Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions Textbook Exercise Questions and Answers.
BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ InText Questions
ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଲେଖ:
(କ) ଗୋଟିଏ ବର୍ଗଚିତ୍ରର ଗୋଟିଏ ବାହୁର ଦୈର୍ଘ୍ୟ 5 ସେ.ମି. ହେଲେ, P = 4 × a ସୂତ୍ର ବ୍ୟବହାର କରି ଉକ୍ତ ବର୍ଗଚିତ୍ରର ପରିସୀମା ନିର୍ଣ୍ଣୟ କର ।
ସମାଧାନ:
ଏଠାରେ a = 5 ସେ.ମି.
p = 4 × a = (4 × 5) ସେ.ମି. =20 ସେ.ମି. ।
(ଖ) ଜଣେ ସାଇକେଲ ସ୍ଖଳକ ମିନିଟ୍ ପ୍ରତି 220 ମିଟର ସାଇକେଲ ଚଳାଇ ପାରନ୍ତି । ତେବେ 8 ମିନିଟ୍ ସମୟରେ କେତେ ଦୂରତା ଅତିକ୍ରମ କରିପାରିବେ ।
ସମାଧାନ:
ଏଠାରେ s = 220 ମିଟର ।
d = s × t = 220 × 8 = 1760 ମିଟର ।
ନିଜେ କରି ଦେଖ:
ଆକୃତି ବିଶିଷ୍ଟ ଗୋଟିଏ ଚିତ୍ରପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାଦ୍ବାରା ଯେକୌଣସି ସଂଖ୍ୟକ ଚିତ୍ର ସୃଷ୍ଟିପାଇଁ କେତେ ସଂଖ୍ୟକ କାଠି ଦରକାର ସ୍ଥିର କରିହେବ । (ଚିତ୍ର ସଂଖ୍ୟା ଲାଗି ñ ଓ ଦିଆସିଲି କାଠି ସଂଖ୍ୟା ଆଦି s ସଂକେତ ବ୍ୟବହାର କର ।)
ସମାଧାନ:
s = 3n
ଆକୃତି ବିଶିଷ୍ଟ ଗୋଟିଏ ଚିତ୍ର ଗଠନପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟାକୁ ବିଚାରକୁ ନେଇ ଏକ ସୂତ୍ର ଗଠନ କର, ଯାହାକୁ ବ୍ୟବହାର କରି ଯେକୌଣସି ସଂଖ୍ୟକ ଚିତ୍ର ଗଠନ ପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:
s = 3n
x + 10 ଏକ ପରିପ୍ରକାଶ ଯେଉଁଥରେ ‘x’ ଏକ ଚଳରାଶି । ‘x + 10’ କୁ କିପରି ପଢ଼ାଯିବ ?
ସମାଧାନ:
x ଠାରୁ 10 ଅଧିକ ।
ଉତ୍ତର ଲେଖ:
କୌଣସି ଏକ ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା, ଛାତ୍ର ସଂଖ୍ୟାଠାରୁ 35 ଅଧିକ ।
ଛାତ୍ର ସଂଖ୍ୟା ଯଦି ‘x’ (ଚଳରାଶି) ହୁଏ । ତେବେ ବିଦ୍ୟାଳୟରେ ଛାତ୍ରୀସଂଖ୍ୟା କେତେ ହେବ ।
(i) ଛାତ୍ରୀ ସଂଖ୍ୟା ଜାଣିବାପାଇଁ ପରିପ୍ରକାଶକୁ ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = x + 35
(ii) ଯଦି ଛାତ୍ରୀ ସଂଖ୍ୟା 75 ହୋଇଥାଏ । ତେବେ ପରିପ୍ରକାଶକୁ ବ୍ୟବହାର କରି ଛାତ୍ରୀ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
ଛାତ୍ରୀ ସଂଖ୍ୟା = 75 + 35 = 110 ଜଣ ।
ନିଜେ କରି ଦେଖ:
ଗୋଟିଏ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ l ଚଳରାଶି ରୂପନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
ସମାଧାନ:
3l
ଗୋଟିଏ ସୁଷମ ଷଡ଼ଭୁଜର ବାହୁର ଦୈର୍ଘ୍ୟକୁ l ଚଳରାଶି ରୂପେ ନେଇ ଏହାର ପରିସୀମାକୁ l ମାଧ୍ୟମରେ ପ୍ରକାଶ କର ।
ସମାଧାନ:
6l
ନିମ୍ନଲିଖ୍ତ ଉକ୍ତିଗୁଡ଼ିକୁ କିପରି ଲେଖାଯିବ ?
a ଓ 4 ର ଯୋଗଫଳ
ସମାଧାନ:
a + 4
5 ଅପେକ୍ଷା x ଅଧିକ
ସମାଧାନ:
5 + x
x ଠାରୁ y ଅଧିକ
ସମାଧାନ:
x + y
(x + y) ଠାରୁ 6 ଅଧିକ
ସମାଧାନ:
(x + y) + 6
ଆଧାର a ଓ ଘାତାଙ୍କ 8 ନେଇ ଘାତାନ୍ବିତ ବୀଜଟି କେତେ ?
ସମାଧାନ:
a8
x3z2 ଓ z2x3 ସମାନ କି ? କାରଣ ସହ ଲେଖ ।
ସମାଧାନ:
x3z2 = z2x3 କାରଣ
x3z2 = x × x × x × z × z
z2x3 = z × z × x × x × x
ଉଭୟରେ x, 3 ଥର ଓ z, 2 ଥର ଅଛି ।
କହିଲ ଦେଖ୍:
x5 ଗୋଟିଏ ଘାତାନ୍ବିତ ରାଶି ହେଲେ ଏହାର ଆଧାର କେତେ ଓ ଘାତାଙ୍କ କେତେ ?
ସମାଧାନ:
ଏହାର ଆଧାର x ଓ ଘାତାଙ୍କ 5 ।
ତୁମେ ଏକପଦ ବିଶିଷ୍ଟ ରାଶି, ଦୁଇପଦ ବିଶିଷ୍ଟ ରାଶି ଓ ବହୁପଦ ବିଶିଷ୍ଟ ରାଶିର ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ସମାଧାନ:
ଏକପଦ ବିଶିଷ୍ଟ ରାଶି | ଦୁଇପଦ ବିଶିଷ୍ଟ ରାଶି | ବହୁପଦ ବିଶିଷ୍ଟ ରାଶି |
x | 5x + y | 3m + z – n |
4y | 4z + p | 4a + 3b – 7 |
3x – y + 5b ରେ ଥିବା ଭିନ୍ନ ଭିନ୍ନ ପଦମାନଙ୍କ ସହଗ ଲେଖ ।
ସମାଧାନ:
3x – y + 5b ରେ ଥିବା 3x ରେ x ର ସହଗ 3,
y ରେ ସହଗ 1 ଏବଂ 5 ରେ b ର ସହଗ 5 ।