BSE Odisha 6th Class Maths Solutions Chapter 11 ପରିମିତି Ex 11.3

Odisha State Board BSE Odisha 6th Class Maths Solutions Chapter 11 ପରିମିତି Ex 11.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 11 ପରିମିତି Ex 11.3

ନିମ୍ନରେ କେତେକ ପ୍ରଶ୍ନ ଦିଆଯାଇଛି। ସେହି ପ୍ରଶ୍ନଗୁଡ଼ିକୁ କେତେକ ପିଲା ଯେପରି ସମାଧାନ କରିଛନ୍ତି, ତାହା ଲେଖାଯାଇଛି । ସେହି ସମାଧାନରେ କ’ଣ ଭୁଲ ଅଛି ଚିହ୍ନାଅ । ଏପରି ଭୁଲ କରିବାର କାରଣ କ’ଣ ଲେଖ।
Question 1.
ଗୋଟିଏ ଆୟତାକୃତି ବିଶିଷ୍ଟ ବଗିଟର ଚିତ୍ର ଆଙ୍କି ତାହାର ପରିସୀମାକୁ ଚିହ୍ନାଅ । 
ରଂଜିତା ଚିତ୍ରରେ କିପରି ରଙ୍ଗ ଦେଇ ପରିସୀମାକୁ ଚିହ୍ନାଇଲା ତାହା ତଳେ ଦେଖାଇ ଦିଆଯାଇଛି ।
ସମାଧାନ:
ଏଠାରେ ରଂଜିତା ପରିସୀମା ନ ଚିହ୍ନାଇ କ୍ଷେତ୍ରଫଳରେ ରଙ୍ଗ ଦେଇଛି ।
ରଂଜିତାର ପରିସୀମାର ଧାରଣା ନାହିଁ ।

Question 2.
ଗୋଟିଏ ଆୟତାକୃତି ବିଶିଷ୍ଟ ରୁମାଲର ଦୈର୍ଘ୍ୟ 24 ସେ.ମି. ଓ ପ୍ରସ୍ଥ 18 ସେ.ମି । ଏହାର ପରିସୀମା କେତେ ?
ଏହାର ପରିସୀମା = 24 ସେ.ମି. + 18 ସେ.ମି. = 42 ସେ.ମି. 
ସମାଧାନ:
ଏଠାରେ ସମାଧାନରେ ଭୁଲ୍ ଅଛି । କେବଳ ଦୈର୍ଘ୍ୟ ଓ ପ୍ରସ୍ଥର ମିଶାଣ ହୋଇଛି କିନ୍ତୁ 2 ଗୁଣନ କରାଯାଇନାହିଁ  ।
ଆମେ ଜାଣିଛୁ, ପରିସୀମା = 2 × (ଦୈର୍ଘ୍ୟ + ପ୍ରସ୍ଥ)

Question 3.
ଗୋଟିଏ ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ 3 ମିଟର । ଏହାର କ୍ଷେତ୍ରଫଳ କେତେ ହେବ ?
ବର୍ଗକ୍ଷେତ୍ରର କ୍ଷେତ୍ରଫଳ = ବାହୁ × ବାହୁ
= 3 ମିଟର × 3 ମିଟର
= 9 ମିଟର
ସମାଧାନ:
3 ମି. × 3 ମି. = 9 ମିଟର । ଏହା ଭୁଲ୍ । କାରଣ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ନିର୍ଣ୍ଣୟ କଲାବେଳେ ଏକକ ଓ ଏକକ ଗୁଣିଲେ ବର୍ଗ ଏକକ ହୁଏ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.3

Question 4.
ପାର୍ଶ୍ଵରେ ଦିଆଯାଇଥିବା ଚିତ୍ରର ପରିସୀମା କେତେ ହେବ ?
BSE Odisha 6th Class Maths Solutions Chapter 11 ପରିମିତି Ex 11.3 1.
ଏହାର ଦୈର୍ଘ୍ୟ = 2 ସେ.ମି., ଏହାର ପ୍ରସ୍ତୁ = 3 ସେ.ମି.
ପରିସୀମା = ଦୈର୍ଘ୍ୟ ଓ ପ୍ରସ୍ତୁର ଯୋଗଫଳର ଦୁଇ ଗୁଣ
= (2 ସେ.ମି. + 3 ସେ.ମି.) × 2 = 5 ସେ.ମି. × 2 = 10 ସେ.ମି.
ସମାଧାନ:
ଏହି ଚିତ୍ରଟି ଏକ ଚତୁର୍ଭୁଜ । ଏହା ଆୟତକ୍ଷେତ୍ର କିମ୍ବା ବର୍ଗକ୍ଷେତ୍ର ନୁହେଁ ।
ତେଣୁ ଏହାର ପରିସୀମା ସୂତ୍ର ନିର୍ଣ୍ଣୟ କରିବା ଠିକ୍ ହୋଇନାହିଁ ।

Question 5.
ଥରେ ମଧୁମିତା କହିଲା – ମୁଁ ମୋ ଖାତାରେ ଗୋଟିଏ ଚିତ୍ର ଆଙ୍କିଛି ଓ ତା’ର ପରିସୀମା ନିର୍ଣ୍ଣୟ କରିଛି । 
ପରିସୀମା = 2 ସେ.ମି. + 3 ସେ.ମି. + 3 ସେ.ମି. + 4 ସେ.ମି. = 12 ସେ.ମି.
BSE Odisha 6th Class Maths Solutions Chapter 11 ପରିମିତି Ex 11.3 2.
ସମାଧାନ:
ଏହି ଚିତ୍ରଟି ଏକ ଆବଦ୍ଧ କ୍ଷେତ୍ର ନୁହେଁ । ତେଣୁ ଏହାର ପରିସୀମା ନିର୍ଣ୍ଣୟ କରିହେବ ନାହିଁ ।

Question 6.
ଗୋଟିଏ ଆୟତାକୃତି ବିଶିଷ୍ଟ କାଗଜର ଦୈର୍ଘ୍ୟ l ମିଟର ଓ ପ୍ରସ୍ଥ 80 ସେ.ମି. । ଏହାର ପରିସୀମା କେତେ ହେବ ? ରାଧ୍କା ପ୍ରଶ୍ନଟିର ସମାଧାନ ନିମ୍ନମତେ କଲା ।
ଦୈର୍ଘ୍ୟ = 1 ମିଟର, ପ୍ରସ୍ଥ = 80 ସେ.ମି.
ପରିସୀମା = 2 × (ଦୈର୍ଘ୍ୟ + ପ୍ରସ୍ଥ )
= 2 × (1 ମିଟର + 80 ସେ.ମି.)
= 2 × 81 ମିଟର
= 162 ମିଟର ।
ସମାଧାନ:
ଏହି ସମାଧାନରେ ଦୈର୍ଘ୍ୟ 1 ମିଟର = 100 ସେ.ମି. ଓ ପ୍ରସ୍ଥ 80 ସେ.ମି. ସହ ମିଶାଇ 2 ଗୁଣିଥିଲେ ଠିକ୍ ହୋଇଥାନ୍ତା ।
ଏଠାରେ 1 ମିଟର + 80 ସେ.ମି. = 81 ମିଟର ଲେଖାଯାଇଛି, ଏହା ସଂପୂର୍ଣ୍ଣ ଭୁଲ ।

Question 7.
ଗୋଟିଏ ଆୟତକ୍ଷେତ୍ର ଚିତ୍ର ଆଙ୍କି ତାହାର କ୍ଷେତ୍ରଫଳକୁ ଲାଲ ରଙ୍ଗରେ ସୂଚାଇବାପାଇଁ ତିନିଜଣ ପିଲାଙ୍କୁ କୁହାଗଲା । ସେମାନେ କିପରି ଦେଖାଇଛନ୍ତି ଆସ ଦେଖିବା ।
BSE Odisha 6th Class Maths Solutions Chapter 11 ପରିମିତି Ex 11.3 3
ସମାଧାନ:
ଏହି ୩ଟି ଚିତ୍ର ମଧ୍ୟରୁ ୧ମ ଚିତ୍ରଟି ରଙ୍ଗ ଦିଆଯାଇନାହିଁ । ୨ ୟରେ ଅଧା ଓ ୩ୟଟି ଆୟତକ୍ଷେତ୍ର ନୁହେଁ । ତେଣୁ ପ୍ରଶ୍ନ ଅନୁସାରେ ଉତ୍ତର ଠିକ୍ ହୋଇନାହିଁ । କାରଣ ଆୟତଚିତ୍ରକୁ ଠିକ୍ ଚିହ୍ନିପାରିନାହାନ୍ତି ।

Question 8.
ଗୋଟିଏ ଆୟତାକୃତି ବିଶିଷ୍ଟ ଚିତ୍ର ଆଙ୍କି ତା’ର କ୍ଷେତ୍ରଫଳ ନିର୍ଣ୍ଣୟ କର ।
ରମେଶ କିପରି ଚିତ୍ର ଆଙ୍କି ତା’ର କ୍ଷେତ୍ରଫଳ ନିର୍ଣ୍ଣୟ କରିଥିଲା ଦେଖ ।
ଦୈର୍ଘ୍ୟ = 4 ସେ.ମି., ପ୍ରସ୍ଥ = 2 ସେ.ମି.
କ୍ଷେତ୍ରଫଳ = 4 ସେ.ମି. × 2 ସେ.ମି. = 8 ବର୍ଗ ସେ.ମି. ।
ସମାଧାନ:
BSE Odisha 6th Class Maths Solutions Chapter 11 ପରିମିତି Ex 11.3 4
ରମେଶ ଆଙ୍କିଥିବା ଚିତ୍ର ଏକ ଆବଦ୍ଧ ଚିତ୍ର ନୁହେଁ ।
ତେଣୁ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ।

Question 9.
ତଳେ ଗୋଟିଏ ଆବଦ୍ଧ ଚିତ୍ର ଦେଖାଯାଇଛି । ଏହାର ପରିସୀମା କେତେ ?
ଏହି କ୍ଷେତ୍ରର ପରିସୀମା = 4 × 3 × 6 × 5 ବର୍ଗ ସେ.ମି. = 360 ବର୍ଗ ସେ.ମି. ।
BSE Odisha 6th Class Maths Solutions Chapter 11 ପରିମିତି Ex 11.3 5
ସମାଧାନ:
ଏହାର ପରିସୀମା ନିର୍ଣ୍ଣୟ କଲାବେଳେ ଦୈର୍ଘ୍ୟଗୁଡ଼ିକ ମିଶାଯିବ ମାତ୍ର ଗୁଣନ କରାଯାଇଛି ।

Question 10.
ଗୋଟିଏ ଆୟତାକୃତି ବିଶିଷ୍ଟ କ୍ଷେତ୍ରର ଦୈର୍ଘ୍ୟ 1 ମିଟର ଓ ପ୍ରସ୍ଥ 40 ସେ.ମି. । ଏହାର କ୍ଷେତ୍ରଫଳ କେତେ ?
ଆୟତକ୍ଷେତ୍ରର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 1 ମିଟର × 40 ସେ.ମି. = 40 ବର୍ଗ ମିଟର
ସମାଧାନ:
ଏଠାରେ 1 ମି. × 40 ସେ.ମି. = 1 ମିଟର × \(\frac{40}{100}\) ମିଟର = \(\frac{40}{100}\) ବର୍ଗ ମିଟର = 0.4 ବର୍ଗ ମିଟର ହୋଇଥାନ୍ତା ।
କିନ୍ତୁ 1 ମିଟର × 40 ସେ.ମି. = 40 ବର୍ଗ ମିଟର ହୋଇଛି । ଏହା ଭୁଲ୍ ଅଟେ ।

BSE Odisha 6th Class Maths Solutions Chapter 11 ପରିମିତି Ex 11.3

Question 11.
12 ସେ.ମି. ଦୀର୍ଘ ଓ 8 ସେ.ମି. ପ୍ରସ୍ଥ ଗୋଟିଏ ଆୟତଚିତ୍ର ABCD ଅଙ୍କନ କରାଯାଇଥିଲା (ଚିତ୍ର -କ) । ତା’ ସହିତ ଲଗାଇ 6 ସେ.ମି. ଦୀର୍ଘ ଓ 3 ସେ.ମି. ପ୍ରସ୍ଥ ଅନ୍ୟ ଏକ ଆୟତଚିତ୍ର ଅଙ୍କନ କରାଗଲା (ଚିତ୍ର – ଖ) (ଚିତ୍ର-ଖ) ରେ ଥ‌ିବା କ୍ଷେତ୍ରର ପରିସୀମା କେତେ ? ଭାବନା ନିମ୍ନମତେ ଏହି ପ୍ରଶ୍ନର ସମାଧାନ କଲା ।
(କ)
BSE Odisha 6th Class Maths Solutions Chapter 11 ପରିମିତି Ex 11.3 6
(ଖ)
BSE Odisha 6th Class Maths Solutions Chapter 11 ପରିମିତି Ex 11.3 7
ABCD ର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ ) = 2 (12 + 8) = 2 × 20 ସେ.ମି. = 40 ସେ.ମି.
DEFG ର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (6 + 3) = 2 × 9 = 18 ସେ.ମି.
ସମଗ୍ର କ୍ଷେତ୍ରର ପରିସୀମା = ABCD ର ପରିସୀମା + DEFG ର ପରିସୀମା
= 40 ସେ.ମି. + 18 ସେ.ମି. = 58 ସେ.ମି. ।
ସମାଧାନ:
ଏଠାରେ ABCD କ୍ଷେତ୍ରର ପରିସୀମା ସହିତ DEFG ର ପରିସୀମା ମିଶାଇଲେ ଠିକ୍ ହେବ ନାହିଁ ।
କାରଣ ABCD କ୍ଷେତ୍ରର ପରିସୀମା ସହିତ FG + ED ର ଦୈର୍ଘ୍ୟ ମିଶିଲେ ସମଗ୍ରକ୍ଷେତ୍ରର ପରିସୀମା ନିର୍ଣ୍ଣୟ ଠିକ୍ ହେବ ।
କାରଣ GD ଦୁଇଥର ଯୋଗ କରାଯାଉଛି ।
ABCD କ୍ଷେତ୍ରର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2 (12 + 8) ସେ.ମି. 
= (2 × 20) ସେ.ମି.  = 40 ସେ.ମି.
ଚିତ୍ର (ଖ) ରେ କ୍ଷେତ୍ରର ପରିସୀମା = (40 + 3 + 3) ସେ.ମି.  = 46 ସେ.ମି.

Leave a Comment