BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Important Questions Chapter 1 କେନ୍ଦ୍ର ସରକାର Important Questions and Answers.

BSE Odisha Class 6 Political Science Important Questions Chapter 1 ଆମେ ଓ ଆମ ସମାଜ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

୧। ପରିବାର କେତେ ପ୍ରକାର ଓ ସେଗୁଡ଼ିକ କ’ଣ ?
Answer:

  • ପରିବାର ଦୁଇ ପ୍ରକାର
  • ସେଗୁଡ଼ିକ ହେଲା – ଏକକ ପରିବାର ଓ ଯୌଥ ପରିବାର ।

୨। ଏକକ ପରିବାର ଏବଂ ଯୌଥ ପରିବାର କାହାକୁ କହନ୍ତି ?
Answer:

  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କହନ୍ତି ।
  • ବାପା, ମା’, ବଡ଼ବାପା, ବଡ଼ମାଆ, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ଯେଉଁ ପରିବାରରେ ମିଳିମିଶି ରହନ୍ତି, ତାକୁ ଯୌଥ ପରିବାର କହନ୍ତି ।

୩ । ବଂଶ ଓ ଗୋତ୍ର କ’ଣ ?
Answer:

  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶଗଠିତ । ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାପାଙ୍କ ପରିବାରରୁ ସୃଷ୍ଟି । ଏମାନଙ୍କ ମଧ୍ୟରେ ରକ୍ତସମ୍ପର୍କ ରହିଛି । ତେଣୁ ଏମାନେ ଗୋଟିଏ ବଂଶର ।
  • ପ୍ରତ୍ୟେକ ବଂଶର ଗୋତ୍ର ବିଭିନ୍ନ ପ୍ରକାର । ଗୋତ୍ର କହିଲେ କୁଳ ପ୍ରବର୍ତ୍ତକ ଋଷିଙ୍କୁ ବୁଝାଏ; ଯଥା— କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୪ । ସମାଜ କିପରି ସୃଷ୍ଟି ହେଲା ? ବ୍ୟକ୍ତି ସମାଜ ଉପରେ କାହିଁକି ନିର୍ଭର କରେ ?
Answer:

  • ଆଦିମ ମନୁଷ୍ୟ ସ୍ଵାଧୀନ ଭାବରେ ଚଳୁଥିଲା । ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟି ହେଲା । ତେଣୁ ମଣିଷ ନୀତିନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା । ସେହି ଚଳଣିରୁ ସମାଜ ସୃଷ୍ଟି ହେଲା ।
  • ସମାଜ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ । ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ । ତେଣୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହେଲା ।

୫। ଶିଶୁ ସମାଜରୁ କ’ଣ ଶିକ୍ଷା କରେ ଓ ସମାଜ ବ୍ୟକ୍ତିକୁ କିପରି ସାହାଯ୍ୟ କରେ ?
Answer:

  • ଶିଶୁ ସମାଜରୁ ସହଯୋଗ, ସହିଷ୍ଣୁତା, ପରିଚ୍ଛନ୍ନତା ଭଳି ସତ୍‌ଗୁଣ ଶିକ୍ଷାକରେ ।
  • ସମାଜ ବ୍ୟକ୍ତିକୁ ଜୀବିକା ଅର୍ଜନରେ ସାହାଯ୍ୟ କରେ । ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।

୬ । କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ କିଏ ? ଶିଶୁ ସେଥିରୁ କ’ଣ ଶିକ୍ଷା କରେ ?
Answer:

  • ପରିବାର ହେଉଛି କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ।
  • ଶିଶୁ ପରିବାରରୁ ବିଭିନ୍ନ ଗୁଣ ଶିକ୍ଷା କରେ ।

୭ । ସଂଘ କାହାକୁ କହନ୍ତି ? ଗୋଟିଏ ସଂଘର ନାମ ଲେଖ ।
Answer:

  • କେତେକ ଲକ୍ଷ୍ୟ ହାସଲ କରିବା ଲାଗି ନିଜ ଇଚ୍ଛାରେ ଏକଜୁଟ ହୋଇ କାର୍ଯ୍ୟ କରିବାରୁ ସଂଘ ସୃଷ୍ଟି ହୁଏ । କେତେକ ନୀତିନିୟମ ଦ୍ବାରା ସଂଘର ସଦସ୍ୟମାନେ କାର୍ଯ୍ୟ କରନ୍ତି ।
  • ‘ପ୍ରାଥମିକ ଶିକ୍ଷକ ସଂଘ’ ସେହିପରି ଗୋଟିଏ ସଂଘ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୮ | ବଂଶ ବିଭାଜନ କହିଲେ କ’ଣ ବୁଝ ?
Answer:

  • ବଂଶର ଲୋକ ସଂଖ୍ୟା ଅତ୍ୟଧିକ ହୋଇଗଲେ କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂଆ ବଂଶ ସୃଷ୍ଟି କରନ୍ତି ଯାହାକୁ ‘ବଂଶ ବିଭାଜନ’ କୁହାଯାଏ ।
  • ବଂଶ ବିଭାଜନ ହେଉଥିଲେ ମଧ୍ୟ ସମଗ୍ର ବଂଶର ଏକ ସାଧାରଣ ପୂର୍ବ ପୁରୁଷ ଥାଏ ।

୯ । ଜନଜାତି କହିଲେ କ’ଣ ବୁଝ ? ଆମ ରାଜ୍ୟରେ ଥ‌ିବା କେତେକ ଜନଜାତିର ଉଦାହରଣ ଦିଅ ।
Answer:

  • ଆଦିବାସୀ ବା ବନବାସୀମାନଙ୍କ ଆମେ ସାଧାରଣତଃ ‘ଜନଜାତି’ ବୋଲି କହିଥାଉ । ଏମାନେ ଏକ ନିର୍ଦ୍ଦିଷ୍ଟ ଆଦିବାସୀ ବା ବନବାସୀମାନଙ୍କୁ ଆମେ ସାଧାରଣତଃ ‘ଜନଜାତି’ ବୋଲି କହିଥାଉ । ଏମାନେ ଏକ ନିର୍ଦ୍ଦିଷ୍ଟ ପାଳନ କରନ୍ତି ।
  • ଆମ ରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯାଆନ୍ତି ।

୧୦। ଆମ ରାଜ୍ୟରେ କେତେ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ? ସାନ୍ତାଳମାନଙ୍କ ଭାଷାକୁ କ’ଣ କୁହାଯାଏ ?
Answer:

  • ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ।
  • ସାନ୍ତାଳମାନଙ୍କ ଭାଷାକୁ ସାନ୍ତାଳୀ କୁହାଯାଏ । ଏହାର ନିଜସ୍ଵ ଲିପି ଅଛି ।

୧୧ । ସମୁଦାୟ କିପରି ଗଠିତ ହୁଏ ? ଏହାର ଦୁଇଟି ଉଦାହରଣ ଦିଅ ।
Answer:

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବ ନେଇ ବାସ କରୁଥିବା ଲୋକଙ୍କୁ ନେଇ ସମୁଦାୟ ଗଠିତ ହୁଏ । ଏହା ପ୍ରାକୃତିକ ଉପାୟରେ ସୃଷ୍ଟି ହୁଏ ।
  • ଏକ ସମୁଦାୟରେ ବାସ କରୁ ବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥାଆନ୍ତି ଯେପରି ଗ୍ରାମ ସମୁଦାୟ ଓ ପୌର ସମୁଦାୟ ଇତ୍ୟାଦି ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୧୨ । ସଂଘ କିପରି ଗଠିତ ହୋଇଥାଏ ? ବିଭିନ୍ନ ପ୍ରକାର ସଂଘର ଉଦାହରଣ ଦିଅ ।
Answer:

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥା’ନ୍ତି ।
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି ।

୧୬ । ଜନଜାତି କହିଲେ କ’ଣ ବୁଝ ?
Answer:

  • ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା, ଏକ ସାଧାରଣ ଭାଷାରେ କଥାବାର୍ତ୍ତା କରୁଥିବା, ମିଳିମିଶି ପର୍ବପର୍ବାଣି ପାଳନ କରୁଥିବା ଓ ଜୀବିକା ନିର୍ବାହ କରୁଥିବା ଏକ ବଂଶର ଲୋକମାନେ ହିଁ ଜନଜାତି ।
  • ଆମ ରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯାଆନ୍ତି ।

୧୭ । ସଂଘ କିପରି ଗଠିତ ହୋଇଥାଏ ? ଦୁଇଟି ସଂଘର ନାମ ଲେଖ ।
Answer:

  • କେତେକ ଲକ୍ଷ୍ୟ ହାସଲ କରିବା ଲାଗି ଲୋକମାନେ ନିଜ ଇଚ୍ଛାରେ ମିଶି ସଂଘ ଗଠନ କରିଥା’ନ୍ତି ।
  • ଦୁଇଟି ସଂଘର ନାମ ହେଲା ଓକିଲ ସଂଘ, ଶିକ୍ଷକ ସଂଘ ।

୧୮। ‘କ୍ଷୁଦ୍ର ସମୁଦାୟ’ ଓ ‘ବୃହତ୍ ସମୁଦାୟ’ ମଧ୍ୟରେ କେଉଁ କେଉଁ ପାର୍ଥକ୍ୟ ଦେଖାଯାଏ ?
Answer:

  • କ୍ଷୁଦ୍ର ସମୁଦାୟରେ ବ୍ୟକ୍ତିର ଆତ୍ମନିର୍ଭରଶୀଳତା, ନିବିଡ଼ ସମ୍ପର୍କ, ବନ୍ଧୁତା, ଆନ୍ତରିକତା ଦେଖାଯାଇଥାଏ ।
  • କିନ୍ତୁ ବୃହତ୍ ସମୁଦାୟଗୁଡ଼ିକ ବ୍ୟକ୍ତିକୁ ପ୍ରୟୋଜନୀୟ ଜିନିଷ ଯୋଗାଣ, ସାମାଜିକ ନିରାପତ୍ତା, ଅର୍ଥ ଉପାର୍ଜନ କ୍ଷମତା ଆଦି ପ୍ରଦାନ କରିଥାଏ ।

୧୯ । ସମାଜ ମନୁଷ୍ୟକୁ କିପରି ସାହାଯ୍ୟ କରେ ?
Answer:

  • ଶିଶୁ ସମାଜରୁ ସହଯୋଗ, ସହିଷ୍ଣୁତା, ପରିଚ୍ଛନ୍ନତା ଭଳି ଗୁଣ ଶିକ୍ଷା କରେ ।
  • ସମାଜ ବ୍ୟକ୍ତିକୁ ଜୀବିକା ଅର୍ଜନରେ ସାହାଯ୍ୟ କରେ । ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୨୦ । ଗୋଟିଏ ସଂଘର କେତେବେଳେ ସାମୁଦାୟିକ ଗୁଣ ବୃଦ୍ଧି ପାଏ ?
Answer:
ଗୋଟିଏ ସଂଘ ନିଜସ୍ଵ ଲକ୍ଷ୍ୟ ବାଦ୍ ସର୍ବସାଧାରଣ ଉନ୍ନତିମୂଳକ କାର୍ଯ୍ୟକଲେ ତାହାର ସାମୁଦାୟିକ ଗୁଣ ବୃଦ୍ଧିପାଏ ।

୨୧ । ଚାରୋଟି ବିଭିନ୍ନ ପ୍ରକାର ସଂଘର ଉଦାହରଣ ଦିଅ ।
Answer:

  • ରକ୍ତ ସମ୍ପର୍କୀୟ ସଂଘ – ପରିବାର
  • ଧର୍ମୀୟ ସଂଘ – ହିନ୍ଦୁ ମହାସଭା
  • ଅବସର ବିନୋଦନ ସଂଘ – ବିଭିନ୍ନ ସଙ୍ଗୀତ, ନୃତ୍ୟ ଅନୁଷ୍ଠାନ
  • ବୃତ୍ତିଗତ ସଂଘ – ଓକିଲ ସଂଘ, ଶିକ୍ଷକ ସଂଘ

୨୨ । ଗୋତ୍ର କ’ଣ ? ତିନୋଟି ଗୋତ୍ରର ନାମ ଲେଖ ।
Answer:

  • କୁଳ ପ୍ରବର୍ତ୍ତକ ଋଷିଙ୍କୁ ନେଇ ଗୋତ୍ର ସୃଷ୍ଟି ହୁଏ ।
  • ତିନୋଟି ଗୋତ୍ରର ନାମ ହେଲା – କାଶ୍ୟପ, ଭରଦ୍ବାଜ, ନାଗସ୍ୟ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶିଶୁ କେଉଁଠାରୁ ବିଭିନ୍ନ ଗୁଣ ଶିକ୍ଷା କରେ ?
Answer:
ଶିଶୁ ପରିବାରରୁ ବିଭିନ୍ନ ଗୁଣ ଶିକ୍ଷା କରେ

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୨। ବଂଶ କେଉଁମାନଙ୍କୁ ନେଇ ଗଠିତ ?
Answer:
ରକ୍ତ ସମ୍ପର୍କ ଥ‌ିବା ପରିବାରଗୁଡ଼ିକୁ ନେଇ ବଂଶ ଗଠିତ ।

୩ । ଗୋତ୍ରର ସୃଷ୍ଟିକର୍ତ୍ତା କିଏ ?
Answer:
କୁଳ ପ୍ରବର୍ତ୍ତକ ଋଷି ହେଉଛନ୍ତି ଗୋତ୍ରର ସୃଷ୍ଟିକର୍ତ୍ତା ।

୪ । ସଂଘ କେଉଁମାନେ କାହିଁକି ଗଠନ କରିଥାଆନ୍ତି ?
Answer:
କେତେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସଂଘ ଗଠନ କରିଥା’ନ୍ତି ।

୫ । ସମାଜ ସହିତ କାହାର ସମ୍ପର୍କ ଥାଏ ?
Answer:
ସମାଜ ସହିତ ବ୍ୟକ୍ତିର ସମ୍ପର୍କ ଥାଏ ।

୬| ଆମ ରାଜ୍ୟରେ ଥ‌ିବା ଜନଜାତିମାନଙ୍କ ମଧ୍ୟରୁ ଯେକୌଣସି ଦୁଇଟିର ନାମ ଲେଖ ।
Answer:
ଆମ ରାଜ୍ୟରେ ଥ‌ିବା ଦୁଇଟି ଜନଜାତିର ନାମ ହେଲା ବଣ୍ଡା ଓ ସାନ୍ତାଳ ।

୭ । ଯେକୌଣସି ଦୁଇଜଣ କୁଳ ପ୍ରବର୍ତ୍ତକ ଋଷିଙ୍କ ନାମ ଲେଖ ।
Answer:
କାଶ୍ୟପ ଓ ଭରଦ୍ବାଜ ହେଉଛନ୍ତି ଦୁଇଜଣ କୁଳ ପ୍ରବର୍ତ୍ତନ ଋଷି ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୮| କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ କ’ଣ ?
Answer:
କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି ପରିବାର ।

୯। କେଉଁମାନଙ୍କୁ ନେଇ ବଂଶ ଗଠିତ ?
Answer:
ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ବଂଶ ଗଠିତ ।

୧୦। ଏକକ ପରିବାର କାହାକୁ କୁହାଯାଏ ?
Answer:
ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ ।

୧୧। ଯୌଥ ପରିବାର କାହାକୁ କୁହାଯାଏ ?
Answer:
ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି ।

୧୨। ବଂଶରକ୍ଷା କରିବା ପରିବାରର କେଉଁ କାର୍ଯ୍ୟ ଅଟେ ?
Answer:
ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ଅଟେ ।

୧୩। ବଂଶ ବିଭାଜନ କାହାକୁ କୁହାଯାଏ ?
Answer:
ବଂଶର ଲୋକସଂଖ୍ୟା ଅତ୍ୟଧିକ ହୋଇଗଲେ କେତେକ ନିକଟ ସମ୍ପର୍କୀୟ ପରିବାର ମୂଳବଂଶରୁ ଅଲଗା ହୋଇ ନୂଆ ବଂଶ ସୃଷ୍ଟି କରନ୍ତି । ଏହାକୁ ବଂଶ ବିଭାଜନ କୁହାଯାଏ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୧୪। ‘ଜନଜାତି’ କାହାକୁ କୁହାଯାଏ ?
Answer:
ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ ‘ଜନଜାତି’ କୁହାଯାଏ ।

୧୫। ଆମ ରାଜ୍ୟରେ ପ୍ରାୟ କେତେ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ?
Answer:
ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ।

୧୬। କେଉଁମାନଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ?
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବ ନେଇ ବାସ କରୁଥିବା ଲୋକଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
୧। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ପାଇଁ ଉପରେ ନିର୍ଭର କରେ । (ପ୍ରକୃତି, ସମାଜ, ପରିବାର)
Answer:
ସମାଜ

(ଖ) ‘ହିନ୍ଦୁ ମହାସଭା’ ଏକ ସଂଘ । (ସେବା, ଧର୍ମୀୟ, ବୃତ୍ତିଗତ)
Answer:
ଧର୍ମୀୟ

(ଗ) ମସିହାରେ ଆମେରିକାରେ ଆନ୍ନା ନାମ୍ନୀ ଏକ ପାଞ୍ଚବର୍ଷର ଝିଅକୁ ଆବିଷ୍କାର କରାଯାଇଥିଲା । (୧୯୨୫, ୧୯୩୮, ୧୯୪୬)
Answer:
୧୯୩୮

(ଘ) ଆମ ରାଜ୍ୟରେ ପ୍ରାୟ ପ୍ରକାର ଆଦିମ ଅଧ୍ୟାବାସୀ ଦେଖାଯା’ନ୍ତି । (ପଚାଶ, ଷାଠିଏ, ବାଷଠି)
Answer:
ବାଷଠି

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

(ଙ) ଭାରତୀୟ ପରିବାରଗୁଡ଼ିକରେ ସାଧାରଣତଃ ହିଁ ମୁଖ୍ୟ ହୋଇଥାଆନ୍ତି । ( ଜେଜେବାପା, ପିତା, କୁଳ ପ୍ରବର୍ତ୍ତକ ଋଷି)
Answer:
ପିତା

Leave a Comment