟି ଅର ରହିଛି ।
- ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଂକେତ ରୂପେ ଗ୍ରହଣ କରିଛନ୍ତି ଓ ଚିହ୍ନ ମଧ୍ୟରେ ଥିବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।
- ଏହି ସିଂହ ଚିହ୍ନଟିକୁ (ଅଶୋକ ସ୍ତମ୍ଭ) ଭାରତୀୟ ମୁଦ୍ରାମାନଙ୍କରେ ସ୍ଥାନ ଦିଆଯାଇଛି ।
ଧର୍ମ ମହାମାତ୍ର :
- ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ଅଶୋକ ଧର୍ମ ମହାମାତ୍ର ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।
- ସେମାନେ ସମଗ୍ର ଦେଶରେ ଭ୍ରମଣ କରି ଲୋକମାନଙ୍କୁ ତାଙ୍କଦ୍ୱାରା ପ୍ରବର୍ତ୍ତିତ ‘ଧମ୍ମ’ ନୀତି ଶୁଣାଉଥିଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବା ପାଇଁ ଧମ୍ମନୀତିକୁ ବୁଝାଉଥିଲେ ।
୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ଲେଖ ।
(କ) ଚନ୍ଦ୍ରଗୁପ୍ତ କେଉଁମାନଙ୍କୁ ନେଇ ଏକ ସୈନ୍ୟବାହିନୀ ଗଠନ କରିଥିଲେ ?
Answer:
- ଚନ୍ଦ୍ରଗୁପ୍ତ ମଗଧ ଆକ୍ରମଣ କରିବା ପାଇଁ ଏକ ସୈନ୍ୟବାହିନୀ ଗଠନ କରିଥିଲେ ।
- ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଦ୍ଧର୍ଷ ଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ସେ ସେହି ସୈନ୍ୟବାହିନୀ ଗଠନ କରିଥିଲେ ।
(ଖ) ଅଶୋକ କଳିଙ୍ଗ ଆକ୍ରମଣ କରିବାର ଦୁଇଟି କାରଣ ଲେଖ ।
Answer:
- ପ୍ରଥମତଃ ଅଶୋକ ନିଜ ସାମ୍ରାଜ୍ୟ ନିକଟରେ କଳିଙ୍ଗ ପରି ଏକ ସ୍ବାଧୀନ ଓ ଶକ୍ତିଶାଳା ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରି ପାରିନଥିଲେ ।
- ଦ୍ବିତୀୟତଃ କଳିଙ୍ଗ ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପୀଠସ୍ଥଳୀ ଥିବାରୁ ଏହାକୁ ଅଧିକାର କରି ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ କଳିଙ୍ଗ ଆକ୍ରମଣ କରିଥିଲେ ।
(ଗ) ବିନ୍ଦୁସାର ତକ୍ଷଶିଳାର ବିଦ୍ରୋହକୁ ଦମନ କରିବା ପାଇଁ କାହାକୁ ପଠାଇଥିଲେ ?
Answer:
- ବିନ୍ଦୁସାରଙ୍କ ଶାସନ କାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା ।
- ସେହି ବିଦ୍ରୋହକୁ ଦମନ କରିବାକୁ ବିନ୍ଦୁସାର ତାଙ୍କ ପୁତ୍ର ଅଶୋକଙ୍କୁ ପଠାଇଥିଲେ ।
(ଘ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା ?
Answer:
- ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର-ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ ଓ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
- ଏହା ପୂର୍ବରେ ବିହାର ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିଲା ଓ ତାଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା ପାଟଳୀପୁତ୍ର (ବର୍ତ୍ତମାନର ବିହାରର ପାଟଣା) ।
୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।
(କ) ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ କେଉଁଠାକୁ ପଠାଇଥିଲେ ?
Answer:
ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।
(ଖ) ଅଶୋକ ସ୍ତମ୍ଭ ମଧ୍ଯରେ ଥିବା ଚକ୍ରକୁ କ’ଣ କୁହାଯାଏ ?
Answer:
ଅଶୋକସ୍ତମ୍ଭ ମଧ୍ୟରେ ଥିବା ଧର୍ମ ଚକ୍ରକୁ ସତ୍ୟର ପ୍ରତୀକ କୁହାଯାଏ ।
(ଗ) ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ କୁହାଯାଉଥିଲା ।
(ଘ) କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
Answer:
କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ହୋଇଥିଲା ।
(ଙ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାକୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦରାଜାଙ୍କୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ।
୫। ପ୍ରତ୍ୟେକ ଉକ୍ତିରେ ଥିବା ଭ୍ରମ ସଂଶୋଧନ କର ।
(କ) ଗ୍ରୀକ୍ବୀର ଆଲେକ୍ଜାଣ୍ଡାରଙ୍କ ସେନାପତି ମେଗାସ୍ଥିନିସ୍ ଥିଲେ ।
Answer:
ଗ୍ରୀକ୍ର ରାଜା ସେଲିଉକସ୍ ନିକ୍ତାରଙ୍କର ରାଜଦୂତ ମେଗାସ୍ଥିନିସ୍ ଥିଲେ । କିମ୍ବା, ଗ୍ରୀକ୍ବୀର ଆଲେକ୍ଜାଣ୍ଡାରଙ୍କ ସେନାପତି ସେଲିଉକସ୍ ନିଷ୍ଠାର ଥିଲେ ।
(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ସେନାପତି ରୂପେ ନିଯୁକ୍ତ କରିଥିଲେ ।
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ମୁଖ୍ୟ ଉପଦେଷ୍ଟା ରୂପେ ନିଯୁକ୍ତ କରିଥିଲେ ।
(ଗ) ଅଶୋକ ‘ଧର୍ମ ମହାମାତ୍ର’’ ମାନଙ୍କୁ ଯୁଦ୍ଧ କାର୍ଯ୍ୟରେ ନିୟୋଜିତ କରିଥିଲେ ।
Answer:
ଅଶୋକ ‘‘ଧର୍ମ ମହାମାତ୍ର’’ ମାନଙ୍କୁ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ନିୟୋଜିତ କରିଥିଲେ ।
(ଘ) ଅଶୋକ ସ୍ତମ୍ଭରେ ଚାରିଗୋଟି ବାଘର ଚିତ୍ର ରହିଛି ।
Answer:
ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହର ଚିତ୍ର ରହିଛି ।
୬। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ମଗଧର ନନ୍ଦ ବଂଶକୁ ଲୋପ କରିବା ପାଇଁ ________________ ଶପଥ ନେଇଥିଲେ । (ଚନ୍ଦ୍ରଗୁପ୍ତ, ଅଶୋକ, ଚାଣକ୍ୟ, ସେଲିଉକାସ୍ ନିକ୍ତାର)
Answer:
ଚାଣକ୍ୟ
(ଖ) ମେଗାସିନିସ୍ ଗ୍ରାକ୍ରର _____________ ଥିଲେ । (ରାଜଦୂତ, ରାଜା, ସେନାପତି, ଧର୍ମ ପ୍ରଚାରକ)
Answer:
ରାଜଦୂତ
(ଗ) ଅଶୋକ କଳିଙ୍ଗ ଯୁଦ୍ଧରେ ________________ ଲୋକଙ୍କୁ ବନ୍ଦୀ କରିଥିଲେ । (ପଚାଶ ହଜାର, ଏକଲକ୍ଷ, ଦେଢ଼ଲକ୍ଷ, ଦୁଇଲକ୍ଷ)
Answer:
ଦେଢ଼ଲକ୍ଷ
(ଘ) ସତ୍ୟର ପ୍ରତୀକ ଧର୍ମଚକ୍ରରେ _______________ ଟି ଅର ଅଛି । (୧୨, ୨୪, ୨୦, ୨୧)
Answer:
୨୪
୭। ‘କ’ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ମିଳାଇ ଲେଖ ।